୨୦୩୬ ମସିହାର ଓଡ଼ିଶା କେଉଁଭଳି ହେବ?

ପ୍ରଦୂଷଣ ହେତୁ ଆଜି ଅଞ୍ଚଳରେ ଅନେକ ଲୋକ ଯକ୍ଷ୍ମା ବେମାରୀରେ ପଡିଛନ୍ତି। ଅନେକ ଏହିହେତୁ ମରିଯାଉଛନ୍ତି। ଚାଷ ଭଲ ହେଉ ନାହିଁ। ଚୂନ ଗୁଣ୍ଡ ପଡ଼ିବାରୁ କୌଣସି ଫସଲ ଭଲ ହେଉନାହିଁ। ପାଚିବା ପୂର୍ବରୁ ଫଳ ଝଡ଼ିଯାଉଛି। ଲୋକେ ଚଳିବେ ବା କେମିତି? ଅଞ୍ଚଳରେ ପାଣି ମଧ୍ୟ ଭଲରେ ମିଳୁନାହିଁ, ନା ପିଇବା ଲାଗି ନା ବ୍ୟବହାର ଲାଗି। ଘର ବାହାରକୁ ବାହାରିଲେ ମୁହଁ ଧଳା ଦେଖାଯାଉଛି।

Demonstration Against OCL Pollution

Demonstration Against OCL Pollution

Debendra Prusty
  • Published: Monday, 18 November 2024
  • Updated: 18 November 2024, 02:14 PM IST

ଦେବ ରଞ୍ଜନ

କିଛି ଦିନ ତଳେ ମୁଁ ବିବୋଲ ଟପ୍ପୋଙ୍କୁ ଗୋଟିଏ ପ୍ରଶ୍ନ ପଚାରିଥିଲି। ମୋର ପ୍ରଶ୍ନଟି ଥିଲା, ‘ଓଡିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ହେବାର ଏକ ଶହ ବର୍ଷ ହେବାକୁ ଯାଉଛି। ତୁମେ ୨୦୩୬ ମସିହା ବେଳକୁ ଓଡ଼ିଶାକୁ କେଉଁଭଳି ସ୍ଥାନରେ ଦେଖିବାକୁ ଚାହୁଁଛ?’ ବିବୋଲଙ୍କ ଉତ୍ତର ବିକାଶର ପରିଭାଷାକୁ ଓଲଟାଇ ଦେଉଥିଲା।

ବିବୋଲ ଟପ୍ପୋ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଲାଞ୍ଜିବେର୍ଣ୍ଣା ଅଞ୍ଚଳର ବାସିନ୍ଦା। ଆଦିବାସୀ। ମଧ୍ୟ ବୟସ୍କ ମଣିଷ। ବାହାର ଦୁନିଆର ଅନେକ ଖବର ସେ ରଖନ୍ତି।

୧୯୫୦ ଦଶକରୁ ତାଙ୍କ ଅଞ୍ଚଳରେ ଓଡ଼ିଶା ସିମେଣ୍ଟ ଲିମିଟେଡ ନାମରେ ଡାଲମିଆ କମ୍ପାନୀ ଚୂନ ଖଣି ଉତ୍ତୋଳନ ଓ ରାଜଗାଙ୍ଗପୁର ଠାରେ ସିମେଣ୍ଟ କାରଖାନା ସ୍ଥାପନ କରି ସିମେଣ୍ଟ ଉତ୍ପାଦନ କାର୍ଯ୍ୟରେ ଲାଗିଛି।

ଉକ୍ତ କମ୍ପାନୀ ଏବେ ସଂପ୍ରସାରଣ ଲାଗି ଅଧିକ ଜମି ଆବଶ୍ୟକ କରୁଛି। ଏହା ହେଲେ ଅଞ୍ଚଳର ଅନେକ ଗ୍ରାମ କମ୍ପାନୀ ଭିତରେ ହଜିଯିବ। ସେଥିଲାଗି କମ୍ପାନୀର ସଂପ୍ରସାରଣ ଯୋଜନାକୁ ବିବୋଲ ସମେତ ସ୍ଥାନୀୟ ଗ୍ରାମବାସୀ ବିରୋଧ କରୁଛନ୍ତି। ଏଭଳି ବିରୋଧର ଅନ୍ୟ ଏକ କାର୍ଯ୍ୟକ୍ରମ ଥିଲା ରାଜ୍ୟପାଳଙ୍କୁ ଦାବିପତ୍ର ଦେବା ଓ ତାଙ୍କର ସାମ୍ବିଧାନିକ ଦାୟିତ୍ଵ ସେ ଯେପରି କରନ୍ତି ତାହାକୁ ସୂଚାଇଦେବା। ସେଥିଲାଗି ସେମାନେ ଭୁବନେଶ୍ଵର ଆସିଥାନ୍ତି।

ବିବୋଲ ତଥା ଲାଞ୍ଜିବେର୍ଣ୍ଣା, ବିହାବନ୍ଧ ଗ୍ରାମବାସୀଙ୍କ ସହିତ ମୋର ପରିଚୟ ହୁଏ ସେହି ଭୁବନେଶ୍ଵର ରାଜଭବନ ସାମ୍ନାରେ। ଡିସେମ୍ବର ୨୦୨୨ ମସିହାରେ ରାଜଗାଙ୍ଗପୁର ଓ କୁତ୍ରା ବ୍ଲକର ୮ ଖଣ୍ଡ ଗ୍ରାମର ୨୦୦ ପାଖାପାଖି ମହିଳା ଓ ପୁରୁଷ ୧୦ ଦିନ ହେଲା ରାଜ୍ୟପାଳ ଭବନ ସାମ୍ନାରେ ଧାରଣା ବସିଥାନ୍ତି। ସେମାନେ ରାଜ୍ୟପାଳଙ୍କୁ ଦାବିପତ୍ର ଦେବା ଲାଗି ଧାରଣା ବସିଥିଲେ ମଧ୍ୟ ରାଜ୍ୟପାଳ ସମୟ ଦେଉନଥିବାରୁ ସେମାନଙ୍କୁ ରାଜଭବନ ଭିତରକୁ ଯିବା ଲାଗି ଅନୁମତି ମିଳିନଥିଲା। ସେ ସମୟରେ ରାଜ୍ୟପାଳ ରହିଥାନ୍ତି ପ୍ରଫେସର ଗଣେଶୀ ଲାଲ।

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଓ ରାଜଗାଙ୍ଗପୁର ବ୍ଲକ ମଧ୍ୟରେ ଅବସ୍ଥିତ ଲାଞ୍ଜିବେର୍ଣ୍ଣା ଓ ଏହା ସନ୍ନିକଟ କୁକୁଡା, ବିହାବନ୍ଧ, ଅଲଣ୍ଡା, କେଶରୀମାଳ, ଜଗରପୁର ଇତ୍ୟାଦି ଗ୍ରାମ ଗୁଡ଼ିକ ‘କୃଷି କୈନ୍ଦ୍ରିକ’। ସେମାନଙ୍କର କୃଷି ମୁଖ୍ୟତଃ ବର୍ଷା ପାଣି ଉପରେ ନିର୍ଭରଶୀଳ। ଚାଷ ପାଇଁ ଆଗ୍ରହୀ ଥାଇ ମଧ୍ୟ ଜିଲ୍ଲାବାସୀ କୃଷି ଦ୍ଵାରା ନିଜର ଆବଶ୍ୟକତାକୁ ପୂରଣ କରିବାରେ ଅସମର୍ଥ। କାରଣ ଜଳସେଚନ ଜିଲ୍ଲାବାସୀଙ୍କ ଲାଗି ପ୍ରାଥମିକ ଅସୁବିଧା।

ସୁନ୍ଦରଗଡ଼ ଜିଲ୍ଲାରେ କିନ୍ତୁ ଭରି ରହିଛି କୋଇଲା, କ୍ରୋମାଇଟ, ଚୂନ ଖଣି, ଲୁହା ଖଣି, ଲାଇମଷ୍ଟୋନ ଇତ୍ୟାଦି। ଏହା ସହିତ ରହିଛି ଅନେକ ସ୍ପଞ୍ଜ ଆଇରନ ପ୍ଳାଣ୍ଟ ଓ ଛୋଟ ବଡ଼ ନଦୀବନ୍ଧ ଯୋଜନା। ଜିଲ୍ଲାର କ୍ଵଚିତ ପଞ୍ଚାୟତ ଏପରି ରହିଥିବ ଯେଉଁ ପଞ୍ଚାୟତର ଜମି କୌଣସି ନା କୌଣସି ଖଣି ବା ଶିଳ୍ପ ପ୍ରକଳ୍ପ ଲାଗି ଅଧିଗୃହୀତ ହୋଇନଥିବ।

ସୁନ୍ଦରଗଡ଼ ଜିଲା ବିସ୍ଥାପିତଙ୍କ ଜିଲ୍ଲା ଭାବରେ ବେଶ ଖ୍ୟାତ। ଏହି ଜିଲାରେ ଅନେକ ଅର୍ଥକାରୀ ଉଦ୍ୟୋଗ ରହିଥିବା ସତ୍ତ୍ୱେ ଜମିକୁ ଜଳସେଚନର ସୁବିଧା କରାନଯିବାର ପ୍ରଥମ କାରଣ ହେଉଛି ନଦୀର ଜମି ଉପରେ ବୃହତ ପ୍ରକଳ୍ପର ଅଧିକାରକୁ ପ୍ରଥମିକତା ଦେବା। ଦ୍ଵିତୀୟ କାରଣ ହେଉଛି ଲୋକେ ସ୍ୱଚ୍ଛଳ ହୋଇଗଲେ ଜମି ଛାଡ଼ିବାକୁ କୁଣ୍ଠାବୋଧ କାଳେ କରିବେ ତେଣୁ ପ୍ରଶାସକ ଓ ରାଜନେତାଙ୍କ ଦ୍ଵାରା କୃଷିର ବିକାଶ କରାନଯିବା। ଏହା ଦଶନ୍ଧି ଦଶନ୍ଧିର ଯୋଜନା। ଏହା ବ୍ୟତୀତ ଅନ୍ୟ କିଛି କାରଣ ନାହିଁ।

ବିବୋଲ ସେଦିନ ମୋର ପ୍ରଶ୍ନର ଉତ୍ତରରେ ଏହି କଥା କହିଥିଲେ, ‘୨୦୩୬ ମସିହା ମଧ୍ୟରେ ଆମର ସମଗ୍ର ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ହେବା ଭଳି ଏକ ରାଜ୍ୟର ସ୍ଵପ୍ନ ମୁଁ ଦେଖୁଛି।’ ଜିଲ୍ଲାବାସୀଙ୍କୁ ଯେଉଁଭଳି ଧୋକା ଦିଆଯାଇ ଆସୁଛି ତାହାକୁ ସେ ମୋ ସାମ୍ନାରେ ବର୍ଣ୍ଣନା କରୁଥିଲେ।

ଆମ ଗଣତନ୍ତ୍ରରେ ଭୋଟ ଦେବା ଯେମିତି ପ୍ରତ୍ୟେକ ନାଗରିକର ସାମ୍ବିଧାନିକ ଅଧିକାର ରହିଛି, ସେହିଭଳି ଶାନ୍ତିପୂର୍ଣ୍ଣ ଭାବରେ ଧାରଣା, ବିକ୍ଷୋଭ ଓ ସମାବେଶ କରି ସରକାରଙ୍କୁ ଦାବିପତ୍ର ଦେବା ମଧ୍ୟ ଅନ୍ୟତମ ସାମ୍ବିଧାନିକ ଅଧିକାର। ଏହା ଦ୍ୱାରା ଜନସାଧାରଣଙ୍କୁ ନିଜ ପ୍ରତିକ୍ରିୟା ପ୍ରକାଶ କରିବା ଲାଗି ପୁଣି ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡ଼ିବାର ଆବଶ୍ୟକ ହେବ ନାହିଁ।

ଦେଶର ଆଇନ ପ୍ରଣୟନର ଇତିହାସ ଦେଖିଲେ ଜଣାପଡ଼େ ଯେ ଏପରି ଅନେକ ନୂତନ ଆଇନ ପ୍ରଣୟନ ହୋଇଛି ଯାହାର ଅବୟବ ଲୋକଙ୍କ ଦାବିପତ୍ର ମଧ୍ୟରୁ ଆସିଛି। ସେହିଭଳି ଏକ ଆଇନ ହେଉଛି ‘ପେସା’। (PESA – Panchayat Extension to Scheduled Area Act)

ଦେଶର ଅନୁସୂଚୀତ ଅଞ୍ଚଳରେ ଆଦିବାସୀମାନଙ୍କ ଦ୍ଵାରା ବିସ୍ଥାପନ, ଜମି ହଡ଼ପ ଓ ମଦର ପ୍ରଚଳନ ବିରୁଦ୍ଧରେ ଚାଲିଆସିଥିବା ଦୀର୍ଘ ବର୍ଷର ଆନ୍ଦୋଳନ ଓ ପ୍ରତିବାଦ କାରଣରୁ ତତ୍କାଳୀନ କଂଗ୍ରେସ ସରକାର ୧୯୯୪ ମସିହାରେ ଦିଲ୍ଲୀପ ସିଂହ ଭୂରିଆଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହା ‘ଭୁରିଆ କମିଟି’ ନାମରେ ଖ୍ୟାତ। ଏହି କମିଟିର ଦାୟିତ୍ଵ ଥିଲା ଅନୁସୂଚୀତ ଅଞ୍ଚଳ ଲାଗି ଆବଶ୍ୟକ ହେଉଥିବା ସ୍ଵତନ୍ତ୍ର ଆଇନର ରୂପରେଖ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଦେବା।

୧୯୯୫ ମସିହାରେ ଭୂରିଆ କମିଟି ଆଦିବାସୀ ବହୁଳ ଅନୁସୂଚୀତ ଅଞ୍ଚଳ ଲାଗି ସ୍ଵତନ୍ତ୍ର ଆଇନର ଚିଠା ପ୍ରସ୍ତାବ ଦେଇଥିଲେ। କମିଟି ଏଥିରେ ସମ୍ବିଧାନରେ ସଂଶୋଧନ ଆଣି ନୂତନ ଆଇନ ପ୍ରଣୟନ କରିବାର ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହରାଓଙ୍କ ସରକାର ଗ୍ରହଣ ନକରିବା କାରଣରୁ ପୁଣି ଦେଶ ମଧ୍ୟରେ ଧାରଣା ଓ ପ୍ରତିବାଦ ଆରମ୍ଭ ହୋଇଯାଇଥିଲା।

ଏହାପରେ କେନ୍ଦ୍ର ସରକାର ବାଧ୍ୟ ହୋଇ ଡିସେମ୍ବର ୨୪, ୧୯୯୫ରେ ସଂସଦରେ ‘ପେସା’ ନାମରେ ସଂଶୋଧନ ଆଇନ ଗୃହୀତ କରାଇଥିଲେ। ଏହି ନୂତନ ଆଇନରେ ଭୂରିଆ କମିଟିର ସମସ୍ତ ପ୍ରସ୍ତାବ ସ୍ଥାନିତ ହେଲା।

ସମ୍ବିଧାନର ନବମ ଅନୁଚ୍ଛେଦର ଧାରା ୨୪୪ ଉପଧାରା ୪ ଏଥିଲାଗି ସଂଶୋଧନ କରାଯାଇ ନୂତନ ‘ପେସା’ ପ୍ରଣୟନ କରାଗଲା। ଉକ୍ତ ଆଇନ ଦ୍ଵାରା ଆଦିବାସୀଙ୍କ ପାରମ୍ପରିକ ନିଷ୍ପତ୍ତି ନେବାର ପ୍ରଣାଳୀ ଓ ଗ୍ରାମସଭାକୁ ସାମ୍ବିଧାନିକ ମାନ୍ୟତା ମିଳିଲା। ଗ୍ରାମର ସମସ୍ତ ସାବାଳକ ଭୋଟରଙ୍କୁ ନେଇ ଗ୍ରାମସଭା। ଏହି ଆଇନ ବଳରେ ଗ୍ରାମସଭା ନିଜ ଗ୍ରାମ ସମ୍ପର୍କରେ ନିଷ୍ପତ୍ତି ନେବାର କ୍ଷମତା ପ୍ରାପ୍ତ ହେଲା। ଅନୁସୂଚୀତ ଅଞ୍ଚଳର ସାମ୍ବିଧାନିକ ମୁଖ୍ୟ ରହିଲେ ରାଜ୍ୟପାଳ।

ଆଦିବାସୀଙ୍କ ଜୀବିକା, ପ୍ରାକୃତିକ ସମ୍ପଦ, ସଂସ୍କୃତି ଓ ପରମ୍ପରା ଇତ୍ୟାଦିର ସୁରକ୍ଷା ଲାଗି ‘ପେସା’ ମଧ୍ୟରେ ଅନେକ ପ୍ରସ୍ତାବ ରହିଛି। ସେ ମଧ୍ୟରୁ ଅନ୍ୟତମ ହେଉଛି ବିଭିନ୍ନ ପ୍ରସଙ୍ଗରେ ଗ୍ରାମସଭାର ଅନୁମୋଦନ। ଅନୁସୂଚୀତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ହେବାକୁ ଥିବା ବୃହତ ପ୍ରକଳ୍ପ ଲାଗି ଏଣିକି ଗ୍ରାମସଭାର ଅନୁମୋଦନ ବାଧ୍ୟତାମୂଳକ ହେଲା।

ବର୍ଷକ ମଧ୍ୟରେ ପ୍ରତ୍ୟେକ ରାଜ୍ୟ ନିଜର ରାଜ୍ୟ ପଞ୍ଚାୟତ ଆଇନକୁ ‘ପେସା’ ଅନୁସାରେ ସଂଶୋଧନ କରିବା ଲାଗି ବାଧ୍ୟ ଥିଲେ। ଦେଶରେ ଅନୁସୂଚୀତ ଅଞ୍ଚଳ ଥିବା ଆଠଟି ରାଜ୍ୟ ରହିଛି ଯଥା- ମଧ୍ୟ ପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଓ ତେଲେଙ୍ଗାନା। ଏହି ସମସ୍ତ ରାଜ୍ୟ ନିଜର ପଞ୍ଚାୟତ ଆଇନର ସଂଶୋଧନ କରିବାର ପ୍ରସ୍ତାବ ଏଥିରେ ରହିଲା।

ସୁନ୍ଦରଗଡ଼ ଆଦିବାସୀ ବହୁଳ ଜିଲ୍ଲା। ଓରାମ, କିସାନ, ଖଡିଆ, ମୁଣ୍ଡା ଆଦିବାସୀ ଅଛନ୍ତି। ଅଧିକାଂଶ ଗ୍ରାମ ମଧ୍ୟରେ ସେମାନଙ୍କ ସଂଖ୍ୟା ସମସ୍ତ ଲୋକସଂଖ୍ୟାର ୭୦ରୁ ୯୦ ପ୍ରତିଶତ। ସମ୍ବିଧାନର ପଞ୍ଚମ ଅନୁସୂଚୀତ ଅଞ୍ଚଳ ତାଲିକାରେ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଭୁକ୍ତ। ତେଣୁ ଏଠାରେ ‘ପେସା’ ଲାଗୁ ହେଉଛି।

୨୬ ଜାନୁଆରୀ ୨୦୨୦ରେ ସୁନ୍ଦରଗଡ଼ ଜିଲ୍ଲାର ଲାଞ୍ଜିବେର୍ଣ୍ଣା ସମେତ ପାଞ୍ଚଟି ପଞ୍ଚାୟତର ଗ୍ରାମସଭାରେ ଓଡ଼ିଶା ସିମେଣ୍ଟ କମ୍ପାନୀ ଦ୍ଵାରା ପ୍ରସ୍ତାବିତ ସଂପ୍ରସାରଣ ଲାଗି ଚାଲିଥିବା ଜମି ଅଧିଗ୍ରହଣ ଉଦ୍ୟମକୁ ବିରୋଧ କରି ନିଷ୍ପତ୍ତି ନିଆଯାଇଥିଲା। ନମୁନା ଭାବରେ ଦେଖିବାକୁ ଗଲେ କେଶରାମାଳ ଗ୍ରାମସଭାରେ ନିଷ୍ପତ୍ତି ଥିଲା, ‘ଅଦ୍ୟ ତା ୨୬/୦୧/ ୨୦୨୦ରେ କେଶରାମାଳ ଗ୍ରାମ ପଞ୍ଚାୟତର ଗ୍ରାମସଭା ବୈଠକରେ ଓସିଏଲ ଜମି ଅଧିଗ୍ରହଣ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ବିରୋଧ କରୁଅଛୁ ଓ ଖାରଜ କରୁଅଛୁ। ତତସହିତ ଆମ ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ତରଫରୁ ପୁନର୍ବାର ଭବିଷ୍ୟତରେ କେବେ ମଧ୍ୟ ଜମି ଅଧିଗ୍ରହଣ ବାବଦରେ ନୋଟିସ ପଠାଇବେ ନାହିଁ, ତାହା ଆମେ ନିଷ୍ପତ୍ତି ନେଲୁ ଓ ନିର୍ଦ୍ଦେଶ ଦେଲୁ।’ (ପିୟୁସିଏଲ ରିପୋର୍ଟ, ମଇ ୨୦୨୨)

ଗ୍ରାମସଭାର ଉକ୍ତ ନିଷ୍ପତ୍ତିକୁ କିନ୍ତୁ ବେଖାତିର କରି ତତ୍କାଳୀନ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଦ୍ଵାରା ପ୍ରକଳ୍ପର ସାମାଜିକ ପ୍ରଭାବ ଆକଳନ ସମ୍ବନ୍ଧୀୟ ଅଧ୍ୟୟନ ପାଇଁ ପଦକ୍ଷେପ ନେଲେ। ଏଥିଲାଗି ସରକାର ବ୍ୟାପକ ସଶସ୍ତ୍ର ପୁଲିସ ମୁତୟନ କରିଥିଲେ। ଏପରି ଜବରଦସ୍ତି ଅଞ୍ଚଳରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି କରିଥିଲା।

ଏହା ସହିତ ରାଜ୍ୟ ସରକାର ଜନ ଶୁଣାଣି ପ୍ରକ୍ରିୟା ଆରମ୍ଭ କରିବାରୁ ଲୋକେ ‘ଜନଶୁଣାଣି ଦରକାର ନାହିଁ, ପୁଲିସ ପ୍ରଶାସନ ୱାପସ ଯାଅ’ ଇତ୍ୟାଦି ସ୍ଲୋଗାନ ଦେଇ ଏହାର ବିରୋଧ କରିଥିଲେ। ପ୍ରଥମ ଜନ ଶୁଣାଣିକୁ ଲୋକେ ବିରୋଧ କରିବାରୁ ଦ୍ଵିତୀୟ ଓ ପରେ ତୃତୀୟ ଥର ଲାଗି ଜନଶୁଣାଣି କରାଯାଇ ଗଣମାଧ୍ୟମରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରକାଶ କରାଯାଇଥିଲା ଯେ ‘ଏଥର ଜନ ଶୁଣାଣି ସଫଳ ହେଲା।’ ଏହା ଲୋକଙ୍କ ପାଇଁ ଧୋକାବାଜି ଥିଲା। ପ୍ରଥମ ଜନ ଶୁଣାଣିକୁ ସରକାର ଗ୍ରହଣ ନକରିବା ଓ ଜବରଦସ୍ତି ଲୋକଙ୍କ ସହମତି ନେବା ପାଇଁ ଉଦ୍ୟମ ଜାରି ରଖିବାକୁ ଲୋକେ ବିରୋଧ କରିଥିଲେ। ସେଥିଲାଗି ସେମାନେ ରାଜ୍ୟପାଳଙ୍କୁ ନିଜର ଅଭିଯୋଗ ଦେବା ଲାଗି ଭୁବନେଶ୍ୱର ଆସିଥିଲେ।

ଧାରଣାସ୍ଥଳୀରେ ସେଦିନ ବସିଥିବା ମହିଳାଙ୍କ ମଧ୍ୟରୁ ଅନିତା ଡୁଙ୍ଗଡୁଙ୍ଗ, ହୀରା ମିଞ୍ଜ ଓ ପୁଷ୍ପା ଏକ୍କା କମ୍ପାନୀ ସ୍ଥାପନ ପରଠାରୁ ଅଞ୍ଚଳବାସୀଙ୍କ ପ୍ରତି ହେଉଥିବା ଅସୁବିଧା ସବୁକୁ ବର୍ଣ୍ଣନା କରୁଥିଲେ। ସେମାନଙ୍କ ଗାଁ ଓ ଗାଁର ଚାଷ ଜମି ମଝିରେ କମ୍ପାନୀର ବିରାଟ ଚୂନ ଖଣି ରହିଛି। ଗ୍ରାମବାସୀଙ୍କ ଗାଈ ଗୋରୁ ଏଥିରେ ପଡ଼ି ମରିଯାଉଥିଲେ। ଏହାର ପ୍ରତିବାଦ କରିବାରୁ କମ୍ପାନୀ ବିରାଟ ତାରବାଡ଼ ଘେରିଦେଲା। ଏବେ ନିଜ ଚାଷ ଜମିକୁ ଯିବା ଅସୁବିଧା ହୋଇଯାଉଛି। ଖଣି ଲାଗି ବ୍ଳାଷ୍ଟିଙ୍ଗ କରିବା କାରଣରୁ ଅନେକଙ୍କ ଘର ଭାଙ୍ଗି ଗଲାଣି। ଲୋକେ ସେହି ସମୟରେ ରାସ୍ତାରେ ଚାଲିବାକୁ ଡରୁଛନ୍ତି କାରଣ ପଥର ଆସି ଗାଁ ମଝିରେ ପଡୁଛି।

କମ୍ପାନୀର ପ୍ରଦୂଷଣ ହେତୁ ଆଜି ଅଞ୍ଚଳରେ ଅନେକ ଲୋକ ଯକ୍ଷ୍ମା ବେମାରୀରେ ପଡିଛନ୍ତି। ଅନେକ ଏହିହେତୁ ମରିଯାଉଛନ୍ତି। ଚାଷ ଭଲ ହେଉ ନାହିଁ। ଚୂନ ଗୁଣ୍ଡ ପଡ଼ିବାରୁ କୌଣସି ଫସଲ ଭଲ ହେଉନାହିଁ। ପାଚିବା ପୂର୍ବରୁ ଫଳ ଝଡ଼ିଯାଉଛି। ଲୋକେ ଚଳିବେ ବା କେମିତି? ଅଞ୍ଚଳରେ ପାଣି ମଧ୍ୟ ଭଲରେ ମିଳୁନାହିଁ, ନା ପିଇବା ଲାଗି ନା ବ୍ୟବହାର ଲାଗି। ଘର ବାହାରକୁ ବାହାରିଲେ ମୁହଁ ଧଳା ଦେଖାଯାଉଛି। ଘରେ ଭାତ ଥାଳି ବି ଏଥିରୁ ବାଦ ଯାଉନାହିଁ। ଜୀବନ ଜିଇଁବା କଷ୍ଟ ହୋଇଯାଉଛି ବୋଲି ଧାରଣାରେ ବସିଥିବା ମହିଳାମାନେ ବର୍ଣ୍ଣନା କରୁଥିଲେ। ସେମାନେ କହୁଥିଲେ, ‘ଥରେ ଭୁବନେଶ୍ଵରବାସୀ ଦିନକ ଲାଗି ଆମ ଅଞ୍ଚଳକୁ ଆସନ୍ତୁ। ନିଜେ ଭୋଗିଲେ ଜାଣିବେ କେମିତି କି କଷ୍ଟରେ ଆମେ ଅଛୁ?’

ସିମେଣ୍ଟ କାରଖାନା ଲାଗି ଲୋକଙ୍କ ଜୀବିକା ଓ ପରିବେଶ ଉପରେ ବିରାଟ ପ୍ରଶ୍ନ ଠିଆ ହୋଇଛି। ଚୂନ ଖଣିକୁ ବନ୍ଦ କରିବା ଲାଗି ଏକ ଦଶନ୍ଧି ହେଲା ବିବୋଲ ଓ ଗ୍ରାମବାସୀ ଉଦ୍ୟମ ଜାରି ରଖିଛନ୍ତି। ୨୦୩୬ ମସିହା ବେଳକୁ କେଉଁଭଳି ଓଡ଼ିଶା ଦେଖିବାକୁ ଚାହୁଁଛନ୍ତି ମୋର ପ୍ରଶ୍ନର ଉତ୍ତରରେ ବିବୋଲ କ୍ଷଣକ ମଧ୍ୟରେ ଉତ୍ତର ରଖିଥିଲେ, ‘ଚୂନଖଣି ବିହୀନ ରାଜ୍ୟ ଆମର ପ୍ରାଥମିକ କାମନା। ଏହା ବାଦ ପ୍ରତ୍ୟେକ ଜମିକୁ ଜଳସେଚନ ସୁବିଧା ନିହାତି ଆବଶ୍ୟକ। ପ୍ରଦୂଷଣମୁକ୍ତ ଦେଶ ପ୍ରଦୂଷଣମୁକ୍ତ ବିଶ୍ଵ ପାଇଁ ଆମର ଉଦ୍ୟମ।’

ବିବୋଲଙ୍କ ଉତ୍ତର ବହୁତ ସରଳ ଓ ସଳଖ ଥିଲା। ଏହାକୁ ବାଦ ଦେଇ ଓଡ଼ିଶା ପାଇଁ ୨୦୩୬ର କଳ୍ପନା କରାଯାଇ ନପାରେ। ବିକାଶ ସର୍ବଦା ସହମତି ଭିତ୍ତିରେ ହେବା ଜରୁରୀ। ବିକାଶରେ ସମସ୍ତଙ୍କ ଲାଗି ସମାନ ଭାଗୀଦାରୀ ରହିବା ଆବଶ୍ୟକ। ସେହିଭଳି ବିକାଶ ହେଲେ ନା ଅପପୁଷ୍ଟିରେ କେହି ଏଠାରେ ମରିବେ ନା କେହି ଜଣେ ଭାରତୀୟ ବିଲିୟୋନାୟାର ବା ଅରବପତି ହୋଇପାରିବେ। ବିଶ୍ଵର ସର୍ବଶ୍ରେଷ୍ଠ ଧନୀ ହେବା ତ ଆହୁରି ଆଶ୍ଚର୍ଯ୍ୟର ବିଷୟ ହେବ।

ଜଣେ ଜଣେ ଅରବପତି ଆଜିର ସ୍ଥିତିରେ ଗୋଟିଏ ଜିଲ୍ଲାର ସମୁଦାୟ ଜନସଂଖ୍ୟାକୁ ବର୍ଷକ ଲାଗି ସୁଷମା ଖାଦ୍ୟ ଯୋଗାଇଦେଇପାରିବା ଭଳି ଅର୍ଥ ଗଚ୍ଛିତ ରଖିଛନ୍ତି। ବିକାଶ ନାମରେ ରାଜ୍ୟ ସରକାରମାନେ ଏହି ଅରବପତିଙ୍କ ଧନକୁ ଦ୍ଵିଗୁଣିତ କରିବା ଦିଗରେ କାମ କରୁଥିବାରୁ ବିବୋଲଙ୍କ ଆନ୍ଦୋଳନ ଆଜି ବି ଜରୁରୀ। ଗ୍ରାମସଭାର ନିଷ୍ପତ୍ତି ତାଙ୍କ ସହିତ ରହିଛି। ସେହି ଭିତରୁ ନୂତନ ଓଡ଼ିଶା ନୂତନ ଭାରତ ଓ ନୂତନ ବିଶ୍ଵର ଜନ୍ମ ହୁଏତ ହୋଇପାରିବ।

ମୋବାଇଲ - ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story