ଭାବପ୍ରବଣତାରୁ ନିର୍ଣ୍ଣୟ!

ମେ ୨୭ତାରିଖ ଦିନ କେରଳ ପାଲକଡ଼ରରେ ଗୋଟେ ଗର୍ଭବତୀ ହାତୀର ମୃତ୍ୟ ଘଟିଲା। ଖବର ଅନୁଯାୟୀ, ବାଣଭର୍ତ୍ତି ସପୁରୀ ଖାଇ ପ୍ରଥମେ ହାତୀଟି ଗୁରୁତର ଭାବେ ଆହତ ହୋଇଥିଲା।  ଦୁଇ ଦିନ ପର୍ଯ୍ୟନ୍ତ ଆହତ ହାତୀ ଯନ୍ତ୍ରଣାରେ ଛଟପଟ ହେଉଥିଲା। କେରଳର ଭେଲିୟର ନଦୀରେ ହାତୀଟି ଦୁଇ ଦିନ ଧରି କଷ୍ଟରେ ରହିବା ପରେ ଶେଷରେ ତାର ମୃତ୍ୟୁ ହୋଇଥିଲା। ଆଉ ଏ ଖବରଟି ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଚର୍ଚ୍ଚା ଆରମ୍ଭ ହୋଇଗଲା।  ଲୋକ […]

hati

hati

Biswobandita Swain
  • Published: Sunday, 07 June 2020
  • Updated: 07 June 2020, 07:05 PM IST

ମେ ୨୭ତାରିଖ ଦିନ କେରଳ ପାଲକଡ଼ରରେ ଗୋଟେ ଗର୍ଭବତୀ ହାତୀର ମୃତ୍ୟ ଘଟିଲା। ଖବର ଅନୁଯାୟୀ, ବାଣଭର୍ତ୍ତି ସପୁରୀ ଖାଇ ପ୍ରଥମେ ହାତୀଟି ଗୁରୁତର ଭାବେ ଆହତ ହୋଇଥିଲା।  ଦୁଇ ଦିନ ପର୍ଯ୍ୟନ୍ତ ଆହତ ହାତୀ ଯନ୍ତ୍ରଣାରେ ଛଟପଟ ହେଉଥିଲା। କେରଳର ଭେଲିୟର ନଦୀରେ ହାତୀଟି ଦୁଇ ଦିନ ଧରି କଷ୍ଟରେ ରହିବା ପରେ ଶେଷରେ ତାର ମୃତ୍ୟୁ ହୋଇଥିଲା।

ଆଉ ଏ ଖବରଟି ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଚର୍ଚ୍ଚା ଆରମ୍ଭ ହୋଇଗଲା।  ଲୋକ ମାନେ ବ୍ୟସ୍ତ ହୋଇଉଠିଲେ। ଏମିତି ଏକ ଅମାନବୀୟ କାଣ୍ଡ ପାଇଁ ଲୋକମାନେ ଦୋଷୀକୁ ତୁରନ୍ତ ଗିରଫ କରି ତା ବିରୋଧରେ କଠୋର ଦଣ୍ଡବିଧାନ ପାଇଁ ଦାବି କଲେ। ଏ ଲକ୍‌ଡାଉନ୍‌ ସମୟରେ କିଛି ଲୋକ ଏକଜୁଟ ହେଲେ ଏବଂ ଗର୍ଭବତୀ ହାତୀ ପାଇଁ ହୋଇଥିବା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କଲେ। ଟ୍ୱିଟ୍‌ ପରେ ଟ୍ୱିଟ୍ ଆସିବାରେ ଲାଗିଲା। ନେତା, ଅଭିନେତା, ସମାଜସେବୀଙ୍କଠୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ସୋଶାଲ୍‌ ମିଡିଆରେ ଶୋକ ବ୍ୟକ୍ତ କଲେ। କେରଳ ମୁଖ୍ୟମନ୍ତ୍ରୀ ପିନରୟି ବିଜୟନ୍ ଦୋଷୀ ବିରୋଧରେ କଡ଼ା ଦଣ୍ଡ ବିଧାନ କରାଯିବ ବୋଲି କହିଲେ।

ସୋଶାଲ୍‌ ମିଡିଆରେ ଗର୍ଭରେ ହାତୀ ଛୁଆକୁ ଧରି ଯନ୍ତ୍ରଣାରେ ଛଟପଟ ହେଉଥିବା ଏବଂ ତା ସାମ୍ନାରେ ଗୋଟେ ସପୁରୀ ଥୁଆ ହୋଇଥିବାର ଚିତ୍ର ଭାଇରାଲ୍‌ ହେଲା।

କେରଳରେ ବାଣ ଭର୍ତ୍ତି ଫଳ ଜଙ୍ଗଲି ଘୁଷୁରୀ କିମ୍ବା ଅନ୍ୟ କୌଣସି ଜଙ୍ଗଲି ଜନ୍ତୁକୁ ମାରିବା ପାଇଁ ବ୍ୟବହାର କରାଯାଏ। ଏଥିସହ କେରଳରେ ସାଧାରଣତଃ ବଣୁଆ ଜନ୍ତୁମାନଙ୍କୁ ଚାଷଜମିରେ ଆକ୍ରମଣ କିମ୍ବା ପ୍ରବେଶ ନକରିବା ପାଇଁ,  ସେହି ବନ୍ୟଜନ୍ତୁଙ୍କୁ ଧରିବା ପାଇଁ ବିସ୍ଫୋରକ ସାମଗ୍ରୀ ଧାରଣ କରିଥିବା ଲୋକମାନେ ଦୁଇ ଫୁଟ ଉଚ୍ଚର ଏକ ବାଡ଼  ବ୍ୟବହାର କରନ୍ତି। ଏହାର କଣ୍ଟା ଧାରଗୁଡ଼ିକ ଯେତେବେଳେ ବନ୍ୟଜନ୍ତୁଙ୍କ ଶରୀରକୁ ଆସେ ସେତେବେଳେ ଏହା ତାଙ୍କ ଶରୀରକୁ ଠେଲି ଦେଇଥାଏ, ଏବଂ ଶରୀରର ଚାପ ହେତୁ, ଏହି ବାଡ଼ରେ ବନ୍ଧା ହୋଇଥିବା ବାଣ ଗୁଡିକ ବିସ୍ଫୋରଣ ହୋଇପାରେ। ଏଠାରେ ଆଉ ଏକ ବେଆଇନ ଅଭ୍ୟାସ ହେଉଛି ଏଠାରେ ବିଷ କିମ୍ବା ଫଳରେ ବାଣ ରଖାଯାଇଥାଏ। ବଣୁଆ ଘୁଷୁରୀର ମାଂସ ପାଇଁ ଏଠାକାର ସ୍ଥାନୀୟ ଲୋକମାନେ ଏମିତି କିଛି ପନ୍ଥା ଆପଣାଇଥାନ୍ତି।  ତେବେ ପାଲକଡ଼ରରେ ହାତୀକୁ ଉଦ୍ଦେଶ୍ୟମୂଳକ ଭାବେ ଏପରି ବିସ୍ଫୋରକ ଖାଇବାକୁ ଦିଆଯାଇଥିଲା ବୋଲି ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ନାହିଁ ବୋଲି ଡିଭିଜନ୍‌ ଫରେଷ୍ଟ ଅଫିସରସୁନୀଲ କୁମାର କହିଛନ୍ତି।

ଏଥିସହ ଡିଏଫ୍‌ଓଙ୍କ କହିବା ଅନୁଯାୟୀ, ହାତୀକୁ ସପୁରୀ ଖାଇବାକୁ ଦିଆଯାଇଛି ବୋଲି ମଧ୍ୟ କୌଣସି ପ୍ରମାଣ ନାହିଁ। ଗାଁରେ ଖାଦ୍ୟ ସନ୍ଧାନ କରିବା ଉଦ୍ଦେଶ୍ୟରେ ହାତୀଟି ବୁଲୁଥିବା ବେଳେ  ସେ ବିସ୍ଫୋରକ ଥିବା ଫଳ ଖାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଆଗକୁ ତଦନ୍ତ ପରେ ଏହାର ସତ୍ୟାସତ୍ୟ କ’ଣ ସାମ୍ନାକୁ ଆସିଯିବ।

ୱାଇଲ୍ଡ ଲାଇଫ୍ ପ୍ରୋଟେକସନ ଆକ୍ଟ ୧୯୭୨ ଅନୁଯାୟୀ, କୌଣସି ବି ଜୀବଜନ୍ତୁକୁ ଫାନ୍ଦରେ ପକାଇବା, କ୍ଷତ କରିବା କିମ୍ବା ହତ୍ୟା କରିବା ପାଇଁ ଫାନ୍ଦ ବ୍ୟବହାର କରିବା ଏକ ନିଷ୍ଠୁର ଅଭ୍ୟାସ  ଯାହା ଦଣ୍ଡନୀୟ।

ଯେଉଁଥିପାଇଁ କେରଳ ପୁଲିସ ଏହି ଘଟଣାରେ ପି ୱିଲସନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। କେରଳ ଜଙ୍ଗଲ ମନ୍ତ୍ରୀ କେ ରାଜୁଙ୍କ କହିବା ଅନୁଯାୟୀ, ନଗଦ ଫସଲ ଏବଂ ମସଲା ଚାଷ କରୁଥିବା କମ୍ପାନୀର କର୍ମଚାରୀ ପି ୱିଲସନଙ୍କୁ ଶୁକ୍ରବାର ଦିନ ଗିରଫ କରାଯାଇଛି। ପଚରାଉଚରା ସମୟରେ ୱିଲସନ କହିଛନ୍ତି, ବଣୁଆ ଘୁଷୁରୀକୁ ଭୟଭୀତ କରିବା ପାଇଁ ବାଣରେ ଭର୍ତ୍ତି ହୋଇଥିବା ଫଳର ସେ ଏକ ଜାଲ ସ୍ଥାପନ କରିଥିଲେ । ଫସଲକୁ ବନ୍ୟ ଜନ୍ତୁଙ୍କ କବଳରୁ ନଷ୍ଟଲ କରିବା ଉଦ୍ଦେଶ୍ୟରେ ସେ ଏମିତି କରିଥାନ୍ତି।

ସୂଚନା ଅନୁଯାୟୀ, ଗତ ଏପ୍ରିଲ୍‌ ମାସରେ କେରଳ ପାଠନପୁରମ୍‌ରେ ମଧ୍ୟ ଜଣେ ୮ବର୍ଷର ମାଇ ହାତୀ ବିସ୍ଫୋରକ ଫଳ ଖାଇ ମୃତ୍ୟୁବରଣ କରିଥିଲା। କିନ୍ତୁ ସେ ଘଟଣା ଏତେ ଲୋକଲୋଚନକୁ ଆସିପାରିନଥିଲା। ସେ ଘଟଣା ଯେତିକି ଦୁଃଖଦ ଥିଲା ଭେଲିୟର ନଦୀରେ ମୃତ୍ୟୁବରଣ କରିଥିବା ଘଟଣା ମଧ୍ୟ ସେତିକି ନିଷ୍ଠୁର। କିନ୍ତୁ ଯଦି ଏପର୍ଯ୍ୟନ୍ତ ତଦନ୍ତ ସରିନି। ଲୋକମାନେ ନିଷ୍ପତ୍ତିରେ କେମିତି ପହଞ୍ଚିଯାଉଛନ୍ତି।

ଅର୍ଥାତ୍‌, ସପୁରୀ ଖାଇବା ନେଇ ଏପର୍ଯ୍ୟନ୍ତ ପ୍ରମାଣ ଆସିନି। କିନ୍ତୁ ସୋଶାଲ୍‌ ମିଡିଆରେ ଏମିତି ଅନେକ ଫଟୋରେ ଗର୍ଭବତୀ ହାତୀକୁ ସପୁରୀ ଖୁଆଉଥିବାର ଚିତ୍ର ଦେଖିବାକୁ ମିଳୁଛି। ଯଦିଓ ହାତୀକୁ କେହି ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରିବାର ପ୍ରମାଣ ଆସିନି, କିନ୍ତୁ ଏଠି ଅମାନବିକତା ଏବଂ ମଣିଷ ସହ ପଶୁର ତୁଳନା ହେଉଛି। ଏସବୁ କେବଳ  ଗୋଟେ ହାତୀ ପାଇଁ କାହିଁକି। ଜଙ୍ଗଲୀ ପଶୁକୁ ହତ୍ୟା କରିବା ପାଇଁ ଏ ଫଳରେ ବାଣ ବିସ୍ଫୋରଣ କିମ୍ବା ଭିନ୍ନ ପ୍ରକାରର ନିଷ୍ଠୁର ଉପାୟକୁ ଆପଣାଇବା ଘଟଣା ତ ପୁରୁଣା। ଏସବୁ ବେଆଇନ୍‌ କାର୍ଯ୍ୟରେ ପୂର୍ଣ୍ଣଚ୍ଛେଦ ପକାଇବାକୁ କେତେ ଚେଷ୍ଟା ହୋଇଛି? ପ୍ରତି ଜୀବଜନ୍ତୁର ଗୁରୁତ୍ୱ ବେଶ୍‌ ଅଧିକ। ପ୍ରତିଦିନ ଆମେ ଏମିତି ଅନେକ ବନ୍ୟଜନ୍ତୁଙ୍କ ହତ୍ୟା ଖବରକୁ ସାମ୍ନା କରୁ। କିନ୍ତୁ ସେତେବେଳେ ଆମର ଏହି ଭାବାବେଗ ଆଉ ପ୍ରତିକ୍ରିୟାଶୀଳ ସ୍ୱଭାବ କେଉଁଠି ଥାଏ?

ବିଶ୍ୱବନ୍ଦିତା ସ୍ୱାଇଁ

ଇମେଲ୍‌-swainbiswobandita@gmail.com

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story