ବ୍ୟାଙ୍କବୁଡ଼ିର କାରଣ କ’ଣ? ଆମ ଟଙ୍କା ସୁରକ୍ଷିତ ତ?

ସପ୍ତାହକ ମଧ୍ୟରେ ଆମେରିକା ଭଳି ଏକ ସ୍ୱଚ୍ଛଳ ଅର୍ଥନୀତିରେ ତିନିଟି ବ୍ୟାଙ୍କର କାରବାର ବନ୍ଦ ହୋଇ ସାରା ବିଶ୍ୱର ଆର୍ଥିକ ଦୁନିଆରେ ଚହଳ ପଡ଼ିଯାଇଛି। ମାର୍ଚ୍ଚ ୧୦, ୨୦୨୩ରେ ଷୋଡ଼ଷ ସ୍ଥାନରେ ଥିବା ଆମେରିକାର ଅନ୍ୟତମ ବୃହତ୍ ବ୍ୟାଙ୍କ ‘ସିଲିକନ ଭ୍ୟାଲି ବ୍ୟାଙ୍କ’(ଏସଭିବି)ର କାରବାରକୁ ନିୟନ୍ତ୍ରକଙ୍କ ଦ୍ୱାରା ବନ୍ଦ କରିଦିଆଗଲା। ୨୦୦୮ରେ ହୋଇଥିବା ଆର୍ଥିକ ସଙ୍କଟ ପରେ ଆମେରିକାରେ କୌଣସି ବଡ଼ ଧରଣର ବ୍ୟାଙ୍କ ବନ୍ଦ ହେବାର ଏହା ଥିଲା ପ୍ରଥମ ଘଟଣା।

Silicon Valley Bank

Silicon Valley Bank

Debendra Prusty
  • Published: Wednesday, 15 March 2023
  • Updated: 15 March 2023, 04:16 PM IST

News Highlights

  • ଆମେରିକାରେ ବ୍ୟାଙ୍କ ବିପର୍ଯ୍ୟୟର କାରଣ କ’ଣ?
  • ବ୍ୟାଙ୍କ ବୁଡ଼ିଗଲେ ଜମାକାରୀଙ୍କ ଅର୍ଥ ସୁରକ୍ଷିତ ରହେ କି?
  • ବ୍ୟାଙ୍କବୁଡ଼ିଗଲେ ନିଯୁକ୍ତି ଓ ବଜାର ଉପରେ କି ପ୍ରଭାବ ପଡ଼େ?

Sports

Latest News

ସପ୍ତାହକ ମଧ୍ୟରେ ଆମେରିକା ଭଳି ଏକ ସ୍ୱଚ୍ଛଳ ଅର୍ଥନୀତିରେ ତିନିଟି ବ୍ୟାଙ୍କର କାରବାର ବନ୍ଦ ହୋଇ ସାରା ବିଶ୍ୱର ଆର୍ଥିକ ଦୁନିଆରେ ଚହଳ ପଡ଼ିଯାଇଛି। ମାର୍ଚ୍ଚ ୧୦, ୨୦୨୩ରେ ଷୋଡ଼ଷ ସ୍ଥାନରେ ଥିବା ଆମେରିକାର ଅନ୍ୟତମ ବୃହତ୍ ବ୍ୟାଙ୍କ ‘ସିଲିକନ ଭ୍ୟାଲି ବ୍ୟାଙ୍କ’(ଏସଭିବି)ର କାରବାରକୁ ନିୟନ୍ତ୍ରକଙ୍କ ଦ୍ୱାରା ବନ୍ଦ କରିଦିଆଗଲା। ୨୦୦୮ରେ ହୋଇଥିବା ଆର୍ଥିକ ସଙ୍କଟ ପରେ ଆମେରିକାରେ କୌଣସି ବଡ଼ ଧରଣର ବ୍ୟାଙ୍କ ବନ୍ଦ ହେବାର ଏହା ଥିଲା ପ୍ରଥମ ଘଟଣା। ହଠାତ୍ କ’ଣ ଏମିତି ଘଟିଲା ଯାହା ବ୍ୟାଙ୍କର ବିପର୍ଯ୍ୟୟକୁ ଡାକିଆଣିଲା ତାହା ବୁଝିବା ଯେତିକି ଆବଶ୍ୟକ, ଏହି ଘଟଣାର ଅନ୍ୟ ବ୍ୟାଙ୍କଗୁଡ଼ିକ ଉପରେ ଓ ଅର୍ଥନୀତି ଉପରେ କି ପ୍ରଭାବ ପଡ଼ିପାରେ ତାହା ଜାଣିବା ବି ନିତାନ୍ତ ଜରୁରୀ।

୧୯୮୩ରେ କାଲିଫର୍ଣ୍ଣିଆରେ ପ୍ରତିଷ୍ଠିତ ହୋଇଥିବା ଏହି ବ୍ୟାଙ୍କ ମୁଖ୍ୟତଃ ସାରା ବିଶ୍ୱର ବୈଷୟିକ କ୍ଷେତ୍ରରେ କାର୍ଯ୍ୟରତ (ଟେକନୋଲୋଜି) କିଛି ଷ୍ଟାର୍ଟ ଅପ୍ ଓ ଭେଞ୍ଚର କ୍ୟାପିଟାଲ କମ୍ପାନୀଗୁଡ଼ିକୁ ଋଣପ୍ରଦାନ କରିଆସୁଥିଲା। ‘ଭକ୍ସ ମିଡ଼ିଆ’ ପରି କିଛି ମିଡ଼ିଆ କମ୍ପାନୀଙ୍କୁ ବି ବ୍ୟାଙ୍କ ଋଣ ଦେଇଛି। ଅନ୍ୟପକ୍ଷରେ ସେହି କମ୍ପାନୀଗୁଡ଼ିକ ଏହି ବ୍ୟାଙ୍କ ସହ କାରବାର କରୁଥିବାରୁ ସେମାନଙ୍କ ଜମାରାଶି ମଧ୍ୟ ସେଠାରେ ରଖୁଥିଲେ। ପ୍ରାୟ ୨୫୦୦ ଭେଞ୍ଚର କ୍ୟାପିଟାଲ କମ୍ପାନୀ ଏହି ବ୍ୟାଙ୍କରେ ଜମା ରଖିଥିବା ବେଳେ ସିକ୍ୱୋୟା କ୍ୟାପିଟାଲ, ଆକସେଲ ପାର୍ଟନର୍ସ, ଗ୍ରେଲକ୍ ଭଳି କିଛି ଭେଞ୍ଚର କ୍ୟାପିଟାଲ କମ୍ପାନୀରେ ବ୍ୟାଙ୍କ ପୁଞ୍ଜି ନିବେଶ କରିଛି। ଅର୍ଥାତ୍ ସାରା ବିଶ୍ୱରେ ଷ୍ଟାର୍ଟ ଅପ ପରିମଣ୍ଡଳରେ ସିଲିକନ ଭାଲି ବ୍ୟାଙ୍କ ବା ଏସଭିବିର ପ୍ରଭାବ ଯଥେଷ୍ଟ ଅଧିକ। ଏପରିକି ଏହା ଏକ କ୍ରିପ୍ଟୋ କମ୍ପାନୀବତ୍ସଳ ବ୍ୟାଙ୍କ ହୋଇଥିବାରୁ କିଛି କ୍ରିପ୍ଟୋକରେନ୍ସି ସଂସ୍ଥା ମଧ୍ୟ ସେମାନଙ୍କର ପୁଞ୍ଜି ଏଠାରେ ଜମା ରଖିଛନ୍ତି।

ଅନ୍ୟ ଅନେକ ବ୍ୟାଙ୍କ ଭଳି ଜମାକାରୀଙ୍କ ନିକଟରୁ ସଂଗୃହୀତ କୋଟି କୋଟି ଡଲାରର ଜମାରାଶିର ଏକ ବିଶାଳ ଅଂଶକୁ ବ୍ୟାଙ୍କ ବିଭିନ୍ନ ବଣ୍ଡରେ ନିବେଶ କରିଥିଲା ଯେଉଁଗୁଡ଼ିକ ବେଶ୍ ସୁରକ୍ଷିତ ମଧ୍ୟ। ତେବେ କୋଭିଡ଼ ମହାମାରୀ ପରବର୍ତ୍ତୀ ଆର୍ଥିକ ସ୍ଥିତିର ସାମ୍ନା କରି ମୁଦ୍ରାସ୍ଖୀତିକୁ ମୁକାବିଲା କରିବା ପାଇଁ ଆମେରିକାର ଫେଡ଼େରାଲ ରିଜର୍ଭ ସୁଧ ହାରକୁ (ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ ବଢାଇଲା ପରି) ବାରମ୍ୱାର ବଢ଼ାଇବାକୁ ଲାଗିଲା। ଏହା ଏବେ ସେଠାରେ ୪.୭୫ ପ୍ରତିଶତରେ ପହଞ୍ଚି ସାରିଥିଲେ ବି ଆଗାମୀ ଦିନରେ ସୁଧ ହାର ଆହୁରି ବଢ଼ି ୫.୭୫ ପ୍ରତିଶତରେ ପହଞ୍ଚିବାର ଆକଳନ କରାଯାଉଛି। ଫଳସ୍ୱରୂପ ବଣ୍ଡଗୁଡ଼ିକ କମ ଲାଭଜନକ ହୋଇ କିଣାବିକା ପାଇଁ ଅନାକର୍ଷଣୀୟ ହେଲା ଓ ସେଗୁଡ଼ିକର ମୂଲ୍ୟ ମଧ୍ୟ ହ୍ରାସ ପାଇଲା। ତେବେ ସେଗୁଡ଼ିକୁ ସମୟ ପୂର୍ବରୁ ତରବରିଆ ଭାବେ ବିକ୍ରି ନ କଲେ ବ୍ୟାଙ୍କର କ୍ଷତି ହେବାର କୌଣସି ସମ୍ଭାବନା ନଥିଲା। ଏଇଠି ଦୃଷ୍ଟିଗୋଚର ହୁଏ ଏସଭିବିର ସମ୍ପଦ ଦେୟ ପରିଚାଳନା(ଆସେଟ ଲାଏବିଲିଟି ମ୍ୟାନେଜମେଣ୍ଟ)ରେ ଅଦୂରଦର୍ଶିତା। ସମ୍ଭବତଃ ଲୋଭର ବଶବର୍ତ୍ତୀ ହୋଇ ବ୍ୟାଙ୍କ କର୍ତ୍ତୃପକ୍ଷ ସ୍ୱଳ୍ପ ମିଆଦି ଜମାକୁ ମଧ୍ୟ ଦୀର୍ଘମିଆଦି ବଣ୍ଡରେ ବିନିଯୋଗ କରିଥିବାରୁ ବ୍ୟଙ୍କକୁ ଏକ ନଗଦ (ଲିକକ୍ୟୁଇଡଟି) ସଙ୍କଟର ସାମ୍ନା କରିବାକୁ ପଡ଼ିଲା। ଅଧିକନ୍ତୁ ଗତ ୩ ବର୍ଷ ମଧ୍ୟରେ ବ୍ୟାଙ୍କର ଜମାରାଶି ପରିମାଣ ପ୍ରାୟ ୩ ଗୁଣ ହୋଇଥିବା ବେଳେ କୋଭିଡ ଯୋଗୁ ସେହି ରାଶି ଋଣ ଆକାରରେ ବିନିଯୋଗ ହୋଇ ନ ପାରିବାରୁ ବ୍ୟାଙ୍କ ପ୍ରତିଭୂତିରେ ନିବେଶ କରିବାକୁ ବାଧ୍ୟ ହେଲା।

ଗତ ୨-୩ ବର୍ଷ ଧରି ବ୍ୟାଙ୍କର ଗ୍ରାହକ ଥିବା ଟେକନୋଲୋଜି ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକର ଆର୍ଥିକ ପ୍ରଦର୍ଶନ ଉତ୍ସାହଜନକ ହେଉ ନଥିବା ବେଳେ ସେମାନଙ୍କର ଅର୍ଥର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାକୁ ଲାଗିଲା। ତେଣେ ଏଗୁଡ଼ିକର ପ୍ରଦର୍ଶନ ଆଶାନୁରୂପ ନ ହେବା ଯୋଗୁଁ ଭେଞ୍ଚର କ୍ୟାପିଟାଲ କମ୍ପାନୀଙ୍କ ତରଫରୁ ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟର ଆର୍ଥିକ ସହାୟତା ମିଳିବା ବି କମ ହେବାକୁ ଲାଗିଲା। ଏହି ପରିସ୍ଥିତିରେ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତାର ଭରଣା ପାଇଁ ଷ୍ଟାର୍ଟଅପଗୁଡ଼ିକ ବାଧ୍ୟ ହୋଇ ବ୍ୟାଙ୍କରେ ଜମାଥିବା ସେମାନଙ୍କ ପାଣ୍ଠି ଉଠାଇବାକୁ ଆରମ୍ଭ କଲେ। ଏକକାଳୀନ ବିପୁଳ ପରିମାଣର ଅର୍ଥ ଆବଶ୍ୟକ ହେବାରୁ ନଗଦ ଅଭାବରୁ ବ୍ୟାଙ୍କ ବାଧ୍ୟ ହୋଇ ନିବେଶ କରିଥିବା ବଣ୍ଡଗୁଡ଼ିକୁ କମ ମୂଲ୍ୟରେ ବିକିବା ଆରମ୍ଭ କଲା। ଅବଶ୍ୟ ବ୍ୟାଙ୍କ ବଜାରରୁ ନିବେଶକଙ୍କଠାରୁ ଅର୍ଥ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲା, ହେଲେ ସେଥିରେ ସଫଳ ହେଲା ନାହିଁ। ଆମେରିକାର ନିୟମ ଅନୁଯାୟୀ ୨.୫ ଲକ୍ଷ ଡଲାର ( ପ୍ରାୟ ୨ କୋଟି ଟଙ୍କା) ପର୍ଯ୍ୟନ୍ତ ଥିବା ବ୍ୟାଙ୍କ ଜମା ଫେଡ଼େରାଲ ଡିପୋଜିଟ ଇନସୁରାନ୍ସ କର୍ପୋରେସନରେ ବୀମାଭୁକ୍ତ ହୋଇଥାଏ। ଭାରତରେ ବ୍ୟାଙ୍କ ଜମା ଉପରେ ଡିଆଇସିଜିସି ତରଫରୁ ସର୍ବାଧିକ ୫ ଲକ୍ଷ ଟଙ୍କା ବୀମାଭୁକ୍ତ ଅଟେ। ଅର୍ଥାତ୍ ବ୍ୟାଙ୍କ ବୁଡ଼ିଗଲେ ତା’ଠାରୁ ଅଧିକ ରାଶିର ଜମାରାଶି ଥିଲେ ତାହା ବୀମାବହିର୍ଭୁତ ହୋଇଥିବାରୁ ଫେରିପାଇବା କଷ୍ଟକର। ସିଲିକନ ଭ୍ୟାଲି ବ୍ୟାଙ୍କର ଅଧିକାଂଶ ଜମାକାରୀ ଉଚ୍ଚ ବର୍ଗର ହୋଇଥିବାରୁ ସେମାନଙ୍କ ଜମାରାଶି ମଧ୍ୟ ନିର୍ଦ୍ଧାରିତ ୨.୫ ଲକ୍ଷ ଡଲାରରୁ ଯଥେଷ୍ଟ ଅଧିକ ଥିଲା। ଏଫଡିଆଇସି ଅନୁଯାୟୀ ଏସଭିବିରେ ଜମା ଥିବା ରାଶି ମଧ୍ୟରୁ ୮୯ ପ୍ରତିଶତ ରାଶି ବୀମାବହିର୍ଭୁତ। ବ୍ୟାଙ୍କର ଆର୍ଥିକ ଦୁଃସ୍ଥିତିରେ ସେହି ଜମାକାରୀମାନେ ଆତଙ୍କିତ ହେବା ସ୍ୱାଭାବିକ ଥିଲା।

ଠିକ୍ ଏତିକିବେଳେ ବ୍ୟାଙ୍କ ତରଫରୁ ମାର୍ଚ୍ଚ ୮ରେ ଏକ ବିବୃତି ଜାରି କରି କୁହାଗଲା ଯେ ବ୍ୟାଙ୍କର ଆର୍ଥିକ ସ୍ଥିତି ସୁଧାରିବା ଲାଗି ତା’ ନିକଟରେ ଥିବା ୨୧୦୦ କୋଟି ଡଲାର ମୂଲ୍ୟର ପ୍ରତିଭୂତିକୁ ବିକ୍ରି କରି ୧୮୦ କୋଟି ଡଲାର କ୍ଷତି ସହିଛି ଓ ଆଗାମୀ ଦିନରେ ଏହା ୨୨୦ କୋଟି ଡଲାର ମୂଲ୍ୟର ଅଂଶଧନ ବିକିବାକୁ ମସୁଧା କରୁଛି। ଏହି ବିବୃତି ପରେ ଗୁରୁବାର (ମାର୍ଚ୍ଚ ୯) ଗୋଟିଏ ଦିନରେ ଜମାକାରୀମାନେ ବ୍ୟାଙ୍କ ନିକଟରୁ ସେମାନଙ୍କ ୪୨୦୦ କୋଟି ଡଲାର ଜମାରାଶି ପ୍ରତ୍ୟାହାର କରିବା ଲାଗି ଦୌଡ଼ (ବ୍ୟାଙ୍କ ରନ୍) ଲଗାଇବାରୁ ବ୍ୟାଙ୍କ ଆର୍ଥିକ ସଙ୍କଟ ଭିତରକୁ ଠେଲି ହୋଇଗଲା ଓ ସେମାନଙ୍କୁ ଟଙ୍କା ଦେଇ ନପାରିବାରୁ ବାଧ୍ୟ ହୋଇ କର୍ତ୍ତୃପକ୍ଷଙ୍କୁ ଶୁକ୍ରବାର ଦିନ ବ୍ୟାଙ୍କ କାରବାର ବନ୍ଦ କରିବାକୁ ପଡ଼ିଲା। ବ୍ୟାଙ୍କ ବ୍ୟବସାୟର ଆଧାର ‘ବିଶ୍ୱାସ’ ହୋଇଥିବାରୁ ସେହି ବିଶ୍ୱାସ ସାମାନ୍ୟ ଊଣା ହୋଇ ‘ବ୍ୟାଙ୍କ ରନ୍’ ଆରମ୍ଭ ହେଲେ ଗୋଟିଏ ବ୍ୟାଙ୍କ ଯେତେ ଦୃଢ଼ ଓ ବିତ୍ତଶାଳୀ ହୋଇଥିଲେ ବି ଯେ ସମ୍ପୂର୍ଣ୍ଣ ଭୁଷୁଡ଼ି ଯାଇପାରେ, ତାହାର ସଦ୍ୟତମ ଉଦାହରଣ ହେଲା ‘ସିଲିକନ ଭ୍ୟାଲି ବ୍ୟାଙ୍କ’। ସିଲିକନ ଭ୍ୟାଲି ବ୍ୟାଙ୍କ ଭୁଷୁଡ଼ିବା ପୂର୍ବରୁ ଏହାର ମୋଟ ସମ୍ପତ୍ତିର ମୂଲ୍ୟ ୨୦,୯୦୦ କୋଟି ଡଲାର ଓ ମୋଟ ଜମାରାଶିର ପରିମାଣ ୧୭,୫୦୦ କୋଟି ଡଲାର ଥିଲା।

ତେବେ ବ୍ୟାଙ୍କ ବନ୍ଦ ହୋଇଯିବାରୁ ଏବେ ସବୁଠାରୁ କ୍ଷତିଗ୍ରସ୍ତ ହେବେ ସେହି ବ୍ୟାଙ୍କରେ ୨.୫୦ ଲକ୍ଷ ଡଲାରରୁ ଅଧିକ ପରିମାଣର ଜମା ରଖିଥିବା ଜମାକାରୀମାନେ। ଅବଶ୍ୟ ଇତି ମଧ୍ୟରେ ଏଫଡ଼ିଆଇସି, ଫେଡ ଓ ଟ୍ରେଜେରୀ ଡିପାର୍ଟମେଣ୍ଟ ମିଳିତ ବିବୃତି ଦେଇ ଜମାକାରୀଙ୍କୁ ଆଶ୍ୱସ୍ତ କରିବାକୁ ଚେଷ୍ଟା କଲେଣି। ତେବେ ଷ୍ଟାର୍ଟଅପ କମ୍ପାନୀଗୁଡ଼ିକୁ ସହାୟତା ପ୍ରଦାନ କରୁଥିବା କମ୍ପାନୀ ‘ୱାଇ କମ୍ୱିନେଟର’ଙ୍କ ଅନୁଯାୟୀ ଏସଭିବିରେ ଆକାଉଣ୍ଟ ଥିବା ପ୍ରାୟ ୧୦,୦୦୦ ଷ୍ଟାର୍ଟଅପ୍ କମ୍ପାନୀ ଅର୍ଥାଭାବରୁ ଆଗାମୀ ୩୦ ଦିନ ମଧ୍ୟରେ ସେମାନଙ୍କ କର୍ମଚାରୀଙ୍କୁ ଦରମା ଦେଇପାରିବେନାହିଁ। ପ୍ରକ୍ରିୟାଗତ ଜଟିଳତା ଯୋଗୁ ଟେକନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ସେହିଟଙ୍କା ଫେରି ପାଇବା ଲାଗି ଦୀର୍ଘଦିନ ଧରି ଅପେକ୍ଷା କରିବାକୁ ପଡ଼ିପାରେ। ସେତେଦିନ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଦରମା ଦେବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରିବା ଲାଗି ଆବଶ୍ୟକ ହେଉଥିବା ବିପୁଳ ପରିମାଣର ଅର୍ଥ ଯୋଗାଡ଼ କରିବା ସେମାନଙ୍କ ପକ୍ଷରେ କଷ୍ଟକର ହୋଇପାରେ।

ଏ ପରିସ୍ଥିତିରେ କର୍ମଚାରୀ ଛଟେଇ ଭିନ୍ନ ସେମାନଙ୍କ ନିକଟରେ ବିକଳ୍ପ ରହି ନପାରେ ଓ ଏହାଦ୍ୱାରା ପ୍ରାୟ ୧ ଲକ୍ଷ କର୍ମଚାରୀ ନିଯୁକ୍ତି ହରାଇବାର ଆଶଙ୍କା ଦେଖା ଦେଇପାରେ। ଏ ଭଳି ସମୟରେ ସାଧାରଣତଃ ବୁଡ଼ି ଯାଉଥିବା ବ୍ୟାଙ୍କକୁ ଅନ୍ୟ ଏକ ବଡ଼ ବ୍ୟାଙ୍କ ଅଧିଗ୍ରହଣ କରିବାକୁ ଆଗେଇ ଆସିଥାଏ, ଯଦ୍ଦ୍ୱାରା ଜମାକାରୀମାନେ କିଛିଟା ଆଶ୍ୱସ୍ତ ହୋଇଥାନ୍ତି। କିନ୍ତୁ ସିଲିକନ ଭ୍ୟାଲି ବ୍ୟାଙ୍କର ଉଦ୍ଧାର ପାଇଁ ଏପର୍ଯ୍ୟନ୍ତ କୌଣସି ବ୍ୟାଙ୍କ ସେଭଳି ଆଗ୍ରହ ଦେଖାଇନଥିବାରୁ ବାଧ୍ୟ ହୋଇ ଏଫଡିଆଇସି ସେହି ଦାୟିତ୍ୱ ନିଜେ ବହନ କରି ଏସଭିବିର ୧୭,୫୦୦ କୋଟି ଡଲାରର ଜମାକୁ ନିଜ ନିୟନ୍ତ୍ରଣକୁ ନେଇଛି। ବୀମାଭୁକ୍ତ ରାଶିର ଜମାକାରୀମାନଙ୍କୁ ତୁରନ୍ତ ଟଙ୍କା ଉଠାଇବାର ସୁଯୋଗ ଦିଆଯାଉଥିବା ବେଳେ ଅନ୍ୟମାନଙ୍କୁ କିଛି ‘ଅଗ୍ରିମ ଡିଭିଡେଣ୍ଡ’ ଦିଆଯାଇ ଏକ ‘ରିସିଭରସିପ ସାର୍ଟିଫିକେଟ’ ପ୍ରଦାନ କରାଯିବ। ଅର୍ଥାତି ବୀମାବହିର୍ଭୁତ ଜମାରାଶିର ଜମାକାରୀମାନଙ୍କୁ ସେମାନଙ୍କ ଟଙ୍କା ଫେରିପାଇବାକୁ ବେଶ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ। ତେବେ ଆମେରିକୀୟ ବ୍ୟାଙ୍କ ବ୍ୟବସ୍ଥାକୁ ବିଶ୍ୱାସ ସଙ୍କଟ ସଂକ୍ରମଣରୁ ମୁକ୍ତ ରଖି ଜମାକାରୀଙ୍କୁ ଆଶ୍ୱସ୍ତ କରିବା ପାଇଁ ରାଷ୍ଟ୍ରପତି ବାଇଡେନଙ୍କୁ ବି ଆଗକୁ ଆସି କିଛି ପ୍ରମୁଖ ଘୋଷଣା କରିବାକୁ ପଡ଼ିଲା।

ଭାରତରେ ଏସଭିବିର ବିଫଳତାର ପ୍ରଭାବ, ଗୁରୁତର ଭାବେ ନହେଲେ ବି, ଅନୁଭୂତ ହେବାକୁ ଲାଗିଲାଣି। ଏଠାକାର ପ୍ରାୟ ୪୦ଟି ଷ୍ଟାର୍ଟଅପଙ୍କର ଏସଭିବିରେ ବ୍ୟାଙ୍କ ଖାତା ଅଛି। ସେହି ଜମାରାଶି ଫେରି ନ ପାଇଲା ପର୍ଯ୍ୟନ୍ତ ସମ୍ପୃକ୍ତ ଷ୍ଟାର୍ଟଅପଗୁଡ଼ିକ ଆର୍ଥିକ ସଙ୍କଟ ଦେଇ ଗତି କରିବେ। ଏତଦଭିନ୍ନ ବ୍ୟାଙ୍କ ତା’ର ମୂଳ କମ୍ପାନୀ ମାଧ୍ୟମରେ ବ୍ଲୁଷ୍ଟୋନ, କାରୱାଲେ, ଇନମୋବି, ଲୟାଲଟି ରିୱାର୍ଜ ଭଳି ଷ୍ଟାର୍ଟଅପରେ ସିଧାସଳଖ ନିବେଶ କରିଥିବା ବେଳେ ଆହୁରି ୧୯ଟି ଷ୍ଟାର୍ଟଅପରେ ପରୋକ୍ଷ ଭାବେ ନିବେଶ କରିଛି। ଏସଭିବିର ବିଫଳତା ଯୋଗୁ ସେହି କମ୍ପାନୀଗୁଡ଼ିକ ସିଧାସଳଖ ପ୍ରଭାବିତ ହେବେ। ଏହି ଦୁର୍ଘଟଣା ଯୋଗୁ ଷ୍ଟାର୍ଟଅପଗୁଡ଼ିକ ପାଇଁ ପାଣ୍ଠି ଉପଲବ୍ଧତାର ଉତ୍ସ ହ୍ରାସ ପାଇପାରେ। ଗତ ବର୍ଷେରୁ ଅଧିକ କାଳ ଧରି ଷ୍ଟାର୍ଟଅପଗୁଡ଼ିକ ପାଇଁ ପାଣ୍ଠି ପ୍ରବାହ କ୍ରମାଗତ ଭାବେ ଶୁଖି ଆସୁଥିବା ବେଳେ ଏହି ଦୁର୍ଘଟଣା ପାଣ୍ଠି ଉପଲବ୍ଧତା ସମସ୍ୟାକୁ ଯେ ଅଧିକ ଜଟିଳ କରିବ ସେଥିରେ ସନ୍ଦେହ ନାହିଁ। ତେଣୁ ପାଣ୍ଠି ଅଭାବରୁ ଷ୍ଟାର୍ଚଅପଗୁଡ଼ିକ ସେମାନଙ୍କ ବିକାଶର ପରିକଳ୍ପନାରେ ଅଙ୍କୁଶ ଲଗାଇବାକୁ ବାଧ୍ୟ ହେବେ ଯଦ୍ଦ୍ୱାରା ନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇ ବେକାରି ସମସ୍ୟା ଉତ୍କଟ ହେବ। ଏହିଭଳି ପ୍ରଭାବିତ ଷ୍ଟାର୍ଟଅପଗୁଡ଼ିକୁ ସଙ୍କଟରୁ ଉଦ୍ଧାର କରିବା ଲାଗି କେନ୍ଦ୍ର ସରକାରଙ୍କ ସ୍ତରରେ ତତ୍ପରତା ପ୍ରକାଶ ପାଇବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ ଯେ ବ୍ରିଟେନରେ ଏଥିପାଇଁ ଉଭୟ ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ ତତ୍ପର ହୋଇଉଠିଲେଣି। ଏହାର ଭାରତୀୟ ବ୍ୟାଙ୍କ ବ୍ୟବସ୍ଥା ଉପରେ ସେଭଳି କୌଣସି ବଡ଼ ଧରଣର ପ୍ରଭାବ ପଡ଼ିବ ନାହିଁ ବୋଲି ବିଶେଷଜ୍ଞମାନେ କହୁଥିଲେ ବି ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ବିତ୍ତୀୟ କମ୍ପାନୀ (ଏନବିଏଫସି)ଗୁଡ଼ିକ ଉପରେ କି କୁପ୍ରଭାବ ପଡ଼ିବାକୁ ଯାଉଛି ତାହା ଅନୁଧ୍ୟାନ କରିବା ଲାଗି ରିଜର୍ଭ ବ୍ୟାଙ୍କ ତତ୍ପର ହେଲାଣି।

ସିଲିକନ ଭ୍ୟାଲି ବ୍ୟାଙ୍କର ବିଫଳତାର ଏକ ବଡ଼ କାରଣ ହେଲା ଏହାର ବ୍ୟବସାୟ ମୁଖ୍ୟତଃ ଟେକନୋଲୋଜି ଷ୍ଟାର୍ଟଅପ ଓ ଭେଞ୍ଚର କ୍ୟାପିଟାଲ କମ୍ପାନୀଙ୍କୁ ଋଣ ପ୍ରଦାନ ମଧ୍ୟରେ ସୀମିତ ଥିବାରୁ ସେହି ଗୋଟିଏ କ୍ଷେତ୍ରର ପ୍ରଦର୍ଶନ ଖରାପ ହେବାରୁ ବ୍ୟାଙ୍କର ପ୍ରଦର୍ଶନ ଉପରେ ତାର ପ୍ରତିକୂଳ ପ୍ରଭାବ ପଡ଼ିଲା। ସିଲିକନ ଭ୍ୟାଲି ବ୍ୟାଙ୍କ ବନ୍ଦ ହେବାର ଠିକ୍ ୨ ଦିନ ପୂର୍ବରୁ ‘ସିଲଭରଗେଟ କ୍ୟାପିଟାଲ’ ନାମକ ବ୍ୟାଙ୍କ ମଧ୍ୟ ତା’ର ବ୍ୟାଙ୍କିଙ୍ଗ କାରବାର ବନ୍ଦ କରିବାକୁ ଘୋଷଣା କରିସାରିଥିଲା। ଇତିମଧ୍ୟରେ ମାର୍ଚ୍ଚ ୧୨, ୨୦୨୩ରେ ନିଉୟର୍କସ୍ଥିତ ‘ସିଗନେଚର ବ୍ୟାଙ୍କ’ ଉପରେ ମଧ୍ୟ ସିଲିକନ ଭ୍ୟାଲି ବ୍ୟାଙ୍କର ପ୍ରଭାବ ପଡ଼ି ଜମାକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଫଳରେ ସେହି ବ୍ୟାଙ୍କର ସଞ୍ଚାଳନକୁ ମଧ୍ୟ ନିଉୟର୍କ ରାଜ୍ୟ ନିୟନ୍ତ୍ରକ ବନ୍ଦ କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସିଗନେଚର ବ୍ୟାଙ୍କ ମଧ୍ୟ କେବଳ ରିଅଲ୍ ଇଷ୍ଟେଟ କ୍ଷେତ୍ର ସହ କ୍ରିପ୍ଟୋ କମ୍ପାନୀଗୁଡ଼ିକୁ ଋଣ ପ୍ରଦାନ କରିଆସୁଥିଲା। ଅନ୍ୟ ପକ୍ଷରେ ସିଲଭରଗେଟ କ୍ୟାପିଟାଲ ମଧ୍ୟ କ୍ରିପ୍ଟୋ କମ୍ପାନୀଙ୍କୁ ଋଣ ପ୍ରଦାନ କରୁଥିଲା। ସେହିପରି ସିଲିକନ ଭ୍ୟାଲି ବ୍ୟାଙ୍କର ଋଣଗ୍ରହୀତା ଷ୍ଟାର୍ଟଅପଙ୍କ ତାଲିକାରେ ମଧ୍ୟ ଅଛନ୍ତି କିଛି କ୍ରିପ୍ଟୋ କମ୍ପାନୀ। ତିନିଟି ବ୍ୟାଙ୍କ ସହ କ୍ରିପ୍ଟୋ କମ୍ପାନୀଙ୍କ ସମ୍ପୃକ୍ତି କେବଳ ଏକ ସଂଯୋଗ ନା ତାହା ସେମାନଙ୍କ ବିଫଳତାର ଅନ୍ୟତମ କାରଣ ତାହା ଖୋଜି ବାହାର କରିବାକୁ ହେବ। ଏସଭିବିର ବିଫଳତା ଯୋଗୁ ଆତଙ୍କିତ ଜମାକାରୀମାନେ ଅନ୍ୟ ଛୋଟ ଛୋଟ ବ୍ୟାଙ୍କରୁ ମଧ୍ୟ ଜମା ପ୍ରତ୍ୟାହାର ପାଇଁ ଦୌଡ଼ (ବ୍ୟାଙ୍କ ରନ୍) କରିବା ଆରମ୍ଭ କଲେ ସେଗୁଡ଼ିକର ମଧ୍ୟ ସମଦଶା ହୋଇପାରେ।

ଏ ସବୁ ସତ୍ତ୍ୱେ ଏହାଦ୍ୱାରା ସମଗ୍ର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ନାହିଁ, କାରଣ ଅଧିକାଂଶ ବ୍ୟାଙ୍କର ଋଣ ବ୍ୟବସାୟ ବିଭିନ୍ନ କ୍ଷେତ୍ରରେ ପରିବ୍ୟାପ୍ତ ହୋଇଥିବାରୁ କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଖରାପ ପ୍ରଦର୍ଶନ ହେଲେ ତାହା ସାମଗ୍ରିକ ଭାବେ ବ୍ୟାଙ୍କ ବ୍ୟବସାୟକୁ ପ୍ରଭାବିତ କରିପାରି ନଥାଏ। ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଯଥେଷ୍ଟ ଦୃଢ଼ ହୋଇଥିବାରୁ ଏଠାରେ ସେଭଳି ଆଶଙ୍କା ଦେଖାଦେବା ହୁଏତ କଠିନ। ତେବେ ଏସଭିବି ବିଫଳତାରୁ ଭାରତୀୟ ଜମାକାରୀଙ୍କୁ ଅନ୍ତତଃ ଗୋଟିଏ ଶିକ୍ଷାଗ୍ରହଣ କରିବାକୁ ହେବ ଯେ ସେମାନେ ଯେଉଁ ବ୍ୟାଙ୍କରେ ସେମାନଙ୍କ କଷ୍ଟୋପାର୍ଜିତ ଧନ ଜମା ରଖୁଛନ୍ତି ତାହା ଯେତେ ଦୃଢ଼ ଓ ବିଶ୍ୱସନୀୟ ହେଲେ ମଧ୍ୟ ସେଠାରେ ୫ ଲକ୍ଷ ଟଙ୍କା (ସର୍ବାଧିକ ବୀମାଭୁକ୍ତ ଜମାରାଶି)ରୁ ଅଧିକ ରଖିବା ସମ୍ପୂର୍ଣ୍ଣ ବିପଦମୁକ୍ତ ହୋଇ ନପାରେ। କାରଣ ଏବେକାର ସକ୍ରିୟ ସାମାଜିକ ଗଣମାଧ୍ୟମ ଥିବା ଦୁନିଆରେ ଯେ କୌଣସି ବ୍ୟାଙ୍କ ସଂକ୍ରାନ୍ତୀୟ ଖରାପ ଖବରଟିଏ ତୁରନ୍ତ ଦୂରଦୂରାନ୍ତକୁ ବ୍ୟାପିଯାଇପାରେ। ତତସହିତ ଲୋକଙ୍କ ଆଙ୍ଗୁଳି ଅଗରେ ମୋବାଇଲ ବ୍ୟାଙ୍କିଙ୍ଗ ଓ ନେଟ୍ ବ୍ୟାଙ୍କିଙ୍ଗର ସୁବିଧା ଥିବାରୁ ବିପଦର ସାମାନ୍ୟତମ ସୂଚନା ପାଇଲେ ସେମାନେ ବ୍ୟାଙ୍କରେ ଥିବା ସେମାନଙ୍କ ଜମାକୁ ପ୍ରତ୍ୟାହାର କରିବାକୁ କୁଣ୍ଠାବୋଧ କରିବେନାହିଁ। ତେଣୁ ଗୋଟିଏ ଦିନରେ ଯଦି ଲକ୍ଷ ଲକ୍ଷ ସଂଖ୍ୟାରେ ଗ୍ରାହକ ତାହା କରିବାକୁ ସମର୍ଥ ହୁଅନ୍ତି ତେବେ ଦୃଢ଼ ବ୍ୟାଙ୍କଟିଏ ମଧ୍ୟ ‘ବ୍ୟାଙ୍କ ରନ’ର ସମ୍ମୁଖୀନ ହୋଇ ନପାରି ଭୁଷୁଡ଼ିଯାଇପାରେ।

ସିଲିକନ ଭ୍ୟାଲି ବ୍ୟାଙ୍କରୁ ଜମାକାରୀଙ୍କ ଦ୍ୱାରା ଗୋଟିଏ ଦିନରେ ୪୨୦୦ କୋଟି ଡଲାର ପ୍ରତ୍ୟାହାର ହେବା ତହିଁର ଏକ ଉଦାହରଣ ମାତ୍ର। ଏତଦଭିନ୍ନ କେବଳ ଗୋଟିଏ ବ୍ୟାଙ୍କରେ ସବୁ ଅର୍ଥ ଜମା ନ ରଖି ବିଭିନ୍ନ ସ୍ଥାନରେ ବିଭିନ୍ନ ସମ୍ପତ୍ତି ଶ୍ରେଣୀ (ବ୍ୟାଙ୍କ ଜମା, ସୁନା, ପ୍ରତିଭୂତି, ଜମିବାଡ଼ି)ରେ ତାହା ବାଣ୍ଟି କରି ରଖିଲେ ସମ୍ପୂର୍ଣ୍ଣ ମୂଳଧନ ବୁଡ଼ିଯିବାର ଆଶଙ୍କା ହ୍ରାସ ପାଇଥାଏ। ଅର୍ଥାତ୍ କୌଣସି ଜାଗାରେ ଟଙ୍କା ଜମାକରି ବା ନିବେଶ କରି ଆଖି ବୁଜିଦେଲେ ଚଳିବ ନାହିଁ। ଅହରହ ଭାବେ ଜମାକାରୀଙ୍କ ଆର୍ଥିକ ସଚେତନତା ଯେତେ ଅଧିକ ହେବ ସେମାନଙ୍କ ଅର୍ଥ ଓ ସମ୍ପତ୍ତି ଯେ ସେତେ ସୁରକ୍ଷିତ ରହିବ, ଏଥିରେ ସନ୍ଦେହ ନାହିଁ।

ସରଳ କୁମାର ଦାସ

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story