ଆମେରିକାରେ ଇସଲାମୋଫୋବିଆ ଓ ଯୁଦ୍ଧଖୋର ମନୋବୃତ୍ତି

‘କମଳା ହାରିସ ଅସୁନ୍ଦର’, ‘କମଳା ହାରିସ ଏକ ବେଶ୍ୟା’, ‘କମଳା ହାରିସ ଜଣେ ରାକ୍ଷସୀ’ - ଗୋଟିଏ ଦେଶର ଜଣେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିରୋଧୀ ଦଳର ଅନ୍ୟ ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ଓ ତାଙ୍କ ପ୍ରତିନିଧି ଏଭଳି ନିମ୍ନ ସ୍ତରରେ ମନ୍ତବ୍ୟ ଦେବା ପ୍ରମାଣିତ କରୁଛି ଯେ ଆମେରିକାର ନିର୍ବାଚନ ମଧ୍ୟରେ ଯାହା ଚାଲିଛି ତାହା ଗଣତନ୍ତ୍ର ନୁହେଁ।

Kamala Harris And Donald Trump

Kamala Harris And Donald Trump

Debendra Prusty
  • Published: Saturday, 02 November 2024
  • Updated: 02 November 2024, 03:49 PM IST

Sports

Latest News

ଦେବ ରଞ୍ଜନ

ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ନିଜ ବିପକ୍ଷ ପ୍ରାର୍ଥୀଙ୍କ ପ୍ରତି ଏଭଳି ପୁରୁଷତାନ୍ତ୍ରିକ, ଉଗ୍ର ବର୍ଣ୍ଣବାଦ ଓ ଅଶିଷ୍ଟାଚାର ମନ୍ତବ୍ୟ ବିରୁଦ୍ଧରେ ଆମେରିକା ନିର୍ବାଚନ କମିଶନ କିମ୍ବା ସୁପ୍ରିମ କୋର୍ଟ କୌଣସି ପଦକ୍ଷେପ ନନେବା ଦ୍ଵାରା ବରଂ ସ୍ଵୀକାର କରାଯାଇପାରେ ଯେ ଆମେରିକାରେ ବର୍ଣ୍ଣବିଦ୍ଵେଷ ଭାବନା ବଢ଼ିବାରେ ଲାଗିଛି।

ତାହା ହେଲେ ଓଡ଼ିଶାର ଖବରକାଗଜମାନେ ଆମେରିକା ନିର୍ବାଚନ ସଂକ୍ରାନ୍ତରେ ଏପରି ଟିକିନିଖି ଖବର ପ୍ରକାଶ କାହିଁକି କରୁଛନ୍ତି? ଏହା କେବଳ ଓଡ଼ିଆ ଖବରକାଗଜ ନୁହେଁ, ଭାରତର ଅନ୍ୟ ଆଞ୍ଚଳିକ ଖବରକାଗଜ ଏପରିକି ଅନେକ ଦେଶର ଖବରକାଗଜମାନେ ମଧ୍ୟ ଆମେରିକା ନିର୍ବାଚନ ସଂକ୍ରାନ୍ତରେ ଟିକିନିଖି ଖବର ନିର୍ବାଚନ ଆରମ୍ଭରୁ ଦେଇ ଚାଲିଥାନ୍ତି। ସେ ମଧ୍ୟରୁ ଅନେକ ସମ୍ବାଦ କମଳା ହାରିସ ବ୍ୟକ୍ତିଗତ ଜୀବନ ଭଳି ଅନେକ ଅରୁଚି, ଅସଭ୍ୟ ଓ ଅପସଂସ୍କୃତି ପୂର୍ଣ୍ଣ ମନ୍ତବ୍ୟ ମଧ୍ୟ ହୋଇଥାଏ।

‘ବାଇଡେନଙ୍କ ପାଶୋରି ଯାଉଥିବା ବେମାରୀ’, ‘ବାଇଡେନ ମଧ୍ୟ ମୋଦୀଙ୍କ ନାମ ଭୁଲିଗଲେ’ ଇତ୍ୟାଦି ଅତି ରୋଚକ ସମ୍ବାଦ ଆମ ଚା’ ଦୋକାନର ଆଲୋଚନାର ବିଷୟ ହୋଇଥାଏ। କିନ୍ତୁ ସତରେ ଯଦି ଏକ ରାଷ୍ଟ୍ରପତିଙ୍କର ଏଭଳି ଆତ୍ମବିସ୍ମୃତି ଘଟୁଛି ତେବେ ସେ ପାଲେଷ୍ଟାଇନ, ଇରାନ ଓ ଲେବାନନ ଉପରେ ଆକ୍ରମଣ ସମୟରେ ଇସ୍ରାଏଲକୁ ସହାୟତା ଦେବା ଓ ଆକ୍ରମଣକୁ ଯଥାର୍ଥ କହିବା ଲାଗି କେମିତି ପାଶୋରି ଯାଉନାହାନ୍ତି?

ଆଞ୍ଚଳିକ ଗଣମାଧ୍ୟମର ଆମେରିକୀୟ ଶାସକ ପ୍ରତି ଅନୁରକ୍ତ ହେବା ଦଶନ୍ଧି ଦଶନ୍ଧିର। ଏଭଳି ଅନୁରକ୍ତି କଦାପି ଫ୍ରାନ୍ସ, ଇଂଲଣ୍ଡ, ସ୍ପେନ, ପୋଲାଣ୍ଡ, ଅଷ୍ଟ୍ରେଲିଆ ନିର୍ବାଚନ ସମୟରେ ଦେଖାଯାଏ ନାହିଁ। ଏପରିକି ପଡ଼ୋଶୀ ପାକିସ୍ତାନ ଓ ଶ୍ରୀଲଙ୍କାର ନିର୍ବାଚନ ସମୟରେ ମଧ୍ୟ ଦେଖାଯାଏ ନାହିଁ।

ଗଣମାଧ୍ୟମର ଏହି ନିର୍ବିକାରପଣ ବର୍ତ୍ତମାନର ରାଷ୍ଟ୍ରପତି ନିର୍ବାଚନ ସମୟରେ ଯେ ଦେଖାଯାଉଛି ତାହା ନୁହେଁ। ଏହା ଯେ ଆମେରିକାର ନିର୍ବାଚନ ସମୟରେ କେବଳ ଦେଖାଯାଏ ତାହା ମଧ୍ୟ ନୁହେଁ। ଆମେରିକାର ସରକାରୀ ସମ୍ବାଦ ସରାବରାହ ସଂସ୍ଥା ରଏଟର ମାଧ୍ୟମରେ ଆସୁଥିବା ଖବରକୁ ବିଶ୍ଵର ଅନେକ ଆଞ୍ଚଳିକ ଭାଷାର ଖବରକାଗଜ ନିଜର ବିଦେଶ ପୃଷ୍ଠାରେ ନିୟମିତ ଛାପିଥାନ୍ତି।

ଆମକୁ କୁହାଯାଉଛି ଯେ ଆମେରିକା ଏକ ବୃହତ ଗଣତନ୍ତ୍ର ହୋଇଥିବା କାରଣରୁ ଆମେରିକାର ସମ୍ବାଦ ସମଗ୍ର ବିଶ୍ଵ ପାଇଁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ତାହା ନୁହେଁ। ଆମେରିକାର ଶାସକମାନେ ଗଣତନ୍ତ୍ର ହେତୁ ନିର୍ବାଚିତ ହୋଇଥାନ୍ତି। କିନ୍ତୁ ସେମାନେ ଯେଉଁଭଳି ଅନ୍ୟ ଦେଶରେ ଜୋର ଜବରଦସ୍ତି ପ୍ରବେଶ କରି ନିଜର ସରକାରୀ ବାହିନୀ ଦ୍ଵାରା କାହାକୁ ହତ୍ୟା କରିବା, କେଉଁ ଭୂଖଣ୍ଡକୁ ଅକ୍ତିଆର କରିବା, ଅନ୍ୟ ଦେଶର ଶାସକଙ୍କୁ ଗାଦିଚ୍ୟୁତ କରିବା, ବିଦ୍ରୋହୀ ଗୋଷ୍ଠୀଙ୍କୁ ଅସ୍ତ୍ରଶସ୍ତ୍ର ଓ ଅର୍ଥ ଯୋଗାଇବା, ପରମାଣୁ ବୋମା ପକାଇବା ଓ ପକାଇବ ବୋଲି ଧମକ ଦେବା, ପ୍ରାକୃତିକ ସମ୍ପଦକୁ ଅକ୍ତିଆର କରିବା, ଆମେରିକା କମ୍ପାନୀଙ୍କୁ ବିକାଶଶୀଳ ଦେଶରେ ବିରୋଧ କରାଗଲେ ତାହାକୁ ଦମନ କରିବା ଓ ଏହାର ନେତାଙ୍କୁ ହତ୍ୟା କରିବାକୁ କଦାପି ଗଣତନ୍ତ୍ର କୁହାଯାଇନପାରେ।

ରିପବ୍ଲିକାନ ଦଳର ଇସଲାମୋଫୋବିଆ

ଆମେରିକାରେ ସରକାର ଗଠନର ଦାୟିତ୍ଵ ଦୁଇଟି ଦଳ - ଡେମୋକ୍ରାଟ ଦଳ ଓ ରିପବ୍ଲିକାନ - ମଧ୍ୟରୁ ଅଧିକ ଭୋଟ ପାଇଥିବା ଦଳ ଉପରେ ନ୍ୟସ୍ତ ହୋଇଥାଏ। ଭାରତ ଭଳି ଆମେରିକାରେ ବହୁଦଳୀୟ ବ୍ୟବସ୍ଥା ନାହିଁ। ୨୦୨୪ ମସିହାର ନିର୍ବାଚନରେ ଡେମୋକ୍ରାଟ ଦଳ ତରଫରୁ ଭାରତୀୟ ବଂଶୋଦ୍ଭବ କମଳା ହାରିସ ଓ ରିପବ୍ଲିକାନ ପାର୍ଟି ତରଫରୁ ପୂର୍ବତନ ରାଷ୍ଟ୍ରପତି ତଥା ବ୍ୟବସାୟୀ ଡୋନାଲ୍ଡ ଟ୍ରମ୍ପ ପ୍ରାର୍ଥୀ ହୋଇଛନ୍ତି।

ଡୋନାଲ୍ଡ ଟ୍ରମ୍ପ ଆମେରିକା ନିର୍ବାଚନରେ ଅନ୍ୟ ଦେଶରୁ ଆସି ରହିଥିବା ନାଗରିକ ବିଶେଷକରି ମୁସଲମାନଙ୍କୁ ବିରୋଧ କରି ଦେଉଥିବା ମନ୍ତବ୍ୟ ଲାଗି ବେଶ ଜଣାଶୁଣା। ତାଙ୍କ ନିର୍ବାଚନ ପ୍ରସଙ୍ଗ ହେଲା ଇମିଗ୍ରେସନ ବା ଅନ୍ୟ ଦେଶରୁ ଆମେରିକା ଆସି ରହିଥିବା ଲୋକଙ୍କୁ ଆମେରିକାରେ ପ୍ରବେଶ କରାଇନଦେବା, ସେମାନଙ୍କୁ ବିରୋଧ କରିବା ଓ ସେ ସଂକ୍ରାନ୍ତରେ ଆଇନ ପ୍ରଣୟନ କରିବା।

ଆମେରିକାର ସମସ୍ତ ସମ୍ପତ୍ତି ଉପରେ କେବଳ ମୂଳ ଆମେରିକୀୟଙ୍କର ଅଧିକାର ଯେ ରହିଛି ସେହିଭଳି ଭାବାବେଗ ଟ୍ରମ୍ପ ନିଜର ଭୋଟରମାନଙ୍କ ମଧ୍ୟରେ ସୃଷ୍ଟି କରିଛନ୍ତି। ଦେଶର ଅସୁରକ୍ଷିତ ପରିବେଶ ଲାଗି ବହିରାଗତ ମୁସଲମାନ ଓ ଏସୀୟମାନେ ଯେ ଦାୟୀ ସେଭଳି ମନ୍ତବ୍ୟରୁ ସେ କେବେ କ୍ଷାନ୍ତ ହୋଇନଥାନ୍ତି।

ଟ୍ରମ୍ପ କେବେ କୌଣସିଠାରେ ଆମେରିକାର ଅର୍ଥନୈତିକ ବିକାଶ, ସାମାଜିକ ଉତ୍ଥାଥନ, ବର୍ଣ୍ଣବୈଷମ୍ୟ, ପରିବେଶ ସୁରକ୍ଷା ପ୍ରସଙ୍ଗ ଉଠାଇନଥାନ୍ତି। କିନ୍ତୁ ଆମେରିକାକୁ ସର୍ବଶ୍ରେଷ୍ଠ ଓ ଅଧିକ ଶକ୍ତିଶାଳୀ ଦେଶ କରିବାର ସ୍ଵପ୍ନକୁ ନିଜର ଅସ୍ତ୍ର କରିଆସିଛନ୍ତି। ଦେଶର ସୁରକ୍ଷା ପ୍ରସଙ୍ଗ ଓ ସେଥିଲାଗି ବହିରାଗତ ଶକ୍ତି ବିରୁଦ୍ଧରେ ଯୁଦ୍ଧ ଘୋଷଣା ଟ୍ରମ୍ପଙ୍କ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି।

ଟ୍ରମ୍ପଙ୍କ ପୂର୍ବ ଶାସନରେ ‘ଉଗ୍ରବାଦ ବିରୁଦ୍ଧରେ ଯୁଦ୍ଧ’ ବେଶ ତୀବ୍ର ହୋଇଥିଲା। ସାଧାରଣ ଆମେରିକୀୟଟିଏ ଏ କଥାକୁ ବିଶ୍ଵାସ କରିଯାଇଥିଲା ଯେ ‘ଇସଲାମ ଉଗ୍ରବାଦ’ ରହିଛି, ‘ଉଗ୍ରବାଦ ସହିତ ଇସଲାମ ଧର୍ମର ସମ୍ପର୍କ ରହିଛି’, ‘ଦେଶର ସୁରକ୍ଷା ଲାଗି ଏହା ବିପଦ’, ‘ଆମେରିକାର ମୁସଲମାନମାନେ ଦେଶରେ ନିଜର ସଂଖ୍ୟା ବୃଦ୍ଧି କରିବାରେ ଲାଗିଛନ୍ତି ଯାହାଦ୍ୱାରା ସେମାନେ ଆମେରିକାରେ ଇସଲାମ ଆଇନ ପ୍ରବର୍ତ୍ତନ କରିବେ‘ ଇତ୍ୟାଦି।

ଆମେରିକା ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏହି ରାଷ୍ଟ୍ର ବ୍ୟବସ୍ଥା ମଧ୍ୟରେ ଧର୍ମ ଓ ଶ୍ରେଣୀ ବିହୀନ ସମାଜର କଳ୍ପନା ରହିଛି। କିନ୍ତୁ ଏହା କେବଳ କାଗଜପତ୍ରରେ।

ଟ୍ରମ୍ପଙ୍କ ସମୟରେ ଇସଲାମ ଆଡୁ ଭୟ ବା ଇସଲାମୋଫୋବିଆ ଆମେରିକା ପ୍ରଶାସନକୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ ଇସଲାମ ବହୁଳ ଦେଶ ସିରିଆ, ଇରାକ, ଇରାନ, ଲିବିଆ, ସୋମାଲିଆ, ସୁଦାନ ଓ ୟେମେନ ଦେଶ ଉପରେ ଯାତାୟତ ପ୍ରତିବନ୍ଧକ ବା ଟ୍ରାଭେଲ ବ୍ୟାନ ଲାଗୁ ହୋଇଥିଲା। ଏହା ଟ୍ରମ୍ପ ଟ୍ରାଭେଲ ବ୍ୟାନ ନାମରେ ଖ୍ୟାତ।

ଟ୍ରମ୍ପଙ୍କ ଶାସନ ସମୟରେ ଇସଲାମ ବିରୋଧୀ ମାନସିକତା ସାଙ୍ଗକୁ ରୁଢ଼ିବାଦୀ ଖ୍ରୀଷ୍ଟିୟାନ ଧର୍ମ ଆଡ଼କୁ ଆମେରିକା ସମାଜକୁ ଅଧିକ ଠେଲି ଦିଆଯାଇଥିଲା। ଗର୍ଭପାତ ବିରୋଧୀ ଗୃପ ରିପବ୍ଲିକାନ ପାର୍ଟି (କେତେକ ବ୍ୟତିକ୍ରମ ବ୍ୟତୀତ) ସହିତ ପ୍ରାୟତଃ ଜଡ଼ିତ ହୋଇଯାଇଥିଲେ ଓ ଏବେ ବି ଅଛନ୍ତି।

ରିପବ୍ଲିକାନ ଦଳର କ୍ୟାମ୍ପେନ ମୁଖ୍ୟତଃ ଏହି ବିଶ୍ଵାସ ସୃଷ୍ଟି କରିଦେଇଛି ଯେ ଆମେରିକାର ଧର୍ମ ଖ୍ରୀଷ୍ଟଧର୍ମ। ତେଣୁ ସେମାନେ ବିଶ୍ୱାସ କରନ୍ତି ଯେ ଇସଲାମ ହିଂସାର ପ୍ରଚାର କରିଥାଏ। ଟ୍ରମ୍ପ ଏକ ସାକ୍ଷାତକାରରେ କହିଥିଲେ ଯେ ଡେମୋକ୍ରାଟ ଦଳର ପୂର୍ବ ରାଷ୍ଟ୍ରପତି ବାରାକ ହୁସେନ ଓବାମା ଜଣେ ମୁସଲମାନ। (ନିଜର ନାମରେ ହୁସେନ ଯୋଡ଼ି ହୋଇଥିବା କାରଣରୁ) ତାଙ୍କ ହାତରେ ଦେଶ ସୁରକ୍ଷିତ ନୁହେଁ। କଳା ବା ଏସୀୟ ହୋଇଥିବା କାରଣରୁ କମଳା ହାରିସଙ୍କ ହାତରେ ଦେଶ ସୁରକ୍ଷିତ ନୁହେଁ। ଡେମୋକ୍ରାଟ ଦଳ ହାତରେ ଦେଶ ସୁରକ୍ଷିତ ନୁହେଁ। ଏହା ମୋଟାମୋଟି ରିପବ୍ଲିକାନ ଦଳର ନିର୍ବାଚନ ସମୟର ସ୍ଲୋଗାନ।

ଏବେକାର ଭାରତୀୟ ଜନତା ପାର୍ଟି ଓ ରିପବ୍ଲିକାନ ପାର୍ଟି ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ମୋଦୀ ଆମେରିକା ଯିବା ସମୟରେ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ (୨୦୧୯), କୋଭିଡ ସମୟରେ ଟ୍ରମ୍ପ ବାହିନୀ ଭାରତ ଆସିବା ପରେ ଅହମ୍ମଦାବାଦ ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ (୨୦୨୧) ଇତ୍ୟାଦି ବର୍ଣ୍ଣନା କରୁଛି ଯେ ଉଭୟ ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ ସମ୍ପର୍କ ବେଶ ନିବିଡ଼। ଏହାର ମୂଳ କାରଣ ହେଲା ଉଭୟଙ୍କ ମୁସଲମାନ ବିରୋଧୀ ମାନସିକତା, ଅନୁପ୍ରବେଶ ନାମରେ ଘୃଣାର ପ୍ରଚାର, ଦେଶର ସୁରକ୍ଷା ଆଳରେ ସୈନ୍ୟବାହିନୀ ଓ ଅସ୍ତ୍ରଶସ୍ତ୍ର ବ୍ୟାପାର ବଢ଼ାଇବା, ପ୍ରାଇଭେଟ କମ୍ପାନୀଙ୍କ ଉପରେ ଦେଶର ଅର୍ଥନୀତିକୁ ଖୋଲା ଛାଡ଼ିଦେବା, ବର୍ଣ୍ଣବାଦକୁ ସମର୍ଥନ କରିବା ଇତ୍ୟାଦି ବିଚାର। ବିଜେପିକୁ ଆଦାନୀ ଓ ଆମ୍ବାନୀଙ୍କ ସମର୍ଥନ ଭଳି ରିପବ୍ଲିକାନ ପାର୍ଟି ପ୍ରତି ଏଲୋନ ମସ୍କ, ଜେନେରାଲ ଇଲେକ୍ଟ୍ରିକ, ବୋଈଙ୍ଗ କମ୍ପାନୀର ସମର୍ଥନ ରହିଛି।

ଡେମୋକ୍ରାଟ ଦଳର ଯୁଦ୍ଧଖୋର ମନୋବୃତ୍ତି

ଆମେରିକାର ଅନ୍ୟତମ ମୁଖ୍ୟ ଦଳ ଡେମୋକ୍ରାଟର ଆଭିମୁଖ୍ୟ ଯୁଦ୍ଧକୁ ସାହାରା କରି ନିର୍ବାଚନ ଜିତିବା।

ଇସ୍ରାଏଲ ଉପରେ ପାଲେଷ୍ଟାଇନ ‘ଉଗ୍ରବାଦୀ ସଂଗଠନ’ ହାମାସ ଅକ୍ଟୋବର ୦୭, ୨୦୨୩ରେ ଆକ୍ରମଣ କରିଥିଲା। ଏଥିରେ ସମୁଦାୟ ୧୨୦୦ ଇସ୍ରାଏଲୀ ମୃତ୍ୟୁବରଣ କରିଥିଲେ ଓ ୨୪୦ ଜଣଙ୍କୁ ହାମାସ ବନ୍ଧକ କରିନେଇଥିଲା।

ଏହାର ପ୍ରତିକ୍ରିୟାରେ ମଧ୍ୟ ପ୍ରାଚ୍ୟରେ ଦୀର୍ଘ ଏକ ବର୍ଷ ହେଲା ଲଢ଼େଇ ଚାଲିଛି। ଏଥିରେ ବର୍ଷକ ମଧ୍ୟରେ ୪୧,୦୦୦ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ସେ ମଧ୍ୟରେ ୧୪,୦୦୦ ଶିଶୁ ଓ ୯,୦୦୦ ମହିଳା ଅଛନ୍ତି। ୧୯ ଲକ୍ଷ ଲୋକଙ୍କ ଘର ଭାଙ୍ଗିଯାଇଛି। ୧୨,୫୦୦୦ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ୯,୫୦,୦୦୦ ମହିଳା ନିଜ ଘରୁ ବିସ୍ଥାପିତ ହୋଇଛନ୍ତି। ୭୪,୦୦୦ ଲୋକ ଏବେ ଆଶ୍ରୟସ୍ଥଳରେ ଅଛନ୍ତି।

ଏହା ସତ୍ତ୍ୱେ ଡେମୋକ୍ରାଟ ଦଳର ମୁଖ୍ୟ ବାଇଡେନ ଏହି ଯୁଦ୍ଧର ସମର୍ଥନରେ ଇସ୍ରାଏଲକୁ ସମସ୍ତ ସହଯୋଗ କରିଆସିଛନ୍ତି। ଏହି ଯୁଦ୍ଧ ବାଇଡେନଙ୍କ ଦୃଷ୍ଟିରେ ‘ଉଗ୍ରବାଦ ବିରୁଦ୍ଧରେ ଯୁଦ୍ଧ’ କାରଣ ଏହାର ବିପକ୍ଷ ଦେଶ ହେଉଛି ମୁସଲମାନ ବହୁଳ।

ଡେମୋକ୍ରାଟ ଦଳର ଅତି ପରିଚିତ ରାଷ୍ଟ୍ରପତି ବାରାକ ଓବାମା ତାଙ୍କ ଶାସନ ସମୟରେ ଆଫଗାନିସ୍ତାନ ସୀମାନ୍ତ ମଧ୍ୟରେ ପ୍ରବେଶ କରି ଓସାମା ବିନ ଲାଡେନଙ୍କୁ ହତ୍ୟା ଓ ଇରାକ ମଧ୍ୟରେ ପ୍ରବେଶ କରି ସଦ୍ଦାମ ହୁସେନଙ୍କୁ ହତ୍ୟା କରିବା ଭଳି ଅନ୍ତର୍ଜାତୀୟ ଅପରାଧ ଘଟାଇଥିଲେ। ଜାତିସଂଘର ନିୟମ ଅନୁସାରେ ଅନ୍ୟ ଦେଶ ମଧ୍ୟରେ ପ୍ରବେଶ କରି ସେହି ଦେଶର କୌଣସି କ୍ଷତି ଘଟାଇବା ଅପରାଧିକ କାର୍ଯ୍ୟ। କିନ୍ତୁ ପୃଥିବୀର ଅନ୍ୟ ଦେଶମାନଙ୍କର ଶାସକମାନେ କ୍ଵଚିତ ଉପରୋକ୍ତ ଦୁଇ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହା ହିଁ ଆମେରିକୀୟ ସାମ୍ରାଜ୍ୟବାଦ। ଏହା ବିଶ୍ଵରେ ଭୟ ସୃଷ୍ଟିକାରୀ ଶକ୍ତିରେ ପରିଣତ ହୋଇଛି।

ଆମେରିକୀୟ ଗଣତନ୍ତ୍ର କହିଲେ ଆଜି ମୁଖ୍ୟତଃ ଇସାଲାମ ଉଗ୍ରବାଦ ନାମରେ ରାଷ୍ଟ୍ର ପ୍ରାଯୋଜିତ ଉଗ୍ରବାଦକୁ ଚଳାଇ ରଖିବା, ଇସଲାମପଟରୁ ଭୟ ରହିଥିବାର ପ୍ରଚାର କରିବା, ଆମେରିକୀୟ କମ୍ପାନୀଙ୍କ ସୁରକ୍ଷା ଲାଗି କାର୍ଯ୍ୟ କରିବା ଓ ନିଜ ଦେଶ ବାହାରେ ଭିନ୍ନମତକୁ ଦମନ କରିବାକୁ ବୁଝାଉଛି। ଅତୀତରେ, ଆମେରିକା ରାଷ୍ଟ୍ରପତି ରୁଜଭେଲ୍ଟଙ୍କ ଠାରୁ ରୋନାଲ୍ଡ ରେଗାନଙ୍କ ପର୍ଯ୍ୟନ୍ତ କମ୍ୟୁନିଜିମକୁ ନିଜର ପ୍ରାଥମିକ ଶତ୍ରୁ ଭାବରେ ତିଆରି କରାଯାଇ କମ୍ୟୁନିଷ୍ଟଭୟ ସୃଷ୍ଟି କରାଯାଇଥିଲା। ଅନେକ ଯୁଦ୍ଧ, ଦମନ, ହତ୍ୟା ଏଥିଲାଗି ଅନୁଷ୍ଠିତ ହୋଇଥିଲା। ଏବେ ଜର୍ଜ ଡବ୍ଲୁ ବୁଶଙ୍କ ଠାରୁ ଟ୍ରମ୍ପ ବା ବାଇଡେନଙ୍କ ପର୍ଯ୍ୟନ୍ତ ସମସ୍ତ ସମୟରେ ଇସଲାମଭୟ ବା ଇସଲାମାଫୋବିଆ ସୃଷ୍ଟି କରାଯାଉଛି। କମ୍ୟୁନିଜିମ ପୂର୍ବରୁ ବର୍ଣ୍ଣବାଦକୁ ଆତଙ୍କ ଭାବରେ ସୃଷ୍ଟି କରାଯାଇଥିଲା। ଏହାପରେ କମ୍ୟୁନିଜିମକୁ ଆତଙ୍କ ଭାବରେ ସୃଷ୍ଟି କରାଗଲା। ଏବେ ଇସଲାମଭୟ ସୃଷ୍ଟି କରାଯାଉଛି। ଏହା ସତ୍ୟ ଯେ ଏଥିରେ ଆମେରିକୀୟ ପୁଞ୍ଜି ଏହି କ୍ରମରେ (ପ୍ରଥମେ ବର୍ଣ୍ଣବାଦ, ପରେ କମ୍ୟୁନିଷ୍ଟ ଓ ଏବେ ଇସଲାମଭୟ) ଅଧିକ ଦୃଢ଼ ହେଉଛି, ଅଧିକ ଲାଭ କରୁଛି ଓ ଅଧିକ ମାତ୍ରାରେ ପ୍ରସାରିତ ହେଉଛି। ପ୍ରତି ତିରିଶରୁ ଚାଳିଶ ବର୍ଷ ମଧ୍ୟରେ ନୂତନ ଭୟ ସୃଷ୍ଟି କରାଯାଇ ଆମେରିକୀୟ ପୁଞ୍ଜି ଅଧିକ ଦୃତ ବିସ୍ତାର କରୁଛି।

ଆମେରିକା ପ୍ରଶାସନ ଗଣତନ୍ତ୍ରକୁ ସୁଦୃଢ଼ କରିବା ନାମରେ ଏହି କାର୍ଯ୍ୟ କରିଚାଲିଛି। ଯଦି ଏହି କ୍ରମ ବଜାୟ ରହେ ତେବେ ଅତିଶୀଘ୍ର ପୁଣି ଅନ୍ୟ ଏକ ଭୟ ସୃଷ୍ଟି କରାଯାଇ ଆମେରିକା ପୁଞ୍ଜିର ସୁରକ୍ଷାର କାର୍ଯ୍ୟ ଆମେରିକା ସରକାର କରିବେ। ହୁଏତ ଆଗାମୀ ଦିନରେ ପୁଣି ନୂତନ ଶତ୍ରୁର କଳ୍ପନା କରାଯାଇପାରେ। ଯେଉଁ ଗତିରେ ରିପବ୍ଲିକାନ ଦଳ ନିଜକୁ ଦୃଢ଼ କରୁଛି, ଏଥିଲାଗି ନୂତନ ଶତ୍ରୁ ଭାବରେ ହୁଏତ ସେମାନେ ଚୀନର ପୁଞ୍ଜିକୁ ସାମ୍ନାରେ ରଖି ହୁଏତ ସମଗ୍ର ଏସୀୟ ବଂଶୋଦ୍ଭବଙ୍କୁ ନିଜର ଆକ୍ରମଣର ବିନ୍ଦୁ ଭାବରେ ଚିତ୍ରିତ କରିପାରନ୍ତି। ଯେଉଁଭଳି ରିପବ୍ଲିକାନ ଦଳ କମଳା ହାରିସଙ୍କୁ ‘ବେଶ୍ୟା’, ‘ରାକ୍ଷସୀ’ ଇତ୍ୟାଦି ମନ୍ତବ୍ୟ ଦେଇଚାଲିଛି ହୁଏତ ଆଗାମୀ ଦିନରେ ସେମାନେ ଏସୀୟ ଶକ୍ତିକୁ ନିଜର ଶତ୍ରୁ ଭାବରେ ଚିତ୍ରିତ କାରପାରନ୍ତି।

ଫୋ- ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story