/odisha-reporter/media/media_files/2025/12/22/tata-2025-12-22-17-10-52.jpg)
Tata Power Photograph: (Internet)
ପଞ୍ଚାନନ କାନୁନଗୋ
ସଂପ୍ରତି ରାଜ୍ୟରେ ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର୍ରି ଏକ ନିଷ୍ପତ୍ତିକୁ ନେଇ ଉପଭୋକ୍ତାମାନଙ୍କ ଭିତରେ ବିଦ୍ରୋହ ଓ ପ୍ରତିବାଦର ସ୍ୱର ତୀବ୍ରତର ହୋଇଛି। ହଠାତ୍ ଏହି ବିଦ୍ୟୁତ ବିତରଣ କମ୍ପାନୀ ଉପଭୋକ୍ତାମାନଙ୍କ ଉପରେ ଅତିରିକ୍ତ ସିକ୍ୟୁରିଟି ଭାବରେ ଗୋଟିଏ ଆର୍ଥିକ ବୋଝ ଲଦିଦେଲା। ପୂର୍ବରୁ ୨୦୧୯ ମସିହା ସମୟରେ ସମସ୍ତ ବିଦ୍ୟୁତ ଉପଭୋକ୍ତା ଏକ ନିର୍ଦ୍ଦିଷ୍ଟ ପରିମାଣର ସିକ୍ୟୁରିଟି ଦାଖଲ କରୁଥିଲେ। ବର୍ତ୍ତମାନର ବ୍ୟବସ୍ଥାଟି ପୂର୍ବ ସିକ୍ୟୁରିଟି ଡିପୋଜିଟ୍ରପ ଏକ ନିର୍ଦ୍ଦିଷ୍ଟ ଅନୁପାତରୁ ଅଧିକ।
ଟାଟା କମ୍ପାନୀ ଏହି ଧାର୍ଯ୍ୟ ପରିମାଣ ଉପଭୋକ୍ତାମାନଙ୍କୁ ଜଣାଇବା ବେଳେ ଏକ ଧମକପୂର୍ଣ୍ଣ ବାର୍ତ୍ତାଟିଏ ମଧ୍ୟ ସଂଯୋଗ କରିଛି। ଏହି ବାର୍ତ୍ତାରେ କମ୍ପାନୀ କହିଛି ଯେ, ଯଦି ଡିସେମ୍ବର ୩୧ ତାରିଖ ପୂର୍ବରୁ ଧାର୍ଯ୍ୟ ପରିମାଣ ଉପଭୋକ୍ତା ଦାଖଲ ନକରନ୍ତି ତେବେ ଆଇନ ଅନୁସାରେ ପ୍ରତ୍ୟେକଙ୍କ ଉପରେ ୩ ମାସର ଜେଲ୍ ଓ ୨୦ ହଜାର ଟଙ୍କା ଜୋରିମାନା ଦେବାର ବ୍ୟବସ୍ଥା କାର୍ଯ୍ୟକାରୀ ହେବ।
ଏହି ବାର୍ତ୍ତା ସମସ୍ତ ଉପଭୋକ୍ତାମାନଙ୍କୁ ଅଧିକ ଉତ୍କ୍ଷିଣପ୍ତ କରିଛି । ଅଧିକନ୍ତୁନ, ରାଜ୍ୟରେ ବିଦ୍ୟୁତ୍ କ୍ଷତିର ପରିମାଣ କମିଥିବା ସମୟରେ ବିଦ୍ୟୁତ୍ ଶୁଳ୍କର ଦର କମୁନାହିଁ। ୟୁନିଟ୍ ପିଛା ପ୍ରତ୍ୟେକ ଉପଭୋକ୍ତାଙ୍କୁ ଅନ୍ତତଃ ପକ୍ଷେ ୬ ଟଙ୍କା ୧୦ ପଇସାରୁ କମ୍ ଦେବାକୁ ହେଉନାହିଁ। ଏହାର ଚାପ ଉପଭୋକ୍ତାମାନଙ୍କ ଉପରେ ବିଶେଷ ଭାବରେ ଉପଲବ୍ଧି ନହେବାର କାରଣ ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ଧାର୍ଯ୍ୟ ହେବାବେଳେ ଗୋଟିଏ ବ୍ୟବସ୍ଥା (କ୍ରସ୍ ସବ୍ସିେଡ଼ି) ବ୍ୟବସ୍ଥା ଅନୁସାରେ ଉପଭୋକ୍ତାମାନେ ବ୍ୟବହାର କରୁଥିବା ମୋଟ୍ ବିଦ୍ୟୁତ୍ ଶକ୍ତିର ବିଭିନ୍ନ ସ୍ତର ଅନୁସାରେ ପ୍ରଥମ ୫୦ ୟୁନିଟ୍ ପର୍ଯ୍ୟନ୍ତ ୟୁନିଟ୍ ପିଛା ୩ ଟଙ୍କା, ୪୦୦ ୟୁନିଟ୍ ଉପରକୁ ହେଲେ ୟୁନିଟ୍ ପିଛା ୬.୨୦ ଦର ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଥିବା ୧ କୋଟି ୨୦ ଲକ୍ଷ ଉପଭୋକ୍ତାଙ୍କ ଭିତରୁ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଉପଭୋକ୍ତା ୨ କିଲୋୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାରର ଫାଇଦା ନେଇଥାନ୍ତି। ଅନ୍ୟ ସମସ୍ତେ ୩ କିଲୋୱାଟ୍ରୁି ୬ କିଲୋୱାଟ୍। ଅଧିକନ୍ତୁ, କର୍ମସିଆଲ୍ ଉପଭୋକ୍ତାମାନେ ଅଧିକ ରେଟ୍ରେ ବିଦ୍ୟୁତ୍ ବ୍ୟବହାର କରିଥାନ୍ତି। ମୋଟାମୋଟି ଭାବେ ଦେଖିଲେ ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ଦେଉଥିବା ପଇସାର ହାର ୟୁନିଟ୍ ପିଛା ୬.୨୦ ପଇସା ପଡ଼ିଥାଏ।
ଏତଦ ବ୍ୟତିତ ପ୍ରତ୍ୟେକ ଉପଭୋକ୍ତାଙ୍କୁ ବିଭିନ୍ନ ଭାବରେ ବିଭିନ୍ନ ପ୍ରକାରର ଦେୟ ଦେବାକୁ ହୋଇଥାଏ। ସେହି ଦେୟ ଭିତରେ ରାଜ୍ୟ ସରକାରଙ୍କୁ ଦିଆଯାଉଥିବା କର ବା ଡ୍ୟୁଟିର ଏକ ପରିମାଣ ଧାର୍ଯ୍ୟ କରାଯାଇଛି ଏବଂ ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ଉପରେ ବୁଝି ନପାରିଲା ଭଳି ଦୁଇଟି ଅଧିକ ଦେୟ ରଖାଯାଇଛି। ସେଥିମଧ୍ୟରୁ ଗୋଟିଏ ହେଲା ମିନିମମ୍ ଏନର୍ଜି ଚାର୍ଜେସ୍ ବା ଫିକ୍ସଡ୍ ଏନର୍ଜି ଚାର୍ଜେସ୍। ଯାହାକି କିଲୋୱାଟ୍ ପିଛା ୨୦ ଟଙ୍କା ହିସାବରେ ଧାର୍ଯ୍ୟ କରାଯାଇଥାଏ। ଯେଉଁ ଉପଭୋକ୍ତା ଯେତେ କିଲୋୱାଟ୍ ବ୍ୟବହାର କରିବ ସେହି ଅନୁସାରେ ତାକୁ ଅଧିକରୁ ଅଧିକ ଫିକ୍ସ୍ଡ୍ନ ଏନର୍ଜି ଚାର୍ଜେସ୍ ଦେବାକୁ ହେବ।
ଏତିକିରେ ଶୋଷଣ ଶେଷ ହେଉନାହିଁ। ଆଉ ଗୋଟିଏ ବ୍ୟବସ୍ଥା ଲାଗୁ କରାଯାଇଛି, ତାହା ହେଉଛି ସିକ୍ୟୁରିଟି ଡିପୋଜିଟ୍। ଏହି ଡିପୋଜିଟ୍ଟିି ଆଇନ୍ ଅନୁସାରେ ଦୁଇଟି ଆଧାରକୁ ନେଇ ଗାଣିତିକ ହିସାବରେ ଧାର୍ଯ୍ୟ କରାଯାଇଥାଏ। ଗୋଟିଏ ହେଲା ବିଦ୍ୟୁତ୍ ଦର ଓ ଅନ୍ୟଟି ହେଲା ବିଦ୍ୟୁତ୍ ବ୍ୟବହାର। ବିଦ୍ୟୁତ୍ ଦର ଅନୁସାରେ ଦୁଇ ମାସରେ ଦିଆଯାଇଥିବା ଅର୍ଥରାଶି ସେହି ଉପଭୋକ୍ତାଙ୍କର ସିକ୍ୟୁରିଟି ଡିପୋଜିଟ୍ ଭାବେ ନିଆଯାଇଥାଏ। ଏବେ ନୂଆ ସମସ୍ୟା ଉପୁଜିଲା ଯେତେବେଳେ ଆଡିସ୍ନା୍ଲ୍ ବା ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ଧାର୍ଯ୍ୟ କରାଗଲା। ପ୍ରତ୍ୟେକ କଞ୍ଜୁମର୍ଙ୍କୁ ଜଣାଇ ଦିଆଗଲା ଯେ, ତାଙ୍କ ଉପରେ ହଜାରେରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଏହି ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ହିସାବ କରାଯାଇଛି ଓ ତାହା ତୁରନ୍ତ ପୈଠ କରିବାକୁ ହେବ। ଏହି ପରିମାଣ ସାଧାରଣତଃ ବିଦ୍ୟୁତ୍ ଦରବୃଦ୍ଧି ବା ବିଦ୍ୟୁତ୍ ବ୍ୟବହାର ବୃଦ୍ଧିକୁ ନେଇ ଧାର୍ଯ୍ୟ କରାଯାଇଥାଏ। ଯେଉଁ ପରିମାଣରେ ଉପଭୋକ୍ତା ବିଦ୍ୟୁତ୍ ପରିମାଣରେ ବୃଦ୍ଧି ଘଟାଇଥାନ୍ତି, ସେହି ଅନୁପାତରେ ଦୁଇ ମାସର ମୂଲ୍ୟକୁ ନେଇ ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ଧାର୍ଯ୍ୟ ହୋଇଥାଏ ଅବା ଯଦି ବିଦ୍ୟୁତ୍ ଦର ବଢ଼ିଲା ତେବେ ତାର ଏକ ନିର୍ଦ୍ଦିଷ୍ଟ ପରିମାଣ ଧାର୍ଯ୍ୟ କରାଯାଇଥାଏ। ମୋଟାମୋଟି ଭାବେ ଦେଖିଲେ ବିଦ୍ୟୁତ୍ ଦର ସହିତ ଉପଭୋକ୍ତାଙ୍କ ଉପରେ ଅନେକ ଭାବରେ ଆର୍ଥିକ ବୋଝ ଲଦି ଦିଆଯାଇଛି।
ଏହାର ଯୁକ୍ତିଯୁକ୍ତ ଦିଗକୁ ଲକ୍ଷ୍ୟକଲେ ଅନେକ ଅବାସ୍ତବ ମନେହୁଏ। ଫିକ୍ସଡ୍ ଏନର୍ଜି ଚାର୍ଜେସ୍ ବାବଦରେ ଆଦାୟ କରାଯାଇଥିବା ପାଖାପାଖି ୮୦ ହଜାର କୋଟି ଟଙ୍କାର ଖର୍ଚ୍ଚ ଗତ ବର୍ଷମାନଙ୍କରେ କେହି ଜାଣିପାରି ନାହାନ୍ତି। କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ କରାଯାଇଛି ଏବଂ ଏଥିରେ ଉପଭୋକ୍ତାମାନଙ୍କର ସ୍ୱାର୍ଥ କେତେ ପରିମାଣରେ ନିହିତ ସେକଥା ଖୋଜିଲେ କେହି ପାଇବେ ନାହିଁ। ଏହି ଟଙ୍କା କମ୍ପାନୀ ଖାତାରେ ରଖାଯାଇଥାଏ। ସେହିପରି ଫିକ୍ସଡ୍ ସିକ୍ୟୁରିଟି ଡିପୋଜିଟ୍ ବା ଆଡିସ୍ନାହଲ୍ ସିକ୍ୟୁରିଟି ଡିପୋଜିଟ୍ ଗତ ୫ ବର୍ଷ ଭିତରେ ପାଖାପାଖି ୬୫ ହଜାର କୋଟି ଟଙ୍କା ଆଦାୟ କରାଯାଇ ରଖାଯାଇଥିଲେ ମଧ୍ୟ ସେସବୁର ଖର୍ଚ୍ଚ ହିସାବ କେହି ଖୋଜିଲେ ପାଇବେ ବି ନାହିଁ।
ରାଜ୍ୟର ଉପଭୋକ୍ତା ମହାସଂଘ ତରଫରୁ ଗତବର୍ଷ ଧରି ଆୟ ବ୍ୟୟର ହିସାବ ସିଏଜି ହସ୍ତରେ ଅର୍ପଣ କରିବାକୁ କୁହାଯାଇ ଆସୁଥିଲେ ମଧ୍ୟ ଏହାକୁ ପୂରାପୂରି ଅଣଦେଖା କରାଯାଉଛି। ଏ ସମ୍ପର୍କରେ ଏତିକି ସୂଚନା ଦିଆଯାଇ ପାରେ ଯେ, ଦିଲ୍ଲୀରେ ଆପ୍ ସରକାର ବିଦ୍ୟୁତ୍ କମ୍ପାନୀମାନଙ୍କ ଆୟ ବ୍ୟୟର ହିସାବ ସିଏଜିଙ୍କ ଦ୍ୱାରା କରାଇ ଅନେକ ଆର୍ଥିକ ଅବ୍ୟବସ୍ଥା ସାମ୍ନାକୁ ଆଣିପାରିଥିଲା। ଓଡ଼ିଶାରେ ତାହା ହେଲାନାହିଁ।
ଓଡ଼ିଶାର ବିଦ୍ୟୁତ୍ ବିକ୍ରେତା ଭାବରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଓ ଓଡ଼ିଶା ଥର୍ମାଲ୍ ପାୱାର୍ ଜେନେରେସନ୍ ଦୁଇଟି ସଂସ୍ଥା ମୁଖ୍ୟତଃ କାର୍ଯ୍ୟ କରିଥାନ୍ତି। ଏମାନଙ୍କ ଠାରୁ ବା ଅନ୍ୟ ଯେକୌଣସି ବ୍ୟବସ୍ଥାରୁ ଗ୍ରୀଡ଼କୋ ଯେଉଁ ବିଦ୍ୟୁତ୍ ଶକ୍ତି କିଣିଥାନ୍ତି ତାର ୟୁନିଟ୍ କଷ୍ଟ୍ ହାରାହାରି ୪ ଟଙ୍କା ୧୦ ପଇସା ଥିବାବେଳେ ବିଦ୍ୟୁତ୍ କ୍ରେତାମାନେ ୟୁନିଟ୍ ପିଛା ୬ ଟଙ୍କା ୧୦ ପଇସାରେ କ୍ରୟ କରିଥାନ୍ତି। ପ୍ରଥମ ୫୦ ୟୁନିଟ୍ ପର୍ଯ୍ୟନ୍ତ ୨ ଟଙ୍କା ୯୦ ପଇସା, ୫୧ରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ୪ ଟଙ୍କା ୭୦ ପଇସା, ୨୦୧ରୁ ୪୦୦ ପର୍ଯ୍ୟନ୍ତ ୟୁନିଟ୍ ପିଛା ୫ ଟଙ୍କା ୭୦ ପଇସା, ୪୦୦ ୟୁନିଟ୍ରୁଣ ଉପରକୁ ୟୁନିଟ୍ ପିଛା ୬ ଟଙ୍କା ୧୦ ପଇସା। ଏ ହେଉଛି ଘରୋଇ ଭାବେ ବ୍ୟବହାର ହେଉଥିବା ବିଦ୍ୟୁତ୍ରେ ଧାର୍ଯ୍ୟ ଦର। ଏତଦ୍ବ୍ୟ ତୀତ ବ୍ୟବସାୟିକ ପ୍ରତିଷ୍ଠାନ ଦୋକାନ ବଜାର ସମେତ ଉତ୍ପାଦନକାରୀ ସଂସ୍ଥା (ଅଣୁ, କ୍ଷୁଦ୍ର, ମଧ୍ୟମ) ସବୁ ପାଇଁ ମୋଟା ଦରରେ ବିଦ୍ୟୁତ୍ ଦର ଧାର୍ଯ୍ୟ କରାଯାଇଛି। ଯାହାକି ୟୁନିଟ୍ ପିଛା ୭ ଟଙ୍କା ୧୦ ପଇସାରୁ ୮ ଟଙ୍କା ୮୦ ପଇସା ମଧ୍ୟରେ ପଡ଼ିଥାଏ। ଏହି ଦର ବ୍ୟବହାର କରାଯାଉଥିବା ଅନେକ ଉତ୍ପାଦନର ଖର୍ଚ୍ଚ ବଢ଼ାଇ ଦେଇଥାଏ। ସେଥିପ୍ରତି କେହି ନଜର ଦେଇନଥାନ୍ତି।
ରାଜ୍ୟରେ ୧୯୯୫ ମସିହାରେ ବିଦ୍ୟୁତ୍ ସଂସ୍କାର ବ୍ୟବସ୍ଥା ଲାଗୁହେବା ସମୟରେ ଲୋକଙ୍କୁ ଯେଉଁ ସ୍ୱପ୍ନ ବଣ୍ଟା ଯାଇଥିଲା ସେହି ସ୍ୱପ୍ନ ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ଏକ ସହନଶୀଳ ଦରରେ ବିଦ୍ୟୁତ୍ କିଣିବାର ସୁଯୋଗ ପାଇବେ। ବିଦ୍ୟୁତ୍ର ନିରବଚ୍ଛିନ୍ନ ବ୍ୟବହାର ଓ ଉପକାରିତା ସବୁ ଉପଭୋକ୍ତାଙ୍କୁ ଉପଲବ୍ଧ ହେବ ଏବଂ ଏହି ବିତରଣ ଗୁଣାତ୍ମକ ମାନ ରକ୍ଷା କରିବାରେ ଉଚ୍ଚତମ ପରମ୍ପରା ସୃଷ୍ଟି କରିବ। ବିତରକ କମ୍ପାନୀମାନେ ନିଜ ଅର୍ଥରେ ବିଦ୍ୟୁତ୍ ସଂପ୍ରସାରଣ ତଥା ଉତ୍ପାଦନ କରିବାରେ ଉଦ୍ୟମ କରିବେ। ଏସବୁ କୌଣସି ଗୋଟିକରେ ବିଦ୍ୟୁତ୍ ବିତରଣକାରୀ ସଂସ୍ଥାମାନେ ଗତ ୩୦ ବର୍ଷରେ କାର୍ଯ୍ୟ କରିଥିବା ଦେଖାଯାଇନାହିଁ ବରଂ ଏଇଏସ୍ କମ୍ପାନୀ ରାଜ୍ୟବାସୀଙ୍କର ପ୍ରଚୁର ଅର୍ଥ ଲୁଟ୍ କରିନେଇ ଚାଲିଗଲା। ସେ ଟଙ୍କା ଫେରସ୍ତ ହେଲାନାହିଁ। ପରବର୍ତ୍ତୀ ଅବସ୍ଥାରେ ଅନେକ ବିତରକ କମ୍ପାନୀ ଲଗାତାର ଭାବେ ଖାଉଟିମାନଙ୍କୁ ଶୋଷଣ କରି ରାଜ୍ୟ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। ଦୁର୍ଭାଗ୍ୟର କଥା ସେମାନଙ୍କ ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେହି କମ୍ପାନୀମାନେ ମାଛ ତେଲରେ ମାଛ ଭାଜି ବଳିଥିବା ତେଲକୁ ଧରି ଚାଲିଗଲା ପରେ ସରକାରଙ୍କ ଭିତରେ ଚେତା ପଶିଥାଏ। ସେତେବେଳକୁ ନେଡ଼ି ଗୁଡ଼ କହୁଣୀକୁ ବହି ସାରିଥାଏ।
ସଂପ୍ରତି ଟାଟା ପାୱାର୍ ରାଜ୍ୟର ତିନିଗୋଟି ବିତରଣ ସଂସ୍ଥାର ଦାୟିତ୍ୱ ନେଇଅଛି। ଲୋକମାନଙ୍କର ଚାପ ଫଳରେ ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ସଂଗଠିତ ସଂଗ୍ରାମ ବଳରେ ଦାମ୍ ହୁଏତ ବୃଦ୍ଧି ହୋଇନାହିଁ। କିନ୍ତୁ ପ୍ରଚୁର ଅର୍ଥ ନିଆଯାଇ କମ୍ପାନୀର ଧଳା ହସ୍ତୀମାନଙ୍କୁ ପୋଷା ଯାଇଛି। ଏଠି ଗୋଟିଏ କଥା ସ୍ମରଣ କରି ଦିଆଯାଇପାରେ ଯେ, ରାଜ୍ୟର ଉପଭୋକ୍ତାମାନେ ଏକ ସରଳ ଉପାୟର କ୍ରେତା ଭାବେ ବିକ୍ରେତା ସହ ସଂପର୍କ ରଖିନଥାନ୍ତି। ଏଠି କ୍ରେତା ଓ ବିକ୍ରେତାର ସଂପର୍କ ଅତି ଜଟିଳ ଓ ଅଧିକରୁ ଅଧିକ ଶୋଷଣର ଶୀକାର ହେବା ପାଇଁ ଉପଭୋକ୍ତାଙ୍କ ପ୍ରସ୍ତୁତି ଦେଖିବାକୁ ମିଳିଥାଏ। ଏହି ସମୟରେ କମ୍ପାନୀମାନେ ବା ସବୁକୁ ନିୟନ୍ତ୍ରଣ କରିବା ପାଇଁ ଗଢ଼ା ଯାଇଥିବା କମିଶନ୍ ସମସ୍ତେ ଆଇନ୍ର କଥା କହିଥାନ୍ତି। କୋଟିଏରୁ ଉର୍ଦ୍ଧ୍ୱ ଉପଭୋକ୍ତାଙ୍କୁ ଶୋଷଣ କରିବା ପାଇଁ ସବୁ ଆଇନ୍ରନ ଅବତାରଣା କରାଯାଇଥାଏ, ଯୁକ୍ତି ଦର୍ଶାଯାଇଥାଏ। ଏହି ଆଇନ ୨୦୦୩ ମସିହାଠାରୁ ବରାବର ବଦଳିବାରେ ଲାଗିଛି। ତତ୍ସରହିତ ଅନେକ ଭାବରେ କମ୍ପାନୀକୁ ସାହାଯ୍ୟକାରୀ ଆଭିମୁଖ୍ୟ ନେଇ ପ୍ରସ୍ତୁତ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଉପଭୋକ୍ତା ମହାସଂଘ ଓ ଟାଟା କମ୍ପାନୀ ଭିତରେ ଆଇନ୍କୁ୍ ନେଇ ଏକ ସଂଘର୍ଷମୟ ସ୍ଥିତି ଉପୁଜିଲାଣି। ବିତର୍କ କମ୍ପାନୀ ଟାଟା ପାୱାରର ଯୁକ୍ତି ହେଉଛି ଆମେ ଯେଉଁସବୁ ଦର ଧାର୍ଯ୍ୟ କରୁଛୁ ତାହା ସମସ୍ତ ଆଇନ୍ ଅନୁମୋଦିତ। ସେ ସମ୍ପର୍କରେ ପ୍ରେସ୍ମିଜଟ୍ କରି ସେମାନେ ଲୋକଙ୍କୁ ଜଣାଇ ଦେଉଛନ୍ତି। ଉପଭୋକ୍ତା ମହାସଂଘର ଦାବି ହେଉଛି ଯେ, ଆଇନ୍ ଲୋକଙ୍କୁ ଯଦି ସୁବିଧା ଯୋଗାଇ ନପାରିଲା ବା ସାଧାରଣ ଜନତାଙ୍କ ହିତରେ ନଆସିଲା ତେବେ ସେ ଆଇନ୍କୁତ ଅମାନ୍ୟ କରିବା ବା ନମାନିବା ପ୍ରତ୍ୟେକ ନାଗରିକର ଅଧିକାର, ଦାୟିତ୍ୱ ଓ କର୍ତ୍ତବ୍ୟ। ଯାହାକି ଔପନିବେଶୀୟ ବ୍ରିଟିଶ୍ ଶାସନ ସମୟରେ ମହାତ୍ମା ଗାନ୍ଧୀ ସୃଷ୍ଟି କରିଥିବା ପରମ୍ପରା ଆଧାରରେ କୁହାଯାଉଛି। ଲୁଣମରା ଆଇନ୍ ଅମାନ୍ୟ କରି ଭାରତବର୍ଷର ଅନେକ ନାଗରିକ କାରାବରଣ କଲେ। ସେ ଆଇନ୍ ତ’ ରଦ୍ଦ ହେଲା, ତା ସହିତ ଔପନିବେଶୀୟ ଶାସନ ଏ ଦେଶ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲା। ଏହିପରି ପରମ୍ପରା ଶୋଷଣ ବିରୋଧରେ ଏ ଭାରତବର୍ଷର ଇତିହାସରେ ଲିପିବଦ୍ଧ ରହିଛି।
ଏବେ ଟାଟା କମ୍ପାନୀ ସେହିପରି ଏକ ଖରାପ ଜନ ଅହିତକାରୀ ଆଇନ୍ରଷ ଆଶ୍ରୟ ନେଇ ଯେଉଁ ଶୋଷଣର ଧାରା ତୀବ୍ର କରିବାକୁ ଚାହୁଁଛି, ତା’ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି ଓ ଖୁବ୍ଶୀ ଘ୍ର ଜନମତ ଜନଆନ୍ଦୋଳନରେ ପରିଣତ ହେବ। କେବଳ ଟାଟା ନୁହେଁ, ଭାରତ ଓ ଓଡ଼ିଶାରେ ଚାଲୁଥିବା ତଥାକଥିତ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟ ଦୁର୍ଭାଗ୍ୟର ସାମ୍ନା କରିବେ। କେବଳ ଯାହା ନୀରିହ ଉପଭୋକ୍ତାମାନେ ଶୋଷଣରୁ ମୁକ୍ତି ପୂର୍ବରୁ କିଛି ସମୟ ପାଇଁ ଏକ ବିଷବଳୟ ଭିତରେ ପଡ଼ି ଛଟପଟ ହେବେ।
ଆମେ ସମସ୍ତେ ମନେରଖିବା ଉଚିତ୍ ଯେ, ସମ୍ବିଧାନ ପ୍ରଣୟନ ସମୟରେ ସମ୍ବିଧାନ ପ୍ରଣେତାମାନେ ବିଦ୍ୟୁତ୍କୁଏ ଏକ ସେବା ଭାବରେ ଗ୍ରହଣ କରିନେଇଥିଲେ। ଯେଉଁଥିପାଇଁ ବିଦ୍ୟୁତ୍ ଉତ୍ପାଦନ କେବଳ ଦାୟିତ୍ୱ ସମ୍ପନ୍ନ ସରକାରଙ୍କ ଠାରେ ନ୍ୟସ୍ତ ଥିଲା ଓ ଏହା କିଣା ବିକା ହୋଇପାରିବ ନାହିଁ ଅବା ଏହା ଉପରେ ଟିକସ ବସିପାରିବ ନାହିଁ। ଏ ପ୍ରକାର ଜନ ମଙ୍ଗଳକାରୀ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏ ବ୍ୟବସ୍ଥାକୁ ହଟାଇ ବିଦ୍ୟୁତ୍କୁବ ଏକ ଉତ୍ପାଦନର ସାହାଯ୍ୟକାରୀ ପଣ୍ୟ ଭାବେ ନିଆଗଲା। ଯଦ୍ୱାରା କଳକାରାଖାନାମାନେ ନିଜର ଖର୍ଚ୍ଚ ପାଇଁ ବିଦ୍ୟୁତ୍ ଉତ୍ପାଦନର ସୁଯୋଗ ପାଇଲେ ଓ ବିଦ୍ୟୁତ୍ କିଣାବିକାର ମଧ୍ୟ ଏକ ପଣ୍ୟ ଭାବେ ବିଚାର ହେଲା। ଅଧିକନ୍ତୁ, ବିଦ୍ୟୁତ୍ ଉପରେ ମଧ୍ୟ ଦୁଇଟି କର ଧାର୍ଯ୍ୟ ହେଲା। ଏ ସବୁ ପରିବର୍ତ୍ତିତ ଅବସ୍ଥା ବିଦ୍ୟୁତ୍ ବ୍ୟବହାରକୁ ନେଇ ଏକ ଜଟିଳ ପରିସ୍ଥିତି ସାମ୍ନାକୁ ଆଣିଛି।
ବିଦ୍ୟୁତ, ଜଳ ଓ ଲୁଣ ମଣିଷର ଅତି ଆବଶ୍ୟକ ପଦାର୍ଥ ଭାବରେ ଗଣା। ସବୁ ବର୍ଗର ନାଗରିକ ଅଧିକରୁ ଅଧିକ ଭାବେ ସାମ୍ବିଧାନରେ ପ୍ରଦତ୍ତ ଧାରା ୨୧ ଅନୁସାରେ ମଣିଷ ଯେଉଁ ମୂଲ୍ୟଭିତ୍ତିକ ସୁଖକର ଜୀବନ ପ୍ରାପ୍ତିର ଅଧିକାର ପାଇଛି, ସେଥିରେ ବିଦ୍ୟୁତ୍ ଗୋଟିଏ ଅତ୍ୟାବଶ୍ୟକ ପଦାର୍ଥ ଭାବେ ଗୃହୀତ ହୋଇଛି। ଯଦି ଏଥିରେ ବ୍ୟତିକ୍ରମ ହୁଏ ସମ୍ବିଧାନର ଧାରା ୨୧ର ମଧ୍ୟ ବ୍ୟତିକ୍ରମ ଘଟିବ ବା ତାହା ପ୍ରାପ୍ତିରେ ବାଧା ସୃଷ୍ଟି ହେବ ଏକଥା ସ୍ପଷ୍ଟ ଭାବେ କୁହାଯାଇପାରେ। ଏଣୁ ପାଣି ଓ ବିଦ୍ୟୁତ୍ ମଣିଷର ଜୀବନ ପାଇଁ ଏକ ଅତ୍ୟାବଶ୍ୟକ ପଦାର୍ଥ ଭାବେ ବିବେଚନା କରିବାର ସମୟ ଆସିଛି। ଏହି ଅଧିକାରରୁ ମଣିଷ କୌଣସି ଭାବେ ଯେପରି ବଞ୍ଚିତ ନହୁଏ ତା’ ଦେଖିବା ପାଇଁ ସମସ୍ତ ମାନବବାଦୀମାନେ ନିଷ୍ପତ୍ତି ନେବା ଉଚିତ୍।
ମୋ- ୯୪୩୮୩୬୦୮୪୯
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
