‘ଯାତ୍ରୀଙ୍କ ସୁରକ୍ଷା ଆମର ପବିତ୍ର କର୍ତ୍ତବ୍ୟ’ କେତେ ସତ?

ବାଲେଶ୍ଵର ଜିଲ୍ଲା ବାହାନଗାଠାରେ ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ଦେଶ ଆଗାମୀ ଏକ ଶହ ବର୍ଷ ପର୍ଯ୍ୟନ୍ତ ମନେରଖିବ। ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ସଂଖ୍ୟାକୁ ଅନୁମାନ କଲେ ଏହା ଭାରତୀୟ ରେଳ ବିଭାଗର ଟାଇଟନିକ ବିପର୍ଯ୍ୟୟ। ସତରେ, ଏହାକୁ ରେଳ ବିଭାଗ ଦ୍ଵାରା culpable homicide (ଉଦ୍ଦେଶ୍ୟନିହିତ ହତ୍ୟା) ଭାବରେ ଯାତ୍ରୀମାନଙ୍କର ହତ୍ୟା କହିବା କି ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା କହିବା ତାହାକୁ ନେଇ ଅନୁସନ୍ଧାନ ଓ ବିତର୍କ ଚାଲିଛି। ‘ଯାତ୍ରୀଙ୍କ ସୁରକ୍ଷା ଆମର ପବିତ୍ର କର୍ତ୍ତବ୍ୟ’ ରେଳ ବିଭାଗର ଏହି ସ୍ଲୋଗାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Bahanaga Train Accident

Bahanaga Train Accident

Debendra Prusty
  • Published: Tuesday, 18 July 2023
  • Updated: 18 July 2023, 05:32 PM IST

News Highlights

  • ସବୁ ବର୍ଗର ଯାତ୍ରୀଙ୍କ ପାଇଁ କେତେ ସୁରକ୍ଷିତ ରେଳ ବ୍ୟବସ୍ଥା?
  • ବାହାନଗା ଦୁଘଟଣା ପରେ ସୁଧାର ହେବ କି ସିଗ୍‌ନାଲ୍‌ ବ୍ୟବସ୍ଥା?
  • ସୁଗ୍‌ନାଲ୍‌ ବ୍ୟବସ୍ଥାରେ ଥିବା ତ୍ରୁଟୀ ଯୋଗୁଁ ଯୋଗାଣକାରୀ ଘରୋଇ ସଂସ୍ଥାଠାରୁ କୈଫିୟତ ତଲବ ହେବ କି?

Sports

Latest News

ବାଲେଶ୍ଵର ଜିଲ୍ଲା ବାହାନଗାଠାରେ ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ଦେଶ ଆଗାମୀ ଏକ ଶହ ବର୍ଷ ପର୍ଯ୍ୟନ୍ତ ମନେରଖିବ। ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ସଂଖ୍ୟାକୁ ଅନୁମାନ କଲେ ଏହା ଭାରତୀୟ ରେଳ ବିଭାଗର ଟାଇଟନିକ ବିପର୍ଯ୍ୟୟ। ସତରେ, ଏହାକୁ ରେଳ ବିଭାଗ ଦ୍ଵାରା culpable homicide (ଉଦ୍ଦେଶ୍ୟନିହିତ ହତ୍ୟା) ଭାବରେ ଯାତ୍ରୀମାନଙ୍କର ହତ୍ୟା କହିବା କି ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା କହିବା ତାହାକୁ ନେଇ ଅନୁସନ୍ଧାନ ଓ ବିତର୍କ ଚାଲିଛି। ‘ଯାତ୍ରୀଙ୍କ ସୁରକ୍ଷା ଆମର ପବିତ୍ର କର୍ତ୍ତବ୍ୟ’ ରେଳ ବିଭାଗର ଏହି ସ୍ଲୋଗାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିମ୍ନ କେତେକ ବିଷୟ ଏ ଦିଗରେ ଉଲ୍ଲେଖନୀୟ।

୧. ଦୁଇ ଦ୍ରୁତଗାମୀ ଟ୍ରେନର ସାଧାରଣ ବଗିମାନଙ୍କରେ ଯାତ୍ରା କରୁଥିବା ମୃତ ଯାତ୍ରୀଙ୍କ ସଂଖ୍ୟା ଅନ୍ୟୁନ ଏକ ହଜାର ବା ଉର୍ଦ୍ଧ୍ଵ ହେବା ନେଇ ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳର ବିଧାନସଭା ସଦସ୍ୟ ପର୍ଯ୍ୟନ୍ତ ସମସ୍ତେ ଗଣମାଧ୍ୟମରେ କହିଆସୁଛନ୍ତି। ଉଭୟ ଗାଡ଼ିର ସାଧାରଣ ବଗିରେ ରହିଥିବା ଯାତ୍ରୀ ଏଥିରେ ଅଧିକ ସଂଖ୍ୟାରେ ମୃତ୍ୟୁବରଣ କରିଛନ୍ତି। ରେଳ ବିଭାଗ ସାଧାରଣ ବଗିଗୁଡ଼ିକ ଗାଡ଼ିର ଆରମ୍ଭ ଓ ଶେଷରେ କାହିଁକି ସର୍ବଦା ରଖିଥା’ନ୍ତି ତାହାର କୌଣସି ସ୍ପଷ୍ଟୀକରଣ ଆଜି ପର୍ଯ୍ୟନ୍ତ କେବେ ଦେଇନାହାନ୍ତି। ତେବେ, ୧୯୯୫ ମସିହାରେ ପୁରୁଷୋତ୍ତମ ଏକ୍ସପ୍ରେସ ଦିଲ୍ଲୀ-କାନପୁର ରାସ୍ତାରେ କାଳିନ୍ଦୀ ଏକ୍ସପ୍ରେସ ଉପରକୁ ଚଢ଼ିଯିବାରୁ ୩୦୦ରୁ ଉର୍ଦ୍ଧ୍ଵ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେ ସମୟରେ ସାଧାରଣ ବଗିର ଯାତ୍ରୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ଓ ଅନେକ ଶରୀରକୁ ଚିହ୍ନଟ କରାଯାଇନଥିଲା। ସେମାନଙ୍କ ପରିବାର କ୍ଷତିପୂରଣରୁ ବଞ୍ଚିତ ହୋଇଥିଲେ। ଆଜି ବି ସେହି ସମାନ କଥା ହୋଇଛି।

୨. ଆଜିକାଲି ସିସିଟିଭି, ମୋବାଇଲ ଟ୍ରାକିଂ, ଇମେଜ ପ୍ରୋସେସିଂ ଇତ୍ୟାଦି ‘ଅପରାଧୀ’କୁ ଧରିବା ଲାଗି ବ୍ୟବହାର ହେଉଛି। କିନ୍ତୁ ଟ୍ରେନ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କୁ ଶୀଘ୍ର କ୍ଷତିପୂରଣ ମିଳିବା କାମରେ ଏହି ବ୍ୟବସ୍ଥାକୁ ବ୍ୟବହାର କରାଯାଇପାରୁ ନାହିଁ। ମୂଳ ଷ୍ଟେସନର ସିସିଟିଭି କ୍ୟାମେରାର ଫୁଟେଜ ଓ ଦୁର୍ଘଟଣା ସ୍ଥାନରେ ମିଳିଥିବା ଯାତ୍ରୀଙ୍କ ଜିନିଷକୁ ଦେଖି ଅଧିକ ଯାତ୍ରୀଙ୍କୁ ଚିହ୍ନଟ କରାଯାଇ ପାରିଥା’ନ୍ତା। କିନ୍ତୁ, ଦୁର୍ଘଟଣାର କାରଣ ଖୋଜିବାକୁ ନଯାଇ ମୂଳରୁ ଏହାକୁ ରେଳବାଇ କର୍ମଚାରୀଙ୍କ ଷଡ଼ଯନ୍ତ୍ର ଧରିନିଆଯାଇଛି। ଏଥିରେ ମୃତଯାତ୍ରୀଙ୍କ ପରିବାରର ନା ଆର୍ଥିକ ଉନ୍ନତି ହେବାର ସମ୍ଭାବନା ଅଛି, ନା ଦେଶରେ ବିଭିନ୍ନ ଭାଗରେ ନିୟମିତ ଯାତାୟାତ କରୁଥିବା ରେଳଯାତ୍ରୀଙ୍କ ଲାଗି ସୁରକ୍ଷିତ ଯାତ୍ରାର ଆଶ୍ଵାସନା ଅଛି। ଦୁର୍ଘଟଣାରେ ଖଣ୍ଡ ବିଖଣ୍ଡିତ ଶରୀରମାନଙ୍କୁ ପୋତିଦେବା ଦ୍ଵାରା ମୃତଯାତ୍ରୀଙ୍କ ପ୍ରମାଣ ନଷ୍ଟ ହୋଇସାରିଛି। ସେହି ଖଣ୍ଡ ବିଖଣ୍ଡିତ ଶରୀରମାନଙ୍କର ଡିଏନଏ ପରୀକ୍ଷା ଦ୍ଵାରା ହୁଏତ ସେମାନଙ୍କର ଚିହ୍ନଟ ହୋଇ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇପାରିଥା’ନ୍ତା। ଏହା ଦ୍ଵାରା ରେଳ ବିଭାଗ ନିଜକୁ ଅଧିକ ଦାୟିତ୍ଵପୂର୍ଣ୍ଣ ପ୍ରମାଣିତ କରିପାରିଥା’ନ୍ତା।

୩. ଟାଟା ଗୃପର ପୂର୍ବତନ ମୁଖ୍ୟ ସାଇରସ ମିସ୍ତ୍ରୀ ଯେବେ ଦୁର୍ଘଟଣାରେ ପ୍ରାଣ ହରାଇଲେ, ଏହାର ତୁରନ୍ତ ବାଦ, ପଛ ସିଟ ବେଲ୍ଟ ବାଧ୍ୟତାମୂଳକ କରିବା ଲାଗି କେନ୍ଦ୍ର ସରକାର ସମସ୍ତ କାର୍‌ ଉତ୍ପାଦନ କରୁଥିବା କମ୍ପାନୀଙ୍କୁ ରଖିବା ପାଇଁ ନିର୍ଦ୍ଦେଶ ଦେଲେ। ଏବେ କେବଳ ସାମ୍ନା ସିଟ ଲାଗି ଉକ୍ତ ବ୍ୟବସ୍ଥା ଲାଗୁ ହେଉଛି। ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଦେଶର ନିୟମରେ ପରିବର୍ତ୍ତନ କରିଦେଇପାରିଲା। ଅଥଚ, ବାହାନଗା ଦୁର୍ଘଟଣାରେ ସରକାରୀ ହିସାବରେ ତିନି ଶହ ଲୋକ ମୃତ୍ୟୁବରଣ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ କୌଣସି ନୀତିରେ ପରିବର୍ତ୍ତନ ଆମେ ଦେଖିଲୁ ନାହିଁ। ଗଣତନ୍ତ୍ରରେ ସମସ୍ତଙ୍କର ବଞ୍ଚିବାର ସମାନ ଅଧିକାର ରହିଥିବା ବେଳେ ଅଳ୍ପ କିଛି ବ୍ୟକ୍ତିଙ୍କ ଜୀବନ ଅନ୍ୟମାନଙ୍କଠାରୁ ଲକ୍ଷେ ଗୁଣରେ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।

୪. ଦକ୍ଷିଣ ପୂର୍ବ ରେଳପଥର ଦୁଇ ପ୍ରମୁଖ ଟ୍ରେନ, କରମଣ୍ଡଳ ଓ ବାଙ୍ଗାଲୋର-ହାଓଡ଼ା ସୁପରଫାଷ୍ଟ, ଦେଶର ତିନି ପ୍ରମୁଖ ସହର (କଲିକତା, ଚେନ୍ନାଇ ଓ ବାଙ୍ଗାଲୋର) ସହିତ ଯୋଗାଯୋଗ କରୁଛି। ଅଥଚ, ସଂପୂର୍ଣ୍ଣ ଟ୍ରେନରେ ଜଣେ ହେଲେ ଭିଆଇପି, ଭିଭିଆଇପି, କୌଣସି ଉଚ୍ଚ ରେଳ ବିଭାଗ ଅଧିକାରୀ ବା ଧନୀ ଖେଳାଳି କି ଧନୀ କଳାକାର ନଥିଲେ। ରହିଥିଲେ ନିଶ୍ଚିତ ରୂପେ ଖବରକାଗଜରେ ପ୍ରକାଶିତ ହୋଇଥା’ନ୍ତା। ଅର୍ଥାତ, ଗଲା କିଛି ବର୍ଷ ମଧ୍ୟରେ ଯାତ୍ରୀବାହୀ ରେଳଡବା ଗୁଡ଼ିକ ଆମ ଭଳି ଶ୍ରମିକ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀ, କଳାକାର, ଅଫିସ କିରାଣୀ, ରୋଗୀ, ରୋଗୀଙ୍କ ସମ୍ପର୍କୀୟ, ତୀର୍ଥଯାତ୍ରୀ ଓ ଭ୍ରମଣକାରୀ ଇତ୍ୟାଦିଙ୍କ ଲାଗି ଉଦ୍ଦିଷ୍ଟ ହୋଇଯାଇଛି। ଯାତ୍ରୀମାନେ ସାମାନପତ୍ର ଭଳି ଏ ସହରରୁ ସେ ସହର ବୁହା ହେବା ଲାଗି ରେଳ ଗାଡ଼ିଗୁଡିକ ଉଦ୍ଦିଷ୍ଟ, ଯେଉଁମାନଙ୍କର ସରକାରୀ ବ୍ୟବସ୍ଥାକୁ ପ୍ରଭାବିତ କରିପାରିବାର କୌଣସି କ୍ଷମତା ନାହିଁ। ସରକାର ମଧ୍ୟ ମନେକରୁଛନ୍ତି ଯେ, କମ ଅର୍ଥରେ ଯାତାୟତ ସୁବିଧା ଯୋଗାଇଦେଉଥିବାରୁ ଦେଶବାସୀ ତାଙ୍କ ପ୍ରତି କୃତଜ୍ଞ ରୁହନ୍ତୁ, ନିଜ ଧନଜୀବନର ସୁରକ୍ଷା ଦାବି ନକରନ୍ତୁ।

୫. ଜୁନ ୭, ୨୦୨୩ରେ ଯାଜପୁର ରୋଡ଼ରେ କିଛି ଦିନ ହେଲା ରଖାଯାଇଥିବା ମାଲବାହୀ ଗାଡ଼ି ହଠାତ ଗଡ଼ିବାରୁ ଏହା ତଳେ ବର୍ଷା ପାଇଁ ଆଶ୍ରୟ ନେଇଥିବା ଛଅ ଜଣ ଶ୍ରମିକଙ୍କ ମୁଣ୍ଡ ଗାଡ଼ି ଚକରେ କଟିଯାଇଥିଲା। ଷ୍ଟେସନ ଅଧିକାରୀ କେମିତି ଭାବିପାରିଲେ ନାହିଁ ଯେ, ହୁଏତ ଖାଲି ଡବାଗୁଡ଼ିକ ଅନ୍ୟ ଟ୍ରାକକୁ ଗଡ଼ି ଚାଲିଯିବ ଯାହା ଚଳନ୍ତା ଟ୍ରେନ ସହିତ ଧକ୍କା ମଧ୍ୟ ହେଇପାରେ? ସେଥିଲାଗି ଚେନ, ତାଲା କିମ୍ବା ଲୁହା ବ୍ରେକର ବ୍ୟବସ୍ଥା ସେ କେଉଁଭଳି କରିପାରିଲେ ନାହିଁ? ବାହାନଗା ରେଳ ଦୁର୍ଘଟଣାରୁ ଆଜି ଭିତରେ ଅଗରତାଲା ଏକ୍ସପ୍ରେସ, ଫଲକାନାମା ଏକ୍ସପ୍ରେସ ଓ ବିବେକାନନ୍ଦ ଏକ୍ସପ୍ରେସରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି। ଉପରୋକ୍ତ ସମସ୍ତ ଘଟଣା ରେଳ ବିଭାଗ ଅଧିକାରୀଙ୍କ ଅବହେଳା, ପରିଚାଳନାଗତ ତ୍ରୁଟି ଓ ଉପଯୁକ୍ତ ସରଞ୍ଜାମର ଅଭାବ ହେତୁ ଘଟିଛି। ଏହି ସମସ୍ତ ରେଳ ଦୁର୍ଘଟଣା ଲାଗି ଉଚ୍ଚ ଅଧିକାରୀମାନେ ପ୍ରଥମରେ ଦାୟୀ ରହିବା କଥା।

୬. ରେଳ ବୋର୍ଡ ଦ୍ଵାରା ପ୍ରସ୍ତୁତ ଆନୁଆଲ ଷ୍ଟାଟିଷ୍ଟିକାଲ ଷ୍ଟେଟମେଣ୍ଟ ରିପୋର୍ଟର ପୃଷ୍ଠା ସଂଖ୍ୟା ୫୪୧ରେ ତଥ୍ୟ ଦିଆଯାଇଛି ଯେ, ୨୦୨୧-୨୨ ମସିହାରେ ୮୭୪୭ଟି ‘ଯନ୍ତ୍ରପାତି ବିଫଳତା’ ହେତୁ ଘଟିଥିବା ବିଭିନ୍ନ ଘଟଣାର ସୂଚନା ଦିଆଯାଇଛି ଯେଉଁଥିରୁ କେବଳ ‘ସିଗନାଲ ଯନ୍ତ୍ରପାତିର ବିଫଳତା’ ପାଇଁ ୨୫୯୨ ଘଟଣା ଘଟିଛି। ଏହାର ଅନ୍ୟତମ କାରଣ ହେଲା, ଦେଶର ରେଳ ବିଭାଗର ସିଗନାଲ ବିଭାଗରେ ୧୪,୮୫୦ ପୋଷ୍ଟ ଖାଲି ରହିବା। ରାଜ୍ୟସଭାରେ, ୧ ଡିସେମ୍ବର ୨୦୨୨ରେ ଏକ ତାରକା ଯୁକ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ସ୍ଵୀକାର କରିଥିଲେ ଯେ, ସମୁଦାୟ ରେଳ ବିଭାଗରେ ୩ ଲକ୍ଷ ୧୨ ହଜାର ପୋଷ୍ଟ ଖାଲିରହିଛି। ଅଳ୍ପ କର୍ମଚାରୀରେ କାମ ଚଳାଉଥିବା ହେତୁ ରେଳ ବିଭାଗ କର୍ମଚାରୀଙ୍କ ଉପରେ କାର୍ଯ୍ୟର ଚାପ ଅଧିକ। ଇଞ୍ଜିନିୟର ଓ ଡ୍ରାଇଭର ପୋଷ୍ଟ ପୂରଣରେ ଅବହେଳା କରିଥିବା ରେଳ ବିଭାଗୀୟ ଉଚ୍ଚ ଅଧିକାରୀମାନେ ବି ଏଥିଲାଗି ଗିରଫ ହେବା ଉଚିତ ନୁହେଁ କି? ଏପରିକି, ଏହି ବର୍ଷ ଫେବୃଆରୀ ୮ ତାରିଖରେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ହେତୁ ସମ୍ପର୍କ କ୍ରାନ୍ତି ଟ୍ରେନ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ( ସିଗନାଲ ବିଫଳତା)।

୭. ରେଳ ବିଭାଗକୁ ସିଗନାଲ ଯନ୍ତ୍ରପାତି ଯୋଗାଉଥିବା କମ୍ପାନୀକୁ ନେଇ କୌଣସି ଚର୍ଚ୍ଚା ହେଉନାହିଁ। ଦକ୍ଷିଣ ପୂର୍ବ ରେଳପଥର ଖଡଗପୁର-ଭଦ୍ରକ ଡିଭିଜନରେ ବାହାନଗା ଷ୍ଟେସନ ରହିଛି। ଏହି ଡିଭିଜନର ସିଗନାଲ ଯନ୍ତ୍ରପାତି କିଏ ଯୋଗାଉଥିଲା ସେ ସମ୍ପର୍କରେ ରେଳ ବିଭାଗ କୌଣସି ତଥ୍ୟ ଦେଉନାହିଁ। ଏହା ଟାଟା କମ୍ପାନୀର ନୁହେଁ ତ?

୮. ଗଣମାଧ୍ୟମ ଓ ଟାଟା କମ୍ପାନୀର ୱେବସାଇଟରୁ ମିଳୁଥିବା ତଥ୍ୟକୁ ବିଶ୍ଳେଷଣ କଲେ ଜଣାପଡୁଛି ଯେ, ରେଳ ମନ୍ତ୍ରୀ ୨୦୨୧ ମସିହାରେ ଦାୟିତ୍ଵ ନେବା ପରେ ଟାଟା କମ୍ପାନୀ ବନ୍ଦେ ଭାରତ ଟ୍ରେନ ନିର୍ମାଣ, ଟ୍ରାକ ନିର୍ମାଣ, ଇଣ୍ଟର ଲକିଙ୍ଗ ବ୍ୟବସ୍ଥା କରିବା, ଷ୍ଟେସନ ଆଧୂନିକୀକରଣ କରିବା ଇତ୍ୟାଦିର ସମସ୍ତ ଅର୍ଡର ପାଇଛି। କିଛି ରେଳ ଅଧିକାରୀ କହୁଛନ୍ତି ଯେ, ପ୍ରାଇଭେଟ କମ୍ପାନୀ ସିଗନାଲ ଯନ୍ତ୍ରପାତି ଯୋଗାଉଥିଲା ଯେଉଁଗୁଡିକ ଉନ୍ନତମାନର ନଥିଲା। ମାତ୍ର ସେହି କମ୍ପାନୀକୁ ଆଜି ପର୍ଯ୍ୟନ୍ତ କୈଫୟତ ମଗାହେଲା ନାହିଁ।

୯. ଇଣ୍ଟରନେଟ ମାଧ୍ୟମରେ ମିଳିଥିବା ତଥ୍ୟ ଅନୁସାରେ, ୨୦୧୦ରୁ ୨୦୧୯ ମଧ୍ୟରେ ସବୁଠାରୁ ନିରାପଦ ଟ୍ରେନ ବ୍ୟବସ୍ଥା ଫିନଲାଣ୍ଡ, କାନାଡ଼ା, ସ୍ଵିଡେନ, ୟୁକ୍ରେନ, ଚେକ ରିପବ୍ଲିକ, ହଙ୍ଗେରୀ, ମେକ୍ସିକୋ, ରୁଷିଆ, ଚୀନ, ଗ୍ରୀସ ଇତ୍ୟାଦି ଦେଶରେ ରହିଥିବା କଥା ବିଭିନ୍ନ ରିପୋର୍ଟରେ ପ୍ରକାଶିତ। ସେମାନେ ତିନୋଟି ବ୍ୟବସ୍ଥା ଉପରେ ମୁଖ୍ୟତଃ ଗୁରୁତ୍ଵ ଦେଇଛନ୍ତି, ଯାହାକୁ, ଭାରତୀୟ ରେଳ ବିଭାଗ ଗ୍ରହଣ କରୁନାହିଁ।

କ) ରେଳଡବାରେ ନିଆଁ ଲାଗିଲେ ସେନ୍ସର ବ୍ୟବସ୍ଥା ସେମାନଙ୍କର ରହିଛି। କିନ୍ତୁ, ଭାରତରେ ପ୍ରତି ଟ୍ରେନ ପିଛା ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଦର୍ଶାଇ ରେଳ ବିଭାଗ ନୀରବ।

ଖ) ସେହି ଦେଶମାନଙ୍କ ରେଳ ଟ୍ରାକରେ ସେନ୍ସର ବ୍ୟବସ୍ଥା ରହିଛି। ଓଭର ଲୋଡିଙ୍ଗ ହେଲେ ସେହି ବ୍ୟବସ୍ଥା ଟ୍ରେନକୁ ବନ୍ଦ କରିଦେବ। ତାହା ମାଲବାହୀ ଗାଡ଼ି ଲାଇନଚ୍ୟୁତ ହେବା ସମସ୍ୟାକୁ ରୋକିପାରିଛି। କିନ୍ତୁ, ଅନୁମାନ କରାଯାଉଛି ଯେ, ଭାରତରେ ଖଣି କମ୍ପାନୀଙ୍କ ଲବି ପାଇଁ ତାହା କାର୍ଯ୍ୟକାରୀ କରାଯାଉନାହିଁ। ମାଲବାହୀ ଗାଡ଼ିରେ ଖଣିଜ ଦ୍ରବ୍ୟର ଅଧିକ ଚୋରାଚାଲାଣ ହେଉଥିବା ଶାହା କମିଶନଙ୍କ ରିପୋର୍ଟରେ ପୂର୍ବରୁ ସୂଚିତ ହୋଇଛି।

ଗ) ଇଣ୍ଟର ଲକିଙ୍ଗରେ ‘ଜାପାନୀୟ ନିରାପଦ ବ୍ୟବସ୍ଥା’ ପୃଥିବୀର ଅନେକ ଦେଶ ଗ୍ରହଣ କରିଛନ୍ତି। ମାତ୍ର, ଭାରତରେ ଟାଟା କମ୍ପାନୀ ସିଗନାଲ ଯନ୍ତ୍ରାଂଶ ଓ କମ୍ପ୍ୟୁଟର ପ୍ରୋଗ୍ରାମିଂ ରେଳ ବିଭାଗକୁ ଯୋଗାଇଛି, ଯାହା, ନିରାପଦ ହେଉନଥିବା ବାରମ୍ବାର ପ୍ରମାଣିତ ହେଉଛି। ପୂର୍ବରୁ, ରେଳ ବିଭାଗର ଇଞ୍ଜିନିୟର ପ୍ରତି ସ୍ତରରେ ଯନ୍ତ୍ରାଂଶର କାର୍ଯ୍ୟ ନିରୀକ୍ଷଣ କରୁଥିଲେ। ଏବେ ପ୍ରାଇଭେଟ କମ୍ପାନୀ ଯନ୍ତ୍ରାଂଶ ଯୋଗାଇବା ପରେ କିଏ ତାହା ନିରୀକ୍ଷଣ କରୁଛନ୍ତି ଓ କିଏ ଉତ୍ତରଦାୟୀ ରହୁଛନ୍ତି ତାହା ସ୍ପଷ୍ଟ ହେଉନାହିଁ। ଅଧିକ ଟ୍ରେନ ଗଡୁଛି, କିନ୍ତୁ, ନା ତାହାର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉଛି ନା ତଦାରଖ ହେଉଛି।

୧୦. ଉତ୍ପାଦନଠାରୁ ଯାତ୍ରୀଙ୍କୁ ସୁବିଧା ଯୋଗାଉଥିବା ସେବା ପର୍ଯ୍ୟନ୍ତ ଅନେକ କାର୍ଯ୍ୟକୁ ରେଳ ବିଭାଗ ଘରୋଇ କମ୍ପାନୀ ହାତରେ ଟେକି ଦେଇଛି। ଏହାଦ୍ୱାରା ରେଳ ବିଭାଗ ଆଜି ଘରୋଇ କମ୍ପାନୀଙ୍କ ଲାଭର ଉତ୍ସ। ଏହି ପରମ୍ପରା କଂଗ୍ରେସ ସମୟରେ ଆରମ୍ଭ ହୋଇଥିଲା। ଭାରତୀୟ ଜନତା ପାର୍ଟି ସେହି ଗାତରେ ନିଜେ ପଡ଼ିସାରିଛି ଓ ଦେଶବାସୀଙ୍କୁ ଟାଣି ନେଇ ସେହି ଗାତରେ ପକାଉଛି।

‘ଭାରତର ଜୀବନ ରେଖା’ (lifeline of the nation) ଭାରତୀୟ ରେଳର ମୁଖ୍ୟ ସ୍ଲୋଗାନ। ଏହା ଦେଶର ବିକାଶର ପ୍ରତୀକ। ସେହି ଭାରତୀୟ ରେଳ ଆଜି ନିର୍ଦ୍ଧନଙ୍କ ଜୀବନ ରେଖା ପାଲଟିଛି। ସୁରକ୍ଷିତ ଯାତ୍ରାର ନିର୍ଭରୋକ୍ତି ଦେଇନପାରି ରେଳ ବିଭାଗ ବିତଣ୍ଡା ଯୁକ୍ତି କରୁଛି। ଦେଶର ଅନ୍ୟାନ୍ୟ ବିଭାଗ ଭଳି ରେଳ ବିଭାଗ ମଧ୍ୟ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ବଦଳରେ ଅଳ୍ପ କେତେକ କମ୍ପାନୀ ଓ ରେଳ ଅଧିକାରୀଙ୍କ ଲାଗି ଅର୍ଥକାରୀ ଫସଲ ପାଲଟିଛି। ‘ଲୋକଙ୍କ ସେବାରେ ରେଳ ବିଭାଗ’ ସ୍ଲୋଗାନ ନିଜର ଉଦ୍ଦେଶ୍ୟ ପୂରଣ କରିବାକୁ ହେଲେ ଏହାର ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ହେଉଛି।

ଦେବ ରଞ୍ଜନ/ଗୋଲକ ବିହାରୀ ନାଥ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସମିତି

ଯୋଗାଯୋଗ : gassbhubaneswara@gmail.com

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story