ବିଶ୍ୱସ୍ତରୀୟ ଠେଲାପେଲା ଦିଅଁ ଦର୍ଶନ!

ଆମେ ସିଂହଦ୍ୱାର ବାଟେ ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ବେଢ଼ାରେ ପ୍ରବେଶ କଲୁ। ଗହଳି ପ୍ରାୟ ନଥିଲେ ବି ମନେହେଲା ଶ୍ରୀମନ୍ଦିର କର୍ତ୍ତୃପକ୍ଷ ସତେ ଯେମିତି ଚାହୁଁଥିଲେ ଯେ ଗହଳି ଓ ଠେଲାପେଲା ଭିତରେ ଲୋକମାନେ ଦିଅଁ ଦର୍ଶନ କରନ୍ତୁ। ସେଥିପାଇଁ ଅନାବଶ୍ୟକ ଭାବେ ଶ୍ରୀମନ୍ଦିର ଉତ୍ତର ପଟ ପ୍ରବେଶ ପଥ ନିକଟରେ ଦର୍ଶକଙ୍କୁ ଧାଡ଼ିରେ ଠିଆ କରାଇ ଦେଇଥିଲେ। ତାହା ଭିତରେ ଲୋକମାନେ ଅନାବଶ୍ୟକ ଭାବେ ଆଗକୁ ଯିବାକୁ ଚେଷ୍ଟା କରୁଥିଲେ ଓ ଅଧିକ ସମୟ ପାଇଁ ଆମକୁ ସେଠାରେ ଧାଡ଼ିରେ ଠିଆହେବାକୁ ପଡ଼ିଲା।

Crowd of Devotee

Crowd of Devotee

Debendra Prusty
  • Published: Wednesday, 26 April 2023
  • Updated: 26 April 2023, 04:14 PM IST

News Highlights

  • ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ଦର୍ଶନ ବ୍ୟବସ୍ଥାକୁ କ’ଣ ବିଶ୍ୱ ସ୍ତରୀୟ କୁହାଯିବ?
  • ପ୍ରଶାସନ ପ୍ରାୟୋଜିତ କୃତ୍ରିମ ଗହଳି, ଠେଲାପେଲା, ବୃଦ୍ଧବୃଦ୍ଧା ଓ ରୁଗ୍‌ଣ ଭକ୍ତଙ୍କ ଅସ୍ୱସ୍ତିକର ଅପେକ୍ଷା କ’ଣ ବିଶ୍ୱ ସ୍ତରୀୟ?
  • ମନ୍ଦିର ବାହାରକୁ ଚକାଚକ କରି ଭିତରୁ ଅପରିଷ୍କାର ଅପରିଚ୍ଛନ ରଖିବା କ’ଣ ବିଶ୍ୱସ୍ତରୀୟ?

Sports

Latest News

୨୦୨୩ ଏପ୍ରିଲ ମାସ ୧୫ ତାରିଖ ଦିନ ସପରିବାରେ ଶ୍ରୀଜଗନ୍ନାଥ ଦର୍ଶନ କରିବାର ଦୁର୍ଲଭ ସୁଯୋଗ ମିଳିଥିଲା। ଆମେ ଭୁବନେଶ୍ୱରରୁ ଦୁଇଟା ସୁଦ୍ଧା ବାହାରି ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ଶ୍ରୀମନ୍ଦିର ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚିବାକୁ ଯୋଜନା କରିଥିଲୁ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ସାଧାରଣତଃ ଏହି ସମୟରେ ଭକ୍ତଙ୍କ ଗହଳି କମ ରହୁଥିବାରୁ ଆମେ ଏପରି ସମୟକୁ ଦର୍ଶନ ପାଇଁ ବାଛିଥିଲୁ। ଗରମ ହେଉଥିବାରୁ ମନ୍ଦିର ବାହାରେ ଜନଗହଳି ପ୍ରାୟ ନଥିଲା। ଆମେ ସିଂହଦ୍ୱାର ବାଟେ ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ବେଢ଼ାରେ ପ୍ରବେଶ କଲୁ। ଗହଳି ପ୍ରାୟ ନଥିଲେ ବି ମନେହେଲା ଶ୍ରୀମନ୍ଦିର କର୍ତ୍ତୃପକ୍ଷ ସତେ ଯେମିତି ଚାହୁଁଥିଲେ ଯେ ଗହଳି ଓ ଠେଲାପେଲା ଭିତରେ ଲୋକମାନେ ଦିଅଁ ଦର୍ଶନ କରନ୍ତୁ। ସେଥିପାଇଁ ଅନାବଶ୍ୟକ ଭାବେ ଶ୍ରୀମନ୍ଦିର ଉତ୍ତର ପଟ ପ୍ରବେଶ ପଥ ନିକଟରେ ଦର୍ଶକଙ୍କୁ ଧାଡ଼ିରେ ଠିଆ କରାଇ ଦେଇଥିଲେ। ତାହା ଭିତରେ ଲୋକମାନେ ଅନାବଶ୍ୟକ ଭାବେ ଆଗକୁ ଯିବାକୁ ଚେଷ୍ଟା କରୁଥିଲେ ଓ ଅଧିକ ସମୟ ପାଇଁ ଆମକୁ ସେଠାରେ ଧାଡ଼ିରେ ଠିଆହେବାକୁ ପଡ଼ିଲା।

ଯେତେବେଳେ ଆମକୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଛଡ଼ାଗଲା ଅଧୈର୍ଯ୍ୟ ହୋଇଉଠିଥିବା ଲୋକମାନେ ଅନ୍ୟମାନଙ୍କୁ ଠେଲି ପ୍ରଥମେ ଯିବାକୁ ଉଦ୍ୟମ କରୁଥିଲେ। ଠେଲାପେଲାକୁ ଉତ୍ସାହିତ କରିବାକୁ କିଛି ଅଣସେବାୟତ 'ଜୟ ଜଗନ୍ନାଥ' ଧ୍ୱନୀ ଦେଉଥିଲେ ଓ ଭକ୍ତଙ୍କ ଭାବ ପ୍ରବଣତାକୁ ମଉକାରେ ପରିଣତ କରି କିଛି ଯାତ୍ରୀଙ୍କୁ ସାଥୀରେ ଧରି ସେମାନେ ଆଗକୁ ବଢ଼ୁଥିଲେ। ଗରୁଡ଼ ସ୍ତମ୍ଭ ନିକଟରୁ କଳାବଦନ ଓ ଚକାଆଖି ଦେଖାଯାଉ ନଥିଲା। କାହିଁକି ନା ସେତେବେଳେ ଚାଲିଥିଲା ସାହାଣମେଲା ଦର୍ଶନ। ଭକ୍ତମାନେ ଭିତର କାଠ ଯାଏଁ ଯାଇ ପାରୁଥିବାରୁ ଗର୍ଭଗୃହ ଦ୍ୱାର ଉପରେ ଭକ୍ତମାନେ ମନଭରି ଦେଖୁଥିଲେ କାଳିଆକୁ ଏବଂ ସେଥିପାଇଁ ଆମେ ଗରୁଡ଼ ସ୍ତମ୍ଭ ନିକଟରୁ ଜଗନ୍ନାଥଙ୍କ ଚକାଆଖି ଦେଖିପାରୁ ନଥିଲୁ। ଅଗତ୍ୟା ସୁଅ ମୁହଁରେ ପତର ଭଳି ଆମେ ଠେଲିହୋଇ ଆଗକୁ ଆଗକୁ ଚାଲିଲୁ ଓ କରୁଣା ସାଗର ତିନି ଠାକୁରଙ୍କୁ ଅତି ନିକଟରୁ ଦର୍ଶନ କରି ନିଜକୁ ଧନ୍ୟ ମନେକଲୁ। ଛଡ଼ା ତୁଳସୀ ପାଇବାକୁ କିଛି ଭକ୍ତ ତଥାପି ସଂଘର୍ଷ କରୁଥିବା ବେଳେ ଆମେ ସେଠାରୁ ମୁକ୍ତିମଣ୍ଡପ ପାଖ ଦକ୍ଷିଣ ପଟେ ବାହାରି ଆସିଲୁ। ତାହା ପରେ ବଟ ଗଣେଶଙ୍କଠାରୁ ଲକ୍ଷ୍ମୀ ମନ୍ଦିର ଓ ନବଗ୍ରହ ଦର୍ଶନ ସାରି ଉତ୍ତର ଦ୍ୱାର ଦେଇ ଫେରିଲା ଭିତରେ ଆମକୁ ଶୃଙ୍ଖଳିତ ଦର୍ଶନ କରିବାର ସୁବିଧା ପାଇଁ ଆମର ସରକାର କରିଥିବା ଅବ୍ୟବସ୍ଥା ଉପରେ ମନରେ ଯେଉଁ ଦୁଃଖଦ ପ୍ରତିକ୍ରିୟା ସୃଷ୍ଟିହେଲା, ତାହା ପ୍ରକାଶ କରିବାକୁ ଏହି ପ୍ରବନ୍ଧ।

ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ପାଇଁ ଓଡ଼ିଶା ସରକାର ୨୦୧୬ ମସିହାରେ ଅବଢ଼ା (ଅଗମେଣ୍ଟେସନ ଅଫ ବେସିକ୍‌ ଆମେନିଟିଜ୍‌ ଆଣ୍ଡ୍‌ ଡେଭଲପମେଣ୍ଟ୍‌ ଅଫ୍‌ ହେରିଟେଜ୍‌ ଆଣ୍ଡ୍‌ ଆର୍କିଟେକ୍ଚର୍‌) ଯୋଜନାର ପରିକଳ୍ପନା କରିଥିଲେ। ସମୁଦାୟ ୨୨ଟି ପ୍ରକଳ୍ପ ପାଇଁ ୩୨୦୮ କୋଟି ଟଙ୍କା ବ୍ୟୟ କରିବାର ସୂଚନା ଦିଆଯାଇଥିଲା। କେବଳ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପାଇଁ ୩୩୧ କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ସରକାର। ୧୮ ମାସ ମଧ୍ୟରେ କାମ ସାରିବାକୁ ସ୍ଥିର ହୋଇଥିଲା। ଶ୍ରୀମନ୍ଦିର ଚାରିପାଖ ମେଘନାଦ ପାଚେରିଠାରୁ ୭୫ ମିଟର ମଧ୍ୟରେ ପରିକ୍ରମା ମାର୍ଗ ନିର୍ମାଣ ପ୍ରକଳ୍ପ ଏଥିମଧ୍ୟରୁ ଥିଲା ଅନ୍ୟତମ। ଏଥିପାଇଁ ସରକାର ୧୮ ଗୋଟି ମଠର ମହନ୍ତ ଓ ୧୦୮ ବ୍ୟକ୍ତି ବିଶେଷଙ୍କଠାରୁ ମଠ, ଘର ଓ ଜମି ୨୮୯.୩୪ କୋଟି ଟଙ୍କା ଖର୍ଚ୍ଚରେ ପ୍ରାୟ କିଣିନେଲେ। ୨୦୧୯ ମସିହା ଅକ୍ଟୋବର ୧୯ ତାରିଖରେ ରାଜ୍ୟ କ୍ୟାବିନେଟ୍‌ରେ ଅବଢ଼ା ଯୋଜନାରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅନୁମୋଦନ ଲାଭ କରିଥିଲା। ସରକାର ସେହି ବର୍ଷ ନଭେମ୍ବରରେ ଜମି ଅଧିଗ୍ରହଣ ପାଇଁ ପ୍ୟାକେଜ ଘୋଷଣା କରିଥିଲେ। ଡିସେମ୍ବର ୩୦ ତାରିଖରେ ଚିଠା ପ୍ରସ୍ତାବ ଆଗତ କରାଯାଇ ସର୍ବସାଧାରଣଙ୍କଠାରୁ ମତାମତ ଆହ୍ୱାନ କରାଯାଇଥିଲା। ୨୦୨୧ ଜାନୁଆରି ୨୧ ତାରିଖରେ ଶ୍ରୀ ଜଗନ୍ନାଥ ମନ୍ଦିର ସାଂସ୍କୃତିକ ପରାମର୍ଶଦାତା କମିଟି ଶ୍ରୀମନ୍ଦିର ଐତିହ୍ୟ କରିଡରର ନୀଳନକ୍ସା ଚୂଡ଼ାନ୍ତ କରିଥିଲେ। ଫେବୃଆରୀ ମାସରେ ଏହା ପରିଚାଳନା କମିଟିର ଅନୁମୋଦନ ଲାଭ କଲା। ଏହା ଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନୀଳନକ୍ସା ପ୍ରସ୍ତୁତିର ସଂକ୍ଷିପ୍ତ କାହାଣୀ। ଯେଭଳି ତ୍ୱରିତ ଗତିରେ ଉପରେ ବର୍ଣ୍ଣିତ ଘଟଣାକ୍ରମ ଘଟିଗଲା ଆଶା କରାଗଲା ଯେ, ଅନ୍ତତଃ ୨୦୨୨ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସରିଯିବ।

କୋଟି ଓଡ଼ିଆଙ୍କ ହୃଦୟର ଦେବତା ଶ୍ରୀଜଗନ୍ନାଥଙ୍କୁ ନେଇ ଲୋକେ ଯେମିତି ଭାବପ୍ରବଣ ଠିକ୍‌ ସେମିତି ଶ୍ରୀକ୍ଷେତ୍ରକୁ ନେଇ ମଧ୍ୟ। ତେଣୁ ରାଜ୍ୟ ସରକାର ଶ୍ରୀକ୍ଷେତ୍ରର ବିକାଶକୁ ଯେଭଳି ଭାବେ ଚିତ୍ରଣ କଲେ ତାହାକୁ ସମସ୍ତେ ସମର୍ଥନ କରିଥିଲେ; ଯଦିଓ ସରକାରଙ୍କ ଜଗନ୍ନାଥଙ୍କ ପ୍ରତି ଭକ୍ତିଭାବନା ଅପେକ୍ଷା ରାଜନୈତିକ ସ୍ୱାର୍ଥ ଅଧିକ ବୋଲି ବିରୋଧୀ ଦଳମାନେ ସେତେବେଳେ ବି ଅଭିଯୋଗ କରିଥିଲେ। ପ୍ରଚାର ହେଲା, ବଦଳିବ ଶ୍ରୀକ୍ଷେତ୍ରର ରୂପରେଖ। ଶ୍ରୀମନ୍ଦିରର ୭୫ ମିଟର ପରିଧିରେ ନିର୍ମାଣ ହେବ ଅଭେଦ୍ୟ ସୁରକ୍ଷା କରିଡର। ସବୁଜ ବଳୟ ସାଙ୍ଗକୁ କଳିଙ୍ଗ ସ୍ଥାପତ୍ୟରେ ଝଟକିବ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହେବ ଆଉ ଏକ ନୂଆ ଅଧ୍ୟାୟ। ଏଭଳି ଏକ ନିଆରା ପରିକଳ୍ପନାକୁ ସାକାର ରୂପ ଦେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଆୟୋଜନ କରାଗଲା ମହାଯଜ୍ଞ। ୨୦୨୧ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କଲେ ଓ ଗଜପତି ଦିବ୍ୟସିଂହ ଦେବ ଶିଳା ସ୍ଥାପନ କଲେ। ଏଥିରେ ଯୋଗଦେଲେ ସବୁ ରାଜନୈତିକ ଦଳର ମୁଖ୍ୟ। ଲାଗିଲା, ଅନେକ ଶତାବ୍ଦୀ ପରେ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ କେହି କିଛି କଲେ!

ଶ୍ରୀମନ୍ଦିର ଐତିହ୍ୟ କରିଡର ଓ ପରିକ୍ରମା ପ୍ରକଳ୍ପର କାଳକ୍ରମ ଥିଲା ଏହିପରି: ୧) ୨୦୧୬ ଜାନୁଆରୀ ମାସରେ ସରକାରଙ୍କ ମନଭିତରେ ପୁରୀକୁ ଏକ ଆନ୍ତର୍ଜାତିକ ଐତିହ୍ୟ ସ୍ଥଳୀରେ ରୂପାନ୍ତରିତ କରିବାର ଇଚ୍ଛା ସୃଷ୍ଟି ହୋଇଥିଲା। ୨) ୨୦୧୯ ଅକ୍ଟୋବର ୧୯ ତାରିଖରେ ରାଜ୍ୟ କ୍ୟାବିନେଟ ପ୍ରସ୍ତାବ ଉପରେ ମୋହର ମାରିଲେ। ୩) ୨୦୧୯ ନଭେମ୍ବର ମାସରେ ଜମି ଅଧିଗ୍ରହଣ ଆରମ୍ଭ ହେଲା ଓ ବିସ୍ଥାପିତଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା ହେଲା। ୪) ୨୦୧୯ ଡିସେମ୍ବର ୩୦ ତାରିଖରେ ଶ୍ରୀମନ୍ଦିର ଐତିହ୍ୟ କରିଡର ଚିଠା ଓ ସମ୍ଭାବ୍ୟ ଚିତ୍ର ଜାରୀ କରାଯାଇ ଜନସାଧାରଣଙ୍କ ମତାମତ ମଗାଗଲା। କୁହାଯାଉଛି ଯେ ପ୍ରାୟ ୩୦୦ଟି ମତ ବା ପ୍ରସ୍ତାବ ଆସିଥିଲା। ୫) ୨୦୨୦ ମସିହା ଜାନୁଆରୀ ୨୧ ତାରିଖରେ ସାଂସ୍କୃତିକ ପରାମର୍ଶଦାତା ମଣ୍ଡଳୀ ମାଷ୍ଟର ପ୍ଲାନକୁ ଶେଷ ସ୍ପର୍ଶ ଦେଲେ। ୬) ୨୦୨୦ ଫେବୃଆରୀ ୧୫ ତାରିଖରେ ଶ୍ରୀଜଗନ୍ନାଥ ପରିଚାଳନା ପରିଷଦଙ୍କୁ ଶେଷ ସ୍ପର୍ଶଦିଆ ମାଷ୍ଟର ପ୍ଲାନ ଦେଖାଇ ଦିଆଗଲା। ୭) ୨୦୨୦ ଫେବୃଆରୀ ୧୯ ତାରିଖରେ ଓଡ଼ିଶା ବିଧାନସଭା ସର୍ବସମ୍ମତିକ୍ରମେ ଶ୍ରୀମନ୍ଦିର ଐତିହ୍ୟ କରିଡର ଚିଠା ପ୍ରସ୍ତାବକୁ ଗ୍ରହଣ କଲେ। ୮) ୨୦୨୧ ନଭେମ୍ବର ୨୫ ତାରିଖରେ ପ୍ରକଳ୍ପର ଶିଳାନ୍ୟାସ କରାଗଲା।

୨୦୧୯ ନଭେମ୍ବର ମାସରେ ଜମି ଅଧିଗ୍ରହଣ ଆରମ୍ଭ ହେବାଠାରୁ ଆଜି ଯାଏଁ ପ୍ରାୟ ସାଢ଼େ ତିନିବର୍ଷ ଧରି ଶ୍ରୀମନ୍ଦିର ଚାରିପଟେ ଖୋଳାତଡ଼ା ଲାଗି ରହିଛି। ଏଥିରେ ପୁରୀ ସହରର ଜନଜୀବନ ଓ ଆଗନ୍ତୁକ ଭକ୍ତ ସମାଜ କଲବଲ ହେଉଛନ୍ତି। ସେଥିପ୍ରତି ସରକାରଙ୍କର ସହାନୁଭୂତି ଥିଲା ଭଳି ମନେ ହେଉନି।

ହିନ୍ଦୁମାନଙ୍କ ଶ୍ରେଷ୍ଠ ଚାରି ଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ଅନ୍ୟତମ। କଳା, ସଂସ୍କୃତି ଓ ଐତିହ୍ୟର ଏହି କ୍ଷେତ୍ର ଦେଶର ଅନ୍ୟତମ ପ୍ରାଚୀନ ଐତିହ୍ୟ ପୀଠ ଭାବେ ପରିଚିତ। ତେବେ କାଳକ୍ରମେ ଶ୍ରୀକ୍ଷେତ୍ରର ଐତିହ୍ୟ ଭୁଶୁଡ଼ି ଗଲାଣି। ରକ୍ଷଣାବେକ୍ଷଣ ଅଭାବ ଓ ପ୍ରଶାସନର ଅବହେଳା ଯୋଗୁ ମଠ, ଆଶ୍ରମ ପରମ୍ପରା ଲୋପ ପାଇବାକୁ ବସିଛି। ଐତିହ୍ୟ କରିଡର ଯୋଜନାରେ ବିକାଶ ପାଇଁ ମଧ୍ୟ କେତେକ ପ୍ରାଚୀନ ମଠ ଏବଂ ଐତିହ୍ୟ କୀର୍ତ୍ତିରାଜିକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ପୁରୀରେ ୩୭୪ଟି ମଠ ମଧ୍ୟରୁ ୧୦୯ଟି ମଠ ଭଗ୍ନ ଓ ଅର୍ଦ୍ଧଭଗ୍ନ ଅବସ୍ଥାରେ। ଶିବତୀର୍ଥ ମଠ ଓ ଶଙ୍କରାନନ୍ଦ ମଠ ଭଳି ପୁରାତନ ମଠର ପୁନରୁଦ୍ଧାରକୁ ଅଣଦେଖା କରାଯାଉଛି। ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଶ୍ରୀମନ୍ଦିର ଚାରିପାଖରେ ଥିବା ମଠଗୁଡ଼ିକର ପୁନରୁଦ୍ଧାର ଓ ନବୀକରଣ କରିବାକୁ ସରକାର ଉଦାସୀନ। ସେହିଭଳି ତୀର୍ଥ ମନେ କରାଯାଉଥିବା ପୁଷ୍କରିଣୀଗୁଡ଼ିକର ବିକାଶ ଦିଗରେ ପ୍ରଶାସନିକ ଉଦାସୀନତା ସଂସ୍କୃତି ପ୍ରେମୀଙ୍କୁ ମର୍ମାହତ କରୁଛି। ପଞ୍ଚତୀର୍ଥ ସ୍ଥଳରେ ଆବଶ୍ୟକ ଆଲୋକ ବ୍ୟବସ୍ଥା, ପାର୍କିଂସ୍ଥଳୀ ଓ ପରିଚ୍ଛନ୍ନତା ନାହିଁ। ଭକ୍ତମାନେ ଆଜିକାଲି ଦେଶର ବିଭିନ୍ନ ଅଞ୍ଚଳରୁ, ଏପରିକି ବିଦେଶରୁ ବି ଶ୍ରୀକ୍ଷେତ୍ର ଆସୁଛନ୍ତି। ସମସ୍ତଙ୍କର ଜୀବନ ଧାରଣର ମାନ ଓ ରୁଚି କ୍ରମଶଃ ଉନ୍ନତ ହେଉଛି। ସେମାନେ, ଏସବୁକୁ ଦେଖି ଆମକୁ ଯେ ଘୃଣା ଓ ଦୟା କରୁଥିବେ, ଏହା ସମସ୍ତେ ଅନୁଭବ କରୁଥିଲେ ବି ଉପାୟହୀନ। ପୁରୀର ଅନେକ ମଠ, ମନ୍ଦିର ଓ ଆଶ୍ରମ ଏବେ ପ୍ରାୟତଃ ଅବହେଳିତ ଅବସ୍ଥାରେ ରହିଛି। ସେହିସବୁ ଐତିହ୍ୟ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ଐତିହ୍ୟ ବିଶାରଦ ଓ ସଂସ୍କୃତିପ୍ରେମୀମାନେ ଗୁରୁତ୍ୱାରୋପ କରିଆସୁଥିଲେ ବି କେବଳ ପରିକ୍ରମା ମାର୍ଗ ପଛରେ ପଡ଼ିଛି ପ୍ରଶାସନ। ରାଉରକେଲାରେ ହକି ଷ୍ଟାଡିୟମ ୧୮ ମାସରେ ସରିଗଲେ ବି ବରମୁଣ୍ଡା ବସଷ୍ଟାଣ୍ଡ କାମ ସାରିବାର ନାଁ ନଧରିବା ଭଳି ପୁରୀର ବିଭିନ୍ନ ପ୍ରକଳ୍ପ ନିର୍ମାଣ ଅଧାପନ୍ତରିଆ ଓ ଆନ୍ତରିକତାହୀନ। ଐତିହ୍ୟ ଗୋଟିଏ ଜାତିର ଅସ୍ମିତାର ନିଦର୍ଶନ। ଐତିହ୍ୟ ସଂରକ୍ଷଣ ଦିଗରେ ସମସ୍ତଙ୍କ ଉଦ୍ୟମ ଜରୁରୀ ହୋଇଥିଲେ ବି ସରକାର ନିଜେ ସବୁ କିଛି କରି ଶ୍ରେୟ ନେବାକୁ ଏତେ ବିକଳ ଯେ, କାହାର ଗଠନମୂଳକ ମତାମତ କିମ୍ବା ସହଯୋଗ ନେବାକୁ ନାରାଜ।

ସେଦିନ ଶ୍ରୀମନ୍ଦିର ଯାଇ ଫେରିବା ବେଳକୁ ଆଉ ଏକ ଦୁଃଖଦ ସ୍ଥିତି ଆମ ପାଇଁ ଅପେକ୍ଷା କରିଥିଲା ଯେମିତି। ବେଢ଼ା ପରିକ୍ରମା ସାରି ଉତ୍ତର ଦ୍ୱାର ଦେଇ ଫେରିବାକୁ ପଡ଼ିଲା, ଯଦିଓ ଆମର ଜୋତା ଇତ୍ୟାଦି ରହିଥିଲା ସିଂହଦ୍ୱାର ପାଖାପାଖି। ବେଢ଼ା ଧୋଇବା ପାଇଁ ପାଣି ପାଇପଟିଏ ଖୋଲାରେ ପଡ଼ିଥିଲା ଓ ସେଥିରୁ ଅନବରତ ପାଣି ବୋହି ଚାଲିଥିଲା। ସେହି ପାଣିରେ ଭାସମାନ କାଦୁଅ ଓ ବାଲି ଭିତରେ ପାଦ ଚିପି ଆମ ଭଳି ଶହ ଶହ ଭକ୍ତ ବାହାରକୁ ଆସୁଥିଲେ। କୂର୍ମବେଢ଼ା ବାହାରଠାରୁ ଉତ୍ତର ଦ୍ୱାର ଗୁମୁଟ ଯାଏଁ ପାହାଚରେ ପାଦ ଖସିଯିବାର ଭୟ ଭିତରେ ଆମେ ବାହାରକୁ ଆସିଲୁ। କିନ୍ତୁ, ଏ କ'ଣ! କାମ ଚାଲୁଥିବାରୁ ରାସ୍ତା ବନ୍ଦ ଥିଲା ଓ ଆମକୁ ମେଘନାଦ ପାଚେରି କଡ଼ ଦେଇ କିଛିବାଟ ଆସି ବହୁ କଷ୍ଟରେ ସିଂହଦ୍ୱାର ଅଞ୍ଚଳକୁ ପ୍ରାୟ ୨ କିଲୋମିଟର ବାଟ ଖାଲି ପାଦରେ ଚାଲିକରି ଆସିବାକୁ ପଡ଼ିଲା। ପାଦରେ ଥିଲା ବାଲି କାଦୁଅର ଏକ ଆସ୍ତରଣ। ଏଣୁ ହାତ ପାଦ ନଧୋଇ ଚପଲ ପିନ୍ଧିବା ଥିଲା ଅସମ୍ଭବ।

ସମୟ ବଦଳୁଛି। ରୁଚି ବଦଳୁଛି ଲୋକଙ୍କର। ବିଶ୍ୱସ୍ତରୀୟ କରାଯିବା କଥା କୁହାଯାଉଛି ଓ ଶ୍ରୀମନ୍ଦିର ବାହାର ପଟକୁ ଆକର୍ଷଣୀୟ କରାଯାଉଛି। କାମ ନସାରିବା ଯାଏଁ ଆମ ସମସ୍ତଙ୍କୁ ଅସୁବିଧା ହେବ, ଏହା ସର୍ବ ସ୍ଵୀକାର୍ଯ୍ୟ ସତ୍ୟ। ତେବେ, ଅସୁବିଧାକୁ ଭ୍ରୁକ୍ଷେପ ନକରି ଦିଅଁ ଦର୍ଶନ କରିବାକୁ ଦେଶ ବିଦେଶରୁ ଛୁଟିଆସୁଥିବା ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ କି ପ୍ରକାର ସୁବିଧା ଯୋଗାଇ ଦେଇଛି? ଆନନ୍ଦ ବଜାର କ'ଣ ବ୍ୟବସ୍ଥିତ ହୋଇପାରିଛି ନା ସହଜ ସରଳ ଦର୍ଶନ ପାଇଁ ସୁବିଧା କରା ଯାଇଛି? ଶ୍ରୀମନ୍ଦିରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରିବା ପାଇଁ ଦକ୍ଷିଣ ଭାରତୀୟ ମନ୍ଦିରମାନଙ୍କରେ ପ୍ରଚଳିତ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନକଲ କରିବା ଅପେକ୍ଷା ଆମର ନିଜସ୍ୱ ଶୈଳୀରେ ପ୍ରବେଶ, ଦର୍ଶନ ଓ ପ୍ରସ୍ଥାନ ବ୍ୟବସ୍ଥା ଓ ପରିଷ୍କାର, ପରିଚ୍ଛନ୍ନତା ସହିତ ଆଧ୍ୟାତ୍ମିକ ବାତାବରଣ ବଜାୟ ରଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ; ଏହା କ'ଣ ଆମକୁ ବୁଝାଇ କହିବାକୁ ପଡ଼ିବ? ମନେହୁଏ, ଯେତେ ଦିନ ଯାଏଁ, ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଚାଲିଥିବ, ସେତେ ଦିନ ଯାଏଁ ସାଧାରଣ ଭକ୍ତଙ୍କ ଦୁଃଖ କେହି ବୁଝିପାରିବେନି। ଯେଉଁଦିନ ସରକାରୀ ବାବୁଙ୍କଠାରୁ ରାଷ୍ଟ୍ରପତିଙ୍କ ଯାଏଁ ସଭିଏଁ ସର୍ବସାଧାରଣଙ୍କ ଭଳି ଦର୍ଶନ କରିବାକୁ ଯିବେ, ସେଦିନ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ହୋଇଯିବ। କେବେ ଆସିବ ସେଦିନ?

ଜାନକୀଶ ବଡ଼ପଣ୍ଡା

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story