ଅର୍ଥନୀତି ତଳକୁ, ରାଷ୍ଟ୍ରବାଦ ଉପରକୁ

ଦେବେନ୍ଦ୍ର ପୃଷ୍ଟି କ୍ରମାଗତ ଭାବେ ତଳକୁ ଖସି ଚାଲିଛି ରାଷ୍ଟ୍ରୀୟ ଅର୍ଥନୀତି। ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ହାର ତଳକୁ ତଳକୁ ଖସୁଛି। ଏକଦା ଯାହା ୧୦ ପ୍ରତିଶତ ଟପିବ ବୋଲି ଆକଳନ କରାଯାଉଥିଲା ତାହା ଏବେ ୪.୫ ପ୍ରତିଶତ ହେବ ବୋଲି ହିସାବ କରାଯାଉଛି। ସମଗ୍ର ଦେଶରେ ଉପଭୋଗ କମୁଛି। ବଜାରରେ କାରବାର କମୁଛି। ମାନ୍ଦାବସ୍ଥା ଭାରତୀୟ ଶିଳ୍ପ ଓ ବଜାରକୁ ଆକ୍ରାନ୍ତ କରିଛି ବୋଲି କେତେକ କ୍ଷେତ୍ରରୁ ଅଭିଯୋଗ ହେଉଛି। ସରକାର […]

480

480

Debendra Prusty
  • Published: Monday, 16 December 2019
  • Updated: 16 December 2019, 07:11 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

କ୍ରମାଗତ ଭାବେ ତଳକୁ ଖସି ଚାଲିଛି ରାଷ୍ଟ୍ରୀୟ ଅର୍ଥନୀତି। ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ହାର ତଳକୁ ତଳକୁ ଖସୁଛି। ଏକଦା ଯାହା ୧୦ ପ୍ରତିଶତ ଟପିବ ବୋଲି ଆକଳନ କରାଯାଉଥିଲା ତାହା ଏବେ ୪.୫ ପ୍ରତିଶତ ହେବ ବୋଲି ହିସାବ କରାଯାଉଛି। ସମଗ୍ର ଦେଶରେ ଉପଭୋଗ କମୁଛି। ବଜାରରେ କାରବାର କମୁଛି। ମାନ୍ଦାବସ୍ଥା ଭାରତୀୟ ଶିଳ୍ପ ଓ ବଜାରକୁ ଆକ୍ରାନ୍ତ କରିଛି ବୋଲି କେତେକ କ୍ଷେତ୍ରରୁ ଅଭିଯୋଗ ହେଉଛି। ସରକାର ମଧ୍ୟ ଏହା ଅନୁଭବ କରୁଛନ୍ତି। ନିଜେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କହିଛନ୍ତି, ମାନ୍ଦାବସ୍ଥା ବାସ୍ତବ କିନ୍ତୁ ଅର୍ଥନୀତିର ମୌଳିକ ଭିତ୍ତି ସୁଦୃଢ଼ ରହିଛି। ଖୁବଶୀଘ୍ର ଅର୍ଥନୀତି ସୁଧୁରିବ ଓ ଜିଡିପି ଅଭିବୃଦ୍ଧି ହାର ପୁଣି ଥରେ ଦ୍ରୁତଗତିରେ ଉପରକୁ ଉଠିବ ବୋଲି ତାଙ୍କର ଆଶା। ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟହ୍ରାସ, ପେଟ୍ରୋଲିୟମ ଦରବୃଦ୍ଧି, ରିଜର୍ଭ ବ୍ୟାଙ୍କର ସଂରକ୍ଷିତ ଜମା ଉଠାଣ, ସୁନା ବିକ୍ରି, ଜିଏସଟି ଆଦାୟ ହ୍ରାସ ଆଦି ଅନେକ ପ୍ରସଙ୍ଗ ରାଷ୍ଟ୍ରୀୟ ଅର୍ଥନୀତିର ନିମ୍ନଗାମୀ ଅବସ୍ଥା ସଂପର୍କରେ ସୂଚନା ଓ ସଂକେତ ପ୍ରଦାନ କରେ। ତଥାପି, ରାଷ୍ଟ୍ରୀୟ ସ୍ତରରେ ଏସବୁ ବିଷୟରେ ଅଧିକ ଚର୍ଚ୍ଚା ନାହିଁ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାସ୍ଫୀତି ନେଇ ଚିନ୍ତିତ। ଏହା ନିୟନ୍ତ୍ରଣ କରିବା ରିଜର୍ଭ ବ୍ୟାଙ୍କର ପ୍ରମୁଖ ଦାୟିତ୍ୱ। ଗତ ସପ୍ତାହର ହିସାବ ଅନୁସାରେ ଖାଦ୍ୟଦ୍ରବ୍ୟଗୁଡ଼ିକର ଅତ୍ୟଧିକ ଦରବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ହାର ଏବେ ୧୩ ବର୍ଷରେ ସର୍ବାଧିକ ୫.୫୪ ପ୍ରତିଶତରେ ପହଂଚିଛି। ବଜାରରେ ଏବେ ପିଆଜ କିଲୋ ୧୦୦ ଟଙ୍କା ଉପରେ। ସମଗ୍ର ଦେଶରେ ପିଆଜ ଦର ଆକାଶ ଛୁଆଁ। ଯାହା ବର୍ଷର ଏଇ ସମୟରେ ୨୦-୨୫ ଟଙ୍କା ଦରରେ ବିକ୍ରି ହେବା କଥା ତାହା ଶହେ ଟପିଛି। ଅନେକ ଗରୀବ ଶ୍ରେଣୀର ଲୋକଙ୍କ ଖାଦ୍ୟରୁ ପିଆଜ ଉଭାନ ହୋଇଯାଇଛି। ସରକାର ସିନା ଖାଦ୍ୟ ନିରାପତ୍ତା ସୁଦୃଢ଼ କରିବାକୁ ଟଙ୍କିକିଆ ଚାଉଳ ବ୍ୟବସ୍ଥା କରିଛନ୍ତି। ହେଲେ ପୁଷ୍ଟି ନିରାପତ୍ତା ପାଇଁ ଚିନ୍ତା ନାହିଁ। କେବଳ ପିଆଜ ନୁହେଁ, ଅନ୍ୟାନ୍ୟ ପରିବା ଦର ମଧ୍ୟ ଜନସଂଖ୍ୟାର ନିମ୍ନ ୩୦ ପ୍ରତିଶତ ଲୋକଙ୍କ ପାଇଁ ଅପହଞ୍ଚ। ଫଳ, ଦୁଗ୍ଧ, ମାଛ, ମାଂସ ଓ ଅଣ୍ଡା ଏଇ ବର୍ଗର ଲୋକଙ୍କ ଖାଦ୍ୟରେ ନାହିଁ କହିଲେ ଚଳେ।

ଅଟୋ ଶିଳ୍ପର ମାନ୍ଦାବସ୍ଥା ଲାଗି ରହିଛି। ଅକ୍ଟୋବର ମାସରୁ ବିକ୍ରି କିଛି କିଛି ବଢ଼ି ଥିଲେ ମଧ୍ୟ ସାମଗ୍ରିକ ଭାବେ ସୁଧାର ଆସିନାହିଁ। ନିର୍ମାଣ କ୍ଷେତ୍ରରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ସରକାର ଉପାୟ କରି ଏହି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶର ବ୍ୟବସ୍ଥା କରିଛନ୍ତି। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ କର୍ମଚାରୀ ଛଟେଇ ଚାଲିଛି। କଗ୍ନିଜାଣ୍ଟ, ଇନ୍‌ଫୋସିସ୍‌, ଟିସିଏସ ଆଦି ବଡ଼ ବଡ଼ ସୂଚନା ପ୍ରଯୁକ୍ତି କମ୍ପାନୀରୁ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଇସ୍ପାତ ଓ ଅନ୍ୟାନ୍ୟ ଧାତବ ଶିଳ୍ପ କ୍ଷେତ୍ରରେ ମଧ୍ୟ ପ୍ରାୟ ସମାନ ଅବସ୍ଥା। ଦେଶର ଅନେକ ବଡ଼ ବଡ଼ ଇସ୍ପାତ ଶିଳ୍ପରେ ସାମର୍ଥ୍ୟ ଅନୁଯାୟୀ ଉତ୍ପାଦନ ହେଉନାହିଁ। ସମଗ୍ର ଦେଶରେ ଇସ୍ପାତ ଶିଳ୍ପର କେନ୍ଦ୍ରସ୍ଥଳ କୁହାଯାଉଥିବା ଓଡ଼ିଶାର କଳିଙ୍ଗନଗରରେ କୌଣସି କାରଖାନା ସାମର୍ଥ୍ୟ ଅନୁଯାୟୀ ଉତ୍ପାଦନ କରୁନାହାନ୍ତି। କଞ୍ଚାମାଲ ଅଭାବ ଓ ଶ୍ରମିକ ଅଶାନ୍ତି ଲାଗି ରହିଛି। ଏଇ ନିକଟରେ ଗୋଟିଏ ମଧ୍ୟମ ଧରଣର ଇସ୍ପାତ କାରଖାନାର ପରିଚାଳନା ନିର୍ଦ୍ଦେଶିକାଙ୍କୁ ମାସ ମାସ ଧରି ଦରମା ପାଇ ନଥିବା ଶ୍ରମିକ କର୍ମଚାରୀମାନେ ୨୪ ଘଣ୍ଟା ଉପରେ ଅଟକ ରଖିଥିଲେ।

ବିମାନ ସେବା କ୍ଷେତ୍ରରେ ଉତ୍ଥାନପତନ ଲାଗି ରହିଛି। ସରକାରୀ ପରିଚାଳନାଧୀନ ଏୟାର ଇଣ୍ଡିଆ କ୍ଷତିରେ ଚାଲୁଛି ଦର୍ଶାଇ ସରକାର ଏଥିରୁ ଶତ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି। ଲାଭଜନକ ନହେବାରୁ ଏୟାର ଏସିଆ ଅନେକ ବିମାନ ବନ୍ଦରରୁ ତାହାର ଉଡ଼ାଣ ପ୍ରତ୍ୟାହାର କରିନେଇଛି। ରେଳବାଇରେ ଆବଶ୍ୟକ ପୁଞ୍ଜିନିବେଶ ପାଇଁ ସରକାର ସମର୍ଥ ହେଉ ନଥିବାରୁ କେତେକ ରେଳସେବାର ଘରୋଇକରଣ କରାଯାଉଛି। ସରକାରୀ ବ୍ୟବସ୍ଥାରେ ଥାଇ ମଧ୍ୟ ଲାଭଜନକ ବ୍ୟବସାୟ କରୁଥିବା କେତେକ ତୈଳ କମ୍ପାନୀର ଘରୋଇକରଣ ଜରିଆରେ ସରକାର ଅନ୍ୟାନ୍ୟ କ୍ଷେତ୍ର ପାଇଁ ଆବଶ୍ୟକ ପଡ଼ୁଥିବା ପୁଞ୍ଜି ସଂଗ୍ରହ କରିବାକୁ ଯୋଜନା କରିଛନ୍ତି। ରାଷ୍ଟ୍ରକୁ ଶକ୍ତିଶାଳୀ କରିବାକୁ ହେଲେ ରାଷ୍ଟ୍ରର ଏହିସବୁ କ୍ଷେତ୍ର ସହିତ କୃଷି ଓ କୃଷକର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯିବା କଥା। ରାଷ୍ଟ୍ରୀୟ ବିକାଶ ପାଇଁ ଏହିସବୁ ପ୍ରସଙ୍ଗରେ ଅଧିକରୁ ଅଧିକ ଆଲୋଚନା ହେବା କଥା। ରାଷ୍ଟ୍ରୀୟ ସଂସଦ ସମେତ ରାଜନୀତିକ ସ୍ତରରେ ଦେଶର ଅର୍ଥନୀତି, ଶିଳ୍ପ, ଉତ୍ପାଦନ, ବଜାର, ନିଯୁକ୍ତି ଆଦି ଅଧିକ ବିତର୍କ ହେବା ଦରକାର। କେବଳ ବିତର୍କ ଓ ଆଲୋଚନା ନୁହେଁ, ଏହିସବୁ କ୍ଷେତ୍ରର ବିକାଶ ଓ ଅଭିବୃଦ୍ଧି ଦିଗରେ ମଧ୍ୟ ସୁଦୃଢ଼ ତଥା ଫଳପ୍ରସୂ ପଦକ୍ଷେପ ନିଆଯିବା ଦରକାର।

କିନ୍ତୁ ସାଂପ୍ରତିକ ପରିସ୍ଥିତିର ପର୍ଯ୍ୟବେକ୍ଷଣ କଲେ ଏପରି ହେଉ ନଥିବା ସ୍ପଷ୍ଟ ଜଣାପଡ଼ୁଛି। ଏବେ ଭାରତର ମୁଖ୍ୟ ରାଜନୀତିକ ବିଷୟ ହୋଇଯାଇଛି ରାଷ୍ଟ୍ରବାଦ। ଦେଶର ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୀତି ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି। ତାଙ୍କର ମୁଖ୍ୟ ପ୍ରସଙ୍ଗ ହେଉଛି ନାଗରିକତା ସଂଶୋଧନ ଆଇନ, କାଶ୍ମୀର ସଂପର୍କୀତ ଧାରା ୩୭୦ ଓ ୩୫-କ ଉଚ୍ଛେଦ, ପାକିସ୍ତାନର ସୀମାପାର ଆତଙ୍କବାଦ, ରାମ ମନ୍ଦିର ଓ ଗଙ୍ଗା ସଫେଇ। ସ୍ୱରାଷ୍ଟ୍ର ମନ୍ତ୍ରୀ ଆଭ୍ୟନ୍ତରୀଣ ନିରାପତ୍ତା ଅପେକ୍ଷା କାଶ୍ମୀର, ନାଗରିକତା ଓ ରାମ ମନ୍ଦିର ପ୍ରସଙ୍ଗ ଅଧିକ ଗୁରୁତ୍ୱପୂର୍ଣ୍ଣ। ଚାରି ମାସ ମଧ୍ୟରେ ଅଯୋଧ୍ୟାରେ ଆକାଶ ଉଚ୍ଚ ରାମ ମନ୍ଦିର ନିର୍ମାଣ ହେବ ବୋଲି ସେ ଯେପରି ଦୃପ୍ତ କଣ୍ଠରେ ଘୋଷଣା କରିଛନ୍ତି ସେହିପରି ଯଦି ଚାରି ମାସ ମଧ୍ୟରେ ଦେଶର ଅର୍ଥନୀତିକୁ ସେତିକି ଉଚ୍ଚକୁ ଉଠେଇବାର ସଂକଳ୍ପ ଘୋଷଣା କରିଥାନ୍ତେ ତାହା ନିଶ୍ଚୟ ମାନ୍ଦାବସ୍ଥାରେ ସନ୍ତୁଳି ହେଉଥିବା ଲୋକମାନଙ୍କୁ ଅଧିକ ଆଶବାଦୀ କରିଥାନ୍ତା।

ପିଆଜ ଦର କଥା କହିଲେ ଅର୍ଥମନ୍ତ୍ରୀ କହୁଛନ୍ତି ଯେ ସେ ପିଆଜ ଖାଆନ୍ତି ନାହିଁ ତେଣୁ ଦର କଥା କ’ଣ କହିବେ! ପ୍ରତିରକ୍ଷା ମନ୍ତ୍ରୀ ସୀମା ସୁରକ୍ଷା ବ୍ୟବସ୍ତା ସୁଦୃଢ଼ କରିବା ଓ ଅନୁପ୍ରବେଶ ସଂପୂର୍ଣ୍ଣ ବନ୍ଦ କରିବା ଉପରେ ଗୁରୁତ୍ୱ ନଦେଇ ଅନୁପ୍ରବେଶକାରୀଙ୍କୁ ଭାରତର ନାଗରିକତାରୁ ବଂଚିତ କରାଯିବ ବୋଲି ଧମକ୍‌ ଦେଉଛନ୍ତି। ହିନ୍ଦୁ-ମୁସଲମାନ, ସଂଖ୍ୟାଲଘୁ ଓ ସଂଖ୍ୟାନ୍ୟୁନ ବର୍ଗ ମଧ୍ୟରେ ପୂର୍ବରୁ ରହି ଆସିଥିବା ବିଭେଦ ଓ ବିଭାଜନ ଦୂର କରିବା ଦିଗରେ ଯେତେ ଉଦ୍ୟମ ଓ ଆଲୋଚନା ହେଉନାହିଁ ତା’ଠାରୁ ଅଧିକ ଉଦ୍ୟମ ହେଉଛି ସଂପ୍ରଦାୟ ଭିତ୍ତିରେ ଭୋଟ୍‌ ବ୍ୟାଙ୍କ ସୃଷ୍ଟି ଓ ଜନମତ ବିଭାଜନ। ସବ୍‌ କା ସାଥ୍‌ ସବ୍‌ କା ବିକାଶ ସବ୍‌ କା ବିଶ୍ୱାସର ମନ୍ତ୍ର ଜପି ସରକାରକୁ ଆସିଥିବା ନେତାମାନେ ହିନ୍ଦୁ ରାଷ୍ଟ୍ର, ହିନ୍ଦୁ ସଂସ୍କୃତି, ହିନ୍ଦୁତ୍ୱ ଆଦି ବିଷୟରେ ଅଧିକ ଚର୍ଚ୍ଚା କରୁଛନ୍ତି।

ଶାସକ ପକ୍ଷ ଯେପରି ବିପକ୍ଷ ମଧ୍ୟ ସେହିପରି। ସ୍ୱାଧୀନ ଭାରତରେ ସର୍ବାଧିକ ସମୟ ଶାସନ କ୍ଷମତାରେ ଥିବା କଂଗ୍ରେସ ଦଳର ନେତାମାନେ ଏବେ ନାଗରିକତା ସଂଶୋଧନ ଆଇନ ବିରୋଧରେ କ୍ଷୀପ୍ର ଓ ମୁଖର। ନାଗରିକତା ଆଇନ ଯୋଗୁଁ ଭାରତର ଆଭ୍ୟନ୍ତରୀଣ ଓ ବାହ୍ୟ ନିରାପତ୍ତା ବିପନ୍ନ ବୋଲି ଏକ ଧାରଣା ଦେବାକୁ କଂଗ୍ରେସ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ହୋଇଯାଇଛି ଭାରତ ବଂଚାଓ ସମାବେଶ। ଏହି ସମାବେଶରେ କତିପୟ ବକ୍ତା ଅବଶ୍ୟ ଅର୍ଥନୀତି ସଂପର୍କରେ ସମ୍ୟକ୍‌ ସୂଚନା ଦେଇଛନ୍ତି ତଥାପି ଦଳର ମୁଖ୍ୟ ପ୍ରସଙ୍ଗ ହୋଇଛି ନାଗରିକତା ଆଇନ, କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ, ଗାନ୍ଧୀ ପରିବାରର ଏସପିଜି ନିରାପତ୍ତା ପ୍ରତ୍ୟାହାର ଆଦି ପ୍ରସଙ୍ଗ। ଇନ୍ଦିରା ଗାନ୍ଧୀଙ୍କ ସମୟରେ ଭାରତୀୟ ସମ୍ବିଧାନରେ ଯୋଡ଼ା ଯାଇଥିବା ଧର୍ମନିରପେକ୍ଷତା ବା ସେକୁଲାର ରାଷ୍ଟ୍ର ଚରିତ୍ର ନେଇ କଂଗ୍ରେସ ବିତର୍କ କରୁଥିଲେ ବି ସେହି ଏକା ସମ୍ବିଧାନ ସଂଶୋଧନରେ ଯୋଡ଼ା ଯାଇଥିବା ସମାଜବାଦ ନେଇ ଦଳ ସଂପୂର୍ଣ୍ଣ ନୀରବ।

ଏହାର କାରଣ ସମ୍ଭବତଃ ପ୍ରଥମେ ଅର୍ଥମନ୍ତ୍ରୀ ଓ ପରେ ପ୍ରଧାନମନ୍ତ୍ରୀ ଭାବେ କଂଗ୍ରେସର ଡକ୍ଟର ମନମୋହନ ସିଂହ ଆରମ୍ଭ କରିଥିବା ତଥାକଥିତ ଆର୍ଥନୀତିକ ସଂସ୍କାର ଯାହା ଦେଶରେ ସମାଜବାଦର ସମାଧି ଉପରେ ପୁଞ୍ଜିବାଦର ଧ୍ୱଜା ଉଡ଼େଇଛି ଏବଂ ଯେଉଁ ପୁଞ୍ଜିବାଦୀ ସଂସ୍କାର ପ୍ରକ୍ରିୟା ଏବେ ଏନଡିଏ ସରକାର ସମୟରେ ମଧ୍ୟ ଅବ୍ୟାହତ ରହିଛି। ଏହି ପ୍ରକ୍ରିୟାରେ ଧନୀ ଅଧିକ ଧନୀ ହୋଇଛି, ଗରୀବ ଅଧିକ ଗରୀବ ହୋଇଛି ଏବଂ ମୋଟ ଉପରେ ରାଷ୍ଟ୍ରୀୟ ଅର୍ଥନୀତି ଆଶଙ୍କାଜନକ ଭାବେ ଦୁର୍ବଳ ସ୍ତରକୁ ଖସିଯାଇଛି। ଏହା ଉପରେ ବିପକ୍ଷର ଆନ୍ଦୋଳନ ନାହିଁ କି ଶାସକର ଆଲୋଚନା। ଏହା ବୋଧହୁଏ ନୂଆ ଭାରତ ଯେଉଁଠି ରାଷ୍ଟ୍ରୀୟ ଅର୍ଥନୀତି ଗୌଣ ଓ ରାଷ୍ଟ୍ରବାଦ ମୁଖ୍ୟ ପ୍ରସଙ୍ଗ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story