Advertisment

ଝୁଲରେ ବିଲ୍‌ ଝୁଲ୍

ଏବେ, ଶିଶୁଙ୍କ ନାନାବାୟା ଗୀତ ଏମିତି ବୋଲା ହେବ: ଝୁଲ୍ ରେ ବିଲ୍‌ ଝୁଲୁ, ବାଆ ପାଣି ଖାଇ ଲୋକଭବନରେ ଫୁଲୁ।

ଅଦ୍ୟତନ ହୋଇଛି
supreme court

Supreme Court Of INdia Photograph: (Internet)

Advertisment

ଜାନକୀଶ ବଡ଼ପଣ୍ଡା

ଆମ ସମ୍ବିଧାନ ରଚୟିତାଗଣ ଯେତେବେଳେ ରାଜ୍ୟପାଳମାନଙ୍କର ଓ ରାଷ୍ଟ୍ରପତିଙ୍କର କୌଣସି ବିଲକୁ ସ୍ୱୀକୃତି ଦେବାର ଅଧିକାର ଉପରେ ଉଲ୍ଲେଖ କରିଥିଲେ, ସେତେବେଳେ ସେମାନେ କେବେ ବି ଭାବି ନଥିବେ ଯେ, ଭବିଷ୍ୟତରେ ଏଭଳି ପରିସ୍ଥିତି ଉପୁଜିବ, ଯେତେବେଳେ ସମ୍ବିଧାନରେ ନିର୍ଦ୍ଦିଷ୍ଟ ସମୟ ସୀମା ଉଲ୍ଲେଖ ନଥିବାର ସୁଯୋଗ ନେଇ ଏହି ମହାମହିମମାନେ କୌଣସି ପାରିତ ବିଲକୁ ବର୍ଷ ବର୍ଷ ଧରି ଝୁଲାଇ ରଖିବେ।   

Advertisment

ଗତ ଏପ୍ରିଲ ମାସରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ରାୟ ପ୍ରଦାନ କରିଥିଲେ; ଯାହା ନିର୍ବାଚିତ ବିଧାୟକଙ୍କ ଦ୍ୱାରା ଗୃହୀତ ବିଲକୁ ଅନିର୍ବାଚିତ ରାଜ୍ୟପାଳମାନେ ଅନୁମୋଦନ ପ୍ରଦାନ ନକରି କିମ୍ବା ବିଳମ୍ବିତ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକାଇ ରଖିବାର କାହାଣୀକୁ ପରିସମାପ୍ତ କରିଥିଲା। ତାମିଲନାଡୁ ରାଜ୍ୟ ବନାମ ତାମିଲନାଡୁ ରାଜ୍ୟପାଳ ମାମଲାରେ ସର୍ବୋଚ୍ଚ ଅଦାଲତ ରାଜ୍ୟପାଳମାନଙ୍କୁ ଅନୁମୋଦନ ପ୍ରଦାନ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଲାଗୁ କରିଥିଲେ। ଅଦାଲତ କହିଥିଲେ ଯେ ସମୟସୀମା ଉଲ୍ଲଂଘନ କରାଗଲେ ନ୍ୟାୟିକ ହସ୍ତକ୍ଷେପକକୁ ସେମାନେ ନିମନ୍ତ୍ରଣ କରିବେ। ଅଦାଲତ ପକ୍ଷରୁ ରାଜ୍ୟପାଳଙ୍କ ନୀରବ ନିଷ୍କ୍ରିୟତାକୁ ସମ୍ମତି ଭାବରେ ବିବେଚନା କରାଯାଇ ପାରିବ।

ରାଜଭବନଗୁଡ଼ିକର ନାମ ପରିବର୍ତ୍ତନ କରାଯାଇ ଲୋକଭବନ ହୋଇଥିଲେ ବି ରାଜ୍ୟପାଳମାନେ ବାଧା ସୃଷ୍ଟିକାରୀ ପ୍ରବୃତ୍ତିରୁ ମୁକ୍ତି ପାଇ ନାହାନ୍ତି। ସେମାନେ ରାଜ୍ୟର ପ୍ରାଥମିକତାକୁ ଏକ ପ୍ରକ୍ରିୟାଗତ ଅସ୍ଥିରତା ମଧ୍ୟକୁ ଠେଲି ଦେଉଥିଲେ। ଏଣୁ, କେନ୍ଦ୍ରରେ ଶାସନ କରୁଥିବା ଦଳ ବା ମେଣ୍ଟ-ବିରୋଧୀ ଶାସିତ ରାଜ୍ୟ ବିଧାନସଭାର ସର୍ବୋଚ୍ଚତାକୁ ସୁନିଶ୍ଚିତ କରୁଥିବା ଏହି ଗଣତନ୍ତ୍ର-ସମର୍ଥନକାରୀ ରାୟ ଥିଲା ଏକ ବିରଳ ବିଜୟ। ଏହା ରାଜ୍ୟପାଳଙ୍କ ଦ୍ୱାରା କ୍ଷମତାର ଅପବ୍ୟବହାର କରାଯାଇ ଆଇନ ପ୍ରଣୟନ ପ୍ରକ୍ରିୟାରେ ସୃଷ୍ଟି କରାଯାଉଥିବା ନୀତିଗତ ପକ୍ଷାଘାତର ଶେଷ କରିବାକୁ ପ୍ରତିଶୃତି ଦେଇପାରିଥିଲା। 

Advertisment

ଏଭଳି ନିର୍ଣ୍ଣୟର ସାମ୍ବିଧାନିକତା ଉପରେ ପ୍ରଶ୍ନ ଉଠେଇ ରାଷ୍ଟ୍ରପତି ସମ୍ବିଧାନର ଧାରା ୧୪୩ ଆଧାରରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଶେଷ ପରାମର୍ଶ ଚାହିଁଲେ। ରାଜ୍ୟଗୁଡ଼ିକ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଣ୍ଣୟକୁ ବ୍ୟବହାର କରିବା ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ରାଷ୍ଟ୍ରପତିଙ୍କ ସନ୍ଦର୍ଭର ଉତ୍ତର ଦେଇ, ପୂର୍ବ ରାୟରେ କୁହାଯାଇଥିବା ସାମ୍ବିଧାନିକ ଶୃଙ୍ଖଳାକୁ ଭାଙ୍ଗି ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟପାଳଙ୍କ ଉପରେ ନ୍ୟାୟିକ ଭାବରେ ଲାଗୁ ହୋଇଥିବା ସମୟସୀମା ସମ୍ପର୍କରେ ସମ୍ବିଧାନରେ ଉଲ୍ଲେଖ  ନାହିଁ। ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ଇଚ୍ଛାଧୀନ କ୍ଷମତାର ଏକ ନମନୀୟତା ଅଛି; ଯାହା ସ୍ପଷ୍ଟ ଭାବରେ ବିଲ୍‌ଗୁଡ଼ିକୁ ସମ୍ମତି ଦେବାରେ ବିଳମ୍ବିତ କରିପାରିବ। ଗତ ନଭେମ୍ବର ମାସରେ ଖଣ୍ଡପୀଠ ଏପରି ସମୟ ସୀମା ନିର୍ଦ୍ଧାରଣ ଅଣ-ସାମ୍ବିଧାନିକ କହି ପୂର୍ବରୁ ଦୁଇଜଣିଆ ଖଣ୍ଡପୀଠଙ୍କ ନିର୍ଣ୍ଣୟକୁ ପ୍ରତ୍ୟାହାର କରି ନେଇଛନ୍ତି।    

ରାଷ୍ଟ୍ରପତିଙ୍କ ସନ୍ଦର୍ଭର ଜବାବରେ ଖଣ୍ଡପୀଠ ଧାରା ୨୦୦ ଉପସ୍ଥାପିତ କରିଛନ୍ତି, ଯାହା ରାଜ୍ୟପାଳଙ୍କ ପକ୍ଷରୁ ବିଲ୍‌କୁ ସମ୍ମତି ଦେବାର କ୍ଷମତା ଏବଂ ଏହାର ବ୍ୟବସ୍ଥା ସହିତ ଜଡିତ। ଏହାକୁ ସାମ୍ବିଧାନିକ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକ ସାମ୍ବିଧାନିକ ଆଲୋଚନା ପ୍ରକ୍ରିୟାଗୁଡ଼ିକର ଏକ ଭଣ୍ଡାର କୁହାଯାଇପାରେ। କିନ୍ତୁ ଆଲୋଚନା ପ୍ରଭାବଶାଳୀ ହେବା ପାଇଁ ଉଭୟ ପକ୍ଷର ଉପଯୁକ୍ତ ଏବଂ ସମୟୋଚିତ ପ୍ରତିକ୍ରିୟା ଆବଶ୍ୟକତାକୁ ପାଞ୍ଚଜଣିଆ ଖଣ୍ଡପୀଠ ସ୍ୱୀକାର କରିବାରେ ବିଫଳ ହୋଇଥିବାର ସ୍ପଷ୍ଟ ହୋଇ ଯାଇଛି।

ରାଜ୍ୟପାଳମାନଙ୍କ ବିରୁଦ୍ଧରେ ମୌଳିକ ଅଭିଯୋଗ ଥିଲା ଯେ ସେମାନେ ସେମାନଙ୍କର କ୍ଷମତାର ଅପବ୍ୟବହାର କରି ବିରୋଧୀ ଶାସିତ ରାଜ୍ୟଗୁଡ଼ିକରେ ସରକାରଙ୍କୁ ନିରାଶ କରିବା ପାଇଁ ଆଲୋଚନାକୁ ଏକ ବାଧା ସୃଷ୍ଟିକାରୀ ରଣନୀତିରେ ପରିଣତ କରୁଛନ୍ତି। ଦୁଇ ଜଣିଆ ଖଣ୍ଡପୀଠ ତାମିଲନାଡୁ ବିଧାନସଭାରେ ପାରିତ ବିଲକୁ ରାଜ୍ୟପାଳ ସ୍ୱୀକୃତି ଦେବା ପାଇଁ ସ୍ପଷ୍ଟ ସମୟସୀମା ସ୍ଥିର କରି କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ପ୍ରତିନିଧିମାନେ ଧାରା ୨୦୦ରେ ପ୍ରଦତ୍ତ କ୍ଷମତାକୁ ବିଧାନସଭା ନିର୍ଣ୍ଣୟ ଉପରେ ଲଦିଦେବା ପାଇଁ ଏକ ଅସ୍ତ୍ର ଭାବେ ବ୍ୟବହାର ନକରିବାକୁ କହିଥିଲେ। ରାଜ୍ୟପାଳଙ୍କ ପକ୍ଷରୁ ସମ୍ମତି ପ୍ରଦାନରେ ଦୀର୍ଘ ନୀରବତା କିମ୍ବା ବିଲ୍ ଗୁଡ଼ିକୁ ଅକାମୀ କରିଦେବା ପାଇଁ ବାରମ୍ବାର ପ୍ରୟାସ ଫଳରେ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ଆଇନ୍ ପ୍ରଣୟନ ଅସମ୍ଭବ ହେଉଥିବାର ଅନୁଭବ କରି ଖଣ୍ଡପୀଠ କହିଥିଲେ ଯେ, ଯଦି ଲୋକଭବନ ଏପରି ରଣନୀତି ଅବଲମ୍ବନ କରି ଚାଲେ ଏବଂ ନିର୍ଦ୍ଧାରିତ ସମୟସୀମା ଉଲ୍ଲଂଘନ କରେ, ତେବେ ଏକ ସାମ୍ବିଧାନିକ ଅଦାଲତ ବିଲ୍ ଅନୁମୋଦନ କରାଯାଇଛି ବୋଲି ଘୋଷଣା କରିବେ।

ରାଷ୍ଟ୍ରପତିଙ୍କ ବିଶେଷ ପରାମର୍ଶ ସନ୍ଦର୍ଭର ଜବାବରେ କୋର୍ଟ ଧାରା ୨୦୦ ଉପସ୍ଥାପନ କରିଛନ୍ତି, ଯାହା ରାଜ୍ୟପାଳମାନଙ୍କ ବିଲକୁ ସମ୍ମତି ଦେବାର କ୍ଷମତା ଏବଂ ଏହାର ବ୍ୟବସ୍ଥା ସହିତ ଜଡ଼ିତ। ଏହା ସାମ୍ବିଧାନିକ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକ ସାମ୍ବିଧାନିକ ଆଲୋଚନା ଆରମ୍ଭ କରୁଥିବା ପ୍ରକ୍ରିୟାର ଏକ ଭଣ୍ଡାର। ତେବେ, ଆଲୋଚନା ଯେପରି ପ୍ରଭାବଶାଳୀ ହୋଇପାରିବ ସେଥିପାଇଁ ଉଭୟ ପକ୍ଷର ଉପଯୁକ୍ତ ଏବଂ ସମୟୋଚିତ ପ୍ରତିକ୍ରିୟା ଆବଶ୍ୟକ ଅଛି ବୋଲି ଖଣ୍ଡପୀଠ ସ୍ୱୀକାର କରିବାରେ ବିଫଳ ହୋଇଛନ୍ତି। ରାଜ୍ୟପାଳମାନଙ୍କ ବିରୁଦ୍ଧରେ ମୂଳତଃ ଅଭିଯୋଗ ଥିଲା ଯେ ସେମାନେ ସେମାନଙ୍କର କ୍ଷମତାର ଅପବ୍ୟବହାର କରି ବିରୋଧୀ ଶାସିତ ରାଜ୍ୟଗୁଡ଼ିକରେ ସରକାରଙ୍କୁ ହଇରାଣ କରିବା ପାଇଁ ଏହି ‘ସାମ୍ବିଧାନିକ ଆଲୋଚନା’କୁ ଏକ ବାଧା ସୃଷ୍ଟିକାରୀ ରଣନୀତିରେ ପରିଣତ କରିଥିଲେ। ତାମିଲନାଡୁ ରାଜ୍ୟପାଳଙ୍କୁ ବିଧାନସଭାରେ ପାରିତ ବିଲ୍ ଉପସ୍ଥାପନ କରିବା ସମୟରେ ନିଷ୍ପତ୍ତି ନେବା ପାଇଁ ଅଦାଲତ ସ୍ପଷ୍ଟ ସମୟସୀମା ସ୍ଥିର କରିଥିଲେ। ଏଥିରେ  ନିଶ୍ଚିତ କରାଯାଇଥିଲା ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏହି ନିର୍ବାଚିତ ହୋଇନଥିବା ପ୍ରତିନିଧିମାନେ ଧାରା ୨୦୦ ଅନୁଯାୟୀ ସେମାନଙ୍କର କ୍ଷମତାକୁ ଏକ ଅସ୍ତ୍ର ଭାବେ ବିଧାନସଭାର ନିର୍ବାଚିତ ସଦସ୍ୟଙ୍କ ଦ୍ୱାରା ପାରିତ ବିଲ୍ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ବ୍ୟବହାର କରି ପାରିବେ ନାହିଁ।

ଅଦାଲତରେ ଜବାବ ସୁଆଲ ସରିବା ପରେ ରାୟ ଆସିଲା। ଏଥିରେ ରାଜ୍ୟପାଳମାନେ ବିଲ୍ ଗୁଡିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଦୀର୍ଘ ନୀରବତା ରକ୍ଷା କରିବା କିମ୍ବା ବିଲ୍ ଗୁଡ଼ିକୁ ସାମ୍ବିଧାନିକ ଭାବରେ ଅକାମୀ କରିବା ପାଇଁ ବାରମ୍ବାର ପ୍ରୟାସ କରିବାର ଧାରା ସ୍ୱତଃ ଅକାମୀ ହୋଇଗଲା। ରାୟରେ ଯଦି ଲୋକଭବନ ଏପରି ରଣନୀତି ଅବଲମ୍ବନ କରେ ଏବଂ ନିର୍ଦ୍ଧାରିତ ସମୟସୀମା ଉଲ୍ଲଂଘନ କରେ, ତେବେ ଏକ ସାମ୍ବିଧାନିକ ଅଦାଲତ ବିଲକୁ ଅନୁମୋଦନ କରାଯାଇଛି ବୋଲି ଘୋଷଣା କରିବାର ବିକଳ୍ପ ଅବଶ୍ୟ ରଖିଥିଲା।

ଦୀର୍ଘ କାଳ ଧରି ନିଷ୍କ୍ରିୟତା ପାଇଁ ଯେଉଁ ସୀମିତ ନ୍ୟାୟିକ ସହାୟତା ଆବଶ୍ୟକ ତାହା କେବଳ ରାଜ୍ୟପାଳଙ୍କୁ ନିଷ୍ପତ୍ତି ନେବା ପାଇଁ ଏକ ସାମ୍ବିଧାନିକ ନିର୍ଦ୍ଦେଶ। ତାମିଲନାଡୁ ରାଜ୍ୟ ପ୍ରସଙ୍ଗରେ ଅଦାଲତଙ୍କ ରାୟ ଦ୍ୱାରା ଲାଗୁ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ସମୟସୀମାକୁ ପ୍ରତ୍ୟାହାର କରି ଦିଆ ଯାଇଥିଲା। ସେଥିରେ କୁହାଗଲା ଯେ, ପ୍ରଥମ ଥର ପାଇଁ ଯେତେବେଳେ ଏକ ବିଲ୍ ରାଜ୍ୟପାଳଙ୍କ ଅନୁମୋଦନ  ପାଇଁ ଉପସ୍ଥାପନ କରାଯାଏ ଏବଂ ଦ୍ୱିତୀୟ ଥର ପାଇଁ ଯେତେବେଳେ ରାଜ୍ୟ ବିଧାନସଭାଗୁଡ଼ିକ ପୁନଃବିଚାର ପରେ ବିଲ୍ ଫେରାଇ ଦିଅନ୍ତି, ସେତେବେଳେ ରାଜ୍ୟପାଳମାନେ କ'ଣ କରିପାରିବେ? ପୂର୍ବରୁ, ଯୁକ୍ତିଯୁକ୍ତ ସମୟସୀମାକୁ ଗ୍ରହଣୀୟ ନୁହେଁ ବୋଲି ବିବେଚନା କରାଯାଇଥିଲେ ବି ପରବର୍ତ୍ତୀ କାଳରେ ଅଦାଲତ ପ୍ରଭାବଶାଳୀ ଭାବେ ଏକ ସାମ୍ବିଧାନିକ କୃଷ୍ଣ-ଗହ୍ୱରକୁ ବୈଧ କରିଦେଲେ। ଏହା ଫଳରେ ରାଜ୍ୟପାଳମାନେ ନୀରବମୃତ୍ୟୁର ଶୀତଳସ୍ପର୍ଶ ପାଇବା ପାଇଁ ବିଲକୁ ପୂର୍ବଭଳି ନିଜର ଶୀତଳ ଭଣ୍ଡାରରେ ରଖିଦେଇ ପାରିବେ କିମ୍ବା ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଦେଇପାରିବେ।

ଧାରା ୨୦୦ର ପ୍ରଥମ ସର୍ତ୍ତାବଳୀ ଅନୁଯାୟୀ ରାଜ୍ୟପାଳ ଏକ ବିଲକୁ ପୁନଃବିଚାର ପାଇଁ ରାଜ୍ୟ ବିଧାନସଭାକୁ ଏକ ବାର୍ତ୍ତା ସହିତ ଫେରାଇ ପାରିବେ। ସର୍ତ୍ତାବଳୀର ସରଳ ପାଠ୍ୟ ଏହା ସ୍ପଷ୍ଟ ଭାବରେ ସ୍ପଷ୍ଟ କରେ ଯେ ଯଦି ରାଜ୍ୟ ବିଧାନସଭା ସଂଶୋଧନ ସହିତ କିମ୍ବା ବିନା ସଂଶୋଧନରେ ବିଲକୁ ରାଜ୍ୟପାଳଙ୍କ ନିକଟକୁ ଫେରାଇ ଆଣେ ତେବେ ଏହି ପର୍ଯ୍ୟାୟରେ ରାଜ୍ୟପାଳଙ୍କ ପାଇଁ ଉପଲବ୍ଧ ଏକମାତ୍ର ବିକଳ୍ପ ହେଉଛି ସମ୍ମତି ପ୍ରଦାନ କରିବା। ଏହି ସ୍ଥିତିକୁ ସ୍ୱତନ୍ତ୍ର ସନ୍ଦର୍ଭରେ କ୍ଷୁର୍ଣ୍ଣ କରାଯାଇଛି, ଯେଉଁଥିରେ ବିଧାନସଭା ବିଲ୍ ଫେରାଇବା ପରେ ସମସ୍ତ ପରିସ୍ଥିତିରେ ରାଜ୍ୟପାଳଙ୍କୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବାର ବିକଳ୍ପ ପ୍ରଦାନ କରାଯାଇଛି। ଏହା କେବଳ ଯେ ତାମିଲନାଡୁ ରାଜ୍ୟ ପାଇଁ   ବ୍ୟତିକ୍ରମିକ ଭାବରେ ବ୍ୟବସ୍ଥା କରାଯାଇଛି ତାହା ନୁହେଁ। ଅନ୍ୟ ଶବ୍ଦରେ, ସମ୍ବିଧାନର ସ୍ପଷ୍ଟ ପାଠ୍ୟ ବିପରୀତ, ସମ୍ବିଧାନର ସ୍ପଷ୍ଟ ପାଠ୍ୟ ବିରୁଦ୍ଧରେ, ସମ୍ବିଧାନ ଯୋଜନାରେ ଏକ ସ୍ପଷ୍ଟ ସୁରକ୍ଷା ବ୍ୟବସ୍ଥାକୁ ଅପସାରଣ କରିବା କୋର୍ଟଙ୍କ ସାମଗ୍ରିକ ଯୁକ୍ତି ପଛରେ ଥିବା ସ୍ପଷ୍ଟ ମୌଳିକତା ବିରୁଦ୍ଧରେ ଲଢ଼େଇ ଥିଲା। ଧାରା ୩୬୧ ଅନୁଯାୟୀ ରାଜ୍ୟପାଳଙ୍କ କ୍ଷମତାରେ ପ୍ରତିବନ୍ଧକ ସୃଷ୍ଟି କରିବା ଅବା କ୍ଷୁର୍ଣ୍ଣ କରିବାକୁ କୌଣସି ପ୍ରକାରର ଆଇନଗତ ଯାଞ୍ଚ କରାଯାଇ ପାରିବ ନାହିଁ।

ଯାହା ସିଧାସଳଖ ବା ପ୍ରତ୍ୟକ୍ଷ ଭାବେ କରାଯାଇପାରିବ ନାହିଁ ତାହା ପରୋକ୍ଷ ଭାବରେ ମଧ୍ୟ କରାଯାଇପାରିବ ନାହିଁ - ଏହି ଭଳି ଏକ ନୀତିକୁ ସମର୍ଥନ ମିଳିଗଲା। ଗୋଟିଏ ପକ୍ଷରେ, ବିଲ୍ ଉପରେ ରାଜ୍ୟପାଳଙ୍କ ଦୀର୍ଘକାଳୀନ ନିଷ୍କ୍ରିୟତା ପ୍ରତି ଅଦାଲତ ଭୃକୁଞ୍ଚନ କରିଥିବା ସତ୍ତ୍ୱେ ଏହାକୁ ସାମ୍ବିଧାନିକ ଅନୁମୋଦିତ ଦେଇଛନ୍ତି ଏବଂ ଅନ୍ୟପକ୍ଷରେ, କୌଣସି ବିଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବାର ଅବାଧ ନିର୍ଣ୍ଣୟକୁ ଅଦାଲତ ଅନୁମତି ଦେଇଛନ୍ତି। ରାଜ୍ୟ ବିଧାନସଭା ପାରିତ କରିଥିବା ବିଲ୍ ଗୁଡ଼ିକୁ ଦ୍ୱିତୀୟ ଥର ପାଇଁ ପ୍ରେରଣ କରିବା କ୍ଷେତ୍ରରେ ଅନୁମତି ଦେଇ ଆଇନଗତ ପ୍ରକ୍ରିୟାର ହତାଶାକୁ ସ୍ପଷ୍ଟ କରିଛନ୍ତି।

କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ ସରକାରିଆ କମିଶନଙ୍କ ସମ୍ମୁଖରେ ଅନେକ ରାଜ୍ୟ ଉଠାଇଥିବା ଏକ ପ୍ରସଙ୍ଗ ରହି ଆସିଥିବା ଏହି ସନ୍ଦର୍ଭ ରାଜ୍ୟପାଳମାନଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କ ନିକଟକୁ ବିଲ୍‌ଗୁଡ଼ିକୁ ଏକପାଖିଆ ସୁପାରିଶ ବ୍ୟବସ୍ଥାକୁ ନ୍ୟାୟିକ ଯାଞ୍ଚ ଅଧୀନକୁ ଆଣିବା ପାଇଁ ଏକ ବିରଳ ସୁଯୋଗ ମିଳିଥିଲା। କିନ୍ତୁ ଏହା ଅବଶେଷରେ ପରିସ୍ଥିତି ନିର୍ବିଶେଷରେ ପୁନଃପ୍ରେରିତ ଏବଂ ପୁନଃପ୍ରଣୀତ ବିଲ୍‌ଗୁଡ଼ିକୁ ରାଜ୍ୟପାଳମାନେ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପାଇଁ ଅବାଧ ବୋଲି ବିବେଚନା କରି ବର୍ତ୍ତମାନ ପାଇଁ ବିତର୍କର ଅବସାନ କରିଛି।

ଅଦାଲତି ବ୍ୟବସ୍ଥାରେ ବ୍ୟାପକ ବ୍ୟାଖ୍ୟାନକୁ ଯଥାର୍ଥ ସମୟ ଦେବା ପାଇଁ ସାଧାରଣତଃ 'ଚେକ୍ ଆଣ୍ଡ୍ ବାଲାନ୍ସ’ ବା ‘ଗତିରୋଧ ଓ ସନ୍ତୁଳନ'କୁ ପ୍ରଧାନ୍ୟ ଦିଅନ୍ତି। ସେଥିପାଇଁ ବିଲ୍ ଗୁଡ଼ିକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପାଇଁ ଅନୁମତି ଦିଆଯାଇଥିବା ହୁଏତ ଏକ କାରଣ ଭାବେ ଗ୍ରହଣ କରାଯାଇଥିବ। ବିଧାନସଭା ଏପରି ବିଲ୍ ଆଗତ ଓ ପାରିତ କରିପାରେ ଯାହା କେନ୍ଦ୍ରୀୟ ଆଇନର ପରିପନ୍ଥୀ ହୋଇ ଥାଇପାରେ କିମ୍ବା ଦେଶର ସମ୍ବିଧାନକୁ ଉଲ୍ଲଂଘନ କରୁଥାଇପାରେ। ତଥାପି, ଯେ କୌଣସି ରାଜ୍ୟ ବିଧାନସଭା ପାରିତ କରିଥିବା ଏଭଳି ପ୍ରସ୍ତାବ ରାଜ୍ୟପାଳଙ୍କ ଅନୁମୋଦନ ଲାଭକରି ଆଇନରେ ପରିଣତ ହେଲେ ବି ଏହା ସମ୍ବିଧାନର ମୌଳିକ ସିଦ୍ଧାନ୍ତକୁ ଅଣଦେଖା କରୁଥିଲେ ଏହାର ବୈଧତା ସର୍ବଦା ଅଦାଲତ ବାତିଲ୍ କରିବାର ବ୍ୟବସ୍ଥା ଥିବାରୁ  'ଚେକ୍ ଆଣ୍ଡ୍ ବାଲାନ୍ସ’ କରିବାକୁ ରାଜ୍ୟପାଳ ଅତିଦୀର୍ଘ ସମୟ ନେବା ଗଣତନ୍ତ୍ରକୁ ସମୃଦ୍ଧ କରିବ କିପରି?

'ଚେକ୍ ଆଣ୍ଡ୍ ବାଲାନ୍ସ’ ବା ‘ଗତିରୋଧ ଓ ସନ୍ତୁଳନ' ସାମ୍ବିଧାନିକ ବ୍ୟବସ୍ଥାର ଏକ ଅଂଶ ହୋଇଥିଲେ ମଧ୍ୟ, ଏହା ଏକ ସାର୍ବଜନୀନ ମତବାଦ ନୁହେଁ। ଏହାର ଅପବ୍ୟବହାର କରାଯାଇ କୌଣସି ଗୋଟିଏ ବିରୋଧୀ ଦଳ ଶାସିତ ରାଜ୍ୟର ଶାସନକାର୍ଯ୍ୟକୁ ବ୍ୟାହତ କରିହେବ।'ସମ୍ବିଧାନକୁ ସୁରକ୍ଷା ଦେଇ ଆକ୍ରମଣକୁ ପ୍ରତିହତ' କରିବା ରାଜ୍ୟପାଳଙ୍କ କର୍ତ୍ତବ୍ୟ ହୋଇଥିଲେ ବି ବିଧାନସଭା ଦ୍ୱାରା ବହୁମତରେ ପାରିତ ଏକ ବିଲ୍ ‘ସମ୍ବିଧାନର ସମ୍ଭାବ୍ୟ ଉଲ୍ଲଂଘନ କରୁଥାଇପାରେ’ ମନେକରିବା ଏବଂ ବିଲ୍ କୁ ଆକ୍ରମଣକାରୀ  ଭାବରେ ଉପସ୍ଥାପନ କରିବା ସତରେ ଅଦ୍ଭୁତ। ଏହା ନିଶ୍ଚିତ ସତ୍ୟ ଯେ, ରାଜ୍ୟପାଳଙ୍କ ଦ୍ୱାରା ଅନୁମୋଦନ ପ୍ରଦାନ କରିବାର କ୍ଷମତା ଆଇନ ପ୍ରଣୟନର ଏକ ପ୍ରକ୍ରିୟାଗତ ଦିଗ ହୋଇଥିଲେ ବି ଲୋକ ଭବନ କୌଣସି ପ୍ରାରମ୍ଭିକ ନ୍ୟାୟିକ ସମୀକ୍ଷା କରିବା ଅନୁଚିତ। ରାଜ୍ୟପାଳଙ୍କ ଦ୍ୱାରା ଅନୁମୋଦନ ପ୍ରଦାନ କ୍ଷମତା ରହିଥିବାରୁ ସମ୍ବିଧାନରେ 'ସନ୍ତୁଳନ' ଅପେକ୍ଷା ଅଧିକ 'ଗତିରୋଧ' ବ୍ୟବସ୍ଥା ଉଦ୍ଦିଷ୍ଟ ଥିବାପରି ମନେହୁଏ।

ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ ପ୍ରଦାନ କରିଥିବା ରାୟ ଆଇନଗତ ଭାବରେ ସମସ୍ତେ ମାନିବାକୁ ବାଧ୍ୟ। ଏହା  ଅନିବାର୍ଯ୍ୟ ହୋଇଥିଲେ ବି ଗଣତନ୍ତ୍ର ପ୍ରେମୀଙ୍କ ନିମନ୍ତେ କେବେହେଁ ପ୍ରେରଣାଦାୟକ ନୁହେଁ। ଏହି ରାୟ  ସାମ୍ବିଧାନିକ ପ୍ରତିକୂଳତାର ଅନନ୍ୟ ଉଦାହରଣ, ରାଜ୍ୟପାଳଙ୍କ କ୍ଷମତା ଉପରେ ନୀତିଗତ ପ୍ରତିବନ୍ଧକରୁ ପଛଘୁଞ୍ଚା ଏବଂ ରାଜ୍ୟଗୁଡ଼ିକ ଉପରେ ରାଷ୍ଟ୍ରସଂଘର ପ୍ରାଧାନ୍ୟକୁ ଏକ ଅନାବଶ୍ୟକ ଉତ୍ସାହ ପ୍ରଦର୍ଶନ କୁହାଗଲେ ବୋଧହୁଏ ଭୁଲ ହେବନାହିଁ। ଏବେ, ଶିଶୁଙ୍କ ନାନାବାୟା ଗୀତ ଏମିତି ବୋଲା ହେବ: ଝୁଲ୍ ରେ ବିଲ୍‌ ଝୁଲୁ, ବାଆ ପାଣି ଖାଇ ଲୋକଭବନରେ ଫୁଲୁ। 

ଫୋ- ୯୪୩୮୨୯୯୦୩୭

Supreme Court President Of India Indian Constitution Bharat Constitution Supreme Court Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe