ଅସହିଷ୍ଣୁତାର ବାତାବରଣରେ କୁନାଲ କାମରାଙ୍କ ବ୍ୟଙ୍ଗ

ପ୍ରଥମ ପ୍ରଧାନମନ୍ତ୍ରୀ କଂଗ୍ରେସର ପଣ୍ଡିତ ଜବାହର୍‌ଲାଲ୍ ନେହେରୁ ହୁଅନ୍ତୁ ବା ବିଜେପି ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ହୁଅନ୍ତୁ, ସେମାନେ ସମାଲୋଚକମାନଙ୍କୁ ସିଧାସଳଖ ନିନ୍ଦା କରିବା ବା ସେମାନଙ୍କ ବିରୋଧରେ ଅସହିଷ୍ଣୁତାର ବାତାବରଣ ସୃଷ୍ଟି କରିବାରେ କେବେ ବି ଏକମତ ହୋଇନାହାନ୍ତି।

Kunal Kamra

Kunal Kamra

Debendra Prusty
  • Published: Wednesday, 26 March 2025
  • Updated: 26 March 2025, 05:17 PM IST

Sports

Latest News

ରବି ଦାସ

ଭାରତୀୟ ସମ୍ବିଧାନରେ ମତପ୍ରକାଶ କରିବା ଏକ ମୌଳିକ ଅଧିକାର ଭାବରେ ସ୍ୱୀକୃତ ହୋଇଛି। ଏହି ମୌଳିକ ଅଧିକାର ଉପରେ ଦେଶର ନିରାପତ୍ତା ଓ ସମାଜର ସ୍ୱାର୍ଥ ପାଇଁ ଆଇନସିଦ୍ଧ ଭାବରେ ନିୟନ୍ତ୍ରଣ କରିବା ପାଇଁ ରାଷ୍ଟ୍ରକୁ କ୍ଷମତା ଦିଆଯାଇଛି। ମତ ପ୍ରକାଶ କରିବାର ଅଧିକାର ଏପରି ଏକ ମୌଳିକ ଅଧିକାର ଯାହା ବିନା ଗଣତନ୍ତ୍ର ଅସମ୍ଭବ। ଦେଶର ପ୍ରତ୍ୟେକ ନାଗରିକର ସରକାରଙ୍କୁ, ନେତାଙ୍କୁ ଓ ବ୍ୟବସ୍ଥାକୁ ସମାଲୋଚନା କରିବା ଓ ମତପ୍ରକାଶ କରିବା ପାଇଁ ସ୍ୱାଧୀନତା ଦିଆଯାଇଛି। ଏହି ଅଧିକାରକୁ ଦମନ କରାଗଲେ ତାହାର ପରିଣତି କ’ଣ ହୋଇପାରେ ତାହା ଜରୁରୀ ପରିସ୍ଥିତି ସମୟରେ ସମସ୍ତେ ଉପଲବ୍ଧି କରିଛନ୍ତି। ମତ ପ୍ରକାଶର ସ୍ୱାଧୀନତା ବିନା ଗଣତନ୍ତ୍ର କଥା ଚିନ୍ତା କରାଯାଇନପାରେ।

ଏହି ଅଧିକାର ବଳରେ ସାମ୍ବାଦିକମାନଙ୍କର ସ୍ୱାଧୀନତା ସୁରକ୍ଷିତ ଅଛି। ଏହି ଅଧିକାର ବଳରେ କବି, ଲେଖକ, ସାହିତ୍ୟିକ, ବ୍ୟଙ୍ଗକାର, ଅଭିନେତା, ଅଭିନେତ୍ରୀ ଓ ଗୀତିକାର ପ୍ରଭୃତିଙ୍କର ସ୍ୱାଧୀନତା ସୁରକ୍ଷିତ ରହିଛି। ଏହି ଅଧିକାର ବଳରେ ଦେଶର ନିରାପତ୍ତା ଓ ବ୍ୟକ୍ତିର ମାନହାନୀ ବା କୌଣସି ଧର୍ମ ବା ଜାତିର ସମ୍ମାନହାନୀ କଲେ ସେଥିପାଇଁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରିବାର ବ୍ୟବସ୍ଥା ଅଛି। ମୌଳିକ କଥା ହେଉଛି ବା ରାଷ୍ଟ୍ରର ଦାୟିତ୍ୱ ହେଉଛି, ମତପ୍ରକାଶର ସ୍ୱାଧୀନତାକୁ ସୁରକ୍ଷିତ କରିବା। ସେଥିପାଇଁ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ସବୁ ଶ୍ରେଣୀର ଲୋକ ସହନଶୀଳତା ରକ୍ଷା କରି ମତପ୍ରକାଶ ଅଧିକାରର ଅପବ୍ୟବହାର କରୁଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ସମୟରେ ଏପରି ବାତାବରଣ କରିବା ଉଚିତ୍ ନୁହେଁ ଯେଉଁଠାରେ ଭିନ୍ନ ମତାଲମ୍ବୀଙ୍କ ବିରୋଧରେ ଏକ ଭୟର ବାତାବରଣ ସୃଷ୍ଟି ହେବ।

ଏବେ ଭିନ୍ନମତଧାରୀ ବ୍ୟକ୍ତି ବା ସଂସ୍ଥା ବିରୋଧରେ ଭିଡ଼ ହିଂସା ବଢ଼ି ବଢ଼ି ଚାଲିଛି। ଏଥିଯୋଗୁ ଭାରତରେ ଗତ କିଛି ବର୍ଷ ହେଲା ଅସହିଷ୍ଣୁତାର ବାତାବରଣ ସବୁ କ୍ଷେତ୍ରରେ ଘନେଇବାରେ ଲାଗିଛି। ସର୍ବୋଚ୍ଚ ସ୍ତରର ନେତାମାନେ ଏ ଦିଗରେ ଯେଉଁ ଆଦର୍ଶ ସୃଷ୍ଟି କରିବା କଥା ତାହା ଭୁଲିଗଲେଣି। ପ୍ରଥମ ପ୍ରଧାନମନ୍ତ୍ରୀ କଂଗ୍ରେସର ପଣ୍ଡିତ ଜବାହର୍‌ଲାଲ୍ ନେହେରୁ ହୁଅନ୍ତୁ ବା ବିଜେପି ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ହୁଅନ୍ତୁ, ସେମାନେ ସମାଲୋଚକମାନଙ୍କୁ ସିଧାସଳଖ ନିନ୍ଦା କରିବା ବା ସେମାନଙ୍କ ବିରୋଧରେ ଅସହିଷ୍ଣୁତାର ବାତାବରଣ ସୃଷ୍ଟି କରିବାରେ କେବେ ବି ଏକମତ ହୋଇନାହାନ୍ତି। ସେମାନଙ୍କ ସମୟରେ ସମ୍ବାଦପତ୍ରମାନଙ୍କର ସମାଲୋଚନା ସହିତ ବଡ଼ ବଡ଼ ବ୍ୟଙ୍ଗକାରମାନେ ଦେଶର ଓ ସମାଜ ବ୍ୟବସ୍ଥାର ଯେଉଁଗୁଡ଼ିକ ଗ୍ରହଣୀୟ ନୁହେଁ ସେଗୁଡ଼ିକ ଉପରେ ଲେଖା ଜରିଆରେ ବା କାର୍ଟୁନ୍ ଜରିଆରେ ସ୍ୱାଧୀନ ବକ୍ତବ୍ୟ ପ୍ରଦାନ କରି ଆସୁଥିଲେ। ଜାତୀୟ ସ୍ତରରେ ସମ୍ବାଦପତ୍ର ମାନଙ୍କରେ କାର୍ଟୁନ୍ ଏକ ମୁଖ୍ୟ ଆକର୍ଷଣ ଭାବରେ କାମ କରୁଥିଲା। ଓଡ଼ିଶାରେ ଗୋଦାବରୀଶଙ୍କ ନିଆଁଖୁଣ୍ଟା ଯେଉଁମାନେ ଦେଖିଛନ୍ତି ବା ପଢ଼ିଛନ୍ତି ସେମାନେ ସେଥିରେ କି ଧରଣର ବ୍ୟଙ୍ଗ ସର୍ବୋଚ୍ଚ ଅଧିକାରୀମାନଙ୍କ ବିଷୟରେ ପ୍ରକାଶ ପାଉଥିଲା ତାହା ନିଶ୍ଚିତ ଲକ୍ଷ୍ୟ କରିଥିବେ।

ଏବେ ଟେଲିଭିଜନ୍ ସାମ୍ବାଦିକତା ପରେ ଅନେକ ଚ୍ୟାନେଲ୍‌ରେ ବ୍ୟଙ୍ଗକାରମାନେ ସମାଲୋଚନା ମାଧ୍ୟମରେ ସାଧାରଣ ଲୋକମାନଙ୍କର ଦୃଷ୍ଟି ବିଭିନ୍ନ ବିଷୟରେ ଆକର୍ଷଣ କରୁଛନ୍ତି। ଓଡ଼ିଶାରେ ଓଟିଭି ପକ୍ଷରୁ ‘ଦ ଗ୍ରେଟ୍ ଓଡ଼ିଶା ପଲିଟିକାଲ୍ ସର୍କସ’ ନାମରେ ବ୍ୟଙ୍ଗଭରା କାହାଣୀଗୁଡ଼ିକ ନାଟକ ଭାବରେ ଉପସ୍ଥାପିତ କରାଯାଉଛି। ଏଥିରେ ବିଭିନ୍ନ ଦଳ ଓ ନେତାମାନଙ୍କର ନାମ ଉଲ୍ଲେଖ ନକରି ଯେଉଁସବୁ ବ୍ୟଙ୍ଗ ପ୍ରକାଶ ପାଉଛି ତାହାକୁ ଜନସାଧାରଣ ବେଶ୍ ପସନ୍ଦ କରୁଛନ୍ତି। କିନ୍ତୁ ଯିଏ ଏହାଦ୍ୱାରା କ୍ଷତିଗ୍ରସ୍ତ ହେଲେ ମଧ୍ୟ ଓଟିଭିର ଏହି କାର୍ଯ୍ୟକ୍ରମ ବିରୋଧରେ କୌଣସି ଠାରେ ଭିଡ଼ ହିଂସା ହୋଇନାହିଁ।

ଗତ କିଛିଦିନ ତଳେ ମହାରାଷ୍ଟ୍ରରେ ଦେଶର ଜଣେ ପ୍ରସିଦ୍ଧ ବ୍ୟଙ୍ଗକାର କୁନାଲ୍ କାମ୍‌ରାଙ୍କ ଗୋଟିଏ ସୋ’ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍ କରିବା ପରେ ଏହି ପ୍ରସାରଣ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି କୁହାଯାଉଥିବା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଶିବସେନାର ସମର୍ଥକମାନେ ଏହି କାର୍ଯ୍ୟକ୍ରମଟି ସୁଟିଂ ହେଉଥିବା ଷ୍ଟୁଡିଓ ଉପରେ ଆକ୍ରମଣ କରି ସେମାନଙ୍କର ଅନେକ ଯନ୍ତ୍ରପାତି ଓ ସମ୍ପତି ନଷ୍ଟ କରିଦେଇଛନ୍ତି। କୁନାଲ୍ କାମ୍‌ରାଙ୍କ ବିରୋଧରେ ମାନହାନୀ ଓ ଅପରାଧିକ ମାମଲା ଦାୟର କରାଯାଇଥିବା ସମୟରେ ମ୍ୟୁନିସ୍‌ପାଲ୍ ପ୍ରଶାସନ ମନ୍ତ୍ରୀ ଭାବରେ ସିନ୍ଧେଙ୍କ ହାତରେ ଥିବାରୁ ‘ବମ୍ବେ ମୁନିସ୍‌ପାଲ୍ କର୍ପୋରେସନ୍‌’ ପକ୍ଷରୁ ସଂପୃକ୍ତ ଷ୍ଟୁଡିଓର ବହୁ ଅଂଶକୁ ଭାଙ୍ଗି ଦିଆଯାଇଛି। ଯଦିଓ ସରକାର ବା ମ୍ୟୁନିସ୍‌ପାଲ୍ କର୍ପୋରେସନ୍ ଏପରି ଭାବରେ କୌଣସି ଘର ବା ପ୍ରତିଷ୍ଠାନକୁ ଭାଙ୍ଗିବା ପୂର୍ବରୁ ୧୫ ଦିନିଆ ନୋଟିସ୍ ସହିତ କ’ଣ କ’ଣ ପଦକ୍ଷେପ ନେବାକୁ ପଡ଼ିବ ସେ ସଂକ୍ରାନ୍ତରେ ସୁପ୍ରିମ୍‌ କୋର୍ଟ ଗତ ନଭେମ୍ବର ମାସରେ ଉତ୍ତର ପ୍ରଦେଶ ଘଟଣାର ବିଚାର କରି ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ସୁପ୍ରିମ୍‌ କୋର୍ଟର ମାର୍ଗ ଦର୍ଶିକାକୁ ଦେଖିଲେ ବିଏମ୍‌ସିର କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ବେଆଇନ ଓ ଅଦାଲତର ଅବମାନନା ବୋଲି ବିଚାର କରାଯିବ।

ମହାରାଷ୍ଟ୍ର ସରକାର ଯେଉଁ ଶିବସେନା କର୍ମୀମାନେ ପ୍ରଥମେ ଷ୍ଟୁଡ଼ିଓ ଉପରେ ଆକ୍ରମଣ କରି କ୍ଷତି ଘଟାଇଥିଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଯଦିଓ ଏହି ଅପରାଧିମାନେ ସଙ୍ଗେ ସଙ୍ଗେ ଅଦାଲତରୁ ଜାମିନ ପାଇଛନ୍ତି, ହେଲେ ବିଏମ୍‌ସି ଯେଉଁ ଅଦାଲତ ଅବମାନନା କରିଛି ତାହା ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସୁପ୍ରିମ୍‌ କୋର୍ଟ ଏହା ଉପରେ କି ପଦକ୍ଷେପ ନେବେ ତାହାକୁ ଅପେକ୍ଷା କରାଯାଇଛି। କିନ୍ତୁ ଏହି ଘଟଣାରେ ବମ୍ବେ ପୁଲିସ୍ ଭାରତୀୟ ନ୍ୟାୟସଂହିତା ଅନୁସାରେ ଶତ୍ରୁତା ବୃଦ୍ଧି କରିବା, ସାଧାରଣରେ ଗଣ୍ଡଗୋଳ ପରିସ୍ଥିତି ଆଣିବା ସହିତ ମାନହାନୀ ମକଦ୍ଦମା ମଧ୍ୟ କରିଛନ୍ତି। ଯଦିଓ ମାନହାଦୀ ମକଦ୍ଦମା କେବଳ ଯାହାର ମାନହାନୀ ଘଟିଛି ସେ ହିଁ କରିବା କଥା। ଏଥିରେ କୁନାଲ୍ କାମ୍‌ରା ସିଧାସଳଖ ଭାବରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ନାମ ଉଲ୍ଲେଖ ନକରି ବଲିଉଡ୍ ଚଳଚ୍ଚିତ୍ରର ଏକ ସଂଗୀତ ଆଧାରରେ ତାଙ୍କୁ ଗଦ୍ଦାର୍ ବୋଲି ଆକ୍ଷେପ କରିଛନ୍ତି। ଏହି ସୋ’ରେ ଅନୀଲ୍ ଅମ୍ବାନୀଙ୍କ ପୁତ୍ର ଅନନ୍ତ ଅମ୍ବାନୀଙ୍କ ଓଜନ ଓ ବାହାଘର ନେଇ ଅନେକ ବ୍ୟଙ୍ଗ କଥା ମଧ୍ୟ କୁହାଯାଇଛି। ଏପରିକି ଏହି ସୋ’ ଜରିଆରେ ସିବିଆଇ, ଇଡି ପ୍ରଭୃତି ସଂସ୍ଥାଙ୍କୁ ମଧ୍ୟ ପରୋକ୍ଷରେ ସଂଗୀତ ଜରିଆରେ ସମାଲୋଚନା କରାଯାଇଛି।

ହେଲେ ଏହି ଘଟଣାରେ ଶିବସେନା ପକ୍ଷରୁ ଯେଉଁ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ ଯେପରି ଭାବରେ ସୋ’ଟି ସୁଟିଂ ହୋଇଥିବା ଷ୍ଟୁଡିଓ ଭଙ୍ଗାଯାଇଛି ଓ ସର୍ବୋପରି ବମ୍ବେ ମୁନିସ୍‌ପାଲ୍ କର୍ପୋରେସନ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ତାହା ସାରାଦେଶରେ ଏନେଇ ଚର୍ଚ୍ଚା ବଢ଼ାଇ ଦେଇଛି। ଯଦିଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବରେ ସିନ୍ଧେଙ୍କ ପ୍ରତିକ୍ରିୟା ଯଥାର୍ଥ ବୋଲି କହିଛନ୍ତି ଓ କୁନାଲ୍ କାମ୍‌ରା କ୍ଷମାଭିକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ତା’ ସତ୍ତ୍ୱେ କୁନାଲ୍ କ୍ଷମା ମାଗିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଅପରପକ୍ଷରେ ପୋଲିସ୍ ତାଙ୍କ ବିରୋଧରେ କରୁଥିବା ତଦନ୍ତରେ ସେ ସହାୟତା କରିବେ ବୋଲି ଜଣାଇଛନ୍ତି।

କେବଳ ବମ୍ବେ ସହରରେ ଘଟିଥିବା ଏହି ଷ୍ଟୁଡିଓ ଭଙ୍ଗା ଦୃଶ୍ୟ ବ୍ୟତୀତ ନାଗପୁର ସହରରେ ଯେଉଁଠାରେ ନିକଟରେ ଔରଙ୍ଗଜେବକୁ କେନ୍ଦ୍ର କରି ଏକ ଦଙ୍ଗା ସ୍ଥିତି ହୋଇଥିଲା, ସେଠାରେ ନାଗପୁର ପୌରସଂସ୍ଥା ଦଙ୍ଗାରେ ମୁଖ୍ୟ ଭୂମିକା ନେଇଥିବା ଦୁଇ ଜଣ ବ୍ୟକ୍ତିଙ୍କ ଘରକୁ ବୁଲ୍‌ଡୋଜର୍ ସାହାଯ୍ୟରେ ଭାଙ୍ଗି ଦେଇଛନ୍ତି। ଏ କ୍ଷେତ୍ରରେ ସିଧାସଳଖ ସୁପ୍ରିମ୍‌ କୋର୍ଟ ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ କରାଯାଇଥିବା ଯେକେହି ଜାଣିପାରିବ। ଯେଉଁମାନଙ୍କର ଘରକୁ ବୁଲ୍‌ଡୋଜର୍ ଲଗାଇ ଭାଙ୍ଗି ଦିଆଗଲା ସେମାନେ ହାଇକୋର୍ଟରେ ଆଶ୍ରୟ ନେଇ ମ୍ୟୁନିସ୍‌ପାଲ୍ କର୍ପୋରେସନ୍‌ର କାର୍ଯ୍ୟ ଉପରେ ସ୍ଥଗିତାଦେଶ ଦେଇଥିଲେ ମଧ୍ୟ ସେତେବେଳକୁ ଘର ଦୁଇଟି ଧ୍ୱଂସ ହୋଇ ସାରିଥିଲା। କିନ୍ତୁ ସୁପ୍ରିମ୍‌ କୋର୍ଟର ଗାଇଡ୍‌ଲାଇନ୍ ଅନୁସାରେ ମାର୍ଗଦର୍ଶିକାକୁ ଏଡ଼ାଇ ଯେଉଁ ଅଧିକାରୀମାନେ କୌଣସି ନୋଟିସ୍ ବା ନିୟମ ପାଳନ ନକରି ଘର ଭାଙ୍ଗିଛନ୍ତି ସେମାନଙ୍କୁ ନିଜ ଅର୍ଥରୁ ସେହି ଘରଗୁଡ଼ିକ ପୁନଃନିର୍ମାଣ କରିବାକୁ ପଡ଼ିବ ବୋଲି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ ଭାବରେ କହିଥିଲେ। ସୁପ୍ରିମ୍‌ କୋର୍ଟର ଏହି କଡ଼ା ମନୋଭାବ ସତ୍ତ୍ୱେ ପୌର ଅଧିକାରୀ ବା ସରକାର ଏଥିରେ ଭୟଭୀତ ନହୋଇ କେଉଁ ସାହସରେ ବିନା ୧୫ ଦିନିଅ ନୋଟିସ୍‌ରେ ଘର ଭାଙ୍ଗି ପାରୁଛନ୍ତି? ଯଦିଓ କୁନାଲ୍ କାମ୍‌ରାଙ୍କ ବ୍ୟଙ୍ଗ ପ୍ରଦର୍ଶନ ସହିତ ସଂପୃକ୍ତ ଷ୍ଟୁଡିଓ ଉପରେ କାର୍ଯ୍ୟାନୁଷ୍ଠାନ ସିଧାସଳଖ ଭାବରେ ଜଡ଼ିତ ବୋଲି କୁହାଯାଉଛି, ତେବେ ଦେଶରେ ଅସହିଷ୍ଣୁତା ଓ ଭିଡ଼ ହିଂସା ଜରିଆରେ ମତପ୍ରକାଶ କରିବାର ସ୍ୱାଧୀନତା ଆପେ ଆପେ ସଂକୁଚିତ ହେବାରେ ଲାଗିଛି।

ଏ କ୍ଷେତ୍ରରେ ଯଦି ଦେଖାଯାଏ ସମ୍ବିଧାନର ମୌଳିକ ଅଧିକାର ଭାବରେ ମତପ୍ରକାଶର ସ୍ୱାଧୀନତାକୁ ଶାସନ କଳ ସବୁ ସ୍ତରରେ ସମାନ ପ୍ରଦର୍ଶନ କରିବା ଉଚିତ୍। ନେତାମାନେ ବା ବିଶେଷ ଭାବରେ ସରକାରରେ ଗାଦିନସୀନ ରାଜନୈତିକ ଅଧିକାରୀ ଯାହା କୁହନ୍ତୁ ନା କାହିଁକି ଦେଶର ସମ୍ବିଧାନରେ ଥିବା ମୌଳିକ ଅଧିକାରକୁ ରକ୍ଷା କରିବାର ଦାୟିତ୍ୱ ପ୍ରଶାସନିକ କଳର ରହିଛି। ଏହି ବ୍ୟବସ୍ଥାକୁ ଯେଉଁମାନେ ପରିଚାଳନା କରୁଛନ୍ତି, ଯଥା- ଆଇଏଏସ୍ ଓ ଆଇପିଏସ୍ ପ୍ରମୁଖ ସର୍ବଜାତୀୟ ସ୍ତରର ଅଧିକାରୀମାନେ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେଉଥିବାରୁ ରାଜନୈତିକ ଅଧିକାରୀ ମୌଳିକ ଅଧିକାର କ୍ଷୁର୍ଣ୍ଣ କରିବା ପାଇଁ କୌଣସି ନିର୍ଦ୍ଦେଶ ଦେଲେ ମଧ୍ୟ ସାମ୍ବିଧାନିକ ଓ ଆଇନଗତ ପରିସୀମା ଭିତରେ ଏହା ଆସୁଛି କି ନାହିଁ ତାହା ବିଚାର କରି ରାଜନୈତିକ ଅଧିକାରୀମାନଙ୍କୁ ପ୍ରକୃତ ପରାମର୍ଶ ଦେବା ଉଚିତ୍। ଯେଉଁ ଘଟଣାରେ ଉତ୍ତର ପ୍ରଦେଶରେ ବୁଲ୍‌ଡୋଜର୍ ଶାସନ ବିରୋଧରେ ସୁପ୍ରିମ୍‌ କୋର୍ଟ ସିଧାସଳଖ ମାର୍ଗଦର୍ଶିକା ଜାରି କରିଛନ୍ତି, ସେହି କାର୍ଯ୍ୟର ବିପରୀତ ଆଚରଣ ପ୍ରଶାସନିକ ମୁଖ୍ୟମାନେ କିପରି କରିପାରିବେ? କେବଳ ରାଜନୈତିକ ଅଧିକାରୀମାନଙ୍କୁ ଦୋଷ ଦେଇ ବା ନିନ୍ଦିତ କରି ମତପ୍ରକାଶ ଅଧିକାରର ମୌଳିକ ଅଧିକାରକୁ ସୁରକ୍ଷିତ ରଖାଯାଇ ପାରିବନାହିଁ। ପ୍ରଶାସନିକ ଅଧିକାରୀମାନେ ସମ୍ବିଧାନ ପାଇଁ ସେମାନେ ନେଇଥିବା ଶପଥକୁ କାର୍ଯ୍ୟକାରୀ କରିବା ନିହାତି ଆବଶ୍ୟକ।

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story