Advertisment

ମୋର ମୋ ଗାଁରେ ଘର ନାହିଁ!

ଚିତ୍ତରଞ୍ଜନ ଦାଶ ଏକ ମଜାଦାର ଅନୁଭୁତି। ମୋ ଝିଆରୀ ନିଟ ପାଇଁ ଅନଲାଇନ ରେଜିଷ୍ଟ୍ରେସନ କରିବା ସମୟରେ ତାକୁ ସ୍ଥାୟୀ ଠିକଣା ର ଘର ନମ୍ବର ଦରକାର ପଡ଼ିଲା। ଯେହେତୁ ମୁଁ ଗାଆଁରେ ରହୁଛି ସେ ମୋତେ ଫୋନ କରି ପଚାରିଲା। ପ୍ରାୟ ୧୫/୧୮ ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଲା ଡିଆରଡିଏ ଦ୍ଵାରା ସ୍ଥାୟୀ ଘର ନମ୍ବର ଲେଖା ଥାଇ ଏକ ଟିଣ ନାମ ଫଳକ ଗ୍ରାମର ପ୍ରତ୍ୟେକ ଘରକୁ ଦିଆ ଯାଇଥିଲା। ଏହି କ୍ରମରେ ମୋତେ […]

ମୋର ମୋ ଗାଁରେ ଘର ନାହିଁ!

mo-gaon

Advertisment

ଚିତ୍ତରଞ୍ଜନ ଦାଶ

ଏକ ମଜାଦାର ଅନୁଭୁତି। ମୋ ଝିଆରୀ ନିଟ ପାଇଁ ଅନଲାଇନ ରେଜିଷ୍ଟ୍ରେସନ କରିବା ସମୟରେ ତାକୁ ସ୍ଥାୟୀ ଠିକଣା ର ଘର ନମ୍ବର ଦରକାର ପଡ଼ିଲା। ଯେହେତୁ ମୁଁ ଗାଆଁରେ ରହୁଛି ସେ ମୋତେ ଫୋନ କରି ପଚାରିଲା।

Advertisment

ପ୍ରାୟ ୧୫/୧୮ ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଲା ଡିଆରଡିଏ ଦ୍ଵାରା ସ୍ଥାୟୀ ଘର ନମ୍ବର ଲେଖା ଥାଇ ଏକ ଟିଣ ନାମ ଫଳକ ଗ୍ରାମର ପ୍ରତ୍ୟେକ ଘରକୁ ଦିଆ ଯାଇଥିଲା। ଏହି କ୍ରମରେ ମୋତେ ମଧ୍ୟ ଏକ ଫଳକ ମିଳିଥିଲା। ଏହି ଫଳକ ଅନୁଯାୟୀ ମୋର ୱାର୍ଡ ନମ୍ୱର ୧ ଓ ସ୍ଥାୟୀ ଘର ନମ୍ୱର ୨୯୩।

ଯେହେତୁ ଏହି ଘର ନମ୍ୱର ଏତେ ବର୍ଷ ତଳେ ଦିଆଯାଇ ଥିଲା ଏବେ ଏହା କାଏମ ଅଛି ବା ଇତିମଧ୍ୟରେ ଏହା ବଦଳି ଯାଇଛି ଜାଣିବା ପାଇଁ ପଞ୍ଚାୟତରୁ ବୁଝିବାକୁ ସ୍ଥିର କରି ଫୋନ ମାଧ୍ୟମରେ ସରପଞ୍ଚପତିଙ୍କୁ ପଚାରିଲି। ପ୍ରଥମେ ମୋତେ ଆମ ୱାର୍ଡର ଅଙ୍ଗନବାଡ଼ିରୁ ମିଳିବ ବୋଲି ଉତ୍ତର ଦେଇ ଅଙ୍ଗନବାଡ଼ି ଦିଦିଙ୍କୁ ପଚାରିବା ପାଇଁ ସେ ଅନୁରୋଧ କଲେ।

Advertisment

ଅଙ୍ଗନବାଡ଼ି ଦିଦିଙ୍କୁ ଯୋଗାଯୋଗ କରିବାରୁ ସେ ତାଙ୍କ ଖାତା ଯାଞ୍ଚ କରି କହିଲେ ଯେ ଆପଣଙ୍କ ଘର ନମ୍ବର ୦୧୦ ଓ ସତର୍କ କରି ଦେଲେ ଯେ ଏହା ୦୧୦, ଏଣୁ କେବଳ ୦୧୦ ହିଁ ଲେଖିବେ ଦଶ ନୁହେଁ।

ମୋର କୌତୁହଳ ବଢ଼ିବାରୁ ମୁଁ ଭୋଟର ତାଲିକାରେ ଖୋଜି ଦେଖିଲି ଯେ ଭୋଟର ତାଲିକା ଅନୁଯାୟୀ ମୋର ଘର ନମ୍ବର ୩୫।

ପଞ୍ଚାୟତ ରେକର୍ଡରେ ମୋର ଘର ନମ୍ବର ଜାଣିବା ପାଇଁ ଉତ୍ସୁକତା ବଢ଼ିଲା। ପୁଣି ସରପଞ୍ଚପତିଙ୍କୁ ଫୋନ କଲି। ସେ ଖାତା ଦେଖି କହିବେ ବୋଲି ଦୁଇ ଦିନ ନେଲେ। ଦ୍ଵିତୀୟ ଦିନ ସନ୍ଧ୍ୟାରେ କନଫରେସିଙ୍ଗ କଲ ମାଧ୍ୟମରେ ମୋତେ ଆମ ପଞ୍ଚାୟତ ଅଫିସର (PO)ଙ୍କ ସାଙ୍ଗରେ କଥା କରେଇଲେ ଓ ସେ ମଧ୍ୟ ପରଦିନ ଖାତା ଯାଞ୍ଚ କରି କହିବାର ପ୍ରତିଶ୍ରୁତି ଦେଲେ।

ଆଜି ୦୭.୧୦.୨୧ ତାରିଖ ଦିନ ପ୍ରାୟ ୧୦ଟାରେ ସରପଞ୍ଚପତିଙ୍କୁ ଫୋନ କରିବାରୁ ସେ ପଞ୍ଚାୟତ ପିଅନର ନମ୍ୱର ଦେଲେ ଓ କହିଲେ ତାକୁ ଘର ନମ୍ବର ଖୋଜିବାକୁ ଖାତା ଦିଆଯାଇଛି ଓ ତାକୁ ଯୋଗାଯୋଗ କଲେ ସେ କହିଦେବ। ଏହା ବ୍ୟତୀତ ସେ ପଞ୍ଚାୟତ ଅଫିସରଙ୍କ ଫୋନ ନମ୍ବର ମଧ୍ୟ ଦେଲେ ଓ ପିଅନ ଘର ନମ୍ବର ଦେବାରେ ଅକ୍ଷମ ହେଲେ ଏହି ପଞ୍ଚାୟତ ଅଫିସରଙ୍କୁ ଯୋଗାଯୋଗ କରିବା ନିମନ୍ତେ ପରାମର୍ଶ ଦେଲେ।

ପିଅନକୁ ଯୋଗାଯୋଗ କରିବାରୁ ସେ ଖାତା ଧରି ଗୋଟି ଗୋଟି କରି ସମ୍ପୂର୍ଣ୍ଣ ଗ୍ରାମବାସୀମାନଙ୍କ ନାଁ ପଢ଼ି ଚାଲିଲା। ଏହି ଖାତାରେ ମୋର, ମୋ ସାନ ଭାଇମାନଙ୍କର, ମୋର ସ୍ୱର୍ଗତଃ ବାପାଙ୍କର ଅଥବା ମୋର ସ୍ୱର୍ଗତଃ ଜେଜେବାପାଙ୍କର କାହାର ନାଁ ନାହିଁ।

ଏହା ପରେ ପଞ୍ଚାୟତ ଅଫିସରଙ୍କୁ ଯୋଗାଯୋଗ କରିବାରୁ ସେ ବଦଳି ହୋଇ ଆସି ନୂତନ ଭାବରେ ୨ ଦିନ ତଳେ ଆମ ପଞ୍ଚାୟତରେ ଦାୟିତ୍ଵ ନେଇଛନ୍ତି ଓ ସାହାଯ୍ୟ କରିବା ପାଇଁ କିଛି ଦିନ ଆବଶ୍ୟକ ବୋଲି ଜଣାଇଲେ। ମୁଁ ମୋର ସମସ୍ୟା ଓ ୩ ଗୋଟି ଘର ନମ୍ୱର ପାଇଥିବାର ବିଷୟ ଉତ୍ଥାପନ କରିବାରୁ ସେ ଭୋଟର ତାଲିକାରେ ଥିବା ଘର ନମ୍ୱର ଦେଇ ରେଜିଷ୍ଟ୍ରେସନ କରିବାକୁ ପରାମର୍ଶ ଦେଲେ। ଏଥିରୁ ନିମ୍ନଲିଖିତ ନିଷ୍କର୍ଷ ପ୍ରାପ୍ତ ହେଲି।

ଅର୍ଥାତ ମୋ ଘରର ସର୍ବମୋଟ ୩ ଗୋଟି ନମ୍ୱର।

୧ - ଖୋର୍ଦ୍ଧା ଜିଲ୍ଲା ଡିଆରଡିଏ ଅନୁଯାୟୀ ୨୯୩।

୨ - ମୋ ୱାର୍ଡର ଅଙ୍ଗନବାଡି ଅନୁଯାୟୀ ୦୧୦।

୩ - ଭୋଟର ତାଲିକା ଅନୁଯାୟୀ ୩୫।

ସର୍ବଶେଷ କଥା ହେଉଛି ଯେ ପଞ୍ଚାୟତ ରେକର୍ଡ ଅନୁଯାୟୀ ମୋର ମୋ ଗାଁରେ ଘର ନାହିଁ!

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe