Advertisment

ଆମେ ଏତେ ଉଦାସୀନ କେମିତି?

ଏ ପରିସ୍ଥିତିରେ ରାଜ୍ୟର ଶିକ୍ଷିତ ଓ ସଚେତନ ନାଗରିକ ଗୋଷ୍ଠୀ ନୀରବ ରହିବା ଆତ୍ମଘାତୀ ହିଁ ହେବ। ଏ ବିଷୟଟିକୁ ରାଜ୍ୟର ସମସ୍ତ ସାମାଜିକ ଗଣମାଧ୍ୟମରେ ଆଲୋଚନା ପରିସରଭୁକ୍ତ କରି ଲୋକଙ୍କୁ ସଜାଗ କରିବାର ଆବଶ୍ୟକତା ରହିଛି। ନିର୍ବାଚିତ ଜନପ୍ରତିନିଧି ଓ ରାଜନୈତିକ ଦଳମାନେ ସେମାନଙ୍କର ପ୍ରତ୍ୟେକଟି ଆଚରଣ ପାଇଁ ଆମ ନିକଟରେ ଉତ୍ତରଦାୟୀ, ଏହା ସେମାନଙ୍କୁ ହେଜ କରାଇବାର ସମୟ ଆସିଛି।

ଅଦ୍ୟତନ ହୋଇଛି
RS Member Sasmit Patra

RS Member Sasmit Patra

Advertisment

ଶ୍ରୀନିବାସ ମାନସିଂହ

ସଂସଦରେ ୱାକଫ ସଂଶୋଧନ ବିଲ୍ ପାରିତ ହେବା ପରେ ପ୍ରଥମେ ବିହାର ଜେଡିୟୁର ଦୁଇ ଜଣ ନେତା, ମହମ୍ମଦ କାସିମ୍ ଆନ୍ସାରୀ ଓ ମହମ୍ମଦ ନୱାଜ ମଲ୍ଲିକ ଦଳରୁ ଇସ୍ତଫା ଦେଲେ, କାରଣ ସେମାନଙ୍କ ଦଳ ପାର୍ଲ୍ୟାମେଣ୍ଟରେ ବର୍ତ୍ତମାନର ୱାକଫ ସଂଶୋଧନ ବିଲକୁ ସମର୍ଥନ କରିଛି। ପରେପରେ ସେହି ଦଳର ଆହୁରି ଏକାଧିକ ମୁସଲିମ୍ ନେତା ଦଳରୁ ଇସ୍ତଫା ଦେଲେ।

Advertisment

ଲୋକସଭା ଓ ରାଜ୍ୟସଭାରେ ସମସ୍ତ ତଥ୍ୟ ସହିତ ଓ ଟିକିନିଖି ଦୀର୍ଘ ଆଲୋଚନା ହେଲା ପରେ ୱାକଫ ଉପରେ ବର୍ତ୍ତମାନ ଆଉ କିଛି ବି ଅବୁଝା ହୋଇ ରହିନାହିଁ। ଖାଲି ହିନ୍ଦୁ ସମାଜ ନୁହେଁ, ସମଗ୍ର ଦେଶକୁ ପ୍ରତାରିତ କରିବାକୁ ହୋଇଥିବା ଷଡ଼ଯନ୍ତ୍ର ଆଲୁଅକୁ ଆସିଛି। ଏହାର ନଗ୍ନ ସ୍ୱରୂପ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ୧୯୯୫ ଓ ୨୦୧୩ରେ ତତ୍କାଳୀନ ସରକାରମାନେ ଯେଉଁ କୃତ୍ୟ କରିଥିଲେ ତା' ଉପରେ ସେମାନେ ଆଜି ଯଦି କିଛି ସଫେଇ ଦିଅନ୍ତି, ତେବେ ତାହା କେବଳ ହାସ୍ୟାସ୍ପଦ ହିଁ ହେବ।
ଉପରୋକ୍ତ ଜେଡିୟୁ ନେତାମାନେ ସେମାନଙ୍କ ଦଳର ନିଷ୍ପତ୍ତିକୁ ବିରୋଧ କରି ଇସ୍ତଫା ଦେଇଛନ୍ତି; କାରଣ ସେମାନେ ଭଲ ଭାବରେ ଜାଣନ୍ତି ସେମାନଙ୍କର ପ୍ରତ୍ୟେକଟି ପଦକ୍ଷେପ ପାଇଁ ସେମାନଙ୍କୁ ତୁରନ୍ତ ସେମାନଙ୍କ ସମାଜ କାଠଗଡ଼ାରେ ଠିଆ କରାଇବ। ତେଣୁ ସେମାନଙ୍କ ଉପରୋକ୍ତ ଆଚରଣ ସ୍ୱାଭାବିକ, ସେଥିରେ ଆଚମ୍ବିତ ହେବାର କିଛି ନାହିଁ।

କିନ୍ତୁ, ଗତ କିଛିଦିନ ଧରି ଓଡ଼ିଶାର କିଛି ରାଜନୈତିକ ଦଳ ଓ ରାଜନେତାଙ୍କର ବକ୍ତବ୍ୟ ଓ ଗତିବିଧିକୁ ଲକ୍ଷ୍ୟ କଲେ ମନକୁ ସ୍ୱତଃ ପ୍ରଶ୍ନ ଆସେ- ଏମାନଙ୍କ ଭିତରେ ଏତେ ଔଦ୍ଧତ୍ୟ ଆସିଲା କେମିତି?

Advertisment

ପ୍ରଥମତଃ, ଏମାନେ ଭାବି ନେଇଛନ୍ତି, ଲୋକସଭା ଓ ରାଜ୍ୟସଭାରେ ହୋଇଥିବା ସମସ୍ତ ଆଲୋଚନା ତଥା ବିଭିନ୍ନ ଗଣମାଧ୍ୟମରେ ସେ ପ୍ରସଙ୍ଗରେ ହେଉଥିବା ପରସ୍ତ ପରସ୍ତ ପର୍ଯ୍ୟାଲୋଚନାକୁ ମୂର୍ଖ ଅଶିକ୍ଷିତ ଓଡ଼ିଆମାନେ ସମ୍ଭବତଃ ବୁଝି ପାରିନଥିବେ!

ଦ୍ଵିତୀୟରେ, ଏମାନେ ମଧ୍ୟ ଭୁଲିଯାଇଛନ୍ତି ଯେ, ଓଡ଼ିଶା ଏପରି ଗୋଟିଏ ରାଜ୍ୟ ଯାହାର ଅଧିକାଂଶ ଅଧିବାସୀ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ନିଜର ଇଷ୍ଟ ଭାବେ ଉପାସନା କରିଥାନ୍ତି ଏବଂ ଜଗନ୍ନାଥଙ୍କୁ ଯୁଗଯୁଗ ଧରି ଏ ଜାତି ନିଜ ରାଜ୍ୟର ରାଷ୍ଟ୍ର ଦେବତା ଭାବରେ ମାନି ଆସିଛି।

ଶେଷରେ, ସେମାନଙ୍କର ଏହି ଅବଜ୍ଞା ଓ ଦୁଃସାହସର ପ୍ରଧାନ କାରଣଟି ହେଲା, ଚିରକାଳ ଉଦାସୀନ ହିନ୍ଦୁ ମାନଙ୍କୁ ଯେତେ ଅପମାନ, ଉପେକ୍ଷା ଓ ଅତ୍ୟାଚାରିତ କଲେ ମଧ୍ୟ ସେମାନେ ନୀରବ ରହିବେ। ଏ ନୀରବତାକୁ ଅହେତୁକ ଉଦାରତା ତ ନୁହେଁ, ଚରମ ଭୀରୁତା ଭାବରେ ହିଁ ଗଣ୍ୟ କରିନେଇଛନ୍ତି ସେମାନେ। ଯଥାର୍ଥରେ ତାହା ହିଁ ସତ୍ୟ।

ଏକଥା ଆମ ଦେଶର ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ଭଲ ଭାବରେ ଜାଣିଛନ୍ତି ଯେ ଭୋଟ୍ ବ୍ୟାଙ୍କର ହିସାବରେ ହିନ୍ଦୁମାନଙ୍କୁ ଗଣତି କରିବାର ଆବଶ୍ୟକତା ନାହିଁ।
ନିଜେ ଖ୍ରୀଷ୍ଟ ଧର୍ମାବଲମ୍ବୀ ହୋଇଥିଲେ ମଧ୍ୟ ଓଡ଼ିଶାର ଜଣେ ବିଜେଡି ରାଜ୍ୟସଭା ସାଂସଦ, ୱାକଫ୍ ସଂଶୋଧନ ବିଲ୍ ସପକ୍ଷରେ ନିଜର ବିବେକାନୁମୋଦିତ ଭୋଟ୍ ଦେଇଥିବାରୁ ବର୍ତ୍ତମାନ ଦଳ ଭିତରେ ତାଙ୍କ ବିରୁଦ୍ଧରେ ଯେଉଁ ମୋର୍ଚ୍ଚା ଖୋଲାଯାଇଛି ଓ ସେହି ଦଳର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ନେତା ଏହାକୁ ଯେପରି ସାମ୍ପ୍ରଦାୟିକ ରଙ୍ଗ ଦେଇ ସାରିଲେଣି, ତାହା ସମସ୍ତଙ୍କୁ ଚକିତ କରିଛି। କଂଗ୍ରେସ ଦଳ ଓ ତାହାର ନେତା ମାନଙ୍କର ବକ୍ତବ୍ୟରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ଏ ପରିସ୍ଥିତିରେ ରାଜ୍ୟର ଶିକ୍ଷିତ ଓ ସଚେତନ ନାଗରିକ ଗୋଷ୍ଠୀ ନୀରବ ରହିବା ଆତ୍ମଘାତୀ ହିଁ ହେବ। ଏ ବିଷୟଟିକୁ ରାଜ୍ୟର ସମସ୍ତ ସାମାଜିକ ଗଣମାଧ୍ୟମରେ ଆଲୋଚନା ପରିସରଭୁକ୍ତ କରି ଲୋକଙ୍କୁ ସଜାଗ କରିବାର ଆବଶ୍ୟକତା ରହିଛି। ନିର୍ବାଚିତ ଜନପ୍ରତିନିଧି ଓ ରାଜନୈତିକ ଦଳମାନେ ସେମାନଙ୍କର ପ୍ରତ୍ୟେକଟି ଆଚରଣ ପାଇଁ ଆମ ନିକଟରେ ଉତ୍ତରଦାୟୀ, ଏହା ସେମାନଙ୍କୁ ହେଜ କରାଇବାର ସମୟ ଆସିଛି। ଅନ୍ୟ କେଉଁ ଦଳ କି ଅନ୍ୟ କେହି ନେତା ଏହି ପ୍ରଶ୍ନ ସେମାନଙ୍କୁ ପଚାରିବ ଭାବି ଆମେ ଉଦାସୀନ ରହିଯିବା ଏକ ଅକ୍ଷମଣୀୟ ଅପରାଧ। ବ୍ୟକ୍ତିଗତ ଓ ସାମୂହିକ ଭାବରେ ଏ ଦାୟିତ୍ୱଟି ଆମର।

୧୨୧୫/୧୪୫୭, ଖଣ୍ଡଗିରି ବାରି, ଭୁବନେଶ୍ୱର- ୩୦, ମୋ- ୮୯୭୧୭୦୬୭୯୦

BjD Bjp Parliament Waqf Act Waqf Board
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe