ପୁରୁଷର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଜରୁରୀ

ଦେବ ରଞ୍ଜନ ଗଙ୍ଗୁବାଇଙ୍କ ଜୀବନୀ ଉପରେ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଥିଆବାଡ଼ି’ ଅଦ୍ଭୁତ ସଫଳତା ୨୦୨୨ ମସିହାରେ ହାସଲ କରିବା ପରେ ଓ ସୁପ୍ରିମ କୋର୍ଟ ଯୌନ ଶ୍ରମିକଙ୍କୁ ଅନ୍ୟ ଶ୍ରମିକମାନଙ୍କ ସହିତ ସମାନ ମର୍ଯ୍ୟାଦା ଦେବା ପରେ ଏ ସମ୍ପର୍କରେ ଓଡ଼ିଶାରେ ଲଗାତାର ତଥାପି ଆଲୋଚନା ହେବା ବେଶ ଦୁଃଖର କଥା। ଏହି ଆଲୋଚନା ମାଧ୍ୟମରେ ଯେତିକି କ୍ଷମତାଶାଳୀ ବର୍ଗର ଦାୟିତ୍ଵବୋଧ ଓ ସମାଜରେ ରହିଆସିଥିବା ପୁରୁଷ ପ୍ରବଣ ମାନସିକତାକୁ ପ୍ରଶ୍ନ କରାନଯାଉଛି ତାହା […]

ManPic

ManPic

Debendra Prusty
  • Published: Thursday, 20 October 2022
  • Updated: 20 October 2022, 06:19 PM IST

Sports

Latest News

  • ଦେବ ରଞ୍ଜନ

ଗଙ୍ଗୁବାଇଙ୍କ ଜୀବନୀ ଉପରେ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଥିଆବାଡ଼ି’ ଅଦ୍ଭୁତ ସଫଳତା ୨୦୨୨ ମସିହାରେ ହାସଲ କରିବା ପରେ ଓ ସୁପ୍ରିମ କୋର୍ଟ ଯୌନ ଶ୍ରମିକଙ୍କୁ ଅନ୍ୟ ଶ୍ରମିକମାନଙ୍କ ସହିତ ସମାନ ମର୍ଯ୍ୟାଦା ଦେବା ପରେ ଏ ସମ୍ପର୍କରେ ଓଡ଼ିଶାରେ ଲଗାତାର ତଥାପି ଆଲୋଚନା ହେବା ବେଶ ଦୁଃଖର କଥା। ଏହି ଆଲୋଚନା ମାଧ୍ୟମରେ ଯେତିକି କ୍ଷମତାଶାଳୀ ବର୍ଗର ଦାୟିତ୍ଵବୋଧ ଓ ସମାଜରେ ରହିଆସିଥିବା ପୁରୁଷ ପ୍ରବଣ ମାନସିକତାକୁ ପ୍ରଶ୍ନ କରାନଯାଉଛି ତାହା ଠାରୁ ଅଧିକ ମହିଳାଙ୍କ ଚରିତ୍ର ଓ ସମ୍ମାନକୁ ନେଇ ପ୍ରଶ୍ନ ଉଠାଯାଉଛି। ଏଭଳି ଦୃଷ୍ଟିଭଙ୍ଗୀ ସମାଜ ମଧ୍ୟରେ ରହିଥିବା ମଣିଷପଣିଆକୁ ନଷ୍ଟ କରିଦେଉଛି।

ପଚାଶ ଦଶକର ଗଙ୍ଗୁବାଇଙ୍କ ଲଢ଼େଇ ଦୀର୍ଘ ସତୁରୀ ବର୍ଷ ପରେ ସୁପ୍ରିମ କୋର୍ଟଙ୍କ ରାୟ ମାଧ୍ୟମରେ ଆଂଶିକ ସଫଳତା ପାଇଛି। ଅଦ୍ଭୁତ ସାହସର ସହିତ ସେ ଯୌନକର୍ମୀଙ୍କ ଜୀବିକାକୁ ଆଇନଗତ ମାନ୍ୟତା ଦେବା ଲାଗି ଲଢ଼େଇ ଆରମ୍ଭ କରିଥିଲେ। ଦୀର୍ଘ ସତୁରୀ ବର୍ଷ ପରେ ସମ୍ବିଧାନର ଧାରା ୨୧ ସମ୍ମାନର ସହିତ ବଞ୍ଚିବାର ଅଧିକାରକୁ ମନେପକାଇ ଦେଇ ସୁପ୍ରିମ କୋର୍ଟ ଉଲ୍ଲେଖ କରିଛନ୍ତି ଯେ ସମ୍ମତିଭିତ୍ତିକ ଯୌନ ସମ୍ପର୍କ କ୍ଷେତ୍ରରେ ପ୍ରାପ୍ତ ବୟସ୍କ ଯୌନକର୍ମୀଙ୍କୁ ପୁଲିସ କୌଣସି ନିର୍ଯାତନା ଦେଇପାରିବ ନାହିଁ। ଏହା ଯୌନକର୍ମୀଙ୍କ ଅନ୍ୟତମ ଜୀବିକା ବା ପ୍ରଫେସନ।

ଏହା ପରେ ବି ଆମର ସମାଜରେ ଯୌନ କର୍ମୀଙ୍କ ସମ୍ପର୍କରେ ଅତି ନିମ୍ନ ସ୍ତରର ଆଲୋଚନାରେ କୌଣସି ବିରାମ ଆସୁନାହିଁ। କାହାରିକୁ ବ୍ଳାକମେଲିଙ୍ଗ କରିବା ବା ସମ୍ପର୍କ ଲାଗି ବାଧ୍ୟ କରିବା ନିଶ୍ଚିତ ଏକ ଅପରାଧ। ଆଲୋଚନା ସେହି ଭିତରେ ସୀମିତ ରହିଥିଲେ କିଛି କହିବାର ନଥିଲା।

ଇତିହାସରେ ଏମିତି କୌଣସି ସମୟରେ ଓ କୌଣସି ବି ସ୍ଥାନରେ କେହି ବି କ୍ଷମତାଶାଳୀ ରାଜା ବା ଶାସକ ଆସିନାହାନ୍ତି ବା ନିର୍ବାଚିତ ହୋଇନାହାନ୍ତି ଯିଏ ସମାଜର ସମସ୍ତ ମୂଲ୍ୟବୋଧଗୁଡ଼ିକୁ ସମ୍ମାନ ଦେଇଛନ୍ତି ବା ସମଗ୍ର ସମାଜ ନିକଟରେ ଉତ୍ତରଦାୟୀ ରହିଛନ୍ତି। ଇତିହାସର ପ୍ରତି ଛତ୍ରରେ ଆମେ ଯୌନ କର୍ମୀଙ୍କ ଉପସ୍ଥିତି ଓ ରାଜା ରାଜୁଡ଼ା ଓ ତାଙ୍କ ପାରିଷଦ ବର୍ଗ ସେମାନଙ୍କ ଦ୍ଵାରସ୍ଥ ହେବାର ଅନେକ ଉଦାହରଣ ପାଇଛେ। ଆଜିର ଗଣତନ୍ତ୍ର କଦାପି ସମାନତାପୂର୍ଣ୍ଣ ଶାସନ ନୁହେଁ ଯେ ଆମେ ଆମର ନେତା, ମନ୍ତ୍ରୀ, ପୁଲିସ ଅଧିକାରୀ ଓ ପ୍ରଶାସକଙ୍କଠାରୁ ମାନବିକତା ଆଶା କରିବା।

କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’

ସର୍ବପ୍ରାଚୀନ ଡକ୍ୟୁମେଣ୍ଟ ଭାବରେ ଦେଖିଲେ, କୌଟିଲ୍ୟ ନିଜର ‘ଅର୍ଥଶାସ୍ତ୍ର’ ପୁସ୍ତକରେ ଯୌନବୃତ୍ତିକୁ ରାଜାଙ୍କ ଅନୁମୋଦନ ଲାଗି ପ୍ରସ୍ତାବ ଦେଇଛନ୍ତି। ଏଥିରେ ସେ ଯୌନକର୍ମୀଙ୍କୁ ରାଜାଙ୍କ ସୁରକ୍ଷା, ସେମାନଙ୍କ ଉପରେ ଆକ୍ରମଣ ହେଲେ ଗରାଖଙ୍କୁ କଠୋର ଦଣ୍ଡର ପ୍ରାବଧାନ, ଯୌନକର୍ମୀଙ୍କ କର୍ମସଂସ୍ଥାନର ସୁରକ୍ଷା, ସେମାନେ କୌଣସି ବି ଗରାଖଙ୍କୁ ମନା ନକରିପାରିବା ଲାଗି ନିୟମ ଓ ନିଜର ଆୟର ଏକ ଅଂଶ ରାଜାଙ୍କୁ ଟିକସ ବାବଦରେ ଦେବା ଲାଗି ମଧ୍ୟ ଉଲ୍ଲେଖ କରିଛନ୍ତି।

କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅର୍ଥାତ ଆଜକୁ ୨୫୦୦ ବର୍ଷ ତଳେ ଲେଖାଯାଇଥିଲା ଓ ପ୍ରାୟ ଏଗାର ଶହ ଶତାବ୍ଦୀ ପର୍ଯ୍ୟନ୍ତ ଏହା ବିଭିନ୍ନ ରାଜାଙ୍କ ଦ୍ଵାରା କାର୍ଯ୍ୟକାରୀ ମଧ୍ୟ ହେଉଥିଲା। ସେହି ଦିନଠାରୁ ଏହି ପ୍ରଥା ଚାଲିଆସିଛି ବୋଲି କହିବାକୁ ହେବ।

ଯେଉଁମାନେ ଯୁକ୍ତି କରିଥାନ୍ତି ଯେ ସମାଜରେ ଯୌନକର୍ମୀ ବା ଯୌନଶ୍ରମିକଙ୍କ ଉପସ୍ଥିତି ପରିବାରର ମୂଲ୍ୟବୋଧକୁ ଦୁର୍ବଳ କରିଦେଉଛି ସେମାନଙ୍କ ଏହି ଯୁକ୍ତି ଅବାସ୍ତବ। ଯଦି ଏହା ସତ୍ୟ ହୋଇଥାନ୍ତା ତେବେ ଦୀର୍ଘ ୨୫୦୦ ବର୍ଷ ମଧ୍ୟରେ ସମାଜରେ ଅନେକ ପରିବର୍ତ୍ତନ ଆସିଥିବା ସତ୍ତ୍ୱେ ପାରିବାରିକ ସମ୍ବନ୍ଧ ଏବେ ବି କାଏମ ରହିନଥାନ୍ତା।

ପୁରୁଷ ଅତି ସ୍ଵାଧୀନତାର ସହିତ ପରିବାର ମଧ୍ୟରୁ ବାହାରି ଯାଇ ଯୌନକର୍ମୀଙ୍କ ସହିତ ସମ୍ବନ୍ଧ ରଖିପାରୁଛି ଓ ପୁଣି ପରିବାର ମଧ୍ୟକୁ ଫେରିଆସିପାରୁଛି। ପୁରୁଷ ଏହି ସ୍ଵାଧୀନତା ଦୀର୍ଘ ୨୫୦୦ ବର୍ଷ କାଳ ରଖିପାରିଛି ଓ ତଥାପି ପରିବାର ନାମକ ଅନୁଷ୍ଠାନ ସମାନ୍ତରାଳ ଭାବରେ ସମାଜରେ ରହିଛି ଏହା ପୁରୁଷର ପାରିବା ପଣ।

ମହିଳା ଯୌନକର୍ମୀମାନେ ଯଦି ଭାବୁଥାନ୍ତି ଯେ ପୁରୁଷ ଗରାଖ ସେମାନଙ୍କ ନିକଟକୁ ଆସୁଥିବା ହେତୁ ସେମାନଙ୍କ (ପୁରୁଷର) ସଂସାର ସୁରକ୍ଷିତ ରହୁଛି ତେବେ ଏହା ମଧ୍ୟ ଏକ ଭୁଲ ଧାରଣା। ଦ୍ଵିତୀୟ ବିବାହ କରିବା ଓ ଯୌନକର୍ମୀଙ୍କ ପାଖକୁ ଯିବା ଉଭୟ ସଂପୂର୍ଣ୍ଣ ଅଲଗା ବିଷୟ। ଯେତେ ସହଜରେ ପୁରୁଷ ବା ସ୍ଵାମୀ ଜଣକ ମହିଳା ଯୌନକର୍ମୀଙ୍କ ପାଖକୁ ଯାଇଥା’ନ୍ତି ଯଦି ସେତିକି ସହଜରେ ମହିଳା ବା ସ୍ତ୍ରୀ ବି ପୁରୁଷ ଯୌନକର୍ମୀଙ୍କ ପାଖକୁ ଯାଇପାରୁଥା’ନ୍ତେ ତେବେ ହୁଏତ ଏ ଦିଗରେ ଚର୍ଚ୍ଚା ଏତେ ନିମ୍ନ ସ୍ତରର ହୋଇନଥା’ନ୍ତା। ବରଂ ପୁରୁଷ ମଧ୍ୟରେ ସର୍ବଦା ଏ ଦିଗରେ ଏକ ଭୟ ରହିଥା’ନ୍ତା ଯାହା ଆଦିବାସୀ ସମାଜରେ ସର୍ବଦା ରହିଆସିଛି।

ଆଦିବାସୀ ସମାଜ

ଭାରତର ଅନେକ ଆଦିବାସୀ ଜନ ଜୀବନ ସହିତ ମିଶିବା ବେଳେ ମୁଁ ଯୌନ ବ୍ୟବସାୟ ପ୍ରଥା ସେମାନଙ୍କ ଭିତରେ ରହିଛି କି ବୋଲି ପ୍ରଶ୍ନ ପଚାରିଛି। ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଯେ କୌଣସି ବି ଆଦିବାସୀ ଶବ୍ଦକୋଷରେ ‘ବେଶ୍ୟା’ ବା ‘ଦେହଜୀବୀ’ର ପ୍ରତିଶବ୍ଦ ନାହିଁ। କୌଣସି ଆଦିବାସୀ ନାରୀ ନିଜ ସମାଜରେ କେବେ ଏଭଳି ଅଭ୍ୟାସ କରିନାହିଁ କିମ୍ବା ତାହାକୁ ନେଇ କୌଣସି ଲୋକକଥା ମଧ୍ୟ ସେମାନଙ୍କର ନାହିଁ। ଏଠାରେ ପ୍ରେମର ଅର୍ଥ ନାରୀ ପୁରୁଷର ସମ୍ପତ୍ତି ହୋଇଯିବା ନୁହେଁ। ବିବାହିତା ନାରୀ ସ୍ଵାମୀ ଓ ଶାଶୁ ଦ୍ଵାରା ଅସମ୍ମାନିତ ହେଲେ ନିଜ ସ୍ଵାମୀଙ୍କୁ ଛାଡ଼ପତ୍ର ଦେଇ ଦ୍ଵିତୀୟ ବିବାହ କରିବାକୁ ସମାଜ ସ୍ୱୀକୃତି ଦେଇଛି। ଏହାକୁ ବରଂ ଝିଅର ସ୍ଵାଭିମାନ ବୋଲି ଆଦିବାସୀ ସମାଜ ଭାବିଥାଏ। ତେଣୁ ପ୍ରେମ ଲାଗି ବିଷାଦ, ଆତ୍ମହତ୍ୟା, ପ୍ରତିଶୋଧ, ଆକ୍ରମଣ, ହତ୍ୟା ଭଳି ଘଟଣା ଆଦିବାସୀ ସମାଜରେ ବିରଳ।

କୌଣସି ଆଦିବାସୀ ନାରୀ କିଛି ପଦାର୍ଥ ବା ଅର୍ଥ ବଦଳରେ ନିଜ ଗୋଷ୍ଠୀର ଆଦିବାସୀ ପୁରୁଷର ‘ଉପଭୋଗ’ ବା ବ୍ୟବହାର ଲାଗି ନିଜର ଶରୀରକୁ କାହା ସାମ୍ନାରେ ଠିଆ କରାଇବାର ବିଚାର ଆଦିବାସୀ ସମାଜରେ ଆସିନାହିଁ। ଯଦି ବି କିଛି ଘଟଣା ଏବେ ଆଦିବାସୀ ଚାକିରିଆ ପୁରୁଷଙ୍କ ଦ୍ଵାରା ଘଟୁଛି ତାହା ଆଧୁନିକ ସଭ୍ୟତାର ଅବଦାନ ବୋଲି ଧରାଯିବ। ଆଦିବାସୀ ମହିଳାଙ୍କୁ ମିଥ୍ୟା ବିବାହର ପ୍ରଲୋଭନ ଦେଖାଇ ବା ପ୍ରତିଶୃତି ଦେଇ ବାହାର ରାଜ୍ୟରେ ବିକ୍ରି କରିଦେବାର ଦୃଷ୍ଟାନ୍ତ ଅନେକ ରହିଛି ମାତ୍ର ତାହା ଅଣଆଦିବାସୀ ଦଲାଲଙ୍କ ଦ୍ଵାରା ହୋଇଥାଏ।

ବେଶ କିଛି ବର୍ଷ ତଳେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ଏକ ଗ୍ରାମର ଲୋଧା ଆଦିବାସୀ ପରିବାରର ଝିଅଟିକୁ ବାପା ଓ ଭାଇର ଅନୁପସ୍ଥିତିରେ ବାହା ଦେବା ନାମରେ ମା’ଙ୍କୁ ମିଥ୍ୟା କଥା କହି ବେଶ କିଛି ଦଲାଲ ଅପହରଣ କରିନେଇଥାନ୍ତି। ଏକ ମିଥ୍ୟା ଚୋରୀ ଅପରାଧରେ ବାପା ବାରିପଦା ଜେଲରେ ରହିଥାନ୍ତି ଓ ସାନ ଭାଇ ଭୁବନେଶ୍ଵରର ଏକ ଆଦିବାସୀ ସ୍କୁଲରେ ପାଠ ପଢୁଥାଏ। ଝିଅଟିର ବାପାଙ୍କୁ ଜେଲରେ, ମା’ଙ୍କୁ ଗାଁରେ ଓ ଲୋଧା ଉନ୍ନୟନ ପରିଷଦର କର୍ମକର୍ତ୍ତାଙ୍କୁ ଭେଟିଥିଲୁ। ବହୁ ଉଦ୍ୟମ ସତ୍ତ୍ୱେ ଲୋଧା ଆଦିବାସୀ ଝିଅଟିକୁ ଆମେ କୌଣସି ପ୍ରକାରରେ ପାଇନଥିଲୁ। ଲୋଧା ଉନ୍ନୟନ ପରିଷଦର ଅଣଆଦିବାସୀ କର୍ମକର୍ତ୍ତାଙ୍କ ସମ୍ବେଦନହୀନତା ଓ ଦୁର୍ନୀତି ଆମକୁ ଚକିତ କରିଥିଲା।

ସୁନ୍ଦରଗଡ଼ ଓ କେଉଁଝର ଭଳି ଖଣି, ପ୍ଳାଣ୍ଟ ଓ ସହର ପାର୍ଶ୍ଵବର୍ତ୍ତୀ ଆଦିବାସୀ ଗ୍ରାମରେ ଝିଅମାନେ ମାନବ ଚାଲାଣର ଶିକାର ହେବାର ଦୃଷ୍ଟାନ୍ତ ରହିଛି। ଏହା ଏକ ଅପରାଧ। ଏହାକୁ କଦାପି ସମ୍ମତି ଭିତ୍ତିକ ଯୌନ କାର୍ଯ୍ୟ କୁହାଯାଇନପାରେ। ଅଣଆଦିବାସୀ ଶିକ୍ଷିତ ବର୍ଗ ବରଂ ଆଦିବାସୀ ମହିଳାଙ୍କୁ ଏଥିଲାଗି ବ୍ୟବହାର କରୁଛନ୍ତି। ସୁପ୍ରିମ କୋର୍ଟ କିନ୍ତୁ ନିଜର ଏହି ରାୟରେ ଏପରି ମାନବ ଚାଲାଣ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାନ୍ତି।

ଅନ୍ୟପଟରେ, ଯେଉଁମାନେ ଯୌନକର୍ମୀଙ୍କୁ ‘ଦେହଜୀବୀ’ (କେହି କେହି ‘ବାରାଙ୍ଗନା’ କହିବା ଲଜ୍ଜାର ବିଷୟ। ସେମାନେ ଆଦୌ ମଣିଷ ନୁହନ୍ତି।) ଆଖ୍ୟା ଦେଇଥାନ୍ତି ସେମାନେ ଜାଣିବା  ଆବଶ୍ୟକ ଯେ ସେମାନେ କଦାପି ନିଜର ଦେହକୁ ଏଥିଲାଗି ସମର୍ପି ଦେଇନଥାନ୍ତି। ଏହା ଏକ ଭୁଲ ଧାରଣା। ଯେଉଁଭଳି ମହିଳା କର୍ମଚାରୀ ବା ମହିଳା ଶ୍ରମିକ ଦିନର ଆଠ ଘଣ୍ଟାରୁ ବାର ଘଣ୍ଟା ଗୃହ ନିର୍ମାଣ, ପେଟ୍ରୋଲ ପମ୍ପ, ଜୁଏଲାରୀ ଦୋକାନ ଇତ୍ୟାଦିରେ ଶ୍ରମିକ ଭାବରେ ଦେଇଥା’ନ୍ତି ସେହିଭଳି ଯୌନକର୍ମୀମାନେ ନିଜର କିଛି ସମୟ ଏଭଳି ବ୍ୟବସାୟରେ ଦେଇଥାନ୍ତି।

ମହିଳା ଶ୍ରମିକ କାମ କରୁଥିବା ଅଫିସ କି ଘର ବା କାରଖାନା କଦାପି ତା ନିଜର ହୋଇନଥାଏ ବା ସେଥିରେ ତାହାର କୌଣସି ଅଂଶଧନ ନଥାଏ। ନିଜର ବ୍ୟକ୍ତିଗତ ଆବଶ୍ୟକତା ଲାଗି ସେ ଅନ୍ୟ କାହାରିକୁ ନିଜର ଶ୍ରମ ଦେଇଥାଏ ଓ ତାହାଠାରୁ ମଜୁରୀ ନେଇ ନିଜର ଆବଶ୍ୟକତାକୁ ପୂରଣ କରିଥାଏ। ଯୌନକର୍ମୀ ତାହା ହିଁ କରିଥାଏ।

ଯୌନକର୍ମୀମାନଙ୍କ ଭିତରେ ସେହି ସମାନ ଆଗ୍ରହ, ସମ୍ମାନର ସହିତ ବଞ୍ଚିବା ଓ ନିଜର ଇଚ୍ଛାକୁ ଅନୁଭବ କରିବାର ଆଗ୍ରହ ରହିଛି ଯାହା ଅନ୍ୟ ମହିଳା ଶ୍ରମିକଙ୍କ ଭିତରେ ରହିଛି। ଏଠାରେ କେବଳ ନୀତି ଓ ଅନୀତିର ପ୍ରସଙ୍ଗକୁ ବାଦ ଦେଲେ ଉଭୟ ସମାନ। ତେଣୁ ସେମାନେ ଦେହଜୀବୀ ବା ହେବେ କେମିତି ଓ ପରିବାର ମଧ୍ୟରେ ରହିଥିବା ନାରୀଠାରୁ ବା ଭିନ୍ନ ହେବେ କାହିଁକି?

ଯୌନ କର୍ମୀ ଭାବରେ ଅନେକ ପୁରୁଷ, ନାରୀ ଓ ତୃତୀୟ ଲିଙ୍ଗୀ ମଧ୍ୟ ନିଜର ଶ୍ରମକୁ ବିକି ଏକ ସୁସ୍ଥ ଓ ଉତ୍ତମ ଜୀବନ ବଞ୍ଚିବାର ଚେଷ୍ଟା କରୁଛନ୍ତି। କେତେକ ସର୍ଭେ ରିପୋର୍ଟ ଅନୁସାରେ, ଯୌନ ବ୍ୟବସାୟରେ କମ ସମୟରେ ଅଧିକ ଆୟର ସମ୍ଭାବନା ରହିବା ଓ ଅନ୍ୟ କ୍ଷେତ୍ରରେ ସୁଯୋଗର ଅଭାବ ରହିବା କାରଣରୁ ଅନେକ ମହିଳା (ତଥା ତୃତୀୟ ଲିଙ୍ଗୀ) ଏହି ବୃତ୍ତିକୁ ଆସିଯାଉଛନ୍ତି। ସେମାନଙ୍କର ନିଜର ସ୍ଵାଧୀନତା ରହିଛି ସେମାନେ କାହା ଲାଗି ଓ କେତେ ଅର୍ଥରେ ନିଜର ସମୟ ଦେବେ ଯେମିତି ଜଣେ ସାଧାରଣ ଶ୍ରମିକ କ୍ଷେତ୍ରରେ ହୋଇଥାଏ। ବରଂ ଏଠାରେ ସର୍ଭେ କରାଯିବା ଆବଶ୍ୟକ ଯେ ମହିଳା ଯୌନକର୍ମୀଙ୍କ ପାଖକୁ ଯାଉଥିବା ପୁରୁଷ ନିଜେ ରୋଜଗାର କ୍ଷମ କି ସ୍ତ୍ରୀର ରୋଜଗାରରେ ପ୍ରତିପୋଷିତ ହେଉଛନ୍ତି।

‘କଳା ସାଲବାର’

ଗଙ୍ଗୁବାଇ ଓ ସଦାତ ହସନ ମଣ୍ଟୋଙ୍କର ସମୟ କାଳ ଯଦିଓ ସମାନ ତେବେ ଉଭୟ ପରସ୍ପରକୁ ଜାଣିଥିଲେ ବା ଜଣେ ଅନ୍ୟ ଜଣକ କାର୍ଯ୍ୟ ଓ ଲେଖା ସମ୍ପର୍କରେ ଯେ ଅବଗତ ଥିଲେ ତାହାର କୌଣସି ପ୍ରମାଣ ଅବଶ୍ୟ ନାହିଁ। କିନ୍ତୁ ଗଙ୍ଗୁବାଇ ଯୌନକର୍ମୀଙ୍କୁ ସାଧାରଣ ମହିଳା ଓ ତାହାର ସମ୍ମାନର ସହିତ ବଞ୍ଚିବାର ଅଧିକାର ସମ୍ପର୍କରେ ଯୁକ୍ତି କରିଛନ୍ତି। ମଣ୍ଟୋ ତାଙ୍କର ଅନେକ ଗଳ୍ପରେ ଯୌନକର୍ମୀଙ୍କୁ ଅତି ମାନବୀୟ ସଂବେଦନଶୀଳ ଦୃଷ୍ଟିରେ ଦେଖିବାକୁ ଚେଷ୍ଟା କରିଛନ୍ତି। ଓଡ଼ିଆ ସାହିତ୍ୟରେ କୁମାର ହସନ ସେହିଭଳି କେତେକ ଉଦ୍ୟମ ମଧ୍ୟ କରିଛନ୍ତି।

‘କଳା ସାଲବାର’ ଗଳ୍ପରେ ମଣ୍ଟୋ ଯୌନବୃତ୍ତିରେ ଲିପ୍ତ ଦୁଇ ମହିଳା ସୁଲତାନା ଓ ଅନୱର ମଧ୍ୟରେ ସାଧାରଣ ମହିଳା ଭଳି ନିବିଡ଼ ଭାବରେ କାହାରିକୁ ଭଲପାଇବାର ଆଗ୍ରହ, କିଛି ଭଲ ଜିନିଷଟି ପ୍ରତି ଇଚ୍ଛା, ନିଜ ବୃତ୍ତି ବାହାରେ ଏକ ସୁନ୍ଦର ଜୀବନ ପ୍ରତି ଇଚ୍ଛାକୁ ଯେଉଁଭଳି ଦର୍ଶାଇଛନ୍ତି ତାହା କ୍ଵଚିତ ସାଧାରଣ ଆଲୋଚନାରେ ଶୁଣାଯାଇଥାଏ। ଅନ୍ୟ ଏକ ଗଳ୍ପ ‘ହତକ’ରେ (ଅପମାନ) ସୌଗନ୍ଧୀ ଧନୀ ଲାଠର ଖୁସି ଲାଗି ଦଲାଲର କଥାରେ ରାତି ଦୁଇଟାରେ ଶେଯରୁ ଉଠି ଆସୁଛି ଅଥଚ ସୁନ୍ଦରୀ ସୌଗନ୍ଧୀକୁ ଲାଠ ‘ଧେତ’ କହି ପ୍ରତ୍ୟାଖ୍ୟାନ କରିଦେଉଛି। ସେଥିରୁ ଯେଉଁ ଅପମାନ ଓ ପ୍ରତିକ୍ରିୟା ସୌଗନ୍ଧୀ ମନରେ ତିଆରି ହେଉଛି ତାହାକୁ ନେଇ ସେହି ଗଳ୍ପରେ ମଣ୍ଟୋ ପୂର୍ଣ୍ଣଚ୍ଛେଦ ଆଣୁଛନ୍ତି, ‘ସୌଗନ୍ଧୀ! ଏହି ପୂରା ସମାଜ ତୋତେ କଦାପି ଉତ୍ତମ ବ୍ୟବହାର କରିନାହିଁ। (“सौगंधी, तुझसे ज़माने ने अच्छा सुलूक नहीं किया!”)

ଅବଶ୍ୟ ମଣ୍ଟୋଙ୍କ ଏହି ଦୃଷ୍ଟିଭଙ୍ଗୀଠାରୁ ନାରୀ ଆନ୍ଦୋଳନ ଅଧିକ ଆଗକୁ ଯାଇସାରିଲାଣି। ସେମାନେ ନିଜର ଅଧିକାରକୁ ସାବ୍ୟସ୍ତ କରିବା ଆରମ୍ଭ କରିସାରିଛନ୍ତି। ଅସୁବିଧା ହେଲା ଯେ ଅଣଆଦିବାସୀ ସମାଜରେ ପୁରୁଷ ନିଜର ପ୍ରେମ କହିଲେ ନାରୀକୁ ନିଜର ସମ୍ପତ୍ତି ବୋଲି ଧରିନେଉଛି। ପରିବାରବାଦର ଏହି ଧମକ ସର୍ବଦା ନାରୀ ଉପରେ ଏକ ବୋଝ ହୋଇରହୁଛି। ପୁରୁଷ ସର୍ବଦା ନାରୀକୁ କାହାର ଭଉଣୀ, ସ୍ତ୍ରୀ ଓ କାହାର ମା’ ରୂପରେ ଦେଖିବା ଲାଗି ଆଗ୍ରହୀ। ପରିବାରକୁ ବାଦ ଦେଲେ ସେହି ମହିଳା ଯେ ଜଣେ ମଣିଷ ଏ କଥାକୁ ସେ ଗ୍ରହଣ କରୁନାହିଁ। ତେଣୁ ତ ଅଣଆଦିବାସୀ ସମାଜରେ ପରିବାର ନଥିବା କୌଣସି ମହିଳାଙ୍କୁ ‘ବେଶ୍ୟା’, ‘ସ୍ଵାମୀପରିତ୍ୟକ୍ତା’, ‘ବିଧବା’ ଭଳି ଅତି ନିମ୍ନ ଶ୍ରେଣୀ ବା ବିଭାଗ ମଧ୍ୟରେ ବାଣ୍ଟିଛି।

ପ୍ରତ୍ୟେକ ନାରୀ ଚାହେଁ ସେ ଯେଉଁଭଳି ଜୀବନ ବଞ୍ଚୁଥାଉ ନା କାହିଁକି ସେ ଯେ ସେହି ସମାନ ମଣିଷ ଏହି ସତ୍ୟତାକୁ ଗ୍ରହଣ ନକରିବା ପର୍ଯ୍ୟନ୍ତ ସମାଜରେ ନାରୀ ପୁରୁଷ ମଧ୍ୟରେ ସମାନତା ଅସମ୍ଭବ। ଯେତେଦିନ ପର୍ଯ୍ୟନ୍ତ ମଣିଷ ଭାବରେ ପ୍ରତ୍ୟେକ ନାରୀ ସମ୍ମାନର ସହିତ ବଞ୍ଚିବାର ସୁଯୋଗ, ତାହାର ଜୀବିକା ଯାହା ହୋଇଥାଉନା କାହିଁକି, ପାଇନଥିବ ସେତେଦିନ ପର୍ଯ୍ୟନ୍ତ ଏଭଳି ଆଲୋଚନା ଚାଞ୍ଚଲ୍ୟ ସୃଷ୍ଟି କରିଚାଲିଥିବ ଓ ମାନବିକ ଅଧିକାର ଆନ୍ଦୋଳନକୁ ଏହି ଆଲୋଚନା ସର୍ବଦା ଶ୍ଵାସରୁଦ୍ଧ କରିଚାଲିଥିବ।

ମୋବାଇଲ : ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story