ଇଏ କଣ ପ୍ରେମ?

ଓମ୍ ପ୍ରିୟଦର୍ଶୀ ଛୋଟରାୟ ଭାରତୀୟ ସମାଜରେ ପ୍ରେମର ସଂଜ୍ଞା ଅବତାରୀ ପୁରୁଷ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଦ୍ଵାରା ସଂରଚିତ ହୋଇସାରିଛି। ଆମ ଶାସ୍ତ୍ର, ପୁରାଣ ଓ ଇତିହାସରେ ପ୍ରେମ ବିବାହର ଅସଂଖ୍ୟ ଉଦାହରଣ ମିଳେ ଯାହା ସର୍ବଜନ ଜ୍ଞାତ ଓ ସର୍ବଜନ ଆଦୃତ ମଧ୍ୟ। ଯେହେତୁ ରୁଢୀବାଦୀ ଓ ଉଦାରବାଦୀଙ୍କ ମତାନ୍ତର ଏକ ଧାର୍ମିକ ଅବଧାରଣା ବୋଲି ଗ୍ରହଣୀୟ ନୁହେଁ, ତେଣୁ ହିନ୍ଦୁ ଧର୍ମ ପ୍ରେମ ବିବାହର ପରିପନ୍ଥୀ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ହେବ। କୁହାଯାଏ […]

Jihad

Jihad

Subrat Kumar Nayak
  • Published: Tuesday, 05 January 2021
  • Updated: 05 January 2021, 07:36 PM IST

ଓମ୍ ପ୍ରିୟଦର୍ଶୀ ଛୋଟରାୟ

ଭାରତୀୟ ସମାଜରେ ପ୍ରେମର ସଂଜ୍ଞା ଅବତାରୀ ପୁରୁଷ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଦ୍ଵାରା ସଂରଚିତ ହୋଇସାରିଛି। ଆମ ଶାସ୍ତ୍ର, ପୁରାଣ ଓ ଇତିହାସରେ ପ୍ରେମ ବିବାହର ଅସଂଖ୍ୟ ଉଦାହରଣ ମିଳେ ଯାହା ସର୍ବଜନ ଜ୍ଞାତ ଓ ସର୍ବଜନ ଆଦୃତ ମଧ୍ୟ। ଯେହେତୁ ରୁଢୀବାଦୀ ଓ ଉଦାରବାଦୀଙ୍କ ମତାନ୍ତର ଏକ ଧାର୍ମିକ ଅବଧାରଣା ବୋଲି ଗ୍ରହଣୀୟ ନୁହେଁ, ତେଣୁ ହିନ୍ଦୁ ଧର୍ମ ପ୍ରେମ ବିବାହର ପରିପନ୍ଥୀ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ହେବ। କୁହାଯାଏ ପ୍ରେମ ଓ ଯୁଦ୍ଧରେ ସବୁ କିଛି ସମ୍ଭବ। ତେବେ ପ୍ରେମକୁ ଏକଦା ସାମ୍ପ୍ରଦାୟିକ ଯୁଦ୍ଧର ଅସ୍ତ୍ର ବନାଯିବ, ଏହା ସ୍ୱୟଂ ସୃଷ୍ଟିକର୍ତ୍ତା ମଧ୍ୟ କଳ୍ପନା କରିନଥିବେ। ହଁ ଆମେ ଲଭ୍ ଜିହାଦ ବିଷୟରେ ହିଁ କହୁଛୁ। ଦେଶରେ ଏହି ମାମଲା ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଆମେ ଏହାର ପ୍ରତିକାର ପରିବର୍ତ୍ତେ ଏହାକୁ ସ୍ୱୀକାର କରିବାକୁ ମଧ୍ୟ ପଛଘୁଞ୍ଚା ଦେଉଛେ। ନିକଟରେ ଉତ୍ତର ପ୍ରଦେଶ ସରକାର ଦ୍ୱାରା ଆନୀତ ଲଭ୍ ଜିହାଦ ବିରୋଧୀ ଅଧ୍ୟାଦେଶକୁ ଗୋଟିଏ ବର୍ଗ ସାମ୍ପ୍ରଦାୟିକ ଅସହିଷ୍ଣୁତାର ରଙ୍ଗ ଦେଇ ସାରିଲାଣି। ଲାଗୁଛି କୃଷକ ଆନ୍ଦୋଳନ ଚାଲୁ ନଥିଲେ ଏହି ଅଧ୍ୟାଦେଶକୁ ନେଇ ସହର ପୋଡାଜଳା ଆରମ୍ଭ ହୋଇଯାଇଥାନ୍ତା।

ଯେଉଁମାନଙ୍କୁ ଲଭ୍ ଜିହାଦ ଶବ୍ଦକୁ ନେଇ ଆପତ୍ତି ରହିଛି ସେମାନେ ମନେ ପକାଇବା ଉଚିତ କି ୨୬ ନଭେମ୍ବର ତାଜ ହୋଟେଲ ଆକ୍ରମଣ ପରେ ହିଁ ବିଶ୍ୱ ସମୂହ ଇସଲାମିକ ଜିହାଦକୁ ସ୍ୱୀକାର କରିଥିଲା, ତାହାବି ବହୁ ଦ୍ବିଧାର ସହିତ। ନହେଲେ ଆଜିବି ଆଇ.ଏସ.ଆଇ.ଏସ, ଲସ୍କର ଆଦି ଇସଲାମିକ ଆତଙ୍କବାଦ ସଙ୍ଗଠନ ଦ୍ୱାରା ପ୍ରାୟୋଜିତ ଜିହାଦକୁ "ଆତଙ୍କବାଦର କୌଣସି ଧର୍ମ ନଥାଏ" ପରି ପୁରୁଣା ଡାଏଲଗ ସହ ଦାବିଦେବା ପାଇଁ ପ୍ରୟାସ ଜାରି ରହିଛି। ବିଶ୍ୱ ମାନସରେ ପ୍ରଭାବ ରଖୁଥିବା ବୁଦ୍ଧିଜୀବୀଗଣ ସର୍ବଦା ଇସଲାମିକ କଟ୍ଟରପନ୍ଥୀଙ୍କ ହିଂସାତ୍ମକ କାର୍ଯ୍ୟକୁ ଅସ୍ୱୀକାର କରିଥାନ୍ତି। ଭାରତରେ ଲଭ୍ ଜିହାଦ ଶବ୍ଦାବଳୀକୁ ତୀବ୍ର ବିରୋଧ ଉପରୋକ୍ତ ପ୍ରୟାସର ଏକ ଅଂଶ ଅଟେ। ରାମ ଜନ୍ମଭୂମି ଆନ୍ଦୋଳନ ସମୟରେ ଲେଖକ ତଥା ପତ୍ରକାର ଅରୁଣ ସୌରୀ ମଧ୍ୟ ଠିକ ଏପରି ଵିରୋଧର ସମ୍ମୁଖୀନ ହୋଇଥିଲେ ଯେତେବେଳେ ସେ ମୁସଲିମ ଆକ୍ରମଣକାରୀଙ୍କ ମନ୍ଦିର ଧ୍ୱଂସ ଓ ମୂର୍ତ୍ତି ଭଙ୍ଗା ବିଷୟରେ ନିଜ ସମ୍ବାଦପତ୍ରରେ ଛାପି ଥିଲେ। ଲେଖାଟି ଦୃଢ଼ ତଥ୍ୟ ଓ ସାକ୍ଷ୍ୟ ଆଧାରିତ ଥିଲେ ମଧ୍ୟ କିଛି ବୁଦ୍ଧିଜୀବୀ ଓ ପତ୍ରକାରଙ୍କ ପ୍ରତିବାଦ ପରେ ତାଙ୍କୁ ସମ୍ବାଦପତ୍ରର ସଂପାଦକ ପଦରୁ ହଟାଇ ଦିଆ ଯାଇଥିଲା।

ଆଜି ବିରୋଧ କରୁଥିବା ଛଦ୍ମ ଧର୍ମନିରପେକ୍ଷୀଙ୍କ ଦଲିଲ ହେଲା ପ୍ରେମରେ ଧୋକା, ଅତ୍ୟାଚାର ଓ ଅନ୍ୟ ଅପରାଧ ପାଇଁ ପୂର୍ବରୁ ହିଁ ଆଇନରେ ପ୍ରାବଧାନ ଅଛି। କିନ୍ତୁ ଏମାନେ ଏହା ମାନିବାକୁ ନାରାଜ ଯେ ଧର୍ମାନ୍ତରଣ ପରେ ମହିଳାଙ୍କ ଅଧିକାର ଗଭୀର ଭାବେ ପ୍ରଭାବିତ ଓ ସଙ୍କୁଚିତ ହୋଇଥାଏ। ଛଳ, କପଟ, ବଳପୂର୍ବକ ତଥା କେବଳ ବିବାହ ଉଦ୍ଦେଶ୍ୟରେ ହେଉଥିବା ଧର୍ମାନ୍ତରୀକରଣକୁ ରୋକିବା ସରକାରଙ୍କ ପ୍ରଥମ ଦାୟିତ୍ୱ ଅଟେ। ତତ୍ ସହିତ ଧର୍ମ ନାମରେ ହେଉଥିବା ଅପରାଧଗୁଡ଼ିକ ଲୋକଲୋଚନକୁ ଆସିବା ନିହାତି ଜରୁରୀ। ମିଥ୍ୟା ପରିଚୟ ଦେଇ ଅଣ-ମୁସଲିମ ଯୁବତୀଙ୍କ ସହ ବନ୍ଧୁତା, ମୌଲବୀଙ୍କ ଦ୍ୱାରା ନକଲି ଧର୍ମ ପରିବର୍ତ୍ତନ ପ୍ରମାଣପତ୍ର, ଗୋପନୀୟ ନିକାହନାମା ପ୍ରସ୍ତୁତ କରିବା, ଅପରାଧୀମାନଙ୍କୁ ମସଜିଦରେ ସଂରକ୍ଷଣ ଦେବା ଆଦି ଲଭ୍ ଜିହାଦର ସାମ୍ପ୍ରଦାୟିକ ଚେହେରାକୁ ଉନ୍ମୋଚିତ କରିଥାଏ। ସତ୍ୟ ଉନ୍ମୋଚନ ପରେ ସମ୍ବନ୍ଧ ବିଚ୍ଛେଦ କିମ୍ବା ବିବାହ ପରେ ଇସଲାମ ନ ଆପଣାଇବାରୁ ଯୁବତୀର ହତ୍ୟା ଆଦି ଦୈନିକ ଖବର ପାଲଟି ଗଲାଣି। ତାରା ସହଦେବ ଠୁ ଆରମ୍ଭ କରି ନିକିତା ତୋମର, କାଞ୍ଚନ ଓ ପ୍ରିୟା ସୋନି ପର୍ଯ୍ୟନ୍ତ ଏମିତି ଅନେକ ଉଦାହରଣ ଆମ ସାମ୍ନାରେ ରହିଛି। ତଥାପି ଲଭ୍ ଜିହାଦକୁ ଅସ୍ବୀକାର କରିବା ବୌଦ୍ଧିକ ମୁର୍ଖତା ଓ ଅତି ସମ୍ବେଦନହୀନତାର ଲକ୍ଷଣ କୁହାଯିବ।

ଲଭ୍ ଜିହାଦରେ ଜିହାଦ ଶବ୍ଦର ଉପଯୋଗ ବହୁଜଣକୁ ଅସହଜ ମନେ ହୋଇଥାଏ। କାରଣ ଜିହାଦର ଅର୍ଥ ହେଉଛି ନିଜ ମତ ତଥା ପନ୍ଥର ବିସ୍ତାର ପାଇଁ ଅଣ-ମୁସଲିମଙ୍କ ଅକୁଣ୍ଠିତ ହତ୍ୟା। ତେବେ ତାହା କେବଳ ହତିଆର ଯୁକ୍ତ ଜିହାଦ ଅଟେ। ଏତଦବ୍ୟତୀତ ଜିହାଦ-ବିଲ-କଲମ୍, ଜିହାଦ-ବିଲ-ଲିସାନ୍, ଜିହାଦ-ଵିଲ-କଲବ୍ ଆଦି ଅନେକ ପ୍ରକାର ଜିହାଦ ଧାରଣା ରହିଛି। ଧର୍ମ ବିସ୍ତାର ପାଇଁ ଇସଲାମିକ କଟ୍ଟରପନ୍ଥୀ ସର୍ବଦା ସଂଘର୍ଷରତ ରୁହନ୍ତି ଓ କ୍ରମଶଃ ଏଥିରେ ନୂତନ ଜିହାଦ ପ୍ରକ୍ରିୟା ଯୋଡି ହୋଇଯାଏ। ଗତ ବର୍ଷ ସିରିଆରୁ ଜିହାଦ ଅଲ-ନିକାହ ର ସୂଚନା ମିଳିଥିଲା। ଗୋଟିଏ ବର୍ଗଙ୍କ ମତରେ ଲଭ୍ ଜିହାଦକୁ କେବେ ବି ନ୍ୟାୟପାଳିକା ନିଜ ସଂଜ୍ଞାନକୁ ନେଇ ନାହାନ୍ତି ତେଣୁ ଏହା ଏକ ଅବାସ୍ତବ ଧାରଣା। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ୨୦୦୯ "ଶେହଂସାହ ଓ ସିରାଜୁଦ୍ଦିନ ବନାମ କେରଳ ରାଜ୍ୟ" ମାମଲାରେ କେରଳ ଉଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ଲଭ୍ ଜିହାଦର ସଂଜ୍ଞାନ ନେବା ସହ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। କେରଳ ମାର୍କ୍ସବାଦୀ ସରକାରର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ଅଚ୍ୟୁତାନନ୍ଦନ ମଧ୍ୟ ଲଭ୍ ଜିହାଦକୁ ଏକ ସାମାଜିକ ବିପତ୍ତି ବୋଲି ସ୍ୱୀକାର କରିଥିଲେ ଓ ଏହା ପଛରେ ଇସଲାମିକ ମୌଳବାଦୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପି.ଏଫ. ଆଇ) ର ହାତ ରହିଥିବା ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ କେରଳକୁ ଇସଲାମିକ ରାଜ୍ୟରେ ପରିଣତ କରିବା ପି.ଏଫ.ଆଇ ର ପ୍ରଧାନ ଉଦେଶ୍ୟ ଅଟେ। ସେପ୍ଟେମ୍ବର, ୨୦୧୯ ରେ ଜାତୀୟ ସଂଖ୍ୟାଲଘୁ ଆୟୋଗର ଉପାଧ୍ୟକ୍ଷ ଜର୍ଜ କୁରିଅନ ଲଭ ଜିହାଦରୁ ଭାରତୀୟ ଯୁବତୀଙ୍କୁ ସୁରକ୍ଷା ଦେବା ପାଇଁ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ ଓ ଏନ.ଆଇ.ଏ ତଦନ୍ତ ଦାବି କରିଥିଲେ।

ଲଭ୍ ଜିହାଦରେ କେବଳ ହିନ୍ଦୁ ନୁହେଁ , କେରଳ ଓ ଦକ୍ଷିଣ କର୍ଣ୍ଣାଟକର ଖ୍ରୀଷ୍ଟିଆନମାନେ ବି ପ୍ରପୀଡ଼ିତ। ବିଗତ ଦୁଇ ଦଶନ୍ଧି ଧରି କେରଳ କ୍ୟାଥୋଲିକ୍ ବିଶପ କାଉନସିଲ ଦ୍ୱାରା ଲଭ୍ ଜିହାଦ ବିରୋଧରେ ଜନଜାଗରଣ ଚାଲୁଅଛି। ଅନ୍ତଃଧର୍ମୀ ବିବାହ ପାଇଁ ଚର୍ଚ୍ଚ ତରଫରୁ ପ୍ରୋଟୋକଲ ଜାରି କରାଯାଇଛି। ମିଆଁମାର "୯୬୯ ଆନ୍ଦୋଳନ" ର ନେତା ଅସିନ ଉଇରାଥୁ ଦାବି କରିଛନ୍ତି ଯେ ପ୍ରତିବର୍ଷ ଶତାଧିକ ମୁସଲିମ ଯୁବକ ବୌଦ୍ଧ ସାଜି ସ୍ଥାନୀୟ ବୌଦ୍ଧ ଯୁବତୀମାନଙ୍କୁ ବିବାହ କରୁଛନ୍ତି ଓ ପରବର୍ତ୍ତୀ ସମୟରେ ସେମାନଙ୍କ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯାଉଛି। ୨୦୧୪ରେ ଏକ ବ୍ରିଟିଶ ଶିଖ୍ ଯୁବତୀ ଲଭ୍ ଜିହାଦରେ ଶିକାର ହେବା ଘଟଣା ଅନ୍ତର୍ଜାତୀୟ ସ୍ତରରେ ହଟଚମଟ ସୃଷ୍ଟି କରିଥିଲା। କଟ୍ଟରତାର ଅନ୍ୟ ଶାଖାଗୁଡିକ ପରି ଲଭ୍ ଜିହାଦ ପାଇଁ ସମ୍ପୂର୍ଣ୍ଣ ମୁସଲିମ ସମ୍ପ୍ରଦାୟକୁ ଦୋଷୀ ଦର୍ଶାଇବା ଘୋର ଅନ୍ୟାୟ ହେବ। କିନ୍ତୁ ଧର୍ମନିରପେକ୍ଷତା ଏବଂ ପ୍ରେମର ଦ୍ୱାହି ଦେଇ ଏହି ସମସ୍ୟାକୁ ଏଡାଇଯିବା ସତ୍ୟକୁ ମୁହଁ ମୋଡିବା ସହ ସମାନ ଯାହା ଭାରତୀୟ ଯୁବତୀମାନଙ୍କୁ ଏକ ଏକ ଅନିଶ୍ଚିତତା ଓ ବିପଦପୂର୍ଣ୍ଣ ରାସ୍ତାକୁ ଠେଲି ଦେଇଥାଏ। ମତାନ୍ତରଣର ବିରୋଧରେ ହତ୍ୟା, ପରିଚୟ ଲୁଚାଇ ଯୁବତୀଙ୍କ ସହ ସମ୍ବନ୍ଧ, ଅପ୍ରାପ୍ତବୟସ୍କ କିଶୋରୀଙ୍କୁ ଅପହରଣ କରି ଜବରଦସ୍ତ ଧର୍ମ ପରିବର୍ତ୍ତନ ଆଦି ଭୟାନକ ପରମ୍ପରା ଅନ୍ୟ କୌଣସି ଧର୍ମରେ ଦେଖିବାକୁ ମିଳେନାହିଁ। ଏପରି ଅପରାଧିକ ମାମଲାରେ ସର୍ବଦା ଗୋଟିଏ ଧର୍ମାମ୍ବଲମ୍ବୀଙ୍କ ନାମ ଆସିଥାଏ, ଯେଉଁଥିରେ ପ୍ରେମ ଶୂନ୍ୟ ପ୍ରତିଶତ ଓ ସାମ୍ପ୍ରଦାୟିକ ଉଦ୍ଦେଶ୍ୟ ଶତ ପ୍ରତିଶତ ରହିଥାଏ।

ଲଭ୍ ଜିହାଦର ସଂଖ୍ୟା ଓ ପୀଡ଼ିତାଙ୍କ ସମ୍ବନ୍ଧରେ ସଂକଳିତ ପରିସଂଖ୍ୟାନ ଉପଲବ୍ଧ ନଥିବାରୁ ଆମେ ଏଠାରେ ତାହା ଉଲ୍ଲେଖ କରୁନାହୁଁ। ତେବେ କେରଳ କ୍ୟାଥୋଲିକ୍ ବିଶପ କନଫରେନ୍ସର 'କମିଶନ ଫର ସୋସିଆଲ ହାରମୋନି ଆଣ୍ଡ ଭିଜିଲାନ୍ସ', ଇଣ୍ଡିଆ ଟୁଡେ ଗ୍ରୁପର ୨୦୧୭ ଷ୍ଟିଙ୍ଗ ଅପରେସନ ଓ ବିଭିନ୍ନ ହିନ୍ଦୁ ସାମାଜିକ ସଂଗଠନର ରିପୋର୍ଟ ଆଧାରରେ ଏହା ଆକଳିତ ଯେ ବର୍ଷକୁ ପ୍ରାୟ ୧୦,୦୦୦ରୁ ଉର୍ଦ୍ଧ୍ବ ଭାରତୀୟ ଯୁବତୀ ଲଭ୍ ଜିହାଦର ଶିକାର ହେଉଛନ୍ତି। ମାତ୍ର ମାସେ ପୂର୍ବରୁ ଉତ୍ତର ପ୍ରଦେଶରେ ପାରିତ ଅଧ୍ୟାଦେଶ ଦ୍ୱାରା ୩୫ ଗିରଫ ଓ ଡ଼ଜନରୁ ଅଧିକା ଏଫ.ଆଇ.ଆର ରୁଜୁ କରାଯାଇଛି। ମଧ୍ୟ ପ୍ରଦେଶ ସରକାର ଖୁବଶୀଘ୍ର ବେଆଇନ ଓ ବଳପୂର୍ବକ ଧର୍ମାନ୍ତରୀକରଣ ବିରୁଦ୍ଧରେ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ 'ସମାନ ଆଚାର ସଂହିତା' ଅତ୍ୟନ୍ତ ଜରୁରୀ। ଆଶା ଯେ କେନ୍ଦ୍ର ସରକାର ଏଥିପାଇଁ ତତ୍ପରତା ପ୍ରଦର୍ଶନ କରିବେ। ଆମକୁ ମଧ୍ୟ ଦଳ ମତ ନିର୍ବିଶେଷରେ ଏହାର ସମର୍ଥନ କରିବାକୁ ହେବ, ନହେଲେ ଏ ନାରୀସମାଜ ଆମକୁ କଦାପି କ୍ଷମା ଦେବନାହିଁ।

ଟ୍ଵିଟର: @iommpriyadarshi
ମୋ: ୯୧୭୮୫୬୦୩୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story