ଧର୍ମ ଓ ବିଜ୍ଞାନର ସମନ୍ୱୟ- କୁମ୍ଭ ମେଳା

କୁମ୍ଭମେଳା କେବଳ ଶାସ୍ତ୍ର ଭିତରେ ସୀମିତ ନୁହେଁ ଏହା ଭାରତ ଓ ଭାରତ ବାହାରେ ମଧ୍ୟ ପରିଚିତ। ଅଥର୍ବ ବେଦର ଚତୁର୍ଥ ମଣ୍ଡଳର ୩୪ ସୂକ୍ତରେ ଓ ୧୯ ମଣ୍ଡଳର ୫୩ ସୂକ୍ତରେ କୁମ୍ଭ ଶବ୍ଦ ବ୍ୟବହାର କରାଯାଇଛି (ପୂର୍ଣ୍ଣ: କୁମ୍ଭୋଧୀ କାଳ ଆହିତସ୍ତ ୱେ ପଶ୍ୟାମୋ...)। ମହାଭାରତର ଅସ୍ତିକା ପର୍ବ ଓ ତୀର୍ଥ ଯାତ୍ରା ଖଣ୍ଡରେ ପ୍ରୟାଗରାଜରେ ସ୍ନାନର ମହତ୍ୱ ବର୍ଣ୍ଣନା କରାଯାଇଛି।

Kumbha Mela At Prayagraj

Kumbha Mela At Prayagraj

Debendra Prusty
  • Published: Monday, 13 January 2025
  • Updated: 13 January 2025, 01:45 PM IST

Sports

Latest News

ରବି ନାରାୟଣ ପଣ୍ଡା

କୁମ୍ଭ ମେଳା ଭାରତୀୟ ସନାତନ ସଂସ୍କୃତି ଭଳି ବହୁ ପୁରାତନ। ଦେବାସୁର ଲଢ଼େଇ ସହିତ କୁମ୍ଭ ମେଳା ଯୋଡ଼ି ହୋଇ ରହିଛି। ଇତିହାସ ଅନୁସାରେ ଦେବାସୁରଙ୍କ ମିଳିତ ସମୁଦ୍ର ମନ୍ଥନରୁ ଅମୃତ ବାହାରିଲା। ରାକ୍ଷସମାନେ ଦେବତାଙ୍କୁ ପରାସ୍ତ କରି ଅମୃତ ନିଜ ପାଖରେ ରଖିନେଲେ। ଅସୁରମାନଙ୍କଠାରୁ ଅମୃତକୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ଗୁରୁ ବୃହସ୍ପତି ଯୋଜନା ପ୍ରସ୍ତୁତ କଲେ। ସେଥିପାଇଁ ସେ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତଙ୍କୁ ପଠେଇଲେ। ଜୟନ୍ତଙ୍କୁ ସହଯୋଗ କରିବା ପାଇଁ ଚାରି ଜଣ ଦେବତା ତାଙ୍କ ସହିତ ଯୋଗଦେଲେ। କଳସରେ ଥିବା ଅମୃତର ସୁରକ୍ଷା ଓ ଅମୃତ ଯେପରି ଚହଲି ପଡ଼ି ନଯାଏ ସେଥିପାଇଁ ଚନ୍ଦ୍ରଙ୍କୁ ପଠାଗଲା। ଜୟନ୍ତଙ୍କ ସହିତ ଗଲେ ନିଜେ ସୂର୍ଯ୍ୟ ଦେବତା। ତାଙ୍କର କାମ ଥିଲା କଳସକୁ ଯେକୌଣସି କ୍ଷତିରୁ ରକ୍ଷା କରିବା ଅର୍ଥାତ ପାତ୍ର ଯେପରି ଭାଙ୍ଗି ନଯାଉ।

ବୃହସ୍ପତି ନିଜେ ରାକ୍ଷସଙ୍କୁ ଅଟକେଇବା କାମରେ ନିୟୋଜିତ ହେଲେ। ଶନି ଜୟନ୍ତଙ୍କ ଉପରେ ନଜର ରଖିବା କାର୍ଯ୍ୟରେ ନିୟୋଜିତ ହେଲେ। ଜୟନ୍ତ ଲୋଭରେ ଆସି ଯେପରି ସବୁ ଅମୃତ ପିଇ ନଦିଅନ୍ତୁ ସେଥିପାଇଁ ଏପରି ଯୋଜନା ଦେବତାମାନେ ପ୍ରସ୍ତୁତ କରିଥିଲେ।

ଦେବତାମାନେ ଅସୁରଙ୍କଠାରୁ ଅମୃତ ଚୋରେଇ ଆଣିଲେ ସତ, କିନ୍ତୁ ଚାରି ବୁନ୍ଦା ଅମୃତ ପୃଥିବୀ ଉପରେ ପଡ଼ିଗଲା। ଜୟନ୍ତ ଅମୃତ ନେଇ ପଳେଇ ଯାଉଥିବା ବେଳେ ରାକ୍ଷସ ତାଙ୍କର ପିଛା କଲେ ଓ ସଂଘର୍ଷ ହେଲା। ସଂଘର୍ଷ ସମୟରେ ଯେଉଁଠାରେ ଅମୃତ ପଡ଼ିଥିଲା ସେହି ଚାରୋଟି ସ୍ଥାନ ହେଉଛି ପ୍ରୟାଗ, ହରିଦ୍ୱାର, ଉଜ୍ଜୟିନୀ ଓ ନାସିକ। ସମସ୍ତ ସ୍ଥାନ ପବିତ୍ର ନଦୀ ନିକଟରେ ଅବସ୍ଥିତ। ନାସିକ ଅରୁଣ ଓ ବରୁଣ ନଦୀର ସଙ୍ଗମ ସ୍ଥଳ ଯେଉଁଠାରୁ ଗୋଦାବରୀ ନଦୀର ଆରମ୍ଭ ହୋଇଛି। ହରିଦ୍ୱାର ଗଙ୍ଗା ନଦୀ କୂଳରେ ଏବଂ ପ୍ରୟାଗ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ। ଉଜ୍ଜୟିନୀ ଶିପ୍ରା ନଦୀ କୂଳରେ ଅବସ୍ଥିତ। ଅମୃତ ଚୋରେଇବା ପାଇଁ ଜୟନ୍ତଙ୍କ ସହିତ ସୂର୍ଯ୍ୟ, ଚନ୍ଦ୍ର, ଶନି ଓ ବୃହସ୍ପତି ଯାଇଥିବାରୁ ସେହି ଗ୍ରହମାନଙ୍କ ଅବସ୍ଥାନ ଅନୁସାରେ କୁମ୍ଭର ସ୍ଥାନ ଓ ସମୟ ନିରୂପଣ କରାଯାଏ।

ଚୈତ୍ର ମାସରେ ଯେବେ ଗୁରୁ ଓ ଶନି କୁମ୍ଭ ରାଶିରେ ଏବଂ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରନ୍ତି ଠିକ ସେହି ସମୟରେ ହରିଦ୍ୱାରରେ କୁମ୍ଭ ମେଳା ଆୟୋଜିତ ହୁଏ। ଚୈତ୍ର ମାସରେ ଯେତେବେଳେ ଗୁରୁ ସିଂହ ରାଶିରେ ଓ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରନ୍ତି ସେତେବେଳେ ଉଜ୍ଜୟିନୀରେ କୁମ୍ଭ ମେଳା ଆରମ୍ଭ ହୁଏ। ଭାଦ୍ରବ ମାସରେ ସୂର୍ଯ୍ୟ ଓ ବୃହସ୍ପତି ସିଂହ ରାଶି କିମ୍ବା ଚନ୍ଦ୍ର, ସୂର୍ଯ୍ୟ ଓ ବୃହସ୍ପତି ତିନି ଦେବତା ଯେତେବେଳେ ଅମାବାସ୍ୟାରେ କର୍କଟ ରାଶିରେ ରହନ୍ତି ସେତେବେଳେ ନାସିକରେ କୁମ୍ଭ ଅନୁଷ୍ଠିତ ହୁଏ। ଯେତେବେଳେ ମାଘ ମାସରେ ବୃହସ୍ପତି ମେଷ ବା ବୃଷ ରାଶିରେ ଅବସ୍ଥାନ କରନ୍ତି ଏବଂ ସୂର୍ଯ୍ୟ ଓ ନବଚନ୍ଦ୍ର ମିଶି ମକର ରାଶିରେ ଅବସ୍ଥାନ କରନ୍ତି ଠିକ ସେତିକି ବେଳେ ପ୍ରୟାଗରେ ପୂର୍ଣ୍ଣକୁମ୍ଭ ଅନୁଷ୍ଠିତ ହୁଏ।

ରାକ୍ଷସମାନଙ୍କଠାରୁ ଅମୃତ ଆଣିବା କାର୍ଯ୍ୟ ଗୋଟିଏ ଦିନରେ ସମାପ୍ତ ହୋଇ ନଥିଲା। ଏହି କାର୍ଯ୍ୟ ପାଇଁ ସମ୍ପୂର୍ଣ ୧୨ ଦିନ ସମୟ ଲାଗିଥିଲା। ଦେବତାମାନଙ୍କର ଗୋଟିଏ ଦିନ ପୃଥିବୀ ପାଇଁ ଗୋଟିଏ ବର୍ଷ ସହ ସମାନ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଅନ୍ୟ ଏକ ବିଷୟ ହେଉଛି ଦେବ ଗୁରୁ ବୃହସ୍ପତି ଗୋଟିଏ ରାଶିରେ ୧ ବର୍ଷ ରହନ୍ତି। ୧୨ଟି ରାଶି ଭ୍ରମଣ କରିବା ପାଇଁ ତାଙ୍କୁ ୧୨ ବର୍ଷ ଲାଗିଯାଏ। ବୃହସ୍ପତିଙ୍କ ଗତି ଅନୁସାରେ ୧୨ ବର୍ଷରେ ଥରେ ପ୍ରୟାଗର ତ୍ରିବେଣୀ ସଙ୍ଗମରେ କୁମ୍ଭ ମେଳା ହୁଏ, ଯାହାକୁ ପୂର୍ଣ୍ଣ କୁମ୍ଭ କୁହାଯାଏ। ୧୨ଟି ପୂର୍ଣ୍ଣ କୁମ୍ଭ ଅର୍ଥାତ ୧୪୪ ବର୍ଷରେ ଥରେ ମହାକୁମ୍ଭ ଅନୁଷ୍ଠିତ ହୁଏ। ଚଳିତ ୨୦୨୫ କୁମ୍ଭମେଳା ମହାକୁମ୍ଭ ଅଟେ। ଚଳିତ ମହାକୁମ୍ଭରେ ୪୦ କୋଟି ଶ୍ରଦ୍ଧାଳୁଙ୍କ ସମାବେଶ ହେବ ବୋଲି ଆକଳନ କରାଯାଉଛି। ଯାହା ସମ୍ପୂର୍ଣ ଆମେରିକାର ଜନସଂଖ୍ୟାଠାରୁ ଅଧିକ। ଭାରତ ଓ ଭାରତ ବାହାରୁ ଅନେକ ପ୍ରସିଦ୍ଧ ବ୍ୟକ୍ତି ବୁଡ଼ ପକେଇବା ପାଇଁ ନିଜର ଯୋଜନା ପ୍ରସ୍ତୁତ କରିଛନ୍ତି।

ଗୁରୁ ବୃହସ୍ପତି ଖଗୋଳ ଅନୁସାରେ ପୃଥିବୀର ରକ୍ଷାକର୍ତ୍ତା ଅଟନ୍ତି। ଯେତେ ସବୁ ଆଷ୍ଟ୍ରଏଡ଼ ପୃଥିବୀ ଆଡ଼କୁ ଆସନ୍ତି ସେ ସବୁକୁ ବୃହସ୍ପତି ନିଜ ଆଡ଼କୁ ଟାଣି ନିଅନ୍ତି। ଯେଉଁ କାରଣରୁ ପୃଥିବୀ ଧ୍ୱଂସ ନହୋଇ ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି। ମାନବ ସଭ୍ୟତା ବଂଚି ରହିଛି। ବୃହସ୍ପତି ଆକାରରେ ବହୁତ ବଡ଼ ହୋଇଥିବା କାରଣରୁ ତାଙ୍କର ଗୁରୁତ୍ୱ ଆକର୍ଷଣ ଶକ୍ତି ପୃଥିବୀଠାରୁ ଅଧିକ। ଆକର୍ଷଣ ଶକ୍ତି ଅଧିକ ହୋଇଥିବା କାରଣରୁ ପୃଥିବୀ ଆଡ଼କୁ ଆସୁଥିବା ବଡ଼ ବଡ଼ ଆଷ୍ଟ୍ରଏଡ଼ର ଗତି ପରିବର୍ତ୍ତନ ହୋଇଯାଏ। ମହାଜାଗତିକ ଶକ୍ତି ଦ୍ୱାରା ପୃଥିବୀରେ ଧ୍ୱଂସ ଲୀଳା ସମ୍ଭବ ହୁଏ ନାହିଁ। ଗୁରୁ ବୃହସ୍ପତିଙ୍କୁ ଶ୍ରଦ୍ଧା ନିବେଦନ ପାଇଁ କୁମ୍ଭ ମେଳା ଭବ୍ୟ ଓ ଦିବ୍ୟ ସ୍ୱରୂପରେ ପାଳିତ ହୋଇ ଆସୁଛି। ବୈଦିକ କାଳଖଣ୍ଡ ପରେ କୁମ୍ଭମେଳାକୁ ସର୍ବାଧିକ ଜନପ୍ରିୟ କରେଇଥିବା ବ୍ୟକ୍ତି ହେଉଛନ୍ତି ଆଦି ଶଙ୍କରାଚାର୍ଯ୍ୟ।

କୁମ୍ଭମେଳା କେବଳ ଶାସ୍ତ୍ର ଭିତରେ ସୀମିତ ନୁହେଁ ଏହା ଭାରତ ଓ ଭାରତ ବାହାରେ ମଧ୍ୟ ପରିଚିତ। ଅଥର୍ବ ବେଦର ଚତୁର୍ଥ ମଣ୍ଡଳର ୩୪ ସୂକ୍ତରେ ଓ ୧୯ ମଣ୍ଡଳର ୫୩ ସୂକ୍ତରେ କୁମ୍ଭ ଶବ୍ଦ ବ୍ୟବହାର କରାଯାଇଛି (ପୂର୍ଣ୍ଣ: କୁମ୍ଭୋଧୀ କାଳ ଆହିତସ୍ତ ୱେ ପଶ୍ୟାମୋ...)। ମହାଭାରତର ଅସ୍ତିକା ପର୍ବ ଓ ତୀର୍ଥ ଯାତ୍ରା ଖଣ୍ଡରେ ପ୍ରୟାଗରାଜରେ ସ୍ନାନର ମହତ୍ୱ ବର୍ଣ୍ଣନା କରାଯାଇଛି। ପଦ୍ମ ପୁରାଣ ଅନୁସାରେ କୁମ୍ଭମେଳା ସମୟରେ ସଙ୍ଗମ ସ୍ନାନ ମୋକ୍ଷ ପ୍ରଦାନ କରିଥାଏ। ମତ୍ସ୍ୟ ପୁରାଣରେ ମଧ୍ୟ ସମାନ ବର୍ଣ୍ଣନା ଦେଖିବାକୁ ମିଳିଥାଏ। ହର୍ଷବର୍ଦ୍ଧନଙ୍କ ରାଜତ୍ୱ କାଳରେ ଚୀନ ପରିବ୍ରାଜକ ହୁଏନସାଂ ଭାରତ ଭ୍ରମଣ କରିଥିଲେ। ତାଙ୍କ ଭ୍ରମଣ ବୃତ୍ତାନ୍ତରେ ମଧ୍ୟ କୁମ୍ଭମେଳାର ଉଲ୍ଲେଖ ଅଛି। ୨୦୧୭ରେ ଯୁନେସ୍କୋ କୁମ୍ଭମେଳାକୁ ମାନବତାର ଅମୂର୍ତ୍ତ ସାଂସ୍କୃତିକ ପରମ୍ପରା ସୂଚୀରେ ସାମିଲ କରିଛି।

ମଠସାହି, ଭଦ୍ରକ, ଫୋନ-୯୪୩୭୦୧୭୮୫୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story