'ଓଡ଼ିଶାର ଅସ୍ମିତା ଓ ଓଡ଼ିଆ ଭାଷା ପ୍ରତି ବିପଦ' ନିର୍ବାଚନ ପ୍ରସଙ୍ଗ ହେବ କି?

ମେ ୬ ତାରିଖ ସୋମବାର ଓଡ଼ିଶାରେ ନିର୍ବାଚନ ପ୍ରଚାର ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଓଡ଼ିଶା ରାଜ୍ୟ ଭାଜପା ଦ୍ୱାରା ଓଡ଼ିଶାର ଅସ୍ମିତା ଏବଂ ଓଡ଼ିଆ ଭାଷା ଆଜି ଆହ୍ୱାନର ସମ୍ମୁଖୀନ ହୋଇଥିବା ବିଷୟରେ ମନ୍ତବ୍ୟ ଦେବା ଘଟଣାକୁ ରାଜନୈତିକ ବିଶ୍ଳେଷକମାନେ ଅଧିକ ଗୁରୁତ୍ୱ ଦେବାକୁ ବସ୍ତୁତଃ ବାଧ୍ୟ ହେଉଥିବା ଭଳି ମନେହେଉଛି।

Naveen And Pandian

Naveen And Pandian

Debendra Prusty
  • Published: Saturday, 04 May 2024
  • Updated: 04 May 2024, 04:45 PM IST

Sports

Latest News

ଜନକୀଶ ବଡ଼ପଣ୍ଡା

ଏକ ଜାତୀୟ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଓଡ଼ିଶାର ଅସ୍ମିତା ଏବଂ ଓଡ଼ିଆ ଭାଷା ବିପଦରେ। ଓଡ଼ିଶାର ଲୋକମାନେ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସହ୍ୟ କରିବେ ନାହିଁ।’ ସେ କହିଛନ୍ତି, ‘ବିଜୁ ଜନତା ଦଳ (ବିଜେଡି) ଆମକୁ ପ୍ରସଙ୍ଗ ଉପରେ ଆଧାର କରି ସମର୍ଥନ କରୁଥିଲା। ଅନ୍ୟାନ୍ୟ ଦଳ ମଧ୍ୟ ଆମକୁ ପ୍ରସଙ୍ଗ-ଆଧାରିତ ସମର୍ଥନ ଦେଇଛନ୍ତି। ରାଜ୍ୟରେ ବିଜେଡି ସହ ଆମର ସମ୍ପର୍କ ଅଲଗା।’

ପ୍ରଚୁର ସମ୍ବଳ ସହିତ ଓଡ଼ିଶା ରାଜ୍ୟ ଦେଶର ସବୁଠାରୁ ଧନୀ ରାଜ୍ୟ ହୋଇପାରିଥାନ୍ତା ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଓଡ଼ିଶାରେ ଏତେ ସମ୍ବଳ ଅଛି ଯେ ଆଜି ଏହି ରାଜ୍ୟ ଦେଶର ସବୁଠାରୁ ଧନୀ ରାଜ୍ୟ ହୋଇପାରିଥାନ୍ତା। ଏଭଳି ପରିସ୍ଥିତିରେ ଆମେ ଭାବୁଛୁ ଯେ ଆମକୁ ଓଡ଼ିଶାର ସେବା କରିବାର ସୁଯୋଗ ମିଳିବା ଉଚିତ୍। ଯଦି ଆମେ ସୁଯୋଗ ପାଇବୁ, ତେବେ ଆମେ ଓଡ଼ିଶାର ବିକାଶକୁ ଶିଖର ଦେଶକୁ ନେଇଯିବୁ।’ ବାସ୍ତବରେ, ନିର୍ବାଚନ ପରିପ୍ରେକ୍ଷୀରେ ମୋଦି ଏଭଳି ମତ ମନ୍ତବ୍ୟ ଦେଇଥିଲେ ବି କଥାଟିରେ ସତ୍ୟତା ତଥ୍ୟ ଆଧାରିତ ବୋଲି ସମସ୍ତେ ସ୍ୱୀକାର କରିବେ।

୨୦୦୦ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତାହାର କିଛିଦିନ ପରେ ତାମିଲନାଡୁର ଜଣେ ୨୬ ବର୍ଷୀୟ ଯୁବ କୃଷି-ବିଜ୍ଞାନୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ଓ ଆଇଏଏସ୍ ଅଧିକାରୀ ଭାବେ ପଞ୍ଜାବ କ୍ୟାଡର ପାଇଥିଲେ। ତାଲିମ ସମୟରେ ତାଙ୍କର ବିବାହ ହୋଇଥିଲା ଓଡ଼ିଶା କ୍ୟାଡର ପାଇଥିବା ଆଇଏଏସ୍ ଝାଡ଼ଖଣ୍ଡର ଓଡ଼ିଶା ମୂଳୋଦ୍ଭବ ସୁଜାତା ରାଉତଙ୍କ ସହିତ। ତେଣୁ ପାଣ୍ଡିଆନ ମୂଳ ପଞ୍ଜାବ କ୍ୟାଡର ବଦଳାଇ ଆସିଥିଲେ ଓଡ଼ିଶା କ୍ୟାଡରକୁ। ତାଲିମ ପରେ ୨୦୦୨ରେ ସେ ଯୋଗଦେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଉପ-ଜିଲ୍ଲାପାଳ ପଦବୀରେ। ତା'ପରେ, ୨୦୦୪ରେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ, ୨୦୦୫ରେ ମୟୂରଭଞ୍ଜର ଜିଲ୍ଲାପାଳ ଓ ୨୦୦୭ରେ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଜିଲ୍ଲାପାଳ ଭାବେ ସେ କଠିନ ପରିଶ୍ରମ, ଅଭିନବ ଚିନ୍ତାଧାରା ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗ୍ରହ ପ୍ରଦର୍ଶନ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ପାରିଥିଲେ।

୨୦୧୧ରୁ ଆଜିଯାଏଁ, ଲଗାତାର ଭାବେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ସେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଖି ଏବଂ କାନ ରହିଆସିଛନ୍ତି। ପଶ୍ଚିମବଙ୍ଗ ଭଳି ଏକ ପ୍ରମୁଖ ରାଜ୍ୟର ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ରହି ରେକର୍ଡ ସୃଷ୍ଟି କରିଥିବା ଜ୍ୟୋତି ବସୁଙ୍କ ଅପେକ୍ଷା ନବୀନବାବୁ ଅଧିକ ସମୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି। ନବୀନ ବାବୁଙ୍କ ଆସ୍ଥା, ବିଶ୍ୱାସ ଜିଣିଥିବା କାରଣରୁ ପାଣ୍ଡିଆନଙ୍କୁ ବିଜୁ ଜନତା ଦଳର କର୍ମୀ, ନେତା ଓ ନବୀନ ସମର୍ଥକ ରାଜ୍ୟବାସୀ ସାଦରେ ଗ୍ରହଣ କରି ନେଇଛନ୍ତି। ଏମିତି କହିଲେ ଠିକ ହେବ ଯେ, ନବୀନଙ୍କ ଆଶୀର୍ବାଦ ବଳରେ ତାଙ୍କର ନୀଳନୟନ ବ୍ୟକ୍ତିଗତ ସଚିବ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଶକ୍ତି, ପ୍ରତିଷ୍ଠା ଏବଂ ଗ୍ରହଣୀୟତା ହାସଲ କରି ନେଇଛନ୍ତି। ଜନସାଧାରଣଙ୍କ ଦୃଷ୍ଟିପଥକୁ ନ ଆସି ଲୋକସେବା ଭବନର ତୃତୀୟ ମହଲା ମଧ୍ୟରେ ଏକଦା ନିଜକୁ ଆବଦ୍ଧ ରଖିବାକୁ ପ୍ରୟାସ କରି ଆସିଥିବା ପାଣ୍ଡିଆନ କ୍ରମଶଃ ଗଣମାଧ୍ୟମ ଓ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚିତ ହେବାର ଦେଖାଗଲା। ୨୦୨୪ ନିର୍ବାଚନର କେଇ ମାସ ପୂର୍ବରୁ ନବୀନଙ୍କ ଆଦେଶରେ ସେ ସମସ୍ତ ଜିଲ୍ଲା ଓ ନର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କଠାରୁ ସେମାନଙ୍କ ଅଭିଯୋଗପତ୍ର ଗ୍ରହଣ କରିବାକୁ ଲାଗିଲେ। ଏଥିପାଇଁ ଯେଉଁ ମଞ୍ଚ ପ୍ରସ୍ତୁତ ହେଲା, ତାହାର ସମସ୍ତ ବ୍ୟବସ୍ଥା କଲେ ସ୍ଥାନୀୟ ମନ୍ତ୍ରୀ, ବିଧାୟକ କିମ୍ବା ବିଜେଡି ନେତା। ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ବାଣ୍ଟିଲେ କେବଳ 'ଫାଇଭ ଟି' ସଚିବ ପାଣ୍ଡିଆନ; ଦଳୀୟ ମନ୍ତ୍ରୀ, ନେତା ଆଗକୁ ନଆସି ପଛରେ ଲୁଚିଗଲେ।

ନଭେମ୍ବର ୨୦୨୩ରେ ପାଣ୍ଡିଆନ ସ୍ୱେଚ୍ଛାକୃତ ଅବସର ଗ୍ରହଣ କଲେ ଏବଂ ଶାସକ ବିଜୁ ଜନତା ଦଳର ରାଜନେତା ରୂପରେ ପୂର୍ଣ୍ଣକାଳୀନ ରାଜନୀତିରେ ପ୍ରବେଶ କଲେ। ସମ୍ପ୍ରତି ପୂର୍ବତନ ଆଇଏଏସ ଅଧିକାରୀ ପାଣ୍ଡିଆନ୍ ଜଣେ ରାଜନେତା। ସେ ନିଜେ ପ୍ରଣୟନ କରିଥିବା ଏବଂ ନବୀନ ପଟ୍ଟନାୟକଙ୍କ ତଥା ଜନସାଧାରଣଙ୍କ ସମର୍ଥିତ ଏକ ଉପକ୍ରମ ୫-ଟି ଅଧ୍ୟକ୍ଷ। ଭି.କେ ପାଣ୍ଡିଆନ୍ ବୋଧହୁଏ ବିଶ୍ୱାସ କରୁଛନ୍ତି ଏବଂ ଆଶାବାଦୀ ହୋଇ ଉଠିଛନ୍ତି ଯେ ସେ ଏବେ ଯୁବରାଜ ଭାବେ ଅଭିଷିକ୍ତ ହୋଇ ସାରିଛନ୍ତି ଏବଂ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ 'ଉତ୍ତରାଧିକାରୀ' ସୂତ୍ରରେ ରାଜଗାଦୀ ଆରୋହଣ କରିବା ତାଙ୍କପାଇଁ ସହଜ ହେବ।

ଓଡ଼ିଶାର ଅଧିକାଂଶ ଲୋକ ନିଶ୍ଚିତ ଯେ ପାଣ୍ଡିଆନ୍ ଜଣେ ବୃଦ୍ଧ ତଥା ଅସୁସ୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳିଚାଳନା କରୁଛନ୍ତି ଏବଂ ବାହାରକୁ ବୀରତ୍ୱ ଦେଖାଇ ଆସୁଥିବା ଅସହାୟ ମୁଖ୍ୟମନ୍ତ୍ରୀ ତାଙ୍କର କାର୍ଯ୍ୟଧାରାକୁ ନୀରବରେ ସମର୍ଥନ କରୁଛନ୍ତି। ସେ ନବୀନ ନିବାସରେ ନଜରବନ୍ଦୀ ଥିବା ଭଳି ମନେ ହେଉଛି। ରାଜ୍ୟର ବରିଷ୍ଠ କ୍ୟାବିନେଟ ମନ୍ତ୍ରୀମାନଙ୍କ ପାଇଁ ମଧ୍ୟ ନବୀନ ନିବାସ ମଧ୍ୟକୁ ପ୍ରବେଶ ଅନୁମତି ପାଣ୍ଡିଆନଙ୍କ ଦ୍ୱାରା କଡ଼ାକଡ଼ି ଭାବେ ନିୟନ୍ତ୍ରିତ ହେଉଥିବାର ଅଭିଯୋଗ ହେଉଛି। ଏକଦା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଏବେ କ୍ରମଶଃ ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ ହୋଇଯାଇଛନ୍ତି।

ଓଡ଼ିଶାବାସୀ ପାଣ୍ଡିଆନଙ୍କୁ ଓଡ଼ିଶାର 'ପ୍ରକୃତ ମୁଖ୍ୟମନ୍ତ୍ରୀ' ହୋଇଯାଇଥିବାର ଅନୁଭବ କରୁଛନ୍ତି। ଅନେକେ ସେଥିପାଇଁ କ୍ଷୁବ୍ଧ ଏବଂ ଅସନ୍ତୋଷ ପ୍ରକାଶ କରୁଥିବାବେଳେ କିଛି ନାପସନ୍ଦ କରୁଛନ୍ତି। ବୋଧହୁଏ, ସବୁଠାରୁ ଅଧିକ ଅସନ୍ତୁଷ୍ଟ ହେଉଛନ୍ତି ବିଜେଡିର ନେତା ଏବଂ ଦଳୀୟ କର୍ମୀ। ସେମାନେ ପାଣ୍ଡିଆନଙ୍କୁ ଈର୍ଷା କରିବା ଅପେକ୍ଷା ତାଙ୍କର ସୁଚିନ୍ତିତ ଚତୁର ପ୍ରଶାସନିକ ଗୋଟିଚାଳନା ମାଧ୍ୟମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଏବଂ ସମର୍ଥନ ନିଜ ସପକ୍ଷରେ ହରଣଚାଳ କରିନେବାକୁ ବିରୋଧ କରୁଛନ୍ତି। ଓଡ଼ିଶାର ଭାଷା ଓ ଅସ୍ମିତା ପ୍ରସଙ୍ଗକୁ ବିରୋଧୀମାନେ ଆଜି ନିର୍ବାଚନୀ ପ୍ରସଙ୍ଗ କରି ଦଳକୁ ଅଡୁଆରେ ପକାଇବାର ସୁଯୋଗ ଦେଇଥିବାରୁ ଦଳର ବରିଷ୍ଠ ନେତାଏ ଦୁଃଖୀ ତଥା କ୍ଷୁବ୍ଧ। ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ସେମାନେ ଦଳୀୟ ଅସନ୍ତୋଷ ଖୋଲାଖୋଲି ପ୍ରକାଶ କରୁନଥିଲେ ବି ସବୁକିଛି ଜଳ ଜଳ ଦେଖାଯାଉଛି।

ଅକ୍ଟୋବର ମାସରେ ଇସ୍ତଫା ଦେଇ ଭାରତୀୟ ପ୍ରଶାସନିକ ସେବା ଚାକିରୀକୁ ଅଲବିଦା କହିଥିଲେ ପାଣ୍ଡିଆନ୍। କିଛି ଦିନର ବ୍ୟବଧାନରେ ୨୭ ନଭେମ୍ବର, ୨୦୨୩ରେ ସେ ବିଜୁ ଜନତା ଦଳରେ ଯୋଗ ଦେଇ ଜଣେ ପୂର୍ଣ୍ଣକାଳୀନ ରାଜନେତା ପାଲଟି ଗଲେ। ସେ ଏବେ ସର୍ବସାଧାରଣରେ ଜଣେ ରାଜନେତା ଓ ଛଦ୍ମବେଶରେ ଅମଲାତନ୍ତ୍ରକୁ ନିୟନ୍ତ୍ରଣ କରୁଥିବାର ଅଭିଯୋଗ ହେଉଛି; ଯାହା ସେ ସ୍ୱେଚ୍ଛାକୃତ ଭାବରେ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ଓଲଟା ଦେଖିବାକୁ ମିଳୁଥିଲା। ଅର୍ଥାତ୍ ସେ ତାହା ପୁର୍ବରୁ ଥିଲେ ସର୍ବସାଧାରଣରେ ଜଣେ ଅମଲା ଓ ଛଦ୍ମବେଶରେ ରାଜନେତା!

ମାର୍ଚ୍ଚ ୨୦୨୩ରେ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ‘ମୋ ସରକାର’ ନାମକ ଏକ ଅଭିନବ ପଦକ୍ଷେପ ଆରମ୍ଭ କରିଥିଲେ। ରାଜ୍ୟର ସାଧାରଣ ନାଗରିକଙ୍କ ସହ ଯୋଗାଯୋଗ ରକ୍ଷା କରିବା ସହିତ ସେମାନଙ୍କଠାରୁ ଅଭିଯୋଗ ଓ ମତାମତ ପାଇବା ପାଇଁ ଏହା ଉଦ୍ଦିଷ୍ଟ ଥିବାର କୁହାଗଲା। ରାଜ୍ୟରେ ପ୍ରଚଳିତ ବିଭିନ୍ନ ଜନହିତକର ଯୋଜନାଗୁଡ଼ିକୁ କିପରି ସମୁନ୍ନତ କରାଯାଇ ପାରିବ ସେଥିପାଇଁ ଲୋକଙ୍କ ମତାମତ ଆହ୍ୱାନ କରା ଯାଉଥିଲା। ଏଣୁ ସମସ୍ତେ ଆଶାକରିବା ସ୍ୱାଭାବିକ ଥିଲା ଯେ, ରାଜ୍ୟର ମନ୍ତ୍ରୀ, ବିଧାୟକ ତଥା ଶାସକ ଦଳର ସ୍ଥାନୀୟ ନେତାଙ୍କ ନେତୃତ୍ୱରେ ଏହି 'ଅଭିନବ ପଦକ୍ଷେପ' କାର୍ଯ୍ୟକାରୀ ହେବ। କିନ୍ତୁ, ତାହା ବାସ୍ତବରେ ହେଲାନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ, ଯେ କି 'ଫାଇଭ-ଟି' ନାମକ ଏକ କାଳ୍ପନିକ ବିଭାଗର ମଧ୍ୟ ସଚିବ ଥିଲେ, ସେ ୩୦ଟି ଜିଲ୍ଲାର ୧୪୭ଟି ଯାକ ନିର୍ବାଚନମଣ୍ଡଳୀରେ ବୁଲିବୁଲି ସମାବେଶ କଲେ, ଏକା ଏକା ସମାବେଶକୁ ସମ୍ବୋଧିତ କଲେ। ନବୀନ ପଟ୍ଟନାୟକଙ୍କ ଆଦେଶରେ ସେ ଆସିଥିବାର କହିବୁଲୁଥିଲେ। ଆଶ୍ଚର୍ଯ୍ୟର କଥା, କ୍ୟାବିନେଟର ବରିଷ୍ଠ ମନ୍ତ୍ରୀଙ୍କ ସମେତ ବିଜେଡି ନେତାମାନେ ଏହି ଅମଲାଙ୍କୁ ବାଟ ଛାଡ଼ି ଦେବାକୁ ବାଧ୍ୟ ହେଉଥିଲେ। ପାଣ୍ଡିଆନଙ୍କ ବର୍ଦ୍ଧିତ ଭାବମୂର୍ତ୍ତୀର ଛାଇରେ ଅସ୍ପଷ୍ଟ ଦିଶୁଥିଲେ କ୍ୟାବିନେଟ୍ ମନ୍ତ୍ରୀମାନେ। ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ବାର୍ତ୍ତା ଥିଲା ଯେ, ପାଣ୍ଡିଆନ ହିଁ ବସ୍ ବା କର୍ତ୍ତୃପକ୍ଷ। ରାଜ୍ୟବାସୀ ରହିଯାଇଥିଲେ ନୀରବ ଦର୍ଶକ ଭାବରେ। ଏହା ଓଡ଼ିଆ ସ୍ୱାଭିମାନ ପାଇଁ ଥିଲା ଏକ ସତର୍କଘଣ୍ଟି। ବିବାଦ ସୃଷ୍ଟି ହୋଇଥିଲା ସେବେଠୁ। ଯଦିଓ ଖୋଲାଖୋଲି ଭାବରେ ସର୍ବସାଧାରଣରେ ବିଜେଡିର ବରିଷ୍ଠ ଓ ପ୍ରମୁଖ ନେତାମାନେ ଅଭିଯୋଗ କରିପାରିଲେନି, ସେମାନେ କିନ୍ତୁ ଅପମାନିତ ଅନୁଭବ କରୁଥିଲେ ବୋଲି ସ୍ପଷ୍ଟ ସୂଚନା ମିଳୁଥିଲା।

ଶାସକ ଦଳକୁ ସମର୍ଥନ କରୁଥିବା ବ୍ୟକ୍ତିମାନେ ‘ଓଡ଼ିଶାର ଗରିବ ଲୋକ ଏବଂ ଯୁବକମାନଙ୍କ ପ୍ରତି ଉତ୍ସର୍ଗୀକୃତ’ ପଦକ୍ଷେପ ପାଇଁ ପାଣ୍ଡିଆନଙ୍କୁ ପ୍ରଶଂସା କରିଥିବାବେଳେ ଅନ୍ୟମାନେ ନିର୍ବାଚିତ ପ୍ରତିନିଧିଙ୍କ ନିଷ୍ଠୁର ବିଡ଼ମ୍ବନାକୁ ସୂଚାଇ ଗତକାଲି ପର୍ଯ୍ୟନ୍ତ ସେବକ ଥିବା ଜଣେ ଅଚିହ୍ନା ଅମଲା ଜଣେ ‘ସୁପର ମୁଖ୍ୟମନ୍ତ୍ରୀ’ ପରି ଆଚରଣ କରିଛନ୍ତି ବୋଲି ସୂଚାଇଥିଲେ।

ଏଭଳି ବିଚିତ୍ର ଶାସନ ବ୍ୟବସ୍ଥାକୁ କିଛି ବଶମ୍ବଦ ନେତା ଓ କର୍ମୀ ଯେ ସମର୍ଥନ କରୁ ନଥିଲେ, ତାହା ନୁହେଁ। ସମର୍ଥକମାନେ ‘ଓଡ଼ିଶାର ଗରିବ ଲୋକ ଏବଂ ଯୁବକମାନଙ୍କ ପ୍ରତି ଉତ୍ସର୍ଗୀକୃତ’ ଅବଦାନ ପାଇଁ ନବୀନଙ୍କ ଅଭିନବ ପଦକ୍ଷେପ ଏବଂ ତାହାର ସ୍ଥପତି ପାଣ୍ଡିଆନଙ୍କୁ ପ୍ରଶଂସା କରିଥିବାବେଳେ ରାଜ୍ୟର ସଚେତନ ନାଗରିକ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ନିଷ୍ଠୁର ବିଡ଼ମ୍ବନା ପାଇଁ କେବେବି ଲୋକଙ୍କ ନିର୍ବାଚିତ ପ୍ରତିନିଧି ନଥିବା ଜଣେ ଅର୍ବାଚୀନ ଅମଲାଙ୍କୁ ଏତେମାତ୍ରାରେ ପ୍ରାଧାନ୍ୟ ପ୍ରଦାନକୁ ନାପସନ୍ଦ କରୁଥିଲେ। ଗତକାଲି ପର୍ଯ୍ୟନ୍ତ ଜଣେ ସରକାରୀ କର୍ମଚାରୀଙ୍କ ‘ସୁପର ମୁଖ୍ୟମନ୍ତ୍ରୀ’ ପରି ଆଚରଣ ସେମାନଙ୍କୁ ବ୍ୟଥିତ କରୁଥିଲା।

ଜାତୀୟ ସ୍ତରରେ ଭାଜପା ନେତୃତ୍ୱ ଏବଂ ବିଜେଡି ମୁଖ୍ୟ କେବେ ହେଁ ପରସ୍ପରକୁ ସମାଲୋଚନା କରିଥିବାର କେହି ଲକ୍ଷ୍ୟ କରି ନଥିବେ; ଯଦିଓ ଭାଜପାର ସମସ୍ତ ରାଜ୍ୟ ସ୍ତରୀୟ ନେତା ଖୋଲାଖୋଲି ଭାବେ ପାଣ୍ଡିଆନଙ୍କୁ ବିରୋଧ କରି ଆସିଛନ୍ତି। ଓଡ଼ିଆ ଲୋକଙ୍କ ଭାବନା ସହ ଖେଳିବା ସହ ଓଡ଼ିଆଙ୍କ ଅସ୍ମିତା ପ୍ରତି ପରିହାସ ପାଇଁ ତାଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟର ଅଧିକାଂଶ ଗଣମାଧ୍ୟମ ମଧ୍ୟ ନବୀନ-ଶାସନକୁ ପାଣ୍ଡିଆନ୍ ଅକ୍ତିଆର କରିନେଉଥିବାରୁ ଅସନ୍ତୋଷ ପ୍ରକାଶ କରୁଥିଲେ ବି ଯୁଦ୍ଧ କରିବାରୁ ବିରତ ରହୁଥିଲେ ଏବଂ ବରିଷ୍ଠ ସାମ୍ବାଦିକମାନେ ଯେମିତି ଯୁଦ୍ଧବିରତି ଘୋଷଣା କରିଥିଲେ।

ଶାସକ ବିଜେଡିର ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜର ପରିଚୟ ସୃଷ୍ଟି କରିଥିଲେ ଜଣେ ସଫଳ ଗଣମାଧ୍ୟମ ବ୍ୟକ୍ତିତ୍ୱ ଭାବେ। ସେ ପୂର୍ବରୁ ଲୋକସଭା ଓ ରାଜ୍ୟସଭାର ସାଂସଦ ମଧ୍ୟ ଥିଲେ। ନବୀନ ପଟ୍ଟନାୟକଙ୍କ ଜଣେ ସମର୍ଥକ ହୋଇଥିଲେ ବି ରାଜ୍ୟ ରାଜନୀତିରେ ପାଣ୍ଡିଆନଙ୍କ ଭୂମିକାକୁ ଉତ୍ଥାପନ କରି କିଛି ପ୍ରାସଙ୍ଗିକ ସ୍ତମ୍ଭ ଲେଖିଥିଲେ। ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଲା। ତାଙ୍କ ଗଣମାଧ୍ୟମ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଗଲା। ଅବସ୍ଥା ଏପରି ହେଲା ଯେ, ସେ ନିଜ ହାତଗଢ଼ା ଖବରକାଗଜର ସମ୍ପାଦକ ପଦରୁ ଇସ୍ତଫା ଦେଲେ, ଚୁପ୍ ରହିବାକୁ ବାଧ୍ୟ ହେଲେ। ସୌମ୍ୟ ରଞ୍ଜନ ଥିଲେ ଏକ ଅନୁଷ୍ଠାନ, ଜଣେ ମୁକ୍ତ ଚିନ୍ତକ, ବିବେକ ରକ୍ଷକ। ତାଙ୍କୁ ଅକଥନୀୟ ମାନସିକ ନିର୍ଯାତନା ଭୋଗିବାକୁ ପଡ଼ିଲା, ଯାହା ରାଜ୍ୟର ସମସ୍ତ ସ୍ୱାଧୀନ ଗଣମାଧ୍ୟମ ପାଇଁ ପାଲଟିଗଲା ନାଲିବତୀ ସତର୍କ ସୂଚନା।

ଚଳିତ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ପାଣ୍ଡିଆନ୍ ଘୋଷଣା କରିସାରିଛନ୍ତି। ପାଣ୍ଡିଆନ୍ ଏହି ନିର୍ବାଚନରେ ବିଜେଡିର ତାରକା ପ୍ରଚାରକ ଭାବେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର ଚଳାଇଛନ୍ତି। ତାଙ୍କର ଦୃଢ଼ ବିଶ୍ୱାସ ଯେ ନବୀନ ପଟ୍ଟନାୟକ କ୍ରମାଗତ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ। ତାଙ୍କର ଆଶା ଯେ ସେ ଆଗାମୀ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ‘ଉତ୍ତରାଧିକାରୀ’ ଭୂମିକା ସହଜରେ ହାସଲ କରିନେଇ ପାରିବେ। କିନ୍ତୁ ପାଣ୍ଡିଆନ୍ ଏବଂ ତାଙ୍କର ମାହତ୍ୱାକାଂକ୍ଷାକୁ ପ୍ରଭୁ ଶ୍ରୀଜଗନ୍ନାଥ କେତେ ଓ କିପରି ଆଶୀର୍ବାଦ କରିବେ, ତାହା ନିଶ୍ଚୟ ବିସ୍ମୟକର ହେବାକୁ ଯାଉଛି। ଓଡ଼ିଆ ଭାଷା ଏବଂ ଅସ୍ମିତା ଉପରେ ଉପରେ ଚଞ୍ଚକତାପୂର୍ଣ୍ଣ ଆକ୍ରମଣକୁ ଓଡ଼ିଶାବାସୀ କିପରି ଗ୍ରହଣ କରିବେ, ତାହା ହିଁ ଓଡ଼ିଆଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ଯଦି, ଚଳିତ ନିର୍ବାଚନରେ ବିଜେଡି ଖରାପ ପ୍ରଦର୍ଶନ କରେ, କେବଳ ପାଣ୍ଡିଆନ ସେଥିପାଇଁ ଦାୟୀ ରହିବେ। ପ୍ରଧାନମନ୍ତ୍ରୀ ଆସନ୍ତା ୬ ତାରିଖରେ ଭାଷଣ ଦେଲାବେଳେ ଏହି ପ୍ରସଙ୍ଗ ସହିତ ଓଡ଼ିଶାରେ ଅଧିକାରୀ ସ୍ତରୀୟ ଶାସନ ବ୍ୟବସ୍ଥାକୁ ଶାଣିତ ସମାଲୋଚନା କଲେ ରାଜ୍ୟବାସୀ ଏକ ବିକଳ୍ପ ସରକାର ଗଠନ କରିବା ସମ୍ଭବ ବୋଲି ସେମାନଙ୍କ ବିଶ୍ୱାସ ବଳବତ୍ତର କରିପାରିବେ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story