ହମାରା ମାଲା, ଆପ୍‌ କା ମାଲ୍‌!

ଗୁରୁ ଶବ୍ଦଟି ମନରେ ଅସୀମ ଆନନ୍ଦ ଓ ଶୀତଳତା ଭରିଦିଏ। ଏକ ଦିବ୍ୟ ଆଲୋକରେ ଉଦଭାସିତ ଶାନ୍ତ ସ୍ନିଗ୍ଧ ପ୍ରତିମୂର୍ତ୍ତିଟିଏ ମନ ଚକ୍ଷୁରେ ସ୍ଥାନ ପାଆନ୍ତି। ଯାହାଙ୍କ ସ୍ମରଣ ମାତ୍ର ମନର ସମସ୍ତ କ୍ଳାନ୍ତି କ୍ଳେଶ ଓ ଦୁଃଖ ଦୂରୀଭୂତ ହୁଏ। କାହାନ୍ତି ଏବେ ସେହି ଗୁରୁ?

Representative Image

Representative Image

Debendra Prusty
  • Published: Wednesday, 02 April 2025
  • Updated: 02 April 2025, 02:42 PM IST

Sports

Latest News

  • ଡ. ରୀନା ରାଉତରାୟ

ଗତବର୍ଷ ଋଷିକେଶ ଯାଇଥିବା ବେଳେ ଗଙ୍ଗା ନଦୀ କୂଳରେ ଅବସ୍ଥିତ ଏକ ବୃହତ ଆଧ୍ୟାତ୍ମିକ ସଂସ୍ଥାର ମନ୍ଦିର ପରିସରରେ ଜନୈକ ପ୍ରଭାବଶାଳୀ ବାବାଙ୍କ ପ୍ରବଚନ ଶୁଣୁଥିଲି। ବାବାଙ୍କ ପାଖରେ ଉପବିଷ୍ଟ ଥାଆନ୍ତି ଜଣେ ବିଦେଶୀ ତରୁଣୀ ମାତା। ଆମ ସନାତନ ଧର୍ମ ବିଷୟରେ ଉକ୍ତ ମାତା ଆମ ଭାରତୀୟ ଭକ୍ତମାନଙ୍କୁ ଅନର୍ଗଳ ବୁଝାଇ ଚାଲିଥିଲେ। ଖୁସି ଏବଂ ଆଶ୍ଚର୍ଯ୍ୟ ଚକିତ ହୋଇ ତାଙ୍କୁ ମନଦେଇ ଶୁଣି ସାରିଲା ପରେ ବାବାଙ୍କ ପ୍ରବଚନ ଆରମ୍ଭ ହେଲା।

ପ୍ରଥମେ ଦୁଇ ପଦ ଭଜନ ଗାଇଲେ। ପ୍ରବଚନ ଶୁଣୁ ଶୁଣୁ ହଠାତ୍ କାନରେ ପଡ଼ିଲା ବାବା ଜଣକ କହୁଛନ୍ତି, ‘ହମାରା ମାଲା, ଆପ୍ କା ମାଲ୍, ଦୋନୋ ମିଲକେ କରେଙ୍ଗେ କମାଲ’।

ଉକ୍ତିଟି ତାଙ୍କର ଏପରି ଥିଲା। ଜଣେ ଏତେ ବିଖ୍ୟାତ ଆଧ୍ୟାତ୍ମିକ ଗୁରୁଙ୍କ ମୁଖରୁ ଏହିପରି ଶୈଳୀରେ ସର୍ବ ସାଧାରଣରେ ନିଜ ଆର୍ଥିକ କାମନାକୁ ସର୍ବ ସମ୍ମୁଖରେ ପ୍ରକାଶ କରିବା ସହଜରେ ଗ୍ରହଣ କରି ପାରିଲିନି। ମନଟା ଖରାପ ହୋଇଗଲା।

ବାସ୍ତବରେ ଆମ ଶାସ୍ତ୍ର ମତରେ ଜଣେ ସାଧାରଣ ଗୃହସ୍ଥକୁ ଆଧ୍ୟାତ୍ମିକ ମାର୍ଗ ଦର୍ଶନ କରାଇବାକୁ ଗୁରୁଙ୍କ ଆବଶ୍ୟକତା ରହିଛି ବୋଲି ଜାଣିଛୁ। ଅଜ୍ଞାନ ରୂପକ ଅନ୍ଧକାରରୁ ଗୁରୁ ହିଁ ଆଲୋକର ଦିଗ ଆଡ଼କୁ ନେଇ ଯିବାରେ ସହାୟକ ହୁଅନ୍ତି।

‘ବାବା’ ଅର୍ଥ ଆଧ୍ୟାତ୍ମିକ ଗୁରୁ, ଦାର୍ଶନିକ, ତପସ୍ୱୀ ଏବଂ ସନ୍ନ୍ୟାସୀ ଥିଲା। ସେମାନେ ନିଜ ଜୀବନରେ ଏକାନ୍ତବାସ ଗ୍ରହଣ କରି ଉତ୍ତମ ନୈତିକ ଏବଂ ଧାର୍ମିକ ଆଦର୍ଶ ଦେଇଥିଲେ। ଏମାନଙ୍କ ଜୀବନର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ଜ୍ଞାନ, ଆଧ୍ୟାତ୍ମିକତା ଏବଂ ନୈତିକତା ଶିଖାଇବା।

ନିଜ ସ୍ୱାର୍ଥ ଛାଡ଼ି ଲୋକଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ଶିକ୍ଷା ଏବଂ ଶ୍ରମ କରୁଥିଲେ। ଜନସାଧାରଣଙ୍କୁ ଆତ୍ମଜ୍ଞାନ, ନୈତିକତା, ଏବଂ ଆଧ୍ୟାତ୍ମିକ ପଥ ଦେଖାଇ ଦେବତ୍ଵର ମାର୍ଗ ଦର୍ଶନ କରାଉଥିଲେ। ସେମାନଙ୍କ ଜୀବନ ନିର୍ଲୋଭ, ତ୍ୟାଗମୟ ଏବଂ ନିଷ୍ଠାପୂର୍ଣ୍ଣ ଥିଲା। ସେତେବେଳେ ଗୁରୁଙ୍କୁ ଜ୍ଞାନ ଓ ନୈତିକତାର ପ୍ରତୀକ ଭାବେ ଦେଖାଯାଉଥିଲା। ସେମାନେ ଚେତନା ଓ ଆତ୍ମଜ୍ଞାନର ଆଲୋକ ବିକିରଣ କରୁଥିଲେ।

ପୁରାଣ ଏବଂ ପ୍ରାଚୀନ ଭାରତୀୟ ଐତିହ୍ୟରେ ଅନେକ ଉତ୍ତମ ଆଧ୍ୟାତ୍ମିକ ଗୁରୁ ଅଛନ୍ତି, ଯେଉଁମାନେ ଜ୍ଞାନ, ନୈତିକତା, ଏବଂ ଆଧ୍ୟାତ୍ମିକତାର ପ୍ରଚାର କରିଥିଲେ। ଯେଉଁ ମାନଙ୍କ ନାମ ସ୍ମରଣ କଲେ ମୁଣ୍ଡ ଆପେ ଆପେ ନଇଁ ଆସେ।

ମହାଭାରତର ରଚୟିତା ବ୍ୟାସ ଦେବ ଏହି ଗ୍ରନ୍ଥ ମାଧ୍ୟମରେ ଧର୍ମ ଏବଂ ଆଧ୍ୟାତ୍ମିକତା ପ୍ରଚାର କରିଥିଲେ। ରାମଙ୍କ ଆଧ୍ୟାତ୍ମିକ ଉପଦେଷ୍ଟା ଏବଂ ରାଜଗୁରୁ ଥିଲେ ଗୁରୁ ବଶିଷ୍ଠ। ଯୋଗ ବଶିଷ୍ଠ ଗ୍ରନ୍ଥ ତାଙ୍କ ଉପଦେଶ ଉପରେ ଆଧାରିତ।

ବ୍ୟାସ ଦେବଙ୍କ ପୁତ୍ର ଏବଂ ଶ୍ରୀମଦ୍ଭାଗବତ ମହାପୁରାଣର ପ୍ରବଚନକାରୀ ଶୁକଦେବ ମୁନି ରାଜା ପରୀକ୍ଷିତଙ୍କୁ ଭାଗବତ କଥା କହି ମୁକ୍ତିର ମାର୍ଗ ଦେଖାଇଥିଲେ। ପୁରାଣ ଯୁଗର କିଛି ପ୍ରସିଦ୍ଧ ଗୁରୁ, ଯେଉଁମାନଙ୍କ ଶିକ୍ଷା ଏବଂ ଆଧ୍ୟାତ୍ମିକ ପ୍ରଭାବ ଆଜିପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ବ୍ୟାପିତ ଅଛି।

ସେହିପରି ନାଥ ସମ୍ପ୍ରଦାୟର ଜଣେ ପ୍ରମୁଖ ଗୁରୁ ଏବଂ ଯୋଗ ପ୍ରଚାରକ ଥିଲେ ଗୋରଖ ନାଥ। ତାଙ୍କର ଶିକ୍ଷା ଏବଂ ଯୋଗ ପଦ୍ଧତି ଏବେ ବି ଲୋକପ୍ରିୟ।

ପ୍ରାଚୀନ ଯୁଗରେ ଗୁରୁ ନିସ୍ୱାର୍ଥ ଭାବେ ଜ୍ଞାନ ପ୍ରଦାନ କରୁଥିଲେ। କିନ୍ତୁ ବର୍ତ୍ତମାନ ଅନେକ ଗୁରୁ ଗୋଟିଏ ଅନୁଷ୍ଠାନର ରୂପ ନେଇ ବ୍ୟବସାୟ ପ୍ରତିଷ୍ଠାନ ଗଠନ କରିଛନ୍ତି। ଜ୍ଞାନ ବଦଳରେ ଧନ ଅର୍ଜନ କରିବା ମୁଖ୍ୟ ଲକ୍ଷ୍ୟ ରହୁଛି। ଆଧ୍ୟାତ୍ମିକତା ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି।

କେତେକ ଗୁରୁ ନୂତନ ଶିଷ୍ୟ ଓ ଭକ୍ତଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ବିଜ୍ଞାପନ ଏବଂ ମାର୍କେଟିଂରେ ବ୍ୟସ୍ତ ରହୁଛନ୍ତି। ସେମାନଙ୍କ ଶିକ୍ଷା ଏବଂ ଉପଦେଶର ଉଦ୍ଦେଶ୍ୟ ଦିବ୍ୟତ୍ୱର ସନ୍ଧାନ ନୁହେଁ, ବରଂ ଅଧିକ ଲୋକଙ୍କୁ ଆକର୍ଷିତ କରି ଧନ ଅର୍ଜନ କରିବା।

ଗୁରୁମାନେ ଜ୍ଞାନ ବଦଳରେ ହୋଟେଲ ପର୍ଯ୍ୟଟନ, ବିଭିନ୍ନ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତକର୍ତ୍ତା ଓ ଶିଳ୍ପ ପ୍ରତିଷ୍ଠାନ ମାନ କରି ଏହାର ପ୍ରଚାର ପ୍ରସାର ସହିତ ବିଭିନ୍ନ ଉପାୟରେ ଅର୍ଥ ରୋଜଗାରରେ ଏତେ ମାତ୍ରାରେ ମନ ନିବେଶ କରୁଛନ୍ତି ଯେ ଯାହା ଆମ ଭାରତୀୟ ଗୁରୁ ପରମ୍ପରାକୁ ମଳିନ କଲାଣି।

ଯେଉଁଥିରେ ଗୁରୁଙ୍କ ଦ୍ଵାରା ନୈତିକ ଏବଂ ଆଧ୍ୟାତ୍ମିକ ଉନ୍ନତି ହେବା ଉଚିତ, ସେଠି ଏବେ ସେମାନଙ୍କ ନିଜସ୍ଵ ଉତ୍ଥାନ ଏବଂ ସଂସ୍ଥାଗତ ପ୍ରାର୍ଥନା ଦ୍ଵାରା ଧନ ଅର୍ଜନର ଉପାୟ ଦେଖାଯାଉଛି। ଏହା ସାଧାରଣ ଲୋକଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଛି ଏବଂ ଏହି ପ୍ରକ୍ରିୟା ଦ୍ୱାରା ଗୁରୁ ଶବ୍ଦର ଭାବମୂର୍ତ୍ତି କଳୁଷିତ ହେଉଛି।

ବାବାମାନଙ୍କ ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ଶୈଳୀକୁ ଦେଖିଲେ ବାସ୍ତବରେ ସେମାନେ ଯୋଗୀ କି ଭୋଗୀ ତାହା ଜାଣିବା କଷ୍ଟ।

ଅନେକ ସମୟରେ ଆଧ୍ୟାତ୍ମିକ ଗୁରୁମାନଙ୍କ ଉଗ୍ର ପ୍ରତିକ୍ରିୟାଶୀଳ ମନୋଭାବ ଓ ମନ୍ତବ୍ୟ ଇତ୍ୟାଦି ଦେଖିଲେ ଲାଗେ ଯେ ଏହି ସବୁ ତାମସିକ ସ୍ୱଭାବର ଉର୍ଦ୍ଧ୍ୱକୁ ଯାଇ ପାରି ନ ଥିବା ବ୍ୟକ୍ତିମାନେ ଗୁରୁ ପଦବାଚ୍ୟ ହେଲେ କେମିତି?

ଗୁରୁ ପରମ୍ପରା ଏକ ପବିତ୍ର ପ୍ରଥା। ଯେଉଁଥିରେ ଜ୍ଞାନ, ନୈତିକତା ଏବଂ ଆଧ୍ୟାତ୍ମିକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। କିନ୍ତୁ ବ୍ୟବସାୟୀକରଣ ଏବଂ ବ୍ୟକ୍ତିଗତ ଲାଭ ଓ ଲୋଭ ଏହାକୁ ଦୂଷିତ କରିଛି। ଏଥିପାଇଁ ଆମେ ଗୁରୁ ପରମ୍ପରାର ପ୍ରକୃତ ମୂଲ୍ୟକୁ ପୁନଃସ୍ଥାପନ କରି ଏହି ଦୂଷିତ ପ୍ରବୃତ୍ତିକୁ ଅବସାନ କରିବା ଆବଶ୍ୟକ।

ଫୋ- ୯୪୩୮୨୭୨୧୫୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story