ବୟସ୍କଙ୍କ ଲାଗି ଶେଷ ଠିକଣା

ଅବଦୁଲ କଲାମଙ୍କ ଉକ୍ତି ଥିଲା ‘ମା’ଙ୍କ ବିନା ଘର ଅନ୍ଧାର ଓ ବାପାଙ୍କ ବିନା ଜୀବନ ଅନ୍ଧାର।’ ଏହା କେବଳ ଭାବ ପ୍ରବଣାତ୍ମକ ଉକ୍ତି ନା ଏହାର କିଛି ସତ୍ୟତା ରହିଛି? ଆମ ଚାରି ପାଖରେ ଯେଉଁ ଗତିରେ ଜରାନିବାସର ସଂଖ୍ୟା ବଢ଼ିବାରେ ଲାଗିଛି ସେଥିରୁ ଏହି ଉକ୍ତିଟି ଆଦୌ ସତ ଲାଗୁନାହିଁ। ହୁଏତ ବୈଜ୍ଞାନିକ କଲାମ ନିଜେ ଭୁଲ ଥିଲେ, ନହେଲେ ଏ ସମାଜ ଭୁଲ ଅଛି! ନୁହେଁ କି?

Old Age Home

Old Age Home

Debendra Prusty
  • Published: Saturday, 22 February 2025
  • Updated: 22 February 2025, 11:25 AM IST

Sports

Latest News

ଦେବ ରଞ୍ଜନ

ଆଜିକୁ ଦଶ ବର୍ଷ ତଳେ ଆବିଷ୍କାର କରିଥିଲି ମୋର ଜଣେ ପ୍ରିୟ ଲେଖକଙ୍କୁ ଏହିଭଳି ଏକ ଜରା ନିବାସରେ। ସେ ଭୁବନେଶ୍ୱର ସ୍ଥିତ ଏକ ପ୍ରାଇଭେଟ ଜରା ନିବାସରେ ରହୁଥିଲେ। ସେ ମଧ୍ୟ କାହାର ବାପା ଥିଲେ। ମୋ ସହିତ ସାକ୍ଷାତର କିଛି ବର୍ଷ ପୂର୍ବରୁ ସେଠାରେ ସେ ରହୁଥିଲେ। ତାଙ୍କ ସନ୍ତାନ ଜରା ନିବାସରେ ରହିବା ପାଇଁ ମାସକୁ ମାସ ଟଙ୍କା ଡିପୋଜିଟ କରୁଥିଲେ। ଟଙ୍କାର ମାତ୍ରା ଅନୁସାରେ ନିବାସରେ ରୁମ ମିଳିଥାଏ - ଅଧିକ ଅର୍ଥ ଦେଲେ ସଂପୂର୍ଣ୍ଣ ସ୍ଵାଧୀନ ରୁମ ଓ କମ ଅର୍ଥ ଦେଲେ ବାରଣ୍ଡାରେ ବେଡ ମିଳେ।

ଜରା ନିବାସରେ ତାଙ୍କର ରହିବାକୁ ମୁଁ ଆଦୌ ଗ୍ରହଣ କରିପାରୁ ନଥିଲି। କିନ୍ତୁ ସେତେବଳେ ମୁଁ ଏହାର ବିକଳ୍ପ କିଛି ଭାବିପାରୁ ନଥିଲି। ମଝିରେ ମଝିରେ ମୋର ପ୍ରିୟ ଲେଖକଙ୍କୁ ଦେଖାକରିବାକୁ ଯାଉଥିଲି। ତାଙ୍କ ଆଗ୍ରହର କିଛି ଜିନିଷ ନେଇଯାଉଥିଲି। ତାଙ୍କର ନୂଆ ସାଥିମାନଙ୍କ ସହିତ କିଛି ସମୟ ଆଳାପ କରି ପୁଣି ଚାଲିଆସୁଥିଲି। ସେହି ନୂଆ ସାଥିମାନଙ୍କୁ ମୋର ଲେଖକ ବାଛି ନଥିଲେ। ପରିସ୍ଥିତି ସେଠାରେ ସମସ୍ତଙ୍କୁ ଏକାଠି କରିଦେଇଥିଲା। ପ୍ରତିଥର ସାକ୍ଷାତ ପରେ ଅନେକ ଯନ୍ତ୍ରଣା ନେଇ ଫେରୁଥିଲି।

କେବଳ ମୋର ପ୍ରିୟ ଲେଖକ ନୁହଁନ୍ତି, କୌଣସି ଜଣେ ବି ଜରା ନିବାସର ବାସିନ୍ଦା ଖୁସିରେ ନିଜର ସମୟ ସେଠାରେ ବିତାଉଥିବା ମୁଁ ପାଉନଥିଲି। ଏହି ସ୍ଥାନ ଯେ ସେମାନଙ୍କ ଲାଗି ପ୍ରକୃଷ୍ଟ ସ୍ଥାନ ନୁହେଁ, ତାହା ସେମାନେ ଜାଣୁଥିଲେ। ନିଜର ପରିବାର ସଦସ୍ୟଙ୍କ ଅନୁପସ୍ଥିତି, ଏକୁଟିଆପଣ, ବାହାରକୁ ଯିବାରେ ପ୍ରତିବନ୍ଧକ ଇତ୍ୟାଦି କାରଣରୁ କେତେକ ମାନସିକ ଭାରସାମ୍ୟ ହରାଇ ବସଥିଲେ ଏବଂ ପୁଣି ସେହିମାନଙ୍କ ଗହଣରେ ବାକି ସୁସ୍ଥ ମଣିଷଙ୍କୁ ସମୟ ବିତାଇବାକୁ ପଡୁଥିଲା।

ଆଧୁନିକ ସଭ୍ୟତାର ନିଷ୍ଠୁର ସତ୍ୟ ହେଲା ଜରା ନିବାସ। ଏହା ଯେ ଅନାବଶ୍ୟକ ତାହା ମଧ୍ୟ କୁହାଯାଇପାରିବ ନାହିଁ। ଜରା ନିବାସ ବାସିନ୍ଦା ସମସ୍ତେ କେବଳ ମୃତ୍ୟୁକୁ ଅପେକ୍ଷା କରିଥାନ୍ତି। ଯେମିତି ଆଶୁତୋଷ ପରିଡ଼ାଙ୍କ କବିତା ‘ଆଉ କେତେ ସମୟ ବାକି ଥିବ / ପାଞ୍ଚ ବର୍ଷ ନା ପାଞ୍ଚ ମାସ? / ପାଞ୍ଚ ଦିନ ବି ହୋଇପାରେ, କାରଣ / ଅସମ୍ଭବ ନୁହେଁ କୌଣସି ଅଘଟଣ। (ଆୟୁଷ) ଏ ଭିତରେ ମୋର ସେହି ଲେଖକଙ୍କର ମୃତ୍ୟୁ ହୋଇଗଲାଣି। ଜରା ନିବାସର ଜୀବନକୁ ନେଇ ମୋର ବୃତ୍ତଚିତ୍ର ଆଜି ବି ଅଧା ହୋଇପଡିଛି।

ଉକ୍ତ ଜରାନିବାସ ବ୍ୟତୀତ ଭୁବନେଶ୍ୱରରେ ଆହୁରି ଅନେକ ଜରା ନିବାସ ଥିବାର ମୁଁ ଜାଣିବାକୁ ପାଇଲି। ସେ ମଧ୍ୟରୁ କେତେକ ସରକାରୀ ଅର୍ଥରେ ଚାଲୁଅଛି। ସରକାରୀ ଜରା ନିବାସରେ ଏହାର ଅନ୍ତେବାସୀମାନଙ୍କର ଅପେକ୍ଷାକୃତ କମ ସ୍ଵାଧୀନତା ରହିଛି। ସେମାନେ କିଛି ଦାବି କରିପାରୁନାହାନ୍ତି। ସେମାନେ ଜାଣନ୍ତି ଯେ ଯଦି କୌଣସି ମୂହୁର୍ତ୍ତରେ ପରିଚାଳକ ସେଠାରୁ ତାଙ୍କୁ ବାହାର କରିଦିଅନ୍ତି ତେବେ ସେମାନେ ଠିକଣା ବିହୀନ ହୋଇଯିବେ।

କୃଷି ଭିତ୍ତିକ ଅର୍ଥନୀତିରେ ଚାଷ କରି ପରିବାର ଚଳୁଥିଲା। ବାପା ମା’ ଜୀବନର ଶେଷ ପର୍ଯ୍ୟନ୍ତ ସେହି ଚାଷ ଓ ଘରର ଛୋଟ ବଡ଼ ଅନେକ ପ୍ରକାରର କାମ ସହିତ ଜଡ଼ିତ ରହୁଥିଲେ। ପରିବାରରେ ଖାଦ୍ୟ, ଚିକିତ୍ସା ଓ ଅନ୍ୟାନ ଅସୁବିଧା ରହୁଥିଲେ ମଧ୍ୟ ବୃଦ୍ଧ ବାପା ମା’ଙ୍କୁ ଅକର୍ମଣ୍ୟ ଓ ବୋଝ ମନେକରିବା ପ୍ରାୟତଃ ନଥିଲା। ଯଦି କରାଯାଉଥିଲା ତେବେ ସେମାନେ ନିଜ ଲାଗି ଅଲଗା ଚୁଲି ପ୍ରସ୍ତୁତ କରିନେଉଥିଲେ।

ଆଦିବାସୀ ଜୀବନରେ ଜରାନିବାସ ବୋଲି ଆଦୌ କିଛି ନାହିଁ। ସେମାନଙ୍କର କୃଷି ଓ ଜଙ୍ଗଲ ଭିତ୍ତିକ ଜୀବନ। ପୁଅ ବିବାହ କରିବା ପରେ ସ୍ଵତନ୍ତ୍ର ଘର କରିନିଏ। ସ୍ୱାସ୍ଥ୍ୟ ଓ ପାନୀୟ ଜଳର ସମସ୍ୟା ରହିଛି। ଆଜି କାଲି ଅନେକ ଆଦିବାସୀ ଅଞ୍ଚଳରେ ଖଣି ଖାଦାନ ଖୋଳାଯିବାରୁ ପ୍ରଦୂଷଣ ବଢିଛି। ବୃଦ୍ଧବୃଦ୍ଧାଙ୍କ ଜୀବନ ଷାଠିଏ ଧରିବା ଆଗରୁ ସମାପ୍ତ ହୋଇଯାଉଛି। କିନ୍ତୁ ବଞ୍ଚିଥିବା ପର୍ଯ୍ୟନ୍ତ ସେମାନେ ଗାଁରେ ବନ୍ଧୁ କୁଟୁମ୍ବଙ୍କ ସାହାଯ୍ୟ ପାଇ ଅଲୋଡ଼ା ହୋଇଯାନ୍ତି ନାହିଁ। ଏପରିକି ଛୋଟ ଛୋଟ ବ୍ୟବସାୟୀ ପରିବାରରେ ମଧ୍ୟ ଏହା କ୍ଵଚିତ ଦେଖାଯାଉଛି।

ଆଜିକାଲି ଜରା ନିବାସରେ ବୃଦ୍ଧବୃଦ୍ଧାଙ୍କ ସଂଖ୍ୟା ବଢ଼ିବା ହେତୁ ନୂଆ ଜରା ନିବାସ ଖୋଲାହେଉଛି। ତିରିଶ ଚାଳିଶ ବର୍ଷ ପୂର୍ବେ ଏତେ ସଂଖ୍ୟାରେ ଜରା ନିବାସ ନଥିଲା ଯେତିକି ସଂଖ୍ୟାରେ ଆଜି ରହିଛି। ଦେଶରେ ଗଲା ତିରିଶ ଚାଳିଶ ବର୍ଷ ମଧ୍ୟରେ ଅର୍ଥନୀତିରେ ଦୃତ ପରିବର୍ତ୍ତନ ହୋଇଛି। ଯଦି ଏହାକୁ ପ୍ରଗତି କହୁଛେ ତେବେ ସେହି ଆର୍ଥିକ ପ୍ରଗତି ସହିତ ଜରା ନିବାସର ସୃଷ୍ଟି ଯୋଡ଼ି ହୋଇରହିଛି।

ଚାକିରିରୁ ଅବସର ନେବା ପରେ ବୟସ୍କଙ୍କ ଦକ୍ଷତାକୁ ନେଇ କୌଣସି କାର୍ଯ୍ୟ ଆଜିର ଶ୍ରମ ବଜାରରେ ନାହିଁ। ଆଜିର ଶ୍ରମ ବଜାରରେ ଯେଉଁ ପ୍ରକାରର ଶ୍ରମ ଆବଶ୍ୟକ ଯାହା ଦ୍ଵାରା ସେ ନିଜକୁ ବ୍ୟସ୍ତ ରଖିପାରିବା ସହିତ କିଛି ରୋଜଗାର ମଧ୍ୟ କରିପାରିବେ ତାହା ସେମାନଙ୍କ ପାଖରେ ନାହିଁ। ଆଧୁନିକ ଯନ୍ତ୍ର ନିର୍ଭରଶୀଳ ଆର୍ଥିକ ବ୍ୟବସ୍ଥା ବୟସ୍କ ଲୋକଙ୍କୁ ଅଚଳ ମୁଦ୍ରା କରିଦେଇଛି। ଦେଶର ପ୍ରଗତି ବୃଦ୍ଧବୃଦ୍ଧାମାନଙ୍କ ଠାରୁ କାମ ଛଡ଼ାଇ ନେଇଛି।

ଆଜି ଅବସରକାଳୀନ ନିଯୁକ୍ତି ଅନ୍ୟପଟରେ ବନ୍ଦ ହୋଇଛି। କାରଣ ଏହା ବେକାରୀ ଯୁବକ ଯୁବତୀଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ସମସ୍ତ ବରିଷ୍ଠ ନାଗରିକଙ୍କୁ ପେନସନର ସୁବିଧା ନାହିଁ ଓ ମଧୁବାବୁ ପେନସନର ମାତ୍ରା ଏତେ କମ ଯେ ସ୍ଵାଧୀନ ଭାବରେ ବଞ୍ଚିବା ସେଥିରେ କଷ୍ଟ। ବୃଦ୍ଧବୃଦ୍ଧାଙ୍କ ଲାଗି ଚିକିତ୍ସା ବ୍ୟବସ୍ଥା ମାଗଣାରେ ଉପଲବ୍ଧ ନାହିଁ ଓ ସ୍ୱାସ୍ଥ୍ୟ ଇଂସୁରାନ୍ସ କରିଥିଲେ ଏହାର ପ୍ରିମିୟମ ରାଶି କିଛି କମ ନୁହେଁ। ସରକାରୀ ସ୍ୱାସ୍ଥ୍ୟ ଇଂସୁରାନ୍ସ ସମସ୍ତଙ୍କ ଲାଗି ଉପଲବ୍ଧ ନୁହେଁ ଓ ଥରେ ହସ୍ପିଟାଲ ଯିବାରେ ତାହା ଶେଷ ହୋଇଯାଉଛି।

ମୁଁ ଅନୁଧ୍ୟାନ କରି ଦେଖିଛି ଯେ ସହରର ଏକ କି ଦୁଇ ବଖୁରିଆ ଛୋଟ ଘରେ ପୁଅବୋହୁ ଓ ନାତି ନାତୁଣୀ ସହିତ ରହିବା ଭିତରେ ଘରର ଖର୍ଚ୍ଚ, ପିଲାଙ୍କ ପାଠପଢା, ବାପାମା’ଙ୍କ ଲାଗି ଔଷଧ ଓ ପୁଅବୋହୂଙ୍କ ପ୍ରାଇଭେସୀ ବା ସ୍ଵାଧୀନତା ମଧ୍ୟରେ ଯଦି ବୁଝାମଣା ରହିପାରୁଛି ତେବେ ସେହି ପରିବାରରେ ବୃଦ୍ଧ ବାପା ମା’ ରହିପାରୁଛନ୍ତି। ସକାଳ ହେଲେ ବାପା ବ୍ୟାଗ ଧରି ବାହାରିଯାନ୍ତି ଯାହାଦ୍ୱାରା ପୁଅକୁ ସାହାଯ୍ୟ ହେବ। ଚାକିରିରୁ ପୁଅବୋହୂ ଓ ସ୍କୁଲରୁ ନାତି ନାତୁଣୀ ଫେରିବା ପୂର୍ବରୁ ଘରର ଅନେକ କାମ ବୁଢାବୁଢୀ କରିଦେଇଥାନ୍ତି ଯାହାଦ୍ୱାରା ବୋହୁକୁ ସାହାଯ୍ୟ ହେବ।

କେହି ଏହାକୁ ‘ଭଲପାଇବା’ ବୋଲି ଭାବନ୍ତି ତ ପୁଣି କେହି ‘ପୁଅବୋହୂଙ୍କ ମନ ନେବା ପାଇଁ ବାଧ୍ୟ’ ବୋଲି ଭାବନ୍ତି। କେହି ଏହାକୁ ‘ପୁଅବୋହୂଙ୍କୁ ସାହାଯ୍ୟ ଭାବନ୍ତି’ ତ କେହି ଏହାକୁ ‘ନାଚାର’ ଭାବନ୍ତି। ସେ ଯାହା ହେଉ ନା କାହିଁକି ଏହି ବାସ୍ତବତାକୁ ଗ୍ରହଣ କରିପାରିଥିବା ବାପା ମା’ ନିଜର ପୁଅବୋହୂଙ୍କ ସହିତ ରହିପାରୁଛନ୍ତି।

ଦେଶର ଅର୍ଥନୀତି ସହିତ ପରିବାରର ଅର୍ଥନୀତି ଦ୍ରୁତ ଗତିରେ ବଦଳୁଛି। ଘରର ଖର୍ଚ୍ଚ ପୂରଣ ଲାଗି ସ୍ଵାମୀ ସ୍ତ୍ରୀ ଦିନକୁ ବାର ଘଣ୍ଟା ନିଜ ନିଜ ଅଫିସରେ କାର୍ଯ୍ୟ କରିବା ସତ୍ତ୍ୱେ ଘରର ସର୍ବନିମ୍ନ ଆବଶ୍ୟକତା ପୂରଣ ହୋଇପାରୁନାହିଁ। ଆଜି ଫ୍ରିଜ, ୱାଶିଂ ମେସିନ, କୁଲର ମେସିନ ଇତ୍ୟାଦି ବିଳାସ ସାମଗ୍ରୀ ନହୋଇ ନିହାତି ଆବଶ୍ୟକ ସାମଗ୍ରୀରେ ପରିଣତ ହୋଇଛି। ଘରର ଆବଶ୍ୟକତା ବଢିବା ସହିତ ଘରର ଖର୍ଚ୍ଚ ମଧ୍ୟ ହୁ ହୁ ହୋଇବଢୁଛି।

ଏଭଳି ସ୍ଥିତିରେ ଆଜିର ଅର୍ଥନୀତିରେ ମନି ବା ଅର୍ଥର ସଂଚାଳନ ଯେଉଁଭଳି ଦ୍ରୁତ ହୋଇଛି ସହରରେ ଚାକିରି ପାଇବା ଓ ଚାକିରି ହରାଇବା ସେହିଭଳି ଦ୍ରୁତହୋଇଛି। ଚାକିରିରେ ସାମାନ୍ୟ ସୁରକ୍ଷା ନାହିଁ। ଚାକିରି ଚାଲିଯାଉଛି ନିଜର ବାକି ଦରମା ମିଳୁନାହିଁ। ନୂଆ ଚାକିରି ଖୋଜିବା ଭିତରେ ସଞ୍ଚୟ ସରିଯାଉଛି। ଚାକିରିର ଅନିଶ୍ଚିତତା ଓ ସେବା କ୍ଷେତ୍ରର ପ୍ରାଇଭେଟାଇଜେସନ କାରଣରୁ ପରିବାରରେ ବୃଦ୍ଧବୃଦ୍ଧା ଅବହେଳିତ ହେବାରେ ଲାଗିଛନ୍ତି। ଏଥିଲାଗି ଅବଦୁଲ କଲାମଙ୍କ ଉପରୋକ୍ତ ଉକ୍ତି ସତ ହୋଇମଧ୍ୟ ବାସ୍ତବ ହୋଇପାରୁନାହିଁ। ଆର୍ଥିକ ଅଭିବୃଦ୍ଧି ପରିବାରରେ ସମ୍ପର୍କର ଡୋରକୁ ଛିଡ଼ାଇବାରେ ଲାଗିଛି ତ ପରିବାରର ସମସ୍ତ ସଦସ୍ୟ ସେହି ଡୋରକୁ ମଜଭୁତ କରିବା ଲାଗି ପ୍ରତିଦିନ ନିଜର ଉଦ୍ୟମ ଜାରିରଖିଛନ୍ତି। ଯେଉଁ ପରିବାରର ସେହି ସମ୍ପର୍କର ଡୋର ଛିଣ୍ଡି ଯାଉଛି ସେହି ପରିବାରରେ ବୟସ୍କଙ୍କ ଲାଗି ଜରାନିବାସ ହିଁ ଶେଷ ଠିକଣା ହୋଇଯାଉଛି।

ମୋବାଇଲ - ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story