ଦରକାର ଥିଲା ୧୨୦, ଭାରତ କଲା ୮୧

ଜିତିବା ପାଇଁ ଭାରତକୁ ମାତ୍ର ୧୨୦ ରନ ଦରକାର ହେଉଥିଲା। ପୂରା ୧୦ ୱିକେଟ୍ ସୁରକ୍ଷିତ ଥିଲା। ଭାରତର ଜିତ୍ ନିଶ୍ଚିତ ଲାଗୁଥିଲା। ଏହି ଟେଷ୍ଟ ମ୍ୟାଚ୍ ବାର୍ବୋଡସରେ ହେଉଥିଲା ଆଉ ଭାରତ ୱେଷ୍ଟ ଇଣ୍ଡିଜକୁ ହରାଇଥିଲେ ୨୧ ବର୍ଷ ପରେ ୱେଷ୍ଟଇଣ୍ଡିଜକୁ ୱେଷ୍ଟଇଣ୍ଡିଜରେ ହରାଇବାର ସୌଭାଗ୍ୟ ପ୍ରାପ୍ତ ହୋଇଥାନ୍ତା।

India-West Indies Barbados Test 1997

India-West Indies Barbados Test 1997

Debendra Prusty
  • Published: Tuesday, 04 July 2023
  • Updated: 04 July 2023, 02:22 PM IST

News Highlights

  • ଚତୁର୍ଥ ପାଳିରେ ମାତ୍ର ୧୨୦ ରନ୍‌ କରିଥିଲେ ଜିତିଥାନ୍ତା ଭାରତ। ପରାସ୍ତ ହୋଇଥାନ୍ତା ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍‌।
  • ପାଳିର ସମସ୍ତ ୱିକେଟ ପଡ଼ିଲା ପଛେ ମାତ୍ର ଏତିକି ରନ୍‌ କରିପାରିନଥିଲା ଭାରତୀୟ ଦଳ।
  • ସିଦ୍ଧୁ, ଲକ୍ଷ୍ମଣ, ଦ୍ରାବିଡ, ସଚିନ, ସୌରଭ ଓ ଆଝାରୁଦ୍ଦିନଙ୍କ ପରି ବ୍ୟାଟର ସଂପୂର୍ଣ୍ଣ ବିଫଳ ହେଲେ ଓ ଭାରତ ଏକ ସହଜ ତଥା ନିଶ୍ଚିତ ବିଜୟ ହାତଛଡ଼ା କଲା।

Sports

Latest News

ଜିତିବା ପାଇଁ ଭାରତକୁ ମାତ୍ର ୧୨୦ ରନ ଦରକାର ହେଉଥିଲା। ପୂରା ୧୦ ୱିକେଟ୍ ସୁରକ୍ଷିତ ଥିଲା। ଭାରତର ଜିତ୍ ନିଶ୍ଚିତ ଲାଗୁଥିଲା। ଏହି ଟେଷ୍ଟ ମ୍ୟାଚ୍ ବାର୍ବୋଡସରେ ହେଉଥିଲା ଆଉ ଭାରତ ୱେଷ୍ଟ ଇଣ୍ଡିଜକୁ ହରାଇଥିଲେ ୨୧ ବର୍ଷ ପରେ ୱେଷ୍ଟଇଣ୍ଡିଜକୁ ୱେଷ୍ଟଇଣ୍ଡିଜରେ ହରାଇବାର ସୌଭାଗ୍ୟ ପ୍ରାପ୍ତ ହୋଇଥାନ୍ତା। ୧୯୭୬ରେ ଭାରତ ଶେଷଥର ପାଇଁ କୁଇନ୍ସ ପାର୍କ ଓଭାଲରେ ୱେଷ୍ଟଇଣ୍ଡିଜକୁ ହରାଇଥିଲା। ସେତେବେଳେ ତାହା ଏକ ରେକର୍ଡ ଥିଲା। କାରଣ ଭାରତ ଶେଷ ଇନିଂସରେ ବ୍ୟାଟିଂ କରି ୪୦୦ରୁ ଅଧିକ ରନର ପିଛା କରିଥିଲା। ଭାରତ ଜିତିଥିଲା ଏବଂ ଏହି ବିଶ୍ୱ ରେକର୍ଡ ବିଜୟ ପରେ ଭାରତ ୱେଷ୍ଟ ଇଣ୍ଡିଜକୁ ଆଉ ୱେଷ୍ଟ ଇଣ୍ଡିଜ୍ ମାଟିରେ ହରାଇବାର ସୁଯୋଗ ପାଇନଥିଲା। ତେଣୁ ଏଥର ଭାରତ ପାଇଁ ଅପୂର୍ବ ସୁଯୋଗ ଥିଲା। ଦଳରେ ସଚିନ୍ , ଆଝାର, ସିଦ୍ଧୁ, ଭିଭିଏସ ଲକ୍ଷ୍ମଣଙ୍କ ପରି ଖେଳାଳୀ ଥିବା ବେଳେ ଏହି ୧୨୦ ରନର ଲକ୍ଷ୍ୟ କିଛି ବିଶେଷ ବଡ଼ ଲାଗୁନଥିଲା।

୧୯୯୭ ମାର୍ଚ୍ଚ ୨୭ରୁ ୩୧ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଟେଷ୍ଟରେ ଭାରତର ନେତୃତ୍ୱ ନେଉଥିଲେ ସଚିନ୍ ତେନ୍ଦୁଲକର। ୱେଷ୍ଟ ଇଣ୍ଡିଜର ନେତୃତ୍ୱ ନେଉଥିଲେ ବ୍ରିୟାନ ଲାରା। ଉଭୟ ଯୁବକ ଥିଲେ। ସଚିନ୍ ଜଣେ ସଫଳ ବ୍ୟାଟ୍ସମ୍ୟାନ୍ ଭାବେ ବେଶ୍ ନାମ କରି ସାରିଥିଲେ। ହେଲେ ଅଧିନାୟକ ଭାବେ ସେ ସେମିତି ସଫଳ ହୋଇପାରିନଥିଲେ। ଆଶା କରାଯାଉଥିଲା ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଭାରତ ଏହି ଟେଷ୍ଟ ଭାରତ ସହଜରେ ଜିତିଯିବ ଏବଂ ସଚିନଙ୍କ ଅଧିନାୟକ କ୍ୟାରିୟର ଗତି ଧରିବ।

ବାର୍ବୋଡସ୍ ଟେଷ୍ଟରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଇନିଂସରେ ୨୯୮ ରନ କରି ଅଲ ଆଉଟ୍ ହୋଇଯାଇଥିଲା। ଶିବନାରୟଣ ଚନ୍ଦ୍ରପଲ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଏହା ପୂର୍ବରୁ ସେ ଅଠରଟି ଟେଷ୍ଟରେ ୧୩ଟି ଅର୍ଦ୍ଧ ଶତକ ହାସଲ କରିଥିଲେ ବି କେବେ ଶତକ ହାସଲ କରିପାରିନଥିଲେ। ଏଥର କିନ୍ତୁ ୧୩୭ ରନ କରି ଅପରାଜିତ ରହିଲେ।

ଭାରତର ପ୍ରତ୍ୟୁତ୍ତର ମଧ୍ୟ ବେଶ୍ ଉଚ୍ଚକୋଟୀର ଥିଲା। ଅଧିନାୟକ ତେନ୍ଦୁଲକରଙ୍କର ୯୨ ଏବଂ ଦ୍ରାବିଡଙ୍କର ୭୮ ରନ ବଳରେ ଭାରତ ୩୧୯ ରନ କରି ପାରିଥିଲା। ଭାରତ ପ୍ରଥମ ଇନିଂସରେ ୨୧ ରନ ର ଅଗ୍ରଣୀ ପାଇପାରିଥିଲା। ଏହି ଲିଡ୍ ଆହୁରି ଅଧିକ ହୋଇ ପାରିଥାନ୍ତା। ମାତ୍ର ଭାରତୀୟ ପାଳିର ଶେଷ ୬ ୱିକେଟ୍ ୪୬ ରନରେ ପଡ଼ିଯିବା ଯୋଗୁଁ ଏହି ସ୍ଥିତି ଖରାପ ହୋଇ ଯାଇଥିଲା। ତେବେ ୱେଷ୍ଟ ଇଣ୍ଡିଜ ବୋଲରମାନେ ଇନିଂସରେ ୪୬ ରନ ଅତିରିକ୍ତ ଦେଇଥିଲେ। ଏଥିରେ କେବଳ ୩୦ଟି ନୋବଲ ଥିଲା।

ୱେଷ୍ଟ ଇଣ୍ଡିଜର ଦ୍ୱିତୀୟ ଇନିସର ଆରମ୍ଭ ଖରାପ ହୋଇଯାଇଥିଲା। ଚନ୍ଦ୍ରପାଲ ଏବଂ ଷ୍ଟୁଆର୍ଟ ୱିଲିୟମ୍ସ ଦଳ କୋଡ଼ିଏ ରନ୍ ପାର କରିବା ଆଗରୁ ଆଉଟ୍ ହୋଇଗଲେ। ଡୋଡା ଗଣେଶ, ଆବେ କୁରୁଭିଲ୍ଲା ଏବଂ ଭେଙ୍କଟେଶ ପ୍ରସାଦଙ୍କ ମିଳିତ ଉଦ୍ୟମ କ୍ରମେ ଭାରତୀୟ ବୋଲିଂ ଲାଇନ୍ ଅପ ୱେଷ୍ଟ ଇଣ୍ଡିଜ ଟିମକୁ ଧୂଳି ଚଟାଇଦେଲା। ୧୦୭ ରନ ବେଳକୁ ଦଳ ହରାଇ ସାରିଥିଲା ନଅ ୱିକେଟ୍। ହାତରେ ଗୋଟିଏ ୱିକେଟ୍ ବାକି ଥାଇ ଦଳ ମାତ୍ର ୮୬ ରନ ଆଗରେ ଥିଲା। ଶେଷ ୱିକେଟ୍ ପଡ଼ିବା ପୂର୍ବରୁ ୱେଷ୍ଟ ଇଣ୍ଡିଜ ଯୋଡ଼ିନେଲା ଆଉ ତେତିଶ ରନ୍। ମର୍ଭିନ ଡିଲୋନ ତିନୋଟି ଚୌକା ଏବଂ ଗୋଟିଏ ଛକ୍କା ବଳରେ କରିଥିଲେ ୨୧ ରନ। ଦଳ ୧୪୦ ରନରେ ଅଲ ଆଉଟ୍ ହେଲା। ୬ ଫୁଟ୍ ପାଂଚ ଇଂଚ୍ ବିଶିଷ୍ଟ ଆବେ କୁରୁଭିଲ୍ଲା ନେଇଥିଲେ ପାଂଚ ୱିକେଟ୍।

ଇତିହାସ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କଲା। ଭିଭିଏସ ଲକ୍ଷ୍ମଣ ଏବଂ ସିଦ୍ଧୁ ବ୍ୟାଟିଂ ଆରମ୍ଭ କଲେ। ସିଦ୍ଧୁ ମାତ୍ର ୩ ରନ କରି ଆଉଟ୍ ହେଲ। ସେ ମୋଟ୍ ୧୦ଟି ବଲ ଖେଳିପାରିଲେ। ତେବେ ଏଇଠୁ ପିଚ୍ ତାହାର କାରନାମା ଦେଖାଇବା ଆରମ୍ଭ କରିଦେଇଥିଲା। କେଉଁ ବଲ ଉଚ୍ଚା ରହୁଥିଲା ଏବଂ କେଉଁ ବଲ ନୀଚା ରହୁଥିଲା ତାହା ଜଣା ପଡୁନଥିଲା। ବ୍ୟାଟ୍ସମ୍ୟାନ୍ ଫ୍ରଂଟ ଫୁଟରେ ଖେଳିବାକୁ ଆସି ଦ୍ୱନ୍ଦରେ ପଡୁଥିଲେ। କେତେବେଳେ ବଲ ଉପରେ ତ କେତେବେଳେ ବ୍ୟାଟ୍ ଊପରେ ରହୁଥିଲା। ଟେକ୍ନିକାଲ ଦୃଷ୍ଟିରୁ ବେଶ୍ ସକ୍ଷମଥିବା ଦ୍ରାବିଡ୍ ବ୍ୟାଟିଂ କରିବାକୁ ଆସିଥିଲେ ବି ସେ ବେଶୀ ସମୟ ତିଷ୍ଠି ପାରିନଥିଲେ। ସେ ଅଧଘଂଟା ବ୍ୟାଟିଂ କରି ୨୧ଟି ବଲ ଖେଳିଲେ ସତ କିନ୍ତୁ ଦଳୀୟ ସ୍କୋରରେ ମାତ୍ର ୨ ରନ ଯୋଡ଼ି ପାରିଲେ। ସେ ଆଉଟ୍ ହେଲାବେଳେ ଦଳର ସ୍କୋର ଥିଲା ୧୬। ଫ୍ୟାନମାନେ ନିରାଶ ହୋଇ ନଥିଲେ ବି ପରବର୍ତ୍ତୀ ସମୟରେ ଆସିବାକୁ ଥିବା ସବୁ ବ୍ୟାଟ୍ସମ୍ୟାନମାନଙ୍କ ମନରେ ପିଚର ପ୍ରକୃତିକୁ ନେଇ ସଂଦେହ ସୃଷ୍ଟି ହୋଇ ସାରିଥିଲା।

ତୃତୀୟ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ ଭିଭିଏସ୍ ଲକ୍ଷ୍ମଣ। ସେ କରିଥିଲେ ୧୯ ରନ। ୬୧ ବଲ ଖେଳି ସେ ଆଉଟ୍ ହେଲାବେଳକୁ ଦଳର ସ୍କୋରଥିଲା ୩୨ ରନ। ସେହି ୩୨ ରନର ସ୍କୋରରେ ଆଉଟ୍ ହେଲେ ସଚିନ୍ ତେନ୍ଦୁଲକର। ସେ କରିଥିଲେ ଚାରି ରନ।

୩୨ ରନରେ ଚାରି ୱିକେଟ୍ ପଡ଼ିଲା ପରେ ଦଳ ଏବଂ ଫ୍ୟାନମାନେ ଶଙ୍କାଗ୍ରସ୍ତ ହୋଇ ପଡ଼ିଲେ। ସେତେବେଳେ ଭାରତୀୟ ବ୍ୟାଟିଂର କର୍ଣ୍ଣଧାର ଥିଲେ ସଚିନ୍। ଅନେକ ବିଶ୍ୱାସ କରୁଥିଲେ ଯେ ସଚିନ୍ ହିଁ କେବଳ ବ୍ୟାଟିଂ କରୁଥିଲେ, ଅନ୍ୟମାନେ ପଡ଼ିଆକୁ ଯିବା ଆସିବା କରୁଥିଲେ। ଆହୁରି ଏକଥା ଦେଖାଯାଇଥିଲା ଯେ ଯେଉଁଠି ସଚିନ୍ ବିଫଳ ହେଉଥିଲେ ସେଠି ଅନ୍ୟମାନେ ବି ବିଫଳ ହେଉଥିଲେ। ଏମିତି ବହୁତ କମ୍ ମ୍ୟାଚ୍ ହେଉଥିଲା ଯେଉଁଠି ସଚିନ୍ ଆଉଟ୍ ହେଲା ପରେ ବି ଦଳ ବିଜୟ ହାସଲ କରୁଥିଲା।

ଦଳର ଶେଷ ଆଶା ଥିଲେ ଆଝାରୁଦ୍ଦିନ୍ ଏବଂ ସୌରଭ ଗାଙ୍ଗୁଲୀ। ଊଭୟଙ୍କୁ ଆମ୍ବ୍ରୋସ ଆଉଟ୍ କଲେ। ସୌରଭ କରିଥିଲେ ୮ ରନ୍ ଏବଂ ଆଉ ଆଝାରୁଦ୍ଦିନ କରିଥିଲେ ୯ ରନ୍। ଆଝାରୁଦ୍ଦିନ ଆଉଟ୍ ହେଲା ବେଳକୁ ଦଳର ସ୍କୋର ଥିଲା ୬ ୱିକେଟରେ ୫୧ ରନ। ଆଉ ଭାରତ ପାଖରେ ସେମିତି ବିଶେଷଜ୍ଞ ବ୍ୟାଟ୍ସମ୍ୟାନ ନ ଥିଲେ। ଦଳ ନିଶ୍ଚିତ ପରାଜୟ ଆଡ଼କୁ ମୁହାଁଇଥିଲା।

ନୟନ ମୋଙ୍ଗିଆ ୫ ରନ, କୁମ୍ବଲେ ୧ ରନ, ଆବେ କୁରୁଭିଲ୍ଲା ୯ ରନ ଏବଂ ଭେଙ୍କଟେଶ ପ୍ରସାଦ କୌଣସି ରନ୍ ନକରି ଆଉଟ୍ ହେଲେ। ମାତ୍ର ୩୬ ଓଭର ଭିତରେ ଦଳ ୮୧ ରନ କରି ଅଲଆଉଟ୍ ହେଲା। ଏଥିରେ ପୁଣି ୧୫ ଅତିରିକ୍ତ ରନ ସାମିଲ ଥିଲା। କେବଳ ଲକ୍ଷ୍ମଣ ହିଁ ଦୁଇ ଅଂକ ବିଶିଷ୍ଟ ସ୍କୋର କରିପାରିଥିଲେ। ପଡିଆରେ ଥିବା ହଜାର ହଜାର ଭାରତୀୟ ସମର୍ଥକ ଯେଉଁମାନେ ଏହି ମ୍ୟାଚ୍ ଦେଖିବାକୁ ଆସିଥିଲେ ସେମାନେ ବିଫଳ ମନୋରଥ ନେଇ ଘରକୁ ଫେରିଥିଲେ। ଭାରତରେ ଏହି ପରାଜୟ ବେଶ ଆଲୋଚନାର କାରଣ ହୋଇଥିଲା। ଭାରତୀୟ ପାଳିର ପ୍ରଥମ ତିନି ୱିକେଟ୍ ଫ୍ରାଙ୍କଲିନ୍ ରୋଜ୍ ନେବା ପରେ ଶେଷ ସାତ ୱିକେଟକୁ ଉଭୟ ଆମ୍ବ୍ରୋସ ଏବଂ ବିଶପ ବାଂଟି ନେଇଥିଲେ।

ସେତେବେଳେ ଭାରତରେ କେବଲ ଟିଭିର ପ୍ରଚଳନ ଆରମ୍ଭ ହୋଇଥାଏ। ୱେଷ୍ଟ ଇଣ୍ଡିଜରେ ହେଉଥିବା ଏହି ମ୍ୟାଚ୍ ସବୁ ଭାରତୀୟ ସମୟ ରାତି ଆଠଟାରୁ ଆରମ୍ଭ ହୋଇ ସକାଳ ତିନିଟା ଯାଏ ଚାଲୁଥାଏ। ଅନେକ ଭାରତୀୟ ଏତେ ରାତିଯାଏ ମ୍ୟାଚ୍ ଦେଖିବାକୁ ସକ୍ଷମ ହେଉନଥିଲେ। ଖାସ୍ କରି ମଧ୍ୟାହ୍ନ ଭୋଜନ ଏବଂ ଚାପାନ ବିରତି ପରେ ପରେ ଭାରତୀୟମାନେ ମ୍ୟାଚ୍ ଦେଖି ନପାରି ସକାଳୁ ଟିଭିରୁ ହିଁ ଖେଳର ରିପୋର୍ଟ ଜାଣିବାକୁ ପାଉଥିଲେ। ଏପରି ସ୍ଥିତିରେ ଅନେକ ଭାବିଥିଲେ ଯେ ସକାଳୁ ଭାରତ ଜିତିଥିବାର ଖବର ଟିଭିରୁ ଶୁଣିବାକୁ ମିଳିବ। ତେବେ ଭାରତ ହାରି ଯାଇଛି ବୋଲି ଜାଣିବା ପରେ ଅନେକ ଦୁଃଖରେ ମ୍ରିୟମାଣ ହୋଇଯାଇଥିଲେ।

ୱେଷ୍ଟ ଇଣ୍ଡିଜ୍ ସମର୍ଥକମାନେ କିନ୍ତୁ ବେଶ୍ ବିଶାଳ ସେଲିବ୍ରେଶନ କରିଥିଲେ। ଏହି ସେଲିବ୍ରେଶନ ବ୍ୟାଚାନାଲିଆନ୍ ନାମରେ ଖ୍ୟାତ। ୱେଷ୍ଟ ଇଣ୍ଡିଜ ନିଜ ମାଟିରେ ସବୁଠାରୁ କମ୍ ରନର ଟାର୍ଗେଟକୁ ଡିଫେଣ୍ଡ କରିବାରେ ସମର୍ଥ ହୋଇଥିଲା। ଲାରା ନିଜ ଅଧିନାୟକ କ୍ୟାରିୟରର ପ୍ରଥମ ଟେଷ୍ଟ ଜିତିବାରେ ସଫଳ ହୋଇଥିଲେ। ଭାରତ ଏହି ସିରିଜର ବହୁ ବର୍ଷ ପରେ ୨୦୦୬ରେ ୱେଷ୍ଟ ଇଣ୍ଡିଜ ମାଟିରେ ସିରିଜ ଜିତିବାରେ ସକ୍ଷମ ହୋଇଥିଲା।

ଏହି ମ୍ୟାଚର ପରାଜୟ ସଚିନ୍ ତେନ୍ଦୁଲକରଙ୍କୁ ବ୍ୟକ୍ତିଗତ ଭାବେ ବେଶ୍ ପ୍ରଭାବିତ କରିଥିଲା। ସେ ଏହି ପରାଜୟର ଚାପରେ ଏପରି ଆସି ଯାଇଥିଲେ ଯେ ସବୁଦିନ ପାଇଁ କ୍ରିକେଟ୍ ଛାଡ଼ି ଦେବାକୁ ଚିନ୍ତା କରିଥିଲେ। ସଚିନ୍ ଜଣେ ବିଶ୍ୱ ପ୍ରସିଦ୍ଧ ବ୍ୟାଟ୍ସମାନ୍ ଥିଲେ ବି ଜଣେ ଅଧିନାୟକ ଭାବରେ ବିଶେଷ ସଫଳ ନଥିଲେ। ସେ ୨୫ଟି ଟେଷ୍ଟର ଅଧିନାୟକତ୍ୱ କରିଥିଲେ ବି ମାତ୍ର ୪ଟି ଟେଷ୍ଟ ମ୍ୟାଚ୍ ଜିତିପାରିଥିଲେ। କୁହାଯାଏ ଏହି ଟେଷ୍ଟର ପ୍ରଦର୍ଶନରେ ସଚିନ୍ ଏତେ ବ୍ୟଥିତ ହୋଇଥିଲେ ଯେ ଡ୍ରେସିଂରୁମରେ ଟିମମେଟମାନଙ୍କୁ ବେଶ୍ ଭଲ ରକମର ସମାଲୋଚନା କରିଥିଲେ। ଏହି ପରାଜୟ ଭାରତୀୟ ଦର୍ଶକଙ୍କୁ ଅନେକ ଦିନଯାଏ ବେଶ୍ କଷ୍ଟ ଦେଇଥିଲା।

ରୁଦ୍ର ପ୍ରସନ୍ନ ରଥ

ଫୋ- ୭୯୭୮୬୭୧୭୭୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story