ହୀରାକୁଦ ଜଳଭଣ୍ଡାର ପ୍ରତି ନୂଆ ବିପଦ ସୀସା, ତମ୍ବା ଓ ଦସ୍ତା

ପଚାଶ ଦଶକରେ ମହାନଦୀ ଉପରେ ନିର୍ମିତ ଏସିଆର ବୃହତ ଜଳଭଣ୍ଡାର ହୀରାକୁଦ ପ୍ରତି କିଛି ବର୍ଷ ହେଲା ନୂଆ ବିପଦ ଆସି ଠିଆ ହୋଇଛି। ହୀରାକୁଦ ଜଳଭଣ୍ଡାରର ମାଟି ଓ ପାଣିରେ ଅତ୍ୟଧିକ ମାତ୍ରାରେ ସୀସା ( ଲିଡ), କ୍ରୋମିୟମ, ତମ୍ବା (କପର) ଓ ଦସ୍ତା (ଜିଙ୍କ) ଆଦି ଧାତବ୍ୟ ଦ୍ରବ୍ୟ ରହିଥିବା ୨୦୨୩ ମସିହାରେ ପ୍ରକାଶିତ ପ୍ରବନ୍ଧ ଦାବି କରୁଛି।

Hirakud Reservoir

Hirakud Reservoir

Debendra Prusty
  • Published: Wednesday, 21 May 2025
  • Updated: 21 May 2025, 11:13 AM IST

Sports

Latest News

ଦେବ ରଞ୍ଜନ

ତାମିଲନାଡୁର କୋଏମ୍ବାଟୁରର ସଲିମ ଅଲି ସେଣ୍ଟର ଫର ଅର୍ନିଥୋଲୋଜି ଏଣ୍ଡ ନ୍ୟାଚୁରାଲ ହିଷ୍ଟ୍ରି, ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ରାସାୟନିକ ବିଭାଗ ଓ ମେଘାଳୟ ସ୍ଥିତ ପରିବେଶ ବିଶ୍ୱବିଦ୍ୟାଳୟର ବାୟୋଲୋଜି ବିଭାଗ ଇତ୍ୟାଦି ସଂସ୍ଥାର ମିଳିତ ଉଦ୍ୟମରେ ଜଳଭଣ୍ଡାରର ପାଣି ଓ ମାଟିକୁ ନେଇ ଯେଉଁ ପରୀକ୍ଷା କରାଯାଇଥିଲା ତାହାର ଫଳାଫଳ ହିଁ ଉପରୋକ୍ତ ତଥ୍ୟକୁ ଦର୍ଶାଉଛି। (୧) ଏ ଭିତରେ ଉକ୍ତ ପ୍ରବନ୍ଧ ପ୍ରକାଶ ପାଇବା ବର୍ଷକରୁ ଅଧିକ ହୋଇଯାଇଥିଲେ ମଧ୍ୟ ଏହାକୁ ନେଇ ମିଡିଆରେ ନା କୌଣସି ଚର୍ଚ୍ଚା ହେଉଛି ନା ସରକାରୀ ସ୍ତରରେ ଏହାକୁ ନେଇ ସେଭଳି କିଛି ବ୍ୟସ୍ତତା ପ୍ରକାଶ ପାଉଛି।

ସରକାର କ’ଣ ଧରିନେଇଛନ୍ତି ଯେ ଉକ୍ତ ପ୍ରବନ୍ଧରେ ପ୍ରକାଶିତ ତଥ୍ୟ ସତ୍ୟ ଆଧାରିତ ନୁହେଁ? ନା ଏହି ବିଶାଳ ଜଳଭଣ୍ଡାରର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ସରକାରୀ ଶକ୍ତିର ବାହାରେ? କିଏ କହିବ ହୁଏତ ନେହେରୁଙ୍କ ‘ଆଧୁନିକ ମନ୍ଦିର’ ହୀରାକୁଦ ଜଳଭଣ୍ଡାର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟଗତ ବିପଦ ସୃଷ୍ଟି କରିବ?

ଏହା ଜାଣିବା କଥା ଯେ ସୀସା, କ୍ରୋମିୟମ, ତମ୍ବା ଓ ଦସ୍ତା ଭଳି ଖଣିଜ ଦ୍ରବ୍ୟ ପ୍ରାକୃତିକ ଝରଣା ବା ନଦୀ ମାଧ୍ୟମରେ ଜଳଭଣ୍ଡାର ମଧ୍ୟକୁ ଆସିନଥାଏ। ଏକ ଲକ୍ଷ ପଚାଶ ହଜାର ଏକର ଅଞ୍ଚଳ ଉପରେ ବ୍ୟାପ୍ତ ହୀରାକୁଦ ଜଳଭଣ୍ଡାର ଚାରିପାଖରେ ରହିଥିବା କମ୍ପାନୀମାନଙ୍କ ନିଜସ୍ଵ ଥର୍ମାଲ ପାୱାର (କୋଇଲାରୁ ଉତ୍ପାଦନ)ର ଆବର୍ଜନା ଓ ଆଲୁମିନିୟମ କମ୍ପାନୀର ଆବର୍ଜନା ଧାତୁ ଡ୍ରସ ହେତୁ ପାଣି ଓ ମାଟିରେ ଉକ୍ତ ଧାତବ ଦ୍ରବ୍ଯ ସଞ୍ଚିତ ହେଉଥିବା ଲାବରେଟରୀ ପରୀକ୍ଷାରୁ ଜଣାପଡୁଛି।

ଜଳଭଣ୍ଡାର ନିକଟସ୍ଥ କୃଷି ଜମିରେ କ୍ରୋମିୟମ ଧାତବ ଦ୍ରବ୍ୟର ପ୍ରଭାବ ସ୍ତର (ଥ୍ରେସହୋଲ୍ଡ ଭାଲ୍ୟୁ ଫର ଏଗ୍ରୀକଳ୍ଚରାଲ ସଏଲ ବା ଟିଭିଏଏସ) ନିରାପଦ ସ୍ତରଠାରୁ ଯଥେଷ୍ଟ ଉପରେ ରହିଛି। ସୀସାର ଟିଭିଏଏସ ସ୍ତର ପ୍ରାୟତଃ ନିରାପଦ ସୀମାକୁ ଛୁଇଁ ସାରିଛି। କୃଷି ଜମିରେ ସୀସାର ଉପସ୍ଥିତି ସର୍ବାଧିକ ୬୦ ମିଉ ଗ୍ରାମ ପ୍ରତି ଏକ ଗ୍ରାମ ମଧ୍ୟରେ ରହିବା କଥା। ହୀରାକୁଦ ମାଟିରେ ସୀସାର ସ୍ତର ବିଭିନ୍ନ ସ୍ଥାନରେ ୪୩.୭୨ରୁ ୬୦.୩ ମିଉ ଗ୍ରାମ ପ୍ରତି ଏକ ଗ୍ରାମ ମଧ୍ୟରେ ରହିଛି। ଏହା କ୍ରମଶଃ ବଢୁଥିବା ମଧ୍ୟ ଉକ୍ତ ନିବନ୍ଧ ଦର୍ଶାଉଛି।

ହୀରାକୁଦ ଜଳଭଣ୍ଡାରରେ ଖଣିଜ ଦ୍ରବ୍ୟର ମାତ୍ରା ବଢୁଥିବାକୁ ନେଇ ୨୦୧୨ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରିବେଶ ବିଭାଗ ତରଫରୁ ଏକ ପରୀକ୍ଷା କରାଯାଇ ପ୍ରବନ୍ଧ ପ୍ରକାଶ କରାଯାଇଥିଲା। (୨) ଏଥିରେ କିନ୍ତୁ ଦର୍ଶାଯାଇଥିଲା ଯେ କ୍ରୋମିୟମ ସ୍ତର ୪୧.୫୯ ମିଉ ଗ୍ରାମ ପର ଗ୍ରାମ, ସୀସା ବା ଲିଡ ମାତ୍ରା ୩୨.୦୮ ମିଉ ଗ୍ରାମ ପର ଗ୍ରାମ ରହିଛି। ସେହିଭଳି ଜିଙ୍କ, ଆଇରନ, ତମ୍ବାର ମାତ୍ରା ନିରାପଦ ସ୍ତର ଠାରୁ ନିମ୍ନରେ ରହିଥିବା ଦର୍ଶାଯାଇଥିଲା। ଉକ୍ତ ପ୍ରବନ୍ଧରେ ଜଳଭଣ୍ଡାରରେ ଯଦିଓ ଧାତବ ଦ୍ରବ୍ୟର ମାତ୍ରା ବଢୁଛି ତଥାପି ଏହା ନିରାପଦ ସ୍ତରର ଉର୍ଦ୍ଧ୍ଵକୁ ଯାଇନାହିଁ ବୋଲି ଯୁକ୍ତି କରାଯାଇଥିଲା। ଏହି ଗବେଷଣା କିନ୍ତୁ ହିଣ୍ଡାଲକୋର ଆର୍ଥିକ ସହଯୋଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ହୋଇଥିଲା।

ସେ ସମୟରେ ମୃତ ଜୀବମାନଙ୍କ ମାଂସ ଓ ହାଡ଼କୁ ନେଇ ମଧ୍ୟ ପରୀକ୍ଷା କରାଯାଇଥିଲା। ସେଥିରେ ଯେଉଁ ପରିମାଣର ଧାତବ ଦ୍ରବ୍ୟ ମିଳୁଛି ତାହା ଆଗାମୀ ଦିନରେ ବିପଦ ସୃଷ୍ଟିକରିବ ବୋଲି ଚେତାଇ ଦିଆଯାଇଥିଲା। ଏ ଭିତରେ ଆହୁରି ୧୨ ବର୍ଷ ହୋଇଗଲାଣି।ଏବେ ୨୦୨୩ ମସିହାରେ ପ୍ରକାଶିତ ନିବନ୍ଧକୁ ଯଦି ବିଚାରକୁ ନିଆଯିବ ତେବେ ଜଳଭଣ୍ଡାର ତଳର ମାଟି କେତେକ ସ୍ଥାନରେ ଅତ୍ୟଧିକ ଦୂଷିତ ହୋଇସାରିଛି। ଏହାର ପାଣି ମଧ୍ୟ କ୍ରମଶଃ ଦୂଷିତ ହେବାରେ ଲାଗିଛି।

ଏପରିକି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ନିରାପଦ ସ୍ତର ନିରୂପଣ କରିଛି ତାହା ଠାରୁ ଯଥେଷ୍ଟ ଅଧିକ ସ୍ତରର ଧାତବ ଦ୍ରବ୍ୟ (WCTMRC) ହୀରାକୁଦ ଅଞ୍ଚଳରେ ରହିଛି। ଏହାର ପ୍ରଭାବରେ ହୀରାକୁଦ ପାଖାପାଖି କୃଷି ଜମି ମଧ୍ୟ କ୍ରମଶଃ ବିଷାକ୍ତ ହେଉଛି। ଜଳସେଚିତ ହେଉଥିବା ଜମିରେ ସୀସା, ତମ୍ବା ଓ କ୍ରୋମିୟମ ଧାତୁ ମିଳିଥିବା ଉକ୍ତ ଗବେଷଣାତ୍ମକ ନିବନ୍ଧ ଯୁକ୍ତି କରୁଛି। ଏହାର କାରଣ ଦୃତ ଶିଳ୍ପାୟନ, ସହରୀକରଣ ଓ ବିକାଶମୂଳକ କାର୍ଯ୍ୟ ରହିଛି ବୋଲି ନିବନ୍ଧ ଦର୍ଶାଉଛି। ଏହା କ୍ୟାନସର ସୃଷ୍ଟିକାରକ ଦ୍ରବ୍ୟ ବା କାର୍ସିନୋଜେନିକ ଉତ୍ପାଦକ ପଦାର୍ଥ।

ପଶ୍ଚିମ ଓଡ଼ିଶାରେ ବରଗଡ଼ ଜିଲ୍ଲା ଓ ନିକଟବର୍ତ୍ତୀ ଅଞ୍ଚଳ ମୁଖ୍ୟତଃ ହୀରାକୁଦ ଜଳଭଣ୍ଡାର ଦ୍ଵାରା ଜଳସେଚିତ ହୋଇଥାଏ। କିନ୍ତୁ ଆଜିର ସମୟରେ ବରଗଡ଼ ଜିଲ୍ଲା ଅନ୍ୟ ଏକ ସଂବେଦନଶୀଳ ପ୍ରସଙ୍ଗରେ ଓଡ଼ିଶାରେ ଜଣାଶୁଣା। ଏଠାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଅଧିକ ଦେଖାଯିବା କାରଣରୁ ବରଗଡ଼କୁ ‘କ୍ୟାନସରର ରାଜଧାନୀ’ ବୋଲି କେହି କେହି କହିବା ଆରମ୍ଭ କରିଛନ୍ତି।

୧୯୫୯ ମସିହାରୁ ୨୦୦୦ ମସିହା ମଧ୍ୟରେ ଦେଶର ଅନେକ ବୃହତ ଆଲୁମିନିୟମ ଓ ଷ୍ଟିଲ କମ୍ପାନୀଙ୍କୁ ପ୍ଳାଣ୍ଟ ଓ କୋଇଲା ତାପଜ କେନ୍ଦ୍ର ହୀରାକୁଦ ଜଳଭଣ୍ଡାର ଚାରିପାର୍ଶ୍ଵରେ ତିଆରି କରିବା ଲାଗି ସରକାର ଅନୁମତି ଦେଲେ। ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲା ହିଣ୍ଡାଲକୋ ଆଲୁମିନିୟମ ପ୍ଳାଣ୍ଟ ଓ ତାପଜ ବିଦ୍ୟୁତ କେନ୍ଦ୍ର, ବେଦାନ୍ତ ଆଲୁମିନିୟମ ପ୍ଳାଣ୍ଟ ଓ ତାପଜ ବିଦ୍ୟୁତ କେନ୍ଦ୍ର, ଆଦିତ୍ୟ ବିରଳା ଆଲୁମିନିୟମ ପ୍ଳାଣ୍ଟ ଆଣ୍ଡ ପାୱାର, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଭୂଷଣ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀ ଇତ୍ୟାଦି। ସମସ୍ତ ପ୍ଳାଣ୍ଟ ଓ ତାପଜ କେନ୍ଦ୍ର ଆଜି ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଦେଖିବାକୁ ମିଳୁଛି।

ଜଳଭଣ୍ଡାରରୁ ପାଣି ଚାଷୀଙ୍କୁ ଦିଆନଯାଇ କ୍ରମଶଃ କମ୍ପାନୀମାନଙ୍କୁ ଦିଆଯିବା କାରଣରୁ ୨୦୦୫ ମସିହା ପରଠାରୁ ପଶ୍ଚିମ ଓଡ଼ିଶାର କୃଷକ ସଂଗଠନମାନେ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ କରିଆସୁଛନ୍ତି। କିନ୍ତୁ ବାରମ୍ବାର ସେମାନଙ୍କୁ ସରକାର ମିଛ ପରେ ମିଛ କହିଚାଲିଛନ୍ତି। ଆଜି ପରିଣାମ ହେଉଛି ଯେ ଜଳଭଣ୍ଡାରର ଜଳ ଓ ମାଟି ଧାତବ ଦ୍ରବ୍ୟ ମିଶ୍ରିତ ହେବାରେ ଲାଗିଛି।

ହୀରାକୁଦ ଜଳଭଣ୍ଡାର ଉପରେ ନିର୍ଭରଶୀଳ ହଜାର ହଜାର ମତ୍ସଜୀବୀ ଅଭିଯୋଗ କରିଆସୁଛନ୍ତି ଯେ ଜଳଭଣ୍ଡାରରେ ମାଛଙ୍କ ସଂଖ୍ୟା କମିବାରେ ଲାଗିଛି। କେତେକ ମାଛର ବଂଶ ସଂପୂର୍ଣ୍ଣ ଲୋପ ପାଇଗଲାଣି। ଏହାର କାରଣ ଦୂଷିତ ଜଳ ବୋଲି ମିଡିଆରେ ପ୍ରକାଶିତ ମଧ୍ୟ ହୋଇଛି। ତଥାପି ଏ ସମ୍ପର୍କରେ ସରକାରୀ ଅନୁସନ୍ଧାନ ହେଉନାହିଁ। ସେଭଳି ଅନୁସନ୍ଧାନ ନକରିବା ଲାଗି କିଛି ଚାପ କାମ କରୁଛି?

ଦିନେ ସମୟ ଥିଲା ଯେତେବେଳେ ଗଣତନ୍ତ୍ର ପଦ୍ଧତିରେ ନିର୍ବାଚିତ ସରକାରୀ ଦଳ ଲୋକଙ୍କ ଚାପ ଆଗରେ ମୁଣ୍ଡ ନୂଆଁଇ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରୁଥିଲେ। ଆର୍ଥିକ ସଂସ୍କାର ପରବର୍ତ୍ତୀ ଭାରତରେ ପ୍ରାଇଭେଟ କମ୍ପାନୀମାନେ ଏତେ ଶକ୍ତିଶାଳୀ ହୋଇଯାଇଛନ୍ତି ଯେ ନିର୍ବାଚିତ ସରକାରୀ ଦଳ ଲୋକଙ୍କ ଦାବି ଅପେକ୍ଷା କମ୍ପାନୀର ଆବଶ୍ୟକତାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି।

ବୃହତ କମ୍ପାନୀଙ୍କ ଦ୍ଵାରା ହେଉଥିବା ପ୍ରଦୂଷଣ ହେତୁ ଲୋକେ ମୃତ୍ୟୁବରଣ କରୁଥିଲେ ମଧ୍ୟ ଏହାକୁ ଅପରାଧୀକ କାର୍ଯ୍ୟ (ଠିକ ହତ୍ୟା, ଡକାୟତି ଇତ୍ୟାଦି ଅପରାଧ ଭଳି) ଭାବରେ ଏ ପର୍ଯ୍ୟନ୍ତ ଦେଶରେ ନିଆଯାଇନାହିଁ। ସେଭଳି ଆଇନ ଏ ପର୍ଯ୍ୟନ୍ତ ଦେଶରେ ପ୍ରଣୟନ ନହେବା ସରକାରୀ ଦଳ ଉପରେ କମ୍ପାନୀମାନଙ୍କ ପ୍ରଭାବକୁ ଦର୍ଶାଉଛି।

ହୀରାକୁଦ ଜଳଭଣ୍ଡାର ଜଳ, ମାଟି, କୃଷିଜମିର ମାଟି, ମୃତ ଜୀବଜନ୍ତୁଙ୍କ ହାଡ଼ର ଉପଯୁକ୍ତ ପରୀକ୍ଷା ସରକାରୀ ସ୍ତରରେ କରାଯିବା ଆବଶ୍ୟକ। ସାମାଜିକ ସଂଗଠନ ଦ୍ଵାରା ସମସ୍ତ ପ୍ଳାଣ୍ଟର ଚବିଶ ଘଣ୍ଟିଆ ସର୍ଭେକ୍ଷଣର ବ୍ୟବସ୍ଥା କରାଯିବା ଜରୁରୀ। ସୁସ୍ଥ ଜୀବନ ବଞ୍ଚିବା ପାଇଁ ସ୍ଥାନୀୟ ସଂଗଠନମାନଙ୍କର ପ୍ରତିବାଦର ସ୍ଵର ଦୃଢ଼ ହେବା ଆବଶ୍ୟକ।

ସହାୟକ ଲେଖା: ୧. Assessment of environmental and carcinogenic health hazards from heavy metal contamination in sediments of wetlands।. ୨. Metals in environmental segments at Hirakud of Odisha, India।

ଫୋ- ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story