ସିଏଏ ବିରୋଧୀଙ୍କ କାଳ୍ପନିକ ଡରାଣ, ହୀନମନ୍ୟତା

ନାଗରିକତା ଆଇନ ୧୯୫୫ ମସିହାରେ ପ୍ରଣୀତ ହେବା ପରଠାରୁ ୧୯୮୬, ୧୯୯୨, ୨୦୦୩, ୨୦୦୫, ୨୦୧୫ ଏବଂ ୨୦୧୯ରେ ଛଅ ଥର ସଂଶୋଧିତ ହୋଇଛି। ଆଗାମୀ ବର୍ଷମାନଙ୍କରେ ମଧ୍ୟ ପୁନର୍ବାର ସଂଶୋଧନ କରାଯିବାରେ କିଛି ବାଧକ ନାହିଁ।

Anti-CAA Agitation

Anti-CAA Agitation

Debendra Prusty
  • Published: Thursday, 14 March 2024
  • Updated: 14 March 2024, 04:09 PM IST

ଜାନକୀଶ ବଡ଼ପଣ୍ଡା

ପଶ୍ଚିମ ବଙ୍ଗର ନଦିଆ, ଉତ୍ତର ଓ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ବାସ କରୁଥିବା ପ୍ରାୟ ୩୦ ଲକ୍ଷରୁ ଅଧିକ ମତୁଆ ସମ୍ପ୍ରଦାୟର ବାଂଲାଦେଶୀ ଏବେ ଖୁସିରେ ବିଭୋର। ଏମାନେ ୧୯୭୧ ମସିହା ବାଂଲାଦେଶ ଗଠନବେଳେ ଭାରତରେ ଅନୁପ୍ରବେଶ କରିଥିଲେ ଓ ସେବେଠୁ ଭାରତୀୟ ନାଗରିକ ଭାବେ ପରିଚୟ ପାଇବାକୁ ନିବେଦନ କରୁଥିଲେ। ଭାରତରେ ବାସ କରୁଥିଲେ ମଧ୍ୟ ପ୍ରଚଳିତ ଆଇନ ସେମାନଙ୍କ ପାଇଁ ଭାରତର ନାଗରିକ ହେବା ପାଇଁ ବାଧକ ସାଜିଥିଲା। ୨୦୧୯ ମସିହା ଡିସେମ୍ବର ୧୨ ତାରିଖରେ ପ୍ରଣୀତ ସଂଶୋଧିତ ନାଗରିକତା ଆଇନ (ସିଏଏ) କାର୍ଯ୍ୟକାରୀ କରିବାକୁ ଭାରତ ସରକାରଙ୍କ ଘୋଷଣାନାମା ଜାରିହେବା ପରେ ଭାରତୀୟ ନାଗରିକତ୍ୱ ପାଇବାକୁ ଅପେକ୍ଷମାଣ ଯୋଗ୍ୟ ଦେଶବାସୀ ଆଶ୍ୱସ୍ତ ହୋଇଛନ୍ତି। କିନ୍ତୁ ସେତିକିବେଳେ ଏହି ସଂଶୋଧିତ ଆଇନ ବଳରେ ଧର୍ମନିରପେକ୍ଷ ଭାରତକୁ ଏକ ହିନ୍ଦୁରାଷ୍ଟ୍ରରେ ପରିଣତ କରିବାର ପ୍ରଚେଷ୍ଟା ରୂପେ ଚିତ୍ରଣ କରି ବିରୋଧ କରାଯାଉଛି।

ନାଗରିକତା ଆଇନ ୧୯୫୫ ମସିହାରେ ପ୍ରଣୀତ ହେବା ପରଠାରୁ ୧୯୮୬, ୧୯୯୨, ୨୦୦୩, ୨୦୦୫, ୨୦୧୫ ଏବଂ ୨୦୧୯ରେ ଛଅ ଥର ସଂଶୋଧିତ ହୋଇଛି। ଆଗାମୀ ବର୍ଷମାନଙ୍କରେ ମଧ୍ୟ ପୁନର୍ବାର ସଂଶୋଧନ କରାଯିବାରେ କିଛି ବାଧକ ନାହିଁ। ତେବେ, ମାର୍ଚ୍ଚ ୧୧, ୨୦୨୪ ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ସଂଶୋଧିତ ଆଇନ ବଳରେ ଦେଶରେ ଡିସେମ୍ବର ୩୧, ୨୦୧୪ ପୂର୍ବରୁ ପାକିସ୍ତାନ, ଆଫଗାନିସ୍ତାନ ଓ ବଙ୍ଗଳାଦେଶରୁ ଭାରତକୁ ଅନୁପ୍ରବେଶ କରି ଭାରତର ଭୌଗୋଳିକ ସୀମା ମଧ୍ୟରେ ବସବାସ କରୁଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ଶୀ ଓ ଖ୍ରୀଷ୍ଟିଆନମାନଙ୍କୁ ନାଗରିକତା ପ୍ରଦାନ କରିବାକୁ ପ୍ରୟାସ ଆରମ୍ଭ ହୋଇଛି।

ନାଗରିକତା ଆଇନ ଆମ ସମ୍ବିଧାନରର ଏକ ଅଂଶ ରୂପେ ରହି ଆସିଛି। ଆଇନ ତଥା ସେସବୁର ସଂଶୋଧନ କରାଗଲାବେଳେ ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କରିଛି। ନୀତି ସମ୍ମତ ଆଇନର କାର୍ଯ୍ୟକାରିତାକୁ ବିରୋଧ କରାଯିବା ଯେ ଅଗଣତାନ୍ତ୍ରିକ ଓ ସମ୍ବିଧାନ ବିରୋଧୀ, ଏହା ଆନ୍ଦୋଳନଜୀବୀଙ୍କୁ କିଏ ବୁଝାଇ ପାରିବ? ଅତୀତରେ ସିଏଏ ବିରୋଧରେ ଇସଲାମୀୟ ଅନୁପ୍ରବେଶକାରୀ ଓ ଛଦ୍ମ ଧର୍ମନିରପେକ୍ଷ ଆନ୍ଦୋଳନଜୀବୀମାନଙ୍କ ପକ୍ଷରୁ ଆସାମଠାରୁ କେରଳ ପର୍ଯ୍ୟନ୍ତ ପ୍ରତିବାଦ କରାଯାଇଥିଲା ଓ ଏବେ ପୁଣିଥରେ ଆରମ୍ଭ ହେବା ଅସମ୍ଭବ ନୁହେଁ।

ସିଏଏ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୁଦ୍ଧ ଡାକରା ଦେବା ଓ କିଛି ରାଜ୍ୟ ବିରୋଧ କରିବା ଦ୍ୱାରା କେନ୍ଦ୍ର-ରାଜ୍ୟ ସମ୍ପର୍କ ଓ ଭାରତର ସଂଘୀୟ ବ୍ୟବସ୍ଥା ପାଇଁ ଆହ୍ୱାନ ସୃଷ୍ଟି ହୋଇଛି। ସିଏଏ କୌଣସି ସଂପ୍ରଦାୟ ବିରୋଧରେ ଉଦ୍ଦିଷ୍ଟ ନୁହେଁ, ଏହା ନାଗରିକତା ଦେବା ପାଇଁ ଅଭିପ୍ରେତ ଓ କାହାର ଅଧିକାର ଛଡ଼ାଇ ନେବନାହିଁ ବୋଲି କେନ୍ଦ୍ର ସରକାର ଆଶ୍ୱାସନା ଦେବା ସତ୍ତ୍ୱେ କିଛି ନ୍ୟସ୍ତସ୍ୱାର୍ଥ ରାଜନେତା ଏହାକୁ ବିରୋଧ କରୁଛନ୍ତି। ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ଏମାନେ ଭରସା କରି ପାରୁ ନାହାନ୍ତି। କେବଳ ମୁସଲମାନ ବା ଛାତ୍ର ସମାଜ ନୁହେଁ, ଅନେକ ଲେଖକ, କଳାକାର ଓ ବୁଦ୍ଧିଜୀବୀ ମଧ୍ୟ ସିଏଏକୁ ନିନ୍ଦା କରୁଛନ୍ତି। ସେମାନଙ୍କ ଅଭିଯୋଗ ଯେ ଏହା ସମ୍ବିଧାନ ବିରୋଧୀ!

ସରକାର କହୁଛନ୍ତି ଯେ, ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ସହ ‘ସିଏଏ’ର କୌଣସି ସମ୍ପର୍କ ନାହିଁ। ଅଗଷ୍ଟ ୨୦୧୯ରେ ପ୍ରକାଶିତ ହୋଇଥିଲା ଆସାମ ‘ଏନ୍‌ଆର୍‌ସି’ର ଚୂଡ଼ାନ୍ତ ତାଲିକା। ୧୯ ଲକ୍ଷ ଅନୁପ୍ରବେଶକାରୀ ନିଜର ନାଗରିକତାର ପ୍ରମାଣ ଦେଇ ପାରିନଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୨ ଲକ୍ଷ ଥିଲେ ବଙ୍ଗଳାଦେଶୀ ହିନ୍ଦୁ। ଏମାନେ ଧାର୍ମିକ ହିଂସାର ଶିକାର ହୋଇ ଭାରତକୁ ପଳାଇ ଆସିଥିଲେ। ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା କେହି ବି ହିନ୍ଦୁ ଯଦି ଧାର୍ମିକ ନିର୍ଯ୍ୟାତନାର ଶିକାର ହୁଅନ୍ତି, ସେ ମୂଳ ଜନ୍ମସ୍ଥାନ ତଥା ହିନ୍ଦୁବହୁଳ ଭାରତକୁ ଆସିବାକୁ ହୁଏତ ବାଧ୍ୟ ହେବେ; ଯାହା, ଜଣେ ମୁସଲମାନ ପାଇଁ ପ୍ରଯୁଜ୍ୟ ନୁହେଁ। ଧାର୍ମିକ-ନିର୍ଯ୍ୟାତନାର ଶିକାର ମୁସଲମାନ ପରିବାର ବିଶ୍ୱର ବହୁ ଇସ୍ଲାମ ରାଷ୍ଟ୍ରମାନଙ୍କ ମଧ୍ୟରୁ ଯେକୌଣସି ଗୋଟିଏ ଦେଶରେ ଆଶ୍ରୟ ନନେଇ ହିନ୍ଦୁବହୁଳ ଭାରତକୁ ଅବା ଆସିବେ କାହିଁକି? ଭାରତ ହିନ୍ଦୁ ରାଷ୍ଟ୍ରରେ ପରିଣତ ହେଉଛି ବୋଲି ଯେଉଁ ଧର୍ମନିରପେକ୍ଷମାନେ ଚିତ୍କାର ଛାଡ଼ୁଛନ୍ତି, ସେମାନେ ଏହାର ଉତ୍ତର ଦେବା ଆବଶ୍ୟକ। ତିନୋଟି ପଡ଼ୋଶୀ ଦେଶରେ ଧର୍ମ ଆଧାରରେ ଅତ୍ୟାଚାରିତ ସଂଖ୍ୟାଲଘୁ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟଙ୍କୁ ମାନବିକ ଆଧାରରେ ସିଏଏ'ରେ ଏହି ସୁବିଧା ଦିଆଯିବାର ବ୍ୟବସ୍ଥା ରଖାଯାଇଛି। ଏହି ଆଇନ ବଳରେ ହୁଏତ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇନଥିଲେ ବି ନିଯୁକ୍ତି, ବୈବାହିକ ସମ୍ପର୍କ ଇତ୍ୟାଦି ଅନେକ କାରଣରୁ ଅନୁପ୍ରବେଶ କରିଥିବା ଲୋକଙ୍କୁ ଭାରତୀୟ ନାଗରିକତା ମିଳିଯାଇ ପାରେ। ହେଲେ, ସେସବୁ ଦେଶର ସଂଖ୍ୟାଗରିଷ୍ଠ ମୁସଲମାନ ଅନୁପ୍ରବେଶକାରୀଙ୍କୁ ଆଇନରେ ସୁବିଧା ଦିଆଯାଇ ନଥିବା କାରଣରୁ ବିରୋଧୀଙ୍କ ପ୍ରତିବାଦ କ'ଣ ଦେଶପ୍ରୀତି ନା ଛଦ୍ମ-ନିରପେକ୍ଷତା; ତାହା ଅନୁଧ୍ୟାନର ବିଷୟ।

ଆନ୍ଦୋଳନଜୀବୀମାନେ ଆଉ ଗୋଟିଏ ଯୁକ୍ତି କରନ୍ତି ଯେ, ସଂଶୋଧିତ ଆଇନରେ କେବଳ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ନାମ ଉଲ୍ଲେଖ କରାଯାଇଛି, ଅଥଚ ମିଆଁମାର ଓ ଶ୍ରୀଲଙ୍କା ଭଳି ପଡ଼ୋଶୀ ଦେଶ କଥା ବିଚାର କରାଯାଇନାହିଁ କାହିଁକି? ଆଫଗାନିସ୍ତାନକୁ ଏଥିରେ ସାମିଲ କରାଗଲା କେଉଁ ଆଧାରରେ? ଏହାର ଉତ୍ତର ଅତ୍ୟନ୍ତ ସରଳ। ମିଆଁମାର ଓ ଶ୍ରୀଲଙ୍କା ମୁଖ୍ୟତଃ ବୌଦ୍ଧ ଧର୍ମାବଲମ୍ବୀ ଓ ସେଠାରେ ଏହି ପାଞ୍ଚଟି ଧର୍ମର ଲୋକ ଅତ୍ୟାଚାରିତ ହେବାର ଇତିହାସ ନାହିଁ। ସେଠାରେ ଯଦି ମୁସଲମାନମାନେ ଧର୍ମ ଦୃଷ୍ଟିରୁ ଅତ୍ୟାଚାରିତ ହୋଇଛନ୍ତି, ସେମାନେ ଇସଲାମ-ରାଷ୍ଟ୍ରରେ ଆଶ୍ରୟ ନନେଇ ଭାରତକୁ କ’ଣ ଧର୍ମଶାଳା ଭାବି ଆସିଛନ୍ତି?

ସରକାର କହୁଛନ୍ତି ଯେ ଏ ଆଇନ ମୁସଲମାନଙ୍କର କୌଣସି ଅଧିକାର ଛଡ଼ାଇ ନେଉନାହିଁ। ଏ ଆଇନ ଲାଗୁ ହେବା ପରେ ମଧ୍ୟ ସେମାନେ ‘ସ୍ୱାଭାବିକ ପ୍ରକ୍ରିୟା’ରେ ନାଗରିକତା ପାଇଁ ଆବେଦନ କରିବାରେ କୌଣସି ବାଧା ନାହିଁ। ଏଣୁ ମୁସଲମାନ ଅନୁପ୍ରବେଶକାରୀଙ୍କୁ ଭବିଷ୍ୟତରେ ନାଗରିକତା ପ୍ରଦାନ କରାଯିବାର ସମ୍ଭାବନା ଥିବା ସତ୍ତ୍ୱେ, ଗଠନମୂଳକ ପ୍ରସ୍ତାବ ନଦେଇ ରାଜରାସ୍ତାରେ ଆନ୍ଦୋଳନ କରାଯିବା କେତେ ଉଚିତ? ସରକାର ପ୍ରଶ୍ନ କରୁଛନ୍ତି ଯେ ଆମ ତିନୋଟି ପଡ଼ୋଶୀ ଦେଶର ଧର୍ମ ଆଧାରରେ ନିଷ୍ପେଷିତ ଛଅ ଗୋଟି ସଂଖ୍ୟାଲଘୁ ନାଗରିକଙ୍କୁ ଯଦି ଭାରତର ନାଗରିକତା ଦିଆ ନ ଯିବ, ତେବେ ସେମାନେ କୁଆଡେ ଯିବେ? ଏହାର ଉତ୍ତର ମଧ୍ୟ ବିରୋଧୀମାନେ ଦେବା ଉଚିତ।

ଆଉ ଗୋଟିଏ ସମାଲୋଚନା ହେଉଛି ଯେ, ତିନୋଟି ପଡ଼ୋଶୀ ଦେଶରେ ଅତ୍ୟାଚାରିତ ଖ୍ରୀଷ୍ଟିୟାନମାନଙ୍କୁ ଭାରତ ନାଗରିକତା ଦେଉଛି କାହିଁକି? ପୃଥିବୀରେ ତ ଅନେକ ମୁସଲମାନ ରାଷ୍ଟ୍ର ଥିବା ଭଳି ଅନେକ ଖ୍ରୀଷ୍ଟିଆନ ଦେଶ ଅଛନ୍ତି! ସେମାନେ, ବୋଧହୁଏ ଯୁକ୍ତି କରିବା ପାଇଁ ଏପରି ଅଭିଯୋଗ କରୁଛନ୍ତି, ବାସ୍ତବତା ସହ ସେମାନଙ୍କର ସମ୍ପର୍କ ନାହିଁ। ଭାରତର ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ଅନୁପ୍ରବେଶ କରିଥିବା ଅନେକ ଅତ୍ୟାଚାରିତ ଖ୍ରୀଷ୍ଟିୟାନଙ୍କର ମୂଳ ଭୂଖଣ୍ଡ ଥିଲା ଭାରତ ଓ ସେମାନଙ୍କ ସଂଖ୍ୟା ନଗଣ୍ୟ।

ଆଇନ ଅନୁସାରେ ଡିସେମ୍ବର, ୨୦୧୪ ପରେ ଭାରତକୁ ଆସିଥିବା ଅନୁପ୍ରବେଶକାରୀଙ୍କୁ ନାଗରିକତା ମିଳିବ ନାହିଁ। ତେଣୁ ଏହା ପଡ଼ୋଶୀ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ନାଗରିକଙ୍କୁ ଭବିଷ୍ୟତରେ ଉତ୍ପୀଡ଼ନର ଶିକାର ହୋଇ ଭାରତରେ ଆଶ୍ରୟ ନେବାକୁ ନିରୁତ୍ସାହିତ କରିବ। ତଥାପି, ମାନବିକତା ଦୃଷ୍ଟିରୁ ସେମାନଙ୍କୁ ଶରଣାର୍ଥୀ ଭାବେ ଗ୍ରହଣ କରାଯିବା ଅସମ୍ଭବ ନୁହେଁ। ଅଭିଯୋଗ ହେଉଛି ଯେ, ଆବଶ୍ୟକ ପଡ଼ିଲେ ସରକାର ନୂଆ ‘କଟ-ଅଫ’ ତାରିଖ ଘୋଷଣା କରିଦେବେ। ସେହି ଆଧାରରେ କିଛି ବୁଦ୍ଧିଜୀବୀ ଆଶଙ୍କା କରୁଛନ୍ତି ଯେ, ଭବିଷ୍ୟତରେ ସେସବୁ ଦେଶରେ ଧାର୍ମିକ-ଉତ୍ପୀଡ଼ନର ନୂଆ ପର୍ବ ଆରମ୍ଭ ହେବା। ଯଦି ଏପରି କିଛି ଘଟେ, ଭାରତରେ ଯେଉଁ ଦଳର ସରକାର ଥାଉନା କାହିଁକି, ସମ୍ବିଧାନର ଗଣ୍ଡି ଭିତରେ, ଆଇନ ପ୍ରଣୟନ କରି, ଏହି ସମସ୍ୟାର କୂଟନୈତିକ ଓ ଆଇନଗତ ସମାଧାନ କରାଯାଇ ପାରିବ, ଏହା ଆମେ ବିଶ୍ୱାସ କରିନେବା ଦରକାର।

ସିଏଏ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଜନଜାତୀୟ ଅଞ୍ଚଳ ତଥା ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ ଅନୁଯାୟୀ ‘ଇନର ଲାଇନ’ ଘୋଷିତ ଅଞ୍ଚଳରେ ଲାଗୁ ହେବନାହିଁ। ତେଣୁ ଏସବୁ ରାଜ୍ୟ ଏ ଆଇନକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଏହା ସତ୍ୟ ଯେ ‘ଇନର ଲାଇନ’ ବ୍ୟବସ୍ଥା ଆଦୌ ଏକ ଅଭେଦ୍ୟ ଦୁର୍ଗ ନୁହେଁ। ତା’ଛଡ଼ା ନାଗାଲାଣ୍ଡ ଓ ମଣିପୁର ଏ ବିଶେଷ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ନୁହନ୍ତି। ଯଦିଓ ଆସାମର ଆଦିବାସୀ ଅଞ୍ଚଳରେ ସିଏଏ ଲାଗୁ ହେବନାହିଁ, କିନ୍ତୁ ଅବଶିଷ୍ଟ ଆସାମରେ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥହାନୀ ହେବାର ଓ ଅହମିୟା ଭାଷା ଓ ସଂସ୍କୃତି ବିପନ୍ନ ହେବାର ଆଶଙ୍କା କରାଯାଉଛି। ଏବେ ଆସାମରେ ଆଶ୍ରୟ ନେଇଥିବା ଅନୁପ୍ରବେଶକାରୀ ବଙ୍ଗଳାଭାଷୀ-ହିନ୍ଦୁମାନଙ୍କୁ ଭାରତୀୟ ନାଗରିକତା ଦିଆଯିବାର ସମ୍ଭାବନା ସୃଷ୍ଟି ହୋଇଥିବାରୁ ସ୍ଥାନୀୟ ଆସାମବାସୀ ସିଏଏ'କୁ ବିରୋଧ କରୁଛନ୍ତି। ସେଠାରେ ଲୋକଙ୍କ ବିଶ୍ୱାସ ଜିଣିବା ପାଇଁ ପ୍ରୟାସ କରାଗଲେ ଓ ବିରୋଧୀମାନେ ସେମାନଙ୍କୁ ଉତ୍ତେଜିତ କରିବାରୁ ନିବୃତ୍ତ ରହିଲେ, ବିରୋଧ କ୍ରମଶଃ ପ୍ରଶମିତ ହୋଇଯିବ।

ସିଏଏ ଭାରତୀୟ ସମ୍ବିଧାନର ମୂଳ ଆଧାରର ବିରୋଧାଚରଣ କରୁଛି ବୋଲି ମଧ୍ୟ ଅଭିଯୋଗ ହେଉଛି। ସମ୍ବିଧାନ ଅନୁଯାୟୀ କେବଳ ନାଗରିକ ନୁହେଁ, ଭାରତୀୟ ଭୌଗୋଳିକ ସୀମା ମଧ୍ୟରେ ରହିଥିବା କୌଣସି ବ୍ୟକ୍ତିକୁ ଆଇନ ଆଗରେ ସମାନତା ଓ ଆଇନର ସମାନ ସୁରକ୍ଷାରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ସେମାନଙ୍କ ଯୁକ୍ତି। ସେହିଭଳି, ସମ୍ବିଧାନର ଧାରା ୧୫ ଅନୁଯାୟୀ ଧର୍ମ, ଜାତି ଓ ଲିଙ୍ଗ ଆଧାରରେ କୌଣସି ବ୍ୟକ୍ତି ସହ ଭେଦଭାବ କରାଯାଇ ପାରିବ ନାହିଁ। ଏସବୁ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରକୁ ଛଡ଼ାଇ ନେବା ବା ଅକାମି କରିବାର ଅଧିକାର ସରକାରଙ୍କର ବା ସଂସଦର ନାହିଁ ବୋଲି ସୁପ୍ରିମ କୋର୍ଟଙ୍କର ସମ୍ବିଧାନ ବେଞ୍ଚ ପୂର୍ବରୁ ସ୍ପଷ୍ଟ କରି ଥିବାରୁ ଏହି ଆଇନ ଅସାମ୍ବିଧାନିକ ବୋଲି ଯୁକ୍ତି ହେଉଛି। ୨୦୧୯ରେ ପ୍ରଣୀତ ଆଇନକୁ କାର୍ଯ୍ୟକାରୀ କରିବାକୁ ଯେହେତୁ ନିୟମ ପ୍ରଣୟନ ହୋଇ ସାରିଛି, ସର୍ବୋଚ୍ଚ ନ୍ୟାୟାଳୟରେ ସିଏଏକୁ ବିରୋଧକରି ଯାଚିକା ଦାଖଲ କରାଯାଇ ସାରିଛି। ସାମ୍ବିଧାନିକ ଖଣ୍ଡପୀଠ ଏହାର ବିଚାର କରୁଛନ୍ତି। ତେବେ, ଭାରତରେ ବାସ କରୁଥିବା ନାଗରିକ, ଶରଣାର୍ଥୀ ଓ ଅନୁପ୍ରବେଶକାରୀଙ୍କୁ ସବୁ କ୍ଷେତ୍ରରେ ସମାନ ଦୃଷ୍ଟିରେ ଦେଖିବା କେବେ ହେଁ ନ୍ୟାୟସଙ୍ଗତ ହୋଇ ନପାରେ।

ଆମ ଦେଶର କିଛି ନିର୍ଦ୍ଦିଷ୍ଟ ଛାତ୍ର ସମାଜ, ଚିନ୍ତାଶୀଳ ବ୍ୟକ୍ତି ଓ ସମ୍ବିଧାନକୁ ଭଲ ପାଆନ୍ତି ବୋଲି ଦାବି କରୁଥିବା ତଥାକଥିତ ଆନ୍ଦୋଳନଜୀବୀଙ୍କର ବିଚାରବୁଦ୍ଧି ଉପରେ ପ୍ରଶ୍ନ ଚିହ୍ନ ଲାଗିବା ନୂଆନୁହେଁ। ନିର୍ବାଚନ ସମୟ ପାଖେଇଲେ, ବୁଦ୍ଧିବାଦୀଙ୍କ ଆୱାର୍ଡ ୱାପସି ଆନ୍ଦୋଳନ ଦେଶରେ ଦେଖାଯାଏ। ଯେତେବେଳେ ବିଭିନ୍ନ ରାଜନୈତିକ ଦଳମାନେ, ଗଣମାଧ୍ୟମ ତଥା ବୁଦ୍ଧିବାଦୀଙ୍କୁ କରାୟତ୍ତ କରି ସାରିଛନ୍ତି, ଆନ୍ଦୋଳନଜୀବୀଙ୍କୁ ‘ଦେଶଦ୍ରୋହୀ’ ବା ‘ହିନ୍ଦୁଦ୍ରୋହୀ’ ଭଳି ଅନେକ ପ୍ରକାର ଆଖ୍ୟା ଦିଆଯିବା ଅସ୍ୱାଭାବିକ ନୁହେଁ। ପ୍ରାୟ ମାସକ ତଳେ ସନାତନୀମାନଙ୍କ ବିରୁଦ୍ଧରେ ଇଂଡିଆ ମେଣ୍ଟର ଦକ୍ଷିଣ ଭାରତୀୟ ନେତା ବିସ୍ଫୋରକ ମନ୍ତବ୍ୟ ଦେଲେ ଓ ଆକ୍ଷେପୋକ୍ତି କଲେ। ଏବେ ହିନ୍ଦୁଙ୍କୁ ଗାଳିମନ୍ଦ କରିବା ନବ୍ୟ-ଧର୍ମନିରପେକ୍ଷତା ହୋଇଛି। ଦ୍ୱିତୀୟ ପାଳି ଆରମ୍ଭରୁ ନିର୍ବାଚନ ପ୍ରତିଶୃତି କାର୍ଯ୍ୟକାରୀ କରିବାକୁ ଉତ୍ସାହ ଓ ଉଦ୍ଦୀପନାର ସହ ମୋଦୀ ସରକାର ଯେପରି ଦଳୀୟ ଏଜେଣ୍ଡା କାର୍ଯ୍ୟକାରୀ କରିବାରେ ଲାଗି ପଡ଼ିଛନ୍ତି, ଆନ୍ଦୋଳନଜୀବୀ ଓ ଛଦ୍ମ-ଧର୍ମଚନିରପେକ୍ଷବାଦୀଙ୍କର ଭୟ ହେଉଛି ଯେ ଭାରତ ହିନ୍ଦୁ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି। ସେମାନଙ୍କୁ ଉତ୍କଳମଣି ଗୋପବନ୍ଧୁଙ୍କର କବିତାର ଏକ ଅଂଶ – ‘ନିଜ ସୁଖ ଲାଗି ଜାତ ନୁହେଁ ହିନ୍ଦୁ, ବିଶ୍ଵ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ’ ମନେ ପକାଇଦେବା ଉଚିତ ହେବ। ବସୁଧୈବ କୁଟୁମ୍ବକମ୍ ଦର୍ଶନରେ ବିଶ୍ଵାସୀ ଭାରତକୁ ଏତେ ନିମ୍ନ ଚକ୍ଷୁରେ ଦେଖିବା ଅନ୍ୟାୟ।

ଖୁସିର କଥା ଯେ, ଭାରତରେ ଅନୁପ୍ରବେଶକାରୀ ସମସ୍ୟାକୁ ଦୃଷ୍ଟିରେ ରଖି ବଙ୍ଗଳାଦେଶ ସରକାର ନିଜର ନାଗରିକଙ୍କୁ ଫେରସ୍ତ କରିନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସୁସମ୍ପର୍କ ସୃଷ୍ଟି କରିବ। ଭାରତ ବହୁଦିନର ସମସ୍ୟା ସମାଧାନ ଦିଗରେ ଉଦ୍ୟମ କରୁଥିଲା ବେଳେ, ଦେଶ ଭିତରେ ଏକ କାଳ୍ପନିକ ଭୟକୁ ଆଧାରକରି ବିକ୍ଷୋଭ, ଆନ୍ଦୋଳନ ଓ ଅଶାନ୍ତି ସୃଷ୍ଟି କରାଗଲେ, ତାହା ପରୋକ୍ଷରେ ସଂଖ୍ୟାଗରିଷ୍ଠଙ୍କୁ ସଂଖ୍ୟାଲଘୁଙ୍କ ବିରୋଧରେ ଏକତ୍ରିତ କରିବା ବିଚିତ୍ର ନୁହେଁ। ଏଣୁ, ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକରେ ବୁଦ୍ଧିବାଦୀଙ୍କ ପକ୍ଷରୁ ସମାଲୋଚନା ଅପେକ୍ଷା ଗଠନମୂଳକ ମତାମତ ଆଶା କରିବା ଉଚିତ ହେବ।

କୋକିଳା ଏନକ୍ଳେଭ-୨, ପୋଖରୀପୁଟ, ଭୁବନେଶ୍ୱର-୭୫୧୦୨୦, ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story