ସୌଭାଗ୍ୟ ଆଣିବ ଅଧିକ ଜନସଂଖ୍ୟା!

ପରିବାର ନିୟନ୍ତ୍ରଣର ସଫଳ ପ୍ରଚେଷ୍ଟା ଯୋଗୁ ଭାରତ ଏବେ ଏପରି ଏକ ଅବସ୍ଥାରେ ପହଂଚିଛି, ଯେଉଁଠି ଜନ୍ମଧାରଣ ହାର ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁସାରେ ୨ରେ ପହଂଚିଯାଇଛି। ଏପରିକି ଯେଉଁ ମୁସଲିମମାନଙ୍କ ଲୋକସଂଖ୍ୟା ଅତ୍ୟଧିକ ହାରରେ ବଢ଼ୁଛି ବୋଲି ଅଭିଯୋଗ କରାଯାଉଥିଲା, ସେମାନଙ୍କ କ୍ଷେତ୍ରରେ ମଧ୍ୟ ଗତ ୨୦ ବର୍ଷ ଭିତରେ ହ୍ରାସ ପାଇ ଗର୍ଭଧାରଣ ହାର ୨.୧ରେ ପହଂଚିଯାଇଛି। ଏବେ ବିଶେଷଜ୍ଞମାନଙ୍କ ମତ ହେଉଛି ଯେ ଭାରତର ଲୋକସଂଖ୍ୟା ଯେଉଁ ସ୍ତରରେ ପହଂଚିଛି ଓ ଗର୍ଭଧାରଣ କ୍ଷମତା ଯେପରି ୨ ହାରରେ ପହଂଚିଲାଣି, ସେଥିରେ ଭାରତ ଏହି ଜନସଂଖ୍ୟା ବୃଦ୍ଧିରୁ ବାସ୍ତବରେ ଫାଇଦା ଉଠାଇପାରିବ।

Indian Population

Indian Population

Debendra Prusty
  • Published: Tuesday, 25 April 2023
  • Updated: 25 April 2023, 04:40 PM IST

News Highlights

  • ଅଧିକ ଜନସଂଖ୍ୟା ଯୋଗୁଁ ଭାରତ ଏକ ବଡ଼ ବଜାରରେ ପରିଣତ ହୋଇଛି।
  • ବଡ଼ ବଜାର ପାଇଁ ବହୁ ବିଦେଶୀ କମ୍ପାନୀ ଭାରତରେ ପୁଞ୍ଜିନିବେଶ କରିବାକୁ ଆଗ୍ରହୀ ହେବେ।
  • ଅଧିକ ବିଦେଶୀ କମ୍ପାନୀ ଆସିଲେ ଏଠାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Sports

Latest News

ଚୀନ୍ ଯାହାକି ବିଶ୍ୱରେ ସର୍ବାଧିକ ସଂଖ୍ୟାବହୁଳ ରାଷ୍ଟ୍ର ଭାବରେ ଏ ପର୍ଯ୍ୟନ୍ତ ରହିଥିଲା ସେଥିରେ ପରିବର୍ତ୍ତନ ହୋଇ ଭାରତ ସର୍ବାଧିକ ସଂଖ୍ୟାବହୁଳ ରାଷ୍ଟ୍ର ଭାବରେ ୨୦୨୩ ଜୁନ୍ ସୁଦ୍ଧା ପହଂଚିଯିବ। ସେହି ସମୟରେ ଚୀନର ଲୋକ ସଂଖ୍ୟା ୧୪୨ କୋଟି ୫୭ ଲକ୍ଷ ହୋଇଥିବା ବେଳେ ଭାରତର ଲୋକସଂଖ୍ୟା ୧୪୨ କୋଟି ୮୬ ଲକ୍ଷ ହୋଇଥିବ। ଜାତିସଂଘ ପକ୍ଷରୁ ଏହି ହିସାବ ଏବେ ପ୍ରଦାନ କରାଯାଇଛି। ଯଦିଓ ଭାରତରେ ୨୦୨୧ ଜନଗଣନା ଏ ପର୍ଯ୍ୟନ୍ତ ହୋଇନାହିଁ, କିନ୍ତୁ ଭାରତରେ ଜନସଂଖ୍ୟା ବୃଦ୍ଧିର ଯେଉଁ ହିସାବ ୨୦୧୧ ଜନଗଣନା ଓ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକୁ ବିଚାର କରି ଜାତିସଂଘ ଏହି ମତ ପ୍ରକାଶ କରିଛି।

ବାସ୍ତବିକ ପୂର୍ବରୁ ଯେଉଁସବୁ ଧାରଣା ବା ପ୍ରଚାର ରହିଛି, ସେଥିରେ ଅଧିକ ଲୋକସଂଖ୍ୟା ଦେଶ ପାଇଁ ଲାଭଦାୟକ ହେବା ପରିବର୍ତ୍ତେ କ୍ଷତିକାରକ ହେବ ବୋଲି ଧରି ନିଆଯାଇଛି। ପୂର୍ବରୁ ଯେତେବେଳେ ଭାରତର ଲୋକସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିଲା, ତାହାକୁ ରୋକିବା ପାଇଁ ଦେଶ ପରିବାର ନିୟନ୍ତ୍ରଣରେ ବ୍ୟାପକ ବ୍ୟୟ କରିଛି। ଏବେ ମଧ୍ୟ ସେହି ଧାରା ବଳବତ୍ତର ରହିଛି। ଫଳରେ ପରିବାର ନିୟନ୍ତ୍ରଣର ସଫଳ ପ୍ରଚେଷ୍ଟା ଯୋଗୁ ଭାରତ ଏବେ ଏପରି ଏକ ଅବସ୍ଥାରେ ପହଂଚିଛି, ଯେଉଁଠି ଜନ୍ମଧାରଣ ହାର ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁସାରେ ୨ରେ ପହଂଚିଯାଇଛି। ଏପରିକି ଯେଉଁ ମୁସଲିମମାନଙ୍କ ଲୋକସଂଖ୍ୟା ଅତ୍ୟଧିକ ହାରରେ ବଢ଼ୁଛି ବୋଲି ଅଭିଯୋଗ କରାଯାଉଥିଲା, ସେମାନଙ୍କ କ୍ଷେତ୍ରରେ ମଧ୍ୟ ଗତ ୨୦ ବର୍ଷ ଭିତରେ ହ୍ରାସ ପାଇ ଗର୍ଭଧାରଣ ହାର ୨.୧ରେ ପହଂଚିଯାଇଛି। ଏବେ ବିଶେଷଜ୍ଞମାନଙ୍କ ମତ ହେଉଛି ଯେ ଭାରତର ଲୋକସଂଖ୍ୟା ଯେଉଁ ସ୍ତରରେ ପହଂଚିଛି ଓ ଗର୍ଭଧାରଣ କ୍ଷମତା ଯେପରି ୨ ହାରରେ ପହଂଚିଲାଣି, ସେଥିରେ ଭାରତ ଏହି ଜନସଂଖ୍ୟା ବୃଦ୍ଧିରୁ ବାସ୍ତବରେ ଫାଇଦା ଉଠାଇପାରିବ।

ଚୀନ୍ ଗତ କେତେବର୍ଷ ହେଲା ଏକଶିଶୁ ସ୍ଲୋଗାନରେ ଯେଉଁ ପନ୍ଥା ଆପଣାଇଲା, ସେଥିରେ ଏହାର ଜନସଂଖ୍ୟା ବୃଦ୍ଧି ଉପରେ ରୋକ୍ ଲାଗିବା ସମ୍ଭବ ହୋଇଥିଲେ ମଧ୍ୟ ଦେଶରେ ବୟସ୍କ ଲୋକମାନଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି। ଉନ୍ନତ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ଯୋଗୁ ଚୀନର ଜନସାଧାରଣ ଗୋଟିଏ ଶିଶୁ ସ୍ଲୋଗାନକୁ ଗ୍ରହଣ କରିବା ଫଳରେ ଏବେ ସେମାନଙ୍କ ବୟସ୍କ ଲୋକମାନଙ୍କ ସଂଖ୍ୟା ଅର୍ଥାତ୍ ଯେଉଁମାନଙ୍କ ବୟସ ୬୫ ବର୍ଷରୁ ଊର୍ଦ୍ଧ୍ୱ ସେମାନଙ୍କ ସଂଖ୍ୟା ମୋଟ ଲୋକସଂଖ୍ୟାରେ ଅଧିକ ହେବାରେ ଲାଗିଛି। ଅପରପକ୍ଷରେ ଭାରତ କଠୋର ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ ନକରିବା ସତ୍ତ୍ୱେ ତା’ର ଗର୍ଭଧାରଣ ହାର ୨କୁ କମିବା ଫଳରେ ୨୦୬୩ ବେଳକୁ ଦେଶର ଲୋକସଂଖ୍ୟାରେ ସଂପୂର୍ଣ୍ଣ ସ୍ଥିରତା ଆସିଯିବ। ସେତେବେଳକୁ ହୁଏତ ଦେଶର ଲୋକସଂଖ୍ୟା ୧୬୯.୬ କୋଟି ହୋଇଥିବ ବୋଲି ହିସାବ କରାଯାଉଛି। କିନ୍ତୁ ବର୍ତ୍ତମାନର ଅବସ୍ଥାରେ ଯେହେତୁ ଲୋକସଂଖ୍ୟାରେ ଚୀନକୁ ଭାରତ ଅତିକ୍ରମ କରିଛି, ତାହାର ଏକ ଆନ୍ତର୍ଜାତିକ ପ୍ରଭାବ ରହିଛି। ଚୀନ୍ ଅପେକ୍ଷା ଭାରତ ଏକ ବଡ଼ ବଜାର ହେବାକୁ ଯାଉଛି ବୋଲି ବିଶ୍ୱ ପୁଞ୍ଜିପତିମାନେ ହିସାବ କରିବା ଆରମ୍ଭ କରିଛନ୍ତି।

ବାସ୍ତବିକ ଜନସଂଖ୍ୟା କୌଣସି ଅର୍ଥନୀତି ପାଇଁ ଏକ ବୋଝ ନୁହେଁ। ବାସ୍ତବରେ ଲୋକସଂଖ୍ୟା ଅନୁସାରେ ଦେଶରେ ସବୁ ଦୃଷ୍ଟିରୁ ଯଦି ସମ୍ବଳ ରହିଛି, ତେବେ ଲୋକସଂଖ୍ୟା ଦେଶର ଅର୍ଥନୀତିକୁ ସାହାଯ୍ୟ କରିବ। ସମ୍ବଳ ମାନେ କେବଳ ପ୍ରାକୃତିକ ସମ୍ବଳ ନୁହେଁ। ପରିବର୍ତ୍ତିତ ବିଶ୍ୱରେ କାରିଗରୀ ଜ୍ଞାନର ବିକାଶ ସହିତ ଉତ୍ପାଦନ ବଢ଼ିବା ଓ ତାହାକୁ ବ୍ୟବହାର କରିବାର କ୍ଷମତା ଯଦି ସମାନ ଭାବରେ ଚାଲେ, ତେବେ ଦେଶରେ କିଛି ଅସୁବିଧା ହେବନାହିଁ। ଏବେ ଭାରତରେ ଖାଦ୍ୟାଭାବ ନାହିଁ। କିନ୍ତୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଚୀନ୍ ପରି ଭାରତ ଯଥେଷ୍ଟ ବିନିଯୋଗ କରିପାରି ନାହିଁ। ଏଣୁ ଭାରତର ଶ୍ରମଶକ୍ତିକୁ ଦକ୍ଷ କରାଯାଇନଥିବାରୁ ଦେଶରେ ବହୁ ପରିମାଣରେ ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ହୋଇପାରୁ ନାହିଁ। ସେଥିପାଇଁ ଭାରତ ଏବେ ବିଶ୍ୱର ପଞ୍ଚମ ବଡ଼ ଅର୍ଥନୀତି ହୋଇ ଗର୍ବ ଅନୁଭବ କରୁଥିଲେ ମଧ୍ୟ ମୁଣ୍ଡପିଛା ଆୟରେ ଭାରତ ବିଶ୍ୱର ଅଧିକାଂଶ ବିକାଶଶୀଳ ରାଷ୍ଟ୍ରମାନଙ୍କ ଭିତରେ ବି ପଛରେ ରହିଛି। ଭାରତର ଅର୍ଥନୀତି ଏବେ ୩.୫ ଟ୍ରିଲିୟନ୍ ବା ୩.୫ ଲକ୍ଷ କୋଟି ଅତିକ୍ରମ କରିନଥିବା ଭିତରେ ଚୀନର ଅର୍ଥନୀତି ୧୭ ଟ୍ରିଲିୟନ ଅତିକ୍ରମ କରିଯାଇଛି। ଭାରତରେ କାର୍ଯ୍ୟକ୍ଷମ ମାନବ ସମ୍ବଳ ଯାହାକି ୧୫ରୁ ୬୪ ବର୍ଷ ବୟସ ଭିତରେ ତାହାକୁ ଯଦି ଠିକଣା ଭାବରେ ବିନିଯୋଗ କରାଯାଇପାରିଥାନ୍ତା, ତେବେ ଭାରତର ଅର୍ଥନୀତି ଅଧିକ ଦ୍ରୁତଗତିରେ ବଢ଼ିପାରିଥାନ୍ତା। କିନ୍ତୁ ଭାରତରେ ଏହି ସୁବିଧା ଆସନ୍ତା ୩୫ ବର୍ଷ ପର୍ଯ୍ୟନ୍ତ ରହିବ। ଅର୍ଥାତ୍ ୧୪ ବର୍ଷରୁ କମ୍ ଓ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ନିର୍ଭରଶୀଳ ଲୋକମାନଙ୍କୁ ଛାଡ଼ିଦେଲେ କାର୍ଯ୍ୟକ୍ଷମ ଲୋକମାନଙ୍କ ସଂଖ୍ୟା ଅଧିକ ରହିବ। ବୟସଜନିତ କାରଣରୁ ଜାପାନ୍ ଏପରିକି ଚୀନ୍ ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନଙ୍କ କାର୍ଯ୍ୟକ୍ଷମ ଲୋକମାନଙ୍କ ସଂଖ୍ୟା ମୋଟ ଲୋକସଂଖ୍ୟାରେ ଯଥେଷ୍ଟ କମିଯାଉଛି।

ବାସ୍ତବରେ ଲୋକସଂଖ୍ୟାର ବାସ୍ତବତାକୁ ଅର୍ଥନୀତିର ଲାଭରେ ପରିଣତ କରିବା ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ସରକାରଙ୍କୁ କାମ କରିବାକୁ ପଡ଼ିବ। ପ୍ରଥମଟି ହେଉଛି ଗଭର୍ଣ୍ଣାନ୍ସ। ଦ୍ୱିତୀୟଟି ହେଉଛି ଶିକ୍ଷା। ତୃତୀୟଟି ହେଉଛି ଦକ୍ଷତା। ଚତୁର୍ଥଟି ହେଉଛି ସ୍ୱାସ୍ଥ୍ୟ ଓ ପଞ୍ଚମଟି ହେଉଛି ସମସ୍ତଙ୍କ ପାଇଁ ନିଯୁକ୍ତି। ପ୍ରତ୍ୟେକ କାର୍ଯ୍ୟକ୍ଷମ ଲୋକମାନଙ୍କୁ ଗୁଣାତ୍ମକ ନିଯୁକ୍ତି ଯୋଗାଇବା ପାଇଁ ହେଲେ ଶିକ୍ଷା ଓ ଦକ୍ଷତା ସହିତ ସ୍ୱାସ୍ଥ୍ୟ ଉପରେ ପୂରା ନଜର ଦେବାକୁ ପଡ଼ିବ। ସରକାର ସମସ୍ତ ବ୍ୟୟବରାଦର ଅଧିକାଂଶ ଏହି କ୍ଷେତ୍ର ଉପରେ କରିବା ଉଚିତ୍। ଭାରତରେ କମ୍ ବୟସର କାର୍ଯ୍ୟକ୍ଷମ ଲୋକମାନଙ୍କ ଯୋଗୁ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାରେ ଅଧିକ ବ୍ୟୟ କରିବାକୁ ପଡ଼ିବ ନାହିଁ। କିନ୍ତୁ ଯେଉଁମାନେ ନିର୍ଭରଶୀଳ ଓ ଶିଶୁମାନେ ୧୪ ବର୍ଷ ପହଂଚିବା ପର୍ଯ୍ୟନ୍ତ ସେମାନଙ୍କ ସମସ୍ତ ସ୍ୱାସ୍ଥ୍ୟ ଦାୟିତ୍ୱ ସରକାରଙ୍କୁ ବହନ କରିବାକୁ ପଡ଼ିବ। ତେବେ ଜନସଂଖ୍ୟା ଯୋଗୁ ଦେଶ ଆର୍ଥିକ ଦୃଷ୍ଟିରୁ ଯେଉଁ ଫାଇଦା ପାଇବା କଥା, ତାହା ହାସଲ କରିପାରିବ।

ଭାରତର ଏକ ସୌଭାଗ୍ୟ ଯେ ଭାରତରେ ଜନ୍ମହାର ଏପରି ସ୍ତରରେ ପହଂଚିନାହିଁ ଯେଉଁଠାରେ ନିର୍ଭରଶୀଳ ଲୋକମାନଙ୍କ ସଂଖ୍ୟା ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଇବ। କିନ୍ତୁ ବର୍ତ୍ତମାନ ଜନ୍ମହାର ଯଦି ଆହୁରି କମିଯାଏ, ତେବେ ପରିସ୍ଥିତି ଦେଶ ପାଇଁ ଭଲ ହେବନାହିଁ। କାରଣ ଦେଖାଯାଉଛି, ଯେଉଁ ଦେଶମାନଙ୍କରେ ଜନ୍ମହାର କମିଯିବା ଯୋଗୁ ସରକାରମାନେ ଜନ୍ମହାର ବୃଦ୍ଧି ପାଇଁ ପ୍ରୋତ୍ସାହନ ଦେଉଛନ୍ତି ତାହା ବିଶେଷ ଫଳପ୍ରଦ ହେଉନାହିଁ। କାରଣ ଜନ୍ମହାର କମିଯିବା ପ୍ରକ୍ରିୟା ଏପରି ସ୍ତରକୁ ଯିବା ଉଚିତ୍ ନୁହେଁ, ଯେଉଁଠାରୁ ତାହାକୁ ପୁନର୍ବାର ବଢ଼ାଇବା ସମ୍ଭବ ହେବନାହିଁ। କିନ୍ତୁ ବର୍ତ୍ତମାନ ଅବସ୍ଥାରେ ଭାରତ ଉଭୟ ଉତ୍ପାଦନ ଓ ଖାଉଟି ଦୃଷ୍ଟିରୁ ବିଶ୍ୱର ବଡ଼ ବଜାରରେ ପରିଣତ ହେବାକୁ ଯାଉଛି। ଅଧିକ ଲୋକସଂଖ୍ୟା ଯୋଗୁ କମ୍ ମଜୁରୀରେ ଶ୍ରମିକ ମିଳିବା ଯୋଗୁ ଅନେକ ବିଶ୍ୱ ପୁଞ୍ଜି ଭାରତ ଆଡକୁ ଆକୃଷ୍ଟ ହେବେ। ଭାରତର ଆଇଟି କ୍ଷେତ୍ରରେ ସେଥିଯୋଗୁ ଏକ ବିପ୍ଳବ ସମ୍ଭବ ହେଲା। ଏହା ଅନ୍ୟ କ୍ଷେତ୍ରକୁ ମଧ୍ୟ ସଂପ୍ରସାରିତ ହେବାରେ ସମ୍ଭାବନା ରହିଛି। କିନ୍ତୁ ଜନ୍ମହାର କଦାପି ୧.୮ରୁ କମାଇଦେବା ଦେଶର ଭବିଷ୍ୟତ ଅର୍ଥନୀତି ପାଇଁ ଆଦୌ ସହାୟକ ହେବନାହିଁ। ଯେହେତୁ ଜଳବାୟୁର ଏକ ବିପଦ ବିଶ୍ୱପ୍ରତି ରହିଛି ଏବଂ ପ୍ରାକୃତିକ ସଂପଦ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ, ସେହେତୁ ଶାସନ ପରିଚାଳନା କରୁଥିବା ଲୋକମାନେ ଏ ଦିଗ ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ। ଭାରତ ପରି ଦେଶରେ ପ୍ରାୟ ୮୨ କୋଟି ଲୋକଙ୍କ ପାଇଁ ଜଳସଂକଟ ରହିଛି। ତେଣୁ ଲୋକସଂଖ୍ୟା ନେଇ ଆନନ୍ଦ ପ୍ରକାଶ କରିବା ସମୟରେ ଏହି ଦିଗ ପ୍ରତି ଦୃଷ୍ଟି ନଦେଲେ ଦେଶର ବହୁ ଅଞ୍ଚଳ ମରୁଭୂମିରେ ପରିଣତ ହୋଇଯିବ। ସେହି ବିପଦକୁ କୌଣସି ଦେଶ ସହଜରେ ମୁକାବିଲା କରିପାରିବ ନାହିଁ।

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story