କ’ଣ କଲେ ଆଉ ମୁହଁ ମାଡ଼ି ପଡ଼ିବେନି ଶ୍ରୀକ୍ଷେତ୍ର ଗୋସାଇଁ

ଉତ୍କଳ ଘଣ୍ଟ ଯଦୁମଣି ଦଶପଲ୍ଲା ଶ୍ରୀଜଗନ୍ନାଥ ମନ୍ଦିରରେ ଏଭଳି ପ୍ରାର୍ଥନା କରିଥିଲେ: କୁଞ୍ଜବନେ ଜଗନ୍ନାଥ ନ ହେବ ଗୋସାଇଁ, ରଥ ବୋଲି ଭଣ୍ଡିନେବେ ଶଗଡ଼େ ବସାଇ! ଭୋଗବୋଲି ଖଞ୍ଜିଦେବେ କଡ଼ିକିଆ ମୁଆଁ, ଧୂପ ବୋଲି ମାଡ଼ି ଦେବେ ନିଆଁଖୁଣ୍ଟା ଧୂଆଁ!

Lord Balabhadra

Lord Balabhadra

Debendra Prusty
  • Published: Friday, 12 July 2024
  • Updated: 12 July 2024, 05:04 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ସମୟରେ ଚଳିତ ଥର ଘଟିଯାଇଛି ବଡ଼ ଅଘଟଣ। ପହଣ୍ଡି ସମୟରେ ମୁହଁମାଡ଼ି ପଡ଼ିଯାଇଛନ୍ତି ବଡ଼ଠାକୁର ଶ୍ରୀବଳଭଦ୍ର। ପହଣ୍ଡିବେଳେ ରଥରୁ ଖସି ପଡ଼ିଛନ୍ତି ବଡ଼ଠାକୁର। ଚାରମାଳ ଆଗକୁ ହାମୁଡ଼େଇ ପଡ଼ିଗଲେ ମହାପ୍ରଭୁ। ରାତି ପ୍ରାୟ ସାଢ଼େ ୮ଟା ସମୟରେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ସରିଥାଏ। ପରେପରେ ଆରମ୍ଭ ହୋଇଥିଲା ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି। ଭାବର ଠାକୁର, ଜୀବନ୍ତ ଠାକୁରଙ୍କୁ ଗୋଟି ପହଣ୍ଡିରେ ରଥ ଉପରୁ ଆଡ଼ପ ମଣ୍ଡପକୁ ଆଣି ଥାଆନ୍ତେ ସେବକ। ସମସ୍ତେ ବଡ଼ ଠାକୁରଙ୍କ ଆଖିକୁ ଚାହିଁ ରହିଥିଲାବେଳେ ଘଟିଯାଇଥିଲା ବିରାଟ ଅଘଟଣ। ରଥ ଉପରୁ ଓହ୍ଲାଉ ଓହ୍ଲାଉ ହଠାତ ମୁହଁମାଡ଼ି ପଡ଼ିଯାଇଥିଲେ ବଡ଼ଠାକୁର। ସେବାୟତମାନଙ୍କ ହାତରୁ ଖସିଯାଇ ଚାରମାଳ ଆଗକୁ ହାମୁଡ଼େଇ ପଡ଼ିଥିଲେ। କେହିକିଛି ବୁଝିବା ଆଗରୁ ଘଟିଗଲା ଅଘଟଣ। ସେବାୟତଙ୍କ ଗୋଡ଼ ଖସିଯିବାରୁ ବଡ଼ ଠାକୁରଙ୍କୁ ଧରିରଖିବା ସହଜ ହୋଇନଥିଲା।

କେମିତି ମୁହଁମାଡ଼ି ପଡ଼ିଗଲେ ବଡ଼ ଠାକୁର? କିଛି ସେବାୟତ ଅଭିଯୋଗ କରୁଛନ୍ତି ପାଟ ଡୋର ଠିକରେ ବନ୍ଧାଯାଇ ନଥିଲା। ଖୁଣ୍ଟିଆ ସେବାୟତ କହିଛନ୍ତି ଯେ ଚାରମାଳ ବନ୍ଧାରେ ରହିଥିଲା ତ୍ରୁଟି। ଯେଉଁଥିପାଇଁ ନିୟନ୍ତ୍ରଣ ରହି ନଥିଲା। ଆଉ ସବୁଠାରୁ ଗୁରୁତର ଅଭିଯୋଗ ହେଉଛି ଅନଭିଜ୍ଞ ସେବାୟତଙ୍କ କାନ୍ଧରେ ଦିଆଯାଇଥିଲା ଗୁରୁ ଦାୟିତ୍ୱ। ଯେଉଁ କାରଣରୁ ଘଟିଗଲା ଏତେ ବଡ଼ ଅଘଟଣ। ଆଡ଼ପ ପହଣ୍ଡି ଅଘଟଣକୁ ନେଇ ସବୁଠି ଉଦ୍‌ବେଗ। ଦୁଃଖ ଓ ଶଙ୍କାରେ ଭକ୍ତ। କେମିତି ଘଟିଗଲା ଏତେ ବଡ଼ ଅଘଟଣ? ପହଣ୍ଡି ବେଳେ କିଛି ତ୍ରୁଟି ରହିଗଲା କି? ନା ସେବାୟତଙ୍କ ପକ୍ଷରୁ କିଛି ଅବହେଳା ହୋଇଛି? ଏହାକୁ ନେଇ ଆରମ୍ଭ ହୋଇଛି ତର୍ଜମା। ପରସ୍ପରକୁ ଦାୟୀ କରୁଛନ୍ତି ସେବାୟତ। ଅନଭିଜ୍ଞ ଓ ଯୁବ ସେବାୟତଙ୍କୁ ଦାୟୀ କରିଛନ୍ତି ବରିଷ୍ଠ ସୁଆର ମହାସୁଆର ସେବାୟତ। ଦୁର୍ଘଟଣାର ଅନେକ ସମ୍ଭାବ୍ୟ କାରଣ ଥାଇପାରେ, ଯାହା ତଦନ୍ତ ସରିବା ପରେ ଜଣାପଡ଼ିବ।

୧. ପାଟ ଦଉଡ଼ି (ଡୋର) ଠିକ୍‌ ଭାବେ ରୁନ୍ଧା ଯାଇନଥିଲା। କୁହାଯାଉଛି ଯେ ବଡ଼ ଠାକୁର ରଥ-ସିଂହାସନରେ ବସିଥିବା ବେଳେ ରୁନ୍ଧାପାଟ ଦଉଡ଼ିଟି ଢିଲା ଥିଲା। ଯେତେବେଳେ ଟାହିଆ ବନ୍ଧା ହେଲା ସେତେବେଳକୁ ଖସି ଯାଇଥିଲା ପାଟଡୋର।

୨. ରଥ ଉପରେ ଆବଶ୍ୟକତାଠାରୁ ଅଧିକ ସେବାୟତ ଥିଲେ। ପହଣ୍ଡି ସମୟରେ ଦେବଦଳନ ବା ତାଳଧ୍ୱଜ ରଥ ଉପରେ ପ୍ରବଳ ଗହଳି ଥିଲା। ବହୁ ଅଣସେବାୟତ ଓ ଅନାବଶ୍ୟକ ସଂଖ୍ୟକ ସେବକ ରହିବା ଯୋଗୁଁ ଏତେ ଗହଳି ହେଲା ଯେ, ବ୍ୟବସ୍ଥିତ ପହଣ୍ଡି ସମ୍ଭବ ନଥିଲା।

୩. ଅନଭିଜ୍ଞ ସେବକ ପହଣ୍ଡି ପରିଚାଳନା କରୁଥିଲେ। ବରିଷ୍ଠ ଦଇତା ସେବାୟତଙ୍କ ବଦଳରେ ଯୁବ ସେବାୟତଙ୍କ କାନ୍ଧରେ ଗୁରୁଦାୟିତ୍ୱ ଦିଆଯାଇଥିଲା। କୁହାଯାଉଛି ପୂଜାପଣ୍ଡା ଓ ସୁଆରମାନେ ଏହାକୁ ଗୁରୁତ୍ୱର ସହ ନ ନେଇଥିବାରୁ ରଥରୁ ଚାରମାଳକୁ ଆସିବା ବେଳକୁ ଖସିଯାଇଥିଲା ପାଟଡୋରି।

୪. ଚାରମାଳ ବନ୍ଧାରେ ତ୍ରୁଟି ଥିଲା। ରଥଠାରୁ ଆରମ୍ଭ କରି ଶରଧାବାଲି ସ୍ପର୍ଶ କରିବା ପର୍ଯ୍ୟନ୍ତ ଚାରମାଳରେ ଦୁଇଟି ଉପରିଆ ଓ ଗୋଟେ ପିଠିଆ ଏହିଭଳି ଶୈଳୀରେ ଚାର ବନ୍ଧାଯିବା କଥା। ଯାହା ଦ୍ୱାରା ଠାକୁର ଚାରରେ ରହି ରହି ତଳକୁ ଖସନ୍ତି।

୫. ନୀତି ପରିଚାଳନା ନେଇ ଶ୍ରୀମନ୍ଦିର ଅଧିକାରୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ଥିଲା। ମହାପ୍ରଭୁଙ୍କ ଟାହିଆଲାଗି ପରେ ୨୦ ମିନିଟ ବିଳମ୍ବରେ ଆସିଥିଲା ପୂଜା ସାମଗ୍ରୀ। ଫଳରେ ସମସ୍ତ ସେବାୟତ ରଥ ଉପରେ ଅପେକ୍ଷା କରି ବସି ରହିଲେ ଓ ତତ୍ପରତା ହରାଇଥିଲେ।

୬. ଚଳିତ ଥର ଗୋଟିଏ ଦିନରେ ନେତ୍ର ଉତ୍ସବ, ନବ ଯୌବନ ଦର୍ଶନ ଓ ରଥଯାତ୍ରା ପଡ଼ିଥିଲା। ୫୩ ବର୍ଷ ପରେ ଏଭଳି ବିରଳ ଯୋଗ ରହିଥିଲା। ସବୁ ସେବାୟତ ଗୋଷ୍ଠୀ ଓ ପ୍ରଶାସନ ମଧ୍ୟ ତାଳମେଳ ରଖି ସବୁ କାର୍ଯ୍ୟ ସୁରୁଖୁରରେ ହେବା କଥା। କିନ୍ତୁ ପୂର୍ବ ପ୍ରସ୍ତୁତି ଓ ସମନ୍ୱୟ ରକ୍ଷା କରିବାରେ ଅଭାବ ଥିଲା।

ଚାରମାଳରୁ ଖସି ପଡ଼ିବାରୁ ୧୦ରୁ ଅଧିକ ସେବାୟତ ଆହତ ହୋଇଥିଲେ। ସେମାନଙ୍କ ଭିତରୁ ଜଣେ ଗୁରୁତର ଥିଲା ବେଳେ ଅଧିକାଂଶଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା। ଗତବର୍ଷ ମହାପ୍ରଭୁ ଜଗନ୍ନାଥ ଚାରମାଳ ଉପରେ ଗୋଟିଏ ପାର୍ଶ୍ୱକୁ ନଇଁ ପଡ଼ିଥିଲେ। ଯେଉଁଥିପାଇଁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେତେବେଳେ ଏହାକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା।

ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଙ୍ଗସୁରକ୍ଷା କରିବା ଦଇତାପତି ବାଡ଼ଗ୍ରାହୀଙ୍କ ଦାୟିତ୍ୱI ଶ୍ରୀମନ୍ଦିର ବ୍ୟବସ୍ଥା ଅନୁସାରେ, ଛାମୁ ଖୁଣ୍ଟିଆ ନିଯୋଗ ଦଇତାପତିଙ୍କୁ ବିଗ୍ରହମାନଙ୍କୁ ସୁରକ୍ଷିତ ଭାବେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନେବା ଓ ଶ୍ରୀମନ୍ଦିର ଫେରାଇ ଆଣିବାକୁ ଦାୟିତ୍ୱ ଦେଇଥାଏ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗକୁ ଯେପରି କିଛି ବି କ୍ଷତି ନପହଞ୍ଚେ, ସେଥିପାଇଁ ତାଗିଦ ବି କରିଥାଏ। ଏହା ଛଡ଼ା ନିଜକୁ ଦିଅଁଙ୍କ କୁଟୁମ୍ବ ମନେ କରୁଥିବା ଦଇତାପତି ସେବକମାନେ ମଧ୍ୟ ପରମ ଆନନ୍ଦରେ ଆବହମାନ କାଳରୁ ନିଜର କୌଳିକ କର୍ତ୍ତବ୍ୟ କରିଆସିଥିବାରୁ ସ୍ନାନ ପୂର୍ଣମୀଠାରୁ ନୀଳାଦ୍ରୀବିଜେ ଯାଏଁ ଏହାକୁ ଅପୂର୍ବ ସୁଯୋଗ ଭାବେ ଅନାଇ ବସିଥାଆନ୍ତି। ବର୍ଷକ ମଧ୍ୟରେ ଏହି ଗୋଟିଏ ମାସ ସେମାନେ ଦିଅଁଙ୍କ ସେବା କରିବାକୁ ଅଧିକୃତ ଥିବାରୁ ଏହାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ନିଷ୍ଠା ଓ ସମର୍ପଣ ଭାବନାରେ ଦାରୁବ୍ରହ୍ମ ଇଷ୍ଟ ଦେବତାଙ୍କ ସେବା ପୂଜା କରିଥାଆନ୍ତି। ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଜେଗା ଘରମାନଙ୍କରେ ନିୟମିତ ବ୍ୟାୟାମ କରି ସଶକ୍ତ ଶରୀର ଗଠନ ମଧ୍ୟ କରିଥାଆନ୍ତି। କୁହାଯାଏ ଯେ ନିଜର ପୁଅ ଏକୋଇଶିଆ ପରେ ଦଇତାପତିମାନେ ନିଜ ନିଜର ଶିଶୁପୁତ୍ରକୁ ଶ୍ରୀମନ୍ଦିର ଆଣି ଦିଅଁ ଦର୍ଶନ କରାନ୍ତି। ଶ୍ରୀମନ୍ଦିରରେ ପାରିବାରିକ ତଥା ପାରମ୍ପରିକ ସେବା ବ୍ୟବସ୍ଥା କାରଣରୁ ବରିଷ୍ଠ ସଦସ୍ୟଙ୍କଠାରୁ କନିଷ୍ଠମାନେ ସେବା ନୀତି ନିୟମ, ଭାବ, ନିଷ୍ଠା, କର୍ତ୍ତବ୍ୟବୋଧ ଏବଂ କଳାକୌଶଳ ଶିକ୍ଷା କରିବା ଶ୍ରୀମନ୍ଦିର ନୀତି ଓ ପରମ୍ପରା।

ତେବେ, ଦିଅଁଙ୍କୁ ପହଣ୍ଡି କଲାବେଳେ ପିଠିପଟେ ସୁଆର ଓ ମହାସୁଆର, ସମ୍ମୁଖରେ ଦଇତାପତି ରହିବା ବିଧି। ପୂଜାପଣ୍ଡା, ପୁଷ୍ପାଳକ ଓ ପ୍ରତିହାରୀ ସେବକମାନେ ସହଯୋଗ କରିବାକୁ ସତ୍ୱଲିପି ଅନୁସାରେ ବ୍ୟବସ୍ଥା ରହିଛି। କିଏ ଭୁଜତଳେ, କିଏ ଅଣ୍ଟା ପାଖରେ, କିଏ ଓ କେତେଜଣ ଛୋଟେଣି ଭିଡ଼ି ଧରିବେ, ତାହା ଆବହମାନ କାଳରୁ ନିର୍ଦ୍ଦିଷ୍ଟ ହୋଇ ରହିଛି। ପାଟଡୋରି ବନ୍ଧା ଥାଏ ବିଗ୍ରହଙ୍କ ପଛପାର୍ଶ୍ୱ ପଟାରେ ଓ ଅଣ୍ଟାରେ। ପଛପାର୍ଶ୍ୱ ପଟାରେ ପାଟ ଡୋରି ବା ଛୋଟେଣି ବନ୍ଧାଯିବାର ଏକ କୌଶଳ ରହିଛି। ପାଟ ଡୋରିର ମଝି ଅଂଶକୁ ପଟାରେ ୩/୪ ଘେରା ବୁଲାଇବା ପରେ ସେଥିରେ ଫାଶଗଣ୍ଠି ପକାଯାଏ। ରଥ ଉପରେ ଥାଇ ସୁଆର, ମହାସୁଆରମାନେ ପାଟଡୋରିର ଦୁଇ ପାର୍ଶ୍ୱକୁ ରଥ କାଠରେ ମଧ୍ୟ ଗୁଡ଼ାଇ ରଖିଥାଆନ୍ତି ଓ ଶକ୍ତଭାବେ ପଛରୁ ଭିଡ଼ି ଧରିଥାଆନ୍ତି। ବିଗ୍ରହମାନେ ଚାରମାଳ ଦେଇ ଅବତରଣ ପାଇଁ ଯେତେ ପାହୁଣ୍ଡ ଆଗକୁ ବଢ଼ନ୍ତି, ପାଟଡୋରି ସେତିକି ଛଡ଼ାଯାଏ। ସମ୍ମୁଖ ଭାଗରେ ଥିବା ଦଇତା ସେବକମାନେ ଶ୍ରୀବିଗ୍ରହଙ୍କ ଅଣ୍ଟାରେ ବନ୍ଧା ପାଟ ଡୋରି ଧରି ପହଣ୍ଡି କରନ୍ତି। ପାଟଡୋରି ବନ୍ଧାରେ କୌଶଳଗତ ତ୍ରୁଟି ରହିଲେ ଦିଅଁମାନେ କଡ଼କୁ କିମ୍ବା ସାମନା ପଟକୁ ଝୁଙ୍କି ଯାଆନ୍ତି। ଗତ ବର୍ଷ ଶ୍ରୀଜଗନ୍ନାଥ ପହଣ୍ଡି ବେଳେ ପଡ଼ିଯାଇଥିଲେ ହେଁ କେହି ଶିକ୍ଷାଲାଭ କରି ନଥିବାରୁ ଏଥର ମଧ୍ୟ ଆଡ଼ପ ମଣ୍ଡପ ପହଣ୍ଡି କାଳରେ ସମନ୍ୱୟରେ ଅସୁବିଧା ରହିଲା ଓ ବଡ଼ ଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ମୁହଁ ମାଡ଼ି ପଡ଼ିଗଲେ। ଏହାକୁ ମନୁଆ ଠାକୁର, ଇଚ୍ଛାମୟଙ୍କ ଲୀଳା କହି ହାଲୁକା କରିବାର ଅପଚେଷ୍ଟା କାରଣରୁ ଏପରି ଦୁର୍ଘଟଣା ଘଟି ଚାଲିଛି।

ପହଣ୍ଡି ବିଜେ ପ୍ରକ୍ରିୟା ଆରମ୍ଭ ହେଲାବେଳେ ଶ୍ରୀବିଗ୍ରହମାନଙ୍କୁ ସିଂହାସନରୁ ହଂସପଟା ଉପରକୁ ଅଣାଯାଏ। ସେଠାରେ ଦିଅଁଙ୍କ ମସ୍ତକରେ ଟାହିଆ ବନ୍ଧାଯାଏ। ତା ପରେ ଛୋଟେଣି ନିର୍ଦ୍ଦିଷ୍ଟ ନିୟମରେ ବନ୍ଧାଯାଏ। ଇତିମଧ୍ୟରେ ଘସା, ବନ୍ଦାପନା, ବିଡ଼ିଆ ନୀତି ସମ୍ପନ୍ନ ହୋଇଯାଏ। ଚଳିତ ବର୍ଷ, ତାଳଧ୍ୱଜ ରଥ ଉପରେ ଏସବୁ ନୀତି ବିଳମ୍ବିତ କରାଗଲା। ହଂସପଟାର ନିର୍ମାଣ ସିଂହାସନ ଆଡୁ କ୍ରମଶଃ ଗଡ଼ାଣିଆ ହୋଇଥିବାରୁ ଏଠାରେ ଦିଅଁ ପ୍ରାୟ ୪୫ ମିନିଟ ରହିବାରୁ ଧୀରେ ଧୀରେ ନିମ୍ନ ଭାଗକୁ ଖସି ଚାଲିଥିଲେ। ବିଡ଼ିଆ ମଣୋହି ଆରମ୍ଭ ହେବା ବେଳକୁ ଦିଅଁ ଖସି ପଡ଼ିଥିଲେ। ପଛପାର୍ଶ୍ୱ ପଟାରେ କେବଳ ଗୁଡ଼ାଯାଇଥିବା ଅଥଚ ସଠିକ ଭାବେ ବନ୍ଧା ଯାଇନଥିବା ଛୋଟେଣି ଖସି ଯାଇଥିଲା। ବିଶାଳ ବପୁବନ୍ତ ବଡ଼ ଠାକୁର ଆଗକୁ ଝୁଙ୍କି ପଡ଼ିଲେ ଓ ଦଇତାପତି ସେବକମାନଙ୍କୁ ଚକିତ, ଭକ୍ତ ସମାଜକୁ ବ୍ୟଥିତ କରି ମୁହଁମାଡ଼ି ଚାରମାଳ ଉପରେ ପଡ଼ିଗଲେ। ତାଙ୍କର ନାକ ଓ ଆଖିରେ ଆଘାତ ଲାଗିଲା, ଯାହା ଅଟକେଇ ପାରିଲେନି ସୁରକ୍ଷା-ଶପଥ ନେଇଥିବା ଦଇତାପତି ସେବକମାନେ।

ଅଭିଯୋଗ ହୁଏ ଯେ, ରଥଯାତ୍ରା କେବଳ ଧାର୍ମିକ ଉତ୍ସବ ହୋଇ ରହିନାହିଁ। ଏହା ଏକ ରାଜନୈତିକ ପ୍ରସଙ୍ଗ ହୋଇଗଲାଣି। ସୂଚାରୁ ରୂପେ ରଥଯାତ୍ରା ସମାପନ ହେବା ଏବେ ସରକାରଙ୍କ ପାରିବା ପାଣିଆର ପ୍ରମାଣ। ଏହାକୁ ଶୃଙ୍ଖଳିତ କରିବା ପାଇଁ ୨୦୧୫ ମସିହାଠାରୁ ସେବାୟତ, ବିଶେଷ ଭାବେ ଦଇତାପତିଙ୍କୁ ଆର୍ଥିକ ପ୍ରଲୋଭନ ଦେବା ଆରମ୍ଭ ହେଲା। ପରବର୍ତ୍ତୀ କାଳରେ ପ୍ରଲୋଭନ ବିବର୍ତ୍ତିତ ହେଲା ପାଉଣାରେ। କୁହାଯାଉଛି ଯେ, ଈର୍ଷଣୀୟ ପରିମାଣର ପାଉଣା ହିଁ ଯୁବପିଢ଼ିର ଦଇତା ଓ ପତିମହାପାତ୍ର ସେବକମାନଙ୍କୁ ସେବା, ନିଷ୍ଠା ଓ ଆଧ୍ୟାତ୍ମିକତାଠାରୁ ବହୁଦୂରକୁ ଠେଲି ନେଇଛି। ଦେଶୀବିଦେଶୀ ଟେଲିଭିଜନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେଉଥିବାରୁ ସେବକମାନେ ଦିଅଁଙ୍କ ଶ୍ରୀମୁଖ ଦର୍ଶନାର୍ଥୀଙ୍କୁ ସ୍ୱମୁଖମଣ୍ଡଳ ପ୍ରଦର୍ଶନ କରିବାକୁ ଅତ୍ୟଧିକ ଆଗ୍ରହୀ ହେଉଛନ୍ତି। ସେଥିପାଇଁ, କେହି ସୂତା ତିଆରି 'ପହଣ୍ଡି ବେଶ' ପିନ୍ଧୁନାହାନ୍ତି। ବରଂ ରଥ ଉପରେ ଦୃଶ୍ୟମାନ ହେଉଛନ୍ତି ପାଟ, ମଠା, ସୁନା ଚେନ ଓ ମୋବାଇଲ ଫୋନ ସୁଶୋଭିତ ଯୁବ ସେବାୟତ! ଏମାନେ ନିଜର କର୍ତ୍ତବ୍ୟ ଓ ଦାୟୀତ୍ୱ ନିର୍ବାହ କରିବା ଅପେକ୍ଷା ଫେସନ ସୋ କରିବାରେ ଅଧିକ ତତ୍ପରତା ଦେଖାଉଛନ୍ତି। ଅଭିଜ୍ଞ ଓ ଅନୁଭବୀଙ୍କୁ ସମ୍ମାନ ପ୍ରଦର୍ଶନ, ସେମାନଙ୍କଠାରୁ କୌଶଳ ଶିକ୍ଷା ଏବେ ଚୁଲିକୁ ଗଲାଣି। ରଥନୀତିରେ ସମ୍ପୃକ୍ତ ସେବକଙ୍କୁ ନେଇ ପ୍ରତ୍ୟେକ ରଥରେ ସର୍ବାଧିକ ଚାଳିଶ ଜଣ ରହିବାର ନିୟମକୁ ଏମାନେ କେହି ମାନୁନାହାନ୍ତି। ସେବାରେ ନିଷ୍ଠା ଓ ସମର୍ପଣ ଭାବନା ରହିତ ସେବାୟତଙ୍କ ମଧ୍ୟରୁ ଅନେକେ ଶ୍ରୀଅକ୍ଷର ବିବର୍ଜିତ ହେଲେ ହେଁ ଶ୍ରୀକ୍ଷେତ୍ରରେ ପ୍ରଚଳିତ ଅଶ୍ଳୀଳ ବୋଲିବାଣୀରେ ପ୍ରବୀଣ। ସେମାନେ ବା କାହିଁକି ନୀତିକାନ୍ତି ପରିଚାଳନା ପାଇଁ ନିଯୁକ୍ତ ଅବସରପ୍ରାପ୍ତ ଅଧିକାରୀଙ୍କୁ ଖାତିର କରିବେ! ଅତି-ଆର୍ଥିକ ସ୍ୱଚ୍ଛଳ ଏବଂ ଅଭ୍ୟାସଗତ ଭାବେ ଅନିୟନ୍ତ୍ରିତ ଯୁବ ସେବାୟତଙ୍କ ଭୟରେ ବରିଷ୍ଠ ସେବକ ଓ ଅଧିକାରୀଗଣ ନୀରବ ରହୁଥିବାରୁ ବଡ଼ ଠାକୁରଙ୍କ ଶ୍ରୀଅଙ୍ଗ ଆଘାତ ପାଇଲା।

ମୁଁ ଭାବୁଛି ଯେ, ଆଜି ଯଦୁମଣି ବଞ୍ଚିଥିଲେ ରାଜାଙ୍କୁ ଉପଲକ୍ଷ କରି ଭଜନ ମାଧ୍ୟମରେ କଟାକ୍ଷ ନକରି, ଉଭୟ ସରକାର ଓ ସେବକମାନଙ୍କୁ ସୁଧୁରି ଯିବାକୁ ପ୍ରାର୍ଥନା କରି ଥାଆନ୍ତେ।

ପ୍ରତି ସମସ୍ୟାର ସମାଧାନ ସମ୍ଭବ। ଆମକୁ କେବଳ ରଥ ଯାତ୍ରା ନୁହେଁ, ସମଗ୍ର ଶ୍ରୀମନ୍ଦିର ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସେବକମାନଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ କରିବାକୁ ପଡ଼ିବ। ସେଥିପାଇଁ, ସରକାରଙ୍କୁ ବିଭିନ୍ନ ନିଯୋଗର ନେତୃସ୍ଥାନୀୟ ସେବକ ଓ ବାଡ଼ଗ୍ରାହୀଙ୍କ ସହିତ ଆଲୋଚନା ମଧ୍ୟ କରିବାକୁ ପଡ଼ିବ। ଅନ୍ତତଃ ମାଟ୍ରିକ ପାସ କରିଥିବା, କର୍ମକାଣ୍ଡ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଅଧ୍ୟୟନ କରିଥିବା ସେବକ ପରିବାରର ସମର୍ପିତ ସଦସ୍ୟଙ୍କୁ ସେବା କରିବାର ସୁଯୋଗ ଦେବାକୁ ପଡ଼ିବ। ସେମାନଙ୍କ ବ୍ୟତୀତ ବଳକା ରହିଯାଇଥିବା ଅନ୍ୟମାନଙ୍କୁ ଆତ୍ମନିଯୁକ୍ତି ସୁଯୋଗ କିମ୍ବା ମାସିକ ପେନସନ ବ୍ୟବସ୍ଥା କରାଯାଇ ସେବକଙ୍କ ସଂଖ୍ୟାକୁ ସୀମିତ ନକଲେ, ବହୁ ଲୋକରେ ମୂଷା ନମରିବା ଭଳି ଅବ୍ୟବସ୍ଥା ଲାଗି ରହିବ। ସେବକଙ୍କ ତୁଷ୍ଟିକରଣ ଯଥେଷ୍ଟ ହୋଇଗଲା, ଯାହା ବନ୍ଦ ହେବା ଦରକାର। ସେବକଙ୍କ ଧମକକୁ ପ୍ରତିହତ କରିବାର ଦୃଢ଼ ଇଛାଶକ୍ତି ସରକାର ପ୍ରଦର୍ଶନ କରିବା ଦରକାର ଓ ଆମେ ସମସ୍ତେ ଏଥିରେ ସହଯୋଗ ମଧ୍ୟ କରିବା ଦରକାର। ସେବକମାନଙ୍କୁ ସେବା, ନିଷ୍ଠା ଓ ଆଧ୍ୟାତ୍ମିକମନସ୍କ କରିବାକୁ ପଡ଼ିବ। ଟେଲିଭିଜନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ବେଳେ କିଛି ନିର୍ଦ୍ଦିଷ୍ଟ ସେବା ସମୟରେ ପ୍ରସାରଣ ବନ୍ଦ ରଖିବାକୁ ପଡ଼ିବ। ଦିଅଁଙ୍କ ଶ୍ରୀମୁଖ ଦର୍ଶନରେ ବାଧକ ହେଉଥିବା ସେବକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଆର୍ଥିକ ଦଣ୍ଡ, ଏପରିକି ଜେଲ ବ୍ୟବସ୍ଥା ହେବା ଉଚିତ। ସମସ୍ତ ସେବକଙ୍କ ପାଇଁ ଡ୍ରେସ କୋଡ଼ ହେବା ଉଚିତ ତଥା ଭିଆଇପି ଦର୍ଶନ ବନ୍ଦ ହେବା ଦରକାର। ପାଟ ମଠା ସୁନା ଚେନ ଓ ମୋବାଇଲ ଫୋନ ସୁଶୋଭିତ ହୋଇ ସେବାପୂଜା କରିବା ଉପରେ ନିୟନ୍ତ୍ରଣ ଆବଶ୍ୟକ। ନୀତିକାନ୍ତି ପରିଚାଳନା ପାଇଁ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେବା ଅନୁଚିତ।

ଆମ ଜାଣିବାରେ, ସେବକଙ୍କ ରକ୍ତ ମଜ୍ଜାରେ ଅନୁଶାସନବଦ୍ଧତା ରହିଛି। ସେମାନେ ନିଶ୍ଚୟ ବିଶୃଙ୍ଖଳିତ ଆଚରଣ କରିଆସୁଛନ୍ତି, ଯେଉଁଥିପାଇଁ ଶାସନତନ୍ତ୍ର ଦାୟୀ। ଭକ୍ତ ସମାଜ ମଧ୍ୟ ସମାନ ଭାବେ ଦାୟୀ। ଆମେ ଆଶାବାଦୀ ହେବା ଦରକାର ଓ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଭରସା କରିବା ମଧ୍ୟ ଦରକାର ବୋଲି ମୋର ବିନମ୍ର ମତ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story