କ’ଣ ଛଅଟା ଜାଗାରେ ଜନ୍ମ ହୋଇଥିଲେ ଭୀମ ଭୋଇ?

ତାଙ୍କର ଜନ୍ମସ୍ଥାନ ଓ ଜନ୍ମ ବର୍ଷକୁ ନେଇ ନୂଆ ନୂଆ ବିବାଦ ସର୍ବଦା ଶୁଣିବାକୁ ମିଳେ। ନିକଟରେ ପ୍ରକାଶିତ ସେହିଭଳି ଏକ ଖବର ଅନୁସାରେ ଯଦି ବୌଦ୍ଧ ଜିଲ୍ଲା ଗୋପପୁର ଗ୍ରାମକୁ ଆଲୋଚନା ପରିସରକୁ ନିଆଯିବ ତେବେ ଏହା ତାଙ୍କର ଷଷ୍ଠ ଜନ୍ମସ୍ଥାନ ହେବ। ଏହା ପୂର୍ବରୁ ଭୀମ ଭୋଇଙ୍କ ଜନ୍ମସ୍ଥାନକୁ ନେଇ ପାଞ୍ଚଟି ସ୍ଥାନ ସମ୍ପର୍କରେ ବିଭିନ୍ନ ଗବେଷକ ଯୁକ୍ତି କରିଛନ୍ତି।

Saint Poet Bhima Bhoi

Saint Poet Bhima Bhoi

Debendra Prusty
  • Published: Wednesday, 02 April 2025
  • Updated: 02 April 2025, 04:54 PM IST

Sports

Latest News

ଦେବ ରଞ୍ଜନ

କବି ଭୀମ ଭୋଇ ତାଙ୍କ ସମୟର ଜଣେ ପ୍ରଚଣ୍ଡ ପ୍ରତିବାଦୀ ବା ଭିନ୍ନମତବାଦୀ। ତାଙ୍କର କବିତା, ଭଜନ ଓ ବୋଲି ଆଜି ବି ସମାଜରେ ଗୁରୁତ୍ଵ ବହନ କରୁଛି। ତାଙ୍କର ଜନ୍ମସ୍ଥାନ ଓ ଜନ୍ମ ବର୍ଷକୁ ନେଇ ନୂଆ ନୂଆ ବିବାଦ ସର୍ବଦା ଶୁଣିବାକୁ ମିଳେ। ନିକଟରେ ପ୍ରକାଶିତ ସେହିଭଳି ଏକ ଖବର ଅନୁସାରେ ଯଦି ବୌଦ୍ଧ ଜିଲ୍ଲା ଗୋପପୁର ଗ୍ରାମକୁ ଆଲୋଚନା ପରିସରକୁ ନିଆଯିବ ତେବେ ଏହା ତାଙ୍କର ଷଷ୍ଠ ଜନ୍ମସ୍ଥାନ ହେବ। ଏହା ପୂର୍ବରୁ ଭୀମ ଭୋଇଙ୍କ ଜନ୍ମସ୍ଥାନକୁ ନେଇ ପାଞ୍ଚଟି ସ୍ଥାନ ସମ୍ପର୍କରେ ବିଭିନ୍ନ ଗବେଷକ ଯୁକ୍ତି କରିଛନ୍ତି।

ନଗେନ୍ଦ୍ର ନାଥ ବସୁ ନିଜର ପୁସ୍ତକ ‘ମଡର୍ଣ ବୁଦ୍ଧିଜ୍‌ମ ଆଣ୍ଡ ଇଟ୍ସ ଫଲୋୟର୍ସ’ ପୁସ୍ତକରେ ଭୀମ ଭୋଇଙ୍କ ଜନ୍ମସ୍ଥାନ ଜୋରନ୍ଦା ବୋଲି ଉଲ୍ଲେଖ କରୁଛନ୍ତି। ଏହି ପୁସ୍ତକ ୧୯୧୧ ମସିହାରେ ପ୍ରକାଶିତ ହୁଏ। ନଗେନ୍ଦ୍ର ନାଥ ବସୁଙ୍କ ପ୍ରସ୍ତାବକୁ କିନ୍ତୁ ବାକି ଗବେଷକମାନେ ଗ୍ରହଣ କରୁନାହାନ୍ତି। ବିଜୟଚନ୍ଦ୍ର ମଜୁମଦାର ନିଜର ପୁସ୍ତକ ‘ସୋନପୁର ଇନ ସମ୍ବଲପୁର ଟ୍ରାକ’ ପୁସ୍ତକରେ (୧୯୧୧) ଭୀମ ଭୋଇଙ୍କ ଜନ୍ମସ୍ଥାନ ଗ୍ରାମଡିହା ବୋଲି ଉଲ୍ଲେଖ କରିଛନ୍ତି। ଏହାକୁ କିନ୍ତୁ ସୋନପୁର ରାଜା ବୀର ମିତ୍ରୋଦୟ ସିଂହଦେଓ ଗ୍ରହଣ କରୁନାହାନ୍ତି। ସେ ସୋନପୁର ନିକଟସ୍ଥ ସଂଗ୍ରାମପୁର ଗ୍ରାମ ଭୀମ ଭୋଇଙ୍କ ଜନ୍ମସ୍ଥାନ ବୋଲି ନିଜର ପୁସ୍ତକ ‘ମହାତ୍ମା ଭୀମ ଭୋଇଙ୍କ ଜୀବନ ଚରିତ’ (୧୯୨୭) ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ଭାଗୀରଥି ନେପାକ ନିଜର ପୁସ୍ତକ ‘ଭୀମଭୋଇ : ଦି ଗ୍ରେଟେଷ୍ଟ ଆଦିବାସୀ ପୋଏଟ ପ୍ରଫେଟ’ (୧୯୮୭) ପୁସ୍ତକରେ ପାଇକସରା ଗ୍ରାମ ବୋଲି ଯୁକ୍ତି କରୁଛନ୍ତି। ତଥାପି କରୁଣାକର ସାହୁ ଏହାକୁ ଗ୍ରହଣ ନକରି ନିଜର ପୁସ୍ତକ ‘କବିକୁଳ ଚାନ୍ଦ ସନ୍ଥ ଭୀମ ଭୋଇ’ (୨୦୧୩)ରେ ଜଟାସିଙ୍ଗା ବୋଲି ଦୃଢ଼ ଯୁକ୍ତି ଉପସ୍ଥାପନ କରୁଛନ୍ତି।

ନିକଟରେ ପ୍ରକାଶିତ ଖବର ଅନୁସାରେ ବୈଷ୍ଣବ ଚରଣ ବାବା ନିଜର ପୁସ୍ତକ ‘ଭକ୍ତ ଭୀମ ଭୋଇ କିଏ? କ’ଣ? କାହିଁକି?’ରେ ବୌଦ୍ଧ ଜିଲ୍ଲାର ଗୋପପୁର ଗ୍ରାମକୁ ଭୀମ ଭୋଇଙ୍କ ଜନ୍ମସ୍ଥାନ ବୋଲି ଉଲ୍ଲେଖ କରିବା ହେତୁ ଏହାର ସନ୍ଧାନରେ ବେଶ କିଛି ମହିମା ସନ୍ନ୍ୟାସୀ ଓ ଭକ୍ତ ଗ୍ରାମକୁ ଆସି ଅନୁସନ୍ଧାନ କରିଥିଲେ। ଯଦି ଗୋପପୁରକୁ ବିଚାରକୁ ନିଆଯିବ ତେବେ ଏହା କବିଙ୍କ ଜନ୍ମସ୍ଥାନ ତାଲିକାରେ ଷଷ୍ଠ ସ୍ଥାନ ହେବ। ତାଙ୍କ ମୃତ୍ୟୁର ଦୀର୍ଘ ୧୩୦ ବର୍ଷ ପରେ ବି ତାଙ୍କର ଜନ୍ମସ୍ଥାନକୁ ନେଇ ରହିଥିବା ବିବାଦ ଖବର ପ୍ରକାଶିତ ହେବା ଆଶ୍ଚର୍ଯ୍ୟର ବିଷୟ।

ଏହା ମଧ୍ୟ ଦେଖିବା କଥା ଯେ ଭୀମ ଭୋଇଙ୍କ ପ୍ରକୃତ ଜନ୍ମସ୍ଥାନ କେଉଁଠି ତାହାକୁ ନେଇ ମଧ୍ୟ ଗ୍ରାମ ଗ୍ରାମ ମଧ୍ୟରେ ବିବାଦ ସମ୍ପର୍କିତ ଖବର ବିଭିନ୍ନ ସମୟରେ ଖବରକାଗଜରେ ପ୍ରକାଶିତ ହୁଏ। ନିକଟରେ ରେଢ଼ାଖୋଲରୁ ପ୍ରକାଶିତ ଖବର ଅନୁସାରେ ଜଟାସିଙ୍ଗା କବିଙ୍କ ଜନ୍ମସ୍ଥାନ ନୁହେଁ ବରଂ ମଧୁପୁର ବୋଲି ସ୍ଥାନୀୟ କେତେକ ଗ୍ରାମବାସୀ ଦାବି କରିଛନ୍ତି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ସ୍ୱୀକୃତି ଦେଇଥିବା ସେମାନେ ଯୁକ୍ତି କରିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଲା ମାର୍ଚ୍ଚ ୦୨, ୨୦୨୪ ତାରିଖରେ ରେଢ଼ାଖୋଲ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଗସ୍ତ କରିଥିଲେ। ସେ ଦିନର ପ୍ରକାଶିତ ଖବର ଅନୁସାରେ, ସେ ମଧୁପୁର ସ୍ଥିତ ଧୁନୀ ମଣ୍ଡପ ଓ କନ୍ଧରା ସ୍ଥିତ କୂପ ପରିଦର୍ଶନ କରିବା ସହିତ ରେଢ଼ାଖୋଲଠାରେ ବିରାଟ ସମାବେଶକୁ ସମ୍ବୋଧନ କରିଥିଲେ। କିନ୍ତୁ କୌଣସିଠାରେ ଭୀମ ଭୋଇଙ୍କ ଜନ୍ମସ୍ଥାନ ମଧୁପୁର ବୋଲି ଉଲ୍ଲେଖ କରିନାହାନ୍ତି। ଏପରିକି ରାଷ୍ଟ୍ରପତିଙ୍କ ଅଫିସ ତରଫରୁ ଦିଆଯାଇଥିବା ମାର୍ଚ୍ଚ ୦୨, ୨୦୨୪ ତାରିଖର ପ୍ରେସ ବିଜ୍ଞପ୍ତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଭଳି କୌଣସି ଘୋଷଣା କରିଥିବା ଅଥବା ବକ୍ତବ୍ୟ ଦେଇଥିବା ଉଲ୍ଲେଖ ନାହିଁ।

ଭୀମ ଭୋଇଙ୍କ ବିଶେଷତ୍ଵ ହେଲା ଯେ ସେ ନିଜର ମାତ୍ର ୪୫ରୁ ୫୦ ବର୍ଷର ଜୀବନ ମଧ୍ୟରେ ଯେତିକି ପୁସ୍ତକ ରଚନା କରିଛନ୍ତି ତାହା କ୍ଵଚିତ କେହି କରିପାରିଛନ୍ତି। ଯଦି ଆମେ ଡକ୍ଟର ରଘୁନାଥ ମେହେର ଅଥବା ଡକ୍ଟର ପବିତ୍ର ମୋହନ ନାୟକଙ୍କ ସମ୍ପାଦିତ ‘ଭୀମଭୋଇ ଗ୍ରନ୍ଥାବଳୀ’କୁ ବିଚାରକୁ ନେବା ତେବେ ଉଭୟ ଗ୍ରନ୍ଥାବଳୀର ପୃଷ୍ଠା ସଂଖ୍ୟା ରହିଛି ୨,୦୦୦। ଅର୍ଥାତ ଭୀମ ଭୋଇ ନିଜର ଜୀବନ କାଳ ମଧ୍ୟରେ ୨,୦୦୦ ପୃଷ୍ଠାର କବିତା, ଭଜନ, ବୋଲି ଇତ୍ୟାଦି ରଚନା କରିଛନ୍ତି।

ଗବେଷକଙ୍କ ମତରେ ତାଙ୍କର ପ୍ରଥମ ପୁସ୍ତକ ଥିଲା ‘ନିର୍ବେଦ ସାଧନ’ ଓ ଶେଷ ପୁସ୍ତକ ଥିଲା ‘ସ୍ତୁତୀ ଚିନ୍ତାମଣି’। ଏହି ଉଭୟ ମଧ୍ୟରେ ଅନ୍ୟ ପୁସ୍ତକ ଗୁଡ଼ିକ ହେଲା ବ୍ରହ୍ମନିରୂପଣ ଗୀତା, ଚଉତିଶା ମଧୁଚକ୍ର, ଶିଶୁବେଦ, ଅଷ୍ଟକ ବିହାରୀ ଗୀତା, ଗୁପ୍ତବ୍ରହ୍ମ ଗୀତା, ଆଦିଅନ୍ତ ଗୀତା ଇତ୍ୟାଦି। ଏବେ ବି କେତେକ ରଚନା ତାଙ୍କର ମିଳୁନଥିବା କଥା ମଧ୍ୟ ଆଲୋଚନାକୁ ଆସିଛି।

ବିଡ଼ମ୍ବନା ହେଲା ଯେ ଭୀମ ଭୋଇ ନିଜର ଅଜସ୍ର ରଚନା ମାଧ୍ୟମରେ ଲୋକଙ୍କୁ ସଚେତନ ଓ ସଂଗଠିତ କରିଥିଲେ ମଧ୍ୟ ନିଜର ପିତାମାତା ଓ ଜନ୍ମସ୍ଥାନର ନାମ ଉଲ୍ଲେଖ କରିନାହାନ୍ତି। ସମ୍ଭବତଃ ତାହାକୁ ସେ ଜାଣି ଜାଣି ଊହ୍ୟ ରଖିଛନ୍ତି। ତାହା ପଛରେ ନିଶ୍ଚୟ କୌଣସି କାରଣ ରହିଥିବ। ସେ କାରଣକୁ ମଧ୍ୟ ଭୀମ ଭୋଇ କେଉଁଠାରେ ପ୍ରକାଶ କରିନାହାନ୍ତି। ଏହା କିନ୍ତୁ ଅନୁସନ୍ଧାନ ବା ବୁଝିବାର ବିଷୟ ଯେ ଭୀମ ଭୋଇ ନିଜର ବିରାଟ କବିତା ତାଲିକା ମଧ୍ୟରେ କାହିଁକି ନିଜ ସମ୍ବନ୍ଧରେ କିଛି ଉଲ୍ଲେଖ କରିନାହାନ୍ତି।

ଏହାର ହୁଏତ କାରଣ ହୋଇପାରେ କି ଯେ ଭୀମ ଭୋଇ ନିଜ ରଚନାରେ ସେ ଯେଉଁ ସମଗ୍ର ପୃଥିବୀ ଅଥବା ତିନି ବ୍ରହ୍ମାଣ୍ଡର କଥା କହୁଛନ୍ତି ସେହି ବିଶାଳତା ମଧ୍ୟରେ ନିଜକୁ ଅତି କ୍ଷୁଦ୍ର ମନେ କରିଥିବା କାରଣରୁ ନିଜ ସମ୍ବନ୍ଧରେ କିଛି ବି ଉଲ୍ଲେଖ କରିନାହାନ୍ତି। କବିଙ୍କର ଅତି ପ୍ରସିଦ୍ଧ କବିତା ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ’ରେ ସମଗ୍ର ପ୍ରାଣୀ ଜଗତର କଥା ସେ କହୁଛନ୍ତି। ସେହି ପ୍ରାଣୀଙ୍କ ମଧ୍ୟରେ ମଣିଷ, ପଶୁ ପକ୍ଷୀ, ବୃକ୍ଷ ଇତ୍ୟାଦି ଆସୁଛି।

ତାଙ୍କର ଅନ୍ୟ ଏକ ପଂକ୍ତି ହେଲା ‘ଧରିତ୍ରୀ ଆକାଶ ନଲାଗଇ / ମହାଶୂନ୍ୟ ଶୁନ୍ୟେ ଶୂନ୍ୟଦେହୀ’ (ଭଜନସଂଖ୍ୟା : ୧୯୧) ଅଥବା ‘ଜଣାଉଛି ମୁଁ ଯେ ଭକ୍ତିଭାବ ରଞ୍ଜେ ଆହେ ମଣିମା ଅନନ୍ତ / ତିନି ବ୍ରହ୍ମାଣ୍ଡରେ ଯେତେ ଜୀବ ଛନ୍ତି ସମସ୍ତେ ତୁମ୍ଭ ଭକତ।’ ସେ କହୁଥିବା ଦୃଶ୍ୟ ଅଦୃଶ୍ୟ ବ୍ରହ୍ମାଣ୍ଡ ମଧ୍ୟରେ ନିଜକୁ ଅତି ଗୌଣ ମନେକରିବା ଭକ୍ତିଯୋଗର ରାସ୍ତା। ଏଥିରେ ନିଜର ଅସ୍ତିତ୍ଵକୁ ତୁଚ୍ଛ ମନେ କରିବାରେ କୌଣସି ଅସ୍ୱାଭାବିକତା ନାହିଁ।

କିନ୍ତୁ ଭୀମ ଭୋଇଙ୍କ ପ୍ରଥମ ରଚନା ‘ନିର୍ବେଦ ସାଧନା’ କୌଣସି ଭକ୍ତି ରସାମୃତ କବିତା ବା ଭଜନ ନୁହେଁ। ବରଂ ଏହା ଭିନ୍ନ ମତବାଦୀ କବିତା। ତାଙ୍କୁ ତାହା ଭିନ୍ନ ମତବାଦୀ ବା ପ୍ରତିବାଦୀ ମଣିଷ ଭାବରେ ପରିଚିତ କରାଏ। ସେ ଠାଏ ଲେଖୁଛନ୍ତି, ‘ଲକ୍ଷେ ରାଜାର ଛତ୍ର ବାନା / ଗାତରେ ପୋତାଯିବ ସିନା’ ପୁଣି ଅନ୍ୟତ୍ର ଲେଖୁଛନ୍ତି, ‘ଏ ରାଜାମାନେ ଖଟିଥିବେ / ସମସ୍ତେ (ମହିମା ଗୋସେଇଁଙ୍କ) ଆଜ୍ଞାରେ ଚଳିବେ।’ ଏହା ଗଡ଼ଜାତ ସମୟର କଥା। ଗଡ଼ଜାତ ରାଜାମାନେ ବ୍ରିଟିଶଙ୍କୁ ନିଜର ଟିକସ ଦେବା ପରେ ସେହି ଟିକସ ଆଦାୟ ନାମରେ ଲୋକଙ୍କୁ ଅତ୍ୟଧିକ ଶୋଷଣ କରୁଥିଲେ, ଏପରିକି ମୃତ୍ୟୁଦଣ୍ଡ ମଧ୍ୟ ଦେଉଥିଲେ। ତେଣୁ ଏଭଳି ପ୍ରତିବାଦୀ କବିତାରେ ଭୀମଭୋଇ ଚାହିଁଥିଲେ ନିଜର ପରିଚୟ ଅବଶ୍ୟ ଲେଖିପାରିଥାନ୍ତେ।

ସେ ନିଜ ପରିଚୟକୁ ନେଇ ନୀରବ ରହିବାର ଦ୍ଵିତୀୟ କାରଣ ହୋଇପାରେ ତାଙ୍କର ସାମାଜିକ ଆନ୍ଦୋଳନ। ହୁଏତ ଭୀମ ଭୋଇ ନେତୃତ୍ଵ ନେଇଥିବା ସାମାଜିକ ଆନ୍ଦୋଳନ ତାଙ୍କୁ ନିଜ ପରିଚୟ ବଖାଣିବାରେ ଅଯଥା ଲାଗିଥାଇପାରେ। ଭୀମଭୋଇ ଏଭଳି ଜଣେ କବି ଥିଲେ ଯେ ନିଜେ କବିତା ରଚନା କରିବା ସହିତ ତାହାକୁ ଲୋକଙ୍କ ମଧ୍ୟରେ ଖଞ୍ଜଣି ଧରି ଆବୃତ୍ତି ମଧ୍ୟ କରୁଥିଲେ। ତାହା ହିଁ ଥିଲା ତାଙ୍କର ସାମାଜିକ ଆନ୍ଦୋଳନର କାର୍ଯ୍ୟକ୍ରମ। ‘ଜାତି ଅଜାତି ନବାଛିବୁ / ସକଳ ଗୃହରେ ଭୁଞ୍ଜିବୁ’ ଅଥବା ‘ତିନି ବ୍ରହ୍ମାଣ୍ଡରେ ଲୋଡ଼ି ଆସ ତୁମ୍ଭେ ଏକ ଜଣ ଏକ ଜାତି / ସେହି ସବୁଙ୍କୁ ଶତ ଜାତି କରିଛି ତାହାର ରଚିଲା ପୃଥ୍ୱୀ’ ଲୋକଙ୍କ ଭାବନା ମଧ୍ୟକୁ ପ୍ରବେଶ କରୁଥିଲା। ଶତାଧିକ ଲୋକ ତାଙ୍କୁ ଅନୁଗମନ କରୁଥିଲେ। ହୁଏତ ଜାତିପ୍ରଥାର ପ୍ରତିବାଦରେ ସେ ନିଜର ସମଗ୍ର ଠିକଣାକୁ ବାଦ ଦେଇଥାଇପାରନ୍ତି। ହିନ୍ଦୁ ଧର୍ମ ମଧ୍ୟରେ ଜନ୍ମରୁ ଜଣେ ମଣିଷ ନେଇ ଆସୁଥିବା ଜାତିଗତ ପରିଚୟର ପ୍ରତିବାଦରେ ହୁଏତ ସେ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି।

ସେ ଯାହା କାରଣ ହୋଇଥାଉ ନା କାହିଁକି କିନ୍ତୁ ଭୀମ ଭୋଇ କୌଣସି ଠାରେ ନିଜର ପରିଚୟକୁ ଠିକରେ ଉଲ୍ଲେଖ କରିନାହାନ୍ତି। ବ୍ରିଟିଶ ରିପୋର୍ଟ ମଧ୍ୟ ନୀରବ ରହିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଭୀମ ଭୋଇ ନିଜର ଜୀବିତ ଅବସ୍ଥାରେ ଆଦୌ ନିଜର ସମସାମୟିକ ଲେଖକ, ସମ୍ପାଦକ ଅଥବା ବୁଦ୍ଧିଜୀବୀଙ୍କ ଦ୍ଵାରା ଖୋଜା ଯାଇନାହାନ୍ତି। ଭୀମ ଭୋଇଙ୍କ ସମସାମୟିକ ଲେଖକ ଓ ଔପନ୍ୟାସିକ ଫକିର ମୋହନ ସେନାପତି, କବି ରାଧାନାଥ ରାୟ, ମଧୁସୂଦନ ଦାସ ଓ ଗଙ୍ଗାଧର ମେହେର ପ୍ରମୁଖ ଭୀମ ତାଙ୍କ ସମ୍ବନ୍ଧରେ କିଛି ବି ମନ୍ତବ୍ୟ ଦେଇନାହାନ୍ତି। ପ୍ରାୟତଃ ସେମାନେ ଭୀମ ଭୋଇଙ୍କ ସମ୍ପର୍କରେ ଅଜ୍ଞ ଥିଲେ ଅଥବା ଆଗ୍ରହୀ ନଥିଲେ। ୧୯୫୦ ଦଶକ ପରେ ଭୀମ ଭୋଇଙ୍କ ସମ୍ପର୍କରେ ଅଧିକ ଚର୍ଚ୍ଚା ହୋଇଥିବା ବିଭିନ୍ନ ପତ୍ରିକାରୁ ଜଣାପଡୁଛି।

ଭୀମ ଭୋଇ ଏଭଳି ଏକ ବ୍ରହ୍ମାଣ୍ଡର ପରିକଳ୍ପନା କରିଛନ୍ତି ଯେଉଁଠି କୌଣସି ଜାତିଭେଦ ରହିବ ନାହିଁ, କ୍ଷମତା ନାମରେ ରାଜା ବା କୌଣସି କ୍ଷମତାଧାରୀ ଅଧିକାରୀ ଦ୍ଵାରା ଶୋଷଣ ରହିବ ନାହିଁ, ମୂର୍ତ୍ତିପୂଜା ଓ ତୀର୍ଥଯାତ୍ରା ରହିବ ନାହିଁ, ମଣିଷକୁ ମଣିଷର ଘୃଣା ରହିବ ନାହିଁ କିମ୍ବା ଅଳ୍ପ ମଣିଷଙ୍କ ହାତରେ ଧନ ଠୁଳ ହୋଇରହିବ ନାହିଁ। ମହିମା ଗୋସେଇଁଙ୍କ କଳ୍ପିତ ସମାଜର ରୂପରେଖକୁ ନିଜ ମଧ୍ୟରେ ସ୍ଥାନିତ କରିଥିବା କଥା ସେ ବାରମ୍ବାର ଲେଖୁଛନ୍ତି।

ଭୀମ ଭୋଇଙ୍କ ଗୁରୁ ମହିମା ଗୋସେଇଁଙ୍କ ସମ୍ବନ୍ଧରେ ଆଦୌ କୌଣସି ଲିଖିତ ତଥ୍ୟ ମିଳୁନାହିଁ। ସେ ନିଜେ ମଧ୍ୟ କିଛି ଲେଖିନାହାନ୍ତି କିମ୍ବା ନିଜ ବିଚାର ସମ୍ବନ୍ଧରେ କିଛି ଲେଖିନାହାନ୍ତି। ଉକ୍ତ ସମୟର ଖବରକାଗଜରୁ ମହିମା ଗୋସେଇଁଙ୍କ କାର୍ଯ୍ୟ ସମ୍ବନ୍ଧରେ ଯାହା ସୂଚନା ମିଳେ।

ଉତ୍କଳ ଦୀପିକାର ସଂଖ୍ୟା ୨୨ ତାରିଖ ଜୁନ ୦୧, ୧୮୬୭ରେ ପ୍ରକାଶିତ ହେଉଛି, ‘କଟକ ନିକଟସ୍ଥ କେତେ ଗଡ଼ଜାତମାନଙ୍କରେ ଏକ ନୂତନ ଧର୍ମ ପ୍ରଚାର ହେବାର ଉପକ୍ରମ ହୋଇଅଛି। ଏ ଧର୍ମର ନାମ ମହିମା। ଢେଙ୍କାନାଳର ଅନ୍ତଃପାତୀ କପିଳାସ ପର୍ବତରେ ଏକ ଫଳହାରୀ ସନ୍ନ୍ୟାସୀ ଥିଲେ। .... ବର୍ତ୍ତମାନ ସେ ବକ୍କଳ ପରିଧାନ କରି ନୂତନ ଏକ ଧର୍ମ ପ୍ରଚାର କରିବାରେ ପ୍ରବୃତ୍ତ ହୋଇଅଛନ୍ତି। ଏ ଧର୍ମରେ ଜାତି ବିଚାର ନାହିଁ, ଶ୍ରାଦ୍ଧାଦି କ୍ରିୟା ଏବଂ ପିତୁଳା ପୂଜା ନିଷେଧ। ସେମାନଙ୍କୁ ଦାଣ୍ଡ ମଧ୍ୟରେ ଭଙ୍ଗା ଖପରାରେ ଯେ କୌଣସି ଜାତି ଯାହା କିଛି ଖାଇବାକୁ ଦେଲେ ଆହାର କରନ୍ତି।’

ଉତ୍କଳ ଦୀପିକା ପତ୍ରିକାର ସେପ୍ଟେମ୍ବର ୦୬, ୧୮୭୩ ସଂଖ୍ୟାରେ ପୁଣି ପ୍ରକାଶ ପାଏ, ‘ଆମ୍ଭମାନଙ୍କର ଯାଜପୁର ସଂବାଦଦାତା ଲେଖନ୍ତି ଯେ କୁମ୍ଭୀପଟ ନାମଧ୍ୟେୟ ସନ୍ନ୍ୟାମାନଙ୍କ ଦ୍ଵାରା ଜାତି ବିନାଶର ପ୍ରବଳ ଉପାୟ ହେବାର ଦେଖି ଯାଜପୁରରେ ବ୍ରାହ୍ମଣମାନେ ସଭାକରି ସ୍ଥିର କରିଅଛନ୍ତି ଯେ ମହିମା ବାବାଜୀଙ୍କ ଦ୍ଵାରା ଜାତି ନାଶ ହୁଅଇ ସେମାନେ ପତିତ ହେବେ ଓ ବିଧିମତେ ପ୍ରାୟଶ୍ଚିତ ନକଲେ କେହି ତାହାଙ୍କର ସଂସର୍ଗୀ ହେବେ ନାହିଁ।’ (ଉତ୍ସ: ‘ଶୂନ୍ୟଦେହି, ଅଛ ଉଦେ ହୋଇ’, ଲେଖକ: ଗୌରାଙ୍ଗ ଚରଣ ଦାଶ, ପୃଷ୍ଠା ୧୫୩ – ୧୫୪)

ମହିମା ଗୋସେଇଁଙ୍କୁ ୧୮୨୬ ମସିହାରେ ହିମାଳୟଠାରେ ଠାବ କରାଯାଇଥିବା, ପରେ ସେ ଧୂଳିଆ ବାବା ଭାବରେ ପୁରୀରେ ଦଶ ବର୍ଷ ଓ କପିଳାସ ପାହାଡ଼ରେ ଫଳହାରୀ ବାବା ଭାବରେ ପୁଣି ଦଶ ବର୍ଷ ରହିବା ସମ୍ପର୍କରେ ବ୍ରିଟିଶ ରିପୋର୍ଟରେ (୧୮୮୧) ଉଲ୍ଲେଖ ରହିଛି। ମହିମା ଗୋସେଇଁ ନୂତନ ଧର୍ମ ୧୮୬୪ ମସିହାରେ କଟକ ଜିଲ୍ଲା ବାଙ୍କି ନିକଟସ୍ଥ ମାଳବିହାରପୁର ଠାରୁ ଆରମ୍ଭ କରିଛନ୍ତି ଓ ୧୮୭୫ ମସିହାରେ ଜୋରନ୍ଦା ଠାରେ ପ୍ରାଣତ୍ୟାଗ କରିଥିବା ଉକ୍ତ ବ୍ରିଟିଶ ରିପୋର୍ଟ ଓ ଉତ୍କଳ ଦୀପିକାର ବିଭିନ୍ନ ସଂଖ୍ୟା (ଯାହା ଓଡ଼ିଆବିଭବ ଡଟ କମ ୱେବସାଇଟରେ ଉପଲବ୍ଧ) ସୂଚନା ଦିଏ।

ମହିମା ଗୋସେଇଁଙ୍କ ଭଳି ଜଣେ ସାହସୀ ପ୍ରତିବାଦୀଙ୍କ ସମ୍ପର୍କରେ ଓଡ଼ିଶାର ମଧ୍ୟଯୁଗୀୟ ଇତିହାସ ସଂପୂର୍ଣ୍ଣ ନୀରବ ରହିଛି। ତାଙ୍କ ସମ୍ପର୍କରେ କୌଣସି ଠାରେ ନା କିଛି ଉଲ୍ଲେଖ ରହିଛି ନା ସେ କିଛି ନିଜ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ ଅତି ସାହସୀ, ଦୃଢ଼ମନା, ସଂବେଦନଶୀଳ ଓ ବିରାଟ ସଂଗଠକ ଥିଲେ ବୋଲି ଜଣାପଡ଼େ। ସେ ନଅଙ୍କ ଦୁର୍ଭିକ୍ଷ ସମୟରେ (୧୮୬୬) ଲୋକଙ୍କ ଲାଗି ଖାଦ୍ୟ ଯୋଗାଡ଼ କରିବା ଲାଗି ରାଜାମାନଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଏଭଳି ଜଣେ ମଣିଷ ନିଜ ସମ୍ପର୍କରେ କୌଣସି ସୂଚନା ନଦେବା ଆଶ୍ଚର୍ଯ୍ୟ ହେଲେ ବି ବାସ୍ତବ ସତ୍ୟ। କୁହାଯାଏ ଯେ ଭୀମ ଭୋଇଙ୍କୁ ସେ ନିଜର ସହଚର କରିଦେଇଥିଲେ। ମହିମାଙ୍କ ନାମ ନେଇ ଭୀମ ଭୋଇ ନିଜର କଥା ଲେଖିଥିବା କଥା ସେ ବିଭିନ୍ନ ପଦରେ ଉଲ୍ଲେଖ କରିଛନ୍ତି।

ତେଣୁ ଯେଉଁଠାରେ ଭୀମ ଭୋଇ ନିଜେ ନିଜ ସମ୍ବନ୍ଧରେ କୌଣସି ତଥ୍ୟ ଦେବା ଲାଗି ଉଚିତ ମନେ କରିନାହାନ୍ତି, ତଥାପି, ସମାଜରେ ବିରାଟ ପରିବର୍ତ୍ତନର ଆହ୍ଵାନ ଦେଇଛନ୍ତି ସେଠାରେ ତାଙ୍କର ଜନ୍ମସ୍ଥାନକୁ ନେଇ ବିବାଦ କରିବା ଉଚିତ ହେବ କି ତାଙ୍କର ପରିକଳ୍ପିତ ସମାଜକୁ ବାସ୍ତବ କରିବା ଦିଗରେ ଉଦ୍ୟମ କରିବା ଅଧିକ ଉପଯୁକ୍ତ ହେବ? ଜନ୍ମସ୍ଥାନକୁ ଖୋଜିବା ଅପେକ୍ଷା ଜାତିଶୂନ୍ୟ ଓ ଲିଙ୍ଗଭେଦ ଶୂନ୍ୟ ସମାଜ ଲାଗି ଉଦ୍ୟମ ସମସ୍ତେ କରିବା ଅଧିକ ଉଚିତ ହେବ।

ମୋବାଇଲ - ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story