Advertisment

ଶତବାର୍ଷିକୀରେ ମନେପଡ଼ିଲେ ଜାନକୀ ବଲ୍ଲଭ

ଜାନକୀ ବାବୁଙ୍କ ସମୟରେ ଗୋଟିଏ ଦୁଇଟି ଅପରାଧକୁ ନେଇ ରାଜ୍ୟସାରା ଖୁବ୍‍ ବଡ଼ ବିତର୍କ ହେଉଥିଲା। ଅଥଚ ପରବର୍ତ୍ତୀ କାଳରେ ସେହିପରି ଭାବରେ ରାଜ୍ୟରେ ଦୁଷ୍କର୍ମର ଦୁର୍ଭାଗ୍ୟ ପ୍ରତିଦିନ ୭-୮ଟା ଘଟିଚାଲିଲା। ପରବର୍ତ୍ତୀ କାଳରେ ରାଜ୍ୟରେ ଧର୍ମଗତ ବିଦ୍ୱେଷକୁ ନେଇ ବହୁତ ବଡ଼ ହଙ୍ଗାମା ସୃଷ୍ଟି ହୋଇଛି।

author-image
Panchanan Kanungo
janaki

JB Patnaik Photograph: (Internet)

ପଞ୍ଚାନନ କାନୁନଗୋ

ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ୧୪ ବର୍ଷ କାଳ ଶାସନ କରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। କଂଗ୍ରେସ ଦଳର ଅନେକ ଆଭ୍ୟନ୍ତରୀଣ କନ୍ଦଳ ରହିବା ଚିରାଚରିତ ସ୍ୱଭାବ ଥିଲେ ମଧ୍ୟ ସେସବୁକୁ ଅତିକ୍ରମ କରି ଜାନକୀ ବଲ୍ଲଭ ଧୈର୍ଯ୍ୟର ସହିତ ତିନି ତିନି ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇ ଶାସନଭାର ଚଳାଇ ରଖିଥିଲେ। ଅବଶ୍ୟ ଗୋଟିଏ ଥର ସେ ନିର୍ବାଚିତ ନ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ମୁଖ୍ୟମନ୍ତ୍ରୀ ହେବା ପରେ ଆଠଗଡ଼ର ନିର୍ବାଚିତ ପ୍ରତିନିଧି ରସାନନ୍ଦ ସାହୁ ଇସ୍ତଫା ଦେବା ପରେ ଜାନକୀ ବାବୁ ଉପନିର୍ବାଚନରେ ନିର୍ବାଚିତ ହୋଇଥିଲେ। ଏହି ଶାସନକାଳ ମଧ୍ୟରେ ସେ ଅନେକ କାର୍ଯ୍ୟ ସମ୍ପାଦନ କରିଯାଇଛନ୍ତି। ଯେଉଁଥିରେ ତାଙ୍କର ଦୂରଦର୍ଶିତା ଓ ରାଜ୍ୟର ଅର୍ଥନୈତିକ ଆବଶ୍ୟକତା ପରସ୍ପର ପରିପୂରକ ତଥା ଅନୁପୂରକ ହୋଇ ପରବର୍ତ୍ତୀ କାଳରେ ପ୍ରଶଂସା ସାଉଁଟିବାର ଅନେକ ସୁଯୋଗ ଆଣିଦେଇଥିଲା। କିନ୍ତୁ ତାଙ୍କର ବ୍ୟକ୍ତିଗତ କିଛି ଦୁର୍ଗୁଣକୁ ନେଇ ବିରୋଧୀ ପକ୍ଷ ରାଜ୍ୟରେ ଅନେକ କୁତ୍ସାରଟନା କରିଥିଲେ। ସେମାନଙ୍କ ସହିତ କଂଗ୍ରେସ ଦଳର ତାଙ୍କର ଅନେକ ସମାଲୋଚକ ମଧ୍ୟ ଯୋଗ ଦେଇଥିଲେ। 

Advertisment

କଂଗ୍ରେସ ଦଳର କ୍ଷମତାଲିପ୍ସୁ ମାନେ ବିଭିନ୍ନ ଭାବରେ ଜାନକୀ ବାବୁଙ୍କୁ ସମାଲୋଚନା କରୁଥିଲେ। ପ୍ରଥମତଃ ସେ ପରିବାରକୁ ରାଜନୀତିରେ ଥଇଥାନ କରିବା ପାଇଁ ସବୁବେଳେ ଚେଷ୍ଟା କରୁଥିଲେ ବୋଲି ଗୋଟିଏ ବଡ଼ ଅଭିଯୋଗ ଥିଲା। ବାସ୍ତବରେ ସେ ତାଙ୍କର ଜୀବନକାଳରେ ତାଙ୍କର ପୁଅ ବା ଝିଅଙ୍କୁ ରାଜନୀତି କ୍ଷେତ୍ରରେ ଅବସ୍ଥାପିତ କରିନଥିଲେ। ତାଙ୍କର ସ୍ତ୍ରୀ ଜୟନ୍ତୀ ପଟ୍ଟନାୟକ ଅବଶ୍ୟ ରାଜନୀତିରେ ଗୋଡ଼ ଥାପିଥିଲେ। ତାଙ୍କ ପଛର ଇତିହାସ ରାଜ୍ୟର ଏକ ବଳିଷ୍ଠ ରାଜନୈତିକ ଇତିହାସ ସହିତ ସଂପୃକ୍ତ ବୋଲି ଅନେକ ଜାଣିନାହାନ୍ତି। ସେ ହେଉଛନ୍ତି ଓଡ଼ିଶାର ପ୍ରଥମ କଂଗ୍ରେସ ନେତା, ଗଞ୍ଜାମ ଜିଲ୍ଲାର ନିରଞ୍ଜନ ପଟ୍ଟନାୟକଙ୍କ କନ୍ୟା। ସ୍ୱାଧୀନତା ସଂଗ୍ରାମର ଇତିହାସ ଖୋଜିଲେ ସେ କଂଗ୍ରେସର ଓଡ଼ିଶାରେ ପ୍ରଥମ ନେତା ବୋଲି ପରିଚୟକୁ କେହି ଏଡ଼ାଇଯାଇ ପାରିବେ ନାହିଁ। ଗାନ୍ଧିଜୀଙ୍କ ସହିତ ତାଙ୍କର ଅନେକ ସମ୍ପର୍କ ଥିଲା। କିନ୍ତୁ ତାଙ୍କର ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ଦୃଷ୍ଟିରୁ ସେ ଉତ୍କଳ ପ୍ରଦେଶ କଂଗ୍ରେସର ନେତାଭାବେ ପରିଚୟ ସୃଷ୍ଟି କରିପାରିନଥିଲେ। ଉତ୍କଳ କହିଲେ କଟକ, ପୁରୀ, ବାଲେଶ୍ୱର (ଅବିଭକ୍ତ) ଜିଲ୍ଲାମାନଙ୍କୁ ବୁଝାଉଥିଲା। ଗଞ୍ଜାମ ସେତେବେଳେ ମାଡ୍ରାସ୍‍ ପ୍ରେସିଡେନ୍ସି ଅଧୀନରେ ରହିଥିଲା। ନିରଞ୍ଜନ ପଟ୍ଟନାୟକଙ୍କ ଝିଅ ଭାବରେ ଜୟନ୍ତୀ ପଟ୍ଟନାୟକ ଅଧିକ ରାଜନୀତିର ପ୍ରଭାବରେ ପ୍ରଭାବିତ ହୋଇଥିଲେ। ଏଣୁ ତାଙ୍କୁ ଜାନକୀବାବୁଙ୍କ ସ୍ତ୍ରୀ ଭାବରେ ରାଜନୀତିରେ ପ୍ରବେଶ କରିବା ଓ ପ୍ରାଧାନ୍ୟ ବିସ୍ତାର କରିବା ସମାଲୋଚନା ପଛରେ ବିଶେଷ ଯଥାର୍ଥତା ନଥିଲା। 

ସେହିପରି କେଉଁଝରର ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସାନ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକ ଯିଏକି, ଜାନକୀ ବାବୁଙ୍କର ଜାମାତା ଭାବେ ସାମ୍ନାକୁ ଆସି ଓଡ଼ିଶା ରାଜନୀତିରେ ପ୍ରବେଶ କଲେ ବୋଲି ସମାଲୋଚିତ ହୋଇଥାନ୍ତି ତାହା ମଧ୍ୟ ଠିକ୍‍ ନୁହେଁ। କାରଣ ନିରଞ୍ଜନ ବାବୁ ଜାନକୀ ବାବୁଙ୍କର କଂଗ୍ରେସ ପ୍ରବେଶ ପୂର୍ବରୁ କେଉଁଝର ମ୍ୟୁନିସ୍ପାଡ଼ଲିଟି ନିର୍ବାଚନର ନିର୍ବାଚିତ ହୋଇ କଂଗ୍ରେସ ଦଳର ଆଗଧାଡ଼ିର ନେତା ଭାବେ ପରିଚୟ ସୃଷ୍ଟି କରିସାରିଥିଲେ ଏବଂ ତାଙ୍କର ସାନଭାଇ ସୌମ୍ୟରଞ୍ଜନ ପଟ୍ଟନାୟକ ରେଭେନ୍ସା କଲେଜର ଛାତ୍ର ୟୁନିୟନ୍‍ ନିର୍ବାଚନରେ ଲଢ଼ି ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଥିଲେ। ଜାନକୀ ବାବୁ ତାଙ୍କ ଜୀବନକାଳ ଭିତରେ ପୁଅ ପୃଥୀ ବଲ୍ଲଭ ବା ଝିଅ କାହାକୁ ରାଜନୀତିରେ ସ୍ଥାପନ କରିନଥିଲେ। 

Advertisment

ଏହି ଅପପ୍ରଚାର କଂଗ୍ରେସ ଦଳର ଅନେକ ମୁଖିଆ, ଅସହିଷ୍ଣୁ ନେତାମାନେ ପ୍ରଚାର କରୁଥିଲେ ବା ପ୍ରଚାର କରାଉଥିଲେ। ଏପରିକି ଜାନକୀ ବାବୁଙ୍କର ସମସ୍ତ କାର୍ଯ୍ୟକଳାପକୁ ଜଣେ ହେଲେ କଂଗ୍ରେସ ନେତା ପରବର୍ତ୍ତୀକାଳର ଆଧାର କରି ରାଜନୀତିରେ ଆଗକୁ ବଢ଼ିବା ପାଇଁ କେବେ ବି ଚେଷ୍ଟା କରିବା ଦେଖାଯାଇନଥିଲା। ଯେଉଁଥିପାଇଁ ଜାନକୀ ବାବୁ ଓଡ଼ିଶା କଂଗ୍ରେସ ରାଜନୀତିରୁ ଦୂରେଇ ଗଲାପରେ ରାଜ୍ୟରେ କଂଗ୍ରେସର ଅଧୋପତନ ଆରମ୍ଭ ହୋଇଥିଲା। ଆଜି ପର୍ଯ୍ୟନ୍ତ କଂଗ୍ରେସ ସେହି ପତନମୁଖୀ ବ୍ୟବସ୍ଥାରେ ରହିଛି। 

ଏ ବର୍ଷ (୨୦୨୬-୨୦୨୭) ତାଙ୍କର ଜନ୍ମ ଶତବାର୍ଷିକୀ ପାଳନ କରାଯାଉଛି। ସେହି ପରିପ୍ରେକ୍ଷୀରେ ବର୍ଷବ୍ୟାପୀ ପ୍ରଚାର କାର୍ଯ୍ୟ ଚାଲିବାକୁ ସ୍ମୃତି କମିଟି ସ୍ଥିର କରିଛି। କମିଟି ପ୍ରକାଶ କରିଥିବା ଏକ କ୍ଷୁଦ୍ର ପୁସ୍ତିକାରେ ଜାନକୀ ବଲ୍ଲଭ ପଟ୍ଟନାୟକ ଥିବା ତାଙ୍କ ଶାସନକାଳରେ ଯେଉଁସବୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ସେ ସବୁର ଏକ ତାଲିକା ପ୍ରକାଶ କରିଛନ୍ତି। ଯାହାଙ୍କ ଜାନୁଆରୀ ୩ ତାରିଖ ଉଦ୍ଘାନଟନୀ କାର୍ଯ୍ୟକ୍ରମରେ ବଣ୍ଟା ଯାଇଥିଲା। 

ଜାନକୀ ବାବୁ ରାଜ୍ୟ ସରକାରରେ ଥିବା ସମୟରେ ଯେଉଁସବୁ କାର୍ଯ୍ୟ କରିଥିଲେ ସେଥିମଧ୍ୟରେ ସବୁଠାରୁ ବଡ଼କଥା କୃଷିର ବିକାଶ ଉପରେ ଦେଖିବାକୁ ମିଳିଥିଲା। କୃଷିକୁ ଏକ ଲାଭଙ୍କରୀ ବ୍ୟବସ୍ଥା ଭାବରେ ସେ ସାମ୍ନାକୁ ଆଣିଥିଲେ। ଶିଳ୍ପର ଉନ୍ନତି ପାଇଁ ଓଡ଼ିଶାରେ ଇପିକଲ୍‍ ନାମକ ଏକ ସଂସ୍ଥା ପ୍ରତିଷ୍ଠା କରାଯାଇଥିଲା। କୃଷିର ଉନ୍ନତି ପାଇଁ ଆପିକଲ୍‍ ପ୍ରତିଷ୍ଠା କରାଯାଇଥିଲା। ତାଙ୍କ ସମୟରେ ଅନେକ ଉଠା ଜଳସେଚନ ବ୍ୟବସ୍ଥା, କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। କେତେକ ଆରମ୍ଭ ହୋଇ ପରବର୍ତ୍ତୀ କାଳରେ ଶେଷ ହେଲା। ଅନେକ ଶୀତଳ ଭଣ୍ଡାର ଚାଷୀ ଓ ଚାଷର ଆବଶ୍ୟକତାକୁ ଲକ୍ଷ୍ୟକରି ରାଜ୍ୟରେ ପ୍ରତିଷ୍ଠା ହୋଇଥିଲା। ଯାହାକି ପରବର୍ତ୍ତୀ କାଳରେ ସରକାରଙ୍କର ଅସହଯୋଗ ହେତୁ ଭୁଷୁଡ଼ି ପଡ଼ିଲା। ରାଜ୍ୟରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବାରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ଅଗ୍ରଗଣ୍ୟ ଥିଲେ। ତାଙ୍କ ସମୟରେ ଅନେକ ଚିନିକଳ, ସୂତାକଳ ଓ ଲୁଗାକଳ ପ୍ରତିଷ୍ଠା ହୋଇଥିଲା। ତାଙ୍କ ସମୟରେ କେଉଁଝର ଠାରେ ବିଲାତି ବାଇଗଣରୁ ପ୍ରସ୍ତୁତ ଉତ୍ପାଦନ ପାଇଁ କାରଖାନା ପ୍ରତିଷ୍ଠା କରାଯାଇଥିଲା। ଖୋର୍ଦ୍ଧାଠାରେ ଗୋଟିଏ ତେଲକଳ ପ୍ରତିଷ୍ଠା କରାଯାଇଥିଲା ଓ ରାଜ୍ୟରେ ପାଞ୍ଚୋଟି ବନସ୍ପତି କାରଖାନା ବିଭିନ୍ନ ଜାଗାରେ ପ୍ରତିଷ୍ଠା ହୋଇଥିଲା। 

କୃଷିର ରୂପ ବଦଳାଯାଇ ଅନେକ ପାହାଡ଼ ଅଞ୍ଚଳରେ ଫଳ ଉତ୍ପାଦନ ନିମନ୍ତେ ଫଳ ଗଛମାନ ଲଗାଯାଇଥିଲା। ବିଶେଷତଃ ଆମ୍ବ ଗଛ ରାଜ୍ୟର ଅନେକ ଅଞ୍ଚଳରେ ତାଙ୍କରି ସମୟରେ ହିଁ ଲଗାଯାଇଥିଲା, ଯେଉଁଥିରୁ ପରବର୍ତ୍ତୀକାଳରେ ଉତ୍ପାଦନ ବୃଦ୍ଧି ପାଇଛି ଓ ଆଜି ସାରା ରାଜ୍ୟ ଦେଶ ବିଦେଶକୁ ଆମ୍ବ ରପ୍ତାନୀ କରିବାରେ ସକ୍ଷମ ହୋଇଛି। କେବଳ ଆମ୍ବ ନୁହେଁ ଦେବଗଡ଼ ଓ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳରେ ଲିଚୁ, କଳାହାଣ୍ଡି ଅଞ୍ଚଳରେ ପିଜୁଳି ଲଗାଇବାରେ ସେ ସମୟର ଅନେକ ସୁଫଳ ମିଳିଥିଲା। କଦଳୀ ଚାଷ ଓ ଅମୃତ ଭଣ୍ଡା ଚାଷ ତାଙ୍କରି ସମୟରେ ହିଁ ସାରା ରାଜ୍ୟରେ ବ୍ୟାପକ ହୋଇଥିଲା। ରାଜ୍ୟର ଆବଶ୍ୟକତାକୁ ନେଇ ଆଳୁ ଚାଷ ବୃଦ୍ଧି ପାଇଥିଲା ଏପରିକି ନଈବାଲି ପଠାରେ ପ୍ରଚୁର ପରିମାଣରେ ଆଳୁ ଉତ୍ପାଦନ ହେବାର କାର୍ଯ୍ୟକ୍ରମ ଜାନକୀବାବୁଙ୍କ ସମୟରେ ହିଁ ହୋଇଥିଲା। ପରବର୍ତ୍ତୀକାଳରେ ଏହା ଲୋପ ପାଇଲା। ୧୯୯୯ ମସିହାର ବିପର୍ଯ୍ୟୟରେ କଦଳୀ ଓ ଅମୃତଭଣ୍ଡା ଚାଷ ଲୋପ ପାଇଲା। ତା’ର ଆଉ ପୁନରୁଦ୍ଧାର ହେଲାନାହିଁ। 

ସୂତାକଳ, ଲୁଗାକଳ ସବୁଗୁଡ଼ିକ ଉଜୁଡ଼ି ଗଲା। ଓଡ଼ିଶାର ପିଲାଏ ଗୁଜୁରାଟର ସୂତାକଳରେ ଖଟିଲେ ସିନା ରାଜ୍ୟରେ ଏସବୁର କିଛି ଉନ୍ନତି ହେଲାନାହିଁ। ଅଧିକନ୍ତୁ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ରାଜ୍ୟରେ ଶ୍ୱେତ ବିପ୍ଳବ ଆରମ୍ଭ ହୋଇ ମଜବୁତ୍‍ ହୋଇଥିଲା। ଓମଫେଡ୍‍ ପ୍ରତିଷ୍ଠା କରାଯାଇ କ୍ଷୀର ଉତ୍ପାଦନ ବୃଦ୍ଧି, କ୍ଷୀର ସଂଗ୍ରହ ଓ କ୍ଷୀର ବିତରଣ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ହିଁ ଘଟିଥିଲା। ତାଙ୍କ ସମୟରେ ଅନ୍ୟ ଏକ ବିଶେଷ କାର୍ଯ୍ୟକ୍ରମ ରାଜ୍ୟରେ ଦେଖିବାକୁ ମିଳିଥିଲା। ତା’ ହେଉଛି ସମୁଦ୍ରରୁ ମାଛ ଉତ୍ପାଦନ। ଅନେକ ଯୁବକ ଓଏସ୍ଏ ଫ୍ଏିସିରୁ ଋଣ ନେଇ ଟ୍ରଲର୍‍ ଜରିଆରେ ସମୁଦ୍ରରୁ ମାଛ ଆମଦାନୀ କଲେ। ଯାହାଫଳରେ ରାଜ୍ୟରେ ସମୁଦ୍ରରୁ ଉତ୍ପାଦିତ ମାଛର ଉତ୍ପାଦନ ବୃଦ୍ଧି ପାଇଲା ଓ ଦେଶ ତଥା ବାହାରକୁ ରପ୍ତାନୀ ଆରମ୍ଭ ହେଲା। ଏହା ଏକ ଶିଳ୍ପରେ ପରିଣତ ହେଲା। ଏଥିରେ ଅନେକ ଓଡ଼ିଆ ଯୁବକ କୃତିତ୍ୱର ସହିତ ଏହି ବ୍ୟବସାୟକୁ ହାତକୁ ନେଇଛନ୍ତି। ଜାନକୀ ବଲ୍ଲଭଙ୍କ ସମୟରେ କୃଷି ସହିତ ସମ୍ପର୍କିତ କ୍ଷୀର ଓ ମାଛ ଉତ୍ପାଦନ ବୃଦ୍ଧି ଘଟିବା ଏକ ଦୃଷ୍ଟାନ୍ତକାରୀ ବ୍ୟବସ୍ଥା ଦେଖାଯାଇଥିଲା। ଯାହାକି ପରବର୍ତ୍ତୀକାଳରେ ଧିମେଇ ଯାଇଥିଲା।

କେବଳ କୃଷି ନୁହେଁ, ବିଚକ୍ଷଣ ଦୂରଦୃଷ୍ଟି ସମ୍ପନ୍ନ ଜାନକୀ ବଲ୍ଲଭ ବୁଝିଥିଲେ ଯେ, ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରସାରିତ ନହେଲେ ଗୋଟିଏ ମଧ୍ୟବିତ୍ତ ଶ୍ରେଣୀ ସୃଷ୍ଟି ହୋଇପାରିବ ନାହିଁ ଓ ରାଜ୍ୟର ଅର୍ଥନୈତିକ ବ୍ୟବସ୍ଥା ସୁଦୃଢ଼ ହେବନାହିଁ। ତାଙ୍କ ସମୟରେ ଅନେକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ହେଲା। ବାଲେଶ୍ୱର ତଥା ମୟୂରଭଞ୍ଜ ଜିଲ୍ଲାରେ ଆଗରୁ ଶିଳ୍ପ ନଥିଲା। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଅନେକ ଶିଳ୍ପାନୁଷ୍ଠାନ ଏହି ଦୁଇ ଜିଲ୍ଲାରେ ଗଢ଼ି ଉଠିଲା। ଏଥିସହିତ ପର୍ଯ୍ୟଟନକୁ ଶିଳ୍ପର ମାନ୍ୟତା ଦେଇ ସେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଯେଉଁଥିପାଇଁ ଅନେକ ପର୍ଯ୍ୟଟନ କ୍ଷେତ୍ର ସମେତ ରାଜ୍ୟରେ ଆଜି ଦୃଶ୍ୟମାନ ସମସ୍ତ ହୋଟେଲର ୯୦% ତାଙ୍କର ସମୟରେ ହିଁ ହୋଇଥିଲା। ସଂପ୍ରତି ଏହିସବୁ ହୋଟେଲରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଛି ଏପରିକି ହୋଟେଲ୍ରମ ୮୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ କୋଠରୀ, ପର୍ଯ୍ୟଟକଙ୍କ ପାଇଁ ପ୍ରତିଦିନ ଆୟକାରୀ କାର୍ଯ୍ୟରେ ଲାଗୁଛି। ସବୁଠାରୁ ଗୋଟିଏ ବଡ଼ ଆୟର ପନ୍ଥା ହୋଟେଲ୍‍ ଶିଳ୍ପ ଆଜି ରାଜ୍ୟରେ ହୋଇଛି। 

ଜାନକୀ ବଲ୍ଲଭଙ୍କ ସମୟରେ ଏକ ନୂତନ ପରିବହନ ନୀତି ହେବା ସହିତ ଓଏସ୍ଏଲଫ୍ସିି ଜରିଆରେ ଯୁବକମାନଙ୍କୁ ଋଣ ଯୋଗାଇଦେବାର ବ୍ୟବସ୍ଥା ହୋଇଥିଲା। ଯାହାଫଳରେ ଅନେକ ଯୁବକ ଯାତ୍ରୀବାହୀ ବସ୍‍ ଓ ପରିବହନ ପାଇଁ ଆବଶ୍ୟକ ଟ୍ରକ୍‍ ଆଦିର ମାଲିକ ହେଲେ। ହୋଟେଲ୍‍, ଟ୍ରକ୍‍, ବସ୍‍, ଟ୍ରଲର୍‍ ଏହିସବୁର ମାଲିକ ଏକ ବିରାଟ ମଧ୍ୟବିତ୍ତ ଆୟକାରୀ ଗୋଷ୍ଠି ଭାବେ ସାରାରାଜ୍ୟରେ ଜାନକୀ ବଲ୍ଲଭଙ୍କ ସମୟରେ ହିଁ ସୃଷ୍ଟି ହୋଇଛନ୍ତି। ପକ୍ଷାନ୍ତରେ ଏକ ମଜବୁତ୍‍ ମଧ୍ୟବିତ୍ତ ଆୟକାରୀ ଗୋଷ୍ଠି ସୃଷ୍ଟି ହୋଇ ଓଡ଼ିଶାର ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ସହାୟକ ହୋଇଛନ୍ତି। ୧୯୯୯ ମସିହାର ଏକ ବଡ଼ ବିପର୍ଯ୍ୟୟ ଘଟିଲେ ମଧ୍ୟ ପରବର୍ତ୍ତୀ କାଳରେ ଏହାର ମୁକାବିଲା କରି ଓଡ଼ିଶାର ଅର୍ଥନୀତି ସଜାଡ଼ି ହୋଇଯିବାର କାରଣ ହେଉଛି ଏହି ମଧ୍ୟବିତ୍ତ ଶ୍ରେଣୀ। ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟରେ ଲାଗୁ କରିଥିବା ପଞ୍ଚମ ତଥା ଷଷ୍ଠ ପେ’ କମିସନ୍ର  ନିଷ୍ପତ୍ତିଗୁଡ଼ିକ ରାଜ୍ୟରେ ଏକ ସୁଦୃଢ଼ ମଧ୍ୟବିତ୍ତ ବର୍ଗ ସୃଷ୍ଟି କରିଥିଲା। ପ୍ରାଥମିକ ଶିକ୍ଷା, ପ୍ରାଥମିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସେ କାର୍ଯ୍ୟ କରିଥିଲେ। ରାଜ୍ୟରେ ଅନେକ ବଡ଼ ଶିଳ୍ପାନୁଷ୍ଠାନ ମଧ୍ୟ ତାଙ୍କରି ପରିକଳ୍ପନା ଭିତରେ ସ୍ଥାନ ପାଇଥିଲା। ସେଥିମଧ୍ୟରେ ନାଲକୋ ଓ ପାରାଦ୍ୱୀପର ତୈଳ ବିଶୋଧନାଗାର ଅନ୍ତର୍ଭୁକ୍ତ ଥିଲା। ରାଜ୍ୟରେ ଅନେକ କ୍ଷୁଦ୍ର ଲୌହ ପିଣ୍ଡ ସୃଷ୍ଟିକାରୀ କାରଖାନା (ସ୍ପଞ୍ଜ ଆଇରନ୍‍) ଏହି ସମୟରେ ସୃଷ୍ଟି ହୋଇଥିଲା। 

ଓଡ଼ିଶାରେ ଥିବା ଦାରିଦ୍ର୍ୟେକୁ ଲକ୍ଷ୍ୟ କରି ପଟ୍ଟନାୟକଙ୍କ ସମୟରେ ଆଦିବାସୀ ଅଞ୍ଚଳମାନଙ୍କରେ କିଲୋ ପ୍ରତି ଏକ ଟଙ୍କା ୮୫ ପଇସା ଦରରେ ଚାଉଳ ଯୋଗାଇ ଦିଆଯାଉଥିଲା। ଗୋଟିଏ ଯୋଜନା ଆଇଆର୍ଆିର୍ପିା ମଧ୍ୟ ତାଙ୍କରି ସମୟରେ ଆରମ୍ଭ ହୋଇଥିଲା। ଓଡ଼ିଶାରେ ଚାଷ ଓ ଚାଷୀର ଉନ୍ନତି ସହିତ ରାଜ୍ୟର ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଯୁବକମାନଙ୍କୁ ବିଭିନ୍ନ ରୋଜଗାର ଯୋଗାଇଦେବା ନିମନ୍ତେ ପଟ୍ଟନାୟକ ଯେଉଁସବୁ କାର୍ଯ୍ୟ କରିଥିଲେ ତାକୁ ନେଇ ଯଦି କଂଗ୍ରେସର ନେତାମାନେ ପୂର୍ବରୁ ଲୋକଙ୍କ ପାଖକୁ ଯାଇଥାନ୍ତେ ତାହା କେବଳ ହିଁ ଦଳର ଉନ୍ନତି କଳ୍ପେ ସହାୟକ ହୋଇଥାନ୍ତା। ରାଜ୍ୟରେ ତାଙ୍କ ପ୍ରତିପକ୍ଷମାନେ କରୁଥିବା ପ୍ରଚାରକୁ ମଧ୍ୟ ଖଣ୍ଡନ କରିବା ପାଇଁ ଅନେକ ସୁଯୋଗ କଂଗ୍ରେସ କର୍ମୀମାନଙ୍କ ପାଖରେ ଥିଲା। 

ଜାନକୀ ବାବୁଙ୍କ ସମୟରେ ଗୋଟିଏ ଦୁଇଟି ଅପରାଧକୁ ନେଇ ରାଜ୍ୟସାରା ଖୁବ୍‍ ବଡ଼ ବିତର୍କ ହେଉଥିଲା। ଅଥଚ ପରବର୍ତ୍ତୀ କାଳରେ ସେହିପରି ଭାବରେ ରାଜ୍ୟରେ ଦୁଷ୍କର୍ମର ଦୁର୍ଭାଗ୍ୟ ପ୍ରତିଦିନ ୭-୮ଟା ଘଟିଚାଲିଲା। ପରବର୍ତ୍ତୀ କାଳରେ ରାଜ୍ୟରେ ଧର୍ମଗତ ବିଦ୍ୱେଷକୁ ନେଇ ବହୁତ ବଡ଼ ହଙ୍ଗାମା ସୃଷ୍ଟି ହୋଇଛି। ହିନ୍ଦୁ ଓ ଖ୍ରୀଷ୍ଟିଆନ୍‍ ସଂପ୍ରଦାୟ ମଧ୍ୟରେ ଦଙ୍ଗା ଘଟି ଫୁଲବାଣୀ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ବିଭିନ୍ନ ଦୁର୍ଘଟଣା ଘଟିଛି। ଏସବୁକୁ ଆଧାର କରି କଂଗ୍ରେସ ଲୋକଙ୍କ ପାଖକୁ ଯାଇପାରିଥାନ୍ତା। କିନ୍ତୁ କାହିଁକି କେଜାଣି କଂଗ୍ରେସର ନେତୃବୃନ୍ଦ ଜାନକୀ ବାବୁଙ୍କର ପ୍ରଶଂସାରେ ବିମୁଖ ହେଲେ ତାହା ଜଣାପଡୁନାହିଁ। 

ଯାହାହେଉ ସଂପ୍ରତି ତାଙ୍କର ଶତବାର୍ଷିକୀ ସମ୍ବତ୍ସର ଉପଲକ୍ଷେ କଂଗ୍ରେସର କିଛି ଆଗୁଆ ନେତା ଏକତ୍ରିତ ହୋଇ ତାଙ୍କ ସମ୍ପର୍କରେ କିଛି କହିବା ଆରମ୍ଭ କରିଛନ୍ତି। ବାସ୍ତବରେ ଆନ୍ତରିକତାର ସହିତ ଏହି କାର୍ଯ୍ୟ ଆଗକୁ ବର୍ଷ ତମାମ୍‍ ନେଲେ ସାଧାରଣ ଲୋକଙ୍କ ଭିତରେ ଜାନକୀ ବାବୁଙ୍କର ଥିବା ଅଶୁଭ ପରିଚୟଟି ଶୁଭଙ୍କର ହେବା ସହିତ କଂଗ୍ରେସ ଦଳ ତାର ହୃତଗୌରବ ଫେରିପାଇବ। 

ମୋ- ୯୪୩୮୩୬୦୮୪୯

Odisha Congress Odisha Politics Jb Patnaik