ନିର୍ବାଚନ ମଣ୍ଡଳି ସୀମା ପୁନଃ ନିର୍ଦ୍ଧାରଣ ଓ ସଂଘୀୟ ବ୍ୟବସ୍ଥା

ମୋଦୀଙ୍କ ଏନଡିଏ ସରକାର ପାର୍ଲାମେଂଟର ନୂଆ ଭବନ କଲାବେଳେ ଯେପରି ଭାବରେ ଲୋକସଭାରେ ୮୫୦ ଜଣ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା କରିଛନ୍ତି ସେଥିରେ ମୋଦୀ ସରକାର ସୀମା ନିର୍ଦ୍ଧାରଣ କମିଶନ ଜରିଆରେ ଲୋକସଭା ଆସନ ସଂଖ୍ୟା ବଢ଼ାଇବେ ବୋଲି ବିଶ୍ୱାସ ସୃଷ୍ଟି ହୋଇଛି।

Representative Image

Representative Image

Debendra Prusty
  • Published: Saturday, 22 March 2025
  • Updated: 22 March 2025, 05:44 PM IST

Sports

Latest News

ରବି ଦାସ

ଲୋକସଭା ପାଇଁ ଆସନ ସଂଖ୍ୟା ଓ ନିର୍ବାଚନ ମଣ୍ଡଳି ସୀମା ପୁନଃନିର୍ଦ୍ଧାରଣ ପାଇଁ ଏବେ ଆଲୋଚନା ଓ ପ୍ରସ୍ତାବ ଏକ ବଡ଼ ରାଜନୈତିକ ବିବାଦରେ ପରିଣତ ହେବାକୁ ବସିଛି। ସମ୍ବିଧାନର ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ଜନଗଣନା ପରେ ଲୋକସଭା ଓ ବିଧାନସଭାର ଆସନ ଓ ସୀମାଗୁଡ଼ିକ ପରିବର୍ତ୍ତନ କରାଯାଇପାରିବ। କିନ୍ତୁ ୧୯୭୧ ଜନଗଣନା ପରେ ଦେଶର ଲୋକସଭା ଓ ବିଧାନସଭା ଆସନଗୁଡ଼ିକର ସଂଖ୍ୟା ଓ ସୀମା ନେଇ ଯେଉଁ ବ୍ୟବସ୍ଥା ସୀମା ପୁନଃ ନିର୍ଦ୍ଧାରଣ କମିଟି ପ୍ରଣୟନ କରିଥିଲେ ଯାହା ଫଳରେ ଏବେ ଲୋକସଭାରେ ୫୪୩ଟି ଆସନ ରହିଛି ଓ ସେହି ଅନୁସାରେ ଅନେକ ବିଧାନସଭାରେ ଆସନ ସଂଖ୍ୟା ବଢ଼ିଛି, ସେଗୁଡ଼ିକର ୨୫ ବର୍ଷ ପାଇଁ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଇନ୍ଦିରାଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲାବେଳେ ଜରୁରୀ ପରିସ୍ଥିତି ସମୟରେ ହୋଇଥିବା ୪୨ତମ ସଂଶୋଧନରେ ବ୍ୟବସ୍ଥା କରାଯାଇଥିଲା।

ଏହି ୨୫ ବର୍ଷ ସୀମା ୨୦୦୧ରେ ସରିଯିବା ସମୟରେ କେନ୍ଦ୍ରରେ କ୍ଷମତାରେ ଥିବା ଅଟଳ ବିହାରୀ ବାଜପେୟୀଙ୍କ ସରକାର ମତ ଦେଇଥିଲେ ଯେ, କ୍ଷମତାରେ ଥିବା ଦଳର ପରିବର୍ତ୍ତନ ହୋଇପାରେ କିନ୍ତୁ ଭାରତୀୟ ରାଷ୍ଟ୍ର ନିଶ୍ଚିନ୍ତ ବଳବତ୍ତର ରହିବ। ଏହି ଯୁକ୍ତି ଆଧାର ଉପରେ ତାଙ୍କ ସରକାର ଆଉ ୨୫ ବର୍ଷ ପାଇଁ ପାର୍ଲାମେଂଟର ଆସନ ସଂଖ୍ୟା ବୃଦ୍ଧି ନକରିବା ପାଇଁ ପୁଣି ଏକ ସମ୍ବିଧାନ ସଂଶୋଧନ କରିଥିଲେ। ତେବେ, ଉପା ସରକାର କ୍ଷମତାରେ ଥିବା ସମୟରେ ୨୦୦୮ ମସିହାରେ ନିର୍ବାଚନ ମଣ୍ଡଳୀଗୁଡ଼ିକର ସଂଖ୍ୟା ବଢ଼ି ନଥିଲେ ମଧ୍ୟ ସୀମା ପୁନଃ ନିର୍ଦ୍ଧାରଣ କରାଯାଇଥିଲା। ଏବେ ବାଜପେୟୀଙ୍କ ସମୟରେ ନିର୍ଦ୍ଧାରିତ ହୋଇଥିବା ୨୫ ବର୍ଷର ସମୟ ସୀମା ୨୦୨୬ରେ ସରିବାକୁ ଯାଉଥିବାରୁ ପାର୍ଲାମେଂଟର ଆସନ ସଂଖ୍ୟାବୃଦ୍ଧି ସୀମା ପୁନଃ ନିର୍ଦ୍ଧାରଣ କମିଶନ ଜରିଆରେ କରାଯିବାର ଆଶଙ୍କା ବଳବତ୍ତର ହୋଇଛି।

ମୋଦୀଙ୍କ ଏନଡିଏ ସରକାର ପାର୍ଲାମେଂଟର ନୂଆ ଭବନ କଲାବେଳେ ଯେପରି ଭାବରେ ଲୋକସଭାରେ ୮୫୦ ଜଣ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା କରିଛନ୍ତି ସେଥିରେ ମୋଦୀ ସରକାର ସୀମା ନିର୍ଦ୍ଧାରଣ କମିଶନ ଜରିଆରେ ଲୋକସଭା ଆସନ ସଂଖ୍ୟା ବଢ଼ାଇବେ ବୋଲି ବିଶ୍ୱାସ ସୃଷ୍ଟି ହୋଇଛି। ଯେହେତୁ ସୀମା ପୁନଃ ନିର୍ଦ୍ଧାରଣରେ ବା ଆସନ ସଂଖ୍ୟା ସ୍ଥିର କରିବାରେ ଜନସଂଖ୍ୟା ଏକ ମୁଖ୍ୟ ଆଧାର ହେବ ତାହାକୁ ହିସାବ କରି କେତେଗୁଡ଼ିଏ ସଂସ୍ଥା ବିଭିନ୍ନ ରାଜ୍ୟରେ ଲୋକସଭାର ଆସନ ସଂଖ୍ୟା କେତେ ହେବ ତାହା ପ୍ରକାଶ କରିଛନ୍ତି। ଯଦିଓ ୨୦୨୧ ଜନଗଣନା ହୋଇନାହିଁ, କୁହାଯାଉଛି ଯେ, ଚଳିତ ବର୍ଷ ଜନଗଣନା କରାଯାଇ ୨୦୨୬ ପରେ ସୀମା ପୁନଃ ନିର୍ଦ୍ଧାରଣ କମିଶନ ଜରିଆରେ ଲୋକସଭାର ଆସନ ସଂଖ୍ୟା ଓ ଆସନଗୁଡ଼ିକର ସୀମାଗୁଡ଼ିକ ପୁନଃ ନିର୍ଦ୍ଧାରଣ କରାଯିବ। କେନ୍ଦ୍ର ସରକାର ଏହି ଲକ୍ଷ୍ୟରେ ଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏପରିକି ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରୁ ଅନୁମାନ କରିହେଉଛି।

ଏହି ଅନୁସାରେ ଯେଉଁ ରାଜ୍ୟମାନଙ୍କର ଲୋକସଂଖ୍ୟା ଗତ ୫୦ ବର୍ଷ ଭିତରେ ବିଶେଷ ବଢ଼ିନାହିଁ ବରଂ କମିଯାଇଛି ସେହି ରାଜ୍ୟମାନେ ଲୋକସଭାରେ ସେମାନଙ୍କ ଆସନ ସଂଖ୍ୟା କମିଯିବ ଓ ଉତ୍ତର ଭାରତର କେତୋଟି ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ଯୋଗୁ ସେମାନଙ୍କର ଲୋକସଭାରେ ଆସନ ସଂଖ୍ୟା ଯେପରି ବଢ଼ିବ ସେଥିରେ ଜନସଂଖ୍ୟା ନିୟନ୍ତ୍ରଣ କରିଥିବା ରାଜ୍ୟଗୁଡ଼ିକ ଲୋକସଭାରେ ଆନୁପାତିକ ପ୍ରତିନିଧିତ୍ୱ ହରାଇବେ। ଏହି କାରଣରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଦେଶର ସଙ୍ଘୀୟ ବ୍ୟବସ୍ଥା ଉପରେ ନ୍ୟାୟ ସଂଗତ ଆଚରଣ କରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏପରି ଆଶଙ୍କାର ଯଥେଷ୍ଟ କାରଣ ରହିଛି। ଯଦିଓ ଲୋକସଭାର ବା ବିଧାନସଭାର ଆସଦ ସଂକ୍ରାନ୍ତରେ ସୀମା ପୁନଃ ନିର୍ଦ୍ଧାରଣର କେତେକ ଆବଶ୍ୟକତାକୁ କେହି ଅସ୍ୱୀକାର କରିପାରିବେ ନାହିଁ। କାରଣ ବହୁଗୁଡ଼ିଏ ଆସନ ଅଛି ଯେଉଁଠାରେ ଜଣେ ଲୋକସଭା ପ୍ରତିନିଧି ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରତିନିଧିତ୍ୱ କରୁଥିବା ବେଳେ ଅନ୍ୟ କେତେକ ସ୍ଥାନରେ କମ୍ ଲୋକସଂଖ୍ୟାରେ ଜଣେ ବ୍ୟକ୍ତି ପ୍ରତିନିଧିତ୍ୱ କରୁଛନ୍ତି। ଲୋକସଭା ବା ବିଧାନସଭା ଆସନ ପୁନଃ ନିର୍ଦ୍ଧାରଣ ସହିତ ଦଳିତ ଓ ଆଦିବାସୀମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। ଯଦିଓ ଏହି ସଂରକ୍ଷଣ ପ୍ରଥମ ଅବସ୍ଥାରେ ୧୦ ବର୍ଷ ପାଇଁ ହେବାର ବ୍ୟବସ୍ଥା ଥିଲେ ମଧ୍ୟ ବିଭିନ୍ନ ସରକାର ଏହି ସମୟକୁ ବଢ଼ାଇବାକୁ ବାଧ୍ୟ ହେଉଛନ୍ତି। କାରଣ ଏହି ସଂରକ୍ଷଣ ସହିତ ଦେଶର ସବୁଠୁ ପଛରେ ପଡ଼ିଥିବା ଓ ସାମାଜିକ ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ଦଳିତ ଓ ଆଦିବାସୀମାନଙ୍କୁ ସମ୍ମାନ ଓ ପ୍ରତିନିଧିତ୍ୱର ଅଧିକାର ସୁରକ୍ଷିତ ହୋଇ ରହିଛି। ଏବେ ଏହି ସଂରକ୍ଷଣ ସହିତ ଗତ ପାର୍ଲାମେଂଟରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପାଇଁ ସମ୍ବିଧାନ ସଂଶୋଧନ ହୋଇଥିଲେ ମଧ୍ୟ ଜନଗଣନା ପରେ ନୂଆ ସୀମା ପୁନଃ ନିର୍ଦ୍ଧାରଣ ସମୟରେ ଏହା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।

କିନ୍ତୁ ଏହିସବୁ ସଂରକ୍ଷଣ ଅପେକ୍ଷା ଭାରତବର୍ଷର ଏକତା ଓ ଅଖଣ୍ଡତାକୁ କାଏମ ରଖିବା ପାଇଁ ସଂଘୀୟ ବ୍ୟବସ୍ଥାରେ ନ୍ୟାୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ଦେଶ ସ୍ୱାଧୀନ ହେବା ପରେ ଯେଉଁ ବିଚାରଧାରା ଥିଲା ତାହାର ଆବଶ୍ୟକତାକୁ ବିଭିନ୍ନ ଆନ୍ଦୋଳନ ଜରିଆରେ ବିଚାର କରି ୧୯୫୬ରେ ଭାଷାଭିତ୍ତିକ ରାଜ୍ୟ ଗଠନ କରାଗଲା ଓ ସେଥିରେ କୁହାଗଲା ଯେ, ଏହି ରାଜ୍ୟଗୁଡ଼ିକ ସଂଘୀୟ ବ୍ୟବସ୍ଥାର ସମସ୍ତ ବ୍ୟବସ୍ଥା ଓ ନ୍ୟାୟ ପାଇବେ। ବାସ୍ତବିକ ଭାରତର ସଂଘୀୟ ବ୍ୟବସ୍ଥା ଏହି କ୍ରମରେ ସବୁ ଅଂଚଳରେ ଓ ଶାସନ ବ୍ୟବସ୍ଥାରେ ସୁରକ୍ଷିତ ରଖିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ସମେତ ଶାସନର ବିଭିନ୍ନ ଅଙ୍ଗ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଛନ୍ତି। ଯେଉଁଠାରେ ଏହାର ବ୍ୟତିକ୍ରମ ହୋଇଛି ତାହାର ପ୍ରତିବାଦ କରାଯାଉଛି, ଆନ୍ଦୋଳନ କରାଯାଉଛି ଓ ଶେଷରେ ସୁପ୍ରିମ୍‌ କୋର୍ଟ ଏଥିରେ ହସ୍ତକ୍ଷେପ କରି ସଂଘୀୟ ବ୍ୟବସ୍ଥାରେ ଶାସନର ବିଭିନ୍ନ ଅଙ୍ଗକୁ ନିର୍ଦ୍ଦେଶ ଦେଉଛନ୍ତି।

ଜଣେ ପାର୍ଲାମେଂଟ ବା ବିଧାନସଭା ସଦସ୍ୟଙ୍କର ଆଇନ ପ୍ରଣୟନ କରିବାରେ ବା ଦେଶର ନୀତି ସ୍ଥିର କରିବାରେ ବଡ଼ ଧରଣର ଭୂମିକା କମିବାରେ ଲାଗିଛି। ବିଶେଷ ଭାବରେ ଦଳମାନଙ୍କର ହୁଇପ୍ ବ୍ୟବସ୍ଥା ପରେ ଦଳମାନେ ଯାହା ସ୍ଥିର କରୁଛନ୍ତି ବା ଦଳର ନେତା ଯାହା ଚାହୁଁଛନ୍ତି ସେହି ଦଳର ସଦସ୍ୟମାନେ ସେହି ଅନୁସାରେ ମତପ୍ରକାଶ ବା ଭୋଟ୍ ପ୍ରଦାନ କରୁଛନ୍ତି। ଫଳରେ ପାର୍ଲାମେଂଟ ବା ବିଧାନସଭାରେ ସରକାରଙ୍କ ବଜେଟ୍ ଗୃହୀତ ହୋଇଥିଲେ ମଧ୍ୟ ପାର୍ଲାମେଂଟ ସଦସ୍ୟମାନେ ବାସ୍ତବରେ ବଜେଟ୍ ଉପରେ କୌଣସି ପ୍ରଭାବ ପକାଇ ପାରୁନାହାନ୍ତି। ସରକାରରେ ଥିବା ଦଳ ବା ନେତା କାର୍ଯ୍ୟନିର୍ବାହୀ ଜରିଆରେ ଯେଉଁ ବଜେଟ୍ ବା ଆର୍ଥିକ ନୀତି ଆଣୁଛନ୍ତି ତାହାକୁ ସେହି ଦଳର ସଦସ୍ୟମାନେ ସମର୍ଥନ କରି ଗୃହୀତ କରାଉଛନ୍ତି। ବିରୋଧୀ ଦଳର ସଦସ୍ୟମାନଙ୍କ ସମାଲୋଚନାର କୌଣସି ବିଶେଷ ପ୍ରଭାବ ଏଥିରେ ପ୍ରତିଫଳିତ ହେଉନାହିଁ।

କିନ୍ତୁ ସଂଘୀୟ ବ୍ୟବସ୍ଥାରେ ଯେହେତୁ ରାଜ୍ୟମାନଙ୍କର ସେମାନଙ୍କ ପାଇଁ ଯେଉଁ ଦାୟିତ୍ୱ ଓ କ୍ଷମତା ରହିଛି ସେହି ଅନୁସାରେ କେନ୍ଦ୍ରୀୟ ସ୍ତରରେ ନୀତି ଉପରେ ଚାପ ସୃଷ୍ଟି କରିବା ନିମନ୍ତେ ଲୋକସଭାରେ ସେମାନଙ୍କ ସଦସ୍ୟ ସଂଖ୍ୟାର ଏକ ବଡ଼ ଭୂମିକା ଗ୍ରହଣ କରୁଛି। କେନ୍ଦ୍ରରେ ଗୋଟିଏ ରାଜ୍ୟର ବାର୍ଗେନିଂ ପାୱାର ବା ଗୁରୁତ୍ୱ ସେହି ରାଜ୍ୟର ଲୋକସଭା ସଦସ୍ୟ ସଂଖ୍ୟା ଉପରେ ନିର୍ଭର କରୁଛି। ଏବେ ଯେଉଁ ଲୋକସଭା ଆସନ ସଂଖ୍ୟା ଜନସଂଖ୍ୟା ଆଧାର ଉପରେ ହେବାର ପରିକଳ୍ପନା କରାଯାଉଛି ସେଥିରେ ଯେଉଁ ରାଜ୍ୟମାନେ କେନ୍ଦ୍ର ଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ନୀତିକୁ ଭଲ ଭାବରେ କାର୍ଯ୍ୟକାରୀ କରି ଜନସଂଖ୍ୟା କମାଇଛନ୍ତି, ଦାରିଦ୍ର‌୍ୟ କମାଇବା ସହିତ ରାଜ୍ୟର ସମୃଦ୍ଧି ହାସଲ କରିଛନ୍ତି, ସେମାନଙ୍କର ଲୋକସଭାରେ ଆସନ ସଂଖ୍ୟା ଆନୁପାତିକ ଭାବରେ ଯଥେଷ୍ଟ କମିଯିବ ଓ ଯେଉଁ ରାଜ୍ୟମାନେ ଏହି ନୀତିକୁ ପାଳନ କରିନାହାନ୍ତି ଓ ଦେଶର ଅଭିବୃଦ୍ଧିରେ କମ୍ ସହାୟତା କରୁଛନ୍ତି ସେମାନଙ୍କର ଲୋକସଭାରେ ଆସନ ସଂଖ୍ୟା ଯଥେଷ୍ଟ ବଢ଼ିଯିବ।

ବିଶେଷତଃ ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ପରି ରାଜ୍ୟଗୁଡ଼ିକର ଆସନ ସଂଖ୍ୟା ଲୋକସଭାରେ ଯେଉଁ ଅନୁସାରେ ବଢ଼ିବ ସେଥିରେ ଦକ୍ଷିଣ ଭାରତରେ ଥିବା ରାଜ୍ୟଗୁଡ଼ିକ ଯାହା ମତ ଦିଅନ୍ତୁ ନା କାହିଁକି ସେମାନଙ୍କ ମତାମତର କୌଣସି ପ୍ରଭାବ କେନ୍ଦ୍ର ସରକାରଙ୍କ ଉପରେ ପଡ଼ିବ ନାହିଁ। ଏହା ଦେଶର ସଂଘୀୟ ନ୍ୟାୟ ବ୍ୟବସ୍ଥାକୁ ଓଲଟପାଲଟ କରିଦେଇ ପାରେ। ଓଡ଼ିଶା ପରି ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ଉତ୍ତର ଭାରତର ରାଜ୍ୟଗୁଡ଼ିକ ଅପେକ୍ଷା ଭଲ ଅଛି। ଫଳରେ ଓଡ଼ିଶା ପରି ରାଜ୍ୟରେ ମଧ୍ୟ ଯେଉଁ ଆସନ ସଂଖ୍ୟା ଜନସଂଖ୍ୟା ଆଧାର ଉପରେ ବଢ଼ିବ ତାହା ବାସ୍ତବରେ ଏବେ ଥିବା ଅନୁପାତ ହାରଠାରୁ କମ୍ ହେବ। ସେହି କାରଣରୁ ସୀମା ପୁନଃ ନିର୍ଦ୍ଧାରଣ ସଂପର୍କରେ ତାମିଲନାଡୁ ନେତୃତ୍ୱ ନେଇ ଦକ୍ଷିଣ ଭାରତର ରାଜ୍ୟମାନଙ୍କୁ ଏକଜୁଟ କରିବା ସହିତ ଓଡ଼ିଶା, ପଶ୍ଚିମବଙ୍ଗ ଓ ପଞ୍ଜାବର ସହଯୋଗ ନେବାକୁ ଉଦ୍ୟମ କରୁଛି। ଏହି ସୁଯୋଗରେ ଗତ ନିର୍ବାଚନରେ ଓଡ଼ିଶାରେ କ୍ଷମତାଚ୍ୟୁତ ହୋଇଥିବା ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ନିଜର ଚିରାଚରିତ ମୋଦୀ ସରକାର ସମର୍ଥନ ଭୂମିକାକୁ ପରିତ୍ୟାଗ କରି ଷ୍ଟାଲିନ୍‌ଙ୍କ ଉଦ୍ୟମରେ ସାମିଲ ହୋଇଛି। ସୀମା ପୁନଃ ନିର୍ଦ୍ଧାରଣର ପଦ୍ଧତି ଠିକ୍ ନୁହେଁ ବୋଲି ବିଜେଡ଼ି ମତ ଦେଇ ଓଡ଼ିଶାର ସ୍ୱାର୍ଥ ପାଇଁ ସେମାନେ ମତ ପରିବର୍ତ୍ତନ କରିଥିବା କହୁଛନ୍ତି।

କିନ୍ତୁ ଯିଏ ଯାହା କହନ୍ତୁ ନା କାହିଁକି ସୀମା ପୁନଃ ନିର୍ଦ୍ଧାରଣ ଉଦ୍ୟମ ସହିତ ଭାରତୀୟ ସଂଘୀୟ ବ୍ୟବସ୍ଥା ନେଇ ଏକ ବିତର୍କ ଆରମ୍ଭ ହୋଇଯାଇଛି। ହେଲେ ଭାରତକୁ ଏକ ରଖିବାକୁ ଚାହୁଁଥିବା ପ୍ରତ୍ୟେକ ଦେଶଭକ୍ତ ଭଲ ଭାବରେ ଜାଣନ୍ତି ଯେ, ସଂଘୀୟ ବ୍ୟବସ୍ଥାର ଦୃଢ଼ତା ହିଁ ଭାରତୀୟ ରାଷ୍ଟ୍ରକୁ ଏକଜୁଟ କରି ରଖିପାରିବ। ଦେଶ ସ୍ୱାଧୀନ ହେବା ସମୟରେ ଜାତି, ଧର୍ମ, ଭାଷାର ବିଭିନ୍ନତା ଯୋଗୁ ଭାରତ ଏକଜୁଟ ହୋଇ ରହିବା କଷ୍ଟକର ବୋଲି ଯେଉଁମାନେ ଭାବୁଥିଲେ ସେମାନଙ୍କୁ ଭାରତୀୟ ସଂଘୀୟ ବ୍ୟବସ୍ଥାର ପରିଚାଳନା ମୁହଁତୋଡ଼ ଜବାବ ଦେଇଆସିଛି। ଏଣୁ ଦେଶର ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବା ସହିତ ମୁକାବିଲା ପରିସ୍ଥିତି ପୂର୍ବରୁ ତାହା ଉପରେ ଦେଶର ସବୁ ରାଜନୈତିକ ଦଳ ଓ ବୁଦ୍ଧିଜୀବୀମାନେ ମିଳିତ ଭାବରେ ଆଲୋଚନା କରି ପନ୍ଥା ନିର୍ଦ୍ଧାରଣ କରିବା ଉଚିତ୍। ଏହି ଅବସ୍ଥାକୁ ଦେଖି ଯୋଗେନ୍ଦ୍ର ଯାଦବ ଓ ତାଙ୍କପରି ବୁଦ୍ଧିଜୀବୀମାନେ ଆଉ ୩୦ ବର୍ଷ କାଳ ସୀମା ପୁନଃ ନିର୍ଦ୍ଧାରଣ ନହେଲେ ମଧ୍ୟ ଆସନ ସଂଖ୍ୟା ବଢ଼ାଇବା ପାଇଁ ପ୍ରସ୍ତାବ ପ୍ରଦାନ କରୁଛନ୍ତି।

ଫୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story