ଲୋକଙ୍କୁ ବାଦ ଦେଇ ବିକାଶର ଆଶ୍ଵାସନା!

୨୦୨୩ ମସିହା ସେପ୍ଟେମ୍ବର ମାସ। ରାଜ୍ୟ ବିଧାନସଭା ଚାଲିଥିବା ସମୟର କଥା। ତତ୍କାଳୀନ ବାଚସ୍ପତି ବିଜେପିର ଦୁଇ ଜଣ ସଦସ୍ୟଙ୍କୁ ତାଙ୍କ ଉପରକୁ ‘ଡାଲି ଫିଙ୍ଗିଥିଲେ’ ବୋଲି ନିଲମ୍ବିତ କରିଥାନ୍ତି। ସେହି ଦୁଇ ସଦସ୍ୟ ଥିଲେ ଶ୍ରୀ ମୋହନ ମାଝୀ ଓ ଶ୍ରୀ ମୁକେଷ ମହାଲିଙ୍ଗ। ଏହାର ପ୍ରତିବାଦରେ ବିଜେପି ସେହି ଅଧିବେଶନକୁ ବର୍ଜନ କରିଥାଏ।

Adivasis Resisting Mining And Land Loss

Adivasis Resisting Mining And Land Loss

Debendra Prusty
  • Published: Saturday, 26 April 2025
  • Updated: 26 April 2025, 11:40 AM IST

Sports

Latest News

ଦେବ ରଞ୍ଜନ

୨୦୨୩ ମସିହା ସେପ୍ଟେମ୍ବର ମାସ। ରାଜ୍ୟ ବିଧାନସଭା ଚାଲିଥିବା ସମୟର କଥା। ତତ୍କାଳୀନ ବାଚସ୍ପତି ବିଜେପିର ଦୁଇ ଜଣ ସଦସ୍ୟଙ୍କୁ ତାଙ୍କ ଉପରକୁ ‘ଡାଲି ଫିଙ୍ଗିଥିଲେ’ ବୋଲି ନିଲମ୍ବିତ କରିଥାନ୍ତି। ସେହି ଦୁଇ ସଦସ୍ୟ ଥିଲେ ଶ୍ରୀ ମୋହନ ମାଝୀ ଓ ଶ୍ରୀ ମୁକେଷ ମହାଲିଙ୍ଗ। ଏହାର ପ୍ରତିବାଦରେ ବିଜେପି ସେହି ଅଧିବେଶନକୁ ବର୍ଜନ କରିଥାଏ। କଂଗ୍ରେସ ମଧ୍ୟ ଅନ୍ୟ କିଛି କାରଣ ଲାଗି ଅଧିବେଶନକୁ ବର୍ଜନ କରିଥାଏ। ଯେତେବେଳେ ବିଧାନସଭାରେ ବିରୋଧୀ ଦଳର ସଂପୂର୍ଣ୍ଣ ଅନୁପସ୍ଥିତି। ସେହି ସମୟରେ ବିଜେଡ଼ି ସରକାର ‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୨୩’ ପାସ କରାଇଥିଲେ। ଏହାକୁ ସଂକ୍ଷେପରେ ଭୂ-ଅଧିଗ୍ରହଣ ଆଇନ କୁହାଯାଏ। ଏହା ୨୦୧୩ ମସିହାର କେନ୍ଦ୍ରୀୟ ଆଇନର ସଂଶୋଧନ ଥିଲା। ପରେ ସେପ୍ଟେମ୍ବର ୨୭ ତାରିଖରେ (୨୦୨୩) ରାଜ୍ୟପାଳଙ୍କ ଅନୁମୋଦନ ପାଇ ଏହା ଆଇନରେ ପରିଣତ ହୋଇଥିଲା। ଏହା ଦ୍ୱାରା ରାଜ୍ୟରେ ଲୋକଙ୍କର ନିଜ ଭବିଷ୍ୟତ ନିର୍ଦ୍ଧାରଣ କରିବା ଓ ନିଜ ଜୀବନ ଜୀବିକା ଉପରେ ନିଷ୍ପତ୍ତି ନେବାର କ୍ଷମତା ଚାଲିଯାଇଥିଲା।

କେନ୍ଦ୍ରୀୟ ଭୂ-ଅଧିଗ୍ରହଣ ଆଇନ, ୨୦୧୩

ପଚାଶ ଦଶକରୁ ଲୋକେ ବିଶେଷକରି ଯେଉଁ ଯେଉଁ ସ୍ଥାନରେ ବୃହତ ପ୍ରକଳ୍ପ ହୋଇଛି ସେହି ସମସ୍ତ ଅଞ୍ଚଳର ଲୋକେ ସରକାରଙ୍କ ଜବରଦସ୍ତି ବିସ୍ଥାପନ ବିରୁଦ୍ଧରେ ଲଢ଼େଇ କରିଆସିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ଵାରା ଭୂ-ଅଧିଗ୍ରହଣ ଆଇନ ୧୮୯୪ ଯାହା ବଳରେ ଏହି ବିସ୍ଥାପନ ହେଉଥିଲା ତାହାର ବିରୋଧ ସେମାନେ କରିଛନ୍ତି। ଏହି ବିରୋଧକୁ ଦୃଷ୍ଟିରେ ରଖି କେନ୍ଦ୍ରରେ କଂଗ୍ରେସ ସରକାର ଜମି ଅଧିଗ୍ରହଣ ଲାଗି ‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ’ ୨୦୧୩ ମସିହାରେ ସଂସଦରେ ପାସ କରାଇଥିଲେ। ଏହି ଆଇନରେ ଥିବା ପ୍ରସ୍ତାବ ସହିତ ଦେଶର ଜନ ସମୁଦାୟ ଯଦିଓ ସଂପୂର୍ଣ୍ଣ ଖୁସି ନଥିଲେ କିନ୍ତୁ ଏଥିରେ ଏପରି କିଛି ପ୍ରସ୍ତାବ ରହିଥିଲା ଯାହା ହେତୁ ଲୋକେ ଏହାକୁ କ୍ରମଶଃ ଗ୍ରହଣ କରିବା ଆରମ୍ଭ କରିଥିଲେ। ସେଥିରୁ ମୁଖ୍ୟ ଦୁଇଟି ପ୍ରସ୍ତାବ ଥିଲା ପ୍ରତ୍ୟେକ ପ୍ରକଳ୍ପର ‘ସାମାଜିକ ପ୍ରଭାବ ଆକଳନ’ ଓ ଚାଷୀଙ୍କ ‘ସ୍ଵୀକୃତି’ର ଆବଶ୍ୟକତା।

‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩’ ବା ସଂକ୍ଷେପରେ ନୂତନ ଭୂ-ଅଧିଗ୍ରହଣ ଆଇନ, ୨୦୧୩ର ଧାରା ୨ ଉପଧାରା ୨ରେ ଉଲ୍ଲେଖ ରହିଥିଲା ଯେ କୌଣସି ସରକାର ନିଜସ୍ଵ କମ୍ପାନୀ ଲାଗି ଜମି ଅଧିଗ୍ରହଣ କରୁଥିଲେ ଅଧିଗୃହୀତ ଜମି ମାଲିକଙ୍କ ମଧ୍ୟରୁ ୮୦ ପ୍ରତିଶତ ମାଲିକଙ୍କ ‘ସ୍ୱୀକୃତି’ ଆବଶ୍ୟକ। ଖ) ଯଦି ଏହା ସରକାରୀ- ବେସରକାରୀ ଉଦ୍ୟମରେ (ପିପିପି) କରାଯାଉଥାଏ ତେବେ ୭୦ ପ୍ରତିଶତ ଜମି ମାଲିକଙ୍କ ‘ସ୍ୱୀକୃତି’ ଆବଶ୍ୟକ। ଜମି ଅଧିଗ୍ରହଣ ସମୟରେ ଜମି ମାଲିକଙ୍କ ‘ସ୍ୱୀକୃତି’ ସହିତ ସମସ୍ତ ପ୍ରକଳ୍ପର ‘ସାମାଜିକ ପ୍ରଭାବ ଆକଳନ’ ରିପୋର୍ଟ ପ୍ରସ୍ତୁତ କରାଯିବ। ଏଥିରେ ଉକ୍ତ ପ୍ରକଳ୍ପ ଯେ କେଉଁଭଳି ‘ସର୍ବସାଧାରଣଙ୍କ ଆବଶ୍ୟକତା’ (ପବ୍ଲିକ ପରପୋଜ)କୁ ପୂରଣ କରୁଛି ତାହା କମ୍ପାନୀ ଦର୍ଶାଇବ।

ଭୂ-ଅଧିଗ୍ରହଣ ଆଇନ, ୨୦୧୩ ଅନୁସାରେ ସାମାଜିକ ପ୍ରଭାବ ଆକଳନ ସମୟରେ, କ) ରାଜ୍ୟ ସରକାର ଅଥବା କେନ୍ଦ୍ର ସରକାର ଏହା ନିଶ୍ଚିତ କରିବେ ଯେ ପ୍ରକଳ୍ପ ହେଉଥିବା ପଞ୍ଚାୟତ, ମ୍ୟୁନିସିପାଲିଟି ବା କର୍ପୋରେସନ ପ୍ରକଳ୍ପ ସମ୍ପର୍କରେ ସଂପୂର୍ଣ୍ଣ ଅବଗତ ଓ ଏହାର ସଦସ୍ୟମାନେ ଉକ୍ତ ପ୍ରକଳ୍ପର ସାମାଜିକ ପ୍ରଭାବ ଆକଳନ ପ୍ରସ୍ତୁତି ସମୟରେ ସକ୍ରିୟ ଭାବରେ ଯୋଗଦେଉଛନ୍ତି। ପ୍ରକଳ୍ପ ଲାଗି ଚୁକ୍ତିନାମା ହେବାର ଛଅ ମାସ ମଧ୍ୟରେ ଉକ୍ତ ଆକଳନ କରାଯିବା ଆବଶ୍ୟକ। ଏହି ସମସ୍ତ ଆକଳନ କମ୍ପାନୀ ନିଜ ଖର୍ଚ୍ଚରେ କରିବ ଓ ତାହାର ରିପୋର୍ଟ ସମଗ୍ର ଅଞ୍ଚଳର ପଞ୍ଚାୟତ, ମ୍ୟୁନିସିପାଲିଟି, ବିଡ଼ିଓ, ଏସଡ଼ିଏମ ଓ ଜିଲ୍ଲାପାଳଙ୍କ ଅଫିସରେ ଉପଲବ୍ଧ ହେବ।

ବିଜେଡ଼ି ସରକାରଙ୍କ ସଂଶୋଧନ

୨୦୨୩ ମସିହାରେ ତତ୍କାଳୀନ ବିଜେଡ଼ି ସରକାର ଏହାର ସଂଶୋଧନ ସମୟରେ ଲୋକଙ୍କ ‘ସ୍ୱୀକୃତି’ ଆବଶ୍ୟକତାକୁ ବାଦ ଦେଇଥିଲେ। ରାଜ୍ୟ ସରକାରଙ୍କ ସଂଶୋଧିତ ଆଇନ ଅନୁସାରେ, ବିଭିନ୍ନ ଶିଳ୍ପ ଯଦି ଏହା ୫୦୦ ଏକରରୁ କମ ଜମି ଆବଶ୍ୟକ କରୁଥିବ କିମ୍ବା ୧୦୦ରୁ କମ ପରିବାରକୁ ବିସ୍ଥାପିତ କରୁଥିବ ତେବେ ଏହାର ‘ସାମାଜିକ ପ୍ରଭାବ ଆକଳନ’ ଆବଶ୍ୟକ ହେବ ନାହିଁ।

ରାଜ୍ୟ ସରକାର ୨୦୨୩ ମସିହାରେ ଯେବେ ଏହି ବିଲ୍‌କୁ ପାସ କରାଇଥିଲେ ସେତେବେଳେ ମଧ୍ୟ ଅନେକ ସଂଗଠନ ତରଫରୁ ଏହାର ପ୍ରତିବାଦ ହୋଇଥିଲା। ପ୍ରତିବାଦର ଉଦ୍ଦେଶ୍ୟ ଥିଲା ଯେ ଏହି ଆଇନ କାର୍ଯ୍ୟକାରୀ ହେଲେ ପ୍ରକଳ୍ପ ସମ୍ବନ୍ଧରେ ସ୍ଥାନୀୟ ଲୋକେ ଅନ୍ଧାରରେ ରହିବେ। ନିଜ ଅଞ୍ଚଳରେ କି ପ୍ରକାରର ପ୍ରକଳ୍ପ ହେଉଛି, ତାହା ପରିବେଶ ଲାଗି କେତେ କ୍ଷତିକାରକ ଓ ତାହା ପ୍ରକୃତ କି ପ୍ରକାର ଉତ୍ପାଦନ କରିବ ସେ ସମ୍ପର୍କରେ ଲୋକେ କୌଣସି ପ୍ରକାରରେ ଏହା ଦ୍ଵାରା ଅବଗତ ହେବେ ନାହିଁ। ଏହା ଜନଶୁଣାଣୀ ପ୍ରକ୍ରିୟାକୁ ମଧ୍ୟ ଅନାବଶ୍ୟକ କରିବ ବୋଲି କୁହାଯାଇଥିଲା। ମାତ୍ର ଓଡ଼ିଶା ବିଧାନସଭାରେ ବିଜେପି ଓ କଂଗ୍ରେସ ଦଳର ସଦସ୍ୟଙ୍କ କକ୍ଷତ୍ୟାଗ ହେତୁ ବିଲ ସମ୍ପର୍କରେ ବିତର୍କର ସୁଯୋଗ ମଧ୍ୟ ରହିଲା ନାହିଁ। ବିତର୍କ ହୋଇଥିଲେ ରାଜ୍ୟବାସୀ ବିଲ୍‌ ସମ୍ପର୍କରେ ଅଧିକ ତଥ୍ୟ ଜାଣିପାରିଥାନ୍ତେ। ବରଂ ଏଭଳି କକ୍ଷତ୍ୟାଗ ବିଜେଡି ସରକାରଙ୍କୁ ଆହୁରି ସହଜ କରିଦେଇଥିଲା।

ବିଜେପି ସରକାରଙ୍କ ଆଭିମୁଖ୍ୟ

ଆଉ ଦେଢ଼ ମାସ ପରେ ରାଜ୍ୟର ପ୍ରଥମ ବିଜେପି ସରକାରକୁ ଏକ ବର୍ଷ ପୂରିବ। ଏ ଭିତରେ କିନ୍ତୁ ଭୂ-ଅଧିଗ୍ରହଣ ଆଇନ ସଂଶୋଧନର ପୁନଃ ସଂଶୋଧନ ହୋଇନାହିଁ। ଅର୍ଥାତ ବିଜେଡ଼ି ସମୟର ସଂଶୋଧନ ଏବେ ବି କାଏମ ରହିଛି। କଲିକତା-ବିଶାଖାପାଟଣା ଇଣ୍ଡଷ୍ଟ୍ରିଆଲ କରିଡର, ଯାଜପୁର- କେନ୍ଦ୍ରାପଡ଼ା- ଭଦ୍ରକ ଇକୋନୋମିକ କରିଡର, ଖୋର୍ଦ୍ଧା-କଟକ- ଜଗତସିଂପୁର କରିଡର, ମୟୂରଭଞ୍ଜ- କେଉଁଝର- ବାଲେଶ୍ଵର କରିଡର ଇତ୍ୟାଦି ‘ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ’ ମାଧ୍ୟମରେ ତିଆରି ଯୋଜନା ଚାଲିଛି। କିଛି କିଛି କମ୍ପାନୀ ନିଜର ଷ୍ଟାର୍ଟ ଅପ ବିଜିନେସ ପ୍ରୋତ୍ସାହନ ପାଇ ଶିଳ୍ପ ଆରମ୍ଭ କରିଥିବା ସୂଚନା ପାଉଛୁ। ୫୦୦ ଏକରରୁ କମ ଜମି ଆବଶ୍ୟକ କରୁଥିବା କିମ୍ବା ୧୦୦ରୁ କମ ପରିବାରକୁ ବିସ୍ଥାପିତ କରୁଥିବା କାରଖାନା ଲାଗି ସାମାଜିକ ପ୍ରଭାବ ଆକଳନ ପ୍ରସ୍ତାବକୁ ବାଦ ଦେବା ଦ୍ଵାରା ଉକ୍ତ ପ୍ରକଳ୍ପ କେଉଁ ଦିଗରୁ ସାର୍ବଜନୀନ ଆବଶ୍ୟକତା ଉଦ୍ଦେଶ୍ୟକୁ ପୂରଣ କରୁଛି, ପ୍ରକଳ୍ପ ଦ୍ଵାରା କେତେ ପରିବାର ବିସ୍ଥାପିତ ଓ ପ୍ରଭାବିତ ହେବେ, ସରକାରୀ ଓ ବେସରକାରୀ କେତେ ଜମି ଅଛି ଓ କେତେ ଜମି ଅଧିଗ୍ରହଣ ହେବ ଇତ୍ୟାଦି ବିଷୟରେ ରାଜ୍ୟବାସୀ ସଂପୂର୍ଣ୍ଣ ଅନ୍ଧାରରେ ରହୁଛନ୍ତି।

କେନ୍ଦ୍ରୀୟ ଆଇନ ଅନୁସାରେ, କମ୍ପାନୀ ନିଜ ଖର୍ଚ୍ଚରେ ସାମାଜିକ ପ୍ରଭାବ ଆକଳନ ରିପୋର୍ଟ ପ୍ରସ୍ତୁତ କରି ସ୍ଥାନୀୟ ପଞ୍ଚାୟତ, ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ଜଣାଇଥାନ୍ତେ। ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ବ୍ଲକ ଡେଭେଲପମେଣ୍ଟ ଅଫିସର ବା ବିଡ଼ିଓଙ୍କ ନିକଟରେ ସମସ୍ତ ସୂଚନା ରହିଥାନ୍ତା। ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ପୁଞ୍ଜି ନିବେଶ ନାମରେ ବିଭିନ୍ନ କମ୍ପାନୀ ସହିତ ଚୁକ୍ତି କରିବାରେ ଲାଗିଛନ୍ତି। ଏଥିଲାଗି ବିଦେଶ ମଧ୍ୟ ଯାଉଛନ୍ତି। ମାତ୍ର ସ୍ଥାନୀୟ ଲୋକେ ଆସୁଥିବା ପ୍ରକଳ୍ପ ସମ୍ପର୍କରେ ଅବଗତ ହୋଇପାରୁନାହାନ୍ତି କି ଆଗାମୀ ଦିନରେ ହୋଇପାରିବେ ନାହିଁ।

କେନ୍ଦ୍ରୀୟ ଆଇନରେ ଯେଉଁ ବ୍ୟବସ୍ଥା ଥିଲା ଯେ କୌଣସି ବି ନିଜସ୍ଵ କମ୍ପାନୀ ଲାଗି ଜମି ଅଧିଗ୍ରହଣ କରାଯାଉଥିଲେ ଅଧିଗୃହୀତ ଜମି ମାଲିକଙ୍କ ମଧ୍ୟରୁ ୮୦ ପ୍ରତିଶତ ମାଲିକଙ୍କ ‘ସ୍ୱୀକୃତି’ ଆବଶ୍ୟକ। ଯଦି ଏହା ସରକାରୀ-ବେସରକାରୀ ମିଳିତ ଉଦ୍ୟମରେ ହେଉଛି ତେବେ ୭୦ ପ୍ରତିଶତ ଜମି ମାଲିକଙ୍କ ‘ସ୍ୱୀକୃତି’ ଆବଶ୍ୟକ। ରାଜ୍ୟ ସରକାରଙ୍କ ନୂତନ ସଂଶୋଧନ ଦ୍ଵାରା ଚାଷୀଙ୍କ ‘ସ୍ୱୀକୃତି’ ଅନାବଶ୍ୟକ ହୋଇଯାଇଛି। ଏବେ ଲୋକେ କେବଳ ଶିଳ୍ପର ମଇଳା ପାଣି ଓ ଧୂଆଁକୁ ପିଇବା ଓ ଖାଇବା ବ୍ୟତୀତ ତାଙ୍କର ଅନ୍ୟ କୌଣସି ଭାଗିଦାରୀ ଏଥିରେ ରହିଲା ନାହିଁ।

ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଲା ୨୪ ଏପ୍ରିଲ ୨୦୨୫ରେ ‘ପଞ୍ଚାୟତିରାଜ ଦିବସର ସଂକଳ୍ପ’ରେ ଉଲ୍ଲେଖ କରିଥିଲେ, ‘ଓଡ଼ିଶାର ଗ୍ରାମାଞ୍ଚଳର ମୋର ପ୍ରିୟ ଭାଇଭଉଣିମାନଙ୍କୁ ମୁଁ ଆଶ୍ଵସ୍ତ କରିବାକୁ ଚାହେଁ, ମୋ ସରକାର ରାଜ୍ୟରେ ଗ୍ରାମାଞ୍ଚଳର ବିକାଶ ମାଧ୍ୟମରେ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବଦ୍ଧପରିକର। ଗ୍ରାମାଞ୍ଚଳର ଦୃତ ବିକାଶ ପାଇଁ ରାଜ୍ୟର ସେହି ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କର ବିକାଶ ପ୍ରକ୍ରିୟାରେ ସାମିଲ ହେବା ଜରୁରୀ।’

ପ୍ରଶ୍ନ ଆସୁଛି ଯେ ଯଦି ପ୍ରକଳ୍ପଗୁଡ଼ିକ ରାଜ୍ୟର ବିକାଶ ଲାଗି କରାଯାଉଛି ବୋଲି କୁହାଯାଉଛି ତେବେ ଲୁଚାଛପାରେ କମ୍ପାନୀର ଜମି ଅଧିଗ୍ରହଣ ଲାଗି କାହିଁକି ସୁଯୋଗ ଦିଆଯାଉଛି? କମ୍ପାନୀ ଯେ ଅତି ପ୍ରଦୂଷଣ ଯୁକ୍ତ କାରଖାନା କରୁଛି ସେ ସମ୍ପର୍କରେ ସ୍ଥାନୀୟ ଲୋକେ କେଉଁଭଳି ତେବେ ଅବଗତ ହେବେ? ଆଜିର ଅଟୋମେସନ ଯୁଗରେ ସ୍ଥାନୀୟ ନିଯୁକ୍ତି ଅତି ମାତ୍ରାରେ ସୀମିତ। ସେଥିରେ ପୁଣି ସଂଗଠନ କରିବା, ଦୁର୍ଘଟଣା ହେଲେ ଅଧିକ କ୍ଷତିପୂରଣ କାଳେ ଦାବି କରିବେ ସେଥିଲାଗି କମ୍ପାନୀମାନେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ବନ୍ଦ କରିଦେଇଛନ୍ତି। ସରକାରଙ୍କର ଏଦିଗରେ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ମଧ୍ୟ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ବିକାଶକୁ ନେଇ ସ୍ଵପ୍ନ ଓ କାର୍ଯ୍ୟପଦ୍ଧତିରେ ଭିନ୍ନତା ରହୁ ନାହିଁ କି?

ମୋବାଇଲ - ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story