ପରିବେଶଗତ ପ୍ରଦର୍ଶନ ସୂଚକାଙ୍କରେ ଭାରତର ସ୍ଥିତି

ସରଳ କୁମାର ଦାସ ବିଶ୍ୱ ଅର୍ଥନୈତିକ ଫୋରମ ଦ୍ୱାରା ୟେଲ ବିଶ୍ୱବିଦ୍ୟାଳୟ ଓ କଲମ୍ୱିଆ ବିଶ୍ୱବିଦ୍ୟାଳୟ ସହଯୋଗରେ ପ୍ରତି ଦୁଇ ବର୍ଷରେ ଥରେ ପ୍ରକାଶ ପାଉଥିବା ‘ପରିବେଶଗତ ପ୍ରଦର୍ଶନ ସୂଚକାଙ୍କ (ଏନଭାଇରନମେଣ୍ଟାଲ ପରଫର୍ମାନ୍ସ ଇଣ୍ଡେକ୍ସ ବା ଇପିଆଇ)ର ୨୦୨୨ରେ ପ୍ରକାଶିତ ରିପୋର୍ଟରେ ୧୮୦ଟି ଦେଶର ତାଲିକାରେ ଭାରତ ସବା ତଳେ ରହିଛି। ୧୧ଟି ବର୍ଗରେ ସ୍ଥାନିତ ଭିନ୍ନ ଭିନ୍ନ ୪୦ଟି ପ୍ରଦର୍ଶନ ସୂଚକକୁ ବ୍ୟବହାର କରି ଜଳବାୟୁ ପରିବର୍ତ୍ତନର ପ୍ରଶମନ, ପରିବେଶଗତ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ପରିମଣ୍ଡଳୀୟ […]

ENVIRONMENT

ENVIRONMENT

Debendra Prusty
  • Published: Saturday, 29 October 2022
  • Updated: 29 October 2022, 03:32 PM IST
  • ସରଳ କୁମାର ଦାସ

ବିଶ୍ୱ ଅର୍ଥନୈତିକ ଫୋରମ ଦ୍ୱାରା ୟେଲ ବିଶ୍ୱବିଦ୍ୟାଳୟ ଓ କଲମ୍ୱିଆ ବିଶ୍ୱବିଦ୍ୟାଳୟ ସହଯୋଗରେ ପ୍ରତି ଦୁଇ ବର୍ଷରେ ଥରେ ପ୍ରକାଶ ପାଉଥିବା ‘ପରିବେଶଗତ ପ୍ରଦର୍ଶନ ସୂଚକାଙ୍କ (ଏନଭାଇରନମେଣ୍ଟାଲ ପରଫର୍ମାନ୍ସ ଇଣ୍ଡେକ୍ସ ବା ଇପିଆଇ)ର ୨୦୨୨ରେ ପ୍ରକାଶିତ ରିପୋର୍ଟରେ ୧୮୦ଟି ଦେଶର ତାଲିକାରେ ଭାରତ ସବା ତଳେ ରହିଛି। ୧୧ଟି ବର୍ଗରେ ସ୍ଥାନିତ ଭିନ୍ନ ଭିନ୍ନ ୪୦ଟି ପ୍ରଦର୍ଶନ ସୂଚକକୁ ବ୍ୟବହାର କରି ଜଳବାୟୁ ପରିବର୍ତ୍ତନର ପ୍ରଶମନ, ପରିବେଶଗତ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ପରିମଣ୍ଡଳୀୟ ପ୍ରାଣଶକ୍ତିର ବୃଦ୍ଧି (ଇକୋସିଷ୍ଟମ ଭାଇଟାଲିଟି) ଭଳି ତିନୋଟି ଲକ୍ଷ୍ୟ ହାସଲ କରିବା ଲାଗି ବିଭିନ୍ନ ଦେଶ କରିଥିବା ପ୍ରୟାସ ଆଧାରରେ ପ୍ରସ୍ତୁତ ପରିବେଶଗତ ପ୍ରଦର୍ଶନ ସୂଚକାଙ୍କରେ ସବୁ ଦେଶର ସ୍ଥିତି ନିର୍ଦ୍ଧାରଣ କରି ଦେଶଗୁଡିକର ସ୍ଥାନ ନିର୍ଦ୍ଧାରିତ ହୋଇଥାଏ। ସେହି କ୍ରମରେ ଜଳବାୟୁ ପରିବର୍ତ୍ତନ ପ୍ରଶମନ ପାଇଁ ଗୋଟିଏ ବର୍ଗର ୯ଟି ସୂଚକ, ପରିବେଶଗତ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବାୟୁର ଗୁଣବତ୍ତା, ବର୍ଜ୍ୟ ପରିଚାଳନା, ଜଳ ଓ ପରିମଳ ବ୍ୟବସ୍ଥା, ଭାରି ଧାତବ (ହେଭି ମେଟାଲ) ଭଳି ୪ଟି ବର୍ଗର ୧୨ଟି ସୂଚକ ଓ ପରିମଣ୍ଡଳୀୟ ପ୍ରାଣଶକ୍ତି ବୃଦ୍ଧି ପାଇଁ ଜୈବ ବିବିଧତା ଓ ପ୍ରାକୃତିକ ବାସସ୍ଥଳୀ, ପରିମଣ୍ଡଳୀୟ ସେବା, ମତ୍ସ୍ୟ, କୃଷି, ଏସିଡ ବର୍ଷା, ଜଳ ଉତ୍ସ ପରି ୬ଟି ବର୍ଗର ୧୮ଟି ସୂଚକରେ ତଥ୍ୟ ସଂଗ୍ରହ କରି ପ୍ରତ୍ୟେକ ଦେଶର ପ୍ରଦର୍ଶନ ଆଧାରରେ ଅଙ୍କ ପ୍ରଦାନ କରାଯାଇଥାଏ। ଏହି ସୂଚକଗୁଡ଼ିକ ସମସ୍ୟା ସବୁକୁ ଚିହ୍ନଟ କରି ସେଗୁଡିକୁ ନିବାରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ସହାୟକ ହେବା ସହ ସେ ଦିଗରେ ପ୍ରଗତିକୁ ଅନୁଧ୍ୟାନ କରି ପ୍ରତ୍ୟେକ ଦେଶକୁ ନିଜ ପାଇଁ ସର୍ବଶ୍ରେଷ୍ଠ ନୀତି ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥାଏ। ୦ରୁ ୧୦୦ ଅଙ୍କର ମାପକାଠିରେ ପ୍ରସ୍ତୁତ ହେଉଥିବା ଏହି ସୂଚକାଙ୍କରେ ଅଧିକ ଅଙ୍କ ହାସଲ କରୁଥିବା ଦେଶ ଶୀର୍ଷରେ ରହୁଥିବା ବେଳେ କମ ଅଙ୍କ ହାସଲ କରିଥିବା ଦେଶ ତଳେ ରହିଥାଏ। ୭୭.୯ ଅଙ୍କ ସହ ଡେନମାର୍କ ଶୀର୍ଷ ସ୍ଥାନରେ ଥିବା ବେଳେ ଭାରତ ମାତ୍ର ୧୮.୯ ଅଙ୍କ ହାସଲ କରି ସବା ତଳେ ୧୮୦ତମ ସ୍ଥାନରେ ରହିବା ଉଦବେଗଜନକ। ଉଲ୍ଲେଖଯୋଗ୍ୟ ଯେ ୨୦୨୦ରେ ଭାରତ ଏହି ସୂଚକାଙ୍କରେ ୨୭.୬ ଅଙ୍କ ସହ ୧୬୮ତମ ସ୍ଥାନରେ ଥିଲା। ଗତ ୨୦ ବର୍ଷ ଧରି ପ୍ରସ୍ତୁତ ହୋଇ ଆସୁଥିବା ଏହି ସୂଚକାଙ୍କରେ ଏହା ଭାରତର ନିକୃଷ୍ଟତମ ପ୍ରଦର୍ଶନ।

୨୦୩୦ ସୁଦ୍ଧା ହାସଲ ହେବା ପାଇଁ ଧାର୍ଯ୍ୟ ହୋଇଥିବା ସତତ ବିକାଶ ବିକାଶ ଲକ୍ଷ୍ୟ (ଏସଡିଜି)ରେ ପରିବେଶଗତ ସୁରକ୍ଷା ହାସଲ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ତଦନୁଯାୟୀ ସାରା ବିଶ୍ୱକୁ ପରିବେଶଗତ ଅବକ୍ଷୟରୁ ରକ୍ଷା କରିବା ପାଇଁ ବିକାଶର ଏପରି ସମନ୍ୱିତ ଢାଞ୍ଚାମାନ ପ୍ରସ୍ତୁତ କରିବାକୁ ହେବ ଯେଉଁଥିରେ ପରିବେଶର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହ ସାମାଜିକ ଓ ଅର୍ଥନୈତିକ ଲାଭ ମିଳିପାରୁଥିବ। ପରିବେଶ ପ୍ରତି ଆଦୌ କ୍ଷତି ନ ପହଞ୍ଚାଇ ବା ସର୍ବନିମ୍ନ କ୍ଷତି ପହଞ୍ଚାଇ ବିକାଶର ଲକ୍ଷ୍ୟକୁ କିପରି ହାସଲ କରି ହେବ ସେଥି ପ୍ରତି ଗୁରୁତ୍ୱ ଦେବାକୁ ହେବ।

୨୦୨୧ର ‘ଗ୍ଲାସଗୋ ଜଳବାୟୁ ସନ୍ଧି’ ମୁତାବକ ସବୁ ଦେଶ ୨୦୫୦ ସୁଦ୍ଧା ସାରା ବିଶ୍ୱକୁ ଗ୍ରିନହାଉସ ଗ୍ୟାସରୁ ମୁକ୍ତ କରିବା ପାଇଁ ନୀତି ନିର୍ଦ୍ଧାରଣ କରିବାକୁ ସଙ୍କଳ୍ପବଦ୍ଧ। ତଥାପି ସେହି ସମୟ ସୁଦ୍ଧା କେବଳ ଡେନମାର୍କ, ବ୍ରିଟେନ ପରି ଅଳ୍ପ କେତୋଟି ଦେଶ ହିଁ ସେହି ଲକ୍ଷ୍ୟ ହାସଲ କରିପାରିବେ ବୋଲି ଇପିଆଇ ରିପୋର୍ଟରୁ ଜଣାପଡୁଛି। ଅନ୍ୟ ପକ୍ଷରେ ଭାରତ, ଚୀନ, ରୁଷିଆ ପରି ବଡ଼ ବଡ଼ ଦେଶରେ ଗ୍ରିନହାଉସ ଗ୍ୟାସ ନିର୍ଗମନ ହ୍ରାସ ପାଇବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ଲକ୍ଷ୍ୟ ହାସଲର ସମ୍ଭାବନା କ୍ଷୀଣ। ଇପିଆଇର ଆକଳନ ଅନୁଯାୟୀ ବିଭିନ୍ନ ଦେଶର ନୀତି ନିର୍ଦ୍ଧାରକମାନେ ଜଳବାୟୁ ନୀତି ଓ ଗ୍ରିନହାଉସ ଗ୍ୟାସ ନିର୍ଗମନ ସଂକ୍ରାନ୍ତୀୟ ଆଇନର କଡ଼ାକଡ଼ି ଭାବେ ଅନୁପାଳନ ନ କଲେ ୨୦୫୦ ସୁଦ୍ଧା ସାରା ବିଶ୍ୱର ଗ୍ରିନହାଉସ ଗ୍ୟାସ ନିର୍ଗମନର ୫୦ ପ୍ରତିଶତ କେବଳ ଭାରତ, ଆମେରିକା, ଚୀନ ଓ ରୁଷିଆ ଭଳି ୪ଟି ଦେଶରୁ ହେଉଥିବ ଏବଂ ପ୍ରାୟ ୮୦ ପ୍ରତିଶତ ନିର୍ଗମନ ୨୪ଟି ଦେଶରୁ ହେଉଥିବ।୨୦୫୦ ବେଳକୁ ସମୁଦାୟ ବିଶ୍ୱ ନିର୍ଗମନର ୧୧ ପ୍ରତିଶତ ଭାରତରୁ ହୋଇ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଗ୍ରିନହାଉସ ଗ୍ୟାସ ନିର୍ଗମନକାରୀ ଦେଶର ଅପଯଶ ମୁଣ୍ଡାଇବ ବୋଲି ପୂର୍ବାନୁମାନ କରାଯାଉଛି। ତେଣୁ ଏହି ଦେଶମାନଙ୍କରେ ଉପଯୁକ୍ତ ନୀତି ପ୍ରଣୟନ ସହ ସେଗୁଡ଼ିକର କ୍ରିୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ନୀତି ନିର୍ଦ୍ଧାରକମାନଙ୍କର ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ସେହି ଆଇନଗୁଡ଼ିକର ଅନୁପାଳନ ଠିକ ରୂପେ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ଗଣମାଧ୍ୟମ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନାଗରିକ ସମାଜର ଭୂମିକା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମସ୍ତେ ଏ ନେଇ ସଜାଗ ରହିବା ଆବଶ୍ୟକ।

ଭାରତ ଜଳବାୟୁ ପରିବର୍ତ୍ତନ ବର୍ଗରେ ୨୧.୫ ଅଙ୍କ ସହ ୧୬୫ତମ ସ୍ଥାନରେ ରହିଛି। ଏହି ବର୍ଗରେ ୯୨.୪ ଅଙ୍କ ସହ ଡେନମାର୍କ ଶୀର୍ଷରେ ଅଛି। ପରିବେଶଗତ ସ୍ୱାସ୍ଥ୍ୟ ବର୍ଗରେ ୧୨.୫ ଅଙ୍କ ସହ ଭାରତ ୧୭୮ତମ ସ୍ଥାନରେ ରହିଛି। ଏହି ବର୍ଗରେ ୯୪.୭ ଅଙ୍କ ସହ ଆଇସଲାଣ୍ଡ ଶୀର୍ଷରେ ରହିଛି। ପରିମଣ୍ଡଳୀୟ ପ୍ରାଣଶକ୍ତି ବୃଦ୍ଧି ବର୍ଗରେ ୧୯.୩ ଅଙ୍କ ସହ ଭାରତ ୧୭୮ତମ ସ୍ଥାନରେ ରହିଛି। ଏହି ବର୍ଗରେ ୭୩.୯ ଅଙ୍କ ସହ ଶୀର୍ଷ ସ୍ଥାନ ଦଖଲ କରିଛି ଅଷ୍ଟ୍ରିଆ। ଅର୍ଥାତ୍, ଇପିଆଇରେ ଥିବା ତିନୋଟି ଯାକ ବର୍ଗରେ ଭାରତର ପ୍ରଦର୍ଶନ ବେଶ ନିରାଶାଜନକ। କେତୋଟି ପ୍ରମୁଖ ସୂଚକରେ ଭାରତର ସ୍ଥାନ ନିମ୍ନ ପ୍ରକାରେ ରହିଛି। ବାୟୁର ମାନ – ୧୭୮, ଜଳବାୟୁ ନୀତି – ୧୬୫ ଓ ବର୍ଜ୍ୟ ପରିଚାଳନା – ୧୫୧। କେବଳ କୃଷି ସୂଚକରେ ୭୦ତମ ସ୍ଥାନରେ ରହିବା କୌଣସି ସୂଚକରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ବୋଲି କୁହାଯାଇପାରେ।

ଇପିଆଇରେ ଶୀର୍ଷ ସ୍ଥାନରେ ଥିବା ଡେନମାର୍କର ପ୍ରଦର୍ଶନ ପ୍ରତିଟି ସୂଚକରେ ଉନ୍ନତ ହୋଇଛି। ଏହାର ମୂଳ କାରଣ ହେଉଛି ଯେ ଡେନମାର୍କ ୨୦୩୦ ସୁଦ୍ଧା ତା’ର ନିର୍ଗମନ ସ୍ତରକୁ ୧୯୯୦ ତୁଳନାରେ ୭୦ ପ୍ରତିଶତ ହ୍ରାସ କରିବାକୁ ଏକ ଜାତୀୟ ଲକ୍ଷ୍ୟ ଭାବେ ଘୋଷଣା କରିଛି। ସେଥିପାଇଁ ଏହା ଏକ ବିସ୍ତାରିତ ନୀତିର ଅନୁସରଣ କରି କାର୍ଯ୍ୟ କରୁଛି। ୧୯୯୨ରୁ ଏହା ଏକ କାର୍ବନ ଟିକସର ପ୍ରଚଳନ କରିଛି। ନିକଟରେ ସେଠାରେ ଗ୍ରିନହାଉସ ଗ୍ୟାସ ଟିକସ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି, ଯେଉଁଥିରେ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଟନ ପ୍ରତି ୨୪ ୟୁରୋ ଦେବାକୁ ହେଉଛି। ଫଳରେ ୨୦୫୦ ସୁଦ୍ଧା ଗ୍ରିନହାଉସ ଗ୍ୟାସ ନିର୍ଗମନ ସ୍ତରକୁ ଶୂନ ପ୍ରତିଶତ କରିବାକୁ ସମର୍ଥ ହେଉଥିବା ବିଶ୍ୱର ହାତଗଣତି ଦେଶଙ୍କ ମଧ୍ୟରେ ଡେନମାର୍କ ଅନ୍ୟତମ ଦେଶ ହେବ। ବସ୍ତୁତଃ ଉନ୍ନତ ପ୍ରଦର୍ଶନକାରୀ ଦେଶଗୁଡିକ ଉନ୍ନତ ନୀତି ପ୍ରଣୟନ କରି ସେଗୁଡ଼ିକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଲାଗି ପ୍ରୟାସ କରିଛନ୍ତି। ଉଦାହରଣ ସ୍ୱରୂପ ବ୍ରିଟେନ କୋଇଲା ବଦଳରେ ପ୍ରାକୃତିକ ଗ୍ୟାସ ବ୍ୟବହାର କରିବାକୁ ନୀତିଗତ ନିଷ୍ପତ୍ତି ନେବା ପରେ ସେଠାରେ ଗ୍ରିନହାଉସ ଗ୍ୟାସ ନିର୍ଗମନ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଅନ୍ୟ ପକ୍ଷରେ ସୂଚକାଙ୍କର ସବା ତଳେ ଥିବା ଭାରତ ଭଳି ଦେଶଗୁଡିକ ସତତ (ସସଟେନେବଲ୍) ବିକାଶ ତୁଳନାରେ ଅର୍ଥନୈତିକ ବିକାଶକୁ ଅଗ୍ରାଧିକାର ଦେଉଥିବାରୁ ପରିବେଶଗତ ପ୍ରତିବଦ୍ଧତା ଆଉ ସୁଦୃଢ଼ ନ ରହି କୋହଳ ହୋଇଯାଉଛି। ଫଳରେ ଭାରତରେ ଗ୍ରିନହାଉସ ଗ୍ୟାସ ନିର୍ଗମନର ସ୍ତରକୁ କମ କରିବା ପାଇଁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉଥିବାର ଅନୁଭୂତ ହେଉନାହିଁ। ତେଣୁ ବାୟୁର ମାନ ବିପଜ୍ଜନକ ଭାବେ ନିମ୍ନସ୍ତରକୁ ଖସି ଆସିଛି ଓ ଏହା ବିଶ୍ୱର ସର୍ବନିମ୍ନ ସ୍ଥାନରେ ଥିବା ୫ଟି ଦେଶ ମଧ୍ୟରେ ରହିଛି। ଭାରତର ଅଧିକାଂଶ ସହରର ବାୟୁ ଏତେ ମାତ୍ରାରେ ପ୍ରଦୂଷିତ ଯେ ୨୦୨୪ ସୁଦ୍ଧା ବାୟୁର ମାନ ୨୦ରୁ ୩୦ ପ୍ରତିଶତ ସୁଧାରିବା ପାଇଁ ଭାରତ ସରକାର ସର୍ବାଧିକ କ୍ଷତିଗ୍ରସ୍ତ ୧୨୨ଟି ସହରରେ ‘ଜାତୀୟ ସ୍ୱଚ୍ଛ ପବନ କାର୍ଯ୍ୟକ୍ରମ’ କାର୍ଯ୍ୟକାରୀ କରୁଛନ୍ତି। ସାରା ବିଶ୍ୱରେ ୯୯ ପ୍ରତିଶତ ଲୋକ ନିଃଶ୍ୱାସ ନେବା ଲାଗି ଅସୁରକ୍ଷିତ ପବନକୁ ବ୍ୟବହାର କରୁଛନ୍ତି ଓ ନିମ୍ନ ମାନର ବାୟୁ ପାଇଁ ବାର୍ଷିକ ପ୍ରାୟ ୬୦ ଲକ୍ଷ ଲୋକଙ୍କର ଅକାଳରେ ଜୀବନହାନି ହେଉଛି। ଅର୍ଥାତ୍, ଏହି କାରଣରୁ ଭବିଷ୍ୟତରେ ଅଧିକ ସଂଖ୍ୟକ ଭାରତୀୟ ଅକାଳ ମୃତ୍ୟୁର ଶିକାର ହେବାର ଆଶଙ୍କା ବୃଦ୍ଧି ପାଇବ।

କୋଭିଡ କାଳରେ ବାୟୁରେ ହାନିକାରକ ନାଇଟ୍ରୋଜେନ ଅକ୍ସାଇଡର ସ୍ତର ପ୍ରାୟ ୬୦ ପ୍ରତିଶତ ହ୍ରାସ ପାଇଥିଲେ ବି ଲାଗୁ ହୋଇଥିବା କଟକଣା କୋହଳ ହେବା ପରେ ଆର୍ଥିକ ଗତିବିଧି ସାମାନ୍ୟ ହୋଇ ତାହା ପୁଣି ପ୍ରାକ୍-କୋଭିଡ ସ୍ତରକୁ ଫେରି ଆସିଲାଣି। ଅନ୍ୟ ପକ୍ଷରେ କୋଭିଡ ସମୟରେ ସ୍ୱାସ୍ଥ୍ୟଗତ ସୁରକ୍ଷା କାରଣରୁ ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିମାଣ ପ୍ରାୟ ୮୦ ଲକ୍ଷ ଟନ ହୋଇଗଲା। ତନ୍ମଧ୍ୟରୁ ପ୍ରାୟ ୨୫ ହଜାର ଟନ ପ୍ଲାଷ୍ଟିକ ବର୍ଜ୍ୟ ସମୁଦ୍ର ଜଳକୁ ପ୍ରବେଶ କରିସାରିଛି। କୋଭିଡ ଯୋଗୁଁ ଉତ୍ପନ୍ନ ହୋଇଥିବା ବର୍ଦ୍ଧିତ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନାର ନୂତନ ଆହ୍ୱାନ ନୀତି ନିର୍ଦ୍ଧାରକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କୋଭିଡ ସମୟରେ ୨୦୨୦ରେ ଗ୍ରିନହାଉସ ଗ୍ୟାସ ନିର୍ଗମନ ରେକର୍ଡ ନିମ୍ନସ୍ତରରେ ପହଞ୍ଚିବା ପରେ ୨୦୨୧ରେ ତାହା ପୁଣି ପ୍ରାକ୍-କୋଭିଡ ସ୍ତରକୁ ପ୍ରତ୍ୟାବର୍ତ୍ତନ କରିବା ଉଦବେଗଜନକ। ତେବେ ଆମେରିକା ଓ ୟୁରୋପୀୟ ୟୁନିଅନ ଦେଶମାନଙ୍କରେ ତାହା ୨୦୧୯ ସ୍ତରଠାରୁ କମ ଥିବା ବେଳେ ଚୀନ ଓ ଭାରତ ଭଳି ବଡ଼ ଦେଶରେ ତାହା ଯଥାକ୍ରମେ 5୫.୫ ଓ ୪.୪ ପ୍ରତିଶତ ଅଧିକ ହେବା ବାସ୍ତବିକ ଚିନ୍ତାର କାରଣ।

ଭାରତ ନିଜ ପାଇଁ ୨୦୭୦ ସୁଦ୍ଧା ଶୁନ୍ୟ-ନିର୍ଗମନର ଲକ୍ଷ୍ୟ ଧାର୍ଯ୍ୟ କରିଛି। କୋଇଲା ଉପରେ ଅତ୍ୟଧିକ ନିର୍ଭରଶୀଳତା ଓ ଆବଶ୍ୟକ ପୁଞ୍ଜିର ଅଭାବ ଯୋଗୁଁ ଭାରତ ପକ୍ଷରେ ଏହି ଲକ୍ଷ୍ୟ ହାସଲ କରିବା ସହଜ ହେବନାହିଁ। କାରଣ ଭାରତ ଏହାର ଶକ୍ତି ଆବଶ୍ୟକତାର ପ୍ରାୟ ୭୦ ପ୍ରତିଶତ କୋଇଲା, ପେଟ୍ରୋଲ ଜାତ ଦ୍ରବ୍ୟ ଭଳି ଜୀବାସ୍ମ (ଫସିଲ) ଇନ୍ଧନ ମାଧ୍ୟମରେ ପୂରଣ କରିଥାଏ। ଭାରତକୁ ୨୦୭୦ ସୁଦ୍ଧା ଶୂନ୍ୟ ନିର୍ଗମନ (ଜିରୋ ଏମିସନ) ଲକ୍ଷ୍ୟ ହାସଲ କରିବାକୁ ହେଲେ ଯଥାଶୀଘ୍ର ଜୀବାସ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ ଯଥେଷ୍ଟ ହ୍ରାସ କରି ଅକ୍ଷୟ ଶକ୍ତିର ବ୍ୟବହାରକୁ ବହୁ ଗୁଣ କରିବାକୁ ହେବ। ୨୦୩୦ ସୁଦ୍ଧା ଭାରତ ଅଧିକ ପରିମାଣରେ ପରିଚ୍ଛନ୍ନ ଶକ୍ତି ପାଇବା ପାଇଁ ଅଣପାରମ୍ପରିକ ଉତ୍ସରୁ ୫୦୦ ଗିଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେଥିପାଇଁ ୨୦୩୦ ପର୍ଯ୍ୟନ୍ତ ବାର୍ଷିକ ପ୍ରାୟ ୧.୫ରୁ ୨ ଲକ୍ଷ କୋଟି ଟଙ୍କା ନିବେଶର ଆବଶ୍ୟକତା ରହିଛି। ହେଲେ ବର୍ତ୍ତମାନ ବାର୍ଷିକ ମାତ୍ର ୭୫ ହଜାର କୋଟି ଟଙ୍କା ନିବେଶ କରାଯାଇପାରୁଛି। ଅନ୍ୟ ପକ୍ଷରେ ଜୀବାସ୍ମ ଇନ୍ଧନର ଉତ୍ପାଦନ ଓ ବ୍ୟବହାରରୁ ରାଜକୋଷକୁ ସମଗ୍ର ଆୟର ପ୍ରାୟ ୧୮ ପ୍ରତିଶତ ମିଳିଥାଏ। ତେଣୁ ଜୀବାସ୍ମ ଇନ୍ଧନର ପରିହାର ସହିତ ଦେଶକୁ ଅନୁରୂପ ପରିମାଣର ଆୟ ମଧ୍ୟ ହରାଇବାକୁ ହେବ। ଉଭୟ ଆୟ ହ୍ରାସ ଓ ବ୍ୟୟ ବୃଦ୍ଧି ଯୋଗୁଁ ରାଜକୋଷ ଉପରେ ଅତ୍ୟଧିକ ବୋଝ ପଡ଼ିବାକୁ ଯାଉଥିବାରୁ ଜୀବାସ୍ମ ଇନ୍ଧନର ପରିହାର ଓ ଅକ୍ଷୟ ଶକ୍ତିରେ ନିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ମଧ୍ୟ ଆବଶ୍ୟକତା ରହିଛି। ବିଡ଼ମ୍ୱନା ଏହି ଯେ ଭାରତ ଆର୍ଥିକ ଦୃଷ୍ଟିରୁ ଯେତିକି ସମୃଦ୍ଧ ହେଉଥିବ ଭାରତୀୟଙ୍କ ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧି ପାଇ ସେମାନଙ୍କ ଶକ୍ତି ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବ, ଯାହା ପରିବେଶଗତ ସୁରକ୍ଷା ପ୍ରତି ମଧ୍ୟ ନୂଆ ନୂଆ ଆହ୍ୱାନ ସୃଷ୍ଟି କରିବ। ତେଣୁ ଶକ୍ତି ଅପଚୟକୁ ରୋକିବା ପାଇଁ ଜନସାଧାରଣଙ୍କ ସହଯୋଗର ଆବଶ୍ୟକତା ଜରୁରୀ ହୋଇପଡ଼ିବ। ଏଭଳି ସ୍ଥିତିର ସମ୍ମୁଖୀନ ହେବା ପାଇଁ ଏକ ଦୃଢ଼ ଏବଂ ପ୍ରଭାବୀ ନୀତିର ରୂପରେଖ ପ୍ରସ୍ତୁତ ହେବା ଆବଶ୍ୟକ ଯେଉଁଥିରେ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବା ଲାଗି ଆନ୍ତରିକତା ପ୍ରଦର୍ଶିତ ହେବା ଉଚିତ। ଏଥି ସହିତ ପରିବେଶ ସୁରକ୍ଷା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲେ ହୁଏତ ଭବିଷ୍ୟତରେ ପରିବେଶଗତ ପ୍ରଦର୍ଶନ ସୂଚକାଙ୍କରେ ଭାରତର ସ୍ଥିତି ଉନ୍ନତ ହେବା ସହ ଭାରତ ସ୍ୱଚ୍ଛନ୍ଦରେ ଶୂନ୍ୟ-ନିର୍ଗମନ ଲକ୍ଷ୍ୟ ହାସଲର ନିକଟତର ହୋଇପାରିବ।

ଭୁବନେଶ୍ଵର, ମୋ- ୯୪୩୭୦୩୮୦୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story