ଓଡ଼ିଶାରେ ଖୋଲୁ ଜୈବିକ ହାଟ!

ଏବେ ସପିଂ ମଲରେ ଜୈବିକ ପନିନରିବା ମିଳୁଛି। ତେବେ ଆମ ଗାଁ ମାନଙ୍କରେ କ’ଣ ପାଇଁ ଏହା ହୋଇପାରିବନି? ଆମ ରାଜ୍ୟରେ ଜୈବିକ ହାଟର ଅଧିନିୟମ ବାହାରିବା ଅବାଶ୍ୟକ। ଯାହାକୁ ଆମେ ସ୍ୱନ୍ତ୍ର ଅର୍ଗାନିକ ଭିଲେଜ ବୋଲି କହିପାରିବା। ଗାଁ ଗାଁରେ ଜୈବିକ ହାଟର ବ୍ୟବସ୍ଥା ହେବା ସରକାର। ଚାଷୀ ସେଠି ନିଜର ଫସଲକୁ ଲୋକଙ୍କୁ ବିକିପାରନ୍ତା ଓ ଲୋକମାନେ ଜୈବିକ ପନିପରିବା ପାଇପରନ୍ତେ। ତେବେ ଏହା ପୂର୍ବରୁ ଚାଷୀମାନେ ଜୈବିକ ଚାଷର ପ୍ରାମାଣିକରଣ କରିବା ଅନିବାର୍ଯ୍ୟ।

Organic Farm

Organic Farm

Debendra Prusty
  • Published: Monday, 22 May 2023
  • Updated: 22 May 2023, 12:56 PM IST

News Highlights

  • ଓଡ଼ିଶାରେ ଜୈବିକ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ବଢ଼ିଲାଣି।
  • ଓଡ଼ିଶା ସରକାର ରାଜ୍ୟରେ ଜୈବିକ କୃଷିର ବିକାଶ ପାଇଁ ପ୍ରୋତ୍ସାହନ ଯୋଗାଇଦେବା ଜରୁରୀ।
  • ସ୍ୱତନ୍ତ୍ର ଭାବେ ପ୍ରତି ପଞ୍ଚାୟତ ଓ ସହରରେ ଜୈବିକ ହାଟ ଆୟୋଜିତ ହେଲ ଜୈବିକ ଚାଷୀମାନେ ଉପଯୁକ୍ତ ଦର ପାଇପାରନ୍ତେ।

Sports

Latest News

ଏବେ ଓଡ଼ିଶାର ଅନେକ ଗାଁରେ ଜୈବିକ ଚାଷର ନିଶା। ରାସାୟନିକ ସାର ଓ କୀଟନାଶକର ଭୟାବହତାକୁ ମୂଳପୋଛ କରି ଏକ ସୁସ୍ଥ, ସତେଜ ଆଉ ସବୁଜ ପରିବେଶ ଗଠନ ଦିଗରେ ସଭିଏଁ ତତ୍ପର। ଭାରତ ଓ ଓଡ଼ିଶା ସରକାର ମଧ୍ୟ ଜୈବିକ କୃଷି ଉପରେ ଗୁରୁତ୍ୱ ଦେଲେଣି।

ତେବେ ରାସାୟନିକ ଆଉ ଜୈବିକ ଚାଷ ଭିତରେ କ’ଣ ତଫାତ? ଏ କଥାକୁ ବେଶୀ ବୁଝାଇବାର ଆବଶ୍ୟକତା ନାହିଁ। କାରଣ ସଭିଏଁ ଜାଣନ୍ତି ଏହାର ଉପକାରିତା ଆଉ ଅପକାରିତା ବିଷୟରେ। ତେବେ କଥା ଉଠୁଛି ଯଦି ଆମେ ରାସାୟନିକ ଚାଷର ଅପକାରିତା ବିଷୟରେ ଅବଗତ ଅଛନ୍ତି, ତେବେ ଅନ୍ୟମାନଙ୍କୁ ଏହା ନକରିବାକୁ ପରାମର୍ଶ ଦେବା ଆମର କର୍ତ୍ତବ୍ୟ ହେବା ଉଚିତ୍। ରାସାୟନିକ ଚାଷ ଏକ ଭୟବହତାର ମୂଳଦୁଆ ପକାଏ। ମଣିଷ ଶରୀର ଅଛି ମାନେ ରୋଗ ଅଛି ସେମିତି ଚାଷ ଅଛି ମାନେ ରୋଗ, ପୋକ ଲାଗିବା ଏକ ଅତି ସାଧାରଣ କଥା। ତେବେ ଏହାକୁ ଆମେ ଶୀଘ୍ର ମୂଳତ୍ପାଟନ କରିବା ଆଶାରେ ଅତ୍ୟାଧିକ ଖର୍ଚ୍ଚ କରି କୀଟନାଶକ ପ୍ରୟୋଗ କରି ପରୋକ୍ଷରେ ଆମ ଶରୀରକୁ ରୋଗମାନଙ୍କୁ ନିମନ୍ତ୍ରଣ କରୁ। କିନ୍ତୁ ଜୈବିକ ଚାଷ ଠିକ ଏହାର ଓଲଟା। ଏହା ରୋଗ ପୋକ ମୂଳପୋଛ କରିବ କିନ୍ତୁ ଏହା ଏକ ଧୀର ପ୍ରକ୍ରିୟା। ସମୟ ସହ ଅପେକ୍ଷା କଲେ ସୁଫଳ ମିଳିବ। କିନ୍ତୁ ଅଧିକ ଉତ୍ପାଦନ ଆଶାରେ ଆମେ ଆମ ମନ ମୁତାବକ ରାସାୟନିକ ସାର ଓ ବିଷର ପ୍ରୟୋଗ କରି ଜମିର ମାନ କମାଇଦେଉ। କୃଷି କାର୍ଯ୍ୟ ଆଜି ଅମଳ ବା ଉତ୍ପାଦନ ପାଇଁ କରାଯାଉଛି। ଜମିରେ ବ୍ୟବହୃତ ଅତ୍ୟଧିକ ରାସାୟନିକ ସାରର ପ୍ରଭାବ ମାଟି/ମୃତ୍ତିକାକୁ କ୍ଷୟ କରୁଛି। ଏହା ସମସ୍ତେ ଜାଣିବି ଏହାକୁ ପ୍ରୟୋଗ କରିବାରେ ଅବହେଳା କରୁନାହାନ୍ତି। ପିଲାଦିନରୁ ମୃତ୍ତିକା କ୍ଷୟ ବିଷୟରେ ପଢି, ଲେଖି ପରୀକ୍ଷାରେ ପାସ୍ କରି ଆସିଛନ୍ତି ସମସ୍ତେ, ଆଉ ଏହାସହ ମୃତ୍ତିକା ସଂରକ୍ଷଣ କଥା ବି ପଢ଼ିଛନ୍ତି। ହେଲେ କ’ଣ ହେବ? ସେ ସବୁ ଆଜି ଚୂଲିମୁଣ୍ଡକୁ ଗଲାଣି। ରାସାୟନିକ ସାରର ବହୁଳ ବ୍ୟବହାର ସହିତ ମଣିଷ ଏବେ କୃଷି ପାଇଁ ଜଙ୍ଗଲ କ୍ଷୟ କରୁଛି। ଯେଉଁ ଚେର ଦିନେ ମାଟିର ଭିତରକୁ ଜାବୁଡ଼ି ଧରିଥିଲା, ଆଜି ସେ ନିରୁପାୟ ଶ୍ରୀହୀନ। ମାଟି ଫାଟି ଆଁ କରୁଛି ତ୍ରାହି ତ୍ରାହି ଚିତ୍କାର କରୁଛି।

ତେବେ ପ୍ରକାଶିତ ରିପୋର୍ଟ ଅନୁସାରେ ରାସାୟନିକ ସାରର ବ୍ୟବହାର ୨୦୧୫-୧୬ ରୁ ୨୦୨୦-୨୧ ମଧ୍ୟରେ ପାଖାପାଖି ୧୬% ବଢ଼ିଛି। ୨୦୧୫-୧୬ରେ ଭାରତରେ ରାସାୟନିକ ସାରର ବ୍ୟବହାର ୫୧୦ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨୦୨୦-୨୧ ରେ ଏହା ୫୯୦ ଲକ୍ଷ ମେଟ୍ରିକ ଟନରେ ପହଁଚିଛି। ହାରାହାରି ଭାରତରେ ଗତ ୧୦ ବର୍ଷ ମଧ୍ୟରେ ୫୦୦ ଲକ୍ଷ ମେଟ୍ରିକ ଟନ ସାର ବ୍ୟବହୃତ ହୋଇସାରିଛି। ଜମିରେ ବ୍ୟବହାର କରାଯାଉଥିବା ବିଭିନ୍ନ ରାସାୟନିକ ସାର ମଧ୍ୟରୁ ୫୫-୬୦% କେବଳ ୟୁରିଆ ବ୍ୟବହୃତ ହେଉଛି। ତେବେ ଦାନାଦାର ୟୁରିଆର ବ୍ୟବହାର ଜମିରେ ଗୁଣାତ୍ମକ ମାନ କମାଇବା ସହ ମାଟିର ପୋଷକ ତତ୍ତ୍ୱ ନଷ୍ଟ କରାଉଛି। ୨୦୧୬-୧୭ରୁ ୨୦୨୦-୨୧ ଭିତରେ ରାସାୟନିକ ସାରର ବ୍ୟବହାର ବହୁଳ ଭାବରେ ବୃଦ୍ଧି ପାଇଛି। ଭାରତର ପଂଜାବ, ତେଲେଙ୍ଗାନା, ହରିଆଣା, ବିହାର ଓ ପଣ୍ଡିଚେରୀରେ ଆଶାତୀତ ଭାବରେ ରାସାୟନିକ ସାରର ବ୍ୟବହାର କରାଯାଉଛି। ୨୦୧୫-୨୧ ମଧ୍ୟରେ ରାସାୟନିକ କୀଟନାଶକର ବ୍ୟବହାର ୮-୯% ବୃଦ୍ଧି ପାଇଛି। କୀଟନାଶକ ବ୍ୟବହାର ବଢ଼ି ବଢ଼ି ୬୧,୭୦୨ ମେଟ୍ରିକ ଟନରେ ପହଁଚିଛି। ଭାରତରେ ଏମିତି ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଉତ୍ପାଦନ ବଢ଼ାଇଛି ସତ କିନ୍ତୁ ପରୋକ୍ଷରେ ଆଶତୀତ କ୍ଷତି କରୁଛି, ଏକଥା କାହାକୁ ଅଛପା ନାହିଁ।

ତେବେ ସମୟ ବଦଳିଳାଣି, ଲୋକଙ୍କ ବଂଚିବାର ଢାଂଚାରେ ପରିବର୍ତ୍ତନ ହେଲାଣି। ଚାଷୀ ଜୈବିକ ଚାଷ କରିବାକୁ ମନ ବଳାଇଲେଣି। ଓଡ଼ିଶାର ଅନେକ ଜିଲ୍ଲାରେ ଏବେ ଜୈବିକ ଚାଷର ନାରା ବାଜିଲାଣି। ଗାଁ ଗାଁରେ ଚାଷୀମାନେ ଏକଜୁଟ ହୋଇ ଜୈବିକ ଚାଷ କଲେଣି। ଏପରିକି ଗୃହିଣୀ ଓ ମିଶନ୍ ଶକ୍ତିର ମହିଳାମାନେ ଏବେ ଜୈବିକ କୀଟନାଶକ ପ୍ରସ୍ତୁତ କରିବାର ପ୍ରଣାଳୀ ବି ଶିଖିଲେଣି। ସରକାରଙ୍କ ଦ୍ୱାରା ପରମ୍ପରାଗତ କୃଷି ବିକାଶ ଯୋଜନା ଆରମ୍ଭ କରାଯାଇ ଜୈବିକ ଚାଷକୁ ସ୍ୱୀକୃତି ଦିଆଯାଉଛି। କମ୍ ଖର୍ଚ୍ଚରେ କିପରି ଅଧିକ ଅମଳ ପାଇପାରିବା, ତାହା ଜୈବିକ ଚାଷର ମୁଖ୍ୟ ଲକ୍ଷ୍ୟ। ଗାଁରେ ଅନେକ ସଭା କରାଯାଉଛି, ଜୈବିକ ଚାଷର କଥା କୁହାଯାଉଛି, ତେବେ ଅର୍ଦ୍ଧାଧିକ ଚାଷୀ ଏହାକୁ ମାନି ଚାଷ ବି କରୁଛନ୍ତି। କିନ୍ତୁ ସବୁଠାରୁ ଦୁଃଖର କଥା ଚାଷୀ ଏହି ଉତ୍ପାଦକୁ ସଠିକ ଭାବରେ ବିକ୍ରି କରିପାରୁନାହିଁ।

ଆଜି ଚାଷୀ ନିମାସ୍ତ୍ର, ଜୀବାମୃତ ଓ ବୀଜାମୃତ ବିଷୟରେ ବେଶ ଭଲ ଭାବରେ ଜାଣି ଜମିରେ ପ୍ରୟୋଗ ବି କରୁଛନ୍ତି। ଅନ୍ୟ ଚାଷୀମାନଙ୍କୁ ଏ ବିଷୟରେ ସଚେତନ ବି କରାଉଛନ୍ତି। ବିହନ ବିଶୋଧନଠୁ ଆରମ୍ଭ କରି ରୋଗ ପୋକ ଦମନ ଯାଏଁ ସବୁଠି ଜୈବିକର ଛାପ କିପରି ପଡ଼ିବ ସେ ଦିଗରେ ସତ ଚେଷ୍ଟା କରୁଛନ୍ତି।

ଚାଷୀଟିଏ ପରିଶ୍ରମ କରି ଜୈବିକ ଚାଷ କରି ଫସଲ ଉତ୍ପାଦନ କରି ଅଲଗା ଭାବରେ ଏହାକୁ ବିକ୍ରି କରିପାରୁନି। ଯଦି ବି ବିକ୍ରି କରୁଛି, ତେବେ ଏହାର ଉପଯୁକ୍ତ ମୂଲ୍ୟ ପାଇବାରୁ ବଂଚିତ ହେଉଛି। କାରଣ ଆମର ବଜାର ବ୍ୟବସ୍ଥା ସେମିତି ହୋଇଯାଇଛି ଯେ ଆମେ ରାସାୟନିକ ଓ ଜୈବିକ ଭିତରେ ବଜାର ମଧ୍ୟରେ ତାରତମ୍ୟ ରହୁନି। ଚାଷୀଟିଏ ଉତ୍ପାଦ ବିକ୍ରି ନକରିପାରି ଫସଲ ଫୋପାଡ଼ି ଦେଉଛି। ସରକାରଙ୍କ ଦ୍ୱାରା ଜୈବିକ ଚାଷକୁ ପ୍ରାମାଣିକରଣ ପାଇଁ ଅନେକ ଯୋଜନା କରାଯାଉଛି। ଚାଷୀମାନେ ସଚେତନ ହେଉଛନ୍ତି। କିନ୍ତୁ ଏହା ଭିତରେ ମଧ୍ୟ ଏକ ଜୈବିକ ହାଟର ଆବଶ୍ୟକତା ଓ ଗୁରୁତ୍ୱ ଅନେକ ବୋଲି ଆମକୁ ବିଚାର କରିବାକୁ ହେବ। କାରଣ ଯଦି ସ୍ୱତନ୍ତ୍ର ଜୈବିକ ହାଟ ପ୍ରତି ଗାଁ କି ବ୍ଲକରେ ହୁଅନ୍ତା, ତେବେ ଚାଷୀ ତାର ଉତ୍ପାଦ ସଠିକ ମୂଲ୍ୟରେ ବିକିପାରନ୍ତା। ଏବେ ସପିଂ ମଲରେ ଜୈବିକ ପନିନରିବା ମିଳୁଛି। ତେବେ ଆମ ଗାଁ ମାନଙ୍କରେ କ’ଣ ପାଇଁ ଏହା ହୋଇପାରିବନି? ଆମ ରାଜ୍ୟରେ ଜୈବିକ ହାଟର ଅଧିନିୟମ ବାହାରିବା ଅବାଶ୍ୟକ। ଯାହାକୁ ଆମେ ସ୍ୱନ୍ତ୍ର ଅର୍ଗାନିକ ଭିଲେଜ ବୋଲି କହିପାରିବା। ଗାଁ ଗାଁରେ ଜୈବିକ ହାଟର ବ୍ୟବସ୍ଥା ହେବା ସରକାର। ଚାଷୀ ସେଠି ନିଜର ଫସଲକୁ ଲୋକଙ୍କୁ ବିକିପାରନ୍ତା ଓ ଲୋକମାନେ ଜୈବିକ ପନିପରିବା ପାଇପରନ୍ତେ। ତେବେ ଏହା ପୂର୍ବରୁ ଚାଷୀମାନେ ଜୈବିକ ଚାଷର ପ୍ରାମାଣିକରଣ କରିବା ଅନିବାର୍ଯ୍ୟ।

ଡି. ଶୁଭମ୍, ବାସୁଦେବପୁର, ଭଦ୍ରକ, ମୋ- ୯୪୩୮୪୬୭୦୭୯

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos