ମହାବାତ୍ୟାର ସ୍ମୃତି ଓ ଭାରତୀୟ କ୍ରିକେଟ୍‌ର ଶୋକ

ମୋଟାମୋଟି ସେ ରବିବାର ଭାରତକୁ ବିଜୟ ମିଳିଲା ନାହିଁ। ମହାବାତ୍ୟାର ସ୍ମୃତିକୁ ଭୁଲିବାକୁ ଚେଷ୍ଟା କରୁଥିବା ଓଡ଼ିଶାବାସୀ ଭାରତର ଏହି ପରାଜୟରେ ବେଶ୍ ମର୍ମାହତ ହୋଇଗଲେ।

Sanath Jayasuriya

Sanath Jayasuriya

Debendra Prusty
  • Published: Friday, 22 September 2023
  • Updated: 22 September 2023, 04:16 PM IST

ରୁଦ୍ର ପ୍ରସନ୍ନ ରଥ

ସେଦିନ ଥିଲା ଅକ୍ଟୋବର ୨୯ ତାରିଖ। ୨୦୦୦ ମସିହା। ତାହା ପୁଣି ରବିବାର ଥିଲା।

୧୯୯୯ ସୁପର ସାଇକ୍ଲୋନ ବା ମହାବାତ୍ୟାକୁ ସେଦିନ ବର୍ଷେ ପୂରୁଥାଏ। ସାରା ଭାରତ ସେ ଭୟାବହ ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତି ଏବଂ ତଜ୍ଜନୀତ ମୃତାହତଙ୍କ ଉଦ୍ଦେଶ୍ୟରେ ଶୋକ ପାଳନ କରୁଥାଏ।

ସେଦିନ ଭାରତ ଶାରଜାହରେ ଖେଳୁଥାଏ ଶ୍ରୀଲଙ୍କା ବିପକ୍ଷରେ ଏକ ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣାମେଂଟର ଫାଇନାଲ। ଜିମ୍ବାୱେ ପୂର୍ବରୁ ପ୍ରତିଯୋଗିତାରୁ ବାହାରି ଯାଇଥାଏ। ସେ କପ୍‌ର ନାମ ଥାଏ କୋକାକୋଲା ଚାମ୍ପିୟାନ୍ସ ଟ୍ରଫି। ଓଡ଼ିଶାରେ ଶୋକର ମାହୋଲ। ତଥାପି ତାହା ଭିତରେ ସାନ୍ତ୍ୱନାର କଥା ହେଲା ଯେ ଭାରତ ଶାରଜାହରେ ଅନୁଷ୍ଠିତ ହେଉଥିବା ତ୍ରି-ରାଷ୍ଟ୍ରୀୟ ପ୍ରତିଯୋଗିତାର ଫାଇନାଲକୁ ଯାଇଥିଲା।

କ୍ରିକେଟ୍ କେତେବେଳେ ଶୋକ ଆଣିଦିଏ ତ କେତେବେଳେ ଶୋକକୁ ଭୁଲାଇ ଦିଏ। ସମେସ୍ତ ଆଶା କରୁଥିଲେ ଯେ ମହାବାତ୍ୟାର ଶୋକକୁ ସୂଦୂର ଶାରଜାହରେ ଭାରତର ମୁକୁଟ ବିଜୟ ଭୁଲାଇ ଦେବ।

ସୌରଭ ଗାଙ୍ଗୁଲୀଙ୍କ ଅଧିନାୟକତ୍ୱରେ ଭାରତ ଫାଇନାଲ ଖେଳୁଥାଏ। ସେ ସମୟ ହିଁ ସେମିତି ଥିଲା ଭାରତ ବହୁ କଷ୍ଟ କରି ଫାଇନାଲ ଯାଉଥିଲା ସତ, ହେଲେ ଫାଇନାଲରେ ପରାଜୟ ବରଣ କରୁଥିଲା।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କଲା। ଅନ୍ୟମାନେ ଯାହା ଯେମିତି ଖେଳିଲେ। କିନ୍ତୁ ଅସଲ ଖେଳ ଜୟସୂର୍ଯ୍ୟାଙ୍କ ବ୍ୟାଟରୁ ବାହାରିଲା। ସେତେବେଳେ ଜୟସୂର୍ଯ୍ୟାଙ୍କ ନାମ ଶୁଣିଲେ ଭାରତୀୟମାନେ ବେଶ୍ ଭୟ ପାଉଥିଲେ। କାରଣ ତାଙ୍କର ନିର୍ଦ୍ଦୟ ବ୍ୟାଟିଂ ଅନେକ ବୋଲରଙ୍କର କ୍ୟାରିୟର ଖତମ କରିଦେଇଥିଲା। ପୁଣି ସେ ଯଦି ପୂରା ସମୟ ବ୍ୟାଟିଂ କରୁଥିଲେ ତେବେ ବିଶାଳ ରନ୍ ସଂଗ୍ରହ କରୁଥିଲେ। ମୋଟ୍ ଉପରେ ସେତେବେଳେ ଭାରତ ବନାମ ଶ୍ରୀଲଙ୍କା ନୁହେଁ ବରଂ ଭାରତ ବନାମ ଜୟସୂର୍ଯ୍ୟା ଲଢ଼େଇ ହେଉଥିଲା। ଯଦିଓ ଦଳରେ ଭାସ୍ ଓ ମୂରଲୀଧରଙ୍କ ପରି ଅନେକ ମ୍ୟାଚ୍ ୱିନର ଥିଲେ, ତଥାପି ଜୟସୂର୍ଯ୍ୟାଙ୍କ ପ୍ରଦର୍ଶନ ଅଲଗା ସ୍ତରର ଥିଲା। ସେ ନିର୍ଦ୍ଦୟ ପ୍ରହାର କରୁଥିଲେ। ଜୟସୂର୍ଯ୍ୟା ବିଶ୍ୱ କ୍ରିକେଟ୍‌ରେ ପ୍ରସିଦ୍ଧି ପାଇଲା ବେଳକୁ ଏକ ଦିବସୀୟ କ୍ରିକେଟ୍‌ରେ ସାଧାରଣ ସ୍କୋର ଗୋଟିଏ ପାଳିରେ ପ୍ରାୟ ୨୫୦ରୁ ନିୟମିତ ଭାବେ ଅଧିକ ହେଉଥିଲା। ସେ ଏହାକୁ ୩୦୦ ଯାଏ ପହଁଚାଇ ଦେଉଥିଲେ। ତାଙ୍କ କଟ୍‌, ଆଉ ପୁଲ୍‌ ବେଶ୍ ଶକ୍ତିଶାଳୀ ଥିଲା। ଆଉ ଥରେ ଜୟସୂର୍ଯ୍ୟାଙ୍କ ବ୍ୟାଟ୍ ଚାଲିବା ଆରମ୍ଭ ହେବା ମାତ୍ରେ ତାହା ଆଉ ଅଟକୁ ନଥିଲା। ଦଳର ରନ୍ କେତେ ହୋଇଛି ବା ସେ ଓଭରରେ କେତେ ରନ୍ ହୋଇଛି ତାହା ତାଙ୍କୁ ବିଚଳିତ କରୁନଥିଲା। ଜଣେ ପେସାଦାର ସର୍ଜନ ଯେପରି ଅପରେସନ୍ ସମୟରେ ଅନ୍ୟ କିଛି ଦେଖନ୍ତି ନାହିଁ, ସେହିପରି ସେ ଅନ୍ୟ କେଉଁ ଦିଗ ପ୍ରତି ଦୃଷ୍ଟି ଦେଉନଥିଲେ। ଆଉ ସେ ଆଉଟ୍ ହେଲା ବେଳକୁ ଶ୍ରୀଲଙ୍କା ହୁଏତ ବିଜୟର ଦ୍ୱାରଦେଶରେ ପହଁଚି ଯାଉଥିଲା ନତୁବା ବିଶାଳ ସ୍କୋର ଠିଆ କରିଦେଉଥିଲା।

ସେଦିନ ବି ସେମିତି କିଛି ଘଟିଲା। ଗୋଟିଏ ପଟୁ ଜୟସୂର୍ଯ୍ୟା ଆକ୍ରମଣ ଜାରୀ ରଖିଲେ। ଅନ୍ୟପଟେ ୱିକେଟ୍ ପଡୁଥିଲେ ବି ସନଥ ନିଜର ଆକ୍ରମଣ ଜାରୀ ରଖିଥିଲେ। ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ୱିକେଟ୍ ହରାଉଥିଲେ ବି ତାହା ଜୟସୂର୍ଯ୍ୟାଙ୍କ ଉପରେ ଫରକ୍ ପକାଉନଥିଲା। ଶ୍ରୀଲଙ୍କା ୧୧୬ ବେଳକୁ ଚାରି ୱିକେଟ୍ ହରାଇ ସାରିଥିଲେ ବି ଜୟସୂର୍ଯ୍ୟା ଆକ୍ରମଣ ଆରମ୍ଭ କରିଦେଲେ। ଭାରତୀୟ ସ୍ପିନର ବେଶ୍ ଭଲ ବୋଲିଂ କରୁଥିଲେ, ଜୟସୂର୍ଯ୍ୟା ପେସ୍ ବାହିନୀକୁ ଟାରଗେଟ୍ କଲେ। ଭେଙ୍କଟେଶ ପ୍ରସାଦ ଏବଂ ଅଜିତ୍ ଆଗରକରଙ୍କ ବୋଲିଂରେ ହାତ ଖୋଲା ସଟ୍ ଖେଳିଲେ। ୧୬୧ ବଲରେ ୧୮୯ ରନ୍ ସଂଗ୍ରହ କରି ସନଥ୍ ପାଭଲିୟନ ଫେରିଲା ବେଳକୁ ଶ୍ରୀଲଙ୍କା ୫ ୱିକେଟ୍‌ରେ ୨୯୯ ରନ କରି ସାରିଥିଲା। କେବଳ ସନଥଙ୍କ ବ୍ୟାଟରୁ ଆସିଥିଲା ୨୧ଟି ଚୌକା ଏବଂ ୪ଟି ଛକ୍କା। ଶ୍ରୀଲଙ୍କା ତରଫରୁ ଦ୍ୱିତୀୟ ସର୍ବାଧିକ ରନ୍ କରିଥିଲେ ରସେଲ ଆରନୋଲ୍ଡ। ସେ କରିଥିଲେ ଅପରାଜିତ ୫୨ ରନ୍।

ସମେସ୍ତ ଭାବିଥିଲେ ଯେହେତୁ ଫାଇନାଲ ମ୍ୟାଚ୍ ଏବଂ ଭାରତୀୟ ଦଳରେ ଏକାଧିକ ଇନ ଫର୍ମ ବ୍ୟାଟର ଅଛନ୍ତି ତେଣୁ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ। ଯଦିଓ ୩୦୦ ରନ୍‌ର ଟାରଗେଟ୍ କଠିନ୍ ଥିଲା, ତେବେ ଆଶା କରାଯାଉଥିଲା ଯେ ସଚିନ୍‌ଙ୍କ ଉପସ୍ଥିତି ଯୋଗୁଁ ଏହି ମ୍ୟାଚ୍‌ରେ ଭାରତ ଭଲ ପ୍ରଦର୍ଶନ କରିବ। ଟପ୍ ଅର୍ଡରରୁ ଯଦି ଜଣେ କେହି ଗୋଟିଏ ଶତକ ହାସଲ କଲା ତେବେ ଭାରତ ପାଇଁ ମିଡିଲ୍ ଅର୍ଡରର କାମ ସହଜ ହୋଇଯିବ।

ସେତେବେଳେ ସଚିନ୍‌ଙ୍କ ପ୍ରଦର୍ଶନ ବଳରେ ଭାରତ ଅଧାରୁ ଅଧିକ ମ୍ୟାଚ୍ ଜିତୁଥିଲା। ପ୍ରଥମ ଦୁଇ ଓଭର ଭାରତ ଠିକ୍ ଠାକ୍ ଖେଳିଲା ପରେ ତୃତୀୟ ଓଭରରୁ ହିଁ ଭାରତର ୱିକେଟ୍ ପତନର ଧାରା ଆରମ୍ଭ ହୋଇଗଲା। ଦଳର ସ୍କୋର ଆଠ ଥିବାବେଳେ ପ୍ରଥମେ ଆଉଟ୍ ହେଲେ ଗାଙ୍ଗୁଲୀ, ଦଶ ରନ୍‌ରେ ସଚିନ୍‌ଙ୍କ ‌ୱିକେଟ୍ ହରାଇଲା ଦଳ। ଦଳର ସ୍କୋର ୨୦ ପହଁଚି ନଥିଲା, କିନ୍ତୁ ଯୁବରାଜ ସିଂ ଏବଂ ବିନୋଦ କାମ୍ବଲୀ ଆଉଟ୍ ହୋଇ ପାଭଲିୟନ ଫେରି ସାରିଥିଲେ। ଭାରତର ବିଜୟ ଆଶା ଏତେବେଳକୁ କବର ନେଇ ସାରିଥିଲା। ସଚିନ୍ ପ୍ରେମୀମାନେ ଟିଭି ଛାଡ଼ି ଉଠି ଯାଇଥିଲେ। ଭାରତ ଆଉ ଜିତିପାରିବ ନାହିଁ ଭାବି ସେଦିନ ସଂଧ୍ୟାବେଳେ ଅନେକ ନିଜ ନିଜ କାମରେ ଲାଗି ଯାଇଥିଲେ। ତଥାପି କାଳେ କିଛି ଚମତ୍କାର ଘଟିବ ତାହା ଭାବି ଆଉ କିଛି ଲୋକ ତଥାପି ଟିଭି ପାଖରେ ନିଜର ଉପସ୍ଥିତି ଜାହିର କରି ଚାଲିଥିଲେ। କ୍ରିକେଟ୍‌ରେ ଚମତ୍କାର ହୁଏ, ଆଉ ଚମତ୍କାରର ମୂକସାକ୍ଷୀ ପାଲଟନ୍ତି ସେଇମାନେ ଯେଉଁମାନେ ଶେଷଯାଏ ମ୍ୟାଚ୍ ଦେଖିବା ପାଇଁ ପ୍ରସ୍ତୁତ ହୋଇଥାଆନ୍ତି। ଅଧାରୁ ମ୍ୟାଚ୍ ଦେଖିବା ବନ୍ଦ କରୁଥିବା ଲୋକ କେବଳ ଇତିହାସ ବଦଳିଯିବାର ଶୁଣେ, ସେ ପ୍ରତ୍ୟକ୍ଷଦର୍ଶୀ ହୋଇପାରେ ନାହିଁ।

କିନ୍ତୁ ସେଦିନ ସେହି ମ୍ୟାଚ୍ ଦେଖୁଥିବା ଶେଷ ପୁଂଜାଏ ଲୋକ ଯେଉଁମାନେ ଚମତ୍କାରର ଆଶାରେ ରହିଥିଲେ ସେମାନେ ନିରାଶ ହେଲେ। କୌଣସି ଚମତ୍କାର ହେଲା ନାହିଁ। ଭାରତ ହାରିଗଲା। ତେବେ ଏମିତି ସେମିତି ହାରିଲା ନାହିଁ। ଭାରତ ହାରିଲା ୨୪୫ ରନ୍‌ର ବିଶାଳ ବ୍ୟବଧାନରେ। ଭାରତ ମାତ୍ର ୨୬.୩ ଓଭରରେ ୫୪ ରନ୍ କରି ଅଲ ଆଊଟ୍ ହୋଇଗଲା। ଭାରତ ପକ୍ଷରୁ ସର୍ବାଧିକ ୧୧ ରନ୍ ସ୍କୋର କରିଥିଲେ ରବିନ୍ ସିଂ। ଭାରତୀୟ ବ୍ୟାଟର ପୂରା ଇନିଂସ୍‌ରେ ମାରିଥିଲେ ମାତ୍ର ୩ଟି ଚୌକା। ଶ୍ରୀଲଙ୍କା ପକ୍ଷରୁ ଚମିନ୍ଦା ଭାସ୍ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ, ତାହା ବି ୯.୩ ଓଭରରେ ମାତ୍ର ୧୪ ରନ୍ ଦେଇ। ମୁରଲୀଧରନଙ୍କ ଖାତାକୁ ଆସିଥିଲା ତିନି ୱିକେଟ୍, ତାହା ପୁଣି ଛଅ ଓଭରରେ ୬ ରନ୍ ଦେଇ। ଭାରତର ପରାଜୟ ବେଶ୍ ଲଜ୍ଜାଜନକ ଥିଲା।

ଫୋ- ୭୯୭୮୬୭୧୭୭୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story