ଜେଇଇ ଓ ନିଟ୍‌ ପରୀକ୍ଷା ଘୁଂଚାଯାଇ ପାରିଥାନ୍ତା

ରବି ଦାସ ଜେଇଇ ଓ ନିଟ୍‌ ପରୀକ୍ଷା ପାଇଁ କେନ୍ଦ୍ର ସରକାର ଅର୍ଥ।ତ୍‌ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନିଷ୍ପତି ଗ୍ରହଣ କରିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ଜେଇଇ ପାଇଁ ଅଗଷ୍ଟ ୧ରୁ ୬ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରି ସେଂଟରଗୁଡ଼ିକର ନାମ ପ୍ରକାଶ କରିବା ପରେ ଅଣବିଜେପି ଶାସିତ ରାଜ୍ୟ ଓ ଏପରିକି ଓଡ଼ିଶା ସରକାର ମଧ୍ୟ ପରୀକ୍ଷା ଘୁଂଚାଇବାକୁ ଦାବି କରିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ […]

neet

neet

Debendra Prusty
  • Published: Saturday, 29 August 2020
  • Updated: 29 August 2020, 05:23 PM IST

Sports

Latest News

ରବି ଦାସ

ଜେଇଇ ଓ ନିଟ୍‌ ପରୀକ୍ଷା ପାଇଁ କେନ୍ଦ୍ର ସରକାର ଅର୍ଥ।ତ୍‌ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନିଷ୍ପତି ଗ୍ରହଣ କରିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ଜେଇଇ ପାଇଁ ଅଗଷ୍ଟ ୧ରୁ ୬ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରି ସେଂଟରଗୁଡ଼ିକର ନାମ ପ୍ରକାଶ କରିବା ପରେ ଅଣବିଜେପି ଶାସିତ ରାଜ୍ୟ ଓ ଏପରିକି ଓଡ଼ିଶା ସରକାର ମଧ୍ୟ ପରୀକ୍ଷା ଘୁଂଚାଇବାକୁ ଦାବି କରିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଏପରିକି ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପତ୍ର ଲେଖିଥିଲେ। କଂଗ୍ରେସ ଶାସିତ ରାଜ୍ୟମାନେ ଓ ପଶ୍ଚିମବଙ୍ଗ ପ୍ରଭୃତି ଏ କ୍ଷେତ୍ରରେ ବିଭିନ୍ନ ଭାବରେ ପ୍ରତିବାଦ କରି ସୁପ୍ରିମକୋର୍ଟ ପ୍ରଥମରୁ ଏ ବିଷୟରେ ନେଇଥିବା ନିଷ୍ପତି ପୁନଃର୍ବିଚାର କରନ୍ତୁ ବୋଲି ଚାହିଁଥିଲେ। ଏମାନଙ୍କର ସମସ୍ତଙ୍କ ଯୁକ୍ତି ହେଲା ଯେ, କରୋନା ମହାମାରୀ ଏବେ ଭୟଙ୍କର ଅବସ୍ଥାରେ ଥିବା ସମୟରେ ଜେଇଇ ଓ ନିଟ୍‌ ପରି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ବର୍ତମାନ ଅବସ୍ଥାରେ କରାଗଲେ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟପ୍ରତି ଯେଉ ବିପଦ ରହିଛି ତାହା କରୋନା ସମସ୍ୟାକୁ ଉତ୍କଟ କରିପାରେ। ଏହି ଯୁକ୍ତି ପଛରେ ଆଧାର ଥିଲେ ମଧ୍ୟ ଜେଇଇ ଓ ନିଟ୍‌ ପରୀକ୍ଷା ଯାହାକି ୪ ମାସ ପୂର୍ବରୁ ସରିଥାନ୍ତା ତାହା ଯଦି ଏବେ ଏହି ପରୀକ୍ଷା ନହୁଏ ତେବେ ଗୋଟିଏ ବର୍ଷ ଇଂଜିନିୟରିଂ ଓ ଡାକ୍ତରୀ ପିଲାମାନଙ୍କର ନଷ୍ଟ ହୋଇଯିବ। କାରଣ ଏହି ପରୀକ୍ଷା ହୋଇ ଫଳାଫଳ ପ୍ରକାଶ ପାଇବା ପରେ ନାମଲେଖା ହୋଇ ପାଠ ଆରମ୍ଭ ପାଇଁ ନିଶ୍ଚିତ ଭାବରେ ପୂଜାଛୁଟି ପରକୁ ଚାଲିଯିବ। କିନ୍ତୁ ଯେହେତୁ ଅଧିକାଂଶ ରାଜ୍ୟ ଓ କେନ୍ଦ୍ର ସରକାର ଅଧିକାଂଶ ସ୍କୁଲ କଲେଜ ବନ୍ଦ ରଖିଛନ୍ତି ଓ ପୂଜାଛୁଟି ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ବନ୍ଦ ହେବା ବଢ଼ାଇ ଦେଇଛନ୍ତି ସେହି ଦୃଷ୍ଟିରୁ ପୂଜାଛୁଟି ପରେ ଯଦି ଇଂଜିନିୟରିଂ ଓ ମେଡିକାଲର ପ୍ରଥମ ବର୍ଷ ପାଠ ଆରମ୍ଭ ହୁଏ ତେବେ ବଡ଼ଧରଣର କ୍ଷତି ହେବ ନାହିଁ।

ଅପରପକ୍ଷରେ ଜେଇଇ ଓ ନିଟ୍‌ ପାଇଁ ଯେଉ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହୁଅନ୍ତି ସେମାନେ ଅଧିକାଂଶ ମେଧାବୀ। ଏଥିପାଇଁ ସେମାନେ ଗୋଟିଏ ବା ଦୁଇ ବର୍ଷ ପୂର୍ବରୁ ପ୍ରସ୍ତୁତି ସହିତ ବିଭିନ୍ନ କୋଚିଂ ନେଇଥାନ୍ତି। ଇଂଜିନିୟର ଭାବରେ ବା ମେଡିକାଲ ନିମନ୍ତେ ଏହି ଛାତ୍ରଛାତ୍ରୀମାନଙ୍କ ଭିତରେ ପ୍ରବଳ ଆଗ୍ରହ ରହିବା ସ୍ୱାଭାବିକ। ଏମାନଙ୍କ ଅପେକ୍ଷା ସେମାନଙ୍କ ପିତାମାତା ଏହି ପରୀକ୍ଷା ପାଇଁ ଅଧିକ ବ୍ୟାକୁଳ ଥାନ୍ତି। କାରଣ ପ୍ରତ୍ୟେକ ପିତାମାତା ଯିଏକି ନିଜର ପିଲାଙ୍କୁ ଇଂଜିନିୟର ବା ଡାକ୍ତର କରିବାକୁ ଚାହୁଁଛନ୍ତି ସେ ଭଲଭାବେ ଜାଣିଛନ୍ତି ଯେ, ଏହି ଦୁଇଟି ପରୀକ୍ଷା ଭିତରୁ ଗୋଟିଏରେ ପିଲା ଭଲ ସଫଳତା ପାଇବା ଦରକାର। ଅନେକ ପିତାମାତା ସେମାନଙ୍କର ପିଲାଙ୍କ ଭବିଷ୍ୟତ ସେହି ଅନୁସାରେ ହିସାବ କରିଥାନ୍ତି। ଏଣୁ କରୋନା ଜନିତ ସଂକଟ ସତ୍ୱେ ଜେଇଇ ଓ ନିଟ୍‌ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିତରେ ଆଗ୍ରହ କମିବାର କୌଣସି ସମ୍ଭାବନା ନାହିଁ।

ଏହା ସତ୍ୟ ଏହି ପରୀକ୍ଷା କେନ୍ଦ୍ରଗୁଡ଼ିକକୁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ପରିଚାଳନା କରିବାର ମୁଖ୍ୟ ଦାୟିତ୍ୱ ରାଜ୍ୟ ସରକାରଙ୍କର। ଏହି ପରୀକ୍ଷାକୁ ନେଇ କରୋନା ସଂକଟ ଭୟାବହ ହେଲେ ବା କିଛି ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେଲେ ରାଜ୍ୟ ସରକାରଙ୍କ ଉପରେ ଅଧିକ ଦୋଷ ଦିଆଯିବ। ସେହି ଦୃଷ୍ଟିରୁ ରାଜ୍ୟ ସରକାରମାନେ ପରୀକ୍ଷାକୁ ଘୁଂଚାଇବାକୁ ଚାହୁଁଥିଲେ। କିନ୍ତୁ ଦେଖାଗଲା ଯେ, ପରୀକ୍ଷା ପାଇଁ ସମୟ ନିର୍ଦ୍ଧ।ରଣ ହୋଇଯିବା କ୍ଷଣି ଅଧିକାଂଶ ଛାତ୍ରଛାତ୍ରୀ ଡାଉନଲୋଡ଼ ଜରିଆରେ ସେମାନଙ୍କର ପ୍ରବେଶ ପତ୍ର (ଆଡମିଟ୍‌ କାର୍ଡ) ସଂଗ୍ରହ କରିବାରେ ଲାଗିଗଲେ। ପରୀକ୍ଷା ହେଉ ଓ ପିଲାମାନଙ୍କର ଗୋଟିଏ ବର୍ଷ ପୂରାପୂରି ନଷ୍ଟ ନହେଉ ତାହା ଛାତ୍ରଛାତ୍ରୀଙ୍କ ସହିତ ସେମାନଙ୍କ ଅଭିଭାବକ ଚାହୁଁଥିବାରୁ ଆଡମିଟ କାର୍ଡ ସଂଗ୍ରହ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଏହାକୁ ଦେଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯାହା ପ୍ରତିବାଦ କଲେ ମଧ୍ୟ କେନ୍ଦ୍ର ସରକାର ପରୀକ୍ଷା ଘୁଂଚାଇବାକୁ ରାଜି ହେଲେନାହିଁ। ଯେଉ ରାଜ୍ୟ ସରକାରମାନେ ପିଲାମାନଙ୍କ ସ୍ୱାସ୍ଥ୍ୟର ଭବିଷ୍ୟତ ପାଇଁ ପ୍ରଶ୍ନ ଉଠାଉଥିଲେ ସେମାନେ ସମ୍ଭବତଃ ପରୀକ୍ଷା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କର ମନୋଭାବକୁ ବୁଝିପାରିଲେ ନାହିଁ। ସେହି ଦୃଷ୍ଟିରୁ ଦେଖିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜ ଜିଦ୍‌କୁ ଛାଡ଼ି ପିଲାମାନେ ସୁବିଧାରେ କିପରି ପରୀକ୍ଷା ଦେଇପାରିବେ ଓ ସ୍ୱାସ୍ଥ୍ୟ ସମସ୍ୟା  ବିଶେଷ ସୃଷ୍ଟି ହେବ ନାହିଁ ସେଥିପାଇଁ ଅଗଷ୍ଟ ୨୮ ତାରିଖ ଦିନ ଏକ ନୀତିଗତ ନିଷ୍ପତି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତି ଅନୁସାରେ ବନ୍ୟା ପରିସ୍ଥିତି ସତ୍ୱେ ଓ ଯାନବାହନ ଚଳାଚଳ ସ୍ୱାଭାବିକ ନଥିବା ସମୟରେ କିପରି ପ୍ରତ୍ୟେକ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଁଚିପାରିବେ ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ଥିବା ଆଇଟିଆଇଗୁଡ଼ିକୁ ନୋଡାଲ ସଂଟେର ଭାବରେ ନିଆଯାଇ ପ୍ରତ୍ୟେକ ଆଗ୍ରହୀ ଛାତ୍ର ନୋଡାଲ ସେଂଟରରେ ନାମ ପଂଜୀକୃତ କରିବା କ୍ଷଣି ତାଙ୍କୁ ବିନା ଅର୍ଥରେ ପରୀକ୍ଷା କେନ୍ଦ୍ରରେ ପହଁଚିବା ପାଇଁ ଯାନବାହନ ବ୍ୟବସ୍ଥା କରିବା ଓ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ହେଲେ ରହିବା ପାଇଁ ବ୍ୟବସ୍ଥା କରିବାର ଦାୟିତ୍ୱ ସରକାର ନିଜ ହାତକୁ ନେଇଛନ୍ତି। କାରଣ ଏହି ପରୀକ୍ଷା ଦୁଇଟିରେ ଓଡ଼ିଶାରୁ ପ୍ରାୟ ୭୬ ହଜାର  ପରୀକ୍ଷାର୍ଥୀ ଭାଗନେବେ। ଏମାନଙ୍କ ଭିତରୁ ଅର୍ଦ୍ଧ।ଧିକ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଥିବା ସହରମାନଙ୍କର ଅଧିବାସୀ ହୋଇଥିବା ବେଳେ ପ୍ରାୟ ଅର୍ଦ୍ଧକେ ବିଭିନ୍ନ ଜିଲ୍ଲାରୁ ଓ ଗ୍ରାମାଂଚଳରୁ ଆସିବେ। ଯେଉଁ ପରୀକ୍ଷାର୍ଥୀ କେବଳ ସେମାନଙ୍କର ପ୍ରବେଶ ପତ୍ର ଦେଖାଇବେ ସେମାନଙ୍କୁ ସମସ୍ତ କୋଭିଡ୍‌ କଟକଣାରୁ ମୁକ୍ତ କରିଦିଆଯିବ ଓ ଯେଉଁମାନେ ସରକାରୀ ବ୍ୟବସ୍ଥାରେ ଆସିବେ ସେମାନଙ୍କୁ ମାଗଣା ନେବା ଆଣିବା ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯିବ। ସମୟ ଯଥେଷ୍ଟ କମ୍‌ ଥିବାରୁ ଅଗଷ୍ଟ ୩୧ ତାରିଖ ମଧ୍ୟାହ୍ନ ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କ ପସନ୍ଦ ପ୍ରତି ଜିଲ୍ଲାରେ ଥିବା ନୋଡାଲ ସେଂଟରକୁ ଜଣାଇ ଦେବାକୁ କୁହାଯାଇଛି।

ମୋଟାମୋଟି ଭାବରେ ଯେହେତୁ ପରୀକ୍ଷା ଘୁଂଚାଗଲା ନାହିଁ ଓ ପରୀକ୍ଷା କରାଯିବ ସେହେତୁ ଓଡ଼ିଶାର ଏହି ମେଧାବୀ ଛାତ୍ରଛାତ୍ରୀମାନେ କିପରି ଭାବରେ ଭଲରେ ଓ ସୁବିଧାରେ ପରୀକ୍ଷା ଦେଇପାରିବେ ସେଥିପାଇଁ ରାଜ୍ୟ ସରକାର କରୋନା ମହାମାରୀ ସମୟରେ ନେଉଥିବା ପଦକ୍ଷେପ ପ୍ରଶଂସନୀୟ। କିନ୍ତୁ ଏହିସବୁ ଘଟଣାରେ ସାରା ଦେଶରେ ଓ ରାଜ୍ୟରେ ଘରୋଇ ଇଂଜିନିୟରିଂ କଲେଜ ଓ ମେଡିକାଲ କଲେଜମାନଙ୍କର ଏକ ଚାପ ମଧ୍ୟ ରହିଛି। ସ୍କୁଲ କଲେଜ ସବୁ ବନ୍ଦ ହେବା ଫଳରେ ବେସରକାରୀ ଭାବରେ ଚାଲୁଥିବା ଅଧିକାଂଶ ସ୍କୁଲ, କଲେଜ, ଇଂଜିନିୟରିଂ କଲେଜ ପ୍ରଭୃତି ଘୋର ଅସୁବିଧାର ପଡ଼ିଛନ୍ତି। ସ୍କୁଲ କଲେଜ ବନ୍ଦଥିବା ଦୃଷ୍ଟିରୁ ଛାତ୍ରଛାତ୍ରୀମାନେ ଫି’ ଦେବାକୁ ଚାହୁଁନାହାନ୍ତି।

ତା’ଛଡ଼ା ଘରୋଇ ଇଂଜିନିୟରିଂ ଓ ମେଡିକାଲ କଲେଜରେ ନାମ ଲେଖା ସମୟ ହେଉଛି ପୁଷମାସ। ଏହା ଯେତେ ବିଳମ୍ବିତ ହେବ ଏହିସବୁ କଲେଜଗୁଡ଼ିକର ଆର୍ଥିକ ସଂକଟ ସେତିକି ବଢ଼ିବ। ତେଣୁ ସାରା ଦେଶରେ ଏବଂ ଓଡ଼ିଶାରେ ଏହିସବୁ କଲେଜମାନେ ଜେଇଇ ଓ ନିଟ୍‌ ପରୀକ୍ଷା କରାଯିବା ସପକ୍ଷରେ ଅଛନ୍ତି। କାରଣ ଜେଇଇ ପରୀକ୍ଷା ପରେ ଓଡ଼ିଶା ନିଜସ୍ୱ ଜେଇଇ କରିପାରିବ। ସେଥିପାଇଁ କରୋନା ସଂକଟ ସତ୍ୱେ ଏହି ଘରୋଇ ପ୍ରତିଷ୍ଠାନମାନେ ଜେଇଇ ଓ ନିଟ୍‌ ପରୀକ୍ଷା ହେବା ଜରୁରୀ ବୋଲି ଭାବୁଛନ୍ତି। ସେହି କାରଣରୁ ମଧ୍ୟ କରୋନା ପାଇଁ ସ୍କୁଲ କଲେଜ ବନ୍ଦ ରହିବା କଥାକୁ ଅନେକ ଘରୋଇ ସ୍କୁଲମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। କାରଣ ଯେତେ ଅନଲାଇନ କ୍ଲାସ ହେଲେ ମଧ୍ୟ ରେଗୁଲାର କ୍ଲାସ ହେଉନଥିବାରୁ ସେମାନଙ୍କର ଫି’ ଆଦାୟ ହୋଇପାରୁନାହିଁ। ଏହିସବୁ ଅନୁଷ୍ଠାନମାନେ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାଙ୍କରୁ ଋଣ ନେଇ କରିଥିବା ବସଗୁଡ଼ିକର ଋଣ ଶୁଝିପାରୁନାହାନ୍ତି। ଶିକ୍ଷକ ଏବଂ ଷ୍ଟାଫମାନଙ୍କ ଦରମା ମଧ୍ୟ ଦେଇପାରୁନାହାନ୍ତି।

ଏଣୁ ଥରେ ଜେଇଇ ଓ ନିଟ୍‌ ପରୀକ୍ଷା ହୋଇଗଲେ ଅନ୍ୟାନ୍ୟ ସ୍କୁଲକଲେଜ ଖୋଲିବା ପାଇଁ ସରକାରଙ୍କ ଉପରେ ନିଶ୍ଚିତ ଚାପ ବୃଦ୍ଧି ପାଇବ। ଅଭିଭାବକମାନେ ପୁନର୍ବ।ର ଫି’ ଦେବାକୁ ବାଧ୍ୟହେବେ। ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଚାଲୁ କରିବା ପାଇଁ ଜେଇଇ ଓ ନିଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।  କରୋନା ମହାମାରୀ ଯୋଗୁ ରାଜ୍ୟମାନଙ୍କ ସହିତ ଆଲୋଚନା କରି ଏହି ପରୀକ୍ଷାକୁ ଯଦି ୧୨ ଦିନ ଘୁଂଚାଇ ଦିଆଯାଇଥାନ୍ତା ତେବେ ପରିସ୍ଥିତିର ବିଶେଷ ପରିବର୍ତନ ହୋଇନଥାନ୍ତା। ଯାହା ଓଡ଼ିଶାର ମୁଖ୍ୟମନ୍ତ୍ରୀ କହିଛନ୍ତି ତାହା ଅନ୍ୟ ମୁଖ୍ୟମନ୍ତ୍ରୀମାନେ ମଧ୍ୟ କରିପାରିବେ।

ବରିଷ୍ଠ ସାମ୍ବାଦିକ

ମୋ- ୯୪୩୭୪୦୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story