ଅନ୍ନ କ୍ଷେତ୍ର ପରିକଳ୍ପନା ଦୂରଦର୍ଶୀ ନୁହେଁ

ଆନନ୍ଦ ବଜାରରେ ଭକ୍ତଙ୍କ ଭିଡ଼ ହେଉଥିବାରୁ ଏହାକୁ ହ୍ରାସ କରିବା ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଅନ୍ନ କ୍ଷେତ୍ର ସ୍ଥାନ ନିର୍ମାଣ ବିଷୟରେ ଆଲୋଚନା କରିଥିଲେ। ଭକ୍ତମାନେ ଯେଭଳି ଆନନ୍ଦରେ ମହାପ୍ରସାଦ ସେବନ କରିପାରିବେ ସେଥିପାଇଁ ଏହି ଅନ୍ନକ୍ଷେତ୍ରରେ ସମସ୍ତ ବ୍ୟବସ୍ଥା କରା ଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

Representative Image

Representative Image

Debendra Prusty
  • Published: Monday, 17 March 2025
  • Updated: 17 March 2025, 12:11 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ଗତ ମାର୍ଚ୍ଚ ୧୦ ତାରିଖ ସୋମବାର ଥିଲେ ହେଁ ତିଥି ଅନୁସାରେ ପାପନାଶିନୀ ଏକାଦଶୀ ଥିବାରୁ ଶ୍ରୀମନ୍ଦିରରେ ଗହଳି ଅଧିକ ଥିଲା। ଭୋଗ ଉଠିସାରିଥିବାରୁ ଆନନ୍ଦ ବଜାରରେ ଗହଳି ବଢ଼ି ଯାଇଥିଲା। ଦଳଦଳ ପାତି ମାଙ୍କଡ଼ ଆନନ୍ଦ ବଜାରରୁ ଧାଡ଼ି ବାନ୍ଧି ବଡ଼ ଦେଉଳ ସମେତ ସବୁ ପାର୍ଶ୍ୱ ଦେବାଦେବୀ ମନ୍ଦିର ଉପରେ ଡିଆଁ ମାରୁଥିଲେ। ସିଂହଦ୍ୱାରଠାରୁ ବାଇଶିପାହାଚ ଦେଇ ଭିତର ବେମାରେ ଦର୍ଶନାର୍ଥୀ ଭକ୍ତମାନେ ଧାଡ଼ିରେ ଆଗଉଥିଲେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ। ଭୋଗ ମଣ୍ଡପ କଡ଼ରେ ଅବାଧରେ ଅବଢ଼ା ବିକ୍ରି ଚାଲିଥିଲା, କିଛି ବହିରାଗତ ଲୋକ ବି ଚକା ପକାଇ ପ୍ରସାଦ ସେବନ କରୁଥିଲେ। ଭକ୍ତମାନେ ନିରୁପାୟ ଭାବେ ବେଢ଼ାରେ ବିଞ୍ଚି ହୋଇ ପଡ଼ିଥିବା ଅନ୍ନବ୍ୟଞ୍ଜନାଦି ଉପରେ ଚାଲିବାକୁ ବାଧ୍ୟ ହେଉଥିଲେ। ବିଡ଼ମ୍ବନା ଯେ, ବଡ଼ ବଡ଼ ଅକ୍ଷରରେ ସବୁଠି ଲେଖା ଥିଲା: ‘ଏଠାରେ ମହାପ୍ରସାଦ ବିକ୍ରି ଓ ଭୋଜନ ମନା!’ ବେଢ଼ାରେ ଶହଶହ ଲୋକ ବସି ଉପଭୋଗ କରୁଥିଲେ ବାନା ପରିବର୍ତ୍ତନ ଦୃଶ୍ୟ, ଯାହା ସେମାନେ ପରିକ୍ରମା ମାର୍ଗରେ ରହି କରିପାରି ଥାଆନ୍ତେ। ସୁରକ୍ଷା କର୍ମଚାରୀମାନେ ସବୁ ଦେଖି ନଦେଖିଲା ଭଳି ରହି ଥାଆନ୍ତି। କିଛି ସେବକ ବେପରବାୟ ଭାବେ ଏଣେତେଣେ ପାନପିକ ପକାଇ ମଧ୍ୟ ଲଜ୍ଜା ଅନୁଭବ କରୁ ନଥାନ୍ତି। ସେଦିନ ଶ୍ରୀଜଗନ୍ନାଥ ଦର୍ଶନର ମହାର୍ଘ ସୁଯୋଗ ମିଳିବା ସହିତ ଏଭଳି ଦୁଃଖଦ ଅଭିଜ୍ଞତା ମଧ୍ୟ ମିଳିଥିଲା।

ମାର୍ଚ୍ଚ ୧୩ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କିଭଳି ପୂର୍ଣ୍ଣାଙ୍ଗ ରୂପ ଦିଆଯାଇପାରିବ ସେନେଇ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ବ୍ୟକ୍ତିଙ୍କୁ ନେଇ ଗଠିତ ‘ଶ୍ରୀଜଗନ୍ନାଥ ସାଂସ୍କୃତିକ କମିଟି’ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲାବେଳେ ଆନନ୍ଦ ବଜାରରେ ଭକ୍ତଙ୍କ ଭିଡ଼ ହେଉଥିବାରୁ ଏହାକୁ ହ୍ରାସ କରିବା ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଅନ୍ନ କ୍ଷେତ୍ର ସ୍ଥାନ ନିର୍ମାଣ ବିଷୟରେ ଆଲୋଚନା କରିଥିଲେ। ଭକ୍ତମାନେ ଯେଭଳି ଆନନ୍ଦରେ ମହାପ୍ରସାଦ ସେବନ କରିପାରିବେ ସେଥିପାଇଁ ଏହି ଅନ୍ନକ୍ଷେତ୍ରରେ ସମସ୍ତ ବ୍ୟବସ୍ଥା କରା ଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଅନ୍ନ ଯଜ୍ଞ, ନାମ ଯଜ୍ଞ, ଘୃତ ଯଜ୍ଞ ଏବଂ ଜ୍ଞାନ ଯଜ୍ଞ ପାଇଁ ସ୍ଥାନ ଚିହ୍ନଟ କରାଯାଇ ନିର୍ମାଣ କରାଯିବାକୁ ମଧ୍ୟ ସ୍ଥିର ହୋଇଥିଲା। କୁହାଗଲା ଯେ, ‘ଭକ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ପାଇଁ ସ୍ଥାନର ଅଭାବ ଦେଖାଗଲାଣି। ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରେ ଏକ ସ୍ୱତନ୍ତ୍ର ସ୍ଥାନ କରାଯିବ। ସେଠାରେ ଭକ୍ତମାନେ ଯେଭଳି ଭଲରେ ମହାପ୍ରସାଦ ସେବନ କରିପାରିବେ ସେନେଇ ବ୍ୟବସ୍ଥିତ ଯୋଜନା କରଯାଉଛି। ଆମେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଯଥାଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିବୁ।’

ଆନନ୍ଦର କଥା ଯେ, ପୂର୍ବରୁ ଅନେକ ଥର ମୁଁ ଅତିଥି ସ୍ତମ୍ଭକାର ଭାବେ ଓଡ଼ିଶା ରିପୋର୍ଟରରେ ଶ୍ରୀମନ୍ଦିର ବିଷୟରେ ଆଲୋଚନା କରି ଅନେକ ପ୍ରସ୍ତାବ ଦେଇଥିଲି; ଯାହା ମଧ୍ୟରେ ଥିଲା ଜୈବିକ କୃଷି ଉତ୍ପାଦରୁ ମହାପ୍ରସାଦ ପ୍ରସ୍ତୁତି ଏବଂ ଶ୍ରୀମନ୍ଦିରରୁ ପ୍ରତ୍ୟେକ ଦିନ ବାହାରୁଥିବା ଛଡ଼ାଫୁଲକୁ କମ୍ପୋଷ୍ଟରେ ପରିଣତ କରିବା ଭଳି ଦୁଇଟି ପ୍ରସ୍ତାବ। ଏହି ଦୁଇଟି ପ୍ରସ୍ତାବ ମଧ୍ୟରୁ ଜୈବକୃଷି ପ୍ରଣାଳୀରେ ଉତ୍ପାଦିତ ଚାଉଳରୁ କୋଠଭୋଗ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି ଓ ଶ୍ରୀମନ୍ଦିର ପରିସରରୁ ସଂଗୃହିତ ବାସିଫୁଲକୁ କମ୍ପୋଷ୍ଟ କରିବା ପ୍ରକ୍ରିୟା ଇତିମଧ୍ୟରେ ଆଂଶିକ କାର୍ଯ୍ୟକାରୀ କରି ସାରିଛନ୍ତି ଶ୍ରୀ ମନ୍ଦିର ପ୍ରଶାସନ। କିଛିଦିନ ତଳେ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ଶ୍ରୀଜଗନ୍ନାଥ ସାଂସ୍କୃତିକ କମିଟି’ ପକ୍ଷରୁ ଆନନ୍ଦ ବଜାରକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନିଆଯାଇ ସରକାରଙ୍କ ଅନୁମୋଦନ ମାଗିବା ନିଶ୍ଚୟ ସ୍ୱାଗତଯୋଗ୍ୟ। ଶ୍ରୀମନ୍ଦିର ପରିଚାଳନା କମିଟି ନଥିବା ବେଳେ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଉପସ୍ଥିତ ଥିବା ଶ୍ରୀଜଗନ୍ନାଥ ସାଂସ୍କୃତିକ କମିଟି ବୈଠକରେ ସ୍ୱୟଂ ଗଜପତି ଅନ୍ନଯଜ୍ଞ କ୍ଷେତ୍ର ପ୍ରସ୍ତାବ ଦେଇଥିବାରୁ, ନୀତିଗତ ଭାବେ ଏହାକୁ ପରିଚାଳନା କମିଟିର ମତ ଭାବେ ଗ୍ରହଣ କରାଯାଇପାରିବ। ପ୍ରସ୍ତାବ ଅନୁସାରେ, ଆନନ୍ଦ ବଜାରରୁ ମହାପ୍ରସାଦ କିଣି, ଭକ୍ତଗଣ ରାମାନୁଜ ସମ୍ପ୍ରଦାୟର ଉତ୍ତରପାର୍ଶ୍ୱ ମଠ ଯାଏଁ ବୋହିନେବେ ଏବଂ ଅନ୍ନଯଜ୍ଞ କ୍ଷେତ୍ରରେ ବସି ଭୋଜନ କରିବେ। ଏହାକୁ ଏକ ଅବାସ୍ତବ ତଥା ଅଦୂରଦର୍ଶୀ ପରିକଳ୍ପନା ମନେ କରାଯାଇପାରେ। ଏବେ ଆନନ୍ଦ ବଜାର ମଧ୍ୟରେ ନାଲକୋ ଦ୍ୱାରା ନିର୍ମିତ ଭୋଜନ କକ୍ଷ ଥାଇ ବି ସେଠାରେ ସମସ୍ତ ଭକ୍ତ ଭୋଜନ ନକରି ଅନ୍ୟତ୍ର ଭୋଜନ କରୁଛନ୍ତି। ଏହାର କାରଣଟି ସରଳ- ମନବୋଧ ହେଲା ଯାଏଁ ଭୋଜନ କରିବାର ସୁବିଧା କେବଳ ମିଳିଥାଏ ଯଦି ପାଖରେ ଥାଏ ଅନ୍ନ-ବ୍ୟଞ୍ଜନ ଭର୍ତ୍ତି କୁଡୁଆ ଓ ପରଷୁଣୀ। ଯଦି ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଭକ୍ତଗଣ ଅନ୍ନଯଜ୍ଞ କ୍ଷେତ୍ରକୁ ନେଇ ସେଠାରେ ଭୋଜନ କରିବାକୁ ଯୋଜନା କରାଯାଉଛି, ତାହା ସମସ୍ୟା ବଢ଼ାଇବ ସିନା, କମାଇବ ନାହିଁ। ଏହାକୁ ଅଦୂରଦର୍ଶୀ ପରିକଳ୍ପନା କହିଲେ ଭୁଲ୍ ହେବନାହିଁ।

ଭକ୍ତଗଣ ମୁଖ୍ୟତଃ କ୍ଷୋଭ ପ୍ରକାଶ କରନ୍ତି ଯେ, ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଓ ମହାପ୍ରସାଦ ବିକ୍ରି ଅବ୍ୟବସ୍ଥିତ। ଏସବୁକୁ ବ୍ୟବସ୍ଥିତ କରିଦିଆଗଲେ ସେମାନଙ୍କ କ୍ଷୋଭ ପ୍ରଶମିତ ହେବ। ଆମକୁ ମନେ ରଖିବାକୁ ହେବ ଯେ, କ୍ରମଶଃ ଭକ୍ତଙ୍କ ସଂଖ୍ୟା ବଢୁଛି। ଦେଶର ଲୋକସଂଖ୍ୟା ଏବେ ୧୪୫ କୋଟି, ଏବଂ ଭବିଷ୍ୟତରେ ଏହା ସର୍ବାଧିକ ୧୭୫ କୋଟି ଛୁଇଁବା ପରେ କିଛି ଦଶନ୍ଧି ଧରି ସ୍ଥିର ରହିବ। ତାହା ପରେ କମିବା ଆରମ୍ଭ କରିବ। ଭାରତୀୟଙ୍କ ମୁଣ୍ଡପିଛା ଆୟବୃଦ୍ଧି ସହ ତାଳ ଦେଇ ଗମନାଗମନ ସୁବିଧା ଓ ଭକ୍ତଙ୍କ ତୀର୍ଥାଟନ ପାଇଁ ଆଗ୍ରହ ଓ ସାମର୍ଥ୍ୟ ବଢ଼ୁଥିବାରୁ ଆଗକୁ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ିବା ନିଶ୍ଚିତ।

ମହାପ୍ରସାଦ ପାଇବା ପାଇଁ ଭକ୍ତଙ୍କ ଆକୁଳତା ଏବଂ ଆନନ୍ଦ ବଜାରର ଅବସ୍ଥିତି କାରଣରୁ ମନ୍ଦିର ବେଢାରେ ଅତ୍ୟଧିକ ଗହଳି ଲାଗି ରହୁଛି। ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଥିବା ଉତ୍ତରପାର୍ଶ୍ୱ ମଠକୁ ସମ୍ପୁର୍ଣ୍ଣ କିମ୍ବା ଆଂଶିକ ଭାଙ୍ଗି ବିକଳ୍ପ ଆନନ୍ଦ ବଜାର ପ୍ରତିଷ୍ଠା କଲେ ପ୍ରସ୍ତାବିତ ବିକଳ୍ପ ଆନନ୍ଦ ବଜାର ଯାଏଁ ସେହିଭଳି ଗହଳି ଲାଗି ରହିବାର ଆଶଙ୍କା ରହିଛି, କମିବାର ସମ୍ଭାବନା ନାହିଁ। ବରଂ ଉତ୍ତର ଦ୍ୱାର ଦେଇ ଶ୍ରୀମନ୍ଦିରମଧ୍ୟକୁ ପ୍ରବେଶ କରିବାରେ ବାଧା ସୃଷ୍ଟି ହେବ। ମହାପ୍ରସାଦ କୁଡୁଆ ବୋହି ଅନ୍ନ କ୍ଷେତ୍ର ଯାଏଁ ନେବା ସହଜ ହେବନାହିଁ।

ଦ୍ୱିତୀୟରେ ମାଙ୍କଡ଼ ଉପଦ୍ରବ। ଏବେ ନିକଟରେ ଆନନ୍ଦ ବଜାର ଥିବାରୁ ଖାଦ୍ୟ ଲୋଭରେ ପାତି ମାଙ୍କଡ଼ମାନେ ଶ୍ରୀମନ୍ଦିର ପରିସରରେ ଦଳବାନ୍ଧି ଡେଉଁଛନ୍ତି। ସେମାନଙ୍କ ମଳମୂତ୍ର ପଡ଼ି ପରିସର କେବଳ ପ୍ରଦୂଷିତ ହେଉନାହିଁ, ବରଂ ସେମାନଙ୍କ ହସ୍ତ-ପଦାଘାତରେ ଚୁନା ହୋଇ ଯାଉଛି ସାମୁଦ୍ରିକ ଲୁଣିପବନ ଓ ପ୍ରଚଣ୍ଡ ଖରା ସହ୍ୟକରି ଶହଶହ ବର୍ଷ ଧରି ଠିଆ ହୋଇ ରହିଥିବା ବଡ଼ ଦେଉଳର ଅପୂର୍ବ ଭାସ୍କର୍ଯ୍ୟ। ଆମକୁ ଏଭଳି ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍, ଯେପରି ଶ୍ରୀମନ୍ଦିରରେ ମାଙ୍କଡ଼ ଉପଦ୍ରବ ରହିବନି ଏବଂ ମନ୍ଦିରର ଆୟୁଷ କମିଯିବ ନାହିଁ।

ତୃତୀୟରେ, ଆନନ୍ଦ ବଜାରରୁ ପ୍ରତ୍ୟହ ବାହାରୁ ଥିବା ବର୍ଜ୍ୟବସ୍ତୁ ନିଷ୍କାସନ ବ୍ୟବସ୍ଥାକୁ ଅଣଦେଖା କରାଯାଇ ଆସୁଛି। ଏବେ ସେହି ପରିସରରେ ଦୈନିକ ପ୍ରାୟ ୫-୧୦ ହଜାର ଭକ୍ତ ମହାପ୍ରସାଦ ଭୋଜନ କରୁଛନ୍ତି। ସେଠାରୁ ଅଇଁଠା ଖଲିପତ୍ର ବାହାରକୁ ବୋହିନେବା ପାଇଁ ରହିଛି କେବଳ ଉତ୍ତର ଦ୍ୱାର। ଗହଳି ବଢ଼ିଥିବା କାରଣରୁ ସଫେଇ କର୍ମଚାରୀମାନେ ଏବେ ମେଘନାଦ ପାଚେରୀ ଉପରୁ ଅଇଁଠା ଖଲିପତ୍ର ତଳକୁ ଫିଙ୍ଗି ଦେଉଛନ୍ତି; ଯାହାର ଦୃଶ୍ୟ ଅତ୍ୟନ୍ତ ବୀଭତ୍ସ। ସଭ୍ୟ ସମାଜରେ ଏବଂ ଦିବ୍ୟ ମନ୍ଦିରମାନଙ୍କରେ ଏହା ଅପରିକଳ୍ପନୀୟ।

ଚତୁର୍ଥରେ, ଦକ୍ଷିଣ ଦ୍ୱାର ଦେଇ, ରୋଷଘର ସାମଗ୍ରୀ ଗୁଡ଼ିକୁ ମନ୍ଦିର ପରିସର ମଧ୍ୟକୁ ଆଣିବା ଭଳି ଭୋଗ ମଣ୍ଡପରୁ ବାହାରୁଥିବା ଶ୍ରୀମହାପ୍ରସାଦ ମଧ୍ୟ ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ବାହାରକୁ ଯିବା ଆବଶ୍ୟକ। ଯଦି ତାହା କରା ନଯାଏ, ବେଢା ମଧ୍ୟରୁ ଗହଳି କମିବାର ସମ୍ଭାବନା ନାହିଁ। ମନ୍ଦିର ପରିସରକୁ ପରିଚ୍ଛନ୍ନ ରଖିବା ପାଇଁ ଏହା ମଧ୍ୟ କରାଯିବା ଆବଶ୍ୟକ।

ବ୍ୟବସ୍ଥିତ ଦର୍ଶନ ପାଇଁ ଏବଂ ଭିଡ଼ କମାଇବା ପାଇଁ ଶ୍ରୀମନ୍ଦିରର ଚାରିଦିଗରେ ଅନ୍ତତଃ ଏକ କିଲୋମିଟର ଦୂରରେ ଚାରିଗୋଟି ବିକଳ୍ପ ଆନନ୍ଦ ବଜାର ଅତ୍ୟନ୍ତ ବ୍ୟବସ୍ଥିତ, ଭକ୍ତିମୟ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆରାମପ୍ରଦ ଭାବେ ପ୍ରତିଷ୍ଠା କରାଯିବା ଆବଶ୍ୟକ। ପ୍ରସ୍ତାବିତ ଆନନ୍ଦ ବଜାର ମଧ୍ୟରୁ ଗୋଟିଏ ବଡ଼ଦାଣ୍ଡ ଜଗନ୍ନାଥ ବଲ୍ଲଭ ଗାଡ଼ି ରହଣୀ ସ୍ଥଳ ନିକଟରେ ଓ ଆଉ ଗୋଟିଏ ରେଳଷ୍ଟେସନ ନିକଟବର୍ତ୍ତୀ ସ୍ଥାନରେ ପ୍ରତିଷ୍ଠା କରାଯିବା ଉଚିତ। ତୃତୀୟଟିକୁ ବାତାନୁକୂଳିତ କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ନିର୍ମାଣ କରାଗଲେ ସେଠାରେ ଦେଶ ବିଦେଶରୁ ଆସୁଥିବା ଅନେକ ଧନୀକ ଭକ୍ତ ମହାନନ୍ଦରେ ମହାପ୍ରସାଦ ସେବନ କରିବାକୁ ଆଗ୍ରହ ପ୍ରକାଶ କରନ୍ତେ। ଚତୁର୍ଥଟି ରହନ୍ତା ସହର ବାହାରକୁ ଗାଡ଼ିମଟରରେ ପରିବହନ ହେବାକୁଥିବା ବରାଦି ଶ୍ରୀମହାପ୍ରସାଦ ପାଇଁ। ଭୋଗ ଉଠିଲା ପରେ ପ୍ରସ୍ତାବିତ ଆନନ୍ଦ ବଜାରଗୁଡିକୁ ପ୍ରଶାସନ ପକ୍ଷରୁ ତାଲାମୁଦ ବ୍ୟାଟେରି ଚାଳିତ ସ୍ୱତନ୍ତ୍ର ଗାଡ଼ିରେ ଯୋଗାଣ କରା ଯାଆନ୍ତା। ପ୍ରଥମ କିଛି ବର୍ଷ ଶ୍ରୀମନ୍ଦିର ପ୍ରଶାସନ ବିକଳ୍ପ ଆନନ୍ଦର ନିୟନ୍ତ୍ରଣ ଭାର ନିଅନ୍ତେ। ଆନନ୍ଦ ବଜାରର ତଳ ମହଲାରେ ପ୍ରତୀକ୍ଷାଳୟ, ହାତ-ପାଦଧୁଆ ସୁବିଧା ସହିତ ଶ୍ରୀଜଗନ୍ନାଥ ସଂସ୍କୃତିସହ ଜଡ଼ିତ ନିର୍ମାଲ୍ୟ, ଖଜା, ପଥର ମୂର୍ତ୍ତୀ, ନାଲିବାଡି, ପଟ୍ଟଚିତ୍ର, ପୁସ୍ତକ, ଭଜନ ସିଡ଼ି ଇତ୍ୟାଦି ବିକ୍ରି ଦୋକାନ ଏବଂ ଉପର ମହଲାରେ ଭୋଜନାଳୟ ରହନ୍ତା। ବରାଦ ଦେଇଥିବା ଗ୍ରାହକମାନେ ନିର୍ଦିଷ୍ଟ ଆନନ୍ଦ ବଜାରରୁ ହିଁ ମହା ପ୍ରସାଦ କିଣି ନିଅନ୍ତେ, ମନ୍ଦିର ନିକଟରେ ଭିଡ଼ କରନ୍ତେ ନାହିଁ।

ସୁଆର ସେବକମାନଙ୍କୁ ପ୍ରଶାସନ ସହିତ ଆଲୋଚନା କରି ମହାପ୍ରସାଦ ଦର ଧାର୍ଯ୍ୟ କରିବାର ଅଧିକାର ମିଳିବା ଆବଶ୍ୟକ। ସେହି ଦର ପ୍ରସ୍ତାବିତ ବାତାନୁକୂଳିତ ଆନନ୍ଦ ବଜାର ଓ ବରାଦି ମହାପ୍ରସାଦ ଉପରେ ଲାଗୁ ହେଲାବେଳେ ଅନ୍ୟ ଦୁଇଟି ଆନନ୍ଦ ବଜାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଣ୍ଡପିଛା ସର୍ବାଧିକ ୪୦ ଟଙ୍କା ମୂଲ୍ୟରେ ଭକ୍ତଙ୍କୁ ମହାପ୍ରସାଦ ଯୋଗାଇ ଦେବା ଉଚିତ ହେବ। ପ୍ରଶାସନ ପକ୍ଷରୁ ରିହାତି ଦରରେ ମହାପ୍ରସାଦ ବିକ୍ରି କରାଗଲେ 'ନକଲି ଅବଢ଼ା' ଅଭିଯୋଗ ରହିବନି। ରିହାତି ଅର୍ଥକୁ ହୁଣ୍ଡି ଓ ଦାନରୁ ଭରଣା କରାଯାଇ ପାରିବ। ହିନ୍ଦୁମାନେ ଦାନ ଦେଇ ପୁଣ୍ୟ ଅର୍ଜନ କରିବାରେ ବିଶ୍ଵାସୀ। ଆଗ୍ରହୀ ଭକ୍ତମାନେ ହୁଣ୍ଡିରେ ଦାନ ଦେବେ, ସଭିଏଁ ସ୍ୱଳ୍ପମୂଲ୍ୟରେ ଶ୍ରୀମହାପ୍ରସାଦ ପାଇବେ ତଥା ଶ୍ରୀଜଗନ୍ନାଥଙ୍କ କରୁଣାସିକ୍ତ ଆହ୍ଲାଦ ପାଇବେ। ସୁଆର ସେବକମାନେ ଉପଯୁକ୍ତ ମୂଲ୍ୟ ପାଇଲେ, ମହାପ୍ରସାଦର ମାନ ଓ ପରିମାଣ ସଠିକ ରହିବ। ପ୍ରଶାସନ ପକ୍ଷରୁ ଯୁବ-ସେବକମାନଙ୍କୁ ପାରମ୍ପରିକ କୌଶଳ ତାଲିମ ଦେଇ ପ୍ରସ୍ତାବିତ ଆନନ୍ଦ ବଜାରରେ ନିଯୁକ୍ତି ଦେଲେ ସେମାନେ ମଧ୍ୟ ସହଯୋଗ କରିବେ।

ଏବେ, ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ମହାପ୍ରସାଦ ନିମନ୍ତେ ସମସ୍ତ ସାମଗ୍ରୀ ସୁଆରମାନେ ନିଜସ୍ୱ ସମବାୟ ଭଣ୍ଡାର ମାଧ୍ୟମରେ ଖୋଲାବଜାରରୁ କିଣୁଛନ୍ତି। ବଜାର ଦର ବଢ଼ିଗଲେ ମହାପ୍ରସାଦ ଦର ବଢୁଛି ଓ ଏହାର ମାନ ମଧ୍ୟ ନିମ୍ନଗାମୀ ହେଉଥିବାର ଦେଖିବାକୁ ମିଳୁଛି। ଏଣୁ, ଜିଲ୍ଲା ପ୍ରଶାସନ ସହଯୋଗରେ ଉପଯୁକ୍ତ ମାନର ଓ ନିର୍ଦ୍ଦିଷ୍ଟ କିସମର ଡାଲି, ଚାଉଳ, ଗୁଆଘିଅ, ପନି ପରିବା ଇତ୍ୟାଦି ସମସ୍ତ ରନ୍ଧନ ସାମଗ୍ରୀ ଯୋଗାଇଦେବା ପାଇଁ ଉଚ୍ଚମାନର ଯୋଗାଣ ବ୍ୟବସ୍ଥା କରାଯିବା ଆବଶ୍ୟକ।

ଧାର୍ମିକ ମାସ କାର୍ତ୍ତିକରେ ଅନେକ ବିଧବା ମହିଳା ହବିଷ କରିଥାନ୍ତି। ରାଜ୍ୟ ସରକାର ମଧ୍ୟ କିଛି ବର୍ଷ ହେଲାଣି 'ହବିଷ୍ୟାଳି ଯୋଜନା' କରିଆସୁଛନ୍ତି। ଏଥିରେ ହବିଷ୍ୟାଳୀମାନଙ୍କ ଆଗମନ, ମାଗଣା ରହଣି ଓ ମହାପ୍ରସାଦ ଭୋଜନ ବ୍ୟବସ୍ଥା ରହିଛି। ସମୁଦାୟ ୫ଟି ହବିଷ୍ୟାଳି କେନ୍ଦ୍ର ଯଥା ବୃନ୍ଦାବତୀ ନିବାସରେ ୧୬୫୦ ଜଣ, ମୋଚିସାହି କଲ୍ୟାଣ ମଣ୍ଡପରେ ୫୮୦ ଜଣ, ଅକ୍ଷୟପାତ୍ର ଫାଉଣ୍ଡେସନରେ ୪୫୦ ଜଣ, ବଗଲା ଧର୍ମଶାଳାରେ ୧୫୦ ଜଣ ଓ ବାଗେଡ଼ିଆ ଧର୍ମଶାଳାରେ ୧୮୦ ଜଣ ହବିଷ୍ୟାଳି ରହି ବ୍ରତ ପାଳିବା ସହ ମହାପ୍ରସାଦ ସେବନ କରି ଆସୁଛନ୍ତି। ଯଦି ସମସ୍ତଙ୍କୁ ପୂର୍ବଭଳି ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାକୁ ପଡୁଥାଆନ୍ତା, ଭାବନ୍ତୁତ, ଶ୍ରୀମନ୍ଦିରରେ ଶୋରିଷ ପକାଇବାକୁ ଜାଗା ଥାଆନ୍ତା କି? ଏଣୁ, ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ସମୟର ଆବଶ୍ୟକତାକୁ ସମ୍ମାନ ଦେଇ ଶ୍ରୀମନ୍ଦିରରେ ପରିଚାଳନାଗତ ରୂପାନ୍ତରୀକରଣ କରାଯିବା ଆବଶ୍ୟକ। ସୁରକ୍ଷା କର୍ମଚାରୀମାନେ ବେଢ଼ା ଭିତରେ ସମସ୍ତ ପ୍ରକାର ବିକ୍ରିବଟା ଓ ବିଶ୍ରାମ ସ୍ଥଳୀ ରୂପେ ବ୍ୟବହାର କରୁଥିବା ଯାତ୍ରୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରିବା ଦରକାର। ପତାକା ପରିବର୍ତ୍ତନ ଦେଖିବା ପାଇଁ ବେଢ଼ାରେ ଭିଡ଼ କରୁଥିବା ଦର୍ଶକମାନଙ୍କୁ ପରିକ୍ରମା ମାର୍ଗକୁ ପଠାଇବା ମଧ୍ୟ ଜରୁରୀ। ବିକଳ୍ପ ଆନନ୍ଦ ବଜାର ପ୍ରତିଷ୍ଠା ହୋଇଗଲେ ଶୃଙ୍ଖଳିତ ଦର୍ଶନ ସମ୍ଭବ ହେବ। ମାଙ୍କଡ଼ ଉପଦ୍ରବ ରହିବନି। ବିକଳ୍ପ ଆନନ୍ଦ ବଜାରରୁ ପ୍ରତ୍ୟହ ବର୍ଜ୍ୟବସ୍ତୁ ନିଷ୍କାସନ ବ୍ୟବସ୍ଥା ସହଜ ହେବ। ଉତ୍ତର ଦ୍ୱାରରେ ମଧ୍ୟ ଜନଗହଳି କମିଯିବ। ଏଣୁ, ପରୀକ୍ଷାମୂଳକ ଭାବେ ଅନ୍ତତଃ ଦୁଇଟି ହବିଷ୍ୟାଳି କେନ୍ଦ୍ରକୁ ଅନ୍ତତଃ ଛଅ ମାସ ଯାଏଁ ବିକଳ୍ପ ଆନନ୍ଦ ବଜାର ଭାବେ ବ୍ୟବହାର କରି, ସରକାର ବାସ୍ତବତା ଅନୁଧ୍ୟାନ କରନ୍ତୁ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story