ସ୍ଲେଜିଂର ଜବାବ ଦେଲେ ଯୁବରାଜ- ୬ ବଲରେ ୬ ଛକା

ସେଦିନ ଠିକ୍ ସେମିତି ଘଟିଥିଲା। ଫ୍ଲିନଟଫ ସ୍ଲେଜିଂ କଲେ ଆଉ ଷ୍ଟୁଆର୍ଟ ବ୍ରଡ଼ଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିଲା। ଇଂଲଣ୍ଡ ମ୍ୟାଚକୁ ହାତଛଡ଼ା କରିଦେଲା। ଆଉ ଏ ସବୁ ଏକୁଟିଆ ମାତ୍ର ଗୋଟିଏ ଓଭର ମଧ୍ୟରେ କରି ଦେଖାଇଲେ ଭାରତୀୟ ମିଡିଲ ଅର୍ଡର ବ୍ୟାଟର ଯୁବରାଜ ସିଂହ।

Yuvraj In Action

Yuvraj In Action

Debendra Prusty
  • Published: Friday, 06 October 2023
  • Updated: 06 October 2023, 01:59 PM IST

Sports

Latest News

ରୁଦ୍ର ପ୍ରସନ୍ନ ରଥ

ଆଧୁନିକ କ୍ରିକେଟରେ ସ୍ଲେଜିଂ (ବିପକ୍ଷ ଦଳର ଖେଳାଳିଙ୍କୁ ଗାଳି କିମ୍ବା ଅଶ୍ଳୀଳ ଇଙ୍ଗିତ କରି ତାଙ୍କର ଧ୍ୟାନ କ୍ରିକେଟ୍ ଉପରୁ ହଟାଇବା) ବେଶ୍ ସାଧାରଣ କଥା। ଏହା କରି ବୋଲରମାନେ ଅତୀତରେ ବେଶ୍ ସଫଳ ହୋଇଛନ୍ତି। ସାଧାରଣତଃ ଲୟରେ ଥିବା କିମ୍ବା ଭଲ ଖେଳୁଥିବା ବ୍ୟାଟରମାନଙ୍କ ଲୟ ଭଙ୍ଗ କରିବା ପାଇଁ ବୋଲରମାନେ ଏହି ରଣନୀତି ଗ୍ରହଣ କରିଥାଅନ୍ତି। ଏହି ପ୍ରକାର ସ୍ଲେଜିଂର ଶିକାର ବ୍ୟାଟରମାନେ କେତେବେଳେ ନିଜର ଲୟ ହରାଇ ଖରାପ ସଟ୍ ଖେଳି ବସନ୍ତି ତ ଆଉ କେତେବେଳେ ଅନାବଶ୍ୟକ ଭାବେ ଭୁଲ ଶଟ ଖେଳି ନିଜେ ଆଉଟ୍ ହୋଇ ଦଳ ପ୍ରତି ବିପଦ ଡାକି ଆଣନ୍ତି। ଅନେକ ସମୟରେ ବ୍ୟାଟରମାନେ ମଧ୍ୟ ସୁଯୋଗ ଅପେକ୍ଷାରେ ଥାଆନ୍ତି। ସ୍ଲେଜ କରୁଥିବା ବୋଲର ଖରାପ ବୋଲିଂ କଲା ମାତ୍ରେ ବ୍ୟାଟରମାନେ ତାଙ୍କୁ ନିର୍ଦ୍ଧୁମ ଧୂଲେଇ କରିଥାଆନ୍ତି। ସାଧାରଣତଃ ବୋଲର ଏବଂ ବ୍ୟାଟର ମଧ୍ୟରେ ଏହି ସ୍ଲେଜିଂ ଚାଲିଥାଏ ଏବଂ ଜଣେ ଅନ୍ୟ ଜଣଙ୍କୁ ସୁଯୋଗ ଦେଖି ପାନେ ଦେବା ଚକ୍କରରେ ଥାଏ।

କିନ୍ତୁ କ୍ରିକେଟ୍ ଜୀବନ ପରି ବେଶ୍ ଜଟିଳ। ଯେମିତି ଜୀବନରେ ଆପଣ ଯଦି କାହା ପାଇଁ ଭଲ କାମ ବା ଚିନ୍ତା କରୁଛନ୍ତି ତାହାର ଅର୍ଥ ନୁହେଁ ଯେ ସେ ବି ସମାନ ସମୟରେ ଆପଣଙ୍କ ପାଇଁ ଭଲ କାମ କରିବ କିମ୍ବା ଭଲ ଚିନ୍ତା କରିବ। ସେହିପରି କ୍ରିକେଟରେ ଯଦି ଜଣେ ବ୍ୟାଟରଙ୍କୁ ଜଣେ ବୋଲର ସ୍ଲେଜିଂ କରୁଛି ଏହା ଜରୁରୀ ନୁହେଁ ଯେ ସେହି ବ୍ୟାଟର ଜଣଙ୍କ ସ୍ଲେଜିଂ କରୁଥିବା ବୋଲର ଉପରେ ହିଁ ରାଗ ସୁଝାଇବ। ଏମିତି ବି ହୋଇପାରେ ଯେ ସ୍ଲେଜିଂ ଜଣେ କରିବ ଆଉ ଏହାର ମୂଲ୍ୟ ଆଉ କେହି ଦେବ।

୨୦୦୭ ମସିହାର କଥା। ଟି-୨୦ ବିଶ୍ୱକପ ପ୍ରଥମ ଥର ପାଇଁ ଆୟୋଜିତ ହେଉଥାଏ ଦକ୍ଷିଣ ଆଫ୍ରିକାରେ। ଭାରତ ଏହି ଟୁର୍ଣ୍ଣାମେଂଟରେ ବିଜୟ ହାସଲ କରିଥିଲା। ଏହି ବିଶ୍ୱକପ ପ୍ରଥମ ଥର ପାଇଁ ସୁପର ଏଇଟ୍ ଫର୍ମାଟରେ ଖେଳାଯାଉଥିଲା। ଟୁର୍ଣ୍ଣାମେଂଟରେ ଭାଗ ନେଉଥିବା ୧୨ଟି ଦଳକୁ ୩ଟି ଲେଖାଏଁ କରି ୪ଟି ଗ୍ରୁପ୍‌ରେ ବାଂଟି ଦିଆଯାଇଥିଲା। ପରେ ପରେ ଏହି ଦଳମାନଙ୍କ ଭିତରୁ ୨ଟି ଲେଖାଏଁ ଦଳଙ୍କୁ ନେଇ ୮ଟି ଦଳ ବିଶିଷ୍ଟ ଦୁଇଟି ଗ୍ରୁପ୍ କରାଯାଇଥିଲା।

ଭାରତ ପାକିସ୍ତାନ ଏବଂ ସ୍କଟଲ୍ୟାଣ୍ଡ ସହ ପ୍ରଥମେ ଗ୍ରୁପ୍ ଡି’ରେ ସ୍ଥାନ ପାଇଥିଲା। ଭାରତ ପାକିସ୍ତାନକୁ ବୋଲ ଆଉଟ୍‌ରେ ହରାଇଥିଲା। ଭାରତ ବନାମ ସ୍କଟଲ୍ୟାଣ୍ଡ ମ୍ୟାଚ୍ ବାତିଲ ହେବା କାରଣରୁ ଏବଂ ସ୍କଟଲ୍ୟାଣ୍ଡ ପାକିସ୍ତାନ ପାଖରୁ ହାରିଯିବାରୁ ଭାରତ ସୁପର ଏଇଟ୍‌ରେ ପହଁଚିଥିଲା। ସୁପର ଏଇଟ୍‌ରେ ଅନ୍ୟ ଗ୍ରୁପରୁ ଆସି ଯୋଗ ଦେଇଥିଲେ ନିଉଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ।

ଭାରତ ସୁପର ଏଇଟ୍‌ରେ ପ୍ରଥମ ମ୍ୟାଚ୍ ନିଉଜିଲ୍ୟାଣ୍ଡଠାରୁ ହାରିଗଲା ପରେ ଚାପରେ ଥାଏ। ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବାର ଥିଲା। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ଇଂଲଣ୍ଡ ବି ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଏବଂ ନିଉଜିଲ୍ୟାଣ୍ଡଠାରୁ ହାରି ସାରିଥାଏ। ଉଭୟ ଦଳ ସେମିଫାଇନାଲରେ ପହଁଚିବା ପାଇଁ ଏହି ମ୍ୟାଚ୍ ଜିତିବାକୁ ଚାହୁଁ ଥାଆନ୍ତି। ଭାରତର ପରବର୍ତ୍ତ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଥାଏ।

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୮ ଓଭର ମଧ୍ୟରେ ୩ ୱିକେଟ୍ ହରାଇ ୧୭୧ ରନ୍ ସ୍କୋର କରିଥିଲା। ୧୮ଶ ଓଭର ଇଂଲଣ୍ଡର ଆଣ୍ଡ୍ରୁ ଫ୍ଲିନଟଫ ବୋଲିଂ କରୁଥିଲେ। ଏବଂ ଏହି ଓଭରର ଦୁଇଟି ବଲରେ ଦୁଇଟି ଜବରଦସ୍ତ ଚୌକା ମାରି ଯୁବରାଜ ନିଜର ମାନସିକତାକୁ ସ୍ପଷ୍ଟ କରିଥିଲେ। ସେଦିନ ସେ ବଡ଼ ବଡ଼ ଶଟ୍ ଖେଳିବା ପାଇଁ ପ୍ରସ୍ତୁତ ହୋଇ ଆସିଛନ୍ତି ବୋଲି ଦେଖାଇବାକୁ ଚାହୁଁଥିଲେ। ଏହା ଫ୍ଲିନଟଫଙ୍କର ପସନ୍ଦ ନଥିଲା। ସେ ରାଗିଯାଇ ଯୁବରାଜଙ୍କ ପାଖକୁ ଗଲେ ଏବଂ ରାଗରେ କହିଲେ, ମୁଁ ତୁମ ଜିଭ କାଟି ଦେବି।

ଯୁବରାଜ ବି ଛାଡ଼ିବା ମୁଡ଼୍‌ରେ ନଥିଲେ। ସେ କହିଲେ, ‘ମୋ ହାତରେ ଥିବା ଏହି ବ୍ୟାଟ୍ ଦେଖ। ଏହି ବ୍ୟାଟ୍‌ରେ ମୁଁ ତୁମ ଶରୀରର ଯେ କୌଣସି ସ୍ଥାନରେ ପ୍ରହାର କରି ପାରିବି।’ କଥା ଆଗକୁ ବଢ଼ିବାକୁ ଯାଉଥିଲା। ହେଲେ ଅମ୍ପାୟର ଏବଂ ଅନ୍ୟାନ୍ୟ ସାଥୀ ଖେଳାଳିଙ୍କ ହସ୍ତକ୍ଷେପ ଯୋଗୁଁ ତାହା ସେଇଠି ରହିଲା।

ଯୁବରାଜ ବ୍ୟାଟିଂ କ୍ରିଜ୍‌କୁ ଫେରିଲେ। ଫେରିବା ପୂର୍ବରୁ ସେ ଇଂଲଣ୍ଡର ଖେଳାଳି ଡିମିଟ୍ରି ମାସ୍କରାହେନ୍ସଙ୍କୁ ଚାହିଁଲେ। ଇଏ ସେହି ଖେଳାଳି ଯିଏ ମାସକ ପୂର୍ବରୁ ଯୁବରାଜଙ୍କୁ ଗୋଟିଏ ଓଭରରେ ପାଂଚଟି ଛକ୍କା ମାରିଥିଲେ। ଯୁବରାଜ ବୋଧହୁଏ ଇଂଲଣ୍ଡ ଏବଂ ଫ୍ଲିନଟଫଙ୍କୁ ମଜା ଚଖାଇବା ପାଇଁ ଯୋଜନା କରି ସାରିଥିଲେ।

ମ୍ୟାଚ୍‌ର ୧୯ଶ ଓଭର ବୋଲିଂ କରିବାକୁ ଆସିଲେ ଯୁବ ପେସର ଷ୍ଟୁଆର୍ଟ ବ୍ରଡ଼୍‌। ବ୍ରଡ଼୍‌ ସେତେବେଳକୁ ବେଶ୍‌ ନାଁ କରି ସାରିଥିଲେ ଏବଂ ଆଗକୁ ସେ ବିଶ୍ୱ କ୍ରିକେଟର ଅନ୍ୟତମ ମହାନ ବୋଲର ହେବେ ବୋଲି ସମସ୍ତେ ଜାଣି ସାରିଥିଲେ। ତେବେ ବ୍ରଡ଼୍‌ଙ୍କ ପାଇଁ ଯେ ଏହି ଓଭର ଅଦ୍ଭୁତ, ଅବିଶ୍ୱସନୀୟ ଏବଂ ଅକଳ୍ପନୀୟ ହେବାକୁ ଯାଉଛି ତାହା ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ। ଫ୍ଲିନଟଫଙ୍କ ସହ ଯୁବରାଜଙ୍କ ବିବାଦ ପାଇଁ ଯେ ତାଙ୍କୁ ମୂଲ୍ୟ ଦେବାକୁ ପଡ଼ିବ ତାହା କେହି ଭାବି ପାରିନଥିବେ। ଖୋଦ୍ ବ୍ରଡ୍ ବି ନୁହେଁ।

୧୯ଶ ଓଭରରେ ଯୁବରାଜ ସିଂହ ହାସଲ କଲେ ୩୬ ରନ୍। ମାନେ ୬ ବଲରେ ୬ ଛକା। ଏ ଛକା ପୁଣି ପଡ଼ିଆର ଚାରି ପଟକୁ ଥିଲା। ପ୍ରଥମ ବଲ ଛକା ପହଁଚିଥିଲା କାଓ କର୍ଣ୍ଣରରେ। ଦ୍ୱିତୀୟ ବଲକୁ ଫ୍ଲିକ୍ କରି ଯୁବରାଜ ପଠାଇଥିଲେ ବ୍ୟାକୱାର୍ଡ ପଏଂଟ ଅଂଚଳକୁ। ତୃତୀୟ ବଲ ଯାଇଥିଲା ଏକ୍ସାଟ୍ରା କଭର ଉପରକୁ। ଚତୁର୍ଥ ବଲ ବି ଯାଇଥିଲା ସେହି ବ୍ୟାକୱାର୍ଡ ପଏଂଟକୁ। ପଂଚମ ବଲ ପହଁଚିଥିଲା ମିଡ୍ ୱିକେଟ୍ ଅଂଚଳକୁ ଏବଂ ଷଷ୍ଠ ବଲ୍ ମିଡ୍ ଅନ୍ ଅଂଚଳରେ ପହଁଚି ସାରିଲାବେଳକୁ ଇତିହାସ ରଚନା ହୋଇ ସାରିଥିଲା। ଯୁବରାଜ ମାତ୍ର ୧୨ଟି ବଲରୁ ପଚାଶ ରନ ସଂଗ୍ରହ କରି ଟି-୨୦ ଅର୍ନ୍ତଜାତୀୟ କ୍ରିକେଟ୍‌ରେ ସବୁଠାରୁ କମ୍ ବଲରେ ଅର୍ଦ୍ଧ ଶତକ ହାସଲ କରିବାର ରେକର୍ଡ କରିଥିଲେ ଯାହା ଏଯାଏ କାୟମ ଅଛି। ଏବଂ ଯୁବରାଜ ପ୍ରଥମ ଟି-୨୦ ବ୍ୟାଟର ଭାବେ ୬ ବଲରେ ୬ ଛକ୍କା ମାରିବାର ରେକର୍ଡ କରିଥିଲେ।

ଏହି ସମୟରେ ମ୍ୟାଚ୍‌ର ସିଧାପ୍ରସାରଣ କରୁଥିଲେ ଭାରତୀୟ ଟିଭି ଭାଷ୍ୟକାର ରବି ଶାସ୍ତ୍ରୀ। ଯୁବରାଜ ଶେଷ ବଲରେ ଛକ୍କା ହାସଲ କଲା ପରେ ପରେ ତାଙ୍କ ମୁହଁରୁ ଝରିଥିବା ସେହି କଥା କେଇପଦ ଏବେ ବି ଦର୍ଶକଙ୍କୁ ଆମୋଦିତ କରେ। ରବି ଶାସ୍ତ୍ରୀ କହିଥିଲେ ଯେ, ‘And he has put it away...YES! Six sixes in an over. Yuvraj Singh finishes things off in style!’

ଯୁବରାଜଙ୍କ ୭ ଛକା ଏବଂ ତିନି ଚୌକା ସହ ୧୬ ବଲରୁ ୫୮ ରନ୍ ସ୍କୋର ବଳରେ ଭାରତ କରିଥିଲା ୪ ୱିକେଟ୍ ବିନିମୟରେ ୨୧୮ ରନ୍। ଇଂଲଣ୍ଡ ୨୧୯ ରନ୍‌ର ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ କରିଥିଲା ୨୦୦ ରନ। ତାହା ବି ୬ ୱିକେଟ୍ ବିନିମୟରେ। ଭାରତ ୧୮ ରନ୍‌ରେ ବିଜୟ ଲାଭ କରିଥିଲା। ଇଂଲଣ୍ଡକୁ ଶେଷ ଓଭରରେ ବିଜୟ ପାଇଁ ୩୬ ରନ୍ ଆବଶ୍ୟକ ହେଉଥିଲା।

କ୍ରିକେଟ୍‌ରେ ଛକା ମାରିବା ଏକ କଳା ଏବଂ ଲଗାତାର ଛକା ମାରିବା ଏକ ବିରଳ ସଫଳତା। କିନ୍ତୁ ଲଗାତାର ଛକା ମାରିବା ପାଇଁ ଆପଣଙ୍କ ପାଖରେ ବଡ଼ ସଟ୍ ଖେଳିବାର ଦକ୍ଷତା ଏବଂ ବଲ ଅନୁଯାୟୀ ବିବିଧ ପ୍ରକାରର ସଟ୍ ବାଛିବାର କୌଶଳ ରହିବା ଆବଶ୍ୟକ। ସେଦିନ ଯୁବରାଜଙ୍କ ୬ ବଲରେ ୬ ଛକା ଏହା ପ୍ରମାଣ କରିଦେଲା ଯେ ଯୁବରାଜ ଜଣେ ଦକ୍ଷତାସଂପନ୍ନ ଖେଳାଳୀ ଏବଂ କ୍ରିକେଟ୍‌ରେ କିଛି ବି ସମ୍ଭବ।

ଫୋ- ୭୯୭୮୬୭୧୭୭୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story