‘କୄଦ୍ଧ’ ନୁହେଁ, ‘ବୁଦ୍ଧ’ ହେଉ କୄତ୍ରିମ ବୁଦ୍ଧିମତ୍ତା!

ଘୋଡ଼ା ଚଢ଼ାଠାରୁ ସମ୍ପଦ ନାହିଁ ବୋଲି କୁହାଯାଏ। କିନ୍ତୁ ଘୋଡ଼ା ଚଢ଼ିବାର ଅଭ୍ୟାସ ଓ ତାକୁ ନିୟନ୍ତ୍ରଣରେ ରଖିବାର ବିକଳ୍ପ ବ୍ୟବସ୍ଥା ନକରି ଘୋଡ଼ା ପିଠିରେ ବସି ଚାବୁକ କଷିଦେଲେ ଘୋଡ଼ା ବୁଦ୍ଧ ନହୋଇ କୄଦ୍ଧ ହୋଇଗଲେ ଆମେ ହିଁ ସେଥିପାଇଁ ଉତ୍ତରଦାୟୀ ହେବାକୁ ବଞ୍ଚି ରହିଥିବା କି ନାହିଁ, ତାହା କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ଜାଣିବାକୁ ପ୍ରୟାସ ହେବା ଦରକାର।

Artificial Intelligence

Artificial Intelligence

Debendra Prusty
  • Published: Monday, 24 July 2023
  • Updated: 24 July 2023, 05:04 PM IST

News Highlights

  • ମଣିଷ ସମାଜ ପାଇଁ କେତେ ନିରାପଦ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜ୍ଞାନକୌଶଳ?
  • ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବହୁଳ ବ୍ୟବହାର ପୂର୍ବରୁ ଏହାର ବିପଦ ବିଷୟରେ ଜାଣି ତାହାର ପ୍ରତିକାର କରିବା ଅତ୍ୟନ୍ତ ଜରୁରୀ।

Sports

Latest News

ହାସ୍ୟ ସମ୍ରାଟ ଫତୁରାନନ୍ଦଙ୍କର ଏକ ଗଳ୍ପ ଆଜି ଭାରି ମନେପଡୁଛିI ଯେଉଁମାନେ ପଢ଼ି ମନେରଖିଛନ୍ତି ସେମାନଙ୍କୁ ଆଉ ଥରେ ଓ ଯେଉଁମାନେ ପଢ଼ିବାର ସୁଯୋଗ ପାଇ ନାହାନ୍ତି ସେମାନଙ୍କ ଜାଣିବା ପାଇଁ ସଂକ୍ଷେପରେ ଗପର ସାରାଂଶ ଲେଖୁଛି। ଜଣେ ବିଶିଷ୍ଟ ଚିତ୍ରଶିଳ୍ପୀ ଚିତ୍ର ପ୍ରଦର୍ଶନୀରେ ଭାଗନେବା ଉଦ୍ଦେଶ୍ୟରେ ତୈଳଚିତ୍ରଟିଏ ଅଙ୍କନ କରି ନାମକରଣ କଲେ, ବୁଦ୍ଧ। ବୁଦ୍ଧଦେବଙ୍କର ଚମତ୍କାର ଚିତ୍ରଟିଏ ଅଙ୍କନ କରିସାରି ତାହା ଶୁଖିବା ପାଇଁ ଝରକା ଦେଇ ଖରାପଡୁଥିବା ଘରର ଚଟାଣ ଉପରେ ରଖି ଚିତ୍ରଶିଳ୍ପୀ ଜଣକ ବାହାରକୁ ଯିବା ପରେ ପରେ ସେହି କୋଠାରୀ ମଧ୍ୟକୁ ଧସେଇ ପଶି ଆସିଲେ ତାଙ୍କର ନୂଆ ନୂଆ ଚାଲି ଶିଖୁଥିବା ପୁତ୍ରମଣି। ଚଟାଣ ଉପରେ ଶୁଖୁଥିବା ବିରାଟକାର ତୈଳଚିତ୍ର ଉପରେ ବସି ଖେଳକୁଦ କରିବା ଭିତରେ ମଳମୂତ୍ର ତ୍ୟାଗ କରିଦେଲେ। ଚିତ୍ର ଉପରେ ହାତ ଓ ପାଦରେ ମଳମୂତ୍ର ନେସି ହୋଇ କଦାକାର ହୋଇଗଲା ଶାନ୍ତ, ସ୍ନିଗ୍ଧ ବୁଦ୍ଧଙ୍କ ଚିତ୍ର ଓ ତଳେ ଲେଖାଯାଇଥିବା 'ବୁଦ୍ଧ' ପରିବର୍ତ୍ତିତ ହୋଇ ପଢ଼ିହେଲା 'କୄଦ୍ଧ'। ପରେ, ଶିଳ୍ପୀଙ୍କ ଅଜାଣତରେ ଚିତ୍ରଟି ପ୍ରଦର୍ଶନୀରେ ସ୍ଥାନ ପାଇଗଲା ଓ ଅତ୍ୟାଧୁନିକ ଚିତ୍ର ସମୀକ୍ଷକମାନେ ଚିତ୍ରଟିକୁ ପ୍ରଥମ ସ୍ଥାନ ଦେଲେ। ବୁଦ୍ଧଙ୍କ ବିବର୍ଣ୍ଣ ଚିତ୍ରର ନୂତନ ନାମକରଣ ସହିତ ଚିତ୍ରରୁ ବିତରିତ ଦୁର୍ଗନ୍ଧ ସମୀକ୍ଷକମାନଙ୍କୁ ଏହାକୁ କୁଆଡେ ପ୍ରଥମ ସ୍ଥାନ ଦେବାକୁ ବାଧ୍ୟ କରିଥିଲା! ଏହି କଟାକ୍ଷପୂର୍ଣ୍ଣ ବ୍ୟଙ୍ଗ ଗଳ୍ପ ସହିତ ଆଜିକାଲି ବହୁଳ ଭାବେ ଆଲୋଚିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଯାହାକୁ ଓଡ଼ିଆ ଭାଷାରେ ଅନୁବାଦ କରି କୄତ୍ରିମ ବୁଦ୍ଧିମତ୍ତା କୁହା ଯାଉଛି, ତାହାର ସମ୍ବନ୍ଧ ରହିଛି ବୋଲି ମୋର ଏକ ଧାରଣା ହେଉଛି। ଆଜି ତାହା ଉପରେ ଉପରେ ଅନେକ ଚର୍ଚ୍ଚା, ତର୍କ-ବିତର୍କ ଚାଲିଛି। ଦୁଇଟି ଶବ୍ଦ ‘କୄତ୍ରିମ ବୁଦ୍ଧିମତ୍ତା’କୁ ସଂକ୍ଷିପ୍ତ ଭାବେ ‘କୄବୁ’ ଲେଖିବାକୁ ଇଚ୍ଛା କଲାବେଳେ ଫତୁରାନନ୍ଦଙ୍କ ଗଳ୍ପରେ ବୁଦ୍ଧ କୄଦ୍ଧ ହୋଇଗଲା ଭଳି କୄତ୍ରିମ ବୁଦ୍ଧିମତ୍ତା ‘କୄବୁ’ ହୋଇଗଲେ ଏହି ପ୍ରବନ୍ଧଟି କାଳେ ପ୍ରଥମ ସ୍ଥାନ ପାଇଯିବ; ଏହି ଆଶାରେ ଆଗକୁ ବଢ଼ିବା।

ପ୍ରଥମେ, ‘କୃବୁ’ର ପରିଚୟ ପ୍ରଦାନ କରିବାର ଆବଶ୍ୟକତା ରହିଛି। ଏହା ଏକ ନୂତନ ଧରଣର ବ୍ୟବସ୍ଥା, ଯାହା ନୂଆ ହୋଇଥିବାରୁ, ଆମ ଚଳଣି ସହ ସିଧା ସଳଖ ଯୋଡ଼ି ହୋଇନି। ଏଣୁ ଆମକୁ ଅଚିହ୍ନା, ଅଜଣା, ଡର, ଭୟ, ସୁନ୍ଦର, ଅସୁନ୍ଦର, ପ୍ରିୟ କିମ୍ବା ଅପ୍ରିୟ ଲାଗୁଛି। ତେବେ ଏହି ବ୍ୟବସ୍ଥା ବୁଦ୍ଧଙ୍କ ପରି ସୁନ୍ଦର କି କୄଦ୍ଧ ଭଳି ତାହା କେବଳ ଅନୁମାନର କଥା। ଚିତ୍ର ସମୀକ୍ଷକମାନେ ବିବର୍ତ୍ତିତ ଚିତ୍ର 'କୄଦ୍ଧ'କୁ ଦେଖି ବାଃ ବାଃ କହିଲେ, ଗଣମାଧ୍ୟମ ତାହାକୁ ବଢ଼େଇ ଚଢ଼େଇ ଲେଖିବା ଭଳି ଏବେ କୃବୁ’ ବିଷୟରେ ଆଲୋଚନା ଚାଲିଛି। ତେବେ କୄବୁ ବ୍ୟବସ୍ଥା ମାଧ୍ୟମରେ ଆମେ କମ୍ପ୍ୟୁଟର ସହଯୋଗ ନେଇ ସଂଗ୍ରହ କରା ହେଉଥିବା ଓ ସାଇତା ଯାଇ ରଖାଯାଇଥିବା ତଥ୍ୟ ସବୁକୁ ବିଶ୍ଳେଷଣ ଓ ଅନୁଶୀଳନ କରି ଏକ ନିତ୍ୟନୂତନ ବ୍ୟବସ୍ଥା ତିଆରି କରିବାକୁ ସମର୍ଥ। ଏହି ନୂଆ ବ୍ୟବସ୍ଥା ଆମର ପରିବର୍ଦ୍ଧିତ ଓ କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ। ବେଗଗାମୀ ଇଣ୍ଟରନେଟ ସଂଯୁକ୍ତ ଲକ୍ଷ ଲକ୍ଷ ୱେବସାଇଟରୁ ନିମିଷକ ମଧ୍ୟରେ ଇପ୍ସିତ ତଥ୍ୟ ଆହରଣ କରି ତାହାର ସାରାଂଶକୁ ଆମ ଆଗରେ ପରିବେଷଣ କରିବାକୁ କୃବୁ-ବ୍ୟବସ୍ଥା ସକ୍ଷମ। ଆମେ ଅନେକେ ‘ଚାଟବଟ’ ଓ ‘ଚାଟଜିପିଟି’ ନାଁ ଶୁଣିଛେ। ଏସବୁ ‘କୃବୁ’ର ସରଳ ଉଦାହରଣ ମାତ୍ର। 'ଚାଟବଟ'ରେ ଆମେ ପଦ୍ୟାନ୍ତ କଲା ଭଳି ପ୍ରଶ୍ନୋତ୍ତର କରି ପରିବାର ସୁବିଧା ରହିଥିଲା ବେଳେ 'ଚାଟଜିପିଟି' (Chat Generative Pre-Trained Transformer)ରେ ଆହୁରି ଅଧିକ ସଠିକତା ରହିଛି। 'କୃବୁ' ବ୍ୟବହାର କରି 'ଚାଟବଟ' ଓ 'ଚାଟଜିପିଟି' ଏତେ ତ୍ୱରିତ ବେଗରେ କାର୍ଯ୍ୟକ୍ଷମତା ହାସଲ କରି ପାରିଛି ଯେ, ଯେଉଁ କାମ କରିବାକୁ ଦିନେ ଗୋଷ୍ଠୀଗତ ଉଦ୍ୟମ ଅତ୍ୟାବଶ୍ୟକ ଥିଲା ଏବେ ଲୋକବଳ ସହଯୋଗ ବିନା ସେହି କାମ, ଅଧିକ ନିଖୁଣ କାମ କରିବା ସମ୍ଭବ ହୋଇପାରୁଛି। ଏଣୁ ଆହୁରି ଅଧିକ ଓ ବ୍ୟାପକ ଭାବେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆ ଇଣ୍ଟେଲିଜେନ୍ସ ବା ଏଆଇ) ବ୍ୟବହାର କରାଗଲେ ଲୋକଙ୍କର ଜୀବିକା ପାଇଁ ଏହା ସଙ୍କଟ ସୃଷ୍ଟି କରିବ କି ସେମାନଙ୍କ ଜୀବନକୁ ଚିନ୍ତାମୁକ୍ତି ଦେବ, ତାହାର ଆଲୋଚନା ଏବେ ସବୁଠି ଚାଲିଛି।

ବିଶ୍ୱର ସମସ୍ତ ବିକଶିତ ଓ ବିକାଶଶୀଳ ଦେଶ ସମେତ ନିରାପତ୍ତା ପରିଷଦ ମଧ୍ୟ ଏହି 'କୄବୁ'ର ବିକାଶ, ଅଭିବୃଦ୍ଧି ଓ ତାହାର ବ୍ୟବହାରକୁ ଆଗ୍ରହ ଓ ସତର୍କତାର ସହିତ ଲକ୍ଷ କରୁଛନ୍ତି। ସ୍ଥାୟୀ ବିକାଶ, କର୍ମକ୍ଷେତ୍ର ଏବଂ ସାମାଜିକ ଭାରସାମ୍ୟ ରକ୍ଷା କରାଯିବା ପାଇଁ ପ୍ରଚଳିତ ରୀତିନୀତି ଉପରେ କୄବୁ ନାଟକୀୟ ପ୍ରଭାବ ପକାଇବାକୁ ଯାଉଛି ବୋଲି ଅନେକ ବର୍ଷ ତଳୁ ନିରାପତ୍ତା ପରିଷଦ ସତର୍କକରି ଦେଇଥିଲେ। ଅଳ୍ପ କିଛି ଦିନ ତଳେ ମିଳିତ ଜାତିସଙ୍ଘର ନିରାପତ୍ତା ପରିଷଦରେ ମଧ୍ୟ କୃତ୍ରିମ ବୁଦ୍ଧିମତ୍ତା ଉପରେ ବ୍ରିଟେନ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରଥମ ଥର ପାଇଁ ଆଲୋଚନା ଆରମ୍ଭ କରାଯାଇଛି। ଏହା ଏକ ବୈଶ୍ଵିକ ପ୍ରସଙ୍ଗ ହୋଇଥିବାରୁ ଏହା ଉପରେ ଅଧିକ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇ ଜାତିସଂଘ ପକ୍ଷରୁ ଏହାର ପ୍ରୟୋଗ ଏବଂ ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ହେବ। ଏବେ ନିରାପତ୍ତା ପରିଷଦ ସମେତ ବିଶ୍ୱର ସମସ୍ତ ବିକଶିତ ଓ ବିକାଶଶୀଳ ଦେଶ ନିଜନିଜ ଢଙ୍ଗରେ 'କୄବୁ'ର ବିକାଶ, ଅଭିବୃଦ୍ଧି ଓ ତାହାର ବ୍ୟବହାରକୁ ଆଗ୍ରହ ଓ ସତର୍କତାର ସହିତ ଲକ୍ଷ କରୁଛନ୍ତି।

ବ୍ରିଟେନ ପକ୍ଷରୁ ଆଗତ ଆଲୋଚନା ପ୍ରସ୍ତାବ ଉପରେ ଭାଗ ନେଇ ନିରାପତ୍ତା ପରିଷଦର ଅଧ୍ୟକ୍ଷ କହିଛନ୍ତି ଯେ, ‘ସମସ୍ତଙ୍କ ପରି ମୁଁ ମଧ୍ୟ 'କୄବୁ'ର ନୂତନ ରୂପ, ନିଜକୁ ବିବର୍ତ୍ତିତ କରୁଥିବା ଏହି ବ୍ୟବସ୍ଥାକୁ ଦେଖି ଚକିତ ଏବଂ ପ୍ରଭାବିତ ହୋଇଛି। ଏହା ନିଜର ଅସାମାନ୍ୟ ସାମର୍ଥ୍ୟର ଏକ ଅଗ୍ରଗତି ବୋଲି ମୁଁ ସ୍ୱୀକାର କରିବାରେ ଦ୍ୱନ୍ଦ୍ୱବୋଧ କରୁନାହିଁ। ଏହା ଯେଉଁଭଳି ଗତିରେ ଆଗକୁ ବଢୁଛି ତାହା ଯେ ନୂତନ କଳ୍ପନାତୀତ ବୈଷୟିକ ବିପ୍ଳବ ଆଣିବ, ସେଥିରେ ମୁଁ ନିଃସନ୍ଦେହ। 'କୄବୁ'କୁ ଛାପାଖାନା ଭାବେ ପରିଚୟ ଦେବା ଠିକ ନୁହେଁ। ଛାପାଖାନାରେ ମୁଦ୍ରିତ ପୁସ୍ତକଗୁଡ଼ିକ ସମଗ୍ର ୟୁରୋପରେ ବ୍ୟାପକ ଭାବରେ ପହଞ୍ଚିବା ପାଇଁ ପଚାଶ ବର୍ଷରୁ ଅଧିକ ସମୟ ଲାଗିଥିବାବେଳେ 'ଚାଟ୍ ଜିପିଟି' ମାତ୍ର ଦୁଇ ମାସ ମଧ୍ୟରେ ୧୦ କୋଟି ବ୍ୟବହାରକାରୀଙ୍କ ପାଖରେ ପହଞ୍ଚି ପାରିଛି।’ ଏଥିରୁ କୄବୁର ଲୋକପ୍ରିୟତା, ଉପଯୋଗ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ଲୋକଙ୍କ ପାଖରେ ଉପଲବ୍ଧ ହୋଇ ପାରିବାର ସାମର୍ଥ୍ୟକୁ କଳନା କରାଯାଇ ପାରିବ।

'ଫାଇନାନ୍ସ ଇଣ୍ଡଷ୍ଟ୍ରି' ନାମକ ଏକ ଶିଳ୍ପ-ଆର୍ଥିକ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ୨୦୩୦ ସୁଦ୍ଧା କେବଳ କୄବୁ ଆଧାରିତ ବେପାର ବିଶ୍ୱ ଅର୍ଥନୀତିକୁ ୧୫ ଲକ୍ଷ କୋଟି (୧୫ ଟ୍ରିଲିୟନ) ଆମେରିକୀୟ ଡଲାର ଯୋଗାଇ ଦେଇପାରିବ। ସେହି ଲକ୍ଷ୍ୟରେ ଦୁନିଆର ପ୍ରାୟ ପ୍ରତ୍ୟେକ ସରକାର, ବୃହତ ବହୁଦେଶୀୟ କମ୍ପାନୀ ଏବଂ ସଂଗଠନମାନେ ଏକକ କୄବୁ ନୀଳନକ୍ସା ଅଙ୍କନ କରିବାପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆଜି ଏହା ସ୍ୱୀକାର କରିବାରେ କିଛି ବି କୁଣ୍ଠା ନାହିଁ ଯେ, ଏହି ନୀଳନକ୍ସା ପ୍ରସ୍ତୁତକାରୀମାନେ ଆଜି ବି ଗଭୀର ଅନ୍ଧକାର ଭିତରେ ଗବେଷଣା ଜାରି ରଖିଛନ୍ତି; ଯଦିଓ ସେମାନଙ୍କର ଚମତ୍କାର ବୈଷୟିକ ସଫଳତା ଓ ଶ୍ରେୟର ପରିଣତି କିଭଳି ହେବ, ତାହା ସେମାନେ ଜାଣନ୍ତି ନାହିଁ!

ଆମେ ଜାଣିଛେ, ମିଳିତ ଜାତିସଂଘ ଚାରିଟି ସ୍ତମ୍ଭ ଉପରେ ଦଣ୍ଡାୟମାନ ରହିଛି - ଶାନ୍ତି ଓ ନିରାପତ୍ତା, ମାନବାଧିକାର, ଆଇନ ସମ୍ମତ ଶାସନ ବ୍ୟବସ୍ଥା ଓ ବିକାଶ। ଏହି ଚାରିଟି ସ୍ତମ୍ଭ ସମେତ ଆମ ଜୀବନର ପ୍ରତ୍ୟେକ କ୍ଷେତ୍ର ଉପରେ ଏବେ କୄବୁ ପ୍ରଭାବ ପକାଇବାକୁ ଯାଉଛି। ଆମ ଜୀବନର ଅନେକ କ୍ଷେତ୍ର ମଧ୍ୟରେ ଆସୁଥିବା ଜଳବାୟୁ ସଙ୍କଟ ଓ ପରିବେଶଗତ ବୈଷମ୍ୟ ଅତ୍ୟନ୍ତ ଉଦବେଗ ଜଣକ ସ୍ଥିତିରେ ରହିଛି। ଏଣୁ, ଜଳବାୟୁ ଉପରେ ନଜର ରଖିବାଠାରୁ ଆରମ୍ଭ କରି ଡାକ୍ତରୀ ଅନୁସନ୍ଧାନରେ ସଫଳତା ପର୍ଯ୍ୟନ୍ତ ବିଶ୍ୱ-ବିକାଶ ସମ୍ବନ୍ଧୀୟ ସମସ୍ତ କ୍ଷେତ୍ରକୁ ତଡ଼ିତ ବେଗରେ ଅନୁଶୀଳନ, ବିଶ୍ଳେଷଣ କରିବାର ସାମର୍ଥ୍ୟ ରଖିଥିବା କୄବୁ ଅତ୍ୟନ୍ତ ଉପାଦେୟ ହେବାର ସମସ୍ତ ସମ୍ଭାବନା ରଖେ। ସ୍ୱାସ୍ଥ୍ୟ ଏବଂ ଶିକ୍ଷାକ୍ଷେତ୍ର ସମେତ ବିଭିନ୍ନ ମାନବିକ ଅଧିକାରକୁ ହୃଦୟଙ୍ଗମ କରିବା ପାଇଁ କୄବୁ ଏକ ନୂତନ ସମ୍ଭାବନା।

ଏହା କହିଲା ବେଳେ, ବିଶ୍ୱ ମାନବାଧିକାର କମିଶନ କିନ୍ତୁ ଅନ୍ୟକିଛି ଆଶଙ୍କା ଅନୁଭବ କରିଛନ୍ତି। କମିଶନଙ୍କ ଆଶଙ୍କା ଯେ, କୄବୁ ହୁଏତ ପକ୍ଷପାତିତାକୁ ପ୍ରୋତ୍ସାହିତ କରିବ, ଭେଦଭାବପୂର୍ଣ୍ଣ ଆଚରଣ କରିବ ଏବଂ କ୍ଷମତାରେ ଥିବା ଶାସନକଳକୁ ଅନେକ ଗୋପନୀୟ ତଥ୍ୟ ଯୋଗାଇଦେବ, ଯାହା କେବେ ବି ଜନହିତକର ନୁହେଁ। ଯେଉଁଠି ରାଜନୈତିକ, ଆଇନଗତ, ମାନବିକ ସମସ୍ୟା ଇତ୍ୟାଦିର ଆଲୋଚନା ହେଉଥିଲା ଏବେ ପ୍ରସଙ୍ଗ ତାଲିକାରେ ଯୋଡ଼ି ହୋଇଯାଇଛି ବିଶ୍ୱଶାନ୍ତି ଏବଂ ନିରାପତ୍ତା ଉପରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ଆକଳନ। ଏଣୁ ଆମକୁ ଏହି ପ୍ରଯୁକ୍ତିବିଦ୍ୟାକୁ ତତ୍ପରତାର ସହିତ ଯବକାଚରେ ନିରେଖି ଦେଖିବାକୁ ହେବ ଏବଂ ଛାତ୍ରର ଅନିସନ୍ଧିତ୍ସୁ ମନ ନେଇ ପଢ଼ିବାକୁ ହେବ। ଆମେ ଆଜି ଯେଉଁ ନୂତନ ବ୍ୟବସ୍ଥାର ଅଙ୍କୁରଟିକୁ ଦେଖୁଛେ ତାହା ସେହି ବ୍ୟବସ୍ଥା ବୃକ୍ଷର ପ୍ରାରମ୍ଭିକ ଅବସ୍ଥା। ଆଜି ନୂତନ ବୈଷୟିକ ଉନ୍ନୟନ ଓ ବିକାଶ ବହୁ ବିଳମ୍ବିତ ପ୍ରକ୍ରିୟାର ଅଂଶ ହୋଇ ରହିନଥିବାରୁ ହୁଏତ ଅଳ୍ପ କିଛିବର୍ଷ ମଧ୍ୟରେ କୄବୁ ବୃକ୍ଷ ଫୁଲ ଫଳରେ ନଦି ହୋଇଯିବ। ଏବେ ତ ଶାନ୍ତି ଏବଂ ନିରାପତ୍ତା ପାଇଁ ଏମିତିକି ମିଳିତ ଜାତିସଂଘ ମଧ୍ୟ ସେଥିପାଇଁ କୄବୁକୁ କାର୍ଯ୍ୟରେ ନିୟୋଜିତ କରି ଚାଲିଛନ୍ତି। ସମଗ୍ର ବିଶ୍ୱରେ ପ୍ରଦର୍ଶିତ ହିଂସାଚାରଣର ପ୍ରକାରଭେଦ କରି ସେଗୁଡ଼ିକୁ ଚିହ୍ନଟ କରିବା, ଅସ୍ତ୍ରବିରତି ଓ ସେନା ମୁତୟନ ବେଳେ ରାଜିନାମାର ଉଲ୍ଲଂଘନ ଉପରେ ନଜର ରଖିବା, ଶାନ୍ତିସେନାଙ୍କ ସଶକ୍ତିକରଣକୁ ସହଯୋଗର ହାତ ବଢ଼ାଇବା, ମଧ୍ୟସ୍ଥତା ଏବଂ ମାନବିକ ସହଯୋଗ ବୃଦ୍ଧି କରିବାରେ ମିଳିତ ଜାତିସଂଘ ମଧ୍ୟ କୄବୁକୁ ଅଧିକରୁ ଅଧିକ କାର୍ଯ୍ୟରେ ନିୟୋଜିତ କରି ଚାଲିଛନ୍ତି।

ଛୁରୀଟିଏ ଡାକ୍ତରଙ୍କ ହାତପାଆନ୍ତାରେ ମିଳିଗଲେ, ସେ ହୁଏତ ଅପରେସନ କରି କାହାର ଜୀବନ ବଞ୍ଚାଇ ଦେବା ଯେତିକି ସମ୍ଭବ, ସେହି ଛୁରିଟି ଜଣେ ଦୁଷ୍ଟସ୍ଵଭାଵ ବ୍ୟକ୍ତିଙ୍କ ହାତରେ ପଡ଼ିଗଲେ, ସେ କାହାର ମୃତ୍ୟୁର କାରଣ ହେବ ସେତିକି ସମ୍ଭବ। ସେହିଭଳି, କୄବୁ ସାଧନଗୁଡ଼ିକ ଦୁଷ୍କର୍ମ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ। କୄବୁ ବ୍ୟବହାର କରି ପ୍ରସ୍ତୁତ କିଛି ମଡେଲଗୁଡ଼ିକ ଲୋକମାନଙ୍କୁ ପାରସ୍ପରିକ କ୍ଷତି ପହଞ୍ଚାଇବାରେ ସାହାଯ୍ୟ କରିପାରନ୍ତି। ଅଧିକ ସ୍ପଷ୍ଟ କରି କହିଲେ, ଆତଙ୍କବାଦୀ, ଅପରାଧିକ କିମ୍ବା ରାଷ୍ଟ୍ରକୁ ଧ୍ୱଂସ କରିବା ଉଦ୍ଦେଶ୍ୟରେ ଏହାର ଦୁର୍ଦ୍ଦାନ୍ତ ବ୍ୟବହାର ମଧ୍ୟ କରାଯାଇ ପାରିବ; ଯାହା ମୃତ୍ୟୁ, ଭୟଙ୍କର ବିନାଶ, ପ୍ରଚଣ୍ଡ ମାନସିକ ଆଘାତ ଏବଂ ଗଭୀର କ୍ଷତି ଘଟାଇପାରିବ। ଦେଖିବାକୁ ମିଳିଛି ଯେ ଜାତିସଙ୍ଘର କିଛି ଗୁରୁତ୍ୱପୂର୍ଣ୍ଣ ଜଟିଳ ଭିତ୍ତିଭୂମି, ଶାନ୍ତି ରକ୍ଷା ତଥା ମାନବିକ କାର୍ଯ୍ୟ ଉପରେ କୄବୁ-ସମୃଦ୍ଧ ସାଇବର ଆକ୍ରମଣ କରାଯାଇ ସାରିଛି ଓ ମାନବସମାଜର ଦୁଃଖର କାରଣ ହୋଇଛି। କୄବୁ ବ୍ୟବସ୍ଥାର ଉପଯୋଗ କରିବା ପାଇଁ ବୈଷୟିକ ଏବଂ ଆର୍ଥିକ ପ୍ରତିବନ୍ଧକ ପ୍ରାୟ ନାହିଁ କହିଲେ ଚଳେ। ଏଣୁ ଅପରାଧୀ ଏବଂ ଆତଙ୍କବାଦୀମାନେ ଏହାର ଦୁରୁପଯୋଗ କରିବାର ଆଶଙ୍କା ରହୁଛି। କୄବୁର ଉଭୟ ସାମରିକ ଏବଂ ବେସାମରିକ ଅପପ୍ରୟୋଗ ବିଶ୍ୱ ଶାନ୍ତି ଏବଂ ନିରାପତ୍ତା ପାଇଁ ଅତ୍ୟନ୍ତ ଗମ୍ଭୀର ପରିଣାମ ଆଣିବାକୁ ଯାଉଛି। ଯେତେବେଳେ କୄବୁକୁ ବିଚ୍ଛିନ୍ନତା ଓ ଘୃଣା ବକ୍ତବ୍ୟ ପାଇଁ ବ୍ୟବହାର କରାଯିବ; ସତ୍ୟ, ତଥ୍ୟ ଏବଂ ନିରାପତ୍ତା ନିଶ୍ଚିତ ଭାବେ କ୍ଷୁର୍ଣ୍ଣ ହେବ। ମାନବିକ ଆଚରଣରେ ଆସିବ ବିରାଟ ପରିବର୍ତ୍ତନ। ଏହା ବ୍ୟାପକ ଧୃବୀକରଣକୁ ଜନ୍ମଦେବ ଏବଂ ଅସ୍ଥିରତା ସୃଷ୍ଟିକରି ଅଭିଶାପ ଭାବେ ଉଭା ହେବ।

କୄବୁ-ସକ୍ଷମ ଗୋଟିଏ ହତିଆରର ନାମ - 'ଡିପ୍ ଫେକ'; ଯାହାର ନାଁ ହୁଏତ ଅନେକେ ଶୁଣିଥିବେ। ଏହି ହତିଆରଟିକୁ ଆୟତ୍ତାଧୀନ ନକଲେ ଏହା ଯେ ଶାନ୍ତି ଓ ସ୍ଥିରତା ପ୍ରତି ବହୁତ ବଡ଼ ଆହ୍ୱାନ ସୃଷ୍ଟି କରିବ, ଏହା ଅନ୍ତତଃ ମିଳିତ ଜାତିସଙ୍ଘ ଉପଲବ୍ଧି କରି ସାରିଲେଣି। ସେହିପରି, ଆଉ କିଛି କୄବୁ-ସକ୍ଷମ ହତିଆର ଅପ୍ରତ୍ୟାଶିତ ଭାବେ ଦୁର୍ଘଟଣା ଘଟାଇ ସୁରକ୍ଷା ବିପଦ ସୃଷ୍ଟି କରିବାକୁ ପ୍ରସ୍ତୁତ ହୋଇ ଗଲେଣି।

ସାମାଜିକ ଗଣମାଧ୍ୟମ କଥା ନକହିଲେ ଭଲ। ଊଣା ଅଧିକେ, ଆମ ଜାଣତରେ ଓ ଅଜାଣତରେ ସାମାଜିକ ବାର୍ତ୍ତାଳାପ ଓ ସମ୍ପର୍କ ସ୍ଥାପନ କରିବାକୁ ଯେଉଁସବୁ ଉପକରଣ ଏବଂ ପ୍ଲାଟଫର୍ମ ରହିଛି, ସେଗୁଡ଼ିକର ଅପବ୍ୟବହାର କରୁଛନ୍ତି ଦଳେ ଅସାମାଜିକ ସ୍ୱାର୍ଥନ୍ୱେଷୀ ବିଶେଷଜ୍ଞ। ସେମାନଙ୍କ ସେବାକୁ ଉପଯୋଗ କରୁଛନ୍ତି ଭୋଟ ବେପାରୀ। ସେମାନେ ନିର୍ବାଚନର ମୂଳ ଉଦ୍ଦେଶ୍ୟକୁ ଦୁର୍ବଳ କରିବା, ଷଡ଼ଯନ୍ତ୍ର କରିବା, ମିଥ୍ୟା ପ୍ରଚାର, ଅତଥ୍ୟକୁ ତଥ୍ୟ ଭାବେ ପ୍ରସାରିତ କରି ଘୃଣା ଓ ହିଂସା ସୃଷ୍ଟି କରିଚାଲିଛନ୍ତି। ସମାଜରେ ଅଶାନ୍ତି, ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଅସହିଷ୍ଣୁତା ବୃଦ୍ଧି କରି ନିର୍ବାଚିତ ସରକାର ଓ ଶାନ୍ତିପ୍ରିୟ ଜନସାଧାରଙ୍କୁ ବିଭ୍ରାନ୍ତକରି ହିଂସାମୁଖୀ କରିବାରେ ଲୋକପ୍ରିୟତା ଅର୍ଜନ କରିଥିବା ଓ ବହୁଳ ବ୍ୟବହୃତ ଫେସବୁକ, ହ୍ଵାଟ୍ସଆପ, ଟୁଇଟର ଇତ୍ୟାଦିରେ କୄବୁ ବ୍ୟବସ୍ଥାର ଦୁରୁପଯୋଗ କରି ନିଜର ହୀନ ଉଦ୍ଦେଶ୍ୟ ଚରିତାର୍ଥ କରିବାର ଉପକ୍ରମ ଚଳାଇଛନ୍ତି। ସେଥିପାଇଁ ବିଭିନ୍ନ ସମୟରେ ଦଙ୍ଗାଗ୍ରସ୍ତ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସାମୟିକ ସ୍ଥଗିତ କରିବାକୁ ପଡୁଛି। ଅନେକ ପୁରୁଣା ଦୃଶ୍ୟ, ରିଲ ଓ ଭାଷଣକୁ ସମ୍ପାଦନା କରି ନୂଆଭାବେ ପରିବେଷଣ କରିବା ପ୍ରକ୍ରିୟାକୁ ଏବେ କୄବୁ ବ୍ୟବସ୍ଥା ସହଜ କରି ଦେଇଛି।

ତ୍ରୁଟିପୂର୍ଣ୍ଣ କୃତ୍ତିମ ବୁଦ୍ଧିମତ୍ତା ବ୍ୟବସ୍ଥା ଏକ ବଡ଼ ଦୁର୍ବଳ ଏବଂ ବିପଦପୂର୍ଣ୍ଣ କ୍ଷେତ୍ର; ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ଭାବେ ଅବତୀର୍ଣ୍ଣ ହୋଇଛି। କୃତ୍ତିମ ବୁଦ୍ଧିମତ୍ତା ବ୍ୟବସ୍ଥା ପ୍ରୟୋଗ କରାଯାଇ ଆଣବିକ ଅସ୍ତ୍ର, ବାୟୋଟେକ୍ନୋଲୋଜି, ନ୍ୟୁରୋଟେକ୍ନୋଲୋଜି ଏବଂ ରୋବୋଟିକ୍ସ ଇତ୍ୟାଦି କ୍ଷେତ୍ରରେ ଆପଣା ଛାଏଁ ଯନ୍ତ୍ରପାତି ନିର୍ମାଣ ଓ ପରିଚାଳନା ଆରମ୍ଭ ହୋଇଗଲେ, ତାହା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଯିବାର ଆଶଙ୍କା ହେଉଛି। ବିଜ୍ଞାନୀ ଓ ପେସାଦାର ବ୍ୟକ୍ତି ସଠିକ ମାନର କୄବୁ ବ୍ୟବହାର କଲେ ହୁଏତ ତାହା ମାନବ କଲ୍ୟାଣ କରିବ, କିନ୍ତୁ ନକଲି ତ୍ରୁଟିପୂର୍ଣ୍ଣ କୃତ୍ତିମ ବୁଦ୍ଧିମତା ବ୍ୟବସ୍ଥା ବିପଦପୂର୍ଣ୍ଣ କ୍ଷେତ୍ରମଧ୍ୟକୁ ଆମକୁ ଠେଲିଦେବା ନିଶ୍ଚିତ।

କୃତ୍ରିମ ବୁଦ୍ଧିମତ୍ତା ବ୍ୟବସ୍ଥାରେ ଭଲ ଏବଂ ମନ୍ଦ ପାଇଁ ଅଛି ଅନେକ ସମ୍ଭାବନା। ଏହାକୁ ସୃଷ୍ଟିକରିଥିବା ବିଶେଷଜ୍ଞମାନେ ଚେତାବନୀ ଦେଇସାରିଛନ୍ତି ଯେ ଆଗକୁ ବହୁତ ବଡ଼ ସମ୍ଭାବ୍ୟ ବିପର୍ଯ୍ୟୟ ଏବଂ ଅସ୍ତିତ୍ୱର ବିପଦ ରହିଛି। ଏହି ବିପଦଗୁଡ଼ିକର ସମାଧାନ, ଆମର ଦାୟିତ୍ୱ। ଆମେ ସେଥିରେ ଅବହେଳା କରି ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ିକୁ ଧ୍ୱଂସ ମୁଖକୁ ଠେଲିଦେଲେ, ଦୋଷ ଦେବା କାହାକୁ? ଘୋଡ଼ା ଚଢ଼ାଠାରୁ ସମ୍ପଦ ନାହିଁ ବୋଲି କୁହାଯାଏ। କିନ୍ତୁ ଘୋଡ଼ା ଚଢ଼ିବାର ଅଭ୍ୟାସ ଓ ତାକୁ ନିୟନ୍ତ୍ରଣରେ ରଖିବାର ବିକଳ୍ପ ବ୍ୟବସ୍ଥା ନକରି ଘୋଡ଼ା ପିଠିରେ ବସି ଚାବୁକ କଷିଦେଲେ ଘୋଡ଼ା ବୁଦ୍ଧ ନହୋଇ କୄଦ୍ଧ ହୋଇଗଲେ ଆମେ ହିଁ ସେଥିପାଇଁ ଉତ୍ତରଦାୟୀ ହେବାକୁ ବଞ୍ଚି ରହିଥିବା କି ନାହିଁ, ତାହା କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ଜାଣିବାକୁ ପ୍ରୟାସ ହେବା ଦରକାର।

ଜାନକୀଶ ବଡ଼ପଣ୍ଡା

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story