ଲୁଣ ଖାଇଲେ ଗୁଣ ଗାଇବୁ!

‘ଆମେ ଆମ ଲୁଣ ଖାଉଥିବୁ, ଶାସକ ପ୍ରଶାସକଙ୍କ ଗୁଣ ଗାଉଥିବୁ।’ ଆମ ରାଜ୍ୟର ଏହି ଅଭାବ ଏତେ ଉତ୍କଟ ଯେ ପଖାଳ କଂସାରେ ଲୁଣ ଚାମଚେ ପାଇଁ ବାହାରକୁ ହାତପାତି ବସିଛୁ। ତା’ର ଅନ୍ତ ହେବା ଦରକାର। ଟଙ୍କିକିଆ ଚାଉଳର କଂସାଏ ପଖାଳର ମୂଲ୍ୟଠାରୁ ଏଥିରେ ବ୍ୟବହାର ଟାଟା ଲୁଣର ମୂଲ୍ୟ ବଳି ପଡ଼ିଲାଣି।

Salt Farming

Salt Farming

Debendra Prusty
  • Published: Wednesday, 17 May 2023
  • Updated: 17 May 2023, 05:22 PM IST

News Highlights

  • ଓଡ଼ିଶାରେ ଲୁଣ ଚାଷ ବନ୍ଦ ହେଲା କେମିତି?
  • ଲୁଣ ପାଇଁ ଓଡ଼ିଶା ହରାଉଛି ବାର୍ଷିକ ୫୦୦ କୋଟି ଟଙ୍କା।
  • ଓଡ଼ିଶାରେ ପୁଣି ଥରେ ଲୁଣଚାଷ ଓ ଲୁଣ କାରଖାନା ଆରମ୍ଭ କଲେ କ୍ଷତି କ’ଣ?

Sports

Latest News

ପ୍ରକୃତି ମା’ ସନ୍ତାନ ପାଇଁ ଆବଶ୍ୟକ ମୁତାବକ ସବୁ ଜିନିଷ ତା’ ଚାରିପାଖରେ ସାଇତି ରଖିଥାଏ। ସେଥିମଧ୍ୟରେ ଲୁଣ ଅନ୍ୟତମ। କେଉଁଠି ସମୁଦ୍ର ପାଣିରେ ଥାଏ ତ କେଉଁଠି ଖଣି ଭିତରେ ବା ପଥର ସହିତ ଥାଏ। । ଖାଦ୍ୟକୁ ଅଧିକ ସ୍ୱାଦଯୁକ୍ତ କରିବାକୁ ହେଲେ ଏଥିସହିତ ଲୁଣର ବ୍ୟବହାର ଓ ଆବଶ୍ୟକତା ଦେଖାଯାଏ। ମାଟିତଳ ଖଣିରୁ ଲୁଣ ସାଉଁଟି ଅବା ସମୁଦ୍ର ଜଳକୁ ମାରି ଲୁଣ ଉତ୍ପାଦନ ଅଧିକ ହେଲେ ଅନ୍ୟ ଅଞ୍ଚଳର ଆବଶ୍ୟକତା ପୂରଣ ପାଇଁ ସ୍ଥାନାନ୍ତରିତ ହୋଇଥାଏ। ଏହି ରପ୍ତାନୀ ଓ ଉତ୍ପାଦନରେ ଅନେକ ଲୋକ ନିୟୋଜିତ ହୋଇ ‘ରୋଜଗାର’ କରିବାର ଏକ ବଡ଼ ସୁଯୋଗ ପାଇଥାନ୍ତି।

ଆମ ଓଡ଼ିଶା ହେଉଛି ଏକ ସମୁଦ୍ର ତଟବର୍ତ୍ତୀ ଭୂଖଣ୍ଡ (ରାଜ୍ୟ)। ଏହି ଉପକୂଳବର୍ତ୍ତୀ ତଟର ଦୈର୍ଘ୍ୟ ୪୮୦ କି.ମି. ଏବଂ ଏଥିସହିତ ଲବଣାକ୍ତ ବିରାଟ ହ୍ରଦ ଚିଲିକା ରହିଛି। କାହିଁ କେତେ କାଳରୁ ଓଡ଼ିଶାର କର୍ମଠ ଚାଷୀ ଦକ୍ଷିଣରେ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ କରି ମଧ୍ୟବର୍ତ୍ତୀ ପୁରୀ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ପର୍ଯ୍ୟନ୍ତ ଲୁଣ ମରା କାର୍ଯ୍ୟରେ ରହି ଲୁଣ ମାରୁଥିଲେ। ରାଜ୍ୟର ଆଭ୍ୟନ୍ତରୀଣ ଆବଶ୍ୟକତା ଉଭୟ ମଣିଷ ଓ ପଶୁ ( ଗୋ ସଂପଦ)ର ପୂରଣ କରି ଲୁଣ ବେପାରୀମାନେ କଳାହାଣ୍ଡିରୁ ରାୟପୁର ଦେଇ ମଧ୍ୟ ଭାରତରେ ଲୁଣ କାରବାର କରୁଥିଲେ। ଏହା ମୁଖ୍ୟତଃ ଶଗଡ଼ ବା ଘୋଡ଼ା ପିଠିରେ ସ୍ଥଳ ପଥରେ ବା ନଦୀରେ ଜାହାଜ ବା ନୌକା ଜରିଆରେ ଅନ୍ୟତ୍ର ରପ୍ତାନୀ ହେଉଥିଲା। ପରେ ଇଷ୍ଟ୍‌ ଇଣ୍ଡିଆ କମ୍ପାନୀର ପ୍ରବେଶ ପରେ ଏହି ଲୁଣ କାରବାର ଦେଶରୁ ବିଦେଶକୁ ବ୍ୟାପିଲା। ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ପ୍ରଥମେ ୧୮୮୨ ମସିହାରେ ବ୍ୟାବସାୟିକ ଲୁଣମରା କାରବାର ଆରମ୍ଭ ହେଲା।

ଏକ ହିସାବରୁ ଜଣାଯାଏ ଏକ ସମୟରେ ତଟବର୍ତ୍ତୀ ଓଡ଼ିଶାର ଲୋକମାନେ ବର୍ଷକୁ ୭ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ଅଧିକ ଲୁଣ ପ୍ରସ୍ତୁତ କରି ନିଜ ପାଇଁ ୬.୭ ମେଟ୍ରିକ୍‌ ଟନ୍‌ ଲୁଣ ରଖି ଅନ୍ୟସବୁ ବିଦେଶକୁ ରପ୍ତାନୀ କରି ଦେଉଥିଲେ। ଲୁଣ ରଖିବା ନିମନ୍ତେ ମାଟି ତିଆରି ବଡ଼ ହାଣ୍ଡି, ଘୁମ ସବୁ କୁମ୍ଭାରମାନେ ପ୍ରସ୍ତୁତ କରୁଥିଲେ। ପ୍ରତ୍ୟେକ ସାଧାରଣ ଘରେ କାଠ ତିଆରି ଲୁଣ କାଠୁଆ ମାଟି ତିଆରି ଓ ଲୁଣ ଘଡ଼ିର ବ୍ୟବହାର ଦେଖିବାକୁ ମିଳୁଥିଲା। ଯାହାକି ଓଦାଳିଆ ଜଳବାୟୁରୁ ଲୁଣକୁ ଦୀର୍ଘଦିନ ଧରି ସୁରକ୍ଷିତ କରି ରଖିପାରୁଥିଲା।

ଏପରି କାର୍ଯ୍ୟରେ ହଜାର ହଜାର ଲୋକ ରୋଜଗାର କରିବାର ସୁଯୋଗ ସୃଷ୍ଟି ହେଉଥିଲା। ଏପରି ଏକ ବ୍ୟବସାୟ ଉପରେ ଇଂରେଜ ବେପାରୀ ଶାସକଙ୍କ ଆଖି ପଡ଼ିଲା। ଲୁଣମାରିବା ଉପରେ ଆକଟ ମୁଳକ ଆଇନ ପ୍ରଣୟନ ହେଲା। ଅଧିକନ୍ତୁ ଲୁଣ ଉପରେ କର ବସିଲା। ଓଡ଼ିଶାର ଚାଷୀ ଏହାର ବିରୋଧ କଲେ। ମାନ୍ଦ୍ରାଜ ଅଧିକୃତ ଗଞ୍ଜାମ ଲୁଣ ମାରିବା ଉପରେ ଅଧିକ କର ବସିବା ବା କୌଣସି କଟକଣାକୁ ବିରୋଧ କରୁଥିଲେ। ଏକ ସମୟରେ ଇଂରେଜ ବେପାରୀଙ୍କ ଜାହାଜ ଉପରେ ଚଢ଼ଉ ହେଲା। ଗୋରା ବେପାରୀ ମୃତାହତ ହେଲେ। ଚିଲିକା ଅଞ୍ଚଳ ଓ ବାଣପୁର ଅଞ୍ଚଳରେ ଜୋରଦାର ଦମନ ଲୀଳା ଚାଲିଲା। ଏକଥା ସ୍ପଷ୍ଟ ଯେ ଓଡ଼ିଶାରେ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହର ଏହା ହିଁ ଥିଲା ଏକ ଅଂଶବିଶେଷ।

ପରବର୍ତ୍ତୀ କାଳରେ ‘ଗାନ୍ଧିଜୀ’ ଏହି ଲୁଣକୁ ନେଇ ଜାତୀୟ ସ୍ତରରେ ‘ଲୁଣମରା’ ଆଇନ ଅମାନ୍ୟ ଆନ୍ଦୋଳନ କଲେ। ଗାନ୍ଧିଜୀ ଓ କଂଗ୍ରେସ ଗୁଜରାଟର ଦାଣ୍ଡୀଠାରେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନରେ ଯୋଗଦେଲେ। ଦେଶବ୍ୟାପୀ ଏହି ଆନ୍ଦୋଳନ ବ୍ୟାପକ ହେଲା। ବ୍ରିଟିଶ ଫୌଜଙ୍କ ଆକ୍ରମଣରେ ଶହ ଶହ ଆଇନଭଙ୍ଗକାରୀ ମୃତାହତ ହେଲେ।

ଏତେ ସବୁ ବଡ଼ ଭୂମିକା ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ରାଜ୍ୟର ସର୍ବଶକ୍ତିମାନ ‘ଫାଇଭ୍‌ ଟି’ ଏହାର ଇତିହାସ ସଂପର୍କରେ ସଂକ୍ଷିପ୍ତ ଭାବେ ଜ୍ଞାତ ହେବେ। ଏହି ଲୁଣର ମହତ୍ୱ ଏହା ସହିତ ଜଡ଼ିହୋଇ ରହିଥିବା ଓଡ଼ିଆଙ୍କ ସ୍ୱାର୍ଥ ତଥା ଭାବାବେଗ ସଂପର୍କରେ ଜ୍ଞାତ ହେବେ।

ଆଜି ଏହି ଓଡ଼ିଶାରେ ଲୁଣ ମାରିବା ବା ଲୁଣ ବ୍ୟବସାୟ ପୂରାପୂରି ମୃତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ମାତ୍ର ୩୪ ହଜାର ମେଟ୍ରିକ୍‌ ଟନ ଲୁଣ ଅମଳ ହୋଇ ଗୋରୁଗାଈଙ୍କ ବ୍ୟବହାରରେ ଲାଗୁଛି। ଆଉସବୁ ଆବଶ୍ୟକତା ଗୁଜରାଟ, ତାମିଲ୍‌ନାଡ଼ୁ, ପୁଡୁଚେରୀ ଲୁଣ ଉତ୍ପାଦନ କେନ୍ଦ୍ରରୁ ଏ ରାଜ୍ୟକୁ ଆସୁଛି। ଦେଶୀୟ ବଜାରରେ ଅନେକ ବ୍ରାଣ୍ଡର ବ୍ୟବସାୟୀଙ୍କ ପ୍ୟାକେଟ୍‌ ଲୁଣ ଦେଖିବାକୁ ମିଳେ। ସେଥି ମଧ୍ୟରେ ମୁଖ୍ୟତଃ ଟାଟା କମ୍ପାନୀ ପ୍ରସ୍ତୁତ ଟାଟା ଲୁଣ ଓ ଆଇ.ଟି.ସି. କମ୍ପାନୀ ପ୍ରସ୍ତୁତ ଆଶୀର୍ବାଦ ଲୁଣ ଓଡ଼ିଶାରେ ବହୁଳଭାବେ ଦେଖିବାକୁ ମିଳିଥାଏ। ଏହିସବୁ ଆଇଓଡିନ୍ ଯୁକ୍ତ ଲୁଣର ଉପକାରିତା ବଖାଣି ଦେଶୀୟ ଲୁଣ ଗଳକଣ୍ଟକ ରୋଗର କାରଣ କହି ଆମ ରାଜ୍ୟର ଅମଳକୁ ବନ୍ଦ କରି ଦିଆଗଲା। ଏବେ ପତଞ୍ଜଳି ନାମକ ଏକ ଲୁଣ ଓଡ଼ିଶା ବଜାରକୁ ପ୍ରବେଶ କରିଛି। ସୁଦର ହେଲ୍‌ଥ ସଲ୍ଟ୍‌, କଣ୍ଟସଲ୍ଟ, କେୟା ସଲ୍ଟ, ସଫୋଲା ସଲ୍ଟ, ପୁରୋ ସଲ୍ଟ ଆଦି ବ୍ରାଣ୍ଡ ନାମର ଲୁଣ ମଧ୍ୟ ବଜାରରେ ଅଛି। ହେଲେ ଏ ସବୁ ଓଡ଼ିଶାର ପ୍ରସ୍ତୁତ ଲୁଣ ନୁହେଁ। ଆବଶ୍ୟକ ଖାଇବା ଲୁଣ ସମସ୍ତ ରାଜ୍ୟ ବାହାରୁ ଉପରୋକ୍ତ ବ୍ରାଣ୍ଡର ବ୍ୟବସାୟ ଯୋଗାଇ ଥାଏ। ଭାରତରେ ୩୦ ନିୟୁତ ଟନ୍‌ ଲୁଣ ପ୍ରତିବର୍ଷ ଆମଦାନୀ ହୁଏ ଏବଂ ଏହାର ଏକତୃତୀୟାଂଶ ବିଦେଶକୁ ରପ୍ତାନୀ ହୁଏ। ସମୁଦ୍ର ପାଣିରୁ ୭୦% ଲୁଣ ଉତ୍ପାଦନ ହୋଇଥାଏ। ତେବେ ରାଜ୍ୟରେ ବିରାଟ ଚିଲିକା ହ୍ରଦ ଅବା ୪୮୦ କି.ମି. ସମୁଦ୍ର ତଟ ଥାଇ ମଧ୍ୟ ଭାରତର ଏତେବଡ଼ ବ୍ୟବସାୟରେ ରାଜ୍ୟର ଅବଦାନ ଆଦୌ ନାହିଁ। ବରଂ ଏକ ଆମଦାନୀକାରୀ ପରନିର୍ଭରଶୀଳ ରାଜ୍ୟଭାବେ ଓଡ଼ିଶା ଗଣା ଯାଇଥାଏ।

ଲୁଣକୁ ଗୁଣଯୁକ୍ତ କରିବା ନାମରେ ଟାଟା ପରି କର୍ପୋରେଟ କମ୍ପାନୀ ଗୁଜରାଟର ଜାମନଗରଠାରେ ଉତ୍ପାଦନ କରି ପ୍ୟାକେଟ୍‌ କରି ଓଡ଼ିଶାର ସହର ନଗରଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ବେପାର ମେଲାଇ ଦେଇଛି। ସେହିପରି ଅନ୍ୟ କମ୍ପାନୀଙ୍କ ଲୁଣ କିଣୁଛି ଓଡ଼ିଆ। ଦୈନନ୍ଦିନ ଗୋଟିଏ ପରିବାର ହାରାହରି ଏକ ଟଙ୍କାର ଲୁଣ ବ୍ୟବହାର କଲେ ବାର୍ଷିକ ପାଖାପାଖି ୫୦୦ କୋଟି ଟଙ୍କା ଓଡ଼ିଆଏ ଲୁଣ ପାଇଁ ବାହାରକୁ ପଠାଇଥାନ୍ତି। ଟାଟା ଓ ଅନ୍ୟ କମ୍ପାନୀ ମାଲେମାଲ୍‌ ହେଉଛନ୍ତି। ଓଡ଼ିଆଏ ଶୋଷି ହୋଇ ଯାଉଛନ୍ତି।

ଗୋଟିଏ କଥା ବୁଝାପଡ଼ୁନାହିଁ। ଓଡ଼ିଶା ଖଣିଖାଦାନ ବିଦେଶୀ ବେପାରୀଙ୍କ ହାତରେ ଟେକିଦେବା ପାଇଁ ସମସ୍ତେ ଏତେ ବ୍ୟଗ୍ର। ଏଠି ଗୋଟିଏ ଜାମନଗର ପରି ଲୁଣମରା କାରଖାନା କରିଥିଲେ ଗୁଜରାଟ ଜାମନଗରଠାରେ ଖଟୁଥିବା ହଜାର ହଜାର ଓଡ଼ିଆ ଶ୍ରମିକ ଶୋଷଣରୁ ମୁକ୍ତ ହୁଅନ୍ତେ। ତାଙ୍କ ଦେହର ଶ୍ରମ ପ୍ରସ୍ତୁତ ରୋଜଗାର ଏହି ରାଜ୍ୟରେ ରୁହନ୍ତା। କେବଳ ଲୁଣ ଗୁଣ ଯୁକ୍ତ କାରଖାନା ନୁହେଁ ଏହାକୁ ପ୍ୟାକେଟ୍‌ କରିବା ବେପାର କରିବାରେ ହଜାର ହଜାର ଓଡ଼ିଆ ପିଲାଏ ରୋଜଗାର ପାଆନ୍ତେ। ଅବଶ୍ୟ ବାତ୍ୟା ପ୍ରବଣ ଓଡ଼ିଶାରେ ଅନେକ ଭାବେ ବାତ୍ୟା ଓ ଅସମୟ ବର୍ଷାରେ ଚାଷୀ ପ୍ରଭାବିତ ହୋଇଥାନ୍ତି। ତେବେ ଏହି ଲୁଣର ଏମ୍‌.ଏସ୍‌.ପି. ଧାର୍ଯ୍ୟ କରି ଏହାକୁ ବୀମାଭୁକ୍ତ କଲେ ଚାଷୀ ଉପକୃତ ହୁଅନ୍ତେ ଓ ଲୁଣ ଚାଷ ପାଇଁ ଧ୍ୟାନ ଦିଅନ୍ତେ।

ଏହି ଲୁଣ ସହିତ କେମିକାଲ ଶିଳ୍ପ ମଧ୍ୟ ଯୋଡ଼ି ହୋଇ ରହିଛି। ଟାଟା ଇସ୍ପାତ କାରଖାନା ନାଁରେ ଗୋପାଳପୁରଠାରେ ବହୁ ଜମି ନେଇଛି। ସେଠାରେ ଇସ୍ପାତ କାରଖାନା କରିନାହିଁ। ସେହି ଜମିରେ ଟାଟା ଗୋଟିଏ ଲୁଣମରା କାରଖାନା କରି ପାରି ନଥାନ୍ତା? ସେ ଦିଗରେ ଉଦ୍ୟମ କାହିଁକି ନାହିଁ? ଏ ଉତ୍ତର ମୁଖ୍ୟମନ୍ତ୍ରୀ ଦେବା କଥା, ହେଲେ ଏହିସବୁ ପ୍ରଶ୍ନ ତାଙ୍କ ନିକଟରେ ପହଂଚିବ କି ନାହିଁ ଜଣାନାହିଁ। ଫାଇବ୍‌ ଟି ସର୍ବଶକ୍ତିମାନ, ସର୍ବବିଦ୍ୟମାନ, ଚଳଚଞ୍ଚଳ କ୍ଷମତା କେନ୍ଦ୍ରଭାବେ ଉଭା ହୋଇଛନ୍ତି। ଏହି ଗୁହାରୀଟିର ଉତ୍ତରଟି ସେ ଓଡ଼ିଶାବାସୀଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ଆଶା କରୁ।

ମୁଁ ପୁଣିଥରେ କହିରଖେ, ଏବେକାର ଗଣତନ୍ତ୍ରରେ ଲୋକ ପ୍ରତିନିଧି ନାମକୁ ମାତ୍ର ଅଛନ୍ତି। ତାଙ୍କ ନିକଟରେ ଦାବୀ ଉଠାଇବା ନିରର୍ଥକ। ସେଥିପାଇଁ ସର୍ବଶକ୍ତିମାନ ୫-ଟିଙ୍କ ପାଖରେ ଏପରି ଏକ ଆପତ୍ତି ଉପସ୍ଥାପନ ହେଉଛି। ଏ ରାଜ୍ୟର ଲୁଣ ରାଜ୍ୟବାସୀଙ୍କ ଚାହିଦା ପୂରଣ କରି ବିଦେଶକୁ ରପ୍ତାନୀ ହେଉଥିଲା। ରାଜ୍ୟବାସୀ ଏବେ ତାହାହିଁ ଚାହାନ୍ତି। ରାଜ୍ୟରେ ଗଚ୍ଛିତ ଖଣି ଖାଦାନରୁ ଉତ୍ତୋଳିତ ପଥର ଯେଉଁପରି ଭାବେ ଲୁଟ୍‌ ହେଉଛି ସେମାନେ ଦେଖି ଦେଖି ସହି ଚାଲିଛନ୍ତି। ହେଲେ ଲୁଣ ଟିପେ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ତଥା ଫି ବର୍ଷ ଶହ ଶହ କୋଟି ଟଙ୍କା ବାହାରକୁ ଠେଲିଦେବା ଆଦୌ ସହ୍ୟ କରିବା ଉଚିତ୍‌ ମନେ ହେଉନାହିଁ।

ପଞ୍ଚାନନ କାନୁନଗୋ

ଫୋ- ୯୪୩୮୩୬୦୮୪୯

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story