ଅସୁବିଧା ସୃଷ୍ଟି କରିବ ଚାଷୀ ସମସ୍ୟା

ଧାନ ଖର୍ଦିରେ ବିଳମ୍ବ ହେଉଥିବାରୁ ଏହିସବୁ ଧାନର ଗୁଣ କମିଯିବାର ଆଶଙ୍କା ରହିଛି। ଗ୍ରେନ୍ ଆନାଲାଇଜର୍ ମେସିନ୍ ବାହାନାରେ ମିଲରମାନେ ପ୍ରତି ବ୍ୟାଗରୁ ୨ କେ.ଜିରୁ ୩ କେ.ଜି ପର୍ଯ୍ୟନ୍ତ ଧାନ କାଟିବା ପାଇଁ ଚାଷୀଙ୍କୁ ବାଧ୍ୟ କରୁଛନ୍ତି। ଯିଏ ରାଜି ନହେଉଛି ତାହାର ଧାନ ଉଠାଇବା ବିଳମ୍ବ କରିଦିଆଯାଉଛି। ଏହି ଅବସ୍ଥାରୁ ଦଲାଲମାନେ ଫାଇଦା ଉଠାଉଛନ୍ତି।

Loss Of Paddy Due To Rain Impact

Loss Of Paddy Due To Rain Impact

Debendra Prusty
  • Published: Monday, 30 December 2024
  • Updated: 30 December 2024, 11:27 AM IST

Sports

Latest News

ରବି ଦାସ

ରାଜ୍ୟରେ ୬ ମାସ ହେଲା ପ୍ରତିଷ୍ଠିତ ହୋଇଥିବା ବିଜେପି ସରକାରର ସବୁଠାରୁ ବଡ଼ ଉପଲବ୍ଧି ଭାବରେ ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ବାର୍ଷିକ ୧୦ ହଜାର ହିସାବରେ ୫ ବର୍ଷରେ ୫୦,୦୦୦ ଟଙ୍କା ଦିଆଯିବାର ପ୍ରତିଶ୍ରୁତି ନେଇ ପ୍ରଥମ କିସ୍ତି ବଂଟନ ଯେପରି ହୋଇଛି, ଠିକ୍ ସେହିପରି ଚାଷୀମାନଙ୍କୁ ଧାନକିଣାରେ କ୍ୱିଂଟାଲ୍ ପିଛା ୩୧୦୦ ଟଙ୍କା ଦିଆଯିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମହିଳାମାନେ ବିଜେପିର ସୁଭଦ୍ରା ସହାୟତା ବଂଟନ ନେଇ ସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ପ୍ରଥମ କିସ୍ତି ଆସନ୍ତା ମାସରେ ଶେଷ ହେବା ପରେ ପ୍ରକୃତରେ କେତେ ମହିଳାଙ୍କୁ ଏହି ସାହାଯ୍ୟ ମିଳିଲା ତାହା ପରିଷ୍କାର ହୋଇଯିବ। କିନ୍ତୁ ଚାଷୀମାନଙ୍କଠାରୁ ଧାନ ସଂଗ୍ରହରେ ମୂଲ୍ୟବୃଦ୍ଧି ଯୋଗୁ ଯେତିକି ସନ୍ତୁଷ୍ଟ ଅଛନ୍ତି ସେହି ପରିମାଣରେ ମଣ୍ଡି ବ୍ୟବସ୍ଥାର ଅବ୍ୟବସ୍ଥା ଓ ଏଫ୍ଏକ୍ୟୁ ମାନ ବାହାନାରେ ଗ୍ରେନ୍ ଆନାଲାଇଜର୍ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁ ପୂର୍ବପରି କିଛି ପରିମାଣର କାଣ୍ଟଛାଣ୍ଟ ବା କଟ୍‌ନି ଛଟ୍‌ନି କାର୍ଯ୍ୟ ଚାଲିଛି।

ଏହାକୁ ବର୍ଦ୍ଧିତ ମୂଲ୍ୟ ଯୋଗୁ ଚାଷୀ ଗ୍ରହଣ କରିନେବାକୁ ପ୍ରସ୍ତୁତ ଥିଲେ ମଧ୍ୟ ମଣ୍ଡିଗୁଡ଼ିକରେ ଦେଖାଯାଇଥିବା ଅବ୍ୟବସ୍ଥା ଓ ଟୋକନ୍ ଯୋଗାଣରେ ବିଭ୍ରାଟ ଯୋଗୁ ଚାଷୀମାନେ ଧାନ ବିକ୍ରି କରିବାରେ ସମ୍ମୁଖୀନ ହୋଇଥିବା ଅସୁବିଧା କାରଣରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ମଣ୍ଡି ବ୍ୟବସ୍ଥାରେ ଅବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର, ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ ଭାବେ ମତ ପ୍ରକାଶ କରି ଏହା ପୂର୍ବ ସରକାରର ଅବ୍ୟବସ୍ଥା ଜନିତ କାରଣ ଯୋଗୁ ସୃଷ୍ଟି ବୋଲି ଉଲ୍ଲେଖ କରିଛନ୍ତି। କିନ୍ତୁ ଏହି ବକ୍ତବ୍ୟ ଦ୍ୱାରା ଚାଷୀଙ୍କ ସମସ୍ୟାର ସମାଧାନ ହେଉନାହିଁ। ଚାଷୀମାନଙ୍କ ପାଇଁ ଧାନର ସଂଗ୍ରହ ଦର ବୃଦ୍ଧି କରି ବିଜେପି ସରକାର ଯେଉଁ ଭଲବାର୍ତ୍ତା ଚାଷୀମାନଙ୍କ ଭିତରେ ସୃଷ୍ଟି କରିଛି ଓ ଯେଉଁଥିପାଇଁ ଗତ ନିର୍ବାଚନ ସମୟରେ ଏହା ଏକ ଗେମ୍ ଚେଞ୍ଜର୍ ଭାବରେ ସାବ୍ୟସ୍ତ ହୋଇଥିଲା ତାହା ମଣ୍ଡି ଜନିତ ଅବ୍ୟବସ୍ଥା ଯୋଗୁ ଅସନ୍ତୋଷର ଅଯଥା ଏକ ବାତାବରଣ ସୃଷ୍ଟି କରିଛି। ଏହି ସମସ୍ୟାକୁ ସମାଧାନ ପାଇଁ ସରକାର ବିଭିନ୍ନ ବିବୃତି ଦେଇ ଦଲାଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ମିଲ୍ ମାଲିକମାନଙ୍କୁ ବିଭିନ୍ନ ଧମକ ଦେଉଥିଲେ ମଧ୍ୟ ପରିସ୍ଥିତି ପୂର୍ବପରି ରହିଛି।

ବରଗଡ଼ ପରି ସର୍ବାଧିକ ଧାନ ସଂଗ୍ରହ ହେଉଥିବା ଜିଲ୍ଲାର ଚାଷୀମାନେ ମଣ୍ଡିରେ ରହିଥିବା ଧାନବସ୍ତାଗୁଡ଼ିକୁ ଉଠାଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ କରି ଡିସେମ୍ବର ୨୭ ତାରିଖ ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଇଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ମିଲରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଜିଲ୍ଲାର ବିଭିନ୍ନ ମଣ୍ଡି ଯଥା- ବରପାଲିର କୁମ୍ଭାରୀ, ତୁଲାଣ୍ଡି ଓ ଅଗଲପୁର ସହିତ ଭେଡେନ୍ ବ୍ଲକର ଆମ୍ବଭଣା, ବେଦେଗା, ସାହାରାତିକ୍ର ଓ ତେନ୍ତୁଳିତିକ୍ର ଅଂଚଳରେ ପ୍ରାୟ ୬ ଲକ୍ଷ ବ୍ୟାଗ ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ି ରହିଛି। ଏହି ସମୟରେ ବର୍ଷା ଆସିବାର ଆଶଙ୍କା ଦେଖାଦେଇଛି। ଚାଷୀମାନେ ଏଥର ଭଲଭାବରେ ଶୁଖାଇ ଗୁଣାତ୍ମକ ଧାନ ଆଣିଥିଲେ ମଧ୍ୟ ମଣ୍ଡିରେ ସେଗୁଡ଼ିକ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା ନାହିଁ।

ଅପରପକ୍ଷରେ ଧାନ ଖର୍ଦିରେ ବିଳମ୍ବ ହେଉଥିବାରୁ ଏହିସବୁ ଧାନର ଗୁଣ କମିଯିବାର ଆଶଙ୍କା ରହିଛି। ଗ୍ରେନ୍ ଆନାଲାଇଜର୍ ମେସିନ୍ ବାହାନାରେ ମିଲରମାନେ ପ୍ରତି ବ୍ୟାଗରୁ ୨ କେ.ଜିରୁ ୩ କେ.ଜି ପର୍ଯ୍ୟନ୍ତ ଧାନ କାଟିବା ପାଇଁ ଚାଷୀଙ୍କୁ ବାଧ୍ୟ କରୁଛନ୍ତି। ଯିଏ ରାଜି ନହେଉଛି ତାହାର ଧାନ ଉଠାଇବା ବିଳମ୍ବ କରିଦିଆଯାଉଛି। ଏହି ଅବସ୍ଥାରୁ ଦଲାଲମାନେ ଫାଇଦା ଉଠାଉଛନ୍ତି।

ପଶ୍ଚିମ ଓଡ଼ିଶା ଓ ଯେଉଁସବୁ ଅଂଚଳରେ ଧାନ ଅମଳ ପ୍ରାୟ ଶେଷ ହେବାକୁ ଯାଉଛି, ସେହିସବୁ ଅଂଚଳରେ ମଣ୍ଡି ଜନିତ ସମସ୍ୟା ଠାରୁ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଯେଉଁ ଅଂଚଳରେ ଧାନ ଅମଳ ହେବା ପୂର୍ବରୁ ଲଘୁଚାପ ଜନିତ ବର୍ଷା ପ୍ରାୟ ଦୁଇ-ତିନିଦିନ ଧରି ଲଗାଣ ଭାବେ ଚାଲିବା ସେହି ଅଂଚଳରେ ଚାଷୀମାନଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଛି। ଧାନ ବିଲରେ ପାଣି ଭର୍ତି ହୋଇଯାଇଥିବା ଦୃଷ୍ଟିରୁ ଅମଳ ହେବାକୁ ଥିବା ଧାନଗୁଡ଼ିକ ସବୁ ଗଜା ହୋଇଯାଇଛି। ଏପରିକି ଯେଉଁମାନେ ଧାନ କଟା ସାରିଦେଇଥିଲେ କିନ୍ତୁ ଅମଳ କରି ପାରିନଥିଲେ ସେମାନଙ୍କ ଧାନଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଚଳିତ ବର୍ଷ ଚାଷୀମାନେ ଅତି ଆଗ୍ରହର ସହିତ ୩୧୦୦ ଟଙ୍କାରେ ଧାନ ଖରଦି ହେବା ସମ୍ଭାବନା ଦୃଷ୍ଟିରୁ ବିଭିନ୍ନ ସୂତ୍ରରୁ ଋଣ କରି ଧାନଚାଷ କରିଥିଲେ। ଭଲ ପାଣିପାଗ ଯୋଗୁ ଧାନଚାଷ ବି ଖୁବ୍ ଭଲ ହୋଇଥିଲା। କିନ୍ତୁ ଅମଳ ସମୟରେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସମ୍ପୂର୍ଣ୍ଣ ଧାନକ୍ଷେତ ନଷ୍ଟ ହୋଇଯିବାରୁ ଚାଷୀମାନଙ୍କ ଭିତରେ ହାହାକାର ଭାବନା ଦେଖାଦେଇଛି।

ଏହି କାରଣରୁ ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ତିନିଜଣ ଚାଷୀ ପ୍ରାଣ ହରାଇଲେଣି। ଗୁରୁବାର ଦିନ ଧାନକ୍ଷେତର ଏପରି ଅବସ୍ଥା ଦେଖି ଜଗତସିଂହପୁର ଜିଲ୍ଲାର ଜଣେ ଚାଷୀ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ଜଗତସିଂହପୁରର ଏହି ଚାଷୀ ସାହୁକାର ଠାରୁ ଋଣ ଆଣି ପ୍ରାୟ ତିନି ଏକର ଜମି ଚାଷ କରିଥିଲେ। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଓ ଗଞ୍ଜାମ ଜିଲ୍ଲାରୁ ଜଣେ ଚାଷୀଙ୍କର ଧାନକ୍ଷେତର ଭୟାନକ ଅବସ୍ଥା ଦେଖି ମୃତ୍ୟୁବରଣ କରିଛନ୍ତି। ଯଦିଓ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତି କଳନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ଭରପୂର ଧାନକ୍ଷେତ ସମ୍ପୂର୍ଣ୍ଣ ଉଜୁଡ଼ିଯିବା ଦୃଶ୍ୟ ଅନେକ ଋଣଗ୍ରସ୍ତ ଚାଷୀମାନଙ୍କୁ ଅସହାୟ ଅବସ୍ଥାରେ ପକାଇ ଦେଇଛି। ଏହି ଅବସ୍ଥାକୁ କଳନା କରି ରାଜ୍ୟ ସରକାର ବିଶେଷ ଭାବରେ ମୁଖ୍ୟମନ୍ତ୍ରୀ ସାଧାରଣରେ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ଆଶ୍ୱାସନା ଦେବା ପାଇଁ ସେମାନଙ୍କର ସମସ୍ତ କ୍ଷତି ଭରଣା କରାଯିବ ଓ ଋଣ ପରିଶୋଧ ପାଇଁ ସେମାନଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ପ୍ରତିଶ୍ରୁତି ଦେବା ଜରୁରୀ ହୋଇପଡ଼ିଛି। କିନ୍ତୁ ଦେଖାଯାଉଛି ଚାଷୀମାନଙ୍କ ମୃତ୍ୟୁଖବରକୁ ସରକାର ସିଧାସଳଖ ଧାନ କ୍ଷତି ଜନିତ ପରିସ୍ଥିତି ପାଇଁ ସୃଷ୍ଟି ବୋଲି ସ୍ୱୀକାର ନକରି ଏହିସବୁ ମୃତ୍ୟୁ ଘଟଣାଗୁଡ଼ିକର କାରଣ ତଦନ୍ତ କରାଯାଉଥିବା ବିଷୟ ବାରମ୍ବାର କହୁଛନ୍ତି।

ଏଠାରେ ଉଲ୍ଲେଖନୀୟ ଯେ, ବିଜୁ ଜନତା ଦଳ ସରକାର ସମୟରେ ୨୦୧୪ ମସିହା ପୂର୍ବରୁ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ବହୁଳ ଭାବରେ ଯେତେବେଳେ ହୋଇଥିଲା, ସେତେବେଳେ ମଧ୍ୟ ଚାଷୀ ଆତ୍ମହତ୍ୟା କୃଷିଜନିତ ବା ଋଣ ଜନିତ କାରଣରୁ ନୁହେଁ ବୋଲି କହି ଏହିସବୁ ଆତ୍ମହତ୍ୟା ବା ମୃତ୍ୟୁ ଘଟଣା ପଛରେ ପାରିବାରିକ କଳହ ଓ ମଦ୍ୟପାନ ପ୍ରଭୃତିକୁ ଦାୟି କରିଥିଲେ। ଏପରିକି ବିଧାନସଭାରେ ଏହା ଉପରେ ଆଲୋଚନା ବେଳେ ମଧ୍ୟ ସ୍ୱର୍ଗତ ଡ଼. ଦାମୋଦର ରାଉତ ଚାଷୀ ଆତ୍ମହତ୍ୟା ଘଟଣାକୁ ସ୍ୱୀକାର କରିନଥିଲେ। କିନ୍ତୁ ସେତେବେଳେ ରାଜ୍ୟର ଅନେକ ସାମାଜିକ କୃଷକ ସଂଗଠନ ନେତାମାନେ ପ୍ରତ୍ୟେକ ଆତ୍ମହତ୍ୟା କରିଥିବା ଚାଷୀ ପରିବାର ପାଖକୁ ଯାଇ ସେମାନଙ୍କର ରିପୋର୍ଟ ଦାଖଲ କରି ସରକାର ବାସ୍ତବତାକୁ ଗ୍ରହଣ କରିବା ପାଇଁ ଚାପ ସୃଷ୍ଟି କରିଥିଲେ। ତେବେ ସେହି ସମୟରେ ସୃଷ୍ଟି ହୋଇଥିବା ଜାଗରଣ ଫଳରେ ଗତ କେତେବର୍ଷ ହେଲା ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣାଗୁଡ଼ିକ କମିଯାଇଥିଲା।

ଏବେ ରାଜ୍ୟରେ ଫସଲ ବୀମା ବ୍ୟବସ୍ଥା ସଂପ୍ରସାରିତ ହୋଇଛି। ତଥାପି ପ୍ରାକୃତିକ ବିପର୍ଯ୍ୟୟ ଜନିତ ପ୍ରକୃତ କ୍ଷତି ସରକାର କିମ୍ବା ବୀମା କମ୍ପାନୀ ପୂରଣ କରୁନାହାନ୍ତି। ନିକଟରେ ହୋଇଥିବା ‘ଦାନା’ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀମାନଙ୍କୁ ଯେଉଁ କ୍ଷତିଭରଣା କରିବାର ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ ହେଲାନାହିଁ। କିନ୍ତୁ ଏଥର ପରିସ୍ଥିତି ଅତ୍ୟନ୍ତ ସାଙ୍ଘାତିକ। ଠିକ୍ ଅମଳ କରିବା ସମୟରେ ଭରପୂର ଧାନକ୍ଷେତରେ ପାଚିଳା ଧାନଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଦୃଶ୍ୟ କୌଣସି ଚାଷୀ ପାଇଁ ସହଜରେ ଗ୍ରହଣ କରିନେବା ସହଜ କଥା ନୁହେଁ। ବିଶେଷ ଭାବରେ ଯେଉଁମାନେ ଋଣଗ୍ରସ୍ତ ଓ ଏହି ଧାନଫସଲ ଉପରେ ନିର୍ଭର କରି ବର୍ଷକର ପରିବାର ପୋଷଣ କରନ୍ତି, ସେମାନେ ଅସହାୟ ପରିସ୍ଥିତିରେ ପଡ଼ିବା ସ୍ୱାଭାବିକ। ତେଣୁ ରାଜ୍ୟ ସରକାର ବୀମା କମ୍ପାନୀମାନଙ୍କ ସହାୟତା ନେଇ ଓ ରାଜ୍ୟ ସରକାରଙ୍କର ପ୍ରାକୃତିକ ବିପର୍ଯ୍ୟୟ ଜନିତ ପାଣ୍ଠିର ସ୍ଥିତିକୁ ବିଚାର କରି ସବୁ ଚାଷୀଙ୍କର କ୍ଷତି ଭରଣା ହେବ ବୋଲି ଏକ ନିର୍ଭର ପ୍ରତିଶ୍ରୁତି ବା ଆଶ୍ୱାସନା ନିହାତି ଆବଶ୍ୟକ। ନହେଲେ ରାଜ୍ୟରେ ଚାଷୀମୃତ୍ୟୁ ଘଟଣା ଆହୁରି ବୃଦ୍ଧି ପାଇବ।

ଫୋ- ୯୪୩୭୪୦୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story