ମନରେଗା ମଜୁରୀ କେତେ ବଢ଼ିଲା?

ସରକାରଙ୍କ ଦ୍ୱାରା ସଦ୍ୟ ଘୋଷିତ ମଜୁରୀ ତାଲିକାରେ ଉପରୋକ୍ତ ରାଜ୍ୟମାନେ ସବୁଠାରୁ ନିମ୍ନରେ ରହିଛନ୍ତି। ଗରିବୀ ଓ ଦାଦନ ଶ୍ରମିକରେ ସବୁଠାରୁ ଆଗରେ ଥିବା ରାଜ୍ୟରେ ମନରେଗା ମଜୁରୀ ଛତିଶଗଡ଼ (୨୨୧ ଟଙ୍କା), ମଧ୍ୟପ୍ରଦେଶ (୨୨୧ ଟଙ୍କା), ବିହାର (୨୨୮ ଟଙ୍କା), ଝାଡ଼ଖଣ୍ଡ (୨୨୮ ଟଙ୍କା), ଉତ୍ତର ପ୍ରଦେଶ (୨୩୦ ଟଙ୍କା), ଉତ୍ତରାଖଣ୍ଡ (୨୩୦ ଟଙ୍କା), ପଶ୍ଚିମ ବଙ୍ଗ (୨୩୭ ଟଙ୍କା) ଓ ଓଡ଼ିଶା (୨୩୭ ଟଙ୍କା) ଥିବା ବେଳେ ହରିୟାଣାରେ ଏହା ଦୈନିକ ୩୫୭ ଟଙ୍କା ରହିଛି।

MGNREGA Workers

MGNREGA Workers

Debendra Prusty
  • Published: Monday, 10 April 2023
  • Updated: 10 April 2023, 03:46 PM IST

News Highlights

  • ଦେଶରେ ମନରେଗାରେ ମୋଟ ୧୪.୯୮ କୋଟି ସକ୍ରୀୟ କାର୍ଡ଼ଧାରୀ ରହିଥିବା ବେଳେ ତା’ର ଅଧାରୁ କମ୍ ଲୋକ ହିଁ କାମ ପାଇଥାନ୍ତି।
  • ୨୪ ଜାନୁୟାରୀ ୨୦୨୩ ସୁଦ୍ଧା କାମ ମାଗିଥିବା ମୋଟ ୬.୪୯ କୋଟି ପରିବାରଙ୍କ ମଧ୍ୟରୁ ୬.୪୮ କୋଟି ଶ୍ରମିକଙ୍କୁ କାମ ମିଳି ପାରିଛି।
  • ୨୦୨୨-୨୩ ବର୍ଷରେ ମନରେଗା ଶ୍ରମିକମାନଙ୍କ ହାରାହାରି ମଜୁରୀ ୨୧୭.୮୭ ଟଙ୍କା ରହିଥିଲା। ଅଥଚ ସେହିବର୍ଷ ପୁରୁଷ କୃଷି ଶ୍ରମିକମାନଙ୍କ ଦୈନିକ ହାରାହାରି ମଜୁରୀ ୩୪୯.୭୭ ଟଙ୍କା ରହିଥିଲା।

Sports

Latest News

ନିକଟରେ କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି ଆଇନ (ମନରେଗା) ଅର୍ନ୍ତଗତ ଶ୍ରମିକମାନଙ୍କୁ ଦିଆଯାଉଥିବା ମଜୁରୀରେ ସଂଶୋଧନ କରିଛନ୍ତି। ଦୀର୍ଘ ବର୍ଷ ପରେ ମଜୁରୀରେ ହୋଇଥିବା ଏହି ସଂଶୋଧନଟି ନାମକୁ ମାତ୍ର ଯାହାକି ଖୋଦ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଗ୍ରାମାଞ୍ଚଳରେ ଅଣକୁଶଳୀ କାର୍ଯ୍ୟ ପାଇଁ ଘୋଷିତ ସର୍ବନିମ୍ନ ମଜୁରୀ (୪୨୯ ଟଙ୍କା) ଠାରୁ ମଧ୍ୟ କମ୍। ମନରେଗା ମଜୁରୀରେ ଏହି ସାମାନ୍ୟତମ ବୃଦ୍ଧିଟି ଦେଶର ଗ୍ରାମାଞ୍ଚଳର ସବୁଠାରୁ ଅବହେଳିତ ଲୋକଙ୍କ ପ୍ରତି ସରକାରଙ୍କ ଚରମ ଉଦାସୀନତାକୁ ପ୍ରତିଫଳିତ କରୁଛି। ଏହା ବଜାରରେ ମୌଳିକ ଆବଶ୍ୟକ ବସ୍ତୁର ମୂଲ୍ୟର ବୃଦ୍ଧିକୁ ମଧ୍ୟ ଭରଣା କରୁନି ଏବଂ ସରକାର କୌଣସି ସାଧାରଣ ଜ୍ଞାନର ପ୍ରୟୋଗ ନକରି ଏକ ନିୟମିତ ଅମଲାତାନ୍ତ୍ରିକ ନିଷ୍ପତ୍ତି ଭାବେ କାର୍ଯ୍ୟକାରୀ କରିଥିବା ଜଣାପଡ଼ୁଛି।

ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ରୋଜଗାର ଏବଂ ଜୀବିକାର ସୁରକ୍ଷା ଭାବରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ସେହି ଦୃଷ୍ଟିରୁ ବେକାରୀ ଏବଂ ସ୍ଥାନାନ୍ତରଣ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟଗୁଡ଼ିକରେ ଏହାର କାର୍ଯ୍ୟକାରିତା ଏବଂ ମଜୁରୀ ଅଧିକ ଶକ୍ତିଶାଳୀ ହେବା ଉଚିତ। କିନ୍ତୁ ଓଲଟା ସେସବୁ ରାଜ୍ୟରେ ମନରେଗା ଶ୍ରମିକମାନେ ସବୁଠାରୁ କମ୍ ମଜୁରୀ ପାଉଛନ୍ତି। ସରକାରଙ୍କ ଦ୍ୱାରା ସଦ୍ୟ ଘୋଷିତ ମଜୁରୀ ତାଲିକାରେ ଉପରୋକ୍ତ ରାଜ୍ୟମାନେ ସବୁଠାରୁ ନିମ୍ନରେ ରହିଛନ୍ତି। ଗରିବୀ ଓ ଦାଦନ ଶ୍ରମିକରେ ସବୁଠାରୁ ଆଗରେ ଥିବା ରାଜ୍ୟରେ ମନରେଗା ମଜୁରୀ ଛତିଶଗଡ଼ (୨୨୧ ଟଙ୍କା), ମଧ୍ୟପ୍ରଦେଶ (୨୨୧ ଟଙ୍କା), ବିହାର (୨୨୮ ଟଙ୍କା), ଝାଡ଼ଖଣ୍ଡ (୨୨୮ ଟଙ୍କା), ଉତ୍ତର ପ୍ରଦେଶ (୨୩୦ ଟଙ୍କା), ଉତ୍ତରାଖଣ୍ଡ (୨୩୦ ଟଙ୍କା), ପଶ୍ଚିମ ବଙ୍ଗ (୨୩୭ ଟଙ୍କା) ଓ ଓଡ଼ିଶା (୨୩୭ ଟଙ୍କା) ଥିବା ବେଳେ ହରିୟାଣାରେ ଏହା ଦୈନିକ ୩୫୭ ଟଙ୍କା ରହିଛି।

ଚଳିତ ବର୍ଷ କେନ୍ଦ୍ର ସରକାର ବଜେଟରେ ମନରେଗା ବାବଦରେ ବ୍ୟୟବରାଦକୁ ପୂର୍ବବର୍ଷ ତୁଳନାରେ ବୃଦ୍ଧି କରିବା ବଦଳରେ ୧୮% ହ୍ରାସ କରିଛନ୍ତି। ଯଦି ଗତ ବର୍ଷର ସଂଶୋଧିତ ବ୍ୟୟବରାଦ ସହିତ ତୁଳନା କରାଯିବ ତାହେଲେ ଏହି ହ୍ରାସର ପରିମାଣ ୩୩% ହେଉଛି। ଗତବର୍ଷର ବଜେଟରେ ଏ ବାବଦରେ ମୋଟ ୭୩,୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ସଂଶୋଧିତ ବଜେଟରେ ଏହି ରାଶି ୮୯,୦୦୦ କୋଟି ଟଙ୍କାରେ ପହଂଚିଥିଲା। କିନ୍ତୁ ଚଳିତ ଆର୍ଥିକ ବର୍ଷରେ ସରକାର ଏବାବଦରେ ମୋଟ ବ୍ୟୟବରାଦକୁ ୬୦,୦୦୦ କୋଟି ଟଙ୍କାକୁ ହ୍ରାସ କରିଛନ୍ତି। ଦେଶର ମୋଟ ବଜେଟରେ ମନରେଗାର ବ୍ୟୟବରାଦ ହାର ୨୦୧୬ରେ ୨.୪% ରହିଥିବା ବେଳେ ୨୦୨୩ରେ ତାହା ୨.୧%କୁ ହ୍ରାସ ପାଇଛି। ଚଳିତ ବଜେଟରେ ଏହି ହାର ଆହୁରି ହ୍ରାସ ପାଇ ୧.୩%ରେ ପହଂଚିଛି।

ମନରେଗା ଯୋଜନାଟି କାମ କରିବା ଲୋକଙ୍କ ଦାବି ମୁତାବକ କାର୍ଯ୍ୟକାରୀ କରାଯାଇଥାଏ। ଦେଶରେ ମନରେଗାରେ ମୋଟ ୧୪.୯୮ କୋଟି ସକ୍ରୀୟ କାର୍ଡ଼ଧାରୀ ରହିଥିବା ବେଳେ ତା’ର ଅଧାରୁ କମ୍ ଲୋକ ହିଁ କାମ ପାଇଥାନ୍ତି। ୨୪ ଜାନୁୟାରୀ ୨୦୨୩ ସୁଦ୍ଧା କାମ ମାଗିଥିବା ମୋଟ ୬.୪୯ କୋଟି ପରିବାରଙ୍କ ମଧ୍ୟରୁ ୬.୪୮ କୋଟି ଶ୍ରମିକଙ୍କୁ କାମ ମିଳି ପାରିଛି। ଯେଉଁମାନେ ଏଥିରେ କାମ ଆବଶ୍ୟକ କରନ୍ତି ଅଧିକାରୀମାନେ ପ୍ରାୟତଃ ସେମାନଙ୍କ ଆବେଦନକୁ ରେକର୍ଡ କରନ୍ତି ନାହିଁ। ଗତ ବର୍ଷ ଏଥିରେ ୭.୫ କୋଟିରୁ ଅଧିକ ପରିବାର କାର୍ଯ୍ୟ କରିଥିଲେ। ଏଥିରେ କାମ କରୁଥିବା ଅଧିକାଂଶ ଶ୍ରମିକଙ୍କୁ ବର୍ଷକୁ ଘୋଷଣା ମୁତାବକ ଶହେ ଦିନିଆ କାମ ମିଳି ନଥାଏ। ଯଦି ଏଥିରେ ପଞ୍ଜିକୃତ ହୋଇଥିବା ସମସ୍ତ ୧୫ କୋଟି ଶ୍ରମିକଙ୍କୁ ବାର୍ଷିକ ଶହେ ଦିନ କାମ ଯୋଗାଇବାକୁ ପଡ଼ିବ ତାହେଲେ ସରକାରଙ୍କୁ ଏହି ଯୋଜନାରେ ବାର୍ଷିକ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ।

ମନରେଗାରେ କାମ କରିବାକୁ ଗ୍ରାମାଞ୍ଚଳର ଗରିବ ଲୋକ ଅଧିକରୁ ଅଧିକ ଅନାଗ୍ରହ ହେବା ପଛରେ ମୁଖ୍ୟତଃ ତିନୋଟି କାରଣ ରହିଛି। ପ୍ରଥମତଃ ଏଥିରେ ସରକାରୀ ଅଧିକାରୀଙ୍କ ମିଳାମିଶାରେ ଯେଉଁ ବ୍ୟାପକ ବାଟମାରଣା ହେଉଛି, ମଣିଷ ବଦଳରେ ମେସିନ୍ ଲଗାଇ ମିଥ୍ୟା ହିତାଧିକାରୀଙ୍କ ବ୍ୟାଙ୍କଖାତାରେ ମଜୁରୀ ଜମା ହେଉଛି। ଏହାଫଳରେ ଗ୍ରାମାଞ୍ଚଳରେ କାମ ଖୋଜୁଥିବା ପ୍ରକୃତ ଗରିବ ଲୋକେ କାମ ପାଉନାହାନ୍ତି। ନିଜର ହରଲୁଟ୍ ବନ୍ଦ ହୋଇଯିବାର ଭୟରେ ସେମାନଙ୍କୁ ଏହି ଯୋଜନାରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାମରେ ନିୟୋଜିତ କରିବାକୁ ସରକାରୀ ଅଧିକାରୀ ଓ ନେତାମାନେ ବି ଆଗ୍ରହୀ ନୁହଁନ୍ତି।

ଦ୍ୱିତୀୟତଃ ମନରେଗାରେ ଶ୍ରମିକମାନଙ୍କୁ ଯେଉଁ ମଜୁରୀ ମିଳୁଛି ତାହା ବଜାର ଦରଠାରୁ ବହୁତ କମ୍ ହୋଇଥିବାରୁ ସେତିକି ମଜୁରୀରେ ଶ୍ରମିକମାନେ କାମ କରିବାକୁ ଆଗ୍ରହୀ ନୁହଁନ୍ତି। ମନରେଗା ମଜୁରୀକୁ ସଂପୃକ୍ତ ରାଜ୍ୟର ସର୍ବନିମ୍ନ ମଜୁରୀ ହାରରେ ପ୍ରଦାନ କରାଯାଉ ବୋଲି ଅତିତରେ ବାରମ୍ବାର ଦାବି କରାଯାଇଥିବା ସତ୍ତ୍ୱେ କୌଣସି ସରକାର ତାକୁ କାର୍ଯ୍ୟକାରୀ କରିବାକୁ ଇଛାଶକ୍ତି ଦେଖାଇ ନାହାନ୍ତି। ଖୋଦ ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ ୨୦୨୨-୨୩ ବର୍ଷରେ ମନରେଗା ଶ୍ରମିକମାନଙ୍କ ହାରାହାରି ମଜୁରୀ ୨୧୭.୮୭ ଟଙ୍କା ରହିଥିଲା। ଅଥଚ ସେହିବର୍ଷ ପୁରୁଷ କୃଷି ଶ୍ରମିକମାନଙ୍କ ଦୈନିକ ହାରାହାରି ମଜୁରୀ ୩୪୯.୭୭ ଟଙ୍କା ରହିଥିଲା।

ତୃତୀୟତଃ ମନରେଗାରେ ଶ୍ରମିକମାନଙ୍କ ମଜୁରୀ ମିଳିବାରେ ଅହେତୁକ ବିଳମ୍ବ ବି ସେମାନଙ୍କୁ ଏଥିରେ କାମ କରିବାକୁ ଏକରକମ ନିରୁତ୍ସାହିତ କରୁଛି। ଖୋଦ୍ ସରକାରଙ୍କ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ୩୬୩୦ କୋଟି ଟଙ୍କାର ମଜୁରୀ ୧୫ ଦିନ ବିଳମ୍ବରେ ଦିଆଯାଇଥିବା ବେଳେ ୧୦୧୦ କୋଟି ଟଙ୍କାର ବକେୟା ଅନେକ ମାସ ଧରି ପଡ଼ିଛି। ଏହିଭଳି ଭାବେ କାମ କରିବା ପରେ ଶ୍ରମିକମାନେ ମାସ ମାସ ଏପରି କେତେକ କ୍ଷେତ୍ରରେ ବର୍ଷରୁ ଅଧିକ କାଳ ବି ମଜୁରୀ ପାଉନଥିବା ଦେଖାଯାଇଛି। ତେବେ ଏହି ବକେୟା ମଜୁରୀ ପାଇଁ ମୂଳତଃ କେନ୍ଦ୍ର ସରକାର ହିଁ ଦାୟୀ। କାରଣ ରାଜ୍ୟମାନେ ଅନୁଦାନ ଓ ଅତିରିକ୍ତ ଅନୁଦାନ ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେ କେନ୍ଦ୍ର ସରକାର ବିଭିନ୍ନ ଆଳରେ ତାକୁ ବିଳମ୍ବ କରି ଆସୁଛନ୍ତି। ଫଳରେ କାମ କରିବା ପରେ ଅନେକ ସମୟରେ ମଜୁରୀ ପାଇବା ପାଇଁ ବି ଶ୍ରମିକମାନଙ୍କୁ ସରକାରଙ୍କ ପାଖରେ ଆନ୍ଦୋଳନ କରିବାକୁ ପଡ଼ୁଛି।

ଚଳିତ ବର୍ଷ ଜାନୁଆରୀ ମାସରେ ସରକାର ନେସନାଲ ମୋବାଇଲ ମନିଟାରିଙ୍ଗ ସର୍ଭିସ (ଏନଏମ୍ଏମ୍ଏସ୍) ନାମକ ଏକ ମୋବାଇଲ ମନିଟରିଙ୍ଗ୍ ସର୍ଭିସ ଜରିଆରେ ଶ୍ରମିକମାନଙ୍କ ଅନଲାଇନ୍ ହାଜିରା ପକାଇବାକୁ ଅନିବାର୍ଯ୍ୟ କରି ଦେଇଛନ୍ତି। ଏହା ଯୋଗୁଁ କାର୍ଯ୍ୟସ୍ଥଳରେ ଭୟଙ୍କର ସମସ୍ୟା ସୃଷ୍ଟି ହେବାରେ ଲାଗିଛି। କାରଣ ହାଜିରା ପଞ୍ଜୀକୃତ ନହେଲେ ଦିନ ସାରା ପରିଶ୍ରମ କରି ବି ସେମାନେ ମଜୁରୀ ପାଇବାରୁ ବଂଚିତ ହେବାର ସମ୍ଭାବନା ରହିଛି। ଦେଶର ଅନେକ ସ୍ଥାନରେ ବିଶେଷ କରି ଗ୍ରାଂଚଳର ଦୁର୍ଗମ ସ୍ଥାନମାନଙ୍କରେ ଇଂଟରନେଟ୍ ସଂଯୋଗର ସମସ୍ୟା ଥିବାରୁ ଶ୍ରମିକମାନେ ନିଜର ହାଜିରା ପକାଇବାକୁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ହାଜିରା ପକାଇବାକୁ ଘଂଟା ଘଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ଆବଶ୍ୟକୀୟ ଭିତ୍ତିଭୂମି ଓ ତୃଣମୂଳର ପରିସ୍ଥିତିକୁ ନଦେଖି ଦୁର୍ନୀତିକୁ ରୋକିବା ନାଁରେ ସରକାର ଏଭଳି ଟେକ୍ନୋଲୋଜିକୁ ଲୋକଙ୍କ ଉପରେ ଯେଉଁଭଳି ଭାବେ ଥୋପିବା ଆରମ୍ଭ କରିଛନ୍ତି, ତାରି ଫଳରେ ଆଗାମୀ ଦିନରେ ଅଧିକରୁ ଅଧିକ ଲୋକ ଏହି ଯୋଜନାରେ କାମ କରିବାକୁ ନିଶ୍ଚିତ ଭାବେ ନିରୁତ୍ସାହିତ ହେବେ।

ଦେଶରେ ମନରେଗା ପରି ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ରୋଜଗାର ଦେଉଥିବା ଏକ ଲୋକ ସପକ୍ଷବାଦୀ ତଥା ସବୁଠାରୁ ବଡ଼ ଯୋଜନାର ଏଭଳି ଅଧୋଗତି ହେବା ପଛରେ କେନ୍ଦ୍ର ସରକାରଙ୍କର ନକାରାତ୍ମକ ଆଭିମୁଖ୍ୟ ରହିଛି। ମନରେଗାକୁ ଲାଗୁ କରିବାକୁ ସରକାରଙ୍କ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ଏହି ଯୋଜନା ପ୍ରତି ସରକାର ଲଗାତାର ଅଣଦେଖା କରିବା ସହିତ ବଜେଟରେ ତାରି ବାବଦରେ ବ୍ୟୟବରାଦକୁ ପ୍ରତିବର୍ଷ ହ୍ରାସ କରି ଆସିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ପରେ ସଂସଦ ଗୃହରେ ଖୋଦ ପ୍ରଧାନମନ୍ତ୍ରୀ ଉପା ସରକାର ଦ୍ୱାରା ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ‘ସବୁଠାରୁ ବଡ଼ ବିଫଳତାର ନମୂନା’ ବୋଲି କହି ଉପହାସ କରିଥିଲେ। ‘ଏକବିଂଶ ଶତାବ୍ଦୀରେ କଂଗ୍ରେସ ବାଲା ଏହି ଯୋଜନା ଜରିଆରେ ଗାତ ଖୋଳିବାକୁ ଲୋକଙ୍କୁ କହୁଛନ୍ତି’ ବୋଲି କହି ସେମାନଙ୍କୁ ତାତ୍ସଲ୍ୟ କରିଥିଲେ। ତେବେ ଗତ ନଅ ବର୍ଷର ଶାସନ କାଳରେ ସରକାର ଏହି ଯୋଜନାର କୌଣସି ଭଲ ବିକଳ୍ପ ଦେବାରେ ଅଥବା ଏହାକୁ ସୁଧାରିବାରେ ତ କୌଣସି ଉଦ୍ୟମ କରିବା ଦେଖିବାକୁ ମିଳିଲାନି, ବରଂ ତାକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଗଳା ଚିପି ହତ୍ୟା କରିବାକୁ ଉଦ୍ୟମ କରୁଥିବା ବୋଧ ହେଉଳିଛି। ତେବେ ଯେଉଁ ଯୋଜନାକୁ ଦିନେ ବିଫଳତାର ପ୍ରତୀକ ବୋଲି ପରିହାସ କରାଯାଉଛିଲା ସେହି ମନରେଗା ହିଁ ଗତ କୋଭିଡ ମହାମାରୀ ସମୟରେ ସରକାରଙ୍କ ପାଇଁ ସବୁଠାରୁ ବଡ଼ ସହାୟକ ହୋଇଥିଲା। କାମ ହରାଇ ନିରାଶାରେ ଗାଁକୁ ଫେରୁଥିବା ଦେଶର କୋଟି କୋଟି ପ୍ରବାସୀ ବା ଦାଦନ ଶ୍ରମିକଙ୍କୁ କାମ ଯୋଗାଇବାରେ ଏହା ହିଁ ସରକାରଙ୍କ ଏକମାତ୍ର ଯୋଜନା ଥିଲା।

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଫୋନ ନଂ- ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story