ବୁଦ୍ଧି ନଦିଶଇ ଘରକୁ: ଏଇଠି ଅଛି ଉତ୍କର୍ଷ ଓଡ଼ିଶା ପାଇଁ ପୁଞ୍ଜି

ପୁଞ୍ଜି ସଂଗ୍ରହ ପାଇଁ ନିଜସ୍ୱ ବ୍ୟବସ୍ଥା ଭିତରେ ଥିବା ସମସ୍ତ ଅଚଳନ୍ତି ସ୍ଥାବର ଓ ଅସ୍ଥାବର ସଂପତ୍ତି ବିକ୍ରି କରି ସରକାର ଗୋଟିଏ ବର୍ଷ ଭିତରେ ଅନେକ ପୁଞ୍ଜି ସଂଗ୍ରହ କରପାରିବେ। ପୁଞ୍ଜି ପାଇଁ ବାହାର ରାଜ୍ୟର ବା ବାହାର ପୁଞ୍ଜିପତିମାନଙ୍କ ଦ୍ୱାରସ୍ଥ ହେବା କମିଯିବ। ସରାକରୀ ପୁଞ୍ଜିରେ ଅନେକ ଉତ୍କର୍ଷତା ଉପଲବ୍ଧ ହେବ।

Utkarsh Odisha Logo

Utkarsh Odisha Logo

Debendra Prusty
  • Published: Tuesday, 28 January 2025
  • Updated: 28 January 2025, 03:58 PM IST

ପଞ୍ଚାନନ କାନୁନଗୋ

ଏଇ ଅଳ୍ପ କିଛି ଦିନ ତଳେ ପ୍ରବାସୀ ଭାରତୀୟଙ୍କର ଏକ ବିରାଟ ସମ୍ମିଳନୀ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ହୋଇଥିଲା। ଖୁବ୍‌ କାଚଚକ୍ୟ ଆଡ଼ମ୍ବର ଭିତରେ ଉତ୍ସବ ପାଳନ କରାଗଲା ବୋଲି ଅନୁଭୂତ ହେଲା। କିନ୍ତୁ ସେଥିରୁ ଓଡ଼ିଆଙ୍କୁ କ’ଣ ମିଳିବ ନମିଳିବ ତା’ର ହିସାବ କଲାବେଳେ ଜଣେ କେହି ନିଶ୍ଚୟ ହତାଶ ହେବ। ଏବେ ପୁଣି ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶାର ଏକ ସମ୍ମିଳନୀ ଓଡ଼ିଶାରେ ଅନୁଷ୍ଠିତ ହେଉଛି। ଏହାକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୮ ତାରିଖରେ ଉନ୍ମୋଚନ କରିଛନ୍ତି। ଏହାର ଉଦ୍ଦେଶ୍ୟ ନିବେଶକାରୀମାନେ ବହୁ ସଂଖ୍ୟାରେ ଓଡ଼ିଶା ଆସିବେ ଏବଂ ଓଡ଼ିଶା ଏକ ନିବେଶ ବିନିଯୋଗକାରୀ ରାଜ୍ୟ ଭାବେ ପରିଗଣିତ ହୋଇଥିବାରୁ ଅନେକ କ୍ଷେତ୍ରରେ ଏମାନେ ଏଠାରେ ବିନିଯୋଗ କରିବେ ଏବଂ ଶିଳ୍ପାନୁଷ୍ଠାନ ଗଢ଼ି ଉଠିବ। କେତେ ସଂକଳ୍ପ ହେବ, କେତେ ଏମ୍‌ଓୟୁ ସ୍ୱାକ୍ଷରିତ ହେବ ଏବଂ ସେଥିରୁ କେତେ କାର୍ଯ୍ୟକାରୀ ହେବ ତାହା ପରବର୍ତ୍ତୀ କାଳରେ ଦେଖାଯିବ।

ଏକ ଉତ୍କର୍ଷ ଓଡ଼ିଶା ଗଠନ ପାଇଁ ଆମର ଯାହା ଆବଶ୍ୟକ ତାକୁ ଅନୁଧ୍ୟାନ କରି ଯଦି ଶିଳ୍ପାନୁଷ୍ଠାନ ଗଠନ କରିବକୁ ଚାହୁଁ ତା’ହେଲେ ରାଜ୍ୟ ଓ ରାଜ୍ୟବାସୀଙ୍କ ପ୍ରାଥମିକତାକୁ ଅନୁଧ୍ୟାନ କରିବା ଉଚିତ୍‌। ବାହାର ପୁଞ୍ଜି ଉପରେ ବିଶେଷ ଗୁରୁତ୍ୱ ନଦେଇ ନିଜେ ପୁଞ୍ଜି ସୃଷ୍ଟି କରିବାର ଆବଶ୍ୟକତା ଯଥେଷ୍ଟ ରହିଛି। ଆମେ ଜାଣୁ ଯେ ଔପନିବେଶିକ ଶାସନ ଇଂରେଜଙ୍କ ସମୟରେ ଓଡ଼ିଶାର ପ୍ରଭୂତ କ୍ଷତି ହେଲା। ଏଠୁ ସଂପତ୍ତି ଲୁଟ୍‌ ହୋଇଗଲା ଓ ରାଜ୍ୟର ଅନେକ ମୌଳିକ ବ୍ୟବସ୍ଥା ନିଶ୍ଚିହ୍ନ ହୋଇଗଲା। ଔପନିବେଶିକ ଶାସନ ପୂର୍ବରୁ ଏ ରାଜ୍ୟ ଏକ ସମୃଦ୍ଧ ରାଜ୍ୟ ଥିଲା ଓ ଏଠୁ ଅନେକ ସଂପତ୍ତି ବିଦେଶକୁ ଯାଉଥିଲା। ସେହି ସଂପତ୍ତିଗୁଡ଼ିକରେ ମଧ୍ୟରେ ଜଙ୍ଗଲଜାତ ଦ୍ରବ୍ୟ ଓ କୃଷିଜାତ ଦ୍ରବ୍ୟ, ଲୋକଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ମୌଳିକ ଉତ୍ପାଦନଗୁଡ଼ିକ ଅନ୍ତର୍ଭୁକ୍ତ ଥିଲା।

ପରବର୍ତ୍ତୀ କାଳରେ ଆମ ରାଜ୍ୟର ତନ୍ତୀ ଓ ତନ୍ତ ଅକାମୀ ହେଲା, ଆମେ ବିଦେଶୀ ଲୁଗା କିଣିଲୁ। ଆମ ରାଜ୍ୟର ଆଖୁ ତିଆରି ଗୁଡ଼ ପ୍ରାୟତଃ ବନ୍ଦ ହେଲା, ଆମେ ଚିନି ବାହାରୁ ଆଣିଲୁ। ଆମ ରାଜ୍ୟର କୃଷି ଉତ୍ପାଦନ କ୍ରମଶଃ କ୍ଷତିର ସମ୍ମୁଖୀନ ହେଲା। ଆମେ ବାହାର ରାଜ୍ୟରୁ ଆମ ଖାଦ୍ୟ ସବୁ କିଣିଲୁ। ସ୍ୱାଧୀନ ଭାରତରେ ସେହି ଔପନିବେଶୀୟ ଶାସନର ଧାରା ଓଡ଼ିଶାରେ ଅଧିକରୁ ଅଧିକତର ଅନୁଭୂତ ହେଲା। ଏକ ହିସାବରୁ ଜଣାଯାଏ ଯେ ଏବେ ଆମ ରାଜ୍ୟର ଖାଇବା ଓ ପିନ୍ଧିବା ଭଳି ମୌଳିକ ଆବଶ୍ୟକତା ପୂରଣ ପାଇଁ ପାଖାପାଖି ମାସିକ ୩ ହଜାର କୋଟି ଟଙ୍କା ଆମେ ବାହାରକୁ (ମନିଡ୍ରେନ୍‌) ଦେଇଥାଉ।

ଆମ ରାଜ୍ୟରେ ଖାଇବା ପାଇଁ ଆବଶ୍ୟକତା ଥିବା ପନିପରିବା, ଆଳୁ ପିଆଜ ଆଦି ନିମନ୍ତେ ପର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଆମ ରାଜ୍ୟର କପଡ଼ା ବା ଲୁଗା ଗୁଜରାଟ-ମହାରାଷ୍ଟ୍ରରୁ ଆସୁଛି। ଆମ ରାଜ୍ୟରେ ସାଇକେଲ୍‌ଟିଏ କିଣିବାକୁ ହେଲେ ଆମେ ତାମିଲନାଡୁ ବା କଲିକତା ଯିବାକୁ ପଡୁଛି। ଏପରିକି ଛତାଟିଏ ଦରକାର ହେଲେ ଆମକୁ କଲିକତା ବଜାରର ଆଶ୍ରୟ ନେବାକୁ ପଡୁଛି। ଆମ ରାଜ୍ୟରେ କପା ଉତ୍ପାଦନ ହେଉଛି, କିନ୍ତୁ ସୂତା କଳଟିଏ ନାହିଁ। ଯାହା ଥିଲା ଏବେ ବନ୍ଦ ହୋଇଯାଇଛି। ଆଖୁ ଉତ୍ପାଦନ ହେଉଛି, ଚିନିକଳଟିଏ ନାହିଁ। ଯାହା ଥିଲା ବନ୍ଦ ହୋଇଯାଇଛି ବା ରୁଗ୍‌ଣ ହୋଇଯାଇଛି। ଆମ ରାଜ୍ୟରେ ତୈଳ ଜାତୀୟ ଶସ୍ୟର ଯଥେଷ୍ଟ ଭଲ ଉତ୍ପାଦନ ହେଉଛି। କିନ୍ତୁ ରାଜ୍ୟ ବାହାରୁ ଖାଇବା ତେଲ ବା ଲଗେଇବା ତେଲ ଆଣିବାକୁ ପଡୁଛି। ଏ ବାବଦରେ ପ୍ରଚୁର ପଇସା ବାହାରକୁ ଯାଉଛି। ସେହିପରି ଡାଲି କ୍ଷେତ୍ରରେ ମଧ୍ୟ ଆମେ ବାହାର ରାଜ୍ୟ ଉପରେ ନିର୍ଭରଶୀଳ।

ଏସବୁକୁ ଲକ୍ଷ୍ୟ କଲେ ଆଜି ଦିନରେ ଆମର ପ୍ରଥମ ଆବଶ୍ୟକତା କୃଷିଜାତ ଦ୍ରବ୍ୟକୁ ନେଇ ଶିଳ୍ପ ଗଠନ କରିବା। ଆମ ରାଜ୍ୟରେ ଥିବା ଜଙ୍ଗଲଜାତ ଦ୍ରବ୍ୟରୁ ଔଷଧୀୟ ସାମଗ୍ରୀ ସଂଗ୍ରହ କରାଯାଇପାରିବ। ଡାବର ବା ଇମାମୀ କିମ୍ବା ରାମଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ଔଷଧୀୟ ସାମଗ୍ରୀ ଓ ପ୍ରସାଧାନ ସାମଗ୍ରୀ ଉତ୍ପାଦାନ ହୋଇପାରିବ। ଏଥିରେ ଅନେକ ବଣଜଙ୍ଗଲରେ ରହିଆସିଥିବା ଆଦିବାସୀ ନିଯୁକ୍ତ ହେବେ। ଦି’ପଇସା ରୋଜଗାର କରିବେ। ସେମାନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ। ଆମ ରାଜ୍ୟର ୪୮୦ କିମି ବ୍ୟାପୀ ବିସ୍ତୃତ ବେଳାଭୂମି ଅଛି। ସମୁଦ୍ରଜାତ ଦ୍ରବ୍ୟରୁ ଏବେ ଆଧୁନିକ ବୈଷୟିକ ଜ୍ଞାନକୌଶଳରେ ଅନେକ କିଛି ଉତ୍ପାଦନ କରି ଆମେ ବାହାରକୁ ରପ୍ତାନୀ କରିପାରିବା। ଏଥିପାଇଁ ନିବେଶକାରୀମାନଙ୍କ ଇଚ୍ଛା ଅଛି କି? ଦ୍ୱିତୀୟତଃ ଆମ ରାଜ୍ୟରେ ପ୍ରଭୂତ ପର୍ଯ୍ୟଟନ କ୍ଷେତ୍ର ଭରପୂର ରହିଛି। ଏଥିରେ ଧର୍ମସ୍ଥଳୀ (ମନ୍ଦିର), ଉପଭୋଗ କରିବାର ସ୍ଥାନ, ଉପଯୁକ୍ତ ପରିବେଶ ଥିବା ଜଙ୍ଗଲ ପର୍ଯ୍ୟଟନ, ସମୁଦ୍ରତଟ ପର୍ଯ୍ୟଟନ, ନଦୀତଟ ପର୍ଯ୍ୟଟନ ଓ ଜଳପ୍ରପାତ ନିକଟବର୍ତ୍ତୀ ପର୍ଯ୍ୟଟନ ଭରପୂର ରହିଛି।

ଆମେ ଟିକିଏ ସଜାଡ଼ି ପାରିଲେ ଏହିସବୁ କ୍ଷେତ୍ର ଭାରତ ଓ ଭାରତ ବାହାରର ହଜାର ହଜାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ବିଭିନ୍ନ ବର୍ଗର ଯୁବକ ଓ ଯୁବତୀମାନେ ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ବା ଅଶିକ୍ଷିତ ସମସ୍ତେ ନିଯୁକ୍ତି ଓ ଆତ୍ମନିଯୁକ୍ତି ପାଇବେ। ରୋଜଗାର ବଢ଼ିବ। ଆମ ରାଜ୍ୟର କୁଟୀର ଶିଳ୍ପ ଖୁବ୍‌ ପ୍ରାଧାନ୍ୟ ଲାଭ କରିବ। ଏହିସବୁ ପର୍ଯ୍ୟଟନ କ୍ଷେତ୍ର ସଜାଡ଼ିବା ଦିଗରେ ଆସୁଥିବା ନିବେଶକାରୀମାନେ ଅର୍ଥ ଖର୍ଚ୍ଚ କରିବେ କି? ପୁରୀଠାରୁ କୋଣାର୍କ ପର୍ଯ୍ୟନ୍ତ ସମୁଦ୍ରତଟରେ ରୋପ-ୱେ ତିଆରି କରିବେ କି? ଉଚ୍ଚମାନର ହୋଟେଲ ତିଆରି କରିବେ କି? ଏହିସବୁ କଥା ଆଜିର ଦିନରେ ପ୍ରଶ୍ନ। ତେବେ ଯାଇ ଓଡ଼ିଶାର ଉତ୍କର୍ଷତା ସାଧିତ ହେବ। ନିଜର ଆବଶ୍ୟକତା ପୂରଣ ହେବ, ଭାରତ ଭିତରେ ଥବା ଆବଶ୍ୟକତାକୁ ପୂରଣ ପାଇଁ ସହାୟକ ହେବ ଓ ବାହାର ଦେଶରୁ ଆମେ ଅଧିକ ବିଦେଶୀ ମୁଦ୍ରା ଅର୍ଜନ କରିବାକୁ ସକ୍ଷମ ହେବୁ। ଉତ୍କର୍ଷ ଓଡ଼ିଶାର ଲକ୍ଷ୍ୟ କ’ଣ ଏହି ଦିଗରେ ଅଛି? ମନେ ହୁଏ ଯେଉଁ ନିବେଶକାରୀମାନେ ଆସୁଛନ୍ତି ସେମାନଙ୍କ ଆଖି ଅଧିକାଂଶ ମାଟିତଳେ ଥିବା ସଂପତ୍ତି ଉପରେ। ଏହାସବୁ ଶୋଷି ହୋଇଗଲେ ଆଉ ପୁନର୍ବାର ମିଳିବା ସମ୍ଭବ ନୁହେଁ। ଅଧିକନ୍ତୁ ଆମ ରାଜ୍ୟରେ ସୂର୍ଯ୍ୟ ରଶ୍ମୀର ପ୍ରାଚୁର୍ଯ୍ୟ ଭୌଗୋଳିକ ସ୍ଥିତି ଅନୁସାରେ ରହିଆସିଛି। ତାକୁ ବ୍ୟବହାର କରି ୧୮ ହଜାର ମେଗାୱାଟ୍‌ ବର୍ଷକୁ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାର ତାକତ୍‌ ଆମ ପାଖରେ ଅଛି। ଏହିସବୁ ଉତ୍ପାଦନ କରିବା ପାଇଁ ନିବେଶକାରୀମାନେ ତାଙ୍କର ଅର୍ଥ ବିନିଯୋଗ କରିବେ କି? ଏସବୁ ଗଲା ନିବେଶର କଥା।

ଅନ୍ୟକଥା ହେଉଛି ପୁଞ୍ଜି ସଂଗ୍ରହର କଥା। ଏହା ସତ୍ୟ ଯେ ଆମ ପାଖରେ ଏତେ ପୁଞ୍ଜି ନାହିଁ ଯାହାକୁ ବ୍ୟବହାର କରି ଆମେ ରାଜ୍ୟର ତୁରନ୍ତ ଉନ୍ନତି କରିପାରିବା। କିନ୍ତୁ ଟିକିଏ ନିବିଡ଼ ଭାବରେ ଅନୁଶୀଳନ କଲେ ଅନେକ ପୁଞ୍ଜି ଶକ୍ତି ଓ ସମ୍ଭାବନା ଏବେ ବି ଆମ ପାଖରେ ଅଛି। ରାଜ୍ୟରେ ହଜାର ହଜାର ଗାଡ଼ି ଅବ୍ୟବହୃତ ଅବସ୍ଥାରେ ବିଭିନ୍ନ ଜାଗାରେ ପଡ଼ିରହିଛି। ସରକାର ଚାହିଁଲେ ଏଗୁଡ଼ିକୁ ବିକ୍ରି କରିପାରନ୍ତେ। କିନ୍ତୁ କ୍ରେତା ମିଳୁନାହାନ୍ତି। ତା’ର ମୁଖ୍ୟ କାରଣ ହେଉଛି ଏହି ଅଚଳ ଗାଡ଼ିଗୁଡ଼ିକ ଉପରେ ବହୁବର୍ଷ ହେଲା ରୋଡ୍‌ ଟ୍ୟାକ୍ସ ବାକି ରହିଛି। ସରକାର ଏହାର ନିଷ୍ପତ୍ତି ନେଲେ ସମସ୍ତ ଗାଡ଼ି ବିକ୍ରି ହେବାର ବାଟ ସଫା ହୁଅନ୍ତା। ବିଭିନ୍ନ ନଗରାଞ୍ଚଳରେ କୋଟିକୋଟି ଟଙ୍କାର ସରକାରୀ ଜମି ବ୍ୟବହୃତ ନହୋଇ ପଡ଼ିରହିଛି ବା କେହିକେହି ତାକୁ ଜବରଦଖଲରେ ରଖିଛନ୍ତି। କେବଳ ଏହି ଭୁବନେଶ୍ୱରରେ ଥିବା ଦୁଇଗୋଟି ବିଶ୍ୱବିଦ୍ୟାଳୟ ଉତ୍କଳ ଓ କୃଷି ବିଶ୍ୱବିଦ୍ୟାଳୟ ପାଖରେ ୨୦୦ ଏକରରୁ ଊର୍ଦ୍ଧ୍ୱ ଜମି ଅକାମୀ ହୋଇ ପଡ଼ିରହିଛି ଏବଂ କିଛି ଲୋକ ତାକୁ ଦଖଲରେ ମଧ୍ୟ ରଖିଛନ୍ତି। ଭୁବନେଶ୍ୱରର ଜମି ମୂଲ୍ୟ ଯାହା ସେହି ଅନୁସାରେ ପାଖାପାଖି ୩ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଏଥିରେ ସରକାର ପାଇପାରିବେ। ଅନେକ ଜମି ବସ୍ତିବାସିନ୍ଦାଙ୍କ ଠାରୁ ଉଦ୍ଧାର କରାଯାଇପାରିବ। ତାଙ୍କୁ ଭଲ ଘର ଯୋଗାଇ ଦିଆଯାଇ ଏକ ତୃତୀୟାଂଶ ଜମି ସରକାର ନେଇପାରିବେ। ସେଥିରେ ମଧ୍ୟ ହଜାର କୋଟି ଟଙ୍କାରୁ ଅଧିକ ସରକାରୀ ପୁଞ୍ଜି ମିଳିବ।

ଭୁବନେଶ୍ୱରରେ ଥିବା ମଞ୍ଚେଶ୍ୱରର ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା ଶିଳ୍ପାଞ୍ଚଳ ବର୍ତ୍ତମାନ ପୂରାପୂରି ଅକାମୀ। କେହି କେହି ଏଠି ଘର ତିଆରି କରି ଭଡ଼ା ଲଗାଉଛନ୍ତି। ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। ଗୋଟିଏ ହେଲେ ଶିଳ୍ପ ନାହିଁ। ସରକାର ଚାହିଁଲେ ସେମାନଙ୍କୁ ଉଚ୍ଛେଦ କରି ଏ ସମସ୍ତ ଜମିକୁ ପୁନଶ୍ଚ ଶିଳ୍ପ ପ୍ରତିଷ୍ଠାନ ପାଇଁ ଯୋଗାଇପାରିବେ। ରାଜ୍ୟରେ ଥିବା ଅନେକ ଅବ୍ୟବହୃତ ସମବାୟ ଜମି ଯେଉଁଥିରେ ଶୀତଳ ଭଣ୍ଡାର ଅଛି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଇଥିଲା ତାହା ଅକାମୀ ହୋଇପଡିଛି। ପୁରୁଣା ପରିବହନ ବ୍ୟବସ୍ଥାରେ ସହର ମଧ୍ୟରେ ଥିବା ଅନେକ ମୂଲ୍ୟବାନ ଜମି ଏବେ ଆଉ କାମରେ ଲାଗୁନାହିଁ। ଅନେକ ଜାଗାରେ ସରକାର ଗ୍ରହଣ କରିଥିବା ଜମି ଓ ସେଥିରେ ତିଆରି ହୋଇଥିବା ପୋଖରୀ ଏବେ ସବୁ ଖେଳ ପଡ଼ିଆରେ ପରିଣତ ହେଲାଣି। ଏସବୁ ଜମି ସବୁ ଉଦ୍ଧାର କରି ସରକାର ଉଚିତ୍‌ ମୂଲ୍ୟରେ ବିକ୍ରି କଲେ ବହୁ ହଜାର କୋଟି ଟଙ୍କା ସହରାଞ୍ଚଳମାନଙ୍କରୁ ମିଳିପାରିବ।

ପୁଞ୍ଜି ସଂଗ୍ରହ ପାଇଁ ନିଜସ୍ୱ ବ୍ୟବସ୍ଥା ଭିତରେ ଥିବା ସମସ୍ତ ଅଚଳନ୍ତି ସ୍ଥାବର ଓ ଅସ୍ଥାବର ସଂପତ୍ତି ବିକ୍ରି କରି ସରକାର ଗୋଟିଏ ବର୍ଷ ଭିତରେ ଅନେକ ପୁଞ୍ଜି ସଂଗ୍ରହ କରପାରିବେ। ପୁଞ୍ଜି ପାଇଁ ବାହାର ରାଜ୍ୟର ବା ବାହାର ପୁଞ୍ଜିପତିମାନଙ୍କ ଦ୍ୱାରସ୍ଥ ହେବା କମିଯିବ। ସରାକରୀ ପୁଞ୍ଜିରେ ଅନେକ ଉତ୍କର୍ଷତା ଉପଲବ୍ଧ ହେବ। ପୁଞ୍ଜି ସଂଗ୍ରହ କରିବାରେ ନିଜର ଶକ୍ତି ବା ସାମର୍ଥ୍ୟ ବଢ଼ିଗଲେ ସେଥିସହିତ ବାହାର ପୁଞ୍ଜିର ଅର୍ଥାତ୍‌ ଆମ ଦେଶରେ ଥିବା ବ୍ୟାଙ୍କ ଓ ବୀମା ସଂସ୍ଥାଙ୍କଠାରୁ ଅର୍ଥ ଅଣାଯାଇ ଆମ ସରକାର ବହୁତ କିଛି ଉନ୍ନୟନମୂଳକ କାର୍ଯ୍ୟ କରିପାରିବେ। ଏ ସମସ୍ତ କହିବା କଥା ନୁହେଁ। ଏହାକୁ ଅନୁସନ୍ଧାନ କରାଯିବା ପାଇଁ ଗୋଟିଏ ଅଭିଜ୍ଞ ଓ ବିଶେଷଜ୍ଞମାନଙ୍କୁ ନେଇ କ୍ଷମତାଶାଳୀ କମିଟି ଗଠନ କରାଯାଉ। ଅଳ୍ପଦିନ ଭତରେ ସରକାର ଜାଣିପାରିବେ ଯେ ପୁଞ୍ଜି ଯୋଗାଡ଼ରେ ତାଙ୍କର ସାମର୍ଥ୍ୟ କେତେ ଅଧିକ। ମୋଟ ଉପରେ ପୁଞ୍ଜି ଯୋଗାଡ଼ କରିବା ଏବଂ ପୁଞ୍ଜିକୁ ବିନିଯୋଗ କରି ନିଜ ରାଜ୍ୟକୁ ଏକ ଔପନିବେଶୀୟ ଅର୍ଥନୀତି ଭିତରୁ ମୁକାଳିବା ସହଜ ହେବ। ସେଥିରେ ସମୟ ଦେଲେ ସରକାର ସଫଳ ହେବେ।

ମୋ- ୯୪୩୮୩୬୦୮୪୯

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story