ଜମିଭଡା : ନୀରବ ବିପ୍ଲବର ଇସ୍ତାହାର

ମାୟାଧର ନାୟକ ସେଦିନର ଔପନିବେଶିକ ରାଜନୀତିର ଇତିହାସରେ ଭାରତୀୟ ଜନଗଣଙ୍କୁ ନିଜ ସର୍ବଗ୍ରାସୀ ଶୋଷଣଣତନ୍ତ୍ରର ସଦାସକ୍ରିୟ ଯନ୍ତ୍ର କରିରଖିବାର ଅଭିସନ୍ଧିରେ ବ୍ରିଟିଶ୍ ସାମ୍ରାଜ୍ୟବାଦୀଙ୍କ ଦ୍ୱାରା ୧୮୯୪ ମସିହାରେ ଭାରତୀବାସୀଙ୍କ ଜମିହଡପ କରିବା ପାଇଁ ଜମି ଅଧିଗ୍ରହଣ ଆଇନ୍ ପ୍ରସ୍ତୁତ ହୋଇଥିଲା। କଳିଙ୍ଗନଗର ଗଣହତ୍ୟା ପରେ ତତ୍କାଳୀନ ଉପା ସରକାର ୨୦୧୩ ମସିହାରେ ଏହି ଆଇନରେ ସଂଶୋଧନ ଆଣି ଏହାକୁ ଅଧିକ ଲୋକାଭିମୁଖୀ କରିଥିଲେ। ମାତ୍ର ୨୦୧୪ ନିର୍ବାଚନରେ ସରକାର ବଦଳିବା ପରେ ଉପା ସରକାର ସମୟର ଜନାଭିମୁଖୀ […]

Factory

Factory

Debendra Prusty
  • Published: Friday, 02 April 2021
  • Updated: 02 April 2021, 01:49 PM IST

Sports

Latest News

ମାୟାଧର ନାୟକ

ସେଦିନର ଔପନିବେଶିକ ରାଜନୀତିର ଇତିହାସରେ ଭାରତୀୟ ଜନଗଣଙ୍କୁ ନିଜ ସର୍ବଗ୍ରାସୀ ଶୋଷଣଣତନ୍ତ୍ରର ସଦାସକ୍ରିୟ ଯନ୍ତ୍ର କରିରଖିବାର ଅଭିସନ୍ଧିରେ ବ୍ରିଟିଶ୍ ସାମ୍ରାଜ୍ୟବାଦୀଙ୍କ ଦ୍ୱାରା ୧୮୯୪ ମସିହାରେ ଭାରତୀବାସୀଙ୍କ ଜମିହଡପ କରିବା ପାଇଁ ଜମି ଅଧିଗ୍ରହଣ ଆଇନ୍ ପ୍ରସ୍ତୁତ ହୋଇଥିଲା। କଳିଙ୍ଗନଗର ଗଣହତ୍ୟା ପରେ ତତ୍କାଳୀନ ଉପା ସରକାର ୨୦୧୩ ମସିହାରେ ଏହି ଆଇନରେ ସଂଶୋଧନ ଆଣି ଏହାକୁ ଅଧିକ ଲୋକାଭିମୁଖୀ କରିଥିଲେ। ମାତ୍ର ୨୦୧୪ ନିର୍ବାଚନରେ ସରକାର ବଦଳିବା ପରେ ଉପା ସରକାର ସମୟର ଜନାଭିମୁଖୀ ଜମି ଅଧିଗ୍ରହଣ ଆଇନକୁ ପୁଣି ଥରେ ଶିଳ୍ପପତିଙ୍କ ସ୍ୱାର୍ଥ ଦୃଷ୍ଟିରୁ ସଂଶୋଧନ କରିବା ପାଇଁ ଏକାଧିକ ଉଦ୍ୟମ ହୋଇଛି। ପ୍ରବଳ ବିରୋଧ ଯୋଗୁଁ ଏହା ଏଯାଏଁ ସମ୍ଭବ ହୋଇପାରି ନାହିଁ। ଯଦି ଆମର ଦେଶୀ ସରକାର ସେଇ ଆଇନରେ ସଂଶୋଧନ କରିବାକୁ ସମର୍ଥ ହୁଅନ୍ତି ତେବେ ଏହା ଶିଳ୍ପପତି ଓ ବଣିକଗୋଷ୍ଠୀଙ୍କୁ ଭଲ ସୁହାଇବ ଏବଂ ଭାରତ କୃଷକ ସମାଜର ଆଶା ଓ ଆକାଂକ୍ଷା ପ୍ରତି ଶକ୍ତ କୁଠାରଘାତ କରିବ।

ଏହି ବିଲ୍‌ରେ ବିସ୍ଥାପିତ ଓ ବାସ୍ତୁହରାଙ୍କ ପାଇଁ ଯେଉଁସବୁ ବିଧିବ୍ୟବସ୍ଥା ସଂଲଗ୍ନ କରାଯାଇଛି, ତାହା ସେମାନଙ୍କ ଦୁଃଖକୁ ସବୁଦିନ ପାଇଁ ଲାଘବ କରିବାକୁ କେବେ ବି ସମର୍ଥ ହେବ ନାହିଁ। ବରଂ ଜମି ବିବାଦ ଲାଗି ରହିବ। ସ୍ୱାଧୀନତାର ୭୪ ବର୍ଷ ପରେ ବି ସରକାରୀ-ବେସରକାରୀ ଯୋଜନାରେ ବିସ୍ଥାପିତ ହୋଇଥିବା, କ୍ଷତିଗ୍ରସ୍ତ ଲୋକମାନେ ସେମାନଙ୍କ ନ୍ୟାଯ୍ୟ ଦାବୀ-ଅଧିକାର ହାସଲ କରି ପାରିନାହାନ୍ତି; ବରଂ ପ୍ରତିଶ୍ରୁତି ପୂରଣର ଦିନକୁ ଚାହିଁ ଚାହିଁ ଯାତନା ବଳି ପଡିଛି – କେତେକ ଦାଣ୍ଡର ଭିକାରି-ସର୍ବହରାରେ ପରିଣତ ହୋଇଛନ୍ତି।

ଏକ ମୁକ୍ତ ସାମଜିକ ଶୃଙ୍ଖଳା ସମ୍ପର୍କରେ ବିଲ୍‌ଟିରେ ଯେଉଁ ଭବିଷ୍ୟତବାଣୀର ଅବତାରଣା କରାଯାଇଛି, ତାହା ଫମ୍ପା ପ୍ରତିଶ୍ରୁତି ବ୍ୟତୀତ ଅନ୍ୟ କିଛି ନୁହେଁ। ଆମର ସମ୍ବିଧାନ ନାଗରିକମାନଙ୍କୁ ସାର୍ବଭୌମ୍ୟ ଓ ଶକ୍ତିମାନ କରିଛି, କିନ୍ତୁ ଏହି ବିଲ୍‌ଟି ସମ୍ବିଧାନକୁ ତ୍ରୁଟିପୂର୍ଣ୍ଣ ଭାବେ ତର୍ଜମା କରିଛି। ଏହି ବିଲ୍‌ଟି ଶିଳ୍ପସାମ୍ରାଜ୍ୟ, ବହୁଦେଶୀୟ କମ୍ପାନୀ ଓ ଅବିମୃଶ୍ୟକାରୀ ଶାସକଶ୍ରେଣୀ ନିକଟରେ ଭାରତୀୟମାନଙ୍କୁ ଗୋଲାମ କରିଦେବ। ଏହାଦ୍ୱାରା ଜନଗଣଙ୍କ ଜମି, ଜୀବନ, ଜୀବିକା ଏବଂ ତା’ର ମୌଳିକ ଅଧିକାର ସମେତ ସର୍ବବିଧ ସ୍ୱାଧୀନତା ପୁଞ୍ଜିପତି ଶ୍ରେଣୀଦ୍ୱାରା ଅନାୟାସରେ ଲୁଣ୍ଠନ ହେବାର ବାଟ ଫିଟିଯିବ।

ଏହି ବିଲ୍‌ଟିରେ ବିସ୍ଥାପିତର ମର୍ତ୍ତ୍ୟକୁ ସ୍ୱର୍ଗ ଓହ୍ଲାଇ ଆଣିବ ବୋଲି ପ୍ରତିଶ୍ରୁତି ଦେବାରେ ଅନେକ ଉଦାର ହୋଇଥିବାବେଳେ ଜମି ଅଧିଗ୍ରହଣ ପରେ ସେଇ ଜମିରେ ବର୍ଷ ବର୍ଷ ଧରି ଝାଳନାଳ ଲହୁଲୁହ ନିଗାଡ଼ି ଶ୍ରମ କରି ଜୀବିକା ନିର୍ବାହ କରୁଥିବା ସାମୟିକ କ୍ଷେତ ମଜୁରିଆ ଓ ଶ୍ରମିକର ବିପର୍ଯ୍ୟସ୍ତ ଜୀବନକୁ ସୁରକ୍ଷା ଦେବା ସମ୍ପର୍କରେ ପୂରା ନିରବ। ଶିଳ୍ପପତିମାନେ ଜମି ଅଧିଗ୍ରହଣ ଓ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ସହିତ ପ୍ରାଥମିକ ଅବସ୍ଥାରେ ସଲାସୁତୁରା କରୁଥିଲେ ବି ପରବର୍ତ୍ତୀ ସମୟରେ ନିଜେ ଏକ ସମାନ୍ତରାଳ ସରକାର ପ୍ରତିଷ୍ଠା କରନ୍ତି। ଧୀରେ ଧୀରେ ପ୍ରକୃତ ସରକାରଙ୍କୁ କୋଣଠେସା କରି ଦିଅନ୍ତି।

ଭାରତୀୟ ପୁଞ୍ଜିପତିଶ୍ରେଣୀ ଆକାଶକୁ  ଅକ୍ତିଆର କଲେ, ପାତାଳ ଲୁଟ କଲେ, ବାକି ଥିଲା ମର୍ତ୍ତ୍ୟ ଗରିବର ଜମି, ଭଗିଆସାରିଆର ଜମି – ତା’ ଉପରେ ମଙ୍ଗରାଜମାନଙ୍କ ଆଖି। ଏବେ କେବଳ ଶିଳ୍ପପତିମାନେ ଜମି ହଡ଼ପ କରୁନାହାଁନ୍ତି, ନେତା, ମନ୍ତ୍ରୀ, ଅଫିସର, ଖଣି ମାଫିଆ ଗୁଣ୍ଡାଶ୍ରେଣୀର ଲୋକେ ସରକାରୀ ବେସରକାରୀ ଜମିକୁ ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟାରେ ହଡ଼ପ କରିଛନ୍ତି। ସଂପ୍ରତି ପ୍ରଶାସନିକ ସନ୍ତ୍ରାସବାଦ ଚାଲିଛି। ଜାଲିଆତିର ଜାଲରେ ଜନଗଣ ଛନ୍ଦି ହୋଇଗଲେଣି। ସରକାର ଯେଉଁ ନିୟମ ଘୋଷଣା କରୁଛନ୍ତି ନିଜେ ଭଙ୍ଗ କରୁଛନ୍ତି। ପ୍ରଥମେ ଚୁକ୍ତିଭଙ୍ଗ, ତା’ପରେ ବିଧାନଭଙ୍ଗ, ଶେଷରେ ବିଶ୍ୱାସଭଙ୍ଗ। ସରକାର ଭୁଲ କରି ଭୟ ଦେଖାଇ ଭୂ-ବଳାତ୍କାର ଭୟଙ୍କର ଭାବେ କରିଚାଲିଛନ୍ତି।

ଦୂର ଦିଗ୍‌ବଳୟରେ କଳାକଳା ବାଦଲକୁ ଦେଖି ଦେଶର ଜମିମାଲିକ ଓ ଚାଷୀକୁଳ ଆତଙ୍କିତ ଥିଲାବେଳେ “ଜମି ବିକନା-ଭଡ଼ା ଦିଅ” ତତ୍ତ୍ୱ ଗ୍ରନ୍ଥ ସପ୍ତରଙ୍ଗୀ ଇନ୍ଦ୍ରଧନୁ ଭଳି ତାଙ୍କ ମନରେ ଆଶାର ଆଲୋକ ଖେଳାଇ ଦେଇଛି। ଜଟିଳ, ଅବୋଧ୍ୟ ଓ ଅସଙ୍ଗତି ଜମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ ବିଲ୍ ୨୦୧୧କୁ ଆହ୍ୱାନ କରୁଥିବା ଏହି କ୍ରାନ୍ତିକାରୀ ତତ୍ତ୍ୱଟି ଜମି ଅଧିଗ୍ରହଣ ସମସ୍ୟାର ସରଳ ମାନବବାଦୀ ସମାଧାନର ଏକ ସୁନ୍ଦର ଉପସ୍ଥାପନ।

ଭାଗଚାଷ ରୂପକଳ୍ପ ଉପରେ ଆଧାରିତ ଦୀର୍ଘ ଅଭିଜ୍ଞତାରୁ ଲବ୍ଧ ଏହି ତତ୍ତ୍ୱଟି ଜମି ଅଧିଗ୍ରହଣ ସମସ୍ୟାର ଏକ ସର୍ବକାଳୀନ ସମାଧାନ ସୂତ୍ର। ଏହି ଅଦ୍ୱିତୀୟ ତତ୍ତ୍ୱଟିର ମହତ୍ୱ ହେଉଛି – ଜମିମାଲିକ ନିଜ ଜମିକୁ ଉଦ୍ୟୋଗପତିଙ୍କୁ ବା ସରକାରଙ୍କୁ ଜାତୀୟ ସ୍ୱାର୍ଥ ପାଇଁ ଭଡ଼ାରେ ଦେବ। ମାସକୁ ମାସ ଭଡ଼ା ଆଦାୟ କରିବା ସହିତ ଜମି ହସ୍ତାନ୍ତର ବେଳେ ସବୁପ୍ରକାର ଥଇଥାନ ଓ ପୁନଃବସତି ସୁବିଧା ସୁଯୋଗ ପାଇବ। ଜମିର ମାଲିକାନା ସତ୍ୱ ସବୁବେଳେ ପୂର୍ବଭଳି ତା’ ପାଖରେ ରହିବ। ଏହି ପ୍ରକ୍ରିୟାରେ ବଂଶାନୁକ୍ରମିକ ଭଡ଼ା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ହାସଲ କରି ଚାଲୁଥିବ।

ଏକ ଚୁକ୍ତି ସ୍ୱାକ୍ଷରିତ ହେବ, ଯେଉଁଥିରେ ବ୍ୟବସ୍ଥା ରହିବ ଯେ - ଜମି ଭଡ଼ାରେ ଦେଇଥିବା ମାଲିକ ପ୍ରତି ପାଂଚବର୍ଷ ଅବଧିରେ ଭଡ଼ା ବୃଦ୍ଧି କରିପାରିବ। ଏହା ବ୍ୟତୀତ ଘର ବଦଳରେ ଘର, ଚାକିରି ଏବଂ ଆନ୍ତର୍ଜାତୀୟ ଥଇଥାନ ଓ ପୁନର୍ବସତି ନୀତିର ଉପଯୋଗ କରିବ। ଯଦି ଏହି ବିକଳ୍ପ ଜମି ନୀତି ସାରା ଦେଶରେ ଓ ସାରା ପୃଥିବୀରେ ଅନୁସୃତ ହୁଏ, ତା’ହେଲେ ଜମିମାଳିକ ଓ ଶିଳ୍ପପତିଙ୍କ ମଧ୍ୟରେ ଅନବରତ ଚାଲୁ ରହିଥିବା ସଂଘର୍ଷ ଅଚିରେ ଅବସାନ ଘଟିବା ସହିତ ପ୍ରଗତିପଥର ସବୁ ବାଧାବନ୍ଧନ ହଟିଯିବ।

ଏ ଜମି ତତ୍ତ୍ୱ ଥୋରୁଙ୍କ “ଓ୍ୟାଲଡେନ ପଣ୍ଡ” ପରି ପ୍ରକୃତିର ଉପଚାର କରୁଥିଲାବେଳେ ମହାତ୍ମାଗାନ୍ଧୀଙ୍କ ଅହିଂସା ଅସ୍ତ୍ରଭଳି ଶକ୍ତିଶାଳୀ ଏବଂ ବିନୋବା ଭାବେଙ୍କ ଶାନ୍ତ ଭୂ-ଦାନ ଆନ୍ଦୋଳନ ଭଳି ଏକ ନୀରବ ବିପ୍ଲବର ଇସ୍ତାହାର। ଅନିଶ୍ଚିତ ଭବିଷ୍ୟତ ପରିପ୍ରେକ୍ଷୀରେ ଏ ଅମୂଲ୍ୟ ତତ୍ତ୍ୱଟିର ଜରୁରୀ ଉପଯୋଗ ଆମ ଦେଶ ଭିତରେ ଏବଂ ସାରା ପୃଥିବୀରେ କରାଗଲେ ଅସମାହିତ ଭଳି ପ୍ରତୀୟମାନ ହେଉଥିବା ସମସ୍ୟାର ଆଶୁ ସମାଧାନ ଅବଶ୍ୟମ୍ଭାବୀ।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story