ହକି ବିଶ୍ୱ କପ୍‌- ମନ ଭୁଲାଣିଆ କାର୍ଯ୍ୟକ୍ରମ!

ରବି ଦାସ ଓଡ଼ିଶାରେ ହକି ବିଶ୍ୱ କପ୍ ପାଇଁ ରାଉରକେଲା, ଭୁବନେଶ୍ୱର ଓ କଟକ ସହରକୁ ଚକାଚକ୍ କରିବା ପାଇଁ ବ୍ୟବସ୍ଥା ହୋଇଛି ଓ ଏହି ବିଶ୍ୱ କପ୍ ଆୟୋଜନର ଭବ୍ୟ ଉଦ୍ଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରେ କରାଯାଇ ବଲିଉଡ଼ ଏବଂ ଓଡ଼ିଶାର କଳାକାରମାନଙ୍କୁ ଡକାଯାଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଛି। ସାରା ଓଡ଼ିଶାବାସୀ ଯେପରି ଏହି କାର୍ଯ୍ୟକ୍ରମକୁ ଦେଖିପାରିବେ ସେଥିପାଇଁ ପ୍ରତି ପଂଚାୟତରେ ଏଲ୍ଇଡି ଜରିଆରେ ସିଧା ପ୍ରସାରଣ ସୁବିଧା କରାଯିବା ଲୋକମାନଙ୍କ ଭିତରେ ଗୋଟିଏ […]

Birsa Munda Hockey Stadium

Birsa Munda Hockey Stadium

Debendra Prusty
  • Published: Tuesday, 17 January 2023
  • Updated: 17 January 2023, 01:55 PM IST

Sports

Latest News

  • ରବି ଦାସ

ଓଡ଼ିଶାରେ ହକି ବିଶ୍ୱ କପ୍ ପାଇଁ ରାଉରକେଲା, ଭୁବନେଶ୍ୱର ଓ କଟକ ସହରକୁ ଚକାଚକ୍ କରିବା ପାଇଁ ବ୍ୟବସ୍ଥା ହୋଇଛି ଓ ଏହି ବିଶ୍ୱ କପ୍ ଆୟୋଜନର ଭବ୍ୟ ଉଦ୍ଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରେ କରାଯାଇ ବଲିଉଡ଼ ଏବଂ ଓଡ଼ିଶାର କଳାକାରମାନଙ୍କୁ ଡକାଯାଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଛି। ସାରା ଓଡ଼ିଶାବାସୀ ଯେପରି ଏହି କାର୍ଯ୍ୟକ୍ରମକୁ ଦେଖିପାରିବେ ସେଥିପାଇଁ ପ୍ରତି ପଂଚାୟତରେ ଏଲ୍ଇଡି ଜରିଆରେ ସିଧା ପ୍ରସାରଣ ସୁବିଧା କରାଯିବା ଲୋକମାନଙ୍କ ଭିତରେ ଗୋଟିଏ ଖୁସିର ମାନସିକତା ସୃଷ୍ଟି କରିବା ମୂଳ ଲକ୍ଷ୍ୟ ବୋଲି ଜଣାପଡ଼ିଛି। ଲୋକମାନଙ୍କର ଦୈନନ୍ଦିନ ସମସ୍ୟା ଓ ଅସୁବିଧା ଯେତେ ଯାହା ଥିଲେ ମଧ୍ୟ ବାରବଟୀ ଷ୍ଟାଡିୟମର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଷ୍ଟାଡିୟମରେ ବସି ବା ଗାଁରେ ଟେଲିଭିଜନ୍ ପର୍ଦ୍ଦା ସମ୍ମୁଖରେ ରୁଣ୍ଡ ହୋଇ ୫ ଘଂଟା କାଳ ଖ୍ୟାତିସଂପନ୍ନ କଳାକାରମାନଙ୍କୁ ନାଚଗୀତର ଉନ୍ମାଦନାରେ ଦେଖିବା ନିଶ୍ଚିତ ଭାବରେ ଏକ ଖୁସିର ମାହୋଲ ସୃଷ୍ଟି କରିବ।

ଓଡ଼ିଶା ଭଳି ଏକ ରାଜ୍ୟରେ ମାତ୍ର ୪ ବର୍ଷ ବ୍ୟବଧାନରେ ହେଉଥିବା ଏହି ଦ୍ୱିତୀୟ ବିଶ୍ୱକପ୍ ହକି ଆୟୋଜନ ପାଇଁ ଓଡ଼ିଶା ରାଜକୋଷରୁ କେତେ ଅର୍ଥ ଖର୍ଚ୍ଚ ହେଉଛି ଏବଂ କେଉଁ ସୂତ୍ରରୁ ଏହି ଅର୍ଥ ଆଦାୟ ହୋଇଛି, ତାହାର ହିସାବ ଲୋକମାନଙ୍କୁ ଏ ପର୍ଯ୍ୟନ୍ତ ଚିନ୍ତା କରିବାକୁ ସମୟ ଦିଆଯାଇନାହିଁ। ବିଶେଷ ଭାବରେ ବିଶ୍ୱ ହକିକପ୍ ପାଇଁ ଆନ୍ତର୍ଜାତିକ ବିଭିନ୍ନ ଦେଶର ଟିମଗୁଡ଼ିକ ଆସିବା ଓ ସେମାନଙ୍କର ସୁବିଧା ସୁଯୋଗ ସହିତ ଖାଦ୍ୟପେୟର ବ୍ୟବସ୍ଥା କରିବା ହୁଏତ ବିଶ୍ୱକପ୍ ପାଇଁ ଏକ ଆବଶ୍ୟକତା। ସେହିପରି ରାଉରକେଲାରେ ନୂଆ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଆବଶ୍ୟକତାକୁ କେହି ଅସ୍ୱୀକାର କରିବେ ନାହିଁ। କାରଣ ହକି କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଯେଉଁ ଅବଦାନ ଅଛି ତାହା ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲାକୁ କେନ୍ଦ୍ର କରି ହୋଇଛି। ଏଣୁ ବର୍ତ୍ତମାନ ପାଇଁ ଓ ଭବିଷ୍ୟତ ପାଇଁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ନିର୍ମାଣରେ କେହି ପ୍ରତିବାଦ କରିବେ ନାହିଁ।

କିନ୍ତୁ ଯେପରି ଭାବରେ ଯେଉଁ ସମୟରେ ଯୁଦ୍ଧକାଳୀନ ଭିତିରେ ଏହା କେବଳ ବିଶ୍ୱକପକୁ ଲକ୍ଷ୍ୟ କରି କରାଯାଇଛି, ସେଥିରେ ନିର୍ମାଣଜନିତ ଅନେକ ତ୍ରୁଟି ରହିବା ସ୍ୱାଭାବିକ। ୨୦୨୧ ଫେବୃଆରୀ ମାସରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଦୁଇବର୍ଷ ପୂର୍ବରୁ ଏହା ଶେଷ ହୋଇଯିବାକୁ ଏକ ସଫଳତା ବୋଲି ଦର୍ଶାଯାଇପାରେ। ଏଲ୍ ଆଣ୍ଡ ଟି ପରି ଖ୍ୟାତିସଂପନ୍ନ ନିର୍ମାଣକାରୀ ସଂସ୍ଥାକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏହି ବିଶ୍ୱ କପ୍ ନିର୍ମାଣ କାର୍ଯ୍ୟ କରିବା ପାଇଁ ବିର୍ସା ମୁଣ୍ଡା ଓ କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମିର ବିକାଶରେ ୮୭୫.୭୮ କୋଟି ଟଙ୍କା ବ୍ୟୟ କରାଯାଇଛି। କେବଳ ବିର୍ସା ମୁଣ୍ଡା ଷ୍ଟାଡିୟମରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବେଳେ ସେଥିରୁ ଜିଲ୍ଲା ଖଣି ପାଣ୍ଠି (ଡିଏମ୍ଏଫ୍)ରୁ ୧୩୬.୮୨ କୋଟି, ସିଏସ୍ଆର୍ ଓ ଓଏସଡିଏଫରୁ ୧୭୬.୩୮ କୋଟି ଟଙ୍କା ଆସିଛି। ବାକି ୫୬୨.୫୮ କୋଟି ଟଙ୍କା ରାଜ୍ୟ ସରକାର ବହନ କରିଛନ୍ତି। କିନ୍ତୁ ଏହିସବୁ ଖର୍ଚ୍ଚର ଟିକିନିଖି ବିବରଣୀ ବିଶ୍ୱକପ୍ ପରେ ଯେତେବେଳେ ଆଲୋଚିତ ହେବ ସେତେବେଳେ ଏଥିରେ ହୋଇଥିବା ବେଆଇନ୍ କାର୍ଯ୍ୟକଳାପ ଓ ଦୁର୍ନୀତି ସଂପର୍କରେ ଅଭିଯୋଗ କରାଯାଇପାରିବ। ହକି ଖେଳାଳୀମାନେ ରହିବା ପାଇଁ ୫ ତାରକା ସୁବିଧା ଥିବା ଯେଉଁସବୁ କୋଠରୀ ବ୍ୟବସ୍ଥା କରାଯାଇଛି, ସେଗୁଡିକ କିପରି ରକ୍ଷଣାବେକ୍ଷଣ କରାଯିବ ତାହା ଉପରେ ପରେ ପ୍ରଶ୍ନ ଉଠିବ ଓ ଏହିସବୁ ଖର୍ଚ୍ଚ ଯଥାର୍ଥ କି ନାହିଁ ତାହା ନେଇ ମଧ୍ୟ ପ୍ରଶ୍ନ ପଚରାଯାଇପାରିବ। ଏହିସବୁ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଓ କାର୍ଯ୍ୟ ତଦାରଖରେ ଅନେକ ପ୍ରଶ୍ନ ରହିଛି।

ଯେହେତୁ ରାଉରକେଲାରେ ଆନ୍ତର୍ଜାତିକ ଖେଳାଳୀମାନେ ରହିବେ, ତେଣୁ ସେମାନଙ୍କ ପାଇଁ ରହିବାର ସମସ୍ତ ସୁବିଧା କରାଯିବାରେ କେହି ଆପତ୍ତି କରିବେ ନାହିଁ। କିନ୍ତୁ ବିଶ୍ୱ ହକିକପ୍ ସମୟରେ ରାଉରକେଲା ସହରକୁ ନୂଆ ରୂପ ଦେବା ପାଇଁ ଯେଉଁ କାର୍ଯ୍ୟ ତ୍ୱରାନ୍ୱିତ ଭାବରେ କରାଯାଇଛି ତାହା କେତେଦିନ ତିଷ୍ଠି ରହିବ ସେ ନେଇ ପ୍ରଶ୍ନ କରାଯାଉଛି। କାରଣ ଏହିସବୁ ପ୍ରକ୍ରିୟାରେ ନିର୍ମାଣ ଓ କାର୍ଯ୍ୟ ତଦାରଖ ନୀତିନିୟମ ପାଳନ କରାଯାଇନାହିଁ। ଯେଉଁ ସହରରେ ଗତ ୭/୮ ବର୍ଷ ହେଲା ନିର୍ବାଚିତ ମ୍ୟୁନିସିପାଲ୍ କର୍ପୋରେସନ୍ ନାହିଁ ଓ ଜଣେ ଦୁଇଜଣ ଯୁବ ଅଫିସର୍ ସବୁକିଛି ପରିଚାଳନା କରୁଛନ୍ତି ସେଥିରେ ପ୍ରଶ୍ନ ଉଠିବା ସ୍ୱାଭାବିକ। କିନ୍ତୁ ଯେହେତୁ ଏବେ ବିଶ୍ୱକପ୍ ଆରମ୍ଭ ହେଉଛି ଓ ଲୋକମାନଙ୍କ ଦୃଷ୍ଟି ଅନ୍ୟ ଆଡ଼କୁ ଯିବା ପାଇଁ ରାଉରକେଲା ସହରକୁ ବିଭିନ୍ନ ରଙ୍ଗର ରାତି ଆଲୁଅ ସହିତ ସୌନ୍ଦର୍ଯ୍ୟକରଣ କରାଯାଇଛି, ତେଣୁ ସେସବୁ ଉପରେ ପ୍ରଶ୍ନ ହୁଏତ ବତ୍ତମାନ କେହି ଉତ୍ଥାପନ କରିବେ ନାହିଁ। ସେହିପରି କଟକର ବାରବାଟୀ ଷ୍ଟାଡିୟମରେ ଯେଉଁ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ ହେଲା ଯାହାକୁ ଟେଲିଭିଜନ୍ ପର୍ଦ୍ଦାରେ ଦେଖି ରାଜ୍ୟବାସୀଙ୍କ ଭିତରେ ଖୁସିର ମାହୋଲ ସୃଷ୍ଟି ହେଲା ସେଥିପାଇଁ ରାଜ୍ୟ ସରକାର କେତେ ଅର୍ଥ ଖର୍ଚ୍ଚ କରିଛନ୍ତି? ରଣବୀର ସିଂହ, ଦିଶା ପଟାନିଙ୍କ ସହିତ ବଲିଉଡ଼ର ଦାମୀ କଳାକାର ଓ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିବା କଳାକାରମାନଙ୍କୁ କି ପ୍ରକାର ଚୁକ୍ତି କରାଯାଇଥିଲା ତାହାର ତଥ୍ୟ ହୁଏତ ଏବେ କେହି ଆଲୋଚନା କରିବେ ନାହିଁ।

ହକି ଏପରି ଏକ ଖେଳ ଯେଉଁଥିରେ ରାଜ୍ୟର ଆଦିବାସୀମାନେ ଓ ବିଶେଷ ଭାବରେ ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀମାନେ ସଂପୃକ୍ତ। ଜାତୀୟ ଦଳର କୌଣସି କ୍ରୀଡ଼ାରେ ରାଜ୍ୟର କୌଣସି ଖେଳାଳୀ ସାମିଲ ହେବାର ସୁଯୋଗ ବା ସମ୍ଭାବନା ହକି ଖେଳରେ ଓଡ଼ିଶା ପାଇଁ ରହିଛି। ସେ ପୁରୁଷ ହକି ହେଉ ବା ମହିଳା ହକି ହେଉ, ଗତ ଅଲମ୍ପିକରେ ଓଡ଼ିଶା ଖେଳାଳୀମାନେ ଭଲ ପ୍ରଦର୍ଶନ କରିଥିଲେ। ଅତୀତରେ ଜାତୀୟ ଦଳର ଅଧିନାୟକ ଭାବରେ ଦିଲ୍ଲୀପ ତିର୍କୀ ରାଜ୍ୟ ପାଇଁ ସୁନାମ ଆଣିଥିଲେ। ବାସ୍ତବରେ ଜାତୀୟ ସ୍ତରରେ ଯେତେ ହକି ଖେଳାଳୀ ଭାରତ ପାଇଁ ସବୁଠାରୁ ଅଧିକ ମ୍ୟାଚ୍ ଖେଳିଛନ୍ତି, ସେମାନଙ୍କ ଭିତରେ ଦିଲ୍ଲୀପ ତିର୍କୀଙ୍କ ନାମ ରହିଛି। ସେହିପରି ଇଗ୍ନେସ ତିର୍କୀ, ପ୍ରବୋଧ ତିର୍କୀ, ଲାଜରୁସ୍ ବାର୍ଲା, ବୀରେନ୍ଦ୍ର ଲକ୍ରା ଓ ଅମିତ ରୋହିଦାସଙ୍କ ପରି ଓଡ଼ିଆ ଖେଳାଳୀ ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଛନ୍ତି। ଏପରିକି ମହିଳା ହକିରେ ଜ୍ୟୋତି ସୁନୀତା କୁଲୁ, ସୁଭଦ୍ରା ପ୍ରଧାନ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ଅଲମ୍ପିକ ଖେଳି ଓଡ଼ିଶାକୁ ଗର୍ବିତ କରିଛନ୍ତି। ସାରା ଦେଶରେ କ୍ରିକେଟ୍ ଖେଳ ପାଇଁ ଯେପରି କମ୍ପାନୀମାନେ ଆଗ୍ରହ ପ୍ରକାଶ କରନ୍ତି, ସେହିପରି ହକି ଖେଳରେ କମ୍ ଦେଖାଯାଏ। ସେ ଦୃଷ୍ଟିରୁ ହକି ଖେଳକୁ ଉତ୍ସାହିତ କରିବା ପାଇଁ ଉଭୟ ପୁରୁଷ ଓ ମହିଳା ହକି ଦଳର ଆୟୋଜକ ଭାବରେ ଓଡ଼ିଶା ଗତ ୫ ବର୍ଷ ହେଲା କାମ କରୁଛି। ଭାରତୀୟ ଖେଳାଳୀଙ୍କ ଜର୍ସିରେ ଓଡ଼ିଶା ନାଁ ଲେଖାଯିବା ନିଶ୍ଚିତ ଓଡ଼ିଆଙ୍କୁ ଗର୍ବିତ କରୁଛି। ଓଡ଼ିଶାର ଲୋକମାନଙ୍କ ଭିତରେ ହକି ଖେଳକୁ ନେଇ ଏକ ଗୌରବର ଭାବନା ଅଧିକମାତ୍ରାରେ ଜାଗ୍ରତ ହୋଇପାରିବ, ଯେତେବେଳେ ବିଶ୍ୱକପରେ ଭାରତ ସଫଳତା ପାଇବ। ଭବିଷ୍ୟତରେ ଏହି ଭିତ୍ତିଭୂମି ପାଇଁ ଓଡ଼ିଶାର ଖେଳାଳୀମାନେ ଯଦି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠିତ ହୁଅନ୍ତି, ସେତେବେଳେ ଏହି ବିପୁଳ ବ୍ୟୟ ଯଥାର୍ଥ ହେଲା ବୋଲି କୁହାଯିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ୪୮ ବର୍ଷ ହେଲା ବିଶ୍ୱ ହକିକପରେ ବା ଅଲମ୍ପିକରେ ଭାରତ ସ୍ୱର୍ଣ୍ଣ ପଦକ କେବେ ହାସଲ କରିପାରି ନାହିଁ। ଏଣୁ ବିଶ୍ୱକପ ନେଇ ଓଡ଼ିଶାରେ ଯେଉଁ ଖୁସିର ମାହୋଲ ସୃଷ୍ଟି ହୋଇଛି ତାହାର ପ୍ରଭାବ ବିଶ୍ୱକପ୍ ପରେ କେତେଦିନ ରହିବ ତାହାକୁ ଲକ୍ଷ୍ୟ କରାଯାଇଛି। କିନ୍ତୁ ବିଶ୍ୱ କପ୍ ସହିତ ବଲିଉଡ୍ ଓ ଓଲିଉଡ଼ କଳାକାରମାନଙ୍କୁ ନେଇ ଯେଉଁ ରଙ୍ଗୀନ କାର୍ଯ୍ୟକ୍ରମ ହେଲା ସେଥିରେ ସାରା ଓଡ଼ିଶାକୁ ସାମିଲ କରି ଏକ ଖୁସିର ମାହୋଲ ସୃଷ୍ଟି କରିବା ଲକ୍ଷ୍ୟରେ ଯାହା କରାଯାଇଛି ତାହା ଏକ ମନ ଭୁଲାଣିଆ କାର୍ଯ୍ୟକ୍ରମ ପରି କେତେଦୂର ଯଥାର୍ଥ ଓ ହକି ଖେଳ ଦିଗରେ ଏହା କେତେ ସହାୟକ ହେବ ତାହା ମଧ୍ୟ ବିଚାର କରାଯିବ। କିନ୍ତୁ ବର୍ତ୍ତମାନ ପାଇଁ ଲୋକମାନଙ୍କର ଦୈନନ୍ଦିନ ସମସ୍ୟା ଓ ଅସୁବିଧାକୁ ଦୂରରେ ରଖି ସମସ୍ତେ ହକି ଖେଳକୁ ନେଇ ଖୁସିର ମାହୋଲରେ ରୁହନ୍ତୁ, ଏହିପରି ଏକ ବାତାବରଣ ସୃଷ୍ଟି କରାଯାଇଛି। ୨୦୨୪ ନିର୍ବାଚନ ଲକ୍ଷ୍ୟରେ ଏହା କେତେଦୂର ସହାୟକ ହେବ ବୋଲି ଯେଉଁମାନେ ଭାବୁଛନ୍ତି, ସେମାନେ ଅତୀତରେ ଦିଲ୍ଲୀରେ ହୋଇଥିବା କମନୱେଲଥ୍ ଗେମ୍ (ରାଜ୍ୟଗୋଷ୍ଠୀ କ୍ରୀଡ଼ା) ପରବର୍ତ୍ତୀ ଅବସ୍ଥାକୁ ଚିନ୍ତା କରିବା ଉଚିତ୍। କାରଣ ଏହି କ୍ରୀଡ଼ାରେ ଦିଲ୍ଲୀର ବ୍ୟାପକ ବିକାଶ ହୋଇଥିଲେ ମଧ୍ୟ ଦିଲ୍ଲୀରୁ କଂଗ୍ରେସ ଶାସନର ଅବସାନ ଦିଗରେ ଏହା ରାସ୍ତା ପରିଷ୍କାର କରିଥିଲା।

ଫୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story