ଭୋଟ୍‌ କିଣିବାକୁ କେତେ ଯୋଜନା!

ଭୋଟରଙ୍କ ସମର୍ଥନ ହାସଲ କରିବା ଉଦ୍ଦେଶ୍ୟରେ ସରକାରମାନେ ନୂଆ ନୂଆ ଲୋକାଭିମୁଖୀ ତଥା ଜନପ୍ରିୟ ଯୋଜନାମାନ ଆରମ୍ଭ କରିବାରେ ଏବେ ବ୍ୟସ୍ତ। ଏଥିମଧ୍ୟରୁ ଆମ ରାଜ୍ୟରେ ଘୋଷଣା କରାଯାଇଥିବା 'ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା' ବୋଧହୁଏ ସଦ୍ୟତମ ନିର୍ବାଚନୀ ଯୋଜନା; ଯାହା ଗର୍ଭବତୀ ମହିଳା, ୧୫ରୁ ୧୯ ବର୍ଷର ବାଳିକା ଏବଂ ପୁଷ୍ଟିହୀନ ପିଲାମାନଙ୍କର ପୁଷ୍ଟିସାଧନ ଆବଶ୍ୟକତାକୁ ପୂରଣ କରିବ ବୋଲି ଦାବୀ କରାଯାଉଛି।

Naveen Patnaik

Naveen Patnaik

Debendra Prusty
  • Published: Monday, 25 September 2023
  • Updated: 25 September 2023, 02:39 PM IST

ଜାନକୀଶ ବଡ଼ପଣ୍ଡା

ନିକଟରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ (ସିଇସି)ର ଦୁଇଜଣ ବରିଷ୍ଠ ଅଧିକାରୀ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଭେଟି ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ଦିଲ୍ଲୀ ଫେରିଗଲେଣି। ନିର୍ବାଚନ ପରିଚାଳନା କରିବାକୁ ଉଦ୍ଦିଷ୍ଟ ଏହି ଦୁଇ ସାମ୍ବିଧାନିକ ଅନୁଷ୍ଠାନଙ୍କ ମଧ୍ୟରେ ପ୍ରାରମ୍ଭିକ ପାରସ୍ପରିକ ଆଲୋଚନା ନିଶ୍ଚିତ ଭାବେ ଆଗାମୀ ନିର୍ବାଚନକୁ ନେଇ ସମସ୍ତ ପ୍ରକାର କଳ୍ପନାଜଳ୍ପନାକୁ ଜନ୍ମ ଦେଇଛି; ଯଦିଓ ବରିଷ୍ଠ ଅଧିକାରୀମାନେ ମତ ଦେଇଛନ୍ତି ଯେ ଯଥା ସମୟରେ ମତଦାନ ହେବ। ଦୁଇଦିନ ତଳେ, ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରକାଶ କରିସାରିଛନ୍ତି ଯେ, ଲୋକସଭା ନିର୍ବାଚନ ଆଗୁଆ ହେବାର ସମ୍ଭାବନା ନାହିଁ। ତଥାପି, ଦେଶର ସମସ୍ତ ରାଜନୈତିକ ଦଳ ନିର୍ବାଚନ ଜ୍ୱରରେ ଆକ୍ରାନ୍ତ। ସଭିଏଁ ଅସ୍ଥିର ଓ ଉଦବିଗ୍ନ ରହୁଥିବାର ଦେଖିବାକୁ ମିଳୁଛି।

ଭୋଟରଙ୍କ ସମର୍ଥନ ହାସଲ କରିବା ଉଦ୍ଦେଶ୍ୟରେ ସରକାରମାନେ ନୂଆ ନୂଆ ଲୋକାଭିମୁଖୀ ତଥା ଜନପ୍ରିୟ ଯୋଜନାମାନ ଆରମ୍ଭ କରିବାରେ ଏବେ ବ୍ୟସ୍ତ। ଏଥିମଧ୍ୟରୁ ଆମ ରାଜ୍ୟରେ ଘୋଷଣା କରାଯାଇଥିବା 'ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା' ବୋଧହୁଏ ସଦ୍ୟତମ ନିର୍ବାଚନୀ ଯୋଜନା; ଯାହା ଗର୍ଭବତୀ ମହିଳା, ୧୫ରୁ ୧୯ ବର୍ଷର ବାଳିକା ଏବଂ ପୁଷ୍ଟିହୀନ ପିଲାମାନଙ୍କର ପୁଷ୍ଟିସାଧନ ଆବଶ୍ୟକତାକୁ ପୂରଣ କରିବ ବୋଲି ଦାବୀ କରାଯାଉଛି। ପୂର୍ବରୁ ଅପହଞ୍ଚ ଜନପଦମାନଙ୍କରେ ବସବାସ କରୁଥିବା ଆଦିବାସୀ ପିଲାମାନଙ୍କୁ ସେମାନଙ୍କ ଘରେ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପଡ଼ା ପୁଷ୍ଟି’ ଯୋଜନା ନାମରେ ଏକ ପ୍ରାରମ୍ଭିକ ଆଗୁଆ ଯୋଜନା ଆରମ୍ଭ କରିଥିଲେ; ଯାହା ଆଦିବାସୀ ଶିଶୁମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିଥିଲା। ସେହି ସଫଳତା ଆଧାରରେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପରିବର୍ଦ୍ଧିତ 'ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା'ର ପରିକଳ୍ପନା।

ଏହି ଯୋଜନା ମାଧ୍ୟମରେ ଗର୍ଭବତୀ ଜନଜାତି ମହିଳାଙ୍କ ପାଇଁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବା ସହିତ ଅତ୍ୟଧିକ ପୁଷ୍ଟିହୀନତାର ଶିକାର ହୋଇସାରିଥିବା ପିଲାମାନଙ୍କୁ ସମ୍ପୂର୍ଣ୍ଣ ଭୋଜନ ଦିଆଯିବ ଏବଂ ମଧ୍ୟମ ପୁଷ୍ଟିହୀନତା ତଥା କମ୍ ଓଜନ ବିଶିଷ୍ଟ ପିଲାମାନଙ୍କୁ ଅଣ୍ଡା ଏବଂ ଭିଟାମିନ୍ ଯୁକ୍ତ ଛତୁଆ ଦିଆଯିବ। ଏହି ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁଷ୍ଟିସାଧନ ସହିତ ସମୃଦ୍ଧିର ଗଭୀର ସମ୍ପର୍କ ରହିଛି। ଅପପୁଷ୍ଟ ରାଜ୍ୟବାସୀଙ୍କୁ ଉପଯୁକ୍ତ ମାନର ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଇ ରାଜ୍ୟ-ବିକାଶ-ଲକ୍ଷ୍ୟ ପୂରଣ କରାଯାଇ ପାରିବ ଏବଂ ଏଥିରେ ମାଆମାନଙ୍କୁ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପଡ଼ିବ। ଏହି ଯୋଜନାର ସଫଳତା ପାଇଁ ମହିଳାମାନେ, ବିଶେଷକରି ଅଙ୍ଗନୱାଡି କର୍ମୀ ଏବଂ ମିଶନ ଶକ୍ତି ସଦସ୍ୟାମାନେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ୨୦୧୧ ମସିହାରୁ ମମତା ଯୋଜନା ମାଧ୍ୟମରେ ମା’ ଏବଂ ଶିଶୁଙ୍କ ପ୍ରତି ମଧ୍ୟ ଯତ୍ନ ନିଆଯାଉଛି। ଏବେ, 'ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା' ବା ଏମଏସପି ଯୋଜନା ମାଧ୍ୟମରେ ମହିଳା ଏବଂ ଶିଶୁମାନଙ୍କ ପାଇଁ ପୁଷ୍ଟିସାଧନ ଅଧିକ ବ୍ୟବସ୍ଥିତ ଓ ଆହୁରି ମଜବୁତ କରାଯାଇ ପାରିବ।

କାନକୁ ଭଲ ଶୁଣାଯାଉଥିବା ଏମିତି ମାଳ ମାଳ ସରକାରୀ ଯୋଜନା ସବୁକୁ ଅନୁଧ୍ୟାନ କଲେ ଯେ କେହି ବି ସ୍ଵୀକାର କରିବେ ଯେ, ଏସବୁ କେବଳ ନିର୍ବାଚନୀ ଥୋପ ଛଡ଼ା ଆଉକିଛି ନୁହେଁ। ଏସବୁ ଯୋଜନାକୁ ନିର୍ବାଚନୀ ଥୋପ କହିବାର ଅନେକ କାରଣ ରହିଛି। ୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟ ଶାସନ ଭାର ଗ୍ରହଣ କଲା ପରେ ୨୦୦୨ ମସିହା ଯାଏଁ ଦୁଇ ବର୍ଷରେ ଗୋଟିଏ ବି ଯୋଜନା ପ୍ରଣୟନ ହୋଇ ନଥିଲେ ବି କିଛି ଅସୁବିଧା ହୋଇ ନଥିଲା। ପ୍ରଥମ ଥର ପାଇଁ ୨୦୦୩ ମସିହାରେ ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା ପ୍ରଣୀତ ହୋଇ ମାଛ ଧରାଳିଙ୍କୁ ଋଣ, ଜୀବନ ବୀମା ଇତ୍ୟାଦି ପ୍ରଦାନ କରାଯାଇଥିଲା। ନିର୍ବାଚନ ସରିଥିଲା ୨୦୦୦ ମସିହାରେ ଓ ପରବର୍ତ୍ତୀ ନିର୍ବାଚନ ଥିଲା ୨୦୦୫ରେ। ଏଣୁ ୨୦୦୩ରେ ପ୍ରଣୀତ ଏହି ଯୋଜନାକୁ ଲୋକାଭିମୁଖୀ ଯୋଜନା କହିବାରେ କାହାର ବି ଦ୍ୱିଧା ନଥିବ। ୨୦୦୪ରେ ଗୋଟିଏ ବି ନୂଆ ଯୋଜନା ଆଣି ନଥିବା ବିଜେଡି-ବିଜେପି ସରକାର ୨୦୦୫ ନିର୍ବାଚନ ବର୍ଷରେ ଆଣିଥିଲେ ମାତ୍ର ଗୋଟିଏ ନୂଆ ଯୋଜନା - ମହାତ୍ମା ଗାନ୍ଧୀ ବୁଣାକାର ବୀମା ଯୋଜନା। ଏହା ଥିଲା ଏକ ସ୍ୱାସ୍ଥ୍ୟ ବୀମା ଯୋଜନା। ଦ୍ଵିତୀୟ ପାଳି ସରକାର ଗଢ଼ିଲା ପରେ ୨୦୦୫ରୁ ୨୦୦୯ ଯାଏଁ ପ୍ରଣୀତ ହୋଇଥିଲା ମାତ୍ର ୬ଟି ଯୋଜନା। ମଧୁବାବୁ ପେନସନ ଯୋଜନା ଛଡ଼ା ଅନ୍ୟସବୁ ଯୋଜନା ଆଜି ଆଉ ନାହିଁ। ସେଗୁଡିକ ଥିଲା 'ମୋ ଜମି, ମୋ ଡିହ', ବିଜୁ ଗ୍ରାମଜ୍ୟୋତି ଯୋଜନା, କିଶୋରୀ ଶକ୍ତି, ବସୁନ୍ଧରା, ମଧୁବାବୁ ପେନସନ ଯୋଜନା ଓ ବାଣୀଶ୍ରୀ। ଏହି ସମସ୍ତ ଯୋଜନା ପରବର୍ତ୍ତୀ ନିର୍ବାଚନରେ ବିଜୟଲାଭ କରିବା ଉଦ୍ଦେଶ୍ୟରେ ନଥିଲା ବେଳେ, ୨୦୧୪ ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୧୦ ମସିହାଠାରୁ ମାଳ ମାଳ ଯୋଜନା ତିଆରି ହେଲା।

ଦ୍ଵିତୀୟରେ, ୨୦୧୪ ନିର୍ବାଚନ ପୂର୍ବରୁ ୫ ବର୍ଷରେ ମାତ୍ର ୬ଟି ଯୋଜନା ଆଣିଥିଲେ ବିଜେଡି ସରକାର। ଏଥର ମିଳିତ ସରକାର ନଥିଲା ଓ ନବୀନ ବାବୁଙ୍କ ନେତୃତ୍ୱରେ ତୃତୀୟ ଥର ପାଇଁ ସରକାର ଗଢ଼ିଥିଲା ଅପରାଜେୟ ବିଜେଡି। ଅଥଚ, ୨୦୧୯ ନିର୍ବାଚନ ପୂର୍ବରୁ ୪୯ଟି ଯୋଜନା ପ୍ରଣୟନ କରାଯିବା ପ୍ରମାଣିତ କରୁନାହିଁ କି ଯେ, ସରକାର ନିର୍ବାଚନ ଥୋପ ଭାବେ ଯୋଜନାଗୁଡ଼ିକୁ ଆଣିଛନ୍ତି! ଯୋଜନା ଗୁଡ଼ିକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜାଣିହେବ ଯେ, ୨୦୧୫ରେ ଲୋକପ୍ରିୟତା ହାସଲ କରିଥିବା ଆହାର ଓ ନିରାମୟ ଯୋଜନା ସମେତ ୪ଟି, ୨୦୧୬ରେ ୮ଟି, ୨୦୧୭ରେ ୧୬ଟି, ୨୦୧୮ରେ ୧୯ଟି ଯୋଜନା ଆଣିଛନ୍ତି ସରକାର। ନୂଆ ବୋତଲରେ ପୁରୁଣା ମଦ ବିକିବା ପାଇଁ ନୂଆ ଡିଜାଇନର ଚିତ୍ର ଓ ଚରିତ୍ର ଥାଇ ସମାଜର ପ୍ରତିଟି ବର୍ଗକୁ ଏକାଧିକ ଯୋଜନା ଭେଟି ଦେଇଛନ୍ତି। ପ୍ରତ୍ୟେକ ଯୋଜନା ଆଣିଲା ବେଳେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦିଷ୍ଟ ଫଟୋ ଥାଇ ଖବରକାଗଜରେ ବଡ଼ବଡ଼ ରଙ୍ଗୀନ ବିଜ୍ଞାପନ ବାହାରିଛି ଓ ଏକ ପ୍ରତିଥର ଏଭଳି ଧାରଣା ସୃଷ୍ଟି କରାଯାଇଛି ଯେ, ସରକାରୀ ସୁବିଧାରୁ ବଞ୍ଚିତ ବର୍ଗଙ୍କ ଦୁଃଖ ଅନୁଭବ କରି ସରକାର ନ୍ୟାୟ ଦେଲେ।

ବୁଝି ହୁଏନା, ସରକାର ଲୋକାଭିମୁଖୀ ଯୋଜନା ପ୍ରସ୍ତୁତ କଲାବେଳେ ଓ ବଜେଟରେ ବ୍ୟୟ ବରାଦ କଲାବେଳେ କାହିଁକି ସମସ୍ତ ରାଜ୍ୟବାସୀଙ୍କ ପାଇଁ ବ୍ୟବସ୍ଥା କରନ୍ତି ନାହିଁ! ଯାହାଫଳରେ ସରକାରଙ୍କୁ ପରବର୍ତ୍ତୀ କାଳରେ ଯୋଜନାମାନ ଆଣିବାକୁ ପଡ଼େ! ଏହା ଦାୟୀତ୍ୱହୀନତା ନା ଏକ ଚତୁର ନିର୍ବାଚନ ରଣନୀତି? ଏଭଳି ଯୋଜନା ଆଣିବା ଫଳରେ ରାଜ୍ୟ ରାଜକୋଷ ଉପରେ ପଡୁଥିବା ନକାରାତ୍ମକ ପ୍ରଭାବ ଓ ଭିତ୍ତିଭୂମି ଉନ୍ନୟନ ପାଇଁ ବ୍ୟୟ ବରାଦ କିପରି ବିପର୍ଯ୍ୟସ୍ତ ହେଉଛି, ତାହାର ନିରପେକ୍ଷ ଆକଳନ କରାଯାଉଛି କି? ଆଜି ବି ୨୦୧୯ ନିର୍ବାଚନ ପୂର୍ବରୁ ଓ ପରେ ପ୍ରଣୀତ ନୂତନ ଯୋଜନା ସମ୍ପର୍କରେ ସଂକଳିତ ତଥ୍ୟ ମିଳୁନାହିଁI ସମ୍ବାଦପତ୍ରରେ ପ୍ରକାଶ ପାଉଥିବା ମାଳମାଳ ଯୋଜନା ସବୁକୁ ଟିପାଖାତାରେ ଟିପି ରଖିଥିବା ସାମ୍ବାଦିକମାନେ ଆଜି ବି ଜାଣନ୍ତି ନାହିଁ ଯେ, ସେସବୁ ଯୋଜନା ମଧ୍ୟରୁ କେତୋଟି ଜୀବନ୍ତ ତଥା କାର୍ଯ୍ୟକାରୀ ହେଉଛି।

ତୃତୀୟରେ, ଏତେସବୁ ଯୋଜନା କାହିଁକି ନିର୍ବାଚନ ପୂର୍ବରୁ ପ୍ରଣୟନ କରାଯାଉଛି, ତାହାର ସନ୍ତୋଷଜନକ ଉତ୍ତର ସରକାର ଦେଇପାରୁ ନାହାନ୍ତି। ଜନହିତରେ ଯୋଜନା ପ୍ରଣୀତ ହୁଏ ଓ ଆବଶ୍ୟକତା ହିଁ ଏହାକୁ ଜନ୍ମ ଦେଇଥାଏ - ଏହା ଆମେ ଯେମିତି ଜାଣୁ, ସରକାର ମଧ୍ୟ ଜାଣିଥିବେ ନିଶ୍ଚୟ। ତେବେ, ନିର୍ବାଚନ ପୂର୍ବରୁ ଏମିତି କଣ ଆବଶ୍ୟକତା ପଡ଼େ, ତାହା ଅସ୍ପଷ୍ଟ ରହି ଆସିଛି। ଶେଷରେ, ଦୀର୍ଘ ୨୩ ବର୍ଷ ଶାସନ କଲା ପରେ ଆଜି ବି ସରକାରଙ୍କ ନଜର ବାହାରେ କିଛି ଅବହେଳିତ ବର୍ଗ ରହି ଯାଇଛନ୍ତି, ତାହା ପ୍ରମାଣ କରୁଛି ନୂତନଭାବେ ପ୍ରଣୀତ ଯୋଜନା। ଏଣୁ ରାଜ୍ୟବାସୀ ଅନୁଭବ କରୁଛନ୍ତି ଯେ, ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଭଳି ଯୋଜନା ମାଧ୍ୟମରେ ଅର୍ଥ ବରାଦ କେବଳ 'ରାବିଡ଼ି' ବା ନିର୍ବାଚନୀ ଲାଞ୍ଚ, ଯେମିତି, ମାସକ ତଳେ ଘୋଷିତ 'ମୋ ଘର', 'ମୋ ସ୍କୁଟି' ଭଳି ବ୍ୟାଙ୍କଋଣ ଆଧାରିତ ଯୋଜନା!

‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଭଳି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯାଉଛି, ଯାହାର ସମୁଦାୟ ପରିମାଣ ୪ ହଜାର କୋଟି ଟଙ୍କା। ଏହାକୁ ସେହି ପଞ୍ଚାୟତବାସୀ ମନ୍ଦିର ମରାମତି, ଭିତ୍ତିଭୂମୀ ଉନ୍ନୟନ ତଥା ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରରେ ବ୍ୟୟ କରିବେ। କିନ୍ତୁ, ଗ୍ରାମସଭା ମାଧ୍ୟମରେ ପ୍ରସ୍ତାବ ସଂଗ୍ରହ ନକରି, ବିଡ଼ିଓଙ୍କ ମାଧ୍ୟମରେ ଏହି ଅର୍ଥ ଖର୍ଚ୍ଚ କରିବାକୁ ମସୁଧା ଚାଲିଥିବାରୁ, ଯୋଜନାଟିକୁ କେବଳ 'ରାବିଡ଼ି' ବା ନିର୍ବାଚନୀ ଲାଞ୍ଚ କୁହାଯାଇ ପାରିବ। ମାସକ ତଳେ ଘୋଷିତ 'ମୋ ଘର', 'ମୋ ସ୍କୁଟି' ଭଳି ବ୍ୟାଙ୍କଋଣ ଆଧାରିତ ଯୋଜନା ପାଇଁ ହିତାଧିକାରୀମାନେ ବ୍ୟାଙ୍କରୁ ଋଣ ନେଇ ଗୃହ ନିର୍ମାଣ କରିବେ କିମ୍ବା ସ୍କୁଟି କିଣିବେ। ବ୍ୟାଙ୍କମାନଙ୍କର ନିୟମ ବାହାରେ ରହୁଥିବା ଅଯୋଗ୍ୟ ହିତାଧିକାରୀମାନେ ପୂର୍ବରୁ ଇଚ୍ଛାକୃତ ଋଣ ଖିଲାପକାରୀ କିମ୍ବା ଘର ଡିହ ମାଲିକାନା ନଥିବା କାରଣରୁ ହେଉ ଅଥବା ଦେଶର ଆଇନ ଅନୁସାରେ ତଫସିଲଭୁକ୍ତ ଜନଜାତି / ଜାତିର ହିତାଧିକାରୀ ନିଜର ଘର ଡିହ ବନ୍ଧକ ଦେବାରେ ପ୍ରତିବନ୍ଧକ କାରଣରୁ ମୋ ଘର ଯୋଜନାର ଲାଭ ଉଠାଇ ପାରିବେନି। ବରଂ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆଵାସ ଯୋଜନାରେ କେନ୍ଦ୍ରରୁ ଅଧିକ ଅର୍ଥ ଆଣି, ନିଜର ଆନୁପାତିକ ଅଂଶ ପ୍ରଦାନ କରି ସମସ୍ତ ଯୋଗ୍ୟ ବାସହୀନଙ୍କୁ ବାସଗୃହ ଯୋଗାଇ ଦିଆଯାଇ ପାରିଥାଆନ୍ତା। କିନ୍ତୁ, ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦଳୀୟ ସ୍ୱାର୍ଥ ଅପେକ୍ଷା ଅଗ୍ରାଧିକାର ଦେବେନାହିଁ।

ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ସରକାରଙ୍କ ଭାବମୂର୍ତ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ଜାଣନ୍ତି। ନିଜର ଭାବମୂର୍ତ୍ତି ବଢ଼ାଇବା ପାଇଁ ତାଙ୍କର ଅନବରତ ଉଦ୍ୟମକୁ ନିକଟରେ ରାଜ୍ୟ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିଛନ୍ତି। ମାଓବାଦୀ ଏବଂ ନକ୍ସଲମାନଙ୍କ ଦ୍ୱାରା ହିଂସା ଘଟଣା ଉଲ୍ଲେଖନୀୟ ହ୍ରାସ ଘଟିଥିବାର ସ୍ୱୀକାର କରି ଶାହା ଏହି ଦିଗରେ କେନ୍ଦ୍ରକୁ ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିବାରୁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶାହାଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସଂଘୀୟ ବ୍ୟବସ୍ଥାରେ ସହଯୋଗର ଏକ ଜ୍ୱଳନ୍ତ ଉଦାହରଣ ବୋଲି କହିଥିଲେ।

୨୦୧୨ ମସିହାରେ କେନ୍ଦ୍ରର ‘ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ’ (SRE) ଯୋଜନା ଅଧୀନରେ ଓଡ଼ିଶାର ୧୯ଟି ମାଓବାଦୀ ହିଂସା ଦ୍ୱାରା ପ୍ରଭାବିତ ଜିଲ୍ଲାରେ ଦକ୍ଷତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିଲା। ଏହି ଅଞ୍ଚଳରେ ଏକାସାଙ୍ଗରେ ବିକାଶମୂଳକ କାର୍ଯ୍ୟକ୍ରମ ସହିତ ମିଳିତ ପୋଲିସ୍ ଅପରେସନ୍ ଚାଲୁ କରାଯିବାରୁ ଉଗ୍ରବାଦୀମାନେ ପଛକୁ ହଟିବାକୁ ବାଧ୍ୟ ହେଲେ। ମାଓ-ଦମନ ସହିତ ବିକାଶ ରଣନୀତି ଫଳବତୀ ହେଲା ଓଡ଼ିଶା ସରକାର ୨୦୧୮ ମସିହାରେ ଗୁରୁପ୍ରିୟା ସେତୁକୁ ଲୋକାର୍ପଣ କରିବା ସହିତ। ସରକାର କେବଳ ଏହି ଦୁର୍ଗମ ଅଞ୍ଚଳରେ ବିଦ୍ରୋହୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରି ନାହାଁନ୍ତି ବରଂ ସ୍ୱାଭିମାନ ଅଞ୍ଚଳରେ ଅନେକ ବିକାଶମୂଳକ ପଦକ୍ଷେପ ନେଇଛନ୍ତି। ଏହି ଅଞ୍ଚଳର ଲୋକମାନେ ଗତ ଚାରି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଆଧୁନିକ ଜୀବନର ଖୁସି ଅନୁଭବ କରିଛନ୍ତି। ଗାଁରେ ସ୍କୁଲ, ଡାକ୍ତରଖାନା ଏବଂ ମୋବାଇଲ୍ ଟାୱାର ପ୍ରତିଷ୍ଠା ହୋଇଛି, ନୂତନ ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି। ଯଦି ବି ସ୍ୱାଭିମାନ ଅଞ୍ଚଳର ମତଦାତା ସରକାରୀ ଦଳକୁ ନିର୍ବାଚନରେ ସର୍ବାଧିକ ମତପ୍ରଦାନ କରିବେ, ଆମେ ୨୦୧୨ ମସିହାରୁ ଆଜି ଯାଏଁ ନେଇଥିବା ପଦକ୍ଷେପଗୁଡ଼ିକୁ ନିର୍ବାଚନୀ ପଦକ୍ଷେପ କହିବା ଠିକ ହେବନାହିଁ। କିନ୍ତୁ, ସେଠାରେ ବାସ କରୁଥିବା ଲୋକଙ୍କୁ ନିର୍ବାଚନ ପୂର୍ବରୁ ମାଗଣାରେ ସାଇକେଲ, ସ୍କୁଟି ବଣ୍ଟନ କଲେ, ଆମେ ଲାଞ୍ଚ କହିଲେ ଭୁଲ ହେବକି?

ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ସହଯୋଗର ବଳିଷ୍ଠ ଦୃଷ୍ଟାନ୍ତ ପ୍ରଦର୍ଶନ କରିଥିବା ଓଡ଼ିଶା ନିଜର ଦୀର୍ଘଦିନର ଅନେକ ଦାବିକୁ ଉଠାଇ ଚାଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଏଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଓଡ଼ିଶା ପାଇଁ 'ସ୍ୱତନ୍ତ୍ର ବର୍ଗର ରାଜ୍ୟ ମାନ୍ୟତା' ପ୍ରସଙ୍ଗ; ଯାହାକି ନୀତି ଆୟୋଗଙ୍କ ପାଖରେ ଓଡ଼ିଶା ଉଠାଇଛି। ଓଡ଼ିଶା ବାରମ୍ବାର ବନ୍ୟା, ବାତ୍ୟା ଏବଂ ମରୁଡ଼ିର ସମ୍ମୁଖୀନ ହେଉଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଆୟୋଗଙ୍କ ଉପାଧ୍ୟକ୍ଷ ସୁମନ ବେରୀଙ୍କୁ ଓଡ଼ିଶାଗସ୍ତ କାଳରେ କହିଛନ୍ତି ଯେ, ‘ଏହା ଦୀର୍ଘ ଦିନର ଦାବୀ। ଓଡ଼ିଶାର ଆର୍ଥିକ ସ୍ଥିତି ଏପରି ଲଗାତାର ପ୍ରାକୃତିକ ଦୁର୍ବିପାକ କାରଣରୁ ବିପନ୍ନ ହେଉଛି। ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାକୁ ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ସମତୁଲ ବିକାଶ ପଥରେ ଆଗେଇ ନେବାକୁ କେନ୍ଦ୍ର ଓ ରାଜ୍ୟର ପାଣ୍ଠି ଅନୁପାତକୁ ୬୦:୪୦ ଅଂଶୀଦାର ଭିତ୍ତି ବଦଳରେ ୯୦:୧୦ କରାଯିବା ଦରକାର। ନହେଲେ, ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଲାଭ କେବଳ ଅଂଶଧନ କାରଣରୁ ଓଡ଼ିଶା ନେଇ ପାରିବନି।’

କିନ୍ତୁ, ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାର ଏହି ଦାବୀକୁ କେନ୍ଦ୍ର ଗ୍ରହଣ କରୁ ନଥିବା ସତ୍ତ୍ୱେ, ଓଡ଼ିଶା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହିତ ଅକୁଣ୍ଠ ବୈଧାନିକ ସମର୍ଥନ ଦେଇଚାଲିଛି। କେନ୍ଦ୍ର ବାରମ୍ବାର ପ୍ରତ୍ୟାଖ୍ୟାନ କରୁଥିଲେ ବି ଶୁଆ ଘୋଷିଲା ପରି ‘ସ୍ୱତନ୍ତ୍ର ବର୍ଗର ରାଜ୍ୟ ମାନ୍ୟତା' ଦାବୀ 'ସୁବିଧାବାଦୀ ଅଭ୍ୟାସ' ହେଉ ଅଥବା 'ରାଜନୈତିକ ଚଞ୍ଚକତା', ଓଡିଶା ପକ୍ଷରୁ କରାଯାଇ ଆସିଛି। ଏଥିରେ କ୍ଷତି ହେଉଛି ଓଡ଼ିଶାବାସୀଙ୍କର। ୬୦:୪୦ ଅନୁପାତରେ ଆବଶ୍ୟକୀୟ କେନ୍ଦ୍ରୀୟ ସହାୟତା ଆଣି, ଅନେକ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଓଡ଼ିଶାକୁ ସମୃଦ୍ଧ କରିବା ବଦଳରେ କେବଳ ନିର୍ବାଚନ ସର୍ବସ୍ୱ ଲାଞ୍ଚ ବାବଦରେ ଓଡିଶା ସରକାର ଅନାବଶ୍ୟକ ଅନୁଦାନ ଦେଇଚାଲିଛନ୍ତି। ଭିତ୍ତିଭୂମି ବିକାଶ ଦ୍ରୁତ ହେଉନି।

ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଭିତ୍ତିଭୂମି ବିକାଶ ଦ୍ରୁତ ନହେଉ ଥିଲେ ବି ଲୋକଙ୍କ ସରଳତା ତଥା ଭାବପ୍ରବଣତା ଓ ଦାରିଦ୍ର୍ୟର ଭରପୂର ଫାଇଦା ନେଉଛନ୍ତି ନବୀନଙ୍କ ଦଳର ଅଣରାଜନୈତିକ ପରିଚାଳକମାନେ। ସେହିମାନେ ହିଁ କୁଆଡ଼େ ଏତେଗୁଡ଼ିଏ ଯୋଜନାର ପ୍ରକୃତ ପିତା, ଯାହାକୁ ବିଜୁ ଜନତା ଦଳ ଜନ୍ମ ଦେଉଛି ବିଭିନ୍ନ ସମୟରେ, ବିଶେଷ କରି, ନିର୍ବାଚନ ପୂର୍ବରୁ। ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ହାର ଓ ସ୍ଥାନ ତଳକୁ ଖସୁଛି, ଯାହା ମତଦାତାମାନେ ବୁଝିଲେଣି। ଓଡ଼ିଶାକୁ ବିକଶିତ କରିବା ପାଇଁ ଲାଞ୍ଚ ନୁହେଁ - କଠୋର ପରିଶ୍ରମ ଆବଶ୍ୟକ, ପ୍ରଚାର ନୁହେଁ - ଜମିକୁ ଜଳ ଆବଶ୍ୟକ, ଯୋଜନା ନୁହେଁ - କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଆବଶ୍ୟକ, ପରିଚାଳକ ନୁହେଁ - ନିର୍ବାଚିତ ନେତାଙ୍କ ନେତୃତ୍ୱ ଆବଶ୍ୟକ; ଏହା ବିଜୁ ଜନତା ଦଳର ନେତାମାନେ ଯେତେ ଶୀଘ୍ର ବୁଝିବେ, ଓଡ଼ିଶାର ସେତେ ଶୀଘ୍ର ମଙ୍ଗଳ ହେବ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story