ଅମୀରଙ୍କ ଅହଙ୍କାର ଭାଙ୍ଗିଲା ପ୍ରସାଦଙ୍କ ଷଷ୍ଠ ବଲ୍‌

ଅହଂକାର ମଣିଷକୁ ତୁରନ୍ତ ଭୂପତିତ କରାଇଦିଏ। ଏକଥା ସବୁବେଳେ ସମସ୍ତେ ମନେ ରଖିବା ଉଚିତ୍। ଆପଣ ଆପଣଙ୍କ ଦଳର ଶ୍ରେଷ୍ଠ ଖେଳାଳି ହୋଇପାରନ୍ତି। ତେବେ ଯଦି ଆପଣ ଅହଂକାର ଦେଖାଇ ବିପକ୍ଷର ଖେଳାଳୀଙ୍କୁ ହେୟଜ୍ଞାନ କରିବେ ତେବେ ଆପଣଙ୍କ ଅଧୋପତନର ଧାରା ତତ୍‌କ୍ଷଣାତ ଆରମ୍ଭ ହୋଇଯାଇପାରେ। ଏକଥା ସେଦିନ ଅମୀର ସୋହେଲଙ୍କୁ ମନେ ରଖିବାର ଥିଲା।

Amir Sohail And Venkatesh Prasad

Amir Sohail And Venkatesh Prasad

Debendra Prusty
  • Published: Monday, 07 August 2023
  • Updated: 07 August 2023, 04:29 PM IST

News Highlights

  • କେମିତି ଓ କେଉଁଠି ପାକିସ୍ତାନୀ କ୍ରିକେଟର ଅମୀର ସୋହେଲ୍‌ଙ୍କ ଗର୍ବ ଭାଙ୍ଗିଲେ ଭେଙ୍କଟେଶ ପ୍ରସାଦ?
  • କ୍ରିକେଟରେ ମଧ୍ୟ ଅତି ଗର୍ବ ଖେଳର ପରିଣାମ ବଦଳାଇ ଦିଏ, ଏହା ଥିଲା ତାହାର ଏକ ନିଦର୍ଶନ।

Sports

Latest News

ସେଦିନ ଅମୀର ସୋହେଲଙ୍କୁ ଅହଂକାରୀ ହେବାର ନଥିଲା। ସେଦିନ ଅମୀର ସୋହେଲ ଭେଙ୍କଟେଶ ପ୍ରସାଦଙ୍କୁ ଅହଂକାରୀ ହୋଇ ବ୍ୟାଟ୍ ଦେଖାଇବାର ନଥିଲା।

୧୯୯୬ ମସିହାର ବିଶ୍ୱକପର ଘଟଣା। ସ୍ଥାନ ବେଙ୍ଗାଲୁରର ଚିନ୍ନାସ୍ୱାମୀ ଷ୍ଟାଡିୟମ। ଭାରତ ନିଜର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ କ୍ୱାର୍ଟର ଫାଇନାଲ ଖେଳୁଥାଏ। ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସବୁବେଳେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥାଏ ଏବଂ ମୁଖ୍ୟ ମ୍ୟାଚ୍ ଭିତରେ ବି ଅନେକ ଖେଳାଳିଙ୍କ ମଧ୍ୟରେ ପ୍ରତିଷ୍ଠା ଏବଂ ସମ୍ମାନର ଛୋଟ ଛୋଟ ଲଢ଼େଇ ବି ଦେଖିବାକୁ ମିଳିଥାଏ। ଏହା ମ୍ୟାଚ୍ ସବୁକୁ ବେଶ୍ ରୋଚକ କରି ଗଢ଼ି ତୋଳିଥାଏ। ସାଧାରଣତଃ ଭାରତ-ପାକିସ୍ତାନ ମ୍ୟାଚ୍ ଯୋଗୁଁ ଭାରତ ଏବଂ ପାକିସ୍ତାନର କ୍ରୀଡ଼ାପ୍ରେମୀ ଏବଂ ଖେଳାଳି ଉଭୟ ଚାପରେ ଥାଆନ୍ତି। ଏଣୁ ନିଜର ଅଜାଣତରେ ବି ଅନେକ ସମୟରେ ବଡ଼ ବଡ଼ ଭୁଲ ହୋଇଯାଏ ଯାହାଦ୍ୱାରା ମ୍ୟାଚର ପରିଣାମ ପ୍ରଭାବିତ ହୋଇଥାଏ। ସେଦିନ ତ ଅମୀର ସୋହେଲ ଜାଣିଶୁଣି ଭୁଲ କଲେ।

ଭାରତ ପ୍ରଥମେ ବ୍ୟାଟିଂ କରି କରିଥିଲା ୨୮୭ ରନ୍। ଭାରତ ପକ୍ଷରୁ ନଭଜୋତ ସିଂହ ସିଦ୍ଧୁ ୯୩ ରନ ଏବଂ ଅଜୟ ଜାଡେଜା ୨୫ ବଲରେ ୪୫ ରନର ଧୂଆଁଧାର ଇନିଂସ୍ ଖେଳିଥିଲେ। ଧିମା ଓଭର ରେଟ୍ ଯୋଗୁଁ ପାକିସ୍ତାନ ଗୋଟିଏ ଓଭର ହରାଇଥିଲା ଏବଂ ନିର୍ଦ୍ଧାରିତ ୪୯ ଓଭରରେ ପାକିସ୍ତାନକୁ ଜିତିବା ପାଇଁ ୨୮୮ ରନର ଆବଶ୍ୟକତା ଥିଲା।

ପାକିସ୍ତାନ ପାଖରେ ବ୍ୟାଟିଂ କରିବାକୁ ଅନେକ ନାମୀ ବ୍ୟାଟର ଉପସ୍ଥିତ ଥିଲେ। ଓପନର ସଇଦ୍ ଅନୱର ଏବଂ ଅମୀର ସୋହେଲ ପ୍ରଥମ ୧୦ ଓଭର ମଧ୍ୟରେ କୌଣସି ୱିକେଟ୍ ନହରାଇ ୮୪ ରନ୍ ସଂଗ୍ରହ କରିନେଲେ। ଏହି ସମୟରେ ସଇଦ୍ ଅନୱର ଆଉଟ୍ ହୋଇଗଲେ ବି ଅମୀର ସୋହେଲ ନିଜର ଆକ୍ରମଣ ଜାରୀ ରଖିଲେ ବେଶ୍ ନିର୍ଦ୍ଦୟ ଭାବେ। ଏମିତି ପାକିସ୍ତାନର ପ୍ରତି ଆକ୍ରମଣ ଜାରୀ ରହିଥିବା ବେଳ ୧୫ଶ ଓଭର ବୋଲିଂ କରିବାକୁ ଆସିଲେ ଭେଙ୍କଟେଶ୍ ପ୍ରସାଦ।

୧୪.୪ ଓଭର ସୁଦ୍ଧା ପାକିସ୍ତାନ ଏକ ୱିକେଟ ହରାଇ କରିଥାଏ ୧୦୯ରନ୍। ଓଭରର ପଂଚମ ବଲକୁ ଅମୀର ସୋହଲେ ଚୌକା ମାରିଲେ। ଏତେବେଳକୁ ଭାରତୀୟ ସମର୍ଥକ ପ୍ରମାଦ ଗଣିଲେଣି। ଯେଉଁ ଦ୍ରୁତ ଗତିରେ ଅମୀର ସୋହେଲ ଖେଳିବା ଜାରୀ ରଖିଥିଲେ ତାକୁ ଦେଖି ଲାଗୁଥିଲା ଯେ ଏକୁଟିଆ ଅମୀର ସୋହେଲ ଖେଳ ସାରିଦେବେ ଏବଂ ଖେଳ ନିର୍ଦ୍ଧାରିତ ଓଭର ପୂର୍ବରୁ ସରିଯିବ। ଭାରତୀୟଙ୍କ ମନରେ ଛନକା ପଶିବା ଆରମ୍ଭ ହେଲାଣି।

ତେବେ ଏଇଠି ଭୁଲ କରି ବସିଲେ ଅମୀର ସୋହେଲ। ୧୪.୫ ବଲରେ ଚୌକା ମାରିସାରି ଅମୀର ଭେଙ୍କଟେଶ ପ୍ରସାଦଙ୍କୁ କିଛି କ’ଣ କହିଲେ ଏବଂ ହାତରେ ଧରିଥିବା ବ୍ୟାଟକୁ ଧରି ବାଉଣ୍ଡାରୀ ଆଡ଼େ ଦିଶା ନିର୍ଦ୍ଦେଶ କଲେ। ଲାଗିଲା ସେ ପ୍ରସାଦଙ୍କୁ କହିଲେ ଯେ ତୁମେ ଦେଖିବ ମୁଁ କିପରି ପରବର୍ତ୍ତୀ ବଲକୁ ସେଇ ବାଉଣ୍ଡାରୀ ଆଡ଼େ ପଠାଇବି। ଗଭୀର ଆତ୍ମବିଶ୍ୱାସର ସହ ଖେଳୁଥିବା ଅମୀରଙ୍କୁ ଲାଗୁଥିଲା ଯେ ପ୍ରସାଦଙ୍କ ବଲକୁ ସହଜରେ ବ୍ୟାଟ୍ ମାଧ୍ୟମରେ ପଡ଼ିଆ ବାହାରକୁ ପଠାଯାଇପାରେ। ଅମୀର ଭଲ ଖେଳୁଥିଲେ ସତ ଏବଂ ଅନ୍ୟ ଯେ କୌଣସି ସମୟରେ ସେ ହୁଏତ ସହଜରେ ଏଭଳି କରିପାରିଥାଆନ୍ତେ। ତେବେ ସେତେବେଳେ ଅମୀରଙ୍କ କାନ୍ଧ ଉପରେ ଅହଂକାରର ମାଙ୍କଡ଼ ଏମିତି ଭାବେ ବସିଥିଲା ଯେ ସେ ଜୋଶରେ ନିଜର ହୋସ ହରାଇ ବସିଲେ। ଭାରତୀୟ ଦର୍ଶକ ଅମୀରଙ୍କର ଏ ଅହଙ୍କାରୀ ପ୍ରଦର୍ଶନରେ ସ୍ତମ୍ଭୀଭୂତ ହୋଇଥିଲେ ବି ବିଶେଷ କିଛି କରିବା ଅବସ୍ଥାରେ ନଥିଲେ। କାରଣ ପାକିସ୍ତାନର ପଲ୍ଲା ଭାରୀ ରହିଥିଲା।

ଏଣେ ପ୍ରସାଦ ନିଜର ପରବର୍ତ୍ତୀ ବଲ ବୋଲିଂ କରିବାକୁ ନିଜ ରନ୍ ଅପକୁ ଗଲେ। ଏହି ବଲଟି ଫୁଲ୍ ଲେନ୍ଥ ବଲଥିଲା ଏବଂ ଅମୀର ସୋହେଲ ଏହାକୁ ସଂଯୋଗ କରିଥିଲେ ବଲଟି ନିଶ୍ଚୟ ପଡ଼ିଆ ବାହାରକୁ ପଳାଇଥାନ୍ତା। ତେବେ ସେଦିନ ସେମିତି କିଛି ଘଟିଲା ନାହିଁ। ଅମୀର ସୋହେଲ ଏହି ବଲଟି ଖେଳିବାକୁ ସଂପୂର୍ଣ୍ଣ ବିଫଳ ହେଲେ ଏବଂ ବଲ ତାଙ୍କ ଅଫଷ୍ଟମ୍ପକୁ ଉପାଡ଼ି ଫୋପାଡ଼ି ଦେଥିଲା।

ଅମୀର ବିଫଳ ମନୋରଥରେ ପ୍ରାୟ ଦୁଇ ଫୁଟ ଦୂରରେ ପଡ଼ିଥିବା ଷ୍ଟମ୍ପକୁ ଦେଖି ପାଭଲିଅନ ଫେରିବାକୁ ବାଧ୍ୟ ହୋଇଥିଲେ। ଅମୀର ଆଉଟ୍ ହେବା ସହ ପାକିସ୍ତାନର ବିଜୟ ଆଶାରେ ପାଣି ଭରିଯାଇଥିଲା। ଜଣେ ବୋଲର ନିଜେ ଠିକ୍ ବୋଲିଂ କଲେ ତାକୁ ମୁହଁ ଖୋଲିବାର ଆବଶ୍ୟକ ନାହିଁ ବରଂ ବ୍ୟାଟରଙ୍କର ସବୁ ପ୍ରଶ୍ନର ଊତ୍ତର ବୋଲରଙ୍କ ବଲ ଦେଇପାରେ ବୋଲି କ୍ରିକେଟରେ ପ୍ରଚଳିତ ଥିବା ବହୁ ପୁରାତନ ଉକ୍ତିକୁ ବେଶ୍ ସହଜତାର ସହ ପ୍ରମାଣ କରିଥିଲେ ପ୍ରସାଦ।

ସେପଟେ ଅମୀର ସୋହେଲ ଆଉଟ୍ ହେବା ପରେ ପରେ ପାକିସ୍ତାନ ଲଗାତାର ୱିକେଟ୍ ହରାଇ ଚାଲିଲା ଏବଂ ଦଳ ଭାରତ ପାଖରୁ ୩୯ ରନ ବ୍ୟବଧାନରେ ପରାସ୍ତ ହେଲା। ଏହି ମ୍ୟାଚ୍ ହାରିବା ଫଳରେ ୧୯୯୨ର ବିଶ୍ୱକପ୍ ଚାମ୍ପିୟନ ଥିବା ପାକିସ୍ତାନ ଦଳ ୧୯୯୬ ବିଶ୍ୱକପରୁ ବାହାରି ଯାଇଥିଲେ। ଏହି ମ୍ୟାଚ୍‌ରେ ଭେଙ୍କଟେଶ୍ ପ୍ରସାଦ ୧୦ ଓଭରରେ ୪୫ ରନ୍ ଦେଇ ୩ ୱିକେଟ୍ ପାଇଥିଲେ। ସଂଯୋଗବଶତଃ ଏହା ଅନ୍ୟତମ ପାକିସ୍ତାନ ଲିଜେଣ୍ଡ ଜାଭେଦ୍ ମିଆଁଦାଦଙ୍କର ଶେଷ ମ୍ୟାଚ୍‌ ଥିଲା।

କୁହାଯାଏ ଯେ କ୍ରିକେଟ୍ ଶ୍ରେଷ୍ଠ ସମାନକାରୀ। କେତେବେଳେ ଏହା ବ୍ୟାଟରକୁ ଶୀର୍ଷରେ ପହଁଚାଇଦିଏ ତ ଆଉ କେତେବେଳେ ଏହା ବୋଲରର କ୍ୟାରିୟର ଗୋଟିଏ ଓଭର ଭିତରେ ଶେଷ କରିଦେଇପାରେ। ତେଣୁ କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଏବଂ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ସମସ୍ତଙ୍କୁ ସବୁବେଳେ ମିଳିଥାଏ। ଏକଥା ଅମୀର ସୋହେଲ ବୁଝିଥିଲେ କିମ୍ବା ବୁଝିକରି କାମରେ ଲଗାଇଥିଲେ ତାଙ୍କୁ ଗୋଟିଏ ବଲ ବ୍ୟବଧାନରେ ଲୋକହସା ହେବାକୁ ପଡ଼ିନଥାନ୍ତା। ସେଦିନ ଯଦି ଅମୀର ସୋହଲେ ଦେଖାଇ ହେବାର ବୃଥା ଅହମିକାକୁ ଛାଡ଼ି ଖେଳରେ ମନୋନିବେଶ କରିଥାଆନ୍ତେ କିଏ ଜାଣେ ପାକିସ୍ତାନ ହୁଏତ ସେ ମ୍ୟାଚ୍‌ରେ ବିଜୟୀ ହୋଇଥାଆନ୍ତା ଏବଂ ଏହାର ସମସ୍ତ ଶ୍ରେୟ ଅମୀର ସୋହେଲଙ୍କୁ ମିଳିଥାଆନ୍ତା।

ତେବେ ସେ ଘଟଣା ଯାହା ହେଉନା କାହିଁକି ପ୍ରସାଦ ଏବଂ ସୋହେଲଙ୍କ ଏହି ଲଢ଼େଇ ଦୀର୍ଘ ଦିନ ଯାଏ କ୍ରୀଡ଼ାପ୍ରେମୀଙ୍କୁ ଆନ୍ଦୋଳିତ କରି ରଖିଥିଲା ଏବଂ ଏହା ଆଗକୁ ରଖିବ ମଧ୍ୟ। ଭାରତୀୟ କ୍ରିକେଟ୍ ଇତିହାସରେ ଏପରି ଘଟଣା ଏକ ମାଇଲଖୁଣ୍ଟ ନିଶ୍ଚିଚ। ଦୀର୍ଘ ଦିନ ଧରି ଏହି ଘଟଣା ଭାରତୀୟ କ୍ରିକେଟ୍ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ରୁଦ୍ର ପ୍ରସନ୍ନ ରଥ

ଫୋ- ୭୯୭୮୬୭୧୭୭୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story