ନାଟୱେଷ୍ଟ ଟ୍ରଫି ଫାଇନାଲ - କୈଫ ଓ ଯୁବରାଜଙ୍କ ଅବିଶ୍ୱସନୀୟ ବ୍ୟାଟିଂ

ଜଣଙ୍କ ପରେ ଜଣେ ଭାରତ ବ୍ୟାଟର ଆଉଟ ହୋଇଯାଉଥିଲେ। ଲାଗୁଥିଲା ଆଉ ଭାରତ ଜିତି ପାରିବ ନାହିଁ। ଦର୍ଶକମାନେ ଟିଭି ଦେଖିବା ବନ୍ଦ କରିଦେବା ଆରମ୍ଭ କରିଥିଲେ। ଷ୍ଟାଡିୟମରୁ ଭାରତୀୟ ସମର୍ଥକ ବି ବାହାରକୁ ବାହାରିବା ଆରମ୍ଭ କରିଥିଲେ। ଶହେ କୋଟିର ଦେଶ ଭାରତ ଯେଉଁଠାରେ କ୍ରିକେଟକୁ ଧର୍ମ ଏବଂ କ୍ରିକେଟରଙ୍କୁ ଭଗବାନ ଭାବି ପୂଜା କରାଯାଏ ସେଠାରେ ଲାଗୁଥିଲା ଯେ ଜୁଲାଇ ୧୩, ୨୦୦୨ର ସଂଧ୍ୟା ଭାରତୀୟମାନଙ୍କ ପାଇଁ ବେଶ୍ ଦୁଃଖଦ ହେବ।

Yuvraj And Kaif With Ganguly

Yuvraj And Kaif With Ganguly

Debendra Prusty
  • Published: Monday, 04 September 2023
  • Updated: 04 September 2023, 04:22 PM IST

News Highlights

  • କେମିତି ୨୦୦୨ର ନାଟୱେଷ୍ଟ ଟ୍ରଫି ଜିତିଲା ଭାରତ?
  • ନିଶ୍ଚିତ ପରାଜୟ ଆଡ଼କୁ ଗତି କରୁଥିବା ଭାରତକୁ କିଏ ଭେଟିଦେଲେ ଫାଇନାଲ ବିଜୟ?

Sports

Latest News

ଜଣଙ୍କ ପରେ ଜଣେ ଭାରତ ବ୍ୟାଟର ଆଉଟ ହୋଇଯାଉଥିଲେ। ଲାଗୁଥିଲା ଆଉ ଭାରତ ଜିତି ପାରିବ ନାହିଁ। ଦର୍ଶକମାନେ ଟିଭି ଦେଖିବା ବନ୍ଦ କରିଦେବା ଆରମ୍ଭ କରିଥିଲେ। ଷ୍ଟାଡିୟମରୁ ଭାରତୀୟ ସମର୍ଥକ ବି ବାହାରକୁ ବାହାରିବା ଆରମ୍ଭ କରିଥିଲେ। ଶହେ କୋଟିର ଦେଶ ଭାରତ ଯେଉଁଠାରେ କ୍ରିକେଟକୁ ଧର୍ମ ଏବଂ କ୍ରିକେଟରଙ୍କୁ ଭଗବାନ ଭାବି ପୂଜା କରାଯାଏ ସେଠାରେ ଲାଗୁଥିଲା ଯେ ଜୁଲାଇ ୧୩, ୨୦୦୨ର ସଂଧ୍ୟା ଭାରତୀୟମାନଙ୍କ ପାଇଁ ବେଶ୍ ଦୁଃଖଦ ହେବ। କ୍ରିକେଟ୍ ପାଗଳ ଦେଶରେ ଅନେକ କ୍ରିକେଟ୍‌ପ୍ରେମୀ ରାତିରେ ଭଲଭାବେ ଶୋଇ ମଧ୍ୟ ପାରିବେ ନାହିଁ। ଲର୍ଡସରେ ସମ୍ଭାବ୍ୟ ପରାଜୟ ଭାରତୀୟଙ୍କୁ ଜଳଜଳ କରି ଦେଖାଯାଉଥିଲା। ଲାଗୁଥିଲା ଯେ ନାଟୱେଷ୍ଟ ଟ୍ରଫି ହାତରୁ ଖସିଯିବ ଏବଂ ଭାରତ ବିଫଳ ମନୋରଥ ନେଇ ଇଂଲଣ୍ଡରୁ ଖାଲି ହାତରେ ଘରକୁ ଫେରିବ।

ଇଏ ସେହି ସମୟର କଥା ଯେଉଁ ସମୟରେ ଭାରତ ଲଗାତାର ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଂଟର ଫାଇନାଲ ନିୟମିତ ହାରୁଥାଏ। ୧୯୯୮ରୁ ୨୦୦୨ ମଧ୍ୟରେ ଭାରତ ମୋଟ୍ ୧୦ଟି ଟୁର୍ଣ୍ଣାମେଂଟର ଫାଇନାଲ ଖେଳିଥିଲା ଏବଂ ଏଥି ମଧ୍ୟରୁ ୯ଟିରେ ପରାଜୟ ବରଣ କରିଥିଲା। ଆଉ ଗୋଟିଏ ଟୁର୍ଣ୍ଣାମେଂଟର ଫାଇନାଲ ଫଳାଫଳ ବିହୀନ ରହିଥିଲା। ସେତେବେଳେ ୩୦୦ରୁ ଅଧିକ ରନର ପିଛା କରି ଜିତିବା ବି ବେଶ୍ କଷ୍ଟକର ଥିଲା। ଏକଦିବସୀୟ କ୍ରିକେଟ୍ ଫର୍ମାଟର ଆରମ୍ଭରୁ ବିଭିନ୍ନ ଦଳମାନେ ୧୦୭ ଥରରୁ ଅଧିକ ୩୦୦ ରନର ପିଛା କରିଥିଲେ ବି କେବଳ ୭ ଥର ବିଜୟ ଲାଭ କରିଥିଲେ। ପୁଣି ତେନ୍ଦୁଲକର ଯେତେବେଳେ ପଚାଶ ରନରୁ କମ୍ ରନ କରୁଥିଲେ ସେତେବେଳେ ଭାରତ ରନ୍ ପିଛା କରୁଥିବା ମ୍ୟାଚ ସବୁରେ ପରାଜୟ ବରଣ କରୁଥିଲା। ଏତେ ସବୁ ତଥ୍ୟ ଭାରତ ବିପକ୍ଷରେ ଥିଲା ଏବଂ ଏହା ସଂକେତ ଦେଉଥିଲା ଯେ ଭାରତ ଆଉ ଥରେ ଆଉ ଗୋଟିଏ ଫାଇନାଲ ହାରିବାକୁ ଯାଉଛି।

ନାଟୱେଷ୍ଟ ଟ୍ରଫିର ଫାଇନାଲରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଐତିହାସିକ ଲର୍ଡସ ପଡ଼ିଆରେ ୩୨୫ ରନର ବିଶାଳ ରନ୍ ସଂଗ୍ରହ କରିଥିଲା। ମାର୍କସ ଟ୍ରେସ୍କୋଥିକ ୧୦୯ ରନ ଏବଂ ଅଧିନାୟକ ନାସୀର ହୁସେନ୍ ୧୧୫ ରନର ବିଶାଳ ଇନିଂସ୍ ଖେଳି ପ୍ରମାଣ କରିଦେଇଥିଲେ ଯେ ଇଂଲଣ୍ଡ ଟୁର୍ଣ୍ଣାମେଂଟର ଶ୍ରେଷ୍ଠ ଦଳ ଏବଂ ଏହା ଫାଇନାଲ ଜିତିବାକୁ ହକ୍‌ଦାର। ଏହି ନାଟୱେଷ୍ଟ ଟ୍ରଫି ୨୦୦୦ ମସିହାରୁ ଆରମ୍ଭ ହୋଇଥିଲା ଏବଂ ଆୟୋଜକ ଇଂଲଣ୍ଡ ସହ ଆଉ ଦୁଇ ବିଦେଶୀ ଦଳ ଏହି ଟ୍ରଫିରେ ଭାଗ ନେଉଥିଲେ। ୨୦୦୨ ମସିହା ନାଟୱେଷ୍ଟ ଟ୍ରଫିରେ ଭାରତ ବ୍ୟତୀତ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ଭାଗ ନେଇଥିଲେ।

ଇଂଲଣ୍ଡର ୩୨୫ ରନର ଜବାବ ଦେବାକୁ ଯାଇ ଭାରତର ଆରମ୍ଭ ବି ବେଶ୍ ଶକ୍ତିଶାଳୀ ଥିଲା। ଅଧିନାୟକ ଗାଙ୍ଗୁଲୀ ଏବଂ ବିସ୍ଫୋରକ ବ୍ୟାଟର ସେହୱାଗ ପ୍ରଥମ ୱିକେଟ୍ ଯୋଡ଼ିରେ ପ୍ରାୟ ୧୫ ଓଭର ମଧ୍ୟରେ ଶହେ ରନରୁ ଅଧିକ ଯୋଡ଼ିଦେଲେ। ପ୍ରଥମ ୧୫ ଓଭର ଯାଏ ଭାରତର ରନ ସଂଗ୍ରହର ହାରକୁ ଦେଖି ଲାଗୁଥିଲା ଯେ ଭାରତ ବି ସହଜରେ ବାଟ ଛାଡ଼ିବ ନାହିଁ।

ତେବେ ପଞ୍ଚଦଶ ଓଭରରେ ପ୍ରଥମେ ଗାଙ୍ଗୁଲୀ ଦଳର ସ୍କୋର ୧୦୬ ରନ୍ ଥିଲାବେଳେ ଆଉଟ୍ ହୋଇଗଲେ। ପରେ ପରେ ଭାରତର ବିଖ୍ୟାତ ମଧ୍ୟକ୍ରମ ବି ଇଂଲଣ୍ଡ ବୋଲରଙ୍କ ଆଗରେ ଆତ୍ମ ସର୍ମପଣ କରିଦେବା ପରି ଲାଗିଲା। ବୀରେନ୍ଦ୍ର ସେହୱାଗ ୪୫, ଦିନେଶ ମୋଙ୍ଗିଆ ୯, ଦ୍ରାବିଡ୍ ୫ ଏବଂ ତେନ୍ଦୁଲକର ୧୪ ରନ କରି ଆଉଟ୍ ହେଲାବେଳକୁ ଦଳର ସ୍କୋର ୧୪୬ ରନରେ ପହଁଚିଥିଲା। ଦଳକୁ ଜିତିବା ପାଇଁ ଆହୁରି ୧୮୦ ରନ୍ ଆବଶ୍ୟକ ଥିଲାବେଳେ ଭାରତ ପାଖରେ କେବଳ ଶେଷ ଦୁଇ ପ୍ରତିଷ୍ଠିତ ବ୍ୟାଟର ମହମ୍ମଦ କୈଫ ଏବଂ ଯୁବରାଜ ସିଂ ବ୍ୟାଟିଂ କରିବାକୁ ବାକିଥିଲେ। ଏହି ଦୁଇ ବ୍ୟାଟର ଶେଷ ଯାଏଁ ବ୍ୟାଟିଂ କରିବେ ଆଉ ଭାରତକୁ ବିଜୟୀ କରାଇବେ ଏ ଆଶା ପ୍ରାୟ ଶତକଡ଼ା ୧୦୦ ଭାରତୀୟ ଛାଡ଼ିଦେଇଥିବେ।

କିନ୍ତୁ କ୍ରିକେଟକୁ ଅନିଶ୍ଚିତତାର ଖେଳ ବୋଲି କୁହାଯାଏ। ଅନେକ ସମୟରେ ଆପଣ ଯାହା ଭାବିନଥିବେ ତାହା ହିଁ ଘଟେ। ମୋଟ ଉପରେ କ୍ରିକେଟରେ ସଂଘର୍ଷ ଏବଂ ପରିଣାମ ଆପଣଙ୍କ କଳ୍ପନା ଶକ୍ତିଠାରୁ ଅନେକ ବାହାରେ। କ୍ରିକେଟ୍ ଆମ କଳ୍ପନା ଶକ୍ତିକୁ ଆହ୍ୱାନ କରୁଥିବାରୁ ଏହା ଆମ ପାଇଁ ଏତେ ପ୍ରିୟ, ଏହା ଆମ ପାଇଁ ଏତେ ଆଦରର।

ସେଦିନ ଲର୍ଡର୍ସରେ ସେଇଆ ଘଟିଲା। ଭାରତୀୟ କ୍ରିକେଟର ଦୁଇ ତରୁଣ ତୁର୍କ ଯେଉଁଭଳି ଖେଳିଲେ ତାହା ଦେଖିବାର ଥିଲା। ଊଭୟ ମିଶି ଖେଳିଲେ ସେ ଦଶନ୍ଧିର ସବୁଠାରୁ ବଡ଼ ଆକ୍ରମଣାତ୍ମକ ଇନିଂସ୍। ସାଧାରଣତଃ କୈଫ ଖେଳନ୍ତି ଧୀରସ୍ଥିର ଭାବେ, ଯୁବରାଜ ଖେଳନ୍ତି ବଡ଼ ବଡ଼ ସଟ୍। ସେଦିନ କିନ୍ତୁ ଆକ୍ରମଣର ସ୍ୱରୁପ ହିଁ ଅଲଗା ଥିଲା। ଯୁବରାଜ କଲେ ୬୩ ବଲରେ ୬୯ ରନ୍। ସେଥିରେ ସାମିଲ ଥିଲା ୯ ଚୌକା ଏବଂ ଗୋଟିଏ ଛକ୍କା। ସେହିପରି କୈଫଙ୍କ ବ୍ୟାଟିଂ ଆହୁରି ଦର୍ଶନୀୟ ଥିଲା। ସେ କରିଥିଲେ ୭୫ ବଲରେ ୮୭ ରନ୍। ସେଥିରେ ସାମିଲ ଥିଲା ୬ ଚୌକା ଏବଂ ୨ ଛକ୍କା।

ସେଦିନ ଊଭୟଙ୍କ ବ୍ୟାଟିଂ ଦର୍ଶନୀୟ ଥିଲା। ପ୍ରଥମେ ଊଭୟ ଏକ ଦୁଇ କରି ରନ ସଂଗ୍ରହ କରି ଆବଶ୍ୟକୀୟ ରନ୍ ରେଟକୁ ନିଜର ନିୟନ୍ତ୍ରଣରେ ରଖିଲେ। ଆବଶ୍ୟକ ପଡ଼ିଲେ ବଡ଼ ସଟ ବି ଖେଳୁଥିଲେ। ୧୨୧ ରନର ଏହି ପାର୍ଟନରସିପରେ ସେମାନେ ଆଉଟ୍ ହେବାର କୌଣସି ସୁଯୋଗ ବିପକ୍ଷ ଦଳକୁ ଦେଇନଥିଲେ। ଯେତେବେଳେ ଏହି ପାର୍ଟନରସିପ୍ ଆଗକୁ ବଢୁଥିଲା ସେତେବେଳେ ଭାରତୀୟମାନଙ୍କ ମଧ୍ୟରେ ‘ଏହି ଫାଇନାଲ ଜିତିହେବାର ପ୍ରତ୍ୟୟ’ ବଢ଼ି ବଢ଼ି ଯାଉଥିଲା। ଲୋକ କିଛି ସମୟ ଆଗରୁ ବନ୍ଦ କରିଦେଇଥିବା ଟିଭି ପୁଣି ଖୋଲିବା ଆରମ୍ଭ କରିଥିଲେ। ସମୟ ଯେତେ ଆଗକୁ ଗଡୁଥିଲା ଲୋକଙ୍କର ଭାରତର ବିଜୟ ଉପରେ ସେତେ ବିଶ୍ୱାସ ବଢ଼ିବାରେ ଲାଗିଥିଲା।

ଯୁବରାଜ ସିଂ ଆଉଟ୍ ହେଲାବେଳକୁ ଦଳର ସ୍କୋର ଥିଲା ୨୬୭ ରନ୍। ଦଳକୁ ଆହୁରି ଦରକାରଥିଲା ୫୯ ରନ୍। କୈଫ ହରଭଜନଙ୍କ ସହ ମିଶି ୪୭ ରନ୍ ଯୋଗ କରିଦେଲେ। ହରଭଜନ ୧୩ ବଲରେ ୧୫ ରନ କରି କୈଫଙ୍କ ଉପରୁ ଚାପ ହଟାଇ ଦେଲେ। ହରଭଜନ ଆଉଟ୍ ହେଲାବେଳକୁ ଭାରତର ସ୍କୋରଥାଏ ୩୧୪ ରନ। ଭାରତକୁ ତଥାପି ୧୫ ବଲରେ ୧୨ ରନ୍ ଆବଶ୍ୟକ ହେଉଥିଲା। ଭାରତର ସମସ୍ୟା ଥିଲା ଜାହୀର ଖାନ ଏବଂ ଆଶିଷ ନେହେରାଙ୍କ ନାମରେ ଭାରତର ଆଉ ଦୁଇ ଜଣ ବ୍ୟାଟର ଥିଲେ ବି ସେମାନଙ୍କର ସେମିତି ବିଶେଷ ବ୍ୟାଟିଂ ଦକ୍ଷତା ନଥିଲା ଏବଂ ଯଦି କୈଫ ଆଉଟ୍ ହୋଇଯିବେ ତେବେ ମାତ୍ର କେତେଟା ବଲ ବ୍ୟବଧାନରେ ଇଂଲଣ୍ଡ ଭାରତକୁ ଧରାଶାୟୀ କରିଦେବାର କ୍ଷମତା ରଖିଥିଲା।

ତେବେ ସେଦିନ ଚମତ୍କାର ଘଟିବାର ଥିଲା। ଯେହେତୁ ସେଦିନ ଚମତ୍କାର ଘଟିବାର ଥିଲା ତେଣୁ ସେଦିନ କୈଫ ଆଉଟ୍ ହୋଇନଥିଲେ। ସେ ନିଜେ ନଟ ଆଉଟ୍ ରହି ଦଳକୁ ଗୋଟିଏ ଅବିସ୍ମରଣୀୟ ବିଜୟ ଭେଟିଦେଲେ। ଜହୀର ଖାନ ୭ ବଲରେ ୪ ରନ୍ ସଂଗ୍ରହ କରି ଦଳକୁ ଜିତାଇଲାବେଳକୁ ଭାରତ ପାଖରେ ଆହୁରି ତିନୋଟି ବଲ ବାକିଥିଲା। ଇଏ ସେହି ମ୍ୟାଚ୍ ଯେଉଁଠି ବିଜୟ ପରେ ପରେ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କୁ ଲର୍ଡସର ବାଲକୋନୀରେ ନିଜର ଟି ସାର୍ଟ କାଢ଼ି ଜୋରରେ ହଲାଇ ଭାରତର ବିଜୟକୁ ସେଲିବ୍ରେଟ କରିବାର ଦେଖିବାକୁ ମିଳିଥିଲା।

ତାହାପରେ ସାରା ଦେଶରେ ଏହି ଅବିସ୍ମରଣୀୟ ବିଜୟର ସେଲିବ୍ରେସନ କରାଗଲା। ସେଦିନ ନା ସଚିନ୍ ଅର୍ଦ୍ଧଶତକ ହାସଲ କରିଥିଲେ ନା ଭାରତର କୌଣସି ବ୍ୟାଟର ଶତକ ହାସଲ କରିଥିଲେ। ତଥାପି ସମସ୍ତଙ୍କ ମିଳିତ ଯୋଗଦାନ ବଳରେ ଭାରତୀୟ ଦଳ ଏହି ବିଶାଳ ଲକ୍ଷ୍ୟକୁ ସହଜରେ ହାସଲ କରିପାରିଥିଲା।

ନାଟୱେଷ୍ଟ ଟ୍ରଫି ବିଜୟ ଭାରତକୁ ଶକ୍ତିଶାଳୀ କରି ଗଢ଼ି ତୋଳିଥିଲା। ଏହିଠାରୁ ହିଁ ୩୦୦ରୁ ଅଧିକ ରନକୁ ସଫଳତାର ସହ ପିଛା କରି ଭାରତ ଜିତିବାର ଫର୍ମୂଲା ପାଇଗଲା ବୋଲି କୁହାଯାଏ। ପରେ ଧୋନୀ ଏବଂ ବିରାଟଙ୍କ ଅଧିନାୟକତ୍ୱରେ ଭାରତ ଅନେକ ଥର ୩୦୦ରୁ ଅଧିକ ରନ୍ ପିଛା କରି ଜିତିଛି। ମୋଟ୍ ଉପରେ କହିବାକୁ ଗଲେ ଯୁବରାଜ ଏବଂ କୈଫ ଯେଉର୍ଭଳି ଢଙ୍ଗରେ ହାରିବା ମ୍ୟାଚକୁ ପିଛା କରି ଭାରତକୁ ବିଜୟ ଭେଟି ଦେଲେ ତାହା ଅବିସ୍ମରଣୀୟ ଏବଂ ଅଦ୍ୱିତୀୟ ମଧ୍ୟ। ଢେର ଦିନ ଯାଏ ଏହି ବିଜୟ କ୍ରିକେଟ୍ ପ୍ରେମୀଙ୍କୁ ଅନୁପ୍ରାଣୀତ କରି ରଖିଥିଲା।

ରୁଦ୍ର ପ୍ରସନ୍ନ ରଥ

ଫୋ- ୭୯୭୮୬୭୧୭୭୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story