କପିଳ ଦେବଙ୍କ ୪ ବଲରେ ୪ ଛକା

କପିଳ ଦେବ ବ୍ୟାଟିଂ କଲାବେଳକୁ ସାମନାରେ ବୋଲିଂ କରିବାକୁ ଆସିଲେ ଇଂଲଣ୍ଡର ସେହି ବୋଲର ଏଡି ହେମିଙ୍ଗ୍ସ। ଇଏ ସେହି ହେମିଙ୍ଗ୍ସ ଯିଏ ତିନି ବର୍ଷ ତଳେ ୱାଙ୍ଖଡେରେ କପିଳ ଦେବଙ୍କୁ ଆଉଟ୍ କରି ଭାରତୀୟଙ୍କ ହୃଦୟକୁ ଭାଙ୍ଗି ଦେଇଥିଲେ। ଏବେ କପିଳଙ୍କ ଦକ୍ଷତା ଆଗରେ ଏଡି ହେମିଙ୍ଗ୍ସ ଠିଆ ହୋଇଥିଲେ। ଭାରତୀୟ ପ୍ରଶଂସକ ଭାବି ସାରିଥିଲେ ଯେ ଭାରତ କୌଣସି ପ୍ରକାରରେ ବି ଫଲୋଅନ୍‌ ଜାଲରୁ ବାହାରି ପାରିବ ନାହିଁ।

Kapil Dev

Kapil Dev

Debendra Prusty
  • Published: Thursday, 01 June 2023
  • Updated: 01 June 2023, 06:02 PM IST

News Highlights

  • ଇଂଲଣ୍ଡ ବିରୋଧରେ କେମିତି ଫଲୋ ଅନ୍‌ ଏଡ଼ାଇଲେ କପିଲ୍‌ ଦେବ?
  • ଏଡି ହେମିଙ୍ଗସ ଚାରିଟି ବଲ୍‌କୁ ଚାରିଟି ଛକା ମାରିଲେ କେମିତି?
  • ଏହା ଥିଲା ଭାରତୀୟ କ୍ରିକେଟରେ ଏକ ବିରଳ ଘଟଣା।

Sports

Latest News

୧୯୮୭ ମସିହା ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ହେଉଥିଲା। ଭାରତ ଭେଟିଥିଲା ଶକ୍ତିଶାଳୀ ଇଂଲଣ୍ଡକୁ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ବିନିମୟରେ କରିଥିଲା ୨୫୪ ରନ। ସେତେବେଳ ଏହି ସ୍କୋର ବେଶ୍ ବିଶାଳ ଥିଲା। ଭାରତ ପାଇଁ ଜିତିବା କଷ୍ଟକର ଥିଲା। ତଥାପି ଆଶା ଥିଲା ଯେ ଭାରତ ନିଜ ଘରୋଇ ମାଟିରେ ଖେଳୁଥିବାରୁ ତାକୁ ଜିତିବା ସହଜ ହେବ।

ଭାରତର ଆରମ୍ଭ ଭଲ ନଥିଲା। ତଥାପି ଆଝାରୁଦ୍ଦିନଙ୍କ ୬୪, ନବଜୋତ ସିଂ ସିଦ୍ଧୁଙ୍କ ୨୨, ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ୨୪ ବଳରେ ଭାରତ ୪ ୱିକେଟ୍ ହରାଇ ଲକ୍ଷ୍ୟ ସ୍ଥଳର ଅଧାବାଟ ଯାଏ ପହଁଚି ଯାଇଥିଲା। କପିଳ ଦେବ ୨୨ ବଲରେ ୪ଟି ଚୌକା ସହ ୩୦ ରନ୍ କରି ଦଳକୁ ବିଜୟ ଆଡ଼କୁ ଆଗେଇ ନେଲା ବେଳେ ହଠାତ୍ ଅଫ୍ ସ୍ପିନର ଏଡି ହେମିଙ୍ଗ୍ସଙ୍କ ବଲରେ ଇଂଲଣ୍ଡର ଅଧିନାୟକ ମାଇକ୍ ଗ୍ୟାଟିଂଙ୍କ ହାତରେ ଧରା ପଡ଼ିଲେ। କପିଳ ଦେବ ଆଉଟ୍ ହେଲା ପରେ ଭାରତୀୟ ଶିବିରରେ ଭାଳେଣି ପଡ଼ିଗଲା। ସେତେବେଳକୁ ଭାରତକୁ ଜିତିବାକୁ ଆହୁରି ୯୨ ରନ୍ ଦରକାର ଥିବାବେଳେ ଭାରତ ପାଖରେ ଆଉ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ନଥିଲେ। ପରେ ଆଝାରୁଦ୍ଦିନ୍, ରବି ଶାସ୍ତ୍ରୀ ମିଶିକରି ୩୬ ରନ୍ ଯୋଡ଼ି ଦଳର ସ୍କୋରକୁ ୨୦୪ ଯାଏଁ ପହଁଚାଇଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। ଏହି ସ୍କୋରରେ ଆଝାରୁଦ୍ଦିନ ବି ଏଡି ହେମିଙ୍ଗ୍ସଙ୍କ ବଲରେ ଏଲବିଡବ୍ଲୁ ଆଉଟ୍ ହେଲା ପରେ ଭାରତର ବିଜୟ ଆଶା ମଉଳିଯାଇଥିଲା। ଭାରତ ୨୧୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ସଂଖ୍ୟାଧିକ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଥିଲା। ଏଡି ହେମିଙ୍ଗ୍ସଙ୍କୁ ମିଳିଥିଲା ୪ ୱିକେଟ୍।

ଏବେ ୧୯୯୦ ମସିହାକୁ ଫେରିବା। ଭାରତ ଟେଷ୍ଟମ୍ୟାଚ୍ ଖେଳୁଥାଏ ଇଂଲଣ୍ଡ ବିପକ୍ଷରେ ଇଂଲଣ୍ଡର ଲର୍ଡସରେ। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ବିନିମୟରେ କରିଥାଏ ୬୫୩ ରନ୍। ଇଂଲଣ୍ଡର ଅଧିନାୟକ ଗ୍ରାହାମ ଗୁଚ୍ ଖେଳିଥିଲେ ୩୩୩ ରନର ମାରାଥନ ଇଂନିସ୍। ଏଥିପାଇଁ ସେ ପ୍ରାୟ ସାଢ଼େ ଦଶ ଘଂଟା ବ୍ୟାଟିଂ କରି ୪୮୫ ବଲ ଖେଳିଥିଲେ ଓ ୪୩ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ଭାରତୀୟ ବୋଲର ପ୍ରାୟ ୧୬୨ ଓଭର ବୋଲିଂ କରିସାରିଥିଲେ। ଗ୍ରାହମ ଗୁଚ୍‌ଙ୍କ ଛଡ଼ା ଆଲାନ୍ ଲ୍ୟାମ୍ବ ୧୩୯ ରନ୍ ଏବଂ ରବିନ୍ ସ୍ମିଥ୍ ୧୦୦ ରନ୍ ସଂଗ୍ରହ କରିଥିଲେ।

ଭାରତ ଦ୍ୱିତୀୟ ଦିନରେ ବ୍ୟାଟିଂ କରୁଥିବାରୁ ଫଲୋ ଅନ୍‌ ଏଡ଼ାଇବା ପାଇଁ ୪୫୪ ରନ୍ ସଂଗ୍ରହ କରିବାର ଥିଲା। ଭାରତର ଆରମ୍ଭ ଠିକ୍ ଠାକ୍ ଥିଲା। ରବି ଶାସ୍ତ୍ରୀଙ୍କ ୧୦୦ ଏବଂ ଆଝାରୁଦ୍ଦିନଙ୍କ ୧୧୧ ବଲରେ ୨୨ ଚୌକାରେ ୧୨୧ ରନ୍ କରି ଭାରତକୁ ଆଗେଇ ନେଉଥିଲେ ବି ମଧ୍ୟକ୍ରମରେ ଭାରତର ସ୍ଥିତି ଖରାପ ହୋଇଗଲା। ସଂଜୟ ମଂଜରେକର ୧୮, ସଚିନ୍ ତେନ୍ଦୁଲକର ୧୦ ଏବଂ ମନୋଜ ପ୍ରଭାକର ୨୫ ରନ୍ କରି ଆଉଟ୍ ହୋଇଯିବାରୁ ଭାରତ ଫଲୋଅନ୍‌ର ଦ୍ୱାରଦେଶରେ ପହଁଚିଗଲା। କେବଳ ଭାରତ ପାଇଁ କପିଳଦେବ ହିଁ ଶେଷ ଆଶା ଥିଲେ। କିରନ ମୋରେ ଏବଂ ସଂଜୀବ ଶର୍ମା ଆଉଟ୍ ହେଲା ବେଳକୁ ଭାରତର ସ୍କୋର ପହଁଚି ଯାଇଥିଲା ୪୩୦ ରନନ୍‌ରେ। ଫଲୋ ଅନ୍‌ ଏଡ଼ାଇବାକୁ ଆହୁରି ୨୪ ରନ୍ ଆବଶ୍ୟକ ଥିଲା। ଭାରତ ପାଖରେ ଶେଷ ୱିକେଟ୍ ଭାବରେ ନରେନ୍ଦ୍ର ହିରୱାନି ଏବଂ କପିଳ ଦେବଙ୍କ ଯୋଡ଼ି ହିଁ ଉପଲବ୍ଧ ଥିଲେ।

ନରେନ୍ଦ୍ର ହିରୱାନିଙ୍କ ପାଖରେ ବିଶେଷ ବ୍ୟାଟିଂ ଦକ୍ଷତା ନଥିଲା। କପିଳ ଦେବ ଚାହୁଁ ନଥିଲେ ଯେ ଭାରତ ଫଲୋଅନ ପରେ ତୁରନ୍ତ ବ୍ୟାଟିଂ କରୁ। ତେବେ କପିଳଙ୍କ ପାଖରେ ଦୁଇଟି ସମସ୍ୟା ଥିଲା। ହିରୱାନି ଯଦି ଅଧିକ ବଲ୍‌ ଖେଳିବେ ତେବେ ସେ ଶୀଘ୍ର ଆଉଟ୍ ହେବାର ଆଶଙ୍କା ଥିଲା। ଆଉ କପିଲ ଯଦି ବଡ଼ ବଡ଼ ସଟ୍ ଖେଳି ଆବଶ୍ୟକ ଥିବା ୨୪ ରନ୍ ତୁରନ୍ତ ସଂଗ୍ରହ ନକରିବେ ତେବେ କେବେ ନା କେବେ ହିରୱାନିଙ୍କୁ ଇଂଲଣ୍ଡ ବୋଲରଙ୍କୁ ଖେଳିବାକୁ ପଡ଼ିବ। ନରେନ୍ଦ୍ର ହିରୱାନିଙ୍କ ଟେଷ୍ଟ ବ୍ୟାଟିଂ ଆଭରେଜ୍ ୪.୬୬ ଥିଲା ଏବଂ ସେ ଖେଳିଥିବା ୧୦ଟି ଟେଷ୍ଟ ଇନିଂସରେ ମାତ୍ର ୨୮ ରନ୍ କରିଥିଲେ।

ଏହାର ଗୋଟିଏ ସମାଧାନ ଥିଲା। କପିଳ ଦେବ ବଡ଼ ବଡ଼ ସଟ୍ ଖେଳିବେ ଆଉ ଆବଶ୍ୟକ ଥିବା ୨୪ ରନ୍ ସଂଗ୍ରହ କରିବେ। ଆଉ ଏହା ଯେତେ ଶୀଘ୍ର ହେବ ତାହା ଭାରତ ପାଇଁ ମଙ୍ଗଳ।

ଭାରତୀୟ ଇନିଂସର ୧୧୪ତମ ଓଭର ବୋଲିଂ କରିବାକୁ ଆସିଲେ ଏଡି ହେମିଙ୍ଗ୍ସ। କପିଳ ଦେବ ପ୍ରଥମ ଦୁଇଟି ବଲ ଡିଫେନ୍ସ କଲେ ବି ପରବର୍ତ୍ତୀ ଚାରୋଟି ବଲରେ ଲଗାତାର ଚାରୋଟି ଛକ୍କା ମାରି ଭାରତର ସ୍କୋରକୁ ୪୫୪ ରନରେ ପହଁଚାଇ ଦେଲେ। ସେତେବେଳେ ଲଗାତାର ୪ଟି ବଲରେ ୪ଟି ଛକା ମାରିବା ବେଶ୍ କଷ୍ଟକର ଥିଲା। ତାହା ପୁଣି ଟେଷ୍ଟ ମ୍ୟାଚରେ। ଆଉ ଗାଭାସ୍କରଙ୍କ ମତରେ କେବଳ କପିଳ ଦେବ ହିଁ ଏପରି କରିବାକୁ ସକ୍ଷମ ଥିଲେ। ଆଉ କପିଳ ଦେବ ଲଗାତାର ଚାରୋଟି ବଲରେ ଚାରୋଟି ଛକ୍କା ମାରି ଇତିହାସ ସୃଷ୍ଟି କଲେ। ଭାରତ ଫଲୋଅନ୍‌ର ଜାଲରୁ ବାହାରି ଆସିଲା। ଆଂଗୁସ୍ ଫ୍ରେଜରଙ୍କ ପରବର୍ତ୍ତୀ ଓଭରର ପ୍ରଥମ ବଲରେ ହିଁ ହିରୱାନି ଆଉଟ୍ ହୋଇଗଲେ। କପିଳ ଦେବ ୭୫ ବଲରେ ୭୭ ରନ କରି ଅପରାଜିତ ଥିଲେ। ଲଗାତାର ମାରିଥିବା ୪ଟି ଛକା ବାଦ୍ ଏଥିରେ ୮ଟି ଚୌକା ମଧ୍ୟ ସାମିଲ ଥିଲା। ବିଶ୍ୱ ଟେଷ୍ଟ କ୍ରିକେଟ୍ ଇତିହାସରେ ଏପରି ପ୍ରଥମ ଥର ହୋଇଥିଲା ଯେ ଜଣେ ବ୍ୟାଟର ଲଗାତାର ଚାରି ବଲରେ ଚାରି ଛକ୍କା ମାରି ଫଲୋଅନରୁ ଦଳକୁ ରକ୍ଷା କରିଥିଲେ।

ଦ୍ୱିତୀୟ ଇନିଂସରେ ଅଧିନାୟକ ଗ୍ରାହାମ ଗୁଚ୍ ଆଉ ଗୋଟିଏ ଶତକ ହାସଲ କଲେ ଏବଂ ୪ ୱିକେଟରେ ୨୭୨ ରନ୍ କରି ଇଂଲଣ୍ଡ ନିଜର ପାଳି ସମାପ୍ତି ଘୋଷଣା କଲା। ଭାରତ ସାମନାରେ ୪୭୨ ରନର ବିଜୟ ଲକ୍ଷ୍ୟ ରହିଥିଲା। ଭାରତୀୟ ବ୍ୟାଟରମାନେ ମାତ୍ର ୬୨ ଓଭର ଖେଳି ୨୨୪ ରନରେ ଅଲ ଆଉଟ୍ ହୋଇଯାଇଥିଲେ। ଇଂଲଣ୍ଡ ଏହି ମ୍ୟାଚକୁ ୨୪୭ ରନର ବିଶାଳ ବ୍ୟବଧାନରେ ଜିତି ନେଇଥିଲା।

ଏହି ମ୍ୟାଚ୍ ଘଟଣା ବହୁଳ ରହିଥିଲେ ବି କପିଳ ଦେବଙ୍କ ଲଗାତାର ୪ଟି ବଲରେ ୪ ଛକ୍କା ପାଇଁ ବେଶ୍ ଚର୍ଚ୍ଚାରେ ରହିଥିଲା। ତେତିଶ ବର୍ଷ ତଳେ ଟେଷ୍ଟ କ୍ରିକେଟରେ ଚାରି ବଲରେ ଚାରି ଛକ୍କା ମାରିବା ଏକ ବିରଳ ଉପଲବ୍ଧି ଥିଲା। ଏବେ କ୍ରିକେଟ୍‌ରେ ଚୌକା ଛକ୍କା ବୃଷ୍ଟି ହେଉଥିଲେ ବି ଟେଷ୍ଟ କ୍ରିକେଟରେ ଫଲୋଅନ ଏଡ଼ାଇବାକୁ ଯାଇ ଲଗାତାର ଚାରିଟି ଛକ୍କା ମାରିବା ଏକ ବିରଳ ଘଟଣା ଏବଂ ଏହି ଘଟଣା ବିଷୟରେ ଦେଖି ବା ପଢ଼ି ଭାରତୀୟମାନେ ବେଶ୍ ରୋମାଂଚିତ ହୁଅନ୍ତି।

ରୁଦ୍ର ପ୍ରସନ୍ନ ରଥ

ଫୋ- ୭୯୭୮୬୭୧୭୭୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story