ରୋଷେଇ ଗ୍ୟାସ ମୂଲ୍ୟବୃଦ୍ଧି ମହଙ୍ଗା ପଡ଼ିବ

ରବି ଦାସ ପେଟ୍ରୋଲଜାତ ପଦାର୍ଥଗୁଡ଼ିକ ଯଥା ପେଟ୍ରୋଲ ଓ ଡିଜେଲର  କ୍ରମାଗତ ମୂଲ୍ୟବୃଦ୍ଧି ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ରୋଷେଇ ଗ୍ୟାସ୍‌ର ମୂଲ୍ୟ କେବଳ ଫେବୃଆରୀ ମାସରେ ତିନିଥର ବୃଦ୍ଧି ପାଇଁ ଏବେ ଏଲପିଜି ସିଲିଣ୍ଡର (୧୪.୨ କେଜି)ର ମୂଲ୍ୟ ୮୫୦ ଟଙ୍କାରେ ପହଁଚିଛି। ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସକୁ ସିଧାସଳଖ ଦାୟୀ କରାଯାଉଥିବା ସମୟରେ ରୋଷେଇ ଗ୍ୟାସ ଉପରେ ମୂଲ୍ୟବୃଦ୍ଧିକୁ ପୂରାପୁରି ଭାବରେ ସାଧାରଣ […]

gas-cylender

gas-cylender

Debendra Prusty
  • Published: Tuesday, 02 March 2021
  • Updated: 02 March 2021, 06:30 PM IST

Sports

Latest News

ରବି ଦାସ

ପେଟ୍ରୋଲଜାତ ପଦାର୍ଥଗୁଡ଼ିକ ଯଥା ପେଟ୍ରୋଲ ଓ ଡିଜେଲର  କ୍ରମାଗତ ମୂଲ୍ୟବୃଦ୍ଧି ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ରୋଷେଇ ଗ୍ୟାସ୍‌ର ମୂଲ୍ୟ କେବଳ ଫେବୃଆରୀ ମାସରେ ତିନିଥର ବୃଦ୍ଧି ପାଇଁ ଏବେ ଏଲପିଜି ସିଲିଣ୍ଡର (୧୪.୨ କେଜି)ର ମୂଲ୍ୟ ୮୫୦ ଟଙ୍କାରେ ପହଁଚିଛି।

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସକୁ ସିଧାସଳଖ ଦାୟୀ କରାଯାଉଥିବା ସମୟରେ ରୋଷେଇ ଗ୍ୟାସ ଉପରେ ମୂଲ୍ୟବୃଦ୍ଧିକୁ ପୂରାପୁରି ଭାବରେ ସାଧାରଣ ଲୋକ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ତୈଳ କମ୍ପାନୀଗୁଡ଼ିକ ଆନ୍ତର୍ଜାତିକ ବଜାରର ମୂଲ୍ୟ ଅନୁସାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସକୁ ମିଶାଇ ଲିଟର ପିଛା ମୂଲ୍ୟ ଧାର୍ଯ୍ୟ କରୁଥିବାରୁ ମୂଲ୍ୟବୃଦ୍ଧି ଜନିତ ସମସ୍ତ ଦୋଷ କେନ୍ଦ୍ର ସରକାରଙ୍କୁ ଦେବା ସହଜ ହେଉନାହିଁ। କାରଣ ଏହି ଦ୍ରବ୍ୟଗୁଡ଼ିକ ଉପରେ କେନ୍ଦ୍ର ସରକାର କୌଣସି ସବସିଡ଼ି ପ୍ରଦାନ ନକରି କେନ୍ଦ୍ର ତାହାର ଟିକସ ବୃଦ୍ଧି କରୁଥିବା ସମୟରେ ରାଜ୍ୟମାନେ ମଧ୍ୟ ଏହି ପଦାର୍ଥ ଉପରେ ଭାଟ୍ ଲାଗୁକରି ଦରବୃଦ୍ଧିରେ ସହାୟକ ହୋଇଛନ୍ତି।

କୁହାଯାଉଛି ଯେ, କେନ୍ଦ୍ର ସରକାରଙ୍କର ରାଜସ୍ୱର ଏକ ବଡ଼ ଅଂଶ ଏବେ ପେଟ୍ରେଲ ଓ ଡିଜେଲ ଟିକସ ଉପରୁ ଆସୁଥିବା ସମୟରେ ରାଜ୍ୟମାନେ ମଧ୍ୟ ଏହି ପଦାର୍ଥ ଉପରେ ଭାଟ ଲାଗୁକରି ସେମାନଙ୍କ ରାଜସ୍ୱ ବଢ଼ାଇଛନ୍ତି। ଏଣୁ ଏହି ପ୍ରସଙ୍ଗ ନେଇ ଯେତେ ପାଟିତୁଣ୍ଡ ହେଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ଏଥିରେ ସମାନ ଭାବରେ ଦାୟୀ ବୋଲି ବିଚାର କରାଯାଉଛି। ଯଦିଓ କେନ୍ଦ୍ର ଟିକସ ହାର ମୋଟ ଟିକସର ଶତକଡ଼ା ୬୦ ଭାଗ ହୋଇଥିବା ସମୟରେ ରାଜ୍ୟମାନଙ୍କର ଶତକଡ଼ା ୪୦ ଭାଗ ରହୁଛି। ଏହି ସୂତ୍ରରୁ ଟିକସ ଆଦାୟ ଅତ୍ୟନ୍ତ ସହଜ ହୋଇଥିବା ସମୟରେ କେହି ବି ଏହି ଟିକସରୁ ଜିଏସଟି ଅନ୍ତର୍ଭୁକ୍ତ କରିବାକୁ ଚାହୁଁନାହାନ୍ତି। ଯେହେତୁ ଏହି ଟିକସ ଅର୍ଥରେ କେନ୍ଦ୍ର ଓ ରାଜ୍ୟର ବିକାଶ କାର୍ଯ୍ୟ ଚାଲିଛି ବୋଲି ଯୁକ୍ତି କରାଯାଉଛି ସେହେତୁ ଲୋକମାନଙ୍କୁ ଏହି ଦରଦାମ ଅତ୍ୟନ୍ତ ବାଧୁଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। କିନ୍ତୁ ଏହି ମୂଲ୍ୟବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବଢ଼ିବା ଫଳରେ ସମସ୍ତ ପ୍ରକାର ଦରଦାମ ଉପରେ ଏହାର ପ୍ରଭାବ ପଡ଼ିବାରେ ଲାଗିଛି।

ବାସ୍ତବରେ ବଜାରରେ ଅଧିକାଂଶ ଅତ୍ୟାବଶ୍ୟକୀୟ ଜିନିଷର ଦରଦାମ ବୃଦ୍ଧି ସହିତ ବସ୍ ଓ ଅନ୍ୟ ପରିବହନ ବାବଦରେ ପ୍ରତ୍ୟେକ ପରିବାରକୁ ଦୈନିକ ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି। ନିଯୁକ୍ତି ବଜାର ସହିତ ଆୟର ସୁଯୋଗ ସଂକୁଚିତ ହେଉଥିବା ସମୟରେ ପେଟ୍ରୋଲ ଓ ଡିଜେଲ ଦରଦାମ ଜନସାଧାରଣଙ୍କୁ ଅତିଷ୍ଠ କରୁଛି। କିନ୍ତୁ ଏହି ସମୟରେ ରୋଷେଇ ଗ୍ୟାସ ଓ ଏଲପିଜିର କ୍ରମାଗତ ମୂଲ୍ୟବୃଦ୍ଧି ଓ ଏହି କ୍ଷେତ୍ରରେ ଦିଆଯାଉଥିବା ସବ୍‌ସିଡ୍ ଦ୍ରୁତଗତିରେ ହ୍ରାସ ହେଉଥିବାରୁ ରୋଷେଇ ଗ୍ୟାସ୍ ମୂଲ୍ୟବୃଦ୍ଧି ପ୍ରତ୍ୟେକ ପରିବାର ଉପରେ ଅସମ୍ଭବ ଚାପ ସୃଷ୍ଟି କରିଛି।

ମହିଳାମାନଙ୍କୁ ଆକୃଷ୍ଟ କରିବା ପାଇଁ ଓ ଦେଶରେ ରୋଷେଇ ପାଇଁ ଜାଳକାଠ ଯୋଗୁ ମହିଳାମାନଙ୍କ ସ୍ୱାସ୍ଥ୍ୟରେ ଏହା ବିଶେଷ ପ୍ରଭାବ ପକାଉଥିବାରୁ ଭାରତର ପ୍ରତ୍ୟେକ ପରିବାର ଏଲ୍‌ପିଜି ଜରିଆରେ ରୋଷେଇ କରନ୍ତୁ ବୋଲି ଲକ୍ଷ୍ୟରଖି କେନ୍ଦ୍ର ସରକାର ଯେତେବେଳେ ‘ଉଜ୍ଜଳା’ଗ୍ୟାସ ଯୋଜନା ଆରମ୍ଭ କଲେ ତାହାକୁ ସବୁ ମହଲରୁ ସ୍ୱାଗତ କରାଯାଇଥିଲା। କେବଳ ସେତିକି ନୁହେଁ, ଏଥିପାଇଁ ଧାର୍ଯ୍ୟଲକ୍ଷ୍ୟ ସମୟସୀମାର ଏକବର୍ଷ ପୂର୍ବରୁ ଶେଷ କରିଦିଆଯାଇଥିଲା। ପ୍ରତ୍ୟେକ ପରିବାର ଓ ବିଶେଷ ଭାବରେ ସହରାଂଚଳରେ ଥିବା ସବୁ ପରିବାର ହାତରେ ରୋଷେଇ ଗ୍ୟାସ ସରଞ୍ଜାମ ମାଗଣାରେ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାରେ ପହଁଚିଯାଇ ମହିଳାମାନଙ୍କ ଭିତରେ କେନ୍ଦ୍ର ଶାସନରେ ଥିବା ବିଜେପି ପ୍ରତି ଏକ ସମର୍ଥନ ଭିତ୍ତିଭୂମି ଛିଡ଼ା କରାଇଥିଲା।

ବାସ୍ତବରେ କେନ୍ଦ୍ର ସରକାରଙ୍କର ସମସ୍ତ ଯୋଜନା ଭିତରେ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକ୍ରମକୁ ଏକ ସଫଳ ଯୋଜନା ଭାବରେ ବିଚାର କରାଗଲା। ଗ୍ରାମାଂଚଳରେ ମଧ୍ୟ ଅଧିକାଂଶ ଘରେ ଏଲ୍‌ପିଜି ଦ୍ୱାରା ରୋଷେଇ ପାଇଁ ଉପକରଣ ପହଁଚିବା ସହିତ ଗ୍ରାମାଂଚଳରେ ବହୁଗୁଡ଼ିଏ ଗ୍ୟାସ ଡିଲର ସୃଷ୍ଟି ଜରିଆରେ କିଛି ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇଥିଲା। ଯଦିଓ ଗ୍ରାମାଂଚଳରେ ପ୍ରଥମ ଦଫା ମାଗଣା ଗ୍ୟାସ ପରେ ଦ୍ୱିତୀୟ ସିଲିଣ୍ଡର ନେବା ପାଇଁ ଅଧିକାଂଶଙ୍କର ଆର୍ଥିକ କ୍ଷମତା ନଥିବାରୁ କାଠଚୁଲି ସମସ୍ୟାର ସମାଧାନ ହୋଇନଥିଲା। ଏପରି ଅବସ୍ଥାରେ କରୋନା ଜନିତ ଲକଡାଉନ ଯୋଗୁ କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନାରେ ରୋଷେଇ ସରଂଜାମ ପାଇଥିବା ପରିବାରକୁ ଗୋଟିଏ ଲେଖାଏଁ ସିଲିଣ୍ଡର ପ୍ରଦାନ ପାଇଁ ଘୋଷଣା କରିଥିଲେ। କିନ୍ତୁ ନଭେମ୍ବର ମାସରେ ଏହି ପ୍ରକ୍ରିୟା ଶେଷ ହେବା ପରେ ଡିସେମ୍ବର ମାସଠାରୁ କ୍ରମାଗତ ଭାବରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ବଢ଼ିବଢ଼ି ଚାଲିଛି। ଖୋଲାବଜାରରେ ସିଲିଣ୍ଡର ମୂଲ୍ୟ ଓ ସବ୍‌ସିଡ଼ି ଯୁକ୍ତ ସିଲିଣ୍ଡର ମୂଲ୍ୟ ଭିତରେ ପାର୍ଥକ୍ୟ ଆଉ ନାହିଁ କହିଲେ ଚଳେ।

ସରକାର ଉଜ୍ଜ୍ୱଳା ଯୋଜନା ପୂର୍ବରୁ ଏଲପିଜି ସବ୍‌ସିଡ୍ ପ୍ରତ୍ୟେକ ଗ୍ରାହକଙ୍କୁ ବ୍ୟାଙ୍କ ଖାତା ଜରିଆରେ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ପରିବାର ସବସିଡ଼ିମୁକ୍ତ ସିଲିଣ୍ଡର ଖର୍ଦ୍ଦିକରି ସବସିଡ଼ି ଅର୍ଥ ବ୍ୟାଙ୍କ ଖାତାରେ ପାଉଥିଲା। କିନ୍ତୁ ସବସିଡ଼ି ଲୋପ କରିବା ପାଇଁ ସରକାର ନେଇଥିବା ଲକ୍ଷ୍ୟ ଅନୁସାରେ ଏଲ୍‌ପିଜିର ମୂଲ୍ୟବୃଦ୍ଧି ସହିତ ସବସିଡ଼ି କ୍ରମାଗତ ଭାବରେ ହ୍ରାସ କରାଯାଇ ଏବେ ପ୍ରାୟ ସିଲିଣ୍ଡର ପିଛା ୧୦ରୁ ୨୦ ଟଙ୍କା ରହିଛି। ଗତବର୍ଷ ବଜେଟ୍‌ରେ ଏଲ୍‌ପିଜି ସବ୍‌ସିଡ଼ି ଅର୍ଥ ୩୫ ହଜାର ୬୦୫ କୋଟିରୁ ୧୨,୪୮୦ କୋଟି ଟଙ୍କାକୁ କମାଇ ଦିଆଯାଇଛି। ଆସନ୍ତାବର୍ଷ ହୁଏତ ଏଲ୍‌ପିଜି ସବ୍‌ସିଡ଼ି ଆଦୌ ନଦେବା ପାଇଁ ଲକ୍ଷ୍ୟରଖି ସରକାର କାର୍ଯ୍ୟ କରୁଛନ୍ତି।

ଏପରି ଅବସ୍ଥାରେ ଡିସେମ୍ବର ପରଠାରୁ ଏଲପିଜିର ମୂଲ୍ୟ ୨୦୦ ଟଙ୍କା ବୃଦ୍ଧି ପାଇବା ଓ ସବ୍‌ସିଡ଼ି ଲୋପ ପାଇଯିବା ଫଳରେ ପ୍ରତ୍ୟେକ ପରିବାର କଠିନ ପରିସ୍ଥିତି ଭିତରକୁ ପ୍ରବେଶ କରିଛି। ଯେଉଁ ମହିଳାମାନେ ଉଜ୍ଜ୍ୱଳା ଯୋଜନା ଯୋଗୁ କେନ୍ଦ୍ର ସରକାର ଓ ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରୁଥିଲେ ସେମାନେ ଏଲପିଜିର ମୂଲ୍ୟବୃଦ୍ଧି ଫଳରେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। ବିହାର ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନିଜେ ମତପ୍ରକାଶ କରିଥିଲେ ଯେ, ମହିଳାମାନଙ୍କର ଦଳ ପାଇଁ ନିରବ ସମର୍ଥନ ଯୋଗୁ ଦଳ ବିଜୟ ହାସଲକଲା। ମହିଳାମାନଙ୍କର ଏହି ନିରବ ସମର୍ଥନ ପଛରେ ଉଜ୍ଜ୍ୱଳା ଗ୍ୟାସ ଓ ଜନଧନ ଆକାଉଂଟରେ କରୋନା ସମୟରେ ପ୍ରାୟ ୨ ହଜାର ଟଙ୍କା ପ୍ରଦାନ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା। ୨୦୧୭ରେ ଉତ୍ତରପ୍ରଦେଶ ବିଧାନସଭାରେ ବିଜେପିର ବିପୁଳ ବିଜୟ ପଛରେ ଉଜ୍ଜ୍ୱଳା ଗ୍ୟାସ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ଉପରୋକ୍ତ ପୃଷ୍ଠଭୂମି ଦେଖିଲେ ଯେଉଁ ଉଜ୍ଜ୍ୱଳା ଗ୍ୟାସ ଯୋଜନା ଓ କରୋନା ସମୟରେ ମାଗଣା ଏଲପିଜି ସିଲିଣ୍ଡର ମହିଳାମାନଙ୍କ ଭିତରେ ବିଜେପି ପ୍ରତି ସମର୍ଥନ ସୃଷ୍ଟି କରିଥିଲା। ଠିକ ସେହି କାରଣ ଯୋଗୁ ଏଲପିଜିର ମୂଲ୍ୟବୃଦ୍ଧି ମହିଳାମାନଙ୍କ ଭିତରେ ବିଜେପି ପ୍ରତି ଅସନ୍ତୋଷ ଭାବ ସୃଷ୍ଟି କରିବ। ଏଲ୍‌ପିଜି ଗ୍ୟାସ କ୍ଷେତ୍ରରେ ରାଜ୍ୟମାନଙ୍କ ଉପରେ ସିଧାସଳଖ କୌଣସି ଦୋଷଦେବା ସହଜ ହେବ ନାହିଁ। ଅନେକ ଭାବୁଛନ୍ତି ଯେ, ଉଜ୍ଜଳା ଯୋଜନା ଜରିଆରେ ଏଲ୍‌ପିଜି ସିଲିଣ୍ଡର ବଜାରକୁ ବହୁପରିମାଣରେ ସଂପ୍ରସାରିତ କରିଦିଆଯାଇଛି। ସରକାର ଏହି ବଜାର ଦର ସୁବିଧା ନେଇ ଏଲପିଜି ସିଲିଣ୍ଡର ମୂଲ୍ୟବୃଦ୍ଧି କରିବା ଓ ଏ କ୍ଷେତ୍ରରୁ ସବସିଡ଼ି ହ୍ରାସ କରିବା ଯୋଗୁ ମହିଳାମାନେ ଯେଉଁ ଧରଣର ବିରକ୍ତି ପ୍ରକାଶ କରିବେ ତାହାର ପ୍ରଭାବ ହୁଏତ ଏବେ ଅନୁଷ୍ଠିତ ହେବାକୁ ଯାଉଥିବା ୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ଉପରେ କିଛି ପରିମାଣରେ ନିଶ୍ଚିତ ପ୍ରତିଫଳିତ ହେବ। ଯଦି କେନ୍ଦ୍ର ସରକାର ଓ ବିଶେଷ ଭାବରେ ବିଜେପି ମହିଳାମାନଙ୍କୁ ବିହାର ପରି ପୁଣି ସନ୍ତୁଷ୍ଟ କରବାକୁ ଚାହୁଁଥାଏ ତେବେ ନିର୍ବାଚନର ଯଥେଷ୍ଟ ପୂର୍ବରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିବା ଓ ଏ କ୍ଷେତ୍ରରେ ସବ୍‌ସିଡ଼ି ବୃଦ୍ଧି କରିବା ପାଇଁ ଘୋଷଣା କରିବା ଦରକାର। ନଚେତ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟବୃଦ୍ଧି ଚାପକୁ କେନ୍ଦ୍ର ଓ ରାଜ୍ୟ ବିବାଦ ଭିତରେ ପଛକୁ ପକାଇବାର ସମ୍ଭବ ହେଲେ ମଧ୍ୟ ଏଲପିଜି ସିଲିଣ୍ଡର ମୂଲ୍ୟବୃଦ୍ଧି ଘଟଣାରେ କେନ୍ଦ୍ର ସରକାରଙ୍କ ଉପରେ ହିଁ ସମସ୍ତ ଦୋଷ ଦିଆଯିବ। ଏଲ୍‌ପିଜି ସିଲିଣ୍ଡର ମୂଲ୍ୟବୃଦ୍ଧି ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହେବାର ପୂର୍ଣ୍ଣ ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟ ରାଜନୀତିର ପ୍ରସଙ୍ଗ ଭିତରେ ଏଲ୍‌ପିଜି ମୂଲ୍ୟବୃଦ୍ଧି ସମସ୍ୟାକୁ ଚାପିଦେବା ସହଜ ହେବନାହିଁ।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story