ସଂସଦ ଭବନର ଉଦ୍ଘାଟନ ଓ ବିରୋଧୀଙ୍କ ଆଭିମୁଖ୍ୟ

ତେବେ ସେ ଯାହା ହେଉ, ସାଧାରଣ ନିର୍ବାଚନକୁ ବର୍ଷେରୁ କମ୍ ସମୟ ରହିଥିବା ବେଳେ ଗତ କିଛି ମାସ ଧରି ଦେଶରେ ବିରୋଧୀ ଦଳମାନଙ୍କ ଭିତରେ ଯେଉଁ ଏକତା ପ୍ରକ୍ରୀୟା ଆରମ୍ଭ ହୋଇଛି, ଚଳିତ ଘଟଣା ସେ ଦିଗରେ ଏକ ମାଇଲଖୁଣ୍ଟ ପରି ମନେହେଉଛି। ପ୍ରଥମ ଥର ପାଇଁ ବିରୋଧୀ ପକ୍ଷର ସିଂହଭାଗ ଦଳ ସରକାରଙ୍କ ବିରୁଦ୍ଧରେ ଏକ ହୋଇ ଏକ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି ଯାହାକି ଆଗାମୀ ଦିନରେ ଦେଶର ରାଜନୀତିକୁ ପ୍ରଭାବିତ କରିପାରେ। 

New Parliament Building

New Parliament Building

Debendra Prusty
  • Published: Saturday, 27 May 2023
  • Updated: 27 May 2023, 05:17 PM IST

News Highlights

  • ନୂଆ ସଂସଦ ଭବନ ଉଦଘାଟନ ପାଇଁ ରାଷ୍ଟ୍ରପତିଙ୍କୁ ଡକାଯିବା ବା ନଯିବା ନେଇ ସମ୍ବିଧାନ ବା କୌଣସି ଆଇନରେ କିଛି ଅଛି କି?
  • ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି, ରାଜ୍ୟସଭା ଓ ଲୋକସଭା ମିଶି ଦେଶର ସଂସଦ ଭାବେ କାର୍ଯ୍ୟ କରନ୍ତି।
  • ନୂଆ ସଂସଦ ଭବନ ଉଦଘାଟନ ନେଇ ବିପକ୍ଷ ଏକତା ନୂଆ ରାଜନୀତିକ ସମୀକରଣ ଦିଗରେ ଏକ ସଂକେତ କି?

Sports

Latest News

ଆସନ୍ତା କାଲି ଅର୍ଥାତ ମେ ୨୮ ତାରିଖରେ ଦେଶର ନୂତନ ସଂସଦ ଭବନର ଉଦ୍ଘାଟନ ହେବାକୁ ଯାଉଛି। ବର୍ତ୍ତମାନ ଥିବା ସଂସଦଟି ଦେଶ ପରାଧୀନ ଥିବା ସମୟରେ ୧୯୨୭ ମସିହାରେ ନିର୍ମିତ ହୋଇଥିଲା। ଦୀର୍ଘ ୯୫ ବର୍ଷ ପରେ ଅର୍ଥାତ୍ ୨୦୨୩ ମସିହାରେ ନୂତନ ସଂସଦ ନିର୍ମାଣ ହୋଇଛି। ଅତ୍ୟନ୍ତ ଜାକଜମକରେ ଆୟୋଜିତ ହେବାକୁ ଥିବା ଏହି ଉଦ୍ଘାଟନ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିବେ ବୋଲି ସ୍ଥିର ହୋଇଛି। ପ୍ରାୟ ୧୦ ହଜାର କୋଟି ଟଙ୍କା ବିନିମୟରେ ନିର୍ମିତ ଏହି ନୂତନ ସଂସଦକୁ ନେଇ ଦେଶରେ ବିବଦମାନ ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ଉଦ୍ଘାଟନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ବଦଳରେ ମହାମହିମ ରାଷ୍ଟ୍ରପତିଙ୍କୁ ନିର୍ମନ୍ତ୍ରଣ କରାଯାଉ ବୋଲି ଦାବି କରି ଦେଶର ୨୧ଟି ପ୍ରମୁଖ ବିରୋଧୀ ଦଳ ବିରୋଧ କରିବା ସହିତ ଉଦ୍ଘାଟନୀ ଉତ୍ସବକୁ ବର୍ଜନ କରିବାକୁ ବି ଘୋଷଣା କରିଛନ୍ତି। ସେମାନଙ୍କ ଯୁକ୍ତି ହେଲା, ସଂସଂଦୀୟ ବ୍ୟବସ୍ଥାରେ ରାଷ୍ଟ୍ରପତି ସବୁଠାରୁ ମହତ୍ୱପୂର୍ଣ୍ଣ ଓ ଅଭିନ୍ନ ଅଂଗ ହୋଇଥିବାରୁ ତାଙ୍କୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବକୁ ନିମନ୍ତ୍ରଣ ନକରି ତାଙ୍କ ପଦବୀକୁ ଅସମ୍ମାନ କରାଯାଇଛି। ଅନ୍ୟପଟେ ସରକାରୀ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂସଦ ଭବନର ଉଦ୍ଘାଟନ ହେବା କୌଣସି ଭୁଲ ନୁହେଁ ଏବଂ ସରକାରର ମୁଖ୍ୟ ହିସାବରେ ସେ କରିବା ଯଥାର୍ଥ ବୋଲି କୁହାଯାଇଛି।

ତେବେ ନୂତନ ସଂସଦକୁ ନେଇ ବିରୋଧୀଙ୍କ ବିବାଦ କୌଣସି ନୂଆ କଥା ନୁହେଁ। ଦେଶରେ ମହାମାରୀ କରୋନା ସମୟରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରି ସରକାର ଅତ୍ୟନ୍ତ ତରବରିଆ ଭାବେ ଯେଉଁଭଳି ସଂସଦର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ, ତାକୁ ନେଇ ସେତେବେଳଠାରୁ ହିଁ ଦେଶର ପ୍ରମୁଖ ବିରୋଧୀ ଦଳ ଓ ବିଭିନ୍ନ ପ୍ରଗତିଶୀଳ ଓ ଜନପକ୍ଷଧର ସଂଗଠନମାନେ ନିଜ ନିଜର ବିରୋଧ ପ୍ରକାଶ କରିଥିଲେ। ତେବେ କୌଣସି ପ୍ରକାର ସମାଲୋଚନାକୁ ଖାତିର ନକରି ସରକାର ୨୦୨୦ ମସିହାରେ ଏହି ପ୍ରକଳ୍ପକୁ ଆଗକୁ ନେବାକୁ ଘୋଷଣା କରିଥିଲେ। ଖୋଦ୍ ପ୍ରଧାନମନ୍ତ୍ରୀ ତା’ର ଭୂମିପୂଜା କରିଥିଲେ। ସବୁଠାରୁ ଉଲ୍ଲେଖଯୋଗ୍ୟ ହେଲା, ଦଳିତ ସମ୍ପ୍ରଦାୟରୁ ଆସିଥିବା ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭୂମିପୂଜା କରିବାକୁ ନିମନ୍ତ୍ରଣ କରାଯାଇ ନ ଥିଲା। ଏପରିକି କୋଭିଡ଼ ଆଳରେ ସରକାର ସେତେବେଳର ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ କିମ୍ବା କୌଣସି ବିରୋଧୀ ଦଳର ନେତାଙ୍କୁ ବି ଡକାଯାଇ ନଥିଲା।

ସରକାରଙ୍କ ଯୁକ୍ତି ହେଲା, ରାଷ୍ଟ୍ରପତିଙ୍କୁ ଉଦ୍ଘାଟନୀ ଉତ୍ସବକୁ ଡାକିବାକୁ କୌଣସି ସାମ୍ବିଧାନିକ ବାଧ୍ୟବାଧକତା ନାହିଁ। ବରଂ ସରକାରଙ୍କ ମୁଖ୍ୟ ହିସାବରେ ପ୍ରଧାନମନ୍ତ୍ରୀଙ୍କୁ ଡାକି ସରକାର କୌଣସି ଭୂଲ କରିନାହାନ୍ତି। ଏହା ସତ ଯେ, ସଂସଦ ଭବନର ଉଦ୍ଘାଟନରେ କାହାକୁ ଡକାଯିବ କାହାକୁ ନଡକାଯିବ, ସେ ସମ୍ପର୍କରେ ଭାରତର ସମ୍ବିଧାନରେ ସେଭଳି କୌଣସି ସବିଶେଷ ନିର୍ଦ୍ଦେଶାବଳୀ ନାହିଁ। ଲୋକସଭାର ବାଚସ୍ପତିଙ୍କ ଇଚ୍ଛା ଉପରେ ଏହା ସମ୍ପୂର୍ଣ୍ଣ ନିର୍ଭୀରଶୀଳ। କିନ୍ତୁ ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତିଙ୍କୁ ନଡାକିବାକୁ ବି କେଉଁଠି ଉଲ୍ଲେଖ ନାହିଁ। ଯେଉଁମାନେ ସଂସଦ ସହିତ ରାଷ୍ଟ୍ରପତିଙ୍କ କୌଣସି ସମ୍ପର୍କ ନାହିଁ ବୋଲି କହୁଛନ୍ତି, ସେମାନେ ଭୁଲିଯାଉଛନ୍ତି ଯେ ରାଷ୍ଟ୍ରପତି ହେଉଛନ୍ତି, ସଂସଦୀୟ ବ୍ୟବସ୍ଥାର ଅବିଚ୍ଛେଦ୍ୟ ଅଙ୍ଗ। ସମ୍ବିଧାନର ୭୯ ଧାରରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ସଂଘ ପାଇଁ ରାଷ୍ଟ୍ରପତି ଓ ଦୁଇଟି ସଦନ (ରାଜ୍ୟସଭା ଓ ଲୋକସଭା ଭାବେ ପରିଚିତ)ଙ୍କୁ ନେଇ ସଂସଦ କାର୍ଯ୍ୟକରିବ। ସେହି କାରଣରୁ ରାଷ୍ଟ୍ରପତି ସଂସଦର ଅଧିବେଶନକୁ ଆରମ୍ଭ କରିଥାନ୍ତି, ସ୍ଥଗିତ ମଧ୍ୟ କରିପାରନ୍ତି, ଏପରିକି ସଂସଦକୁ ଆବଶ୍ୟକ ହେଲେ ଭଙ୍ଗ ବି କରିପାରନ୍ତି। ସଂସଦରେ କୌଣସି ବିଲ୍ ଗୃହୀତ ହେଲେ ଅଥବା ଅଧିନିୟମ କାର୍ଯ୍ୟକାରୀ ହେବାକୁ ହେଲେ, ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଜରୁରୀ। ସଂସଦୀୟ ବ୍ୟବସ୍ଥାରେ ରାଷ୍ଟ୍ରପତିଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହିପରି ସଂସଦୀୟ ବ୍ୟବସ୍ଥାରେ ଉପରାଷ୍ଟ୍ରପତିଙ୍କ ଭୂମିକା ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୋକସଭାରେ ବାଚସ୍ପତିଙ୍କ ପରି ରାଜ୍ୟସଭାରେ ଖୋଦ ଉପରାଷ୍ଟ୍ରପତି ଅଧ୍ୟକ୍ଷତା କରିଥାନ୍ତି। ଏଭଳି ସ୍ଥଳେ ଯେତେବେଳେ ପ୍ରାୟ ଶହେ ବର୍ଷ ପରେ ଦେଶରେ ଗୋଟିଏ ନୂତନ ସଂସଦ ନିର୍ମାଣ ହେଉଛି ତାହାର ଉଦ୍ଘାଟନ ଉତ୍ସବରୁ ଉଭୟ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ବାଦ ଦେବା ସୌଜନ୍ୟହୀନତାର କଥା ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଛନ୍ତି। ସରକାରଙ୍କ ଏଭଳି ଆଚରଣକୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦବୀ ପ୍ରତି ଅପମାନଜନକ ବୋଲି କୁହାଯାଉଛି।

ଉଦ୍ଘାଟନୀ ଉତ୍ସବ ବର୍ଜନ କରିବାକୁ ବିରୋଧୀ ଦଳମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ପରେ ସରକାରୀ ଦଳ ପକ୍ଷରୁ ଇତିହାସ ଅବତାରଣା କରି ଅତିତରେ କଂଗ୍ରେସ ସରକାର ସମୟରେ କିପରି ସଂସଦର କିଛି କୋଠା ଓ ଲାଇବ୍ରେରୀକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ, ତା’ର ଉଦାହରଣ ଦିଆଯାଇଛି। ଛତିଶଗଡ଼ ସମେତ କେତେକ ରାଜ୍ୟରେ ବିଧାନସଭା ଗୃହର ଶିଳାନ୍ୟାସ/ଉଦଘାଟନ ମଧ୍ୟ ସଂପୃକ୍ତ ରାଜ୍ୟପାଳଙ୍କ ଜରିଆର ନକରି କଂଗ୍ରେସ ହାଇକମାଣ୍ଡଙ୍କ ଜରିଆରେ କରିଥିବା ନେଇ ଶାସକ ଦଳ ପକ୍ଷରୁ ଯୁକ୍ତି କରାଯାଉଛି। ରାଜ୍ୟର ବିଜୁ ଜନତା ଦଳର ମୁଖପାତ୍ରମାନେ ବି କଂଗ୍ରେସ ସମୟରେ କିପରି ରାଷ୍ଟ୍ରପତିଙ୍କୁ ଛାଡ଼ି ପ୍ରଧାନମନ୍ତ୍ରୀକୁ ଗୁରୁତ୍ୱ ଦିଆଯାଇଥିଲା, ତାର ଅବତାରଣା କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇନ୍ଦିରା ଗାନ୍ଧୀ ଓ ରାହୁଳ ଗାନ୍ଧୀ ସଂସଦରେ କୌଣସି ଏକ କୋଠାକୁ ଉଦ୍ଘାଟନ କରିଥିଲେ ଏବଂ ସେତେବେଳେ ଆଜି ପରି କୌଣସି ଗ୍ରାଣ୍ଡ୍ ସମାରୋହର ଆୟୋଜନ ହୋଇନଥିଲା। ବର୍ତ୍ତମାନ ଏକ ବୃହତ୍ତ ଓ ସମ୍ପୂର୍ଣ୍ଣ ଏକ ନୂଆ ସଂସଦ ଭବନର ଉଦ୍ଘାଟନ ହେଉଛି। ଅତଏବ ଉଭୟ ଘଟଣା ଆଦୌ ତୁଳନୀୟ ନୁହେଁ। ଯଦିବା କଂଗ୍ରେସର ତାହା ଭୁଲ ଥିଲା ବୋଲି ଧରାଯିବ, ତାହେଲେ ଆଜିର ସରକାର ସେହି ଭୁଲ ଦୋହରାଇବା କେତେ ଠିକ? ଅତିତରେ କୌଣସି ସରକାର ଯଦି କିଛି ଭୁଲ କରିଥିଲେ, ତାକୁ ଅନୁକରଣ କରିବା ନା ତାକୁ ଛାଡ଼ି ଏକ ଭଲ ପରମ୍ପରା ଆରମ୍ଭ କରିବା?

ପୂର୍ବରୁ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଇ ବିଜେପି ଓ ତା’ର ସହଯୋଗୀମାନେ ଯେଉଁ ରାଜନୈତିକ ସାବାସୀ ନେଇଥିଲେ ସଂସଦର ଉଦ୍ଘାଟନୀ ଉତ୍ସବକୁ ତାଙ୍କୁ ନଡାକିବାକୁ ବିରୋଧୀ ଦଳ ପ୍ରସଙ୍ଗ କରି ସେଥିରୁ ସେମାନଙ୍କୁ ବଂଚିତ କରିବାର ଉଦ୍ୟମ କରିଛନ୍ତି। ପ୍ରଥମ ଥର ପାଇଁ କଂଗ୍ରେସଠାରୁ ଆରମ୍ଭ କରି ଆମ୍ ଆଦମୀ ପାର୍ଟି ପର୍ଯ୍ୟନ୍ତ ଅଧିକାଂଶ ବିରୋଧୀ ଦଳ ଏକତାର ପ୍ରଦର୍ଶନ କରି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି, ଯାହାକି ଆଗାମୀ ନିର୍ବାଚନ ଦୃଷ୍ଟିରୁ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ସରକାର ରାଷ୍ଟ୍ରପତିଙ୍କୁ ଉଦ୍ଘାଟନ କରିବାକୁ ନଡାକି କେବଳ ରାଷ୍ଟ୍ରପତି ପଦବୀର ଅସମ୍ମାନ କରିନାହାନ୍ତି ବରଂ ଦେଶର ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ମହିଳା ରାଷ୍ଟ୍ରପତିଙ୍କୁ ବି ଅପମାନ କରିଛନ୍ତି ବୋଲି ଏକ ରାଜନୀତିକ ଧାରଣା ସୃଷ୍ଟି କରିବାରେ ବିରୋଧୀ ଦଳଗୁଡ଼ିକ ସଫଳ ହେଲେ ତାହା ଭୋଟ ବିଭାଜନ ଉପରେ ପ୍ରଭାବ ପକାଇପାରେ। ଅତିତରେ ସଂସଦ ଭବନର ଭୂମିପୂଜା କରିବା ବେଳେ ବି ଦଳିତ ସମ୍ପ୍ରଦାୟରୁ ଆସିଥିବା ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବି ନିମନ୍ତ୍ରିତ କରି ନଥିଲେ ବୋଲି କହି ଦଳିତ ଓ ଆଦିବାସୀଙ୍କ ସମର୍ଥନ ହାସଲ କରିବାକୁ ବିରୋଧୀ ଯେଉଁ ଚେଷ୍ଟା କରିଛନ୍ତି ତାହା ଶାସକ ଦଳ ପାଇଁ ନିର୍ବାଚନ ରାଜନୀତିରେ ସମସ୍ୟା ସୃଷ୍ଟ କରିପାରେ।

ତେବେ ସରକାରଙ୍କ ବିରୋଧରେ ବିରୋଧୀ ଦଳମାନଙ୍କର ଏପରି ଆଭିମୁଖ୍ୟ ନୂଆ ନୁହେଁ। ଗତ କିଛି ବର୍ଷ ମଧ୍ୟରେ ସଂସଦରେ ବିରୋଧୀ ସଦସ୍ୟମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ସୁଯୋଗ ନଦେବା, ମନଇଚ୍ଛା ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିବା, ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ମୁଖ୍ୟ ବିରୋଧୀ ଦଳର ପ୍ରମୁଖ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରିବା, ତିନୋଟି କୃଷି ବିଲ୍ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲକୁ ବିନା ଆଲୋଚନାରେ ସଂଖ୍ୟାବଳରେ ଗୃହୀତ କରାଇନେବା, ବହୁ ବିବାଦୀୟ ବିଲ୍‌ ଉପରେ ମତାମତ ସଂଗ୍ରହ କରିବାକୁ ସିଲେକ୍ଟ କମିଟିକୁ ନପଠାଇ ଚୁଚଚାପ୍ ଗୃହୀତ କରାଇଦେବା ଆଦି ଘଟଣାକୁ ନେଇ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ସରକାରଙ୍କ ଉପରେ କ୍ଷୁବ୍ଧ ଅଛନ୍ତି। ସଂସଦ ଭବନର ଉଦ୍ଘାଟନ ଉତ୍ସବକୁ ବିରୋଧୀ ଦଳମାନଙ୍କ ବର୍ଜନ ଏହି ଧାରାର ଅନ୍ୟ ଏକ ଉତ୍ତରଣ ବୋଲି କୁହାଯାଇପାରେ।

ମଜାର କଥାହେଲା, ଆମ ରାଜ୍ୟରେ କ୍ଷମତାରେ ରହିଥିବା ବିଜେଡ଼ି ଦଳର ଆଭିମୁଖ୍ୟ। ବିଭିନ୍ନ ପ୍ରକାର ସ୍କାମ୍ ଓ ଅନ୍ୟାନ୍ୟ କେଳେଙ୍କାରୀରେ ବୁଡ଼ି ରହିଥିବା ଏହି ଦଳ ଓ ତା’ ସରକାରର ଅସହାୟତାକୁ ରାଜ୍ୟବାସୀ ଅଧିକରୁ ଅଧିକ ବୁଝିବାରେ ଲାଗିଛନ୍ତି। ଯଦିଓ ଘରୋଇ ରାଜନୀତିର ଆବଶ୍ୟକତା ଦୃଷ୍ଟିରୁ ବିଜେଡ଼ିର ନେତାମାନେ ବିଜେପି ବିରୁଦ୍ଧରେ ମୁହଁଟାଣ ଦେଖାଇବାରେ ଆଦୌ ପଛେଇ ନାହାନ୍ତି, କିନ୍ତୁ ଏଯାଏଁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଯିବାର ଦୁଃସାହସ ଦେଖାଇ ନାହାନ୍ତି। ରାଜ୍ୟର କିଛି ପ୍ରସଙ୍ଗକୁ ଛାଡ଼ିଦେଲେ, ଯେତେସବୁ ଜାତୀୟ ପ୍ରସଙ୍ଗ ରହିଛି, ସବୁଥିରେ ବିଜେଡ଼ି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ଆଖିବୁଜି ଗ୍ରହଣ କରି ଆସିଛି। ସେ ବିମୁଦ୍ରୀକରଣ ହେଉ କି ଧାରା ୩୭୦ର ଉଚ୍ଛେଦ ହେଉ, ସବୁ ଜାତୀୟ ପ୍ରସଙ୍ଗରେ ବିଜେଡି କେନ୍ଦ୍ର ସରକାରର ବିଶ୍ୱସ୍ତ ସହଯୋଗୀର ଭୂମିକା ଗ୍ରହଣ କରିଆସିଛି। ଗତ ନଅ ବର୍ଷର ବିଜେପି ଶାସନ କାଳରେ ଯେତେ ସବୁ ବିଲ୍ ସଂସଦରେ ଆସିଛି, ତାକୁ ବିଜେଡ଼ିର ସାଂସଦମାନେ ସମର୍ଥନ ଓ ସହଯୋଗ କରି ଆସିଛନ୍ତି। ନୂଆ ସଂସଦ ଭବନ ଉଦ୍ଘାଟନ ପ୍ରସଙ୍ଗରେ ବିଜେଡ଼ିର ମୁଖପାତ୍ରମାନେ ଯେଉଁଭଳି ବକ୍ତବ୍ୟ ରଖିଛନ୍ତି, ସେଥିରୁ ସେମାନେ ରାଜ୍ୟରେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦୀ ଦଳ ନହୋଇ ଦୁଇ ମେଣ୍ଟଭୁକ୍ତ ଦଳର ଧାରଣା ସୃଷ୍ଟି ହେଉଛି।

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଫୋନ୍- ୯୪୩୭୧୭୬୩୭୪

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story