Advertisment

ଇତିହାସ ଖୋଜୁଛି ସାହାରା

ଏକ ଗଠନମୂଳକ ବିତର୍କର ଆରମ୍ଭ ହେବା ପୂର୍ବରୁ ଆମ ରାଜ୍ୟ ଦେଶ ଓ ପୂର୍ବସୁରୀମାନଙ୍କ ଅସ୍ମିତାକୁ ଯେଉଁଭଳି ଭାବେ ଅସମ୍ମାନ କରାଯାଉଛି ତାହା ଅତ୍ୟନ୍ତ ଲଜ୍ଜା ଓ କ୍ଷୋଭର ବିଷୟ।

Ravenshaw University

Ravenshaw University

Advertisment

ଡଃ ରୀନା ରାଉତରାୟ

ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗ କେବଳ ଯେ ଏକ ବିତର୍କ କିମ୍ବା ଏକ ନିଷ୍ପତ୍ତିର ପୃଷ୍ଠଭୂମି ତାହା ପରବର୍ତ୍ତୀ ସମୟ ହିଁ କହିବ।

Advertisment

କିନ୍ତୁ ତାକୁ ନେଇ ଏକ ଗଠନମୂଳକ ବିତର୍କର ଆରମ୍ଭ ହେବା ପୂର୍ବରୁ ଆମ ରାଜ୍ୟ ଦେଶ ଓ ପୂର୍ବସୁରୀମାନଙ୍କ ଅସ୍ମିତାକୁ ଯେଉଁଭଳି ଭାବେ ଅସମ୍ମାନ କରାଯାଉଛି ତାହା ଅତ୍ୟନ୍ତ ଲଜ୍ଜା ଓ କ୍ଷୋଭର ବିଷୟ।

ଇତିହାସକୁ ଜାଣିବା ବୁଝିବା ଓ ଆଲୋଚନା କରିବା ଏକ ସୁସ୍ଥ ପରମ୍ପରା। କିନ୍ତୁ ବ୍ୟକ୍ତିଗତ ବା ରାଜନୈତିକ ଆରୋପ ପ୍ରତ୍ୟାରୋପ ପାଇଁ ଇତିହାସ ଓ ଐତିହାସିକ ଉଭୟଙ୍କ ନକାରାତ୍ମକ ବ୍ୟବଚ୍ଛେଦ ନିଶ୍ଚିତ ଭାବରେ ରାଷ୍ଟ୍ରର ଭବିଷ୍ୟତ ପାଇଁ ଆଦୌ ଶୁଭଙ୍କର ନୁହେଁ।

Advertisment

ସମକାଳୀନ ଐତିହାସିକ, ଲେଖକ ଏବଂ ତୁଙ୍ଗ ବ୍ୟକ୍ତିତ୍ଵ/ନେତୃତ୍ୱଙ୍କ ଆଲେଖ୍ୟ, ନିଷ୍ପତ୍ତି ଓ ତତ୍ କାଳୀନ ପରିସ୍ଥିତି ଓ ଭିତ୍ତିଭୂମି ଅନୁଯାୟୀ ନେଇଥିବା ପଦକ୍ଷେପ ହିଁ ଗୋଟିଏ ଜାତିର ବାସ୍ତବ ଇତିହାସ ଅଟେ। ପରବର୍ତ୍ତୀ ସମୟର ବିଶ୍ଳେଷଣ ବା ବ୍ୟବଛେଦ ସ୍ଥଳ ବିଶେଷରେ ଭ୍ରମାତ୍ମକ ହେବାର ସମ୍ଭାବନା ରଖେ ବୋଲି ଅନେକ ଉଦାହରଣ ରହି ଆସିଛି।

ଇତିହାସକୁ ଇତିହାସ କରିଦେବାର ଏହି ଧାରାରେ ଗୋଟିଏ ପରେ ଗୋଟିଏ ବଳି ପଡ଼ୁଛନ୍ତି ଆମ ପୂର୍ବସୂରୀ।

ଆମର ବାପା, ଜେଜେବାପା, ଗୋସେଇଁ ବାପାଙ୍କ ପରିଚୟ ସଙ୍କଟରେ। ବିଚାରଯୋଗ୍ୟ ଯେ ସେମାନଙ୍କ ଚରିତ୍ର ବା କାର୍ଯ୍ୟଧାରାକୁ ଆଙ୍ଗୁଳି ନିର୍ଦ୍ଦେଶ କରିବାର ଯୋଗ୍ୟତା ଆମର ହେଲାଣି କି?

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସ ଓ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜାତିପ୍ରୀତି, ଅଖଣ୍ଡତା ଓ ପ୍ରତିବଦ୍ଧତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଏହି କ୍ରମରେ ଧୀରେ ଧୀରେ ନିଜ ଜନ୍ମିତ ପିତାମାତାଙ୍କ ପ୍ରତି ଅବିଶ୍ୱାସ ଜନ୍ମିବା ମଧ୍ୟ ଆଉ ବେଶୀ ଦୂର ନୁହେଁ। ଶେଷରେ ଏହା ହିଁ ହେବ ଆମର ଅସ୍ମିତା ଆମର ପରିଚୟ।

ଆମ କଣ ହେବା ସେଇ ଗର୍ବିତ ଓଡ଼ିଆ, ଯେଉଁମାନେ କି ନିଜ ପୂର୍ବ ପୁରୁଷମାନଙ୍କର ଚରିତ୍ର ସଂହାର କରିବାରେ ତିଳେ ମାତ୍ର ପଛଘୁଞ୍ଚା ଦିଅନ୍ତି ନାହିଁ?

ଯେ କୌଣସି ଐତିହାସିକ ରାୟ ବା ପଦକ୍ଷେପ ନିଆଯାଏ ତାହା ପ୍ରତ୍ୟକ୍ଷ ଭାବରେ ରାଜନୈତିକ ଇଚ୍ଛାଶକ୍ତି, ପ୍ରୋତ୍ସାହନ,ସହଯୋଗ ଓ ପଦକ୍ଷେପ ବିନା ସମ୍ଭବ ନୁହେଁ। ସୁସ୍ଥ ବିତର୍କ ହେଉ।

କୌଣସି ପ୍ରସଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବିତର୍କର ଅଂଶ ବିଶେଷ ହେଲେ, ତାହା ଏକ ତର୍କାରୁଢ଼ ନିଷ୍କର୍ଷରେ ଉପନୀତ ହେବା ସହଜଗମ୍ୟ ହୋଇଥାଏ।

ସୁଖର କଥା ଏହି ପ୍ରସଙ୍ଗଟି ଏବେ ବିଧାନସଭାରେ ଆଲୋଚନା ହେଲାଣି। ଏ ନେଇ ଆମେ ଆଶାବାଦୀ ହୋଇ ପାରିବା।

ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ତର୍କ ବିତର୍କ ହେଲେ, ଇତିହାସ ସର୍ବଦା ଆମ ଉତ୍ତରକୁ ମନେ ରଖେ। କାହାରି ପ୍ରଶ୍ନକୁ ନୁହେଁ। ତେଣୁ ସେ ରାଜନୈତିକ ଦଳର କର୍ମକର୍ତ୍ତା ହୁଅନ୍ତୁ ବା ସମ୍ବେଦନଶୀଳ ବୁଦ୍ଧିଜୀବୀ ହୁଅନ୍ତୁ କିମ୍ଵା ଆମ ରାଷ୍ଟ୍ରର ଉତ୍ସାହୀ ଏବଂ ଉଦୀୟମାନ ଯୁବଗୋଷ୍ଠୀ ହୁଅନ୍ତୁ ସମସ୍ତଙ୍କୁ ନମ୍ର ନିବେଦନ ସବୁବେଳେ ମର୍ଯ୍ୟାଦା ଓ ସଂଭ୍ରମର ସୀମାରେଖା ମଧ୍ୟରେ ରହି ବଳିଷ୍ଠ ଓ ତଥ୍ୟଭିତ୍ତିକ ମତାମତ ରଖନ୍ତୁ ଯାହା ଇତିହାସର ଘଟଣାବଳୀର ସାକ୍ଷୀ ହୋଇ ରହିଯିବ।

ଫୋ- ୯୪୩୮୨୭୨୧୫୨

Ravenshaw University Odia Pride Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe