ପଶ୍ଚିମ ଓଡ଼ିଶାର ଭାଷା ବି ଓଡ଼ିଶାର ଭାଷା, ତାହାର ସୁରକ୍ଷା ଜରୁରୀ

ଗଙ୍ଗାଧର ମେହେରଙ୍କ ଅମର ଶବ୍ଦ, ‘ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା’ ଏବଂ ‘ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ’ ମାତୃଭାଷାକୁ ସୁରକ୍ଷା ଓ ସମ୍ମାନ ଦେବାର ଆବଶ୍ୟକତାକୁ ରେଖାଙ୍କିତ କରେ। ଭାଷାର ମହିମା ଅନନ୍ୟ। ମଣିଷ ସଭ୍ୟତାର ସଂସ୍କୃତି, ଇତିହାସ ଏବଂ ଦୈନନ୍ଦିନ ଜୀବନ ଧାରାକୁ ଭାଷା ପ୍ରତିଫଳିତ କରିଥାଏ।

Gangadhar Meher

Gangadhar Meher

Debendra Prusty
  • Published: Tuesday, 16 January 2024
  • Updated: 16 January 2024, 04:29 PM IST

Sports

Latest News

ତ୍ରିଜୀବ କୁମାର ନନ୍ଦ

ସମ୍ବଲପୁରୀ ଭାଷା ପ୍ରତି ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରୀତି ପୁଣି ଥରେ ଅଞ୍ଚଳକୁ ସଙ୍ଗୀତମୟ କରିଛି। ନିଜ ମାତୃଭାଷାର ସୁରକ୍ଷା ଓ ସମ୍ମାନ ପାଇଁ ଓକିଲାତି କରିବା କେବଳ ଏକ ଜନ୍ମଗତ ଅଧିକାର ନୁହେଁ; ଏହା ଏକ ମୌଳିକ କର୍ତ୍ତବ୍ୟ। ନିଜ ପରିଚୟ ଏବଂ ସାଂସ୍କୃତିକ ଐତିହ୍ୟର ଅଭିବ୍ୟକ୍ତି। ଓଡ଼ିଶାରେ ଓଡ଼ିଆ ସହିତ ସମ୍ବଲପୁରୀକୁ ଆଦର କରିବା, ସମ୍ମାନ ଦେବା ଏବଂ ଆନୁଷ୍ଠାନିକ ମାନ୍ୟତା ଦେବା ଭାରତର ଜାତୀୟ ଶିକ୍ଷା ନୀତି ୨୦୨୦ର ମାତୃଭାଷା ସଶକ୍ତିକରଣର ମହତ ଉଦ୍ଦେଶ୍ୟକୁ ଦୃଢ଼ୀଭୁତ କରେ।

ଗଙ୍ଗାଧର ମେହେରଙ୍କ ଅମର ଶବ୍ଦ, ‘ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା’ ଏବଂ ‘ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ’ ମାତୃଭାଷାକୁ ସୁରକ୍ଷା ଓ ସମ୍ମାନ ଦେବାର ଆବଶ୍ୟକତାକୁ ରେଖାଙ୍କିତ କରେ। ଭାଷାର ମହିମା ଅନନ୍ୟ। ମଣିଷ ସଭ୍ୟତାର ସଂସ୍କୃତି, ଇତିହାସ ଏବଂ ଦୈନନ୍ଦିନ ଜୀବନ ଧାରାକୁ ଭାଷା ପ୍ରତିଫଳିତ କରିଥାଏ। କେବଳ ମା’ର ମମତାର ଅଧିକାରୀ ନୁହେଁ, କାଳଜୟୀ କବିଙ୍କ ଅନୁସାରେ, ମାତୃଭାଷା ଜ୍ଞାନ ଏବଂ ଉନ୍ନତିର ମାପଦଣ୍ଡ ମଧ୍ୟ। ଆମ ଦାର୍ଶନିକ କବି ଗଙ୍ଗାଧର ମେହେରଙ୍କ ଭାଷାଭିତ୍ତିକ ଭବିଷ୍ୟବାଣୀ ଆଜି ସତ ପ୍ରମାଣିତ ହୋଇ ନାହିଁ କି?

ଅନ୍ତର୍ଜାତୀୟ ସ୍ତରରେ ଇଂରାଜୀ ଭାଷାର ପ୍ରଭାବ ହେତୁ ଜାତୀୟ ସ୍ତରରେ, ଭାରତବର୍ଷରେ ୧୦% ଲୋକ ବି ଇଂରାଜୀ ଭାଷା ବ୍ୟବହାର କରୁ ନଥିଲେ ମଧ୍ୟ, ସରକାରୀ ତଥା ଗୁରୁତ୍ୱପୂର୍ଣ୍ଣ ଆନୁଷ୍ଠାନିକ ସ୍ତରରେ ଇଂରାଜୀର ବ୍ୟବହାର ସବୁଠାରୁ ବେଶୀ। ଆଜି ଘରେ ଘରେ ଇଂରାଜୀ ନବବର୍ଷ ଓ ଜନ୍ମଦିନ ପାଳନ ହେବା ସହିତ ଭାରତର କୋଣ ଅନୁକୋଣରେ ପାଶ୍ଚାତ୍ୟ ସଭ୍ୟତାର ଅନେକ ପ୍ରଥା ପ୍ରଚଳିତ। ‘ନୂଆଖାଇ ଜୁହାର ଭେଟ’ ଭଳି ପ୍ରାଚୀନ ଆଞ୍ଚଳିକ ପର୍ବର ‘ହାପି ନୂଆଖାଇ’ରୁ ଆରମ୍ଭ କରି ରାମ ନବମୀ ଭଳି ଜାତୀୟ ଉତ୍ସବର ‘ହାପି ରାମନବମୀ’କୁ ରୂପାନ୍ତରିତ ହେବାରେ ଇଂରାଜୀ ଭାଷା-ସଂସ୍କୃତିର ବିକାଶ ଓ ପ୍ରଚାରପ୍ରସାରର ଅନେକ ଭୂମିକା ରହିଛି। ଗଙ୍ଗାଧର ମେହେରଙ୍କ ପ୍ରଥମ ଉକ୍ତି ଉନ୍ନତି ସହିତ ମାତୃଭାଷାର ନିବି’ ସମ୍ପର୍କ ଉପରେ ଦୃଷ୍ଟି ଆକର୍ଷଣ କରେ। ମାତୃଭାଷାର ଉନ୍ନତି କରିବା, ସାଂସ୍କୃତିକ ମହତ୍ଵକୁ ସ୍ୱୀକାର କରିବା ଏବଂ ଏହାର ଇତିହାସକୁ ସଂରକ୍ଷିତ କରିବା ପାଇଁ ଆନୁଷ୍ଠାନିକ ସ୍ୱୀକୃତିର ଆବଶ୍ୟକତା ଅଛି। ନିଜ ସଂସ୍କୃତି ପ୍ରତି ପ୍ରେମ ଏବଂ ଉପଯୁକ୍ତ ସମ୍ମାନ ବିନା ପ୍ରକୃତ ଜ୍ଞାନ ଲାଭ କରିବା ଅସମ୍ଭବ। ଏହା ଅପ୍ରିୟ ସତ୍ୟ ଯେ ନିଜ ଭାଷା ଏବଂ ଭୂମି ପ୍ରତି ଶ୍ରଦ୍ଧା ବିନା ଜ୍ଞାନ ବା ଶିକ୍ଷା ସବୁବେଳେ ଅସମ୍ପୂର୍ଣ୍ଣ।

ସମ୍ବଲପୁରୀ ପାଇଁ ସରକାରୀ ଭାଷାର ମାନ୍ୟତା ଦାବି ପଶ୍ଚିମାଞ୍ଚଳବାସୀଙ୍କ ଭାଷା ସହ ଜଡ଼ିତ ଭାବପ୍ରବଣତା ଏବଂ ସାଂସ୍କୃତିକ ସମ୍ପର୍କର ଏକ ପ୍ରତିଫଳନ। ଅଞ୍ଚଳର ଅର୍ଥନୈତିକ ସ୍ଥିତିର ଆକଳନରେ ମଧ୍ୟ ଭାଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଉଦାହରଣ ସ୍ୱରୂପ, ଆଜି ପଶ୍ଚିମାଞ୍ଚଳର ଅନେକ ଯୋଗ୍ୟ ସନ୍ତାନ ବ୍ୟକ୍ତିଗତ ସ୍ତରରେ ନିଜ ପ୍ରଚେଷ୍ଟାରେ ଭାଷାର ପ୍ରତିବନ୍ଧକକୁ ଭେଦ କରି ବିଭିନ୍ନ କ୍ଷେତ୍ରରେ ଶିଖରକୁ ପହଞ୍ଚି ପାରିଛନ୍ତି। କିନ୍ତୁ ସେମାନଙ୍କ ସଫଳତାର ପରିଣାମ ସ୍ୱରୂପ ଅଞ୍ଚଳର ସେତିକି ବିକାଶ ହୋଇଛି କି? ନିଜେ ଅନୁସନ୍ଧାନ କରିବେ। ଓଡ଼ିଆ, ଇଂରାଜୀ ତଥା ଡିଜିଟାଲ ଯୁଗର ଅନ୍ୟ ଆଧୁନିକ ଭାଷାର ବ୍ୟାକରଣରୁ ବହୁତ ଦୂରରେ ଥିବା ପଶ୍ଚିମାଞ୍ଚଳ ର ଅଧିକାଂଶ ଅଧିବାସୀ ଜୀବନର ମୌଳିକ ଆବଶ୍ୟକତା ପାଇଁ ଆଜି ମଧ୍ୟ ସଂଘର୍ଷରତ।

ଭାଷାର ରହସ୍ୟବାଦୀ ଶକ୍ତି ରହିଛି। ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ଭାଷା ଏକତ୍ରୀକରଣର ପ୍ରତୀକ। ଅନ୍ୟ ପକ୍ଷରେ ବିଭାଜନ ବିଭୀଷିକା ରଚିବାରେ, ଭାଷା ବ୍ରହ୍ମାସ୍ତ୍ର ସଦୃଶ। ଏକ ଧାରାରେ ଏକତା ଓ ବିଭାଜନର ଜନକ। କିନ୍ତୁ ପ୍ରକୃତରେ ନିଜ ମାତୃଭାଷାକୁ ସମ୍ମାନ କରୁଥିବା କୌଣସି ବ୍ୟକ୍ତି ଅନ୍ୟର ଭାଷାର ଅସମ୍ମାନ କେବେ କରିପାରିବ କି? ପଡ଼ୋଶୀ କିମ୍ବା ମାଉସୀର ଅସମ୍ମାନ କେବେ ହେଲେ ନିଜ ମା’ କିମ୍ବା ଗାଁର ସମ୍ମାନ ବଢ଼ାଏ କି? ହିଂସା, ଘୃଣା ଆଦି ତାମସିକ ତତ୍ତ୍ୱ ଭାଷାର ମଧୁରତାକୁ କେବଳ ଦୂଷିତ କରିଥାଏ।

ଅନ୍ୟ ପକ୍ଷରେ ସମ୍ବଲପୁରୀର ଭାଷାର ସଂରକ୍ଷଣ କେବଳ ପଶ୍ଚିମାଞ୍ଚଳବାସୀଙ୍କ ଦାୟତ୍ୱ ନୁହେଁ, ଏହା ପ୍ରତ୍ୟକ ଓଡ଼ିଶାବାସୀ ତଥା ଭାରତୀୟଙ୍କ ପ୍ରଚେଷ୍ଟା ହେବା କଥା। ଭାରତର ବିବିଧତା ମଧ୍ୟରେ ଏକତାର ଏକ ଅଭିନ୍ନ ପରିଚୟକୁ ଏହା ପୁନଃ ପରିଭାଷିତ କରିବ। ଏହି ଦିଗରେ କବି ଗଙ୍ଗାଧର ମେହେରଙ୍କ ଜୀବନୀ ଓ ଲେଖନୀ ଆଦର୍ଶ ସଦୃଶ। କବିଙ୍କ ମାତୃଭାଷା ଓଡ଼ିଆ ନଥିଲା। ପଶ୍ଚିମାଞ୍ଚଳର ସାଂସ୍କୃତିକ ପଲ୍ଲୀ ବରପାଲିରେ ବସ୍ତ୍ର ବୟନ କଳାରେ ନିପୁଣ ମେହେର ପରିବାରରେ ସେ ଜନ୍ମ ନେଇଥିଲେ। କିନ୍ତୁ ଓଡ଼ିଆ ଭାଷା ସାହିତ୍ୟର ସ୍ତରକୁ ସେ ଭିନ୍ନ ଏକ ଉଚ୍ଚତାକୁ ପହଞ୍ଚେଇ ପାରିଥିଲେ। ନିଃସ୍ୱାର୍ଥପର, ଉଦରବାଦୀ ସ୍ୱଭାବ କବି ଓଡ଼ିଆ ଭାଷା ସାହିତ୍ୟର ଶବ୍ଦକୋଷକୁ ପ୍ରକୃତିମୟ କରିପାରିଥିଲେ। ୧୯୩୬ରେ ଭାଷାକୁ ସାକ୍ଷୀ ରଖି ସ୍ୱତନ୍ତ୍ର ଓଡ଼ିଶା ଗଠନ ହେବାରେ ଗଙ୍ଗାଧରଙ୍କ ଭୂମିକା ଅବିସ୍ମରଣୀୟ।

ମାତୃଭାଷାକୁ ଅଣଦେଖା କରିବା ଅର୍ଥ ନିଜର ପରିଚୟର ଏକ ଅଂଶକୁ ହରାଇବା- ଯାହାକୁ ଆଗାମୀ ପିଢ଼ି ପାଇଁ ଜୀବିତ ରଖିବା ଆମ ମୌଳିକ ଦାୟିତ୍ୱ। ଆଧୁନିକତାର ଘୂର୍ଣ୍ଣିବଳୟ ବେଗରେ ଭାରତର ଅନେକ ପୁରାତନ ଭାଷା ଭଳି ସମ୍ବଲପୁରୀ ଭାଷା ମଧ୍ୟ ଅଭିନବ ସମସ୍ୟା ଦେଇ ଗତି କରୁଛି। ଉପଯୁକ୍ତ ସମ୍ମାନ ବିନା ଏହାର ବିଲୟ ହେବାର ଆଶଙ୍କା ବର୍ତ୍ତମାନ ବହୁତ ବେଶୀ। ସମସ୍ତେ ଅନୁଭବ କରିବା ଉଚିତ ଯେ, ଏହା କେବଳ କେତେକ ଭାଷାପ୍ରେମୀ ବା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର ବିଷଯ଼ ନୁହେଁ; ଆମ ବିବିଧ ସଂସ୍କୃତିରେ ବିଶ୍ୱାସ ରଖୁଥିବା ସମସ୍ତଙ୍କ ପାଇଁ ପ୍ରାସଙ୍ଗିକ। ବିଭିନ୍ନତା ମଧ୍ୟରେ ଭାଷା ସାହିତ୍ୟକୁ ଭିନ୍ନ ଏକ ଉଚ୍ଚତାକୁ ପହଞ୍ଚେଇବାର ଏକ ଅତୁଳନୀୟ ପ୍ରୟାସର ମୂଳଦୁଆ ପକେଇଥିବା ଗଙ୍ଗାଧର ମେହେରଙ୍କୁ ଅନୁସରଣ କରି, ଆସନ୍ତୁ ଆମେ ଏକାଠି ହେବା, ରାଜ୍ୟ ଏବଂ ଦେଶବାସୀ ତଥା ପ୍ରବାସୀ ଏକ ସ୍ୱରରେ ସମ୍ବଲପୁରୀ ଭାଷାର ମାନ୍ୟତା ଓ ସ୍ୱାଭୀମାନ ପାଇଁ ନିଜର ଯୋଗଦାନ ଦେଇ, ଭାରତର ବିଭିନ୍ନତା ସହ ଅନ୍ତରଙ୍ଗ ଭାବେ ଜଡ଼ିତ ଏକତାକୁ ଆହୁରି ସୁଦୃଢ଼ କରିବା।

ସିଭିଲ କୋର୍ଟ, ପରଜଙ୍ଗ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story