ବଜେଟରେ ପୁଣି କୃଷି ଓ କୃଷକଙ୍କୁ ଉପେକ୍ଷା

ସଂସଦରେ ଉପସ୍ଥାପିତ ବଜେଟ୍ ଦିଲ୍ଲୀ ନିର୍ବାଚନକୁ ଆଖିରେ ରଖି ଭୟଙ୍କର ଦରବୃଦ୍ଧି ଓ ବେକାରୀ ଦ୍ୱାରା ଆକ୍ରାନ୍ତ ଦେଶର ମଧ୍ୟବିତ୍ତ ଶ୍ରେଣୀର ଏକ ଛୋଟ ଅଂଶ ପାଇଁ ଆୟକର ସୀମାକୁ ବଢ଼ାଇ ସାମାନ୍ୟ ଆଶ୍ୱସ୍ତି ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଦେଶର ସାଧାରଣ ଜନତା ବିଶେଷ କରି କୃଷକ ଓ କୃଷି ଶ୍ରମିକଙ୍କୁ ପୁଣିଥରେ ନିରାଶ କରିଛି।

Farmer

Farmer

Debendra Prusty
  • Published: Friday, 14 February 2025
  • Updated: 14 February 2025, 12:36 PM IST

Sports

Latest News

ଭାଲଚନ୍ଦ୍ର ଷଡ଼ଙ୍ଗୀ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପିତ ବଜେଟ୍ ଦିଲ୍ଲୀ ନିର୍ବାଚନକୁ ଆଖିରେ ରଖି ଭୟଙ୍କର ଦରବୃଦ୍ଧି ଓ ବେକାରୀ ଦ୍ୱାରା ଆକ୍ରାନ୍ତ ଦେଶର ମଧ୍ୟବିତ୍ତ ଶ୍ରେଣୀର ଏକ ଛୋଟ ଅଂଶ ପାଇଁ ଆୟକର ସୀମାକୁ ବଢ଼ାଇ ସାମାନ୍ୟ ଆଶ୍ୱସ୍ତି ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଦେଶର ସାଧାରଣ ଜନତା ବିଶେଷ କରି କୃଷକ ଓ କୃଷି ଶ୍ରମିକଙ୍କୁ ପୁଣିଥରେ ନିରାଶ କରିଛି। ଅର୍ଥମନ୍ତ୍ରୀ ନିଜର ବଜେଟ୍ ଭାଷଣରେ ସମୃଦ୍ଧ ଗ୍ରାମ୍ୟ ଭାରତ ନିର୍ମାଣର ସ୍ୱପ୍ନ ଦେଖାଇଥିବା ବେଳେ କୃଷି ଓ ଗ୍ରାମାଞ୍ଚଳ ପାଇଁ ବ୍ୟୟ ବରାଦକୁ ହ୍ରାସ କରିଛନ୍ତି। ଦେଶରେ କୃଷିର ଚିତ୍ର ବଦଳିଯିବ ଏବଂ ଗ୍ରାମାଞ୍ଚଳରେ ଏତେ ବିକାଶ ହେବ ଯେ ଗ୍ରାମାଞ୍ଚଳର ଲୋକେ ଆଉ ଦାଦନ ହୋଇ ଗାଁରୁ ପଳାୟନ କରିବେ ନାହିଁ ବୋଲି ବାହାସ୍ଫାଟ ମାରିବାକୁ ଭୁଲି ନାହାନ୍ତି।

କେନ୍ଦ୍ରୀୟ ବଜେଟରେ ଚଳିତ ଆର୍ଥିକ ବର୍ଷରେ କୃଷି ଉତ୍ପାଦନ ଏବଂ ଲୋକଙ୍କ ଆୟ ବୃଦ୍ଧି, ଗ୍ରାମାଞ୍ଚଳରେ ନିଯୁକ୍ତି ବୃଦ୍ଧି, ପୁଷ୍ଟିକର ସହାୟତା ବିସ୍ତାର, ମୁଦ୍ରାସ୍ଫୀତି ଚାପ ହ୍ରାସ କିମ୍ବା କୃଷକଙ୍କ ଋଣଭାରକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ନିଜର ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ଦର ପାଇଁ ଆଇନ କରିବାକୁ ଦେଶର କୃଷକମାନେ ଲଗାତାର ଆନ୍ଦୋଳନ କରୁଥିବା ବେଳେ ସରକାର ବଜେଟରେ ସେନେଇ ଏକଦମ୍ ନୀରବ ରହିଛନ୍ତି। ଆଶ୍ଚର୍ଯ୍ୟର କଥା, ବଜେଟରେ ‘ଧନଧାନ୍ୟ କୃଷି ଯୋଜନା’ ପରି ଯେଉଁ ନୂତନ ଛଅଟି କୃଷି ପ୍ରକଳ୍ପ ବଡ଼ ଘୋଷଣା କରାଯାଇଛି ସେସବୁ ପାଇଁ କୌଣସି ବ୍ୟୟବରାଦ କରାଯାଇ ନାହିଁ।

ଅର୍ଥମନ୍ତ୍ରୀ ଦେଶର କୃଷିକ୍ଷେତ୍ରକୁ ବିକାଶର ପ୍ରଥମ ଇଂଜିନ ବୋଲି ନିଜର ବଜେଟ୍ ଭାଷଣରେ ବର୍ଣ୍ଣନା କରିଥିବା ବେଳେ ତା’କୁ ହିଁ ସବୁଠାରୁ ବେଶୀ ଉପେକ୍ଷା କରିବା ଦେଖାଯାଇଛି। କୃଷି ପାଇଁ ବ୍ୟୟବରାଦ ଗତବର୍ଷର ସଂଶୋଧିତ ବ୍ୟୟବରାଦ ତୁଳନାରେ ୩୯୦୫.୦୫ କୋଟି ଟଙ୍କା କମ୍ ହୋଇଥିବା ଜଣାପଡ଼ିଛି। ଗତବର୍ଷର ସଂଶୋଧିତ ହିସାବ ପ୍ରକାରେ କୃଷିରେ ସର୍ବମୋଟ ୧,୩୧,୧୯୫.୨୧ କୋଟି ବ୍ୟୟ କରିଥିବା ବେଳେ ଚଳିତ ବଜେଟ୍ରେ ତାକୁ ୧,୨୭,୨୯୦.୧୬ କୋଟିକୁ ହ୍ରାସ କରାଯାଇଛି।

ମୋଦି ସରକାରଙ୍କ ଗତ ତିନୋଟି ଯାକ ଶାସନ କାଳରେ ଦେଶରେ କୃଷି ଓ କୃଷକଙ୍କ ସଙ୍କଟ କ୍ରମାଗତ ଭାବେ ଉକ୍ରଟ ହେବାରେ ଲାଗିଛି। କୃଷି ସଙ୍କଟ ଓ ଋଣବୋଝର ଶିକାର ହୋଇ ପ୍ରତିଦିନ ଦେଶରେ ହାରାହାରି ୩୧ ଜଣ କୃଷକ ଆତ୍ମହତ୍ୟା କରୁଥିବା ବେଳେ ସରକାର ତାକୁ ରୋକିବାରେ ଏକଦମ୍ ବିଫଳ ହୋଇଛନ୍ତି। ଦେଢ଼ ମାସ ତଳେ କୃଷି ସମ୍ପର୍କିତ ସଂସଦୀୟ ସମିତି ଦେଶର କୃଷକଙ୍କୁ ଉପରୋକ୍ତ ସଙ୍କଟରୁ ଉଦ୍ଧାର ପାଇବା ପାଇଁ ଚାରୋଟି ସୁପାରିଶ ରଖିଥିଲା। ଏହି ସମିତିରେ ସ୍ୱାଭାବିକ ଭାବେ ଏନ୍ଡ଼ିଏ ଓ ବିଶେଷ କରି ଭାଜପାର ସାଂସଦମାନେ ବହୁ ସଂଖ୍ୟାରେ ଥିଲେ। ତେବେ ସରକାର ଯେ ସଂସଦୀୟ ସମିତିର ସୁପାରିଶ ପ୍ରତି ଆଦୌ ଗମ୍ଭୀର ନୁହଁନ୍ତି, ଏକଥା ଅର୍ଥମନ୍ତ୍ରୀଙ୍କ ସଦ୍ୟ ବଜେଟ୍ ଭାଷଣରୁ ସ୍ପଷ୍ଟ ଜଣାପଡ଼ିଛି।

ସଂସଦୀୟ ସମିତି ତା’ର ସୁପାରିଶରେ ପିଏମ୍ କିଷାନ୍ ଯୋଜନାରେ ଉପଲବ୍ଧ ବାର୍ଷିକ ଛଅ ହଜାର ଟଙ୍କାର ସହାୟତା ରାଶିକୁ ମୁଦ୍ରାସ୍ଫୀତି ଅନୁସାରେ ବୃଦ୍ଧି କରିବାକୁ କହିଛି। ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାର ରାଶିଟି ଗତ ସାତ ବର୍ଷ ମଧ୍ୟରେ ଆଦୌ ବଢ଼ିନାହିଁ। ଦରଦାମ୍ ବୃଦ୍ଧିକୁ ଦେଖିଲେ ସେହି ରାଶି ଆଜିର ଦିନରେ ପ୍ରାୟ ତିନି ହଜାର ଟଙ୍କା ହେବ। ଅତଏବ ଏହି ରାଶିକୁ ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସରକାର କମ୍ ସେ କମ୍ ଦଶ ହଜାର ଟଙ୍କାକୁ ବୃଦ୍ଧି କରିବାର ଆବଶ୍ୟକ ଥିଲା। କିନ୍ତୁ ଅର୍ଥମନ୍ତ୍ରୀ ନିଜର ବଜେଟ୍ ଭାଷଣରେ କୃଷକଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ଏହି ଗୁରୁତ୍ତ୍ୱପୂର୍ଣ୍ଣ ଯୋଜନା ସମ୍ପର୍କରେ ଆଦୌ ଉଲ୍ଲେଖ କରିବାକୁ ଚାହିଁ ନାହାଁନ୍ତି।

ସଂସଦୀୟ ସମିତି ଫସଲର ଏମ୍ଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ଦେବାକୁ ତା’ର ଦ୍ୱିତୀୟ ସୁପାରିଶ କରିଥିଲା। ଏହି ପ୍ରସଙ୍ଗଟି ଦେଶରେ କୃଷକମାନଙ୍କ ସବୁଠାରୁ ପ୍ରମୁଖ ଦାବି ହୋଇ ରହିଆସିଛି ଏବଂ ଆଜି ବି ସେମାନଙ୍କ ସଂଘର୍ଷ ଅବ୍ୟାହତ ରହିଛି। ସେମାନଙ୍କ ଉପରୋକ୍ତ ଦାବିର ତିନୋଟି ଭାଗ ରହିଛି ଯଥା ସବୁ ଫସଲ ପାଇଁ ଏମ୍ଏସପି ଦେବା, ଡ଼ଃ ଏମ୍ ଏସ୍ ସ୍ୱାମୀନାଥନ୍ କମିଶନଙ୍କ ସୁପାରିଶ ପ୍ରକାରେ ଫସଲର ଏମ୍ଏସପି ନିର୍ଦ୍ଧାରଣ କରିବା ଏବଂ ସର୍ବୋପରି ଏମ୍ଏସପିକୁ ଆଇନଗତ ମାନ୍ୟତା ପ୍ରଦାନ କରିବା। କିନ୍ତୁ ପରିତାପର ବିଷୟ, ସରକାର ଚଳିତ ବଜେଟରେ ଏମ୍ଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ଦେବା କଥା ଛାଡ଼ନ୍ତୁ, ଏମ୍ଏସପି ଶବ୍ଦର ଉଲ୍ଲେଖ ବି କରିନାହାଁନ୍ତି।

ସଂସଦୀୟ ସମିତି କୃଷକଙ୍କୁ ଋଣମୁକ୍ତି କରିବାକୁ ସୁପାରିଶ କରିଛନ୍ତି। କିନ୍ତୁ ବଜେଟରେ ସରକାର କିଷାନ୍ କ୍ରେଡ଼ିଟ୍ କାର୍ଡ଼ରେ ବ୍ୟକ୍ତିଗତ ଋଣ ସୀମାକୁ ୩ରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। କେବଳ ଧନୀ କୃଷକ ଓ କୃଷି ଯନ୍ତ୍ରପାତି ନିର୍ମାଣକାରୀ କମ୍ପାନୀମାନେ ହିଁ ଏହାର ଲାଭ ପାଇବେ। ସରକାରଙ୍କ ଉପରୋକ୍ତ ଘୋଷଣା ମୂଳତଃ କର୍ପୋରେଟ୍ କ୍ଷେତ୍ର ଦ୍ୱାରା ମହଙ୍ଗା ସାମଗ୍ରୀର ବିକ୍ରୟକୁ ବଜାୟ ରଖିବାକୁ ଉଦ୍ଦିଷ୍ଟ। ତେବେ ସରକାର କୃଷକଙ୍କ ଋଣର ପରିମାଣକୁ ବୃଦ୍ଧି କରିଥିଲେ ମଧ୍ୟ ସେଥିରେ ପୂର୍ବରୁ ଥିବା ସବସିଡ଼ିର ପାରିମାଣକୁ ବୃଦ୍ଧି କରି କୌଣସି ବ୍ୟୟବରାଦ କରିନାହାନ୍ତି। ସରକାର ଗତ ଏଗାର ବର୍ଷ ମଧ୍ୟରେ ଦେଶର ବୃହତ କମ୍ପାନୀମାନଙ୍କ ୧୬ ଲକ୍ଷ କୋଟିରୁ ଅଧିକ ବ୍ୟାଙ୍କ୍ ଋଣକୁ ଛାଡ଼ କରିଥିବା ବେଳେ କୃଷକଙ୍କୁ ଋଣଜାଲରୁ ମୁକ୍ତ କରିବାକୁ ବଜେଟ୍ରେ କୌଣସି ଘୋଷଣା କରିନାହାନ୍ତି।

ସଂସଦୀୟ ସମିତି ତା’ର ଚତୁର୍ଥ ସୁପାରିଶରେ ଦେଶରେ ଫସଲବୀମା ଯୋଜନାକୁ ଅଧିକ ସଶକ୍ତ କରିବାକୁ କହିଛି। ବର୍ତ୍ତମାନ ଚାଲିଥିବା ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ରାଶି ଅପର୍ଯ୍ୟାପ୍ତ ଏବଂ ତାହା ମୂଳତଃ କୃଷକଙ୍କ ପରିବର୍ତ୍ତେ ଘରୋଇ ବୀମା କମ୍ପାନୀଙ୍କ ମୁନାଫା ପାଇଁ ଅଧିକ ଫୋକସ୍ କରୁଛି। ତେଣୁ ଫସଲବୀମାକୁ ନେଇ ଦେଶର ସବୁଆଡ଼େ କୃଷକମାନେ ଅସନ୍ତୋଷ ପ୍ରକାଶ କରି ଆସିଛନ୍ତି। କିନ୍ତୁ ଏହାର ବିପରୀତ ସରକାର ଚଳିତ ବଜେଟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ଗତବର୍ଷ ତୁଳନାରେ ଚଳିତ ବର୍ଷର ବଜେଟରେ ୩୬୨୧.୭୩ କୋଟି ଟଙ୍କା ବ୍ୟୟବରାଦକୁ ହ୍ରାସ କରିଛନ୍ତି। ଗତ ବଜେଟରେ ଫସଲବୀମା ବାବଦରେ ୧୮,୮୬୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଚଳିତ ବଜେଟରେ ତାହା୧୨,୨୪୨.୨୭ କୋଟିକୁ ହ୍ରାସ କରାଯାଇଛି।

ସେହିପରି ବଜେଟରେ ସାର ବାବଦରେ ବ୍ୟୟ ବା ସବସିଡ଼ିକୁ ବି ହ୍ରାସ କରି ସରକାର ନିଜର କୃଷକ ବିରୋଧି ନୀତିର ପରିଚୟ ଦେଇଛନ୍ତି। ଗତବର୍ଷର ସଂଶୋଧିତ ହିସାବ ଅନୁଯାୟୀ ସରକାର ସାର ବାବଦରେ ୧,୮୩,୦୦୩.୨୯ କୋଟି ଖର୍ଚ୍ଚ କରିଥିବା ବେଳେ ଚଳିତ ବଜେଟରେ ସେଥିରେ ୨୬,୫୦୦.୮୫ କୋଟି ହ୍ରାସ କରି ୧,୫୬,୫୦୨.୪୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସାର ସବସିଡ଼ି ବାବଦରେ ସରକାରଙ୍କ ଏହି ଖର୍ଚ୍ଚହ୍ରାସ କୃଷକଙ୍କ ଉତ୍ପାଦନ ଖର୍ଚ୍ଚକୁ ବଢ଼ାଇବା ସହ ସେମାନଙ୍କ ଉପରେ ଅନାବଶ୍ୟକ ଆର୍ଥିକ ବୋଝକୁ ଲଦିବ।

ଦେଶର ଅଧିକାଂଶ ଲୋକ ଭୟଙ୍କର ଖାଦ୍ୟ ଅସୁରକ୍ଷାର ଶିକାର ହୋଇ ଆସିଛନ୍ତି। ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ଲଗାତାର ତଳେ ରହି ଆସିଛି। ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ଅଶୀ କୋଟି ଗରିବ ଲୋକ ମାସିକ ପାଞ୍ଚ କିଲୋ ମାଗଣା ଚାଉଳର ଭରସାରେ ବଂଚିଥିବା ବେଳେ ଆହୁରି ଅନେକ ଲୋକ ସରକାରଙ୍କ ଇଚ୍ଛାଶକ୍ତି ଅଭାବରୁ ସେଥିରୁ ବଂଚିତ ହୋଇ ରହିଛନ୍ତି। ଏଭଳି ପରିସ୍ଥିତିରେ ସରକାର ବଜେଟରେ ଖାଦ୍ୟ ସୁରକ୍ଷା ଓ ଗଣ ବଣ୍ଟନ ବାବଦରେ ବ୍ୟୟବରାଦକୁ ହ୍ରାସ କରିବା ସମ୍ବେଦନହୀନତାର ପରିଚୟ ଦିଏ। ଖାଦ୍ୟ ବାବଦରେ ସରକାର ଗତ ବଜେଟରେ ୨,୧୩,୦୧୯.୭୫ କୋଟି ବ୍ୟୟବରାଦ କରିଥିବା ବେଳେ ଚଳିତ ବଜେଟରେ ତାକୁ ୨,୧୧,୪୦୬.୩୭ କୋଟିକୁ ହ୍ରାସ କରିଛନ୍ତି।

ଭୟଙ୍କର ସଙ୍କଟର ସାମନା କରୁଥିବା ଦେଶର ଗ୍ରାମୀଣ କ୍ଷେତ୍ର ଏବେ ଏକ କୃଷକ ଓ କୃଷି ଶ୍ରମିକ ସପକ୍ଷବାଦୀ ସଂସ୍କାର ଆବଶ୍ୟକ କରୁଛି। କିନ୍ତୁ ସେଥିପାଇଁ ଯେଉଁ କ୍ଷେତ୍ର ଗୁଡ଼ିକରେ ବ୍ୟୟବରାଦ ଆବଶ୍ୟକ ସେଥିପାଇଁ ବ୍ୟୟବରାଦରେ କୌଣସି ବୃଦ୍ଧି କରିନାହାନ୍ତି। ବରଂ ଅନେକ ଗୁଡ଼ିଏ କ୍ଷେତ୍ରରେ ବ୍ୟୟବରାଦକୁ ହ୍ରାସ କରି ସରକାର ଏନେଇ ନିଜର ସମ୍ବେଦନହୀନତାକୁ ପ୍ରକାଶ କରିଛନ୍ତି। ଚଳିତ ବଜେଟରେ କୃଷି ବାବଦରେ ବ୍ୟୟବରାଦର ହାର ୨.୭୬% ହ୍ରାସ ପାଇଛି। ବଜାରରେ ମୂଲ୍ୟବୃଦ୍ଧିର ହାରକୁ ଦେଖିଲେ ଏହି ହ୍ରାସର ହାରଟି ଆହୁରି ଅଧିକ ହେବା ନିଶ୍ଚିତ। ଗ୍ରାମୀଣ ବିକାଶ ପାଇଁ ୨.୬୫ ଲକ୍ଷ କୋଟି ଟଙ୍କାରୁ ୨.୬୬ ଲକ୍ଷ କୋଟି ଟଙ୍କା ଏବଂ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧.୫୧ ଲକ୍ଷ କୋଟି ଟଙ୍କାରୁ ୧.୭୧ ଲକ୍ଷ କୋଟି ଟଙ୍କା କରାଯାଇଛି। ଗତବର୍ଷ ବଜେଟର ୫.୫୧% ଗ୍ରାମୀଣ ବିକାଶ ବାବଦରେ ବ୍ୟୟ ବରାଦ ହୋଇଥିବା ବେଳେ ଚଳିତ ବର୍ଷ ତାହା ବଜେଟର ୫.୨୬%କୁ ହ୍ରାସ ପାଇଛି। ଯେଉଁ ସାମାନ୍ୟ ବୃଦ୍ଧି କରାଯାଇଛି ତାହା ମୁଦ୍ରାସ୍ଫୀତିକୁ ହିସାବକୁ ନେଲେ ଅତ୍ୟନ୍ତ ନଗନ୍ୟ ମନେହୁଏ।

ଏହି ସରକାର କ୍ଷମତାକୁ ଆସିବା ପୂର୍ବରୁ ଓ ପରେ ବାରମ୍ବାର କୃଷକଙ୍କ ଆୟକୁ ଦୁଇଗୁଣ କରିବା କଥା କହିଆସିଛନ୍ତି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ କୃଷି ଆୟକୁ ଦୁଇଗୁଣ କରିବାକୁ ୨୦୧୭ ବଜେଟରେ ସରକାର ସଂସଦରେ ଘୋଷଣା କରିଥିଲେ। କିନ୍ତୁ ଇତି ମଧ୍ୟରେ ଆଠ ବର୍ଷ ବିତି ଯାଇଥିଲେ ବି କୃଷକଙ୍କ ଆୟ ଦୁଇ ଗୁଣ ହେବା ଦୂରର କଥା ସେମାନଙ୍କର ଋଣଭାର ବଢ଼ିଛି। ଲକ୍ଷ ଲକ୍ଷ କୃଷକ କୃଷି ସଙ୍କଟର ଶିକାର ହୋଇ କୃଷି ଛାଡ଼ି ସହରକୁ ପଳାୟନ କରୁଛନ୍ତି ଅଥବା ଋଣଭାରରେ ପଡ଼ି ଆତ୍ମହତ୍ୟା କରୁଛନ୍ତି। କମ୍ ସେ କମ୍ ସରକାର ଚଳିତ ବଜେଟରେ କୃଷକଙ୍କ ଏହି ସଙ୍କଟ ସମୟରେ କିଛି ଠୋସ୍ ଘାଷଣା କରିବେ ବୋଲି ଅନେକ ଆଶା ଥିଲା।। କିନ୍ତୁ କୃଷି ପାଇଁ ଅତିରିକ୍ତ ବ୍ୟୟବରାଦ କରିବା ବଦଳରେ ବ୍ୟୟହ୍ରାସ କରି ସରକାର ଦେଶର କୋଟି କୋଟି କୃଷକଙ୍କୁ ଉପେକ୍ଷିତ ଓ ନିରାଶ କରିଛନ୍ତି।

ଫୋନ- ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story