ଅଲିମ୍ପିକ ସଫଳତା ପରେ ପୁରସ୍କାର ଅର୍ଥରେ ପାତର ଅନ୍ତର

ସରଳ କୁମାର ଦାସ ଟୋକିଓ ଅଲିମ୍ପିକରେ ଭାରତ ଗୋଟିଏ ସ୍ୱର୍ଣ୍ଣପଦକ, ଦୁଇଟି ରୌପ୍ୟପଦକ ଓ ଚାରିଟି କାଂସ୍ୟପଦକ ଏହିପରି ସମୁଦାୟ ୭ଟି ପଦକ ଜିତିବା ପରେ ଦେଶରେ ସ୍ୱାଭାବିକ ଭାବେ ଖୁସିର ଲହରୀ ଖେଳି ଯାଇଛି। ପଦକ ତାଲିକାରେ ଭାରତ ନିରାଶାଜନକ ଭାବେ ୪୮ଶ ସ୍ଥାନରେ ଥିଲେ ବି ଏହି ଖୁସିର ମୁଖ୍ୟତଃ ତିନିଟି କାରଣ ହେଲା- ଭାରତ ୨୦୧୨ରେ ପାଇଥିବା ସର୍ବୋଚ୍ଚ ୬ଟି ପଦକକୁ ଟପି ଏଥର ଆଉ ଗୋଟିଏ ଅଧିକ ପଦକ ପାଇବା, ସ୍ୱାଧୀନତା […]

Olympians

Olympians

Debendra Prusty
  • Published: Friday, 13 August 2021
  • Updated: 13 August 2021, 05:41 PM IST

Sports

Latest News

  • ସରଳ କୁମାର ଦାସ

ଟୋକିଓ ଅଲିମ୍ପିକରେ ଭାରତ ଗୋଟିଏ ସ୍ୱର୍ଣ୍ଣପଦକ, ଦୁଇଟି ରୌପ୍ୟପଦକ ଓ ଚାରିଟି କାଂସ୍ୟପଦକ ଏହିପରି ସମୁଦାୟ ୭ଟି ପଦକ ଜିତିବା ପରେ ଦେଶରେ ସ୍ୱାଭାବିକ ଭାବେ ଖୁସିର ଲହରୀ ଖେଳି ଯାଇଛି। ପଦକ ତାଲିକାରେ ଭାରତ ନିରାଶାଜନକ ଭାବେ ୪୮ଶ ସ୍ଥାନରେ ଥିଲେ ବି ଏହି ଖୁସିର ମୁଖ୍ୟତଃ ତିନିଟି କାରଣ ହେଲା- ଭାରତ ୨୦୧୨ରେ ପାଇଥିବା ସର୍ବୋଚ୍ଚ ୬ଟି ପଦକକୁ ଟପି ଏଥର ଆଉ ଗୋଟିଏ ଅଧିକ ପଦକ ପାଇବା, ସ୍ୱାଧୀନତା ପ୍ରାପ୍ତିର ଏତେ ବର୍ଷ ପରେ ଭାରତକୁ ପ୍ରଥମ କରି ନୀରଜ ଚୋପ୍ରାଙ୍କ ଜାଭେଲିନ ଥ୍ରୋ’ରେ ସ୍ୱର୍ଣ୍ଣପଦକ ମିଳିବା ଜରିଆରେ ଆଥଲେଟିକସରେ ସ୍ୱର୍ଣ୍ଣପଦକ ମିଳିବା ଓ ହକି ଖେଳରେ ଦୀର୍ଘ ୪୧ ବର୍ଷ ପରେ ପଦକ ମିଳିବା। ପଦକ ବିଜେତାମାନଙ୍କୁ ବିଭିନ୍ନ ଭାବେ ସମ୍ୱର୍ଦ୍ଧିତ ଓ ପୁରସ୍କୃତ କରାଯାଉଥିଲେ ବି ସ୍ୱାଭାବିକ ଭାବେ ସର୍ବାଧିକ ଧ୍ୟାନ ସ୍ୱର୍ଣ୍ଣପଦକ ବିଜୟୀ ନୀରଜ ଚୋପ୍ରାଙ୍କ ଉପରେ କେନ୍ଦ୍ରିତ ହେଉଛି। ତେବେ ପ୍ରଶ୍ନ ଉଠୁଛି ଖେଳାଳୀମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କଲା ବେଳେ ଜାଣତ ବା ଅଜାଣତରେ ସେମାନଙ୍କ ପ୍ରତି ପାତର ଅନ୍ତର ହୋଇଯାଉଛି କି? ଖେଳାଳୀମାନଙ୍କୁ ପୁରସ୍କୃତ କରିବା ଲାଗି ଦେଶରେ ଏକ ଅଧିକ ନ୍ୟାୟସଙ୍ଗତ ଓ ଯୁକ୍ତିସଙ୍ଗତ ପୁରସ୍କାର ନୀତି ଅନୁସୃତ ହେବା ଉଚିତ କି? ଏଥିପାଇଁ ଟୋକିଓ ଅଲିମ୍ପିକ ପଦକ ବିଜେତାଙ୍କୁ କି ଭଳି ପୁରସ୍କାର ପ୍ରଦାନ କରାଯାଇଛି ତାହା ଜାଣିବା ଆବଶ୍ୟକ।

ଭାରତର ଏକମାତ୍ର ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଉପରେ ଏକ ପ୍ରକାର ପୁରସ୍କାରର ବର୍ଷା ହେବାରେ ଲାଗିଛି। ତାଙ୍କୁ ହରିଆଣା ସରକାରଙ୍କ ଘୋଷିତ ନୀତି ଅନୁଯାୟୀ ୬ କୋଟି ଟଙ୍କା, ଗୋଟିଏ କ୍ଲାସ ୱାନ ଚାକିରୀ ଓ ଅଧା ଦାମରେ ଗୋଟେ ପ୍ଲଟ ମିଳିବ। ଚୋପ୍ରାଙ୍କ ପରିବାର ମୂଳତଃ ପଞ୍ଜାବରୁ ହୋଇଥିବାରୁ ପଞ୍ଜାବ ସରକାର ତାଙ୍କୁ ୨.୫୧ କୋଟି ଟଙ୍କା ପୁରସ୍କାର ଦେବେ। ସେହିପରି ମଣିପୁର ସରକାର ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ତେଣୁ ସରକାରୀ ଭାବେ ସେ ୯.୫୧ କୋଟି ଟଙ୍କା ପାଇବେ। ଏହାଛଡ଼ା ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ (ଆଇଓଏ) ୭୫ ଲକ୍ଷ ଟଙ୍କା, ବିସିସିଆଇ ୧ କୋଟି ଟଙ୍କା, ଆଇପିଏଲର ଚେନ୍ନାଇ ସୁପର କିଙ୍ଗସ ୧ କୋଟି ଟଙ୍କା, ବାଇଜୁଜ୍ କମ୍ପାନୀ ୨ କୋଟି ଟଙ୍କା, ଗୁରୁଗ୍ରାମସ୍ଥିତ ରିଏଲ ଇଷ୍ଟେଟ କମ୍ପାନୀ ଏଲାନ ଗ୍ରୁପ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରି ସାରିଛନ୍ତି। ଏତଦଭିନ୍ନ ମହିନ୍ଦ୍ର ଆଣ୍ଡ ମହିନ୍ଦ୍ର କମ୍ପାନୀ ତରଫରୁ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଏକସୟୁଭି ୭୦୦ ଗାଡ଼ି ଓ ଇଣ୍ଡିଗୋ ଏୟାରଲାଇନସ ତରଫରୁ ବର୍ଷକ ପାଇଁ ମାଗଣା ଅସୀମ ଉଡ଼ାଣ ସୁବିଧା ପ୍ରଦାନ କରାଯିବ। ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ଅନେକ ଛୋଟ ବଡ଼ ପୁରସ୍କାର ଦିଆଯାଉଛି। ଏ ସବୁ ପୁରସ୍କାରର ସାମଗ୍ରିକ ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ।

ଭାରତ ପାଇଁ ଭାରୋତ୍ତଳନରେ ପ୍ରଥମ ରୌପ୍ୟ ପଦକ ହାସଲ କରିଥିବା ମଣିପୁରର ମୀରାବାଇ ଚାନୁଙ୍କୁ ରେଳବାଇ ୨ କୋଟି ଟଙ୍କା, ମଣିପୁର ସରକାର ୧ କୋଟି ଟଙ୍କା, ଆଇଓଏ ୪୦ ଲକ୍ଷ ଟଙ୍କା, ବିସିସିଆଇ ୫୦ ଲକ୍ଷ ଟଙ୍କା, ବାଇଜୁଜ୍ ୧ କୋଟି ଟଙ୍କା ପ୍ରଦାନ କରିବେ ଓ ସେ ଏହିପରି ମୋଟ ୪ କୋଟି ୯୦ ଲକ୍ଷ ଟଙ୍କା ପାଇବେ। କୁସ୍ତି ଖେଳରେ ଭାରତର ଅନ୍ୟତମ ରୌପ୍ୟପଦକ ବିଜେତା ହରିଆଣାର ରବି ଦହିଆଙ୍କୁ ହରିଆଣା ସରକାର ୪ କୋଟି ଟଙ୍କା, ଆଇଓଏ ୪୦ ଲକ୍ଷ ଟଙ୍କା, ବିସିସିଆଇ ୫୦ ଲକ୍ଷ ଟଙ୍କା, ବାଇଜୁଜ୍ ୧ କୋଟି ଟଙ୍କା ଏହିପରି ମୋଟ ୫ କୋଟି ୯୦ ଲକ୍ଷ ଟଙ୍କା ଦେଉଛନ୍ତି।

ଆନ୍ଧ୍ର ପ୍ରଦେଶର ପି. ଭି. ସିନ୍ଧୁ ବ୍ୟାଡମିଣ୍ଟନରେ କାଂସ୍ୟ ପଦକ ପାଇଥିବାରୁ ତାଙ୍କୁ ଆନ୍ଧ୍ର ପ୍ରଦେଶ ସରକାର ୩୦ ଲକ୍ଷ ଟଙ୍କା, ଆଇଓସି ୨୫ ଲକ୍ଷ ଟଙ୍କା, ବିସିସିଆଇ ୨୫ ଲକ୍ଷ ଟଙ୍କା ଓ ବାଇଜୁଜ ୧ କୋଟି ଟଙ୍କା ଏହିପରି ମୋଟ ୧.୮୦ କୋଟି ଟଙ୍କା ଦେଇଥିବା ବେଳେ ଆସାମର ଲଭଲିନା ବୋରଗୋହାଇଁ ମୁଷ୍ଟିଯୁଦ୍ଧରେ କାଂସ୍ୟ ପଦକ ପାଇଥିବାରୁ ତାଙ୍କୁ ଆସାମ ସରକାର ୫୦ ଲକ୍ଷ ଟଙ୍କା, ଆଇଓସି ୨୫ ଲକ୍ଷ ଟଙ୍କା, ବିସିସିଆଇ ୨୫ ଲକ୍ଷ ଟଙ୍କା ଓ ବାଇଜୁଜ୍ ୧ କୋଟି ଟଙ୍କା, ଆସାମ କଂଗ୍ରେସ ୩ ଲକ୍ଷ ଟଙ୍କା ଏହିପରି ମୋଟ ୨.୦୩ କୋଟି ଟଙ୍କା ପ୍ରଦାନ କରିବେ। ଭାରତ ପାଇଁ କୁସ୍ତିରେ କାଂସ୍ୟ ପଦକ ହାସଲ କରିଥିବା ହରିଆଣାର ବଜରଙ୍ଗ ପୁନିଆଙ୍କୁ ହରିଆଣା ସରକାର ୨.୫ କୋଟି ଟଙ୍କା, ଆଇଓସି ୨୫ ଲକ୍ଷ ଟଙ୍କା, ବିସିସିଆଇ ୨୫ ଲକ୍ଷ ଟଙ୍କା ଓ ବାଇଜୁଜ୍ ୧ କୋଟି ଟଙ୍କା ଏହିପରି ମୋଟ ୪ କୋଟି ଟଙ୍କା ଦେବେ।

କାଂସ୍ୟପଦକ ବିଜେତା ଭାରତୀୟ ପୁରୁଷ ହକି ଦଳରେ ସମୁଦାୟ ୧୯ ଜଣ ଖେଳାଳୀ ଥିଲେ ଓ ଆଇଓସି ତରଫରୁ ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କା କରି ମିଳିବ। ହକି ଦଳକୁ ବିସିସିଆଇ ତରଫରୁ ୧.୨୫ କୋଟି ଟଙ୍କା ଓ ବାଇଜୁଜ ତରଫରୁ ୧ କୋଟି ଟଙ୍କା ପ୍ରଦାନ କରାଯିବା କଥା ଘୋଷଣା କରାଯାଇଛି। ଦଳର ସବୁ ଖେଳାଳୀଙ୍କ ମଧ୍ୟରୁ କେବଳ ପଞ୍ଜାବରୁ ୧୧ ଜଣ, ମନପ୍ରୀତ ସିଂହ, ରୁପିନ୍ଦର ପାଲ ସିଂହ, ହରମାନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ଶାମଶେର ସିଂହ, ମନଦୀପ ସିଂହ, ଦିଲପ୍ରୀତ ସିଂହ, ଗୁରଜନ୍ତ ସିଂହ, ବରୁଣ କୁମାର, ସିମ୍ରନଜିତ ସିଂହ, କ୍ରିଷନ ପାଠକ ଥିଲେ। ଏମାନଙ୍କୁ ପ୍ରତ୍ୟେକଙ୍କୁ ପଞ୍ଜାବ ସରକାର ୨.୫୧ କୋଟି ଟଙ୍କା ଲେଖାଏଁ ଦେବେ। ଓଡ଼ିଶାର ୨ ଜଣ ଖେଳାଳୀ, ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ପ୍ରତ୍ୟେକଙ୍କୁ ଓଡ଼ିଶା ସରକାର ୨.୫ କୋଟି ଟଙ୍କା ଲେଖାଏଁ, ହରିଆଣାର ୨ ଜଣ, ସୁରେନ୍ଦର କୁମାର, ସୁମିତ କୁମାରଙ୍କୁ ହରିଆଣା ସରକାର ୨.୫ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିବେ। ମଧ୍ୟପ୍ରଦେଶ ସରକାର ବିବେକ ସାଗର ପ୍ରସାଦ ଓ ନୀଳକଣ୍ଠ ଶର୍ମାଙ୍କୁ ୧ କୋଟି ଟଙ୍କା ଲେଖାଁଏ ଦେବେ। ତେବେ ନୀଳକଣ୍ଠ ଶର୍ମା ମଣିପୁରର ଅଧିବାସୀ ହୋଇଥିବାରୁ ମଣିପୁର ସରକାର ତାଙ୍କୁ ୭୫ ଲକ୍ଷ ଟଙ୍କା ଦେବେ। ତେଣୁ ସେ ମୋଟ ୧.୭୫ କୋଟି ଟଙ୍କା ପାଇବେ। ଉତ୍ତର ପ୍ରଦେଶର ଲଳିତ ଉପାଧ୍ୟାୟଙ୍କୁ ରାଜ୍ୟ ସରକାର ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। କେରଳର ପି. ଆର. ଶ୍ରୀଜେଶଙ୍କୁ କେରଳ ସରକାର ୧ କୋଟି ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରିବେ। ଇତିମଧ୍ୟରେ କେରଳର ଦୁବାଇଠାରେ ରହୁଥିବା ଜଣେ ଏନଆରଆଇ ମଧ୍ୟ ଶ୍ରୀଜେଶଙ୍କୁ ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଗୋଟିଏ ଦଳର ଖେଳାଳିମାନେ ସମାନ ଦଳଗତ ସଫଳତା ପାଇଁ ଏଭଳି କମ୍‌ବେଶି ପୁରସ୍କାର ରାଶି ପାଇବା ସ୍ୱତଃ କିଛି ପ୍ରଶ୍ନ ସୃଷ୍ଟି କରେ। ସବୁ ଖେଳାଳୀ ତ ଭାରତ ପାଇଁ ଖେଳୁଥିଲେ କେହି କ’ଣ ହରିଆଣା, ପଞ୍ଜାବ, ଓଡ଼ିଶା ବା କେରଳର ହୋଇ ଖେଳୁଥିଲେ କି? ତେଣୁ ଏକା ଦଳରେ ଖେଳି ଜଣେ ଅଢ଼େଇ କୋଟି ଟଙ୍କା ପାଇଲା ବେଳକୁ ଆଉ ଜଣେ ୧ କୋଟି ଟଙ୍କା ପାଇବା କେତେ ଦୂର ନ୍ୟାୟସଙ୍ଗତ ଓ ଯୁକ୍ତିଯୁକ୍ତ?

ଘୋଷିତ ପୁରସ୍କାର ରାଶିରୁ ସବୁ ଅର୍ଥ ଯେ ପଦକ ବିଜେତାଙ୍କ ହାତକୁ ଯିବ, ତାହା ନୁହେଁ। ଆୟକର ଆଇନର ଧାରା ୧୦(୧୭କ) ଅନୁଯାୟୀ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅଲିମ୍ପିକ, ଏସିଆନ ଗେମସ ଓ କମନୱେଲଥ ଗେମସର ପଦକ ବିଜେତାଙ୍କୁ ପ୍ରଦାନ କରା ଯାଉଥିବା ପୁରସ୍କାର ରାଶି କରମୁକ୍ତ ହୋଇଥାଏ। ଅର୍ଥାତ୍, ନୀରଜଙ୍କ କ୍ଷେତ୍ରରେ ସେ ହରିଆଣା, ପଞ୍ଜାବ ଓ ମଣିପୁର ସରକାରଙ୍କ ନିକଟରୁ ପାଉଥିବା ୯.୫୧ କୋଟି ଟଙ୍କା କରମୁକ୍ତ ହୋଇଥିଲା ବେଳେ, ବିସିସିଆଇ ସମେତ ଅନ୍ୟମାନଙ୍କଠାରୁ ମିଳୁଥିବା ପ୍ରାୟ ୫ କୋଟି ଟଙ୍କାର ପୁରସ୍କାର ରାଶି ଓ ଉପହାର ଉପରେ ଆୟକର ଦେବେ।

ଅଲିମ୍ପିକ ଖେଳର ପ୍ରତିଟି ଇଭେଣ୍ଟରେ ପ୍ରଥମ ତିନିଟି ସ୍ଥାନ ଅଧିକାର କରିଥିବା ଖେଳାଳୀଙ୍କୁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ମିଳିଥାଏ। ପ୍ରଥମ ଆଠଟି ସ୍ଥାନରେ ଥିବା ଖେଳାଳୀଙ୍କୁ ଏକ ଡିପ୍ଲୋମା (ସାର୍ଟିଫିକେଟ) ଦିଆ ଯାଇଥାଏ। ଅଲିମ୍ପିକ ଖେଳର ପଦକ ବିଜେତାଙ୍କୁ ଖେଳର ଆୟୋଜକ ଇଣ୍ଟରନ୍ୟାସନାଲ ଅଲିମ୍ପିକ କମିଟି (ଆଇଓସି) ତରଫରୁ କୌଣସି ଅର୍ଥ ରାଶି ପ୍ରଦାନ କରା ଯାଇ ନ ଥାଏ। ତା’ ଛଡ଼ା ଅଲିମ୍ପିକ ଚାର୍ଟରର ନିୟମ ୪୦ ଅନୁଯାୟୀ ଆଇଓସି ପରିଚାଳନା ବୋର୍ଡର ବିନାନୁମତିରେ ଅଲିମ୍ପିକ ଖେଳରେ ଭାଗ ନେଉଥିବା କୌଣସି ଖେଳାଳୀ, କୋଚ, ପ୍ରଶିକ୍ଷକ ବା ଅଧିକାରୀ ଅଲିମ୍ପିକ ଖେଳ ଚାଲିଥିବା ସମୟରେ ନିଜକୁ, ସେମାନଙ୍କ ନାମ, ଛବି, ପ୍ରଦର୍ଶନ ଆଦି ବିଜ୍ଞାପିତ କରି ପାରିବେ ନାହିଁ। ତେଣୁ ଖେଳାଳୀମାନେ ପ୍ରାୟୋଜନ ବାବଦ ହେଉଥିବା ଆୟରୁ ବଞ୍ଚିତ ହୋଇଥାଆନ୍ତି। ଖେଳାଳୀମାନଙ୍କର ହେଉଥିବା ଏହି ଅନୁମାନିତ କ୍ଷତିକୁ କିଛି ଦେଶ ଖେଳ ସମାପ୍ତ ହେବା ପରେ ବୋନସ ବା ପୁରସ୍କାର ଆକାରରେ ଆଂଶିକ ଭରଣା କରିବାକୁ ଚେଷ୍ଟା କରିଥାଆନ୍ତି।

୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ଅଲିମ୍ପିକରେ ୭ଟି ପଦକ ଲାଭ ପରେ ଯେଉଁ ଉନ୍ମାଦନା ପ୍ରକାଶ ପାଇଛି, ଭାରତଠାରୁ ଯଥେଷ୍ଟ ଅଧିକ ପଦକ ପାଇଥିବା ଅନେକ ଛୋଟ ବଡ଼ ଦେଶରେ ସେହି ଉନ୍ମାଦନା ପରିଲକ୍ଷିତ ହୋଇନାହିଁ। ଏପରିକି ଅନେକ ଦେଶରେ ସେମାନଙ୍କୁ ବିଶେଷ ଭାବେ ସମ୍ୱର୍ଦ୍ଧିତ ଓ ପୁରସ୍କୃତ କରିବାର ବି ବ୍ୟବସ୍ଥା ନାହିଁ। ଚଳିତ ବର୍ଷ ଅଲିମ୍ପିକ ଖେଳ ପରେ ବିଭିନ୍ନ ଦେଶର ପଦକ ବିଜେତାଙ୍କୁ ସେମାନଙ୍କ ଦେଶରେ କି ଭଳି ପୁରସ୍କୃତ କରାଯାଇଛି ତାହା ଅନୁଧ୍ୟାନ କରାଯାଉ। ବ୍ରିଟେନ, ନିଉଜିଲାଣ୍ଡ, ନରୱେ, ସ୍ୱିଡେନ ଭଳି କିଛି ଦେଶରେ ପଦକ ବିଜେତାଙ୍କୁ ଆଦୌ କୌଣସି ପୁରସ୍କାର ବା ଉପହାର ପ୍ରଦାନ କରା ଯାଇନାହିଁ। ଖେଳାଳୀମାନଙ୍କୁ ସର୍ବନିମ୍ନ ପୁରସ୍କାର ରାଶି ଦେଉଥିବା ଦେଶଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ସ୍ୱର୍ଣ୍ଣ ପାଇଁ ମାତ୍ର ୧୫,୦୦୦ ଡଲାର (ପ୍ରାୟ ୧୧ ଲକ୍ଷ ଟଙ୍କା), କାଂସ୍ୟପଦକ ପାଇଁ ୭,୦୦୦ ଡଲାର (ପ୍ରାୟ ୫ ଲକ୍ଷ) ଟଙ୍କା ଦେଇଥାଏ। ସେହିପରି କାନାଡ଼ା ମାତ୍ର ୮,୦୦୦ରୁ 1୧୬,୦୦୦ ଡଲାର ପୁରସ୍କାର ଦେଇଥାଏ। ଏପରିକି ଆମେରିକା ଭଳି ଏକ ଧନୀ ଦେଶରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୩୭,୫୦୦ ଡଲାର (ପ୍ରାୟ ୨୭ ଲକ୍ଷ ଟଙ୍କା), ରୌପ୍ୟ ପଦକ ବିଜେତାଙ୍କୁ ୨୨,୫୦୦ ଡଲାର (୧୬ ଲକ୍ଷ ଟଙ୍କା), କାଂସ୍ୟ ପଦକ ବିଜେତାଙ୍କୁ ୧୫,୦୦୦ ଡଲାର (ପ୍ରାୟ ୧୧ ଲକ୍ଷ ଟଙ୍କା) ମିଳିଥାଏ। ଚୀନ ପୁରସ୍କାର ଆକାରରେ କେତେ ରାଶି ଦେଉଛି ତାହା ଘୋଷଣା କରି ନ ଥିଲେ ବି ବେଜିଂ ଅଲିମ୍ପିକ (୨୦୦୮)ରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୫୧,୦୦୦ ଡଲାର (ପ୍ରାୟ ୩୭ ଲକ୍ଷ ଟଙ୍କା) ଦିଆ ଯାଇଥିଲା। ଏବେ ସେହି ରାଶିକୁ କମ କରି ଦିଆ ଯାଇଥିବାର ସୂଚନା ମିଳେ। ଏପରିକି ଜାପାନ ଓ ବ୍ରାଜିଲ ସ୍ୱର୍ଣ୍ଣପଦକ ପାଇଁ ଯଥାକ୍ରମେ ମାତ୍ର ୪୫,୦୦୦ ଡଲାର ଓ ୪୯,୦୦୦ ଡଲାର ପୁରସ୍କାର ଆକାରରେ ଦେଇଥାଆନ୍ତି। କିଛି ଛୋଟ ଛୋଟ ଦେଶ ଅଧିକ ରାଶିର ବୋନସ ଦେଉଛନ୍ତି। ଯେମିତି ସିଙ୍ଗାପୁର ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୭,୩୮,୦୦୦ ଡଲାର (୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ), ହଂକଂ ସ୍ୱର୍ଣ୍ଣପଦକ ବିଜେତାଙ୍କୁ ୬,୪୩,୦୦୦ ଡଲାର, ତାଇୱାନ ସ୍ୱର୍ଣ୍ଣ ପଦକ ପାଇଁ ୭,୧୯,୦୦୦ ଡଲାର (ପ୍ରାୟ ୫ କୋଟି), ଇଣ୍ଡୋନେସିଆ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୩,୪୬,୦୦୦ ଡଲାର (ପ୍ରାୟ ୨.୫ କୋଟି ଟଙ୍କା) ପୁରସ୍କାର ଦେଉଛନ୍ତି। ସେହିପରି ତୁର୍କି ସ୍ୱର୍ଣ୍ଣ ପଦକ ପାଇଁ ୩,୮୦,୦୦୦ ଡଲାର (ପ୍ରାୟ ୨.୭୫ କୋଟି ଟଙ୍କା), ଇଟାଲି ସ୍ୱର୍ଣ୍ଣ ପଦକ ପାଇଁ ୨,୧୨,୦୦୦ ଡଲାର (ପ୍ରାୟ ୧.୫ କୋଟି ଟଙ୍କା) ଦେଉଛି ଓ ସ୍ପେନ ସ୍ୱର୍ଣ୍ଣ ପଦକ ପାଇଁ ୧,୧୦,୦୦୦ ଡଲାର ଦେବେ।

ଭାରତରେ ହରିଆଣା ଓ ଓଡ଼ିଶା ରାଜ୍ୟ ସରକାର ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୬ କୋଟି ଟଙ୍କା, ରୌପ୍ୟପଦକ ପାଇଁ ୪ କୋଟି ଟଙ୍କା ଓ କାଂସ୍ୟପଦକ ପାଇଁ ୨.୫ କୋଟି ଟଙ୍କା ଲେଖାଏଁ ପୁରସ୍କାର ଦେବା ଲାଗି ଘୋଷଣା କରିଥିଲେ, ଯାହା ବିଶ୍ୱର ଯେ କୌଣସି ଦେଶ ଦ୍ୱାରା ଘୋଷିତ ପୁରସ୍କାର ରାଶି ତୁଳନାରେ ଯଥେଷ୍ଟ ଅଧିକ। ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ପ୍ରଦାନ କରାଯିବା ଉଚିତ। ତେବେ ଓଡ଼ିଶା ଭଳି ଏକ ଗରିବ ରାଜ୍ୟ ଅନ୍ୟ ବିତ୍ତଶାଳୀ ଦେଶମାନଙ୍କ ତୁଳନାରେ ବି ଅଧିକ ରାଶିର ପୁରସ୍କାର ଦେବାର ଯୌକ୍ତିକତା, କ’ଣ ତାହା ବୁଝି ହେଉନାହିଁ। ଅର୍ଥାତ୍, ୬ କୋଟି କାହିଁକି, ୧ କୋଟି ଟଙ୍କା ବା ୧୦ କୋଟି ଟଙ୍କା କାହିଁକି ନୁହେଁ? ତା’ ଛଡ଼ା ରାଜ୍ୟ-ରାଜ୍ୟ ମଧ୍ୟରେ ଥିବା ପୁରସ୍କାର ନୀତିରେ ଯଥେଷ୍ଟ ତାରତମ୍ୟ ରହିଛି। ଉଦାହରଣ ସ୍ୱରୂପ ଆନ୍ଧ୍ର ପ୍ରଦେଶର ନୀତି ଅନୁଯାୟୀ ବ୍ୟାଡ଼ମିଣ୍ଟନରେ କାଂସ୍ୟ ପୁରସ୍କାର ବିଜେତା ପି. ଭି. ସିନ୍ଧୁଙ୍କୁ ମାତ୍ର ୩୦ ଲକ୍ଷ ଟଙ୍କା ପୁରସ୍କାର ମିଳିଥିଲା ବେଳେ କୁସ୍ତିରେ କାଂସ୍ୟପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ହରିଆଣାର ନୀତି ଅନୁଯାୟୀ ୨.୫ କୋଟି ଟଙ୍କା ମିଳିବ। ମଣିପୁରର ନୀତି ଅନୁଯାୟୀ ଭାରୋତ୍ତଳନରେ ରୌପ୍ୟ ପଦକ ପାଇଥିବା ମୀରାବାଇ ଚାନୁ ୧ କୋଟି ଟଙ୍କା ପୁରସ୍କାର ପାଇଥିବା ବେଳେ କୁସ୍ତିରେ ସେହି ଏକା ରୌପ୍ୟପଦକ ପ୍ରାପ୍ତ ହରିଆଣାର ରବି ଦହିଆଙ୍କୁ ୪ କୋଟି ଟଙ୍କା ମିଳିଛି। ହକି ଖେଳାଳୀମାନେ ପାଇଥିବା ରାଶିରେ ଥିବା ତାରତମ୍ୟ କଥା ତ ବର୍ଣ୍ଣିତ ହୋଇଛି। ତା’ର ଏକ ଦୁଃଖଦାୟକ ଉଦାହରଣ ହେଉଛି, ଦଳରେ ଅତିରିକ୍ତ ଗୋଲରକ୍ଷକ ଥିବା ପଞ୍ଜାବର କ୍ରିଷନ ପାଠକ ୨.୫୧ କୋଟି ଟଙ୍କା ପୁରସ୍କାର ପାଇଥିଲା ବେଳେ ଭାରତର ପଦକ ବିଜୟରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ମୁଖ୍ୟ ଗୋଲରକ୍ଷକ ଶ୍ରୀଜେଶଙ୍କୁ ମାତ୍ର ୧ କୋଟି ଟଙ୍କା ପୁରସ୍କାର ମିଳିଛି। ଏପରିକି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି କୌଣସି ପଦକ ପାଇ ନ ଥିଲେ ବି ଦଳର ଖେଳାଳୀଙ୍କୁ ପଞ୍ଜାବ, ହରିଆଣା, ଓଡ଼ିଶା ସରକାର ୫୦ ଲକ୍ଷ ଟଙ୍କା କରି ଦେଇଥିବା ବେଳେ କାଂସ୍ୟ ପଦକ ବିଜେତା ସିନ୍ଧୁଙ୍କୁ ୩୦ ଲକ୍ଷ ଟଙ୍କା ମିଳିଛି।

ତେଣୁ ଭିନ୍ନ ଭିନ୍ନ ରାଜ୍ୟରେ ପ୍ରଚଳିତ ପୁରସ୍କାର ନୀତିରେ ଖେଳାଳୀମାନଙ୍କ ପ୍ରତି ପାତର ଅନ୍ତର ହେବାର ଆଶଙ୍କା ରହୁଛି, ଯାହା ସେମାନଙ୍କୁ ଉତ୍ସାହିତ କରିବା ପରିବର୍ତ୍ତେ ଦୁଃଖିତ ଓ ହତୋତ୍ସାହିତ କରିବାର ଆଶଙ୍କା ରହିଛି। ପ୍ରତ୍ୟେକ ଖେଳାଳୀ ଦେଶକୁ ପ୍ରତିନିଧିତ୍ୱ କରୁଥିବାରୁ କେବଳ କେନ୍ଦ୍ର ସରକାର ହିଁ ଖେଳାଳୀମାନଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରିବା ଉଚିତ ଓ ରାଜ୍ୟଗୁଡିକ ଅର୍ଥ ପୁରସ୍କାର ଦେବାରୁ ନିବୃତ୍ତ ରହିବା ଆବଶ୍ୟକ। ରାଜ୍ୟଗୁଡିକ ପ୍ରୋତ୍ସାହିତ କରିବା ପାଇଁ କ୍ରୀଡ଼ାବିଦଙ୍କୁ ଚାକିରୀ ପ୍ରଦାନ ଓ ଉପହାର ଆକାରରେ ଜମି, ଘର ଇତ୍ୟାଦି ପ୍ରଦାନ କରି ପାରନ୍ତି। ଏଥିପାଇଁ ଦେଶରେ ସାହିତ୍ୟ, କଳା, ସଂସ୍କୃତି, ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ରରେ ଦିଆ ଯାଉଥିବା ପୁରସ୍କାର ରାଶି ସହ ସନ୍ତୁଳନ ରକ୍ଷା କରି ଖେଳ ପାଇଁ ଏକ ନ୍ୟାୟସଙ୍ଗତ ଓ ଯୁକ୍ତିସଙ୍ଗତ କ୍ରୀଡ଼ା ପୁରସ୍କାର ନୀତି ପ୍ରଣୟନ ହେବା ବିଧେୟ।

ଉଦାହରଣ ସ୍ୱରୂପ, କେନ୍ଦ୍ର ସରକାରଙ୍କ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରତିବର୍ଷ ବିଭିନ୍ନ ଭାଷାର ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରଦତ୍ତ ସର୍ବୋଚ୍ଚ ପୁରସ୍କାର ରାଶି ମାତ୍ର ୧ ଲକ୍ଷ ଟଙ୍କା।  ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସଙ୍ଗୀତ, ନୃତ୍ୟ, ନାଟକ ଆଦି କ୍ଷେତ୍ରରେ କଳାକାର, ଗୁରୁ ଓ ବିଶାରଦମାନଙ୍କୁ ଦିଆ ଯାଉଥିବା ପୁରସ୍କାରର ରାଶି ମାତ୍ର ୧ ଲକ୍ଷ ଟଙ୍କା ହୋଇଥିଲା ବେଳେ ଏହା ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ଫେଲୋସିପର ପୁରସ୍କାର ରାଶି ମାତ୍ର ୩ ଲକ୍ଷ ଟଙ୍କା। ସିନେମା କ୍ଷେତ୍ରରେ ସର୍ବୋଚ୍ଚ ଦାଦାସାହେବ ଫାଲକେ ପୁରସ୍କାର ବାବଦରେ ମାତ୍ର ୧୦ ଲକ୍ଷ ଟଙ୍କା ଦିଆ ଯାଇଥାଏ। ସର୍ବଶ୍ରେଷ୍ଠ ସିନେମା ପାଇଁ ଦିଆ ଯାଉଥିବା ସ୍ୱର୍ଣ୍ଣକମଳ ପୁରସ୍କାରରେ ମାତ୍ର ୨.୫ ଲକ୍ଷ ଟଙ୍କା ପ୍ରଦାନ କରାଯାଏ। ଦେଶରେ ବିଜ୍ଞାନ ପାଇଁ ସର୍ବଶ୍ରେଷ୍ଠ ପୁରସ୍କାରର ରାଶି ମାତ୍ର ୨୫ ଲକ୍ଷ ଟଙ୍କା। ଏପରିକି ଅନେକ ସମୟରେ ବିଭିନ୍ନ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ଓ ପୁରସ୍କୃତ ବ୍ୟକ୍ତି ବିଶେଷଙ୍କୁ ଦେଶରେ ଆଉ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରା ଯାଇ ନ ଥାଏ। ଉଲ୍ଲେଖଯୋଗ୍ୟ, ବିଶ୍ୱର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ଭାବେ ବିବେଚିତ ନୋବେଲ ପୁରସ୍କାର ସହିତ ପ୍ରଦତ୍ତ ରାଶିର ମୂଲ୍ୟ ଭାରତୀୟ ମୁଦ୍ରାରେ ୮.୩୦ କୋଟି ଟଙ୍କା।

କ୍ରୀଡ଼ା ପାଇଁ ଅଧିକ ପୁରସ୍କାର ରାଶି ଘୋଷଣା କଲେ ଯେ ଖେଳାଳୀଙ୍କ ପ୍ରଦର୍ଶନ ଆପଣା ଛାଏଁ ବଢ଼‍ଯିବ, ତାହା ମଧ୍ୟ ନୁହେଁ। ସେଥିପାଇଁ ଦକ୍ଷତା ସହ ବିଧିବଦ୍ଧ ଭାବେ ବିଶେଷ ପ୍ରୟାସର ଆବଶ୍ୟକତା ଅପରିହାର୍ଯ୍ୟ। ଓଡ଼ିଶା ସରକାରଙ୍କ ଅଧିକ ପୁରସ୍କାର ରାଶି ଘୋଷଣା ସତ୍ତ୍ୱେ ଓଡ଼ିଶାରୁ ବ୍ୟକ୍ତିଗତ ଭାବେ କୌଣସି ଖେଳାଳୀଙ୍କ ପ୍ରଦର୍ଶନ ଆଶାନୁରୂପ ନ ହେବା ତା’ର ଏକ ଜ୍ୱଳନ୍ତ ଉଦାହରଣ। ତା’ ଛଡ଼ା କେତେକ କ୍ଷେତ୍ରରେ ଅଧିକ ପୁରସ୍କାର ରାଶି ଘୋଷଣା କରି ଦାତା ନିଜକୁ ନିଜେ ବିଜ୍ଞାପିତ ଓ ମହିମାମଣ୍ଡିତ କରିବାର ଅପଚେଷ୍ଟା କରୁଥିବା ମଧ୍ୟ ପରିଲକ୍ଷିତ ହେଉଛି। ପଞ୍ଜାବ ତା’ର ହକି ଖେଳାଳୀମାନଙ୍କୁ ପ୍ରଥମେ ୧ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଥିଲା ବେଳେ ପରେ ପୁରସ୍କାର ରାଶିକୁ ଓଡ଼ିଶା ଓ ହରିଆଣା ଅପେକ୍ଷା ସାମାନ୍ୟ ଅଧିକ କରି ୨.୫୧ କୋଟି ଟଙ୍କା କଲା। ପୁରସ୍କାର ରାଶି ବଢ଼ାଇବା ପାଇଁ ରାଜ୍ୟ-ରାଜ୍ୟ ମଧ୍ୟରେ ଲାଗିଥିବା ଅନାବଶ୍ୟକ ପ୍ରତିଯୋଗିତା ଏକ ପ୍ରକାର ଆତ୍ମବଡ଼ିମା ପ୍ରଦର୍ଶନ ପାଇଁ ଅଭିପ୍ରେତ ଥିଲା ପରି ପ୍ରତୀତ ହେଉଛି। ବରଂ କ୍ରୀଡ଼ା କ୍ଷେତ୍ରରେ ଭିତ୍ତିଭୂମି ବିକାଶ, ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସୁନିଶ୍ଚିତ କରାଯିବା ସହିତ ଉତ୍କର୍ଷ ହାସଲ କରୁଥିବା ଖେଳାଳୀଙ୍କ ବ୍ୟକ୍ତିଗତ ଆବଶ୍ୟକତାକୁ ପୂରଣ କରିବା ପାଇଁ ହେଉଥିବା ସମସ୍ତ ବ୍ୟୟକୁ ବହନ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଗଲେ ତାହା କ୍ରୀଡାର ସାମଗ୍ରିକ ଉନ୍ନତି ସାଧନରେ ବେଶି ସହାୟକ ଓ ଫଳପ୍ରଦ ହୋଇପାରନ୍ତା।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story